Advertisment

Mother Eloped With Groom: ବିବାହ ପୂର୍ବରୁ ଜ୍ବାଇଁ ସହ ଚମ୍ପଟ ମାରିଲା କନ୍ୟାର ମା’

ଉଭୟ ଘରୁ ଫେରାର ହୋଇଯିବା ପାଇଁ ଯୋଜନା କରିଥିଲେ। ଘରୁ ଶପିଙ୍ଗ କରିବା ବାହାନାରେ ବାହାରକୁ ଯିବା ପରେ ଆଉ ଫେରି ନ ଥିଲେ। ଫେରାର ହେବା ପୂର୍ବରୁ ମହିଳା ଜଣଙ୍କ ନିଜ ସାଙ୍ଗରେ ଝିଅ ବାହାଘର ପାଇଁ ସଞ୍ଚିତ ଥିବା ସମସ୍ତ ଅର୍ଥ ଓ ସୁନା ଗହଣା ସାଙ୍ଗରେ ଧରି ଫେରାର ହୋଇ ଯାଇଥିଲେ। ଏହି ଘଟଣାକୁ ନେଇ ପରିବାର ଲୋକ ପୋଲିସରେ ଅଭିଯୋଗ ମଧ୍ୟ କରିଛନ୍ତି।

author-image
Saroj Kumar Jena
ଅଦ୍ୟତନ ହୋଇଛି
bride

bride

ଉତ୍ତର ପ୍ରଦେଶର ଲକ୍ଷ୍ନୌରେ ଏକ ଅଭାବନୀୟ ଘଟଣା ଦେଖିବାକୁ ମିଳିଛି। ଝିଅ ବାହାଘରର ୯ ଦିନ ପୂର୍ବରୁ ଜ୍ବାଇଁ ସହ ଫେରାର ହୋଇ ଯାଇଛି ଝିଅର ମା’। ଉତ୍ତର ପ୍ରଦେଶର ମଦ୍ରାକ ଥାନା ଅଞ୍ଚଳରେ ଏଭଳି ଘଟଣା ଦେଖିବାକୁ ମିଳିଛି। ଉଭୟ ଶପିଙ୍ଗ କରିବା ବାହାନାରେ ଫେରାର ହୋଇ ଯାଇଥିଲେ। ଯୁବକ ଜଣଙ୍କ ନିଜର ହେବାକୁ ଥିବା ଶାଶୁ ସହିତ ପ୍ରେମରେ ପଡିବା ପରେ ଫେରାର ହେବାକୁ ନିଷ୍ପତ୍ତି ନେଇଥିଲେ।

Advertisment

ଅଧିକ ପଢ଼ନ୍ତୁ: ବଡି ବିଲ୍‌ଡର ସାଜିଲେ କନିଆଁ; ବାଇସେପ୍ ଦେଖାଇ ଲୋକଙ୍କୁ କଲେ ତାଜୁବ୍

ଉଭୟ ଘରୁ ଫେରାର ହୋଇଯିବା ପାଇଁ ଯୋଜନା କରିଥିଲେ। ଘରୁ ଶପିଙ୍ଗ କରିବା ବାହାନାରେ ବାହାରକୁ ଯିବା ପରେ ଆଉ ଫେରି ନ ଥିଲେ। ଫେରାର ହେବା ପୂର୍ବରୁ ମହିଳା ଜଣଙ୍କ ନିଜ ସାଙ୍ଗରେ ଝିଅ ବାହାଘର ପାଇଁ ସଞ୍ଚିତ ଥିବା ସମସ୍ତ ଅର୍ଥ ଓ ସୁନା ଗହଣା ସାଙ୍ଗରେ ଧରି ଫେରାର ହୋଇ ଯାଇଥିଲେ। ଏହି ଘଟଣାକୁ ନେଇ ପରିବାର ଲୋକ ପୋଲିସରେ ଅଭିଯୋଗ ମଧ୍ୟ କରିଛନ୍ତି।

ପୋଲିସକୁ ମିଳିଥିବା ସୂଚନା ଅନୁସାରେ ମହିଳା ଜଣଙ୍କ ଝିଅ ପାଇଁ ନିଜେ ଉକ୍ତ ଯୁବକଙ୍କୁ ବାଛିଥିଲେ। ବିବାହ ପ୍ରସ୍ତୁତି ଆଳରେ ଯୁବକ ଜଣଙ୍କ ଘରକୁ ନିୟମିତ ଯିବା ଆସିବା ମଧ୍ୟ କରୁଥିଲେ। ପରିବାର ଲୋକଙ୍କ ଅଜାଣତରେ ଉଭୟଙ୍କ ମଧ୍ୟରେ ପ୍ରେମ ସମ୍ପର୍କ ଆରମ୍ଭ ହୋଇଥିଲା। ଭାବି ଜ୍ବାଇଁ ନିଜ ଶାଶୁଙ୍କୁ ଏକ ମୋବାଇଲ ଫୋନ ମଧ୍ୟ ଉପହାର ଦେଇଥିଲେ। ଏହାକୁ ମଧ୍ୟ କେହି ସନ୍ଦେହ କରି ନ ଥିଲେ। ସମ୍ପର୍କ ଆରମ୍ଭ ହେବାକୁ ଯାଉଥିବା ବେଳେ ଏହାକୁ ସାଧାରଣ ଘଟଣା ଭାବେ ସମସ୍ତେ ବିବେଚନା କରିଥିଲେ।

Advertisment

ଆସନ୍ତା ଏପ୍ରିଲ ୧୬ ତାରିଖରେ ବିବାହ ପାଇଁ ତାରିଖ ସ୍ଥିର ହୋଇଥିଲା। ଏପରିକି ସମସ୍ତଙ୍କୁ ନିମନ୍ତ୍ରଣ ମଧ୍ୟ ବଣ୍ଟା ସରିଥିଲା। ତେବେ ଶପିଙ୍ଗ ବାହାନାରେ ଘରୁ ଫେରାର ହୋଇ ଯାଇଛନ୍ତି ଶାଶୁ ଓ ଜ୍ବାଇଁ। ଉଭୟ ଦୀର୍ଘ ସମୟ ଧରି ନ ଫେରିବା ପରେ ସନ୍ଦେହରେ କପ୍ ବୋର୍ଡ ଚେକ କରିଥିଲେ ଝିଅର ପିତା। କପ୍ ବୋର୍ଡ ଦେଖିବା ପରେ ସେ ମଧ୍ୟ ଆଶ୍ଚର୍ଯ୍ୟ ହୋଇ ଯାଇଥିଲେ। ଝିଅ ବାହାଘର ପାଇଁ ସଞ୍ଚୟ କରିଥିବା ସମସ୍ତ ଅର୍ଥ ଓ ଅଳଙ୍କାର ଗାଏବ ଥିଲା। ଏହା ପରେ ପୋଲିସ ନିକଟରେ ଅଭିଯୋଗ କରାଯାଇଥିବା ବେଳେ ଉଭୟଙ୍କ ଫୋନକୁ ଟ୍ରାକ କରିବାକୁ ପୋଲିସ ପ୍ରୟାସ କରୁଥିବା ଜଣା ପଡିଛି।

ଅଧିକ ପଢ଼ନ୍ତୁ: ବରକୁ ବୟସ ୪୦, କନ୍ୟାକୁ ୨୪; ଭିଡ଼ିଓ ଭାଇରାଲ ପରେ...

Bridegroom
Advertisment
Advertisment