Advertisment

Water Supply Issues in Tangi Block: ଏଇ ନଳକୂଅର ପାଣି ପାଟିରେ ଦେଇହବନି, ତଥାପି ସକାଳୁ ସଂଜ ଲମ୍ବା ଧାଡ଼ି

ଏହି କୂଅ ଭିତରେ ଗଛ ଲତା ହୋଇଥିବା ବେଳେ ଏହା ଅସ୍ବାସ୍ଥ୍ୟକର ହୋଇ ପଡ଼ିଛି । ତଥାପି ଜୀବନ ବଞ୍ଚାଇବା ପାଇଁ ଏହି କୂଅ ଉପରେ ନିର୍ଭର କରୁଛନ୍ତି ଏଠାକାର ବାସିନ୍ଦା । ଗାଁ ଭିତରେ ଗୋଟେ ନଳକୂଅ ଥିଲେ ମଧ୍ୟ ତାହା ପିଇବା ଉପଯୋଗୀ ନୁହେଁ । ତଥାପି କିଛି ମହିଳା ଏହି ନଳକୂପ ପାଣି ନେଇ ଅନ୍ୟ କାର୍ଯ୍ୟରେ ଲଗାଇ ଥାଆନ୍ତି। ସରକାରଙ୍କ ବସୁଧା ଯୋଜନାରେ ଆଜିଯାଏ ପାନୀୟ ଜଳ ପହଞ୍ଚି ନପାରିବା ଅତି ଦୁର୍ଭାଗ୍ୟର ବିଷୟ ବୋଲି ଲୋକେ କହନ୍ତି ।

author-image
Prasan Subudhi
ଅଦ୍ୟତନ ହୋଇଛି
ପାନୀୟ ଜଳ ସମସ୍ୟା

ପାନୀୟ ଜଳ ସମସ୍ୟା

ବିଗତ ୨୫ ବର୍ଷର ସ୍ଥାୟୀ ସରକାରଙ୍କ ସମୟ ବିତି ଯାଇଥିଲେ ମଧ୍ୟ ଆଜି ବି ଜଳ କଷ୍ଟ ସହ ଅନେକ ସମସ୍ୟାରେ ଜୀବନ କାଟୁଛନ୍ତି ଲୋକେ । ଏଭଳି ସମସ୍ୟା କେଉଁ ଉପାନ୍ତ ଅଞ୍ଚଳ ନୁହେଁ ବରଂ କଟକ ଜିଲ୍ଲା ଟାଙ୍ଗୀ ବ୍ଲକ କହ୍ନେଇପୁର ପଞ୍ଚାୟତକୁ ଦେଖିଲେ ସ୍ପଷ୍ଟ ବାରି ହୋଇପଡେ । ଏହି ପଞ୍ଚାୟତର ଚିନ୍ତାମଣିପୁର ଗ୍ରାମରେ ୪୦ ରୁ ଉର୍ଦ୍ଧ ଆଦିବାସୀ ପରିବାର ବସବାସ କରନ୍ତି । ହେଲେ ଏମାନଙ୍କ ପାଇଁ ସରକାରୀ ଯୋଜନା ସତେ ଯେପରି ଅପହଞ୍ଚ ହୋଇପଡିଛି ।

Advertisment

ଏମାନଙ୍କ ପାଖକୁ ଆଜି ଯାଏ ପହଞ୍ଚି ପାରିଲା ନାହିଁ ସରକାରଙ୍କ ଜଳ ମିଶନରେ ଶୁଦ୍ଧ ପାନୀୟ ଜଳ ଟିକକ। ତେବେ ପ୍ରତ୍ୟେକ ଦିନ ଶୁଦ୍ଧ ପାନୀୟ ଜଳ ପାଇଁ ଏଠାକାର ଲୋକେ ସଂଘର୍ଷ କରୁଛନ୍ତି । ୨୫ବର୍ଷର ସ୍ଥିର ବିଜେଡି ସରକାରଙ୍କ ଶାସନ ସମୟରେ ଆମ ଗାଁ ଆମ ବିକାଶର ଯେଉଁ ଡିଣ୍ଡିମ ପିଟୁ ଥିଲେ ବାସ୍ତବରେ ତାହା ଆଜି ଏହି ଗାଁର ସମସ୍ୟାକୁ ଦେଖିଲେ ବାରି ହୋଇ ପଡେ। ଏମାନଙ୍କ ନିକଟରେ ଭଲ ରାସ୍ତା,ଆବାସ ଯୋଜନାରେ ଘର ସହିତ ୪୦ଟି ପରିବାରଙ୍କ ପାଖରେ ପହଞ୍ଚି ପାରିଲା ନାହିଁ ବିଶୁଦ୍ଧ ପାନୀୟ ଜଳ। ଯେଉଁଥି ପାଇଁ ଏହି ପରିବାରଙ୍କୁ ପ୍ରତ୍ୟେକ ଦିନ କରିବାକୁ ପଡ଼ୁଛି ସଂଘର୍ଷ । ଶୁଦ୍ଧ ପାନୀୟ ଜଳ ଟିକକ ପାଇଁ ଡହଳ ବିକଳ ହେଉଛନ୍ତି ଗ୍ରାମବାସୀ।

ପଞ୍ଚାୟତ କାର୍ଯ୍ୟାଳୟ ଠାରୁ ଆରମ୍ଭ କରି ବ୍ଲକ ପ୍ରଶାସନ ପର୍ଯ୍ୟନ୍ତ ବିଭାଗୀୟ ଅଧିକାରୀ ମାନଙ୍କୁ ଅଭିଯୋଗ କରି ଆସୁଥିଲେ ମଧ୍ୟ ହୋଇ ପାରୁନି ପାନୀୟ ଜଳ ସମସ୍ୟାର ସମାଧାନ । ଗାଁ ଠାରୁ କିଛି ଦୂରରେ ଥିବା ଏକ ପରିତ୍ୟକ୍ତ କୂଅରୁ ଏମାନେ ପାଣି ଆଣନ୍ତି ।ଏହି ପାଣିକୁ ପାନୀୟ ଜଳ ରୂପେ ବ୍ୟବହାର କରନ୍ତି । ଏହି ପାଣି ପିଇବା ଦ୍ଵାରା ବିଭିନ୍ନ ଚର୍ମ ରୋଗରେ ପୀଡିତ ହୁଅନ୍ତି ଲୋକେ । ତଥାପି ବିକଳ୍ପ ନଥିବାରୁ ସକାଳ ସନ୍ଧ୍ୟା ଦୁଇ ବେଳା ଏଠାକାର ମହିଳା ମାନେ ପାଣି ଆଣିବା ପାଇଁ ଲମ୍ବା ଧାଡ଼ିରେ ବିଲ ଗହିର ମଧ୍ୟରେ ଥିବା ଏହି କୂଅ ନିକଟକୁ ଆସନ୍ତି ।

Advertisment
ଏମିତି ଦୃଶ୍ୟ ଏଠି ନିତିଦିନିଆଏମିତି ଦୃଶ୍ୟ ଏଠି ନିତିଦିନିଆ

ଏହି କୂଅ ଭିତରେ ଗଛ ଲତା ହୋଇଥିବା ବେଳେ ଏହା ଅସ୍ବାସ୍ଥ୍ୟକର ହୋଇ ପଡ଼ିଛି । ତଥାପି ଜୀବନ ବଞ୍ଚାଇବା ପାଇଁ ଏହି କୂଅ ଉପରେ ନିର୍ଭର କରୁଛନ୍ତି ଏଠାକାର ବାସିନ୍ଦା । ଗାଁ ଭିତରେ ଗୋଟେ ନଳକୂଅ ଥିଲେ ମଧ୍ୟ ତାହା ପିଇବା ଉପଯୋଗୀ ନୁହେଁ । ତଥାପି କିଛି ମହିଳା ଏହି ନଳକୂପ ପାଣି ନେଇ ଅନ୍ୟ କାର୍ଯ୍ୟରେ ଲଗାଇ ଥାଆନ୍ତି। ସରକାରଙ୍କ ବସୁଧା ଯୋଜନାରେ ଆଜିଯାଏ ପାନୀୟ ଜଳ ପହଞ୍ଚି ନପାରିବା ଅତି ଦୁର୍ଭାଗ୍ୟର ବିଷୟ ବୋଲି ଲୋକେ କହନ୍ତି ।

ତିନି ପୁରୁଷ ଧରି ରହି ଆସୁଥିବା ଏହି ଲୋକ ମାନଙ୍କ ମୂଳ ସମସ୍ୟା ହେଲା ସେମାନଙ୍କ ଜମି ପଟ୍ଟା ନାହିଁ । ଯାହାଦ୍ବାରା ସେମାନେ ସରକାରଙ୍କ ଯୋଜନା ପାଇବାରୁ ବଞ୍ଚିତ ହେଉଛନ୍ତି । ଭଙ୍ଗା ଚାଳ ଛପର ଘରେ ଜରିପାଲ ପକାଇ ରହୁଥିଲେ ମଧ୍ୟ ଏମାନଙ୍କ ପାଇଁ ଆବାସ ଯୋଜନା ସତେ ଯେପରି ସାତସ୍ବପ୍ନ ହୋଇ ପଡିଛି । ଆଗକୁ ଗ୍ରୀଷ୍ମ ପ୍ରବାହ ଯୋର୍ ହେବ । ଯଦି ଏବେ ଠାରୁ ଏହି ଗ୍ରାମବାସୀଙ୍କ ପାନୀୟ ଜଳ ସମସ୍ୟାର ସମାଧାନ ନ କରାଯାଏ ତେବେ ଆଗକୁ ନାନା ଅସୁବିଧାର ସମ୍ମୁଖୀନ ହେବେ ଗ୍ରାମବାସୀ ।

ଏ ନେଇ କଟକ ଜିଲ୍ଲାପାଳ କହିଛନ୍ତି ଏହି ବ୍ଲକରେ ଆହୁରି ୪ଟି ଆଦିବାସୀ ଗାଁ ଅଛି ସେମାନଙ୍କ ଜମି ପଟ୍ଟା ସମସ୍ୟା ଦୂର ହୋଇଗଲେ ସମସ୍ତ ସରକାରୀ ଯୋଜନା ମିଳି ପାରିବ। ତେବେ ସରକାର ଏମାନଙ୍କୁ ଜମି ପଟ୍ଟା କେବେ ପ୍ରଦାନ କରୁଛନ୍ତି ଓ ଏମାନଙ୍କ ନିକଟରେ ସରକାରୀ ଯୋଜନା କେବେ ପହଞ୍ଚି ପାରୁଛି ତାହା କେବଳ ଦେଖିବାକୁ ବାକି ରହିଲା ।

Drinking Water Crisis In Odisha Drinking Water Scarcity In Odishs This Summer Drinking Water Crisis Tubewell
Advertisment
Advertisment