Advertisment

ବାଇଡେନଙ୍କ ସହ କଥା ହେଲେ ମୋଦି; ୟୁକ୍ରେନରେ ଶାନ୍ତି ଫେରାଇ ଆଣିବା ଉପରେ ଗୁରୁତ୍ବାରୋପ...

ନିକଟରେ ୟୁକ୍ରେନ ଗସ୍ତରୁ ଫେରିଥିବା ପ୍ରଧାନମନ୍ତ୍ରୀ ମୋଦି ଗତକାଲି ଆମେରିକା ରାଷ୍ଟ୍ରପତି ଜୋ ବାଇଡେନଙ୍କ ସହ କଥା ହୋଇଛନ୍ତି।

author-image
Sujit kumar Swain
ଅଦ୍ୟତନ ହୋଇଛି
PM Modi, Joe Biden Discuss Ukraine Conflict

Modi Biden talk

ମୋଦି-ବାଇଡେନ୍ ଆଲୋଚନା। ନିକଟରେ ୟୁକ୍ରେନ ଗସ୍ତରୁ ଫେରିଥିବା ପ୍ରଧାନମନ୍ତ୍ରୀ ମୋଦି ଗତକାଲି ଆମେରିକା ରାଷ୍ଟ୍ରପତି ଜୋ ବାଇଡେନଙ୍କ ସହ କଥା ହୋଇଛନ୍ତି। ଉଭୟ ରାଷ୍ଟ୍ର ନେତାଙ୍କ ମଧ୍ୟରେ ହୋଇଥିବା ଏହି ଟେଲିଫୋନିକ କଥାବାର୍ତ୍ତାରେ ଭାରତ-ଆମେରିକା ଦ୍ବିପାକ୍ଷିକ ସମ୍ପର୍କ ଉପରେ ଗୁରୁତ୍ବ ଦିଆଯାଇଛି।

Advertisment

 ବିଶେଷ କରି ଯୁଦ୍ଧତ୍ରସ୍ତ ୟୁକ୍ରେନରେ ଶୀଘ୍ର ଶାନ୍ତି ଓ ସ୍ଥିରତା ଫେରାଇ ଆଣିବାକୁ ଭାରତ କଥାବାର୍ତ୍ତା ଦ୍ବାରା ସମାଧାନ ସପକ୍ଷରେ ଥିବା ମୋଦି ସ୍ପଷ୍ଟ କରିଛନ୍ତି। ଭାରତ ଓ ଆମେରିକା ସହ ସାରା ବିଶ୍ବରେ ଗଣତନ୍ତ୍ର ପ୍ରତିଷ୍ଠା, ଆଇନ୍ ପାଳନ ଏବଂ ଲୋକସମ୍ପର୍କ ମଜଭୁତ ଦିଗରେ ଉଭୟ ଦେଶ ପ୍ରତିଶ୍ରୁତିବଦ୍ଧ ବୋଲି ଦୋହରାଇଛନ୍ତି ମୋଦି।

ଅଧିକ ପଢନ୍ତୁ : ପୋଲାଣ୍ଡରୁ ୧୦ ଘଣ୍ଟାର ଟ୍ରେନ୍ ଯାତ୍ରା କରି କିଭରେ ମୋଦି, ଜେଲେନସ୍କିଙ୍କୁ କଲେ ସାକ୍ଷାତ

Advertisment

ଏହି ଅବସରରେ ଉଭୟ ନେତା ବାଂଲାଦେଶରେ ସୃଷ୍ଟି ହୋଇଥିବା ଅସ୍ଥିରତା ପ୍ରସଙ୍ଗରେ ମଧ୍ୟ ଆଲୋଚନା କରିଛନ୍ତି। ବାଂଲାଦେଶରେ ଆଇନ ଶୃଙ୍ଖଳା ପ୍ରତିଷ୍ଠା ସହ ସଂଖ୍ୟାଲଘୁଙ୍କ ସୁରକ୍ଷା ବିଶେଷ କରି ସେଠାରେ ରହୁଥିବା ହିନ୍ଦୁଙ୍କ ସୁରକ୍ଷା ନେଇ ଉଭୟ ମୋଦି ଏବଂ ବାଇଡେନ୍ ଗୁରୁତ୍ବାରୋପ କରିଛନ୍ତି।

ଯୁଦ୍ଧ ଭିତରେ ମୋଦି-ଜେଲେନସ୍କି ଭେଟିଥିଲେ । ୟୁକ୍ରେନ ରାଷ୍ଟ୍ରପତି ଭୋଲଦିମିର ଜେଲେନସ୍କିଙ୍କୁ ଭେଟିଥିଲେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି। କିଭରେ ପରସ୍ପରକୁ ଭେଟିଥିଲେ ଦୁଇ ନେତା । ମୋଦିଙ୍କୁ ସ୍ୱାଗତ କରିଥିଲେ ଜେଲେନସ୍କି । ଏହାପରେ ଦୁଇ ନେତା ଯାଇଥିଲେ ୟୁକ୍ରେନର ନ୍ୟାସନାଲ ମ୍ୟୁଜିୟମ୍ । ସେଠାରେ ଯୁଦ୍ଧରେ ପ୍ରାଣ ହରାଇଥିବା ଛୋଟ ଛୋଟ ପିଲାଙ୍କୁ ଶ୍ରଦ୍ଧାଞ୍ଜଳି ଅର୍ପଣ କରିଥିଲେ । ଭିଡିଓରେ ଦେଖିବାକୁ ମିଳିଥିଲା ଜେଲେନସ୍କିଙ୍କ କାନ୍ଧରେ ହାତ ରଖି କଥା ହେଉଥିଲେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି । ପୋଲାଣ୍ଡରୁ ୧୦ ଘଣ୍ଟାର ଟ୍ରେନ୍ ଯାତ୍ରା କରି ସେ କିଭ ମଧ୍ୟ ଯାଇଥିଲେ । ରୁଷ-ୟୁକ୍ରେନ୍ ଯୁଦ୍ଧ ଭିତରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କର ଏହା ପ୍ରଥମ ୟୁକ୍ରେନ୍ ଗସ୍ତ ଥିଲା । ତେଣୁ ତାଙ୍କର ଏହି ଗସ୍ତ କୁଟନୈତିକ ଦୃଷ୍ଟିରୁ ବେଶ ଗୁରୁତ୍ୱ ରଖିଥିଲା।

ଅଧିକ ପଢନ୍ତୁ : ସପ୍ତାହେ ପାଇଁ ଯାଇଥିଲେ; ମହାକାଶରେ ୮ମାସ କିପରି ବଞ୍ଚିବେ ସୁନୀତା?

Joe Biden PM Narendra Modi
Advertisment
Advertisment