Advertisment

Waqf Bill Row: ‘ପାଣ୍ଡିଆନ୍ କିଏ ମୁଁ ଜାଣିନି, ସିଏ ଏବେ ଇତିହାସ’

ଦେବାଶିଷ ସାମନ୍ତରାୟଙ୍କ ସପକ୍ଷରେ ବାହାରିଲେ ସମ୍ବିତ ରାଉତରାୟ । ଟ୍ବିଟ୍‌ କରି ଦେବାଶିଷ ସାମନ୍ତରାୟଙ୍କୁ ଆକ୍ଷେପ କରିବା ଠିକ୍‌ ହେଲାନି । ଏପରି ଟ୍ୱିଟ୍‌ କରିବା ପୂର୍ବରୁ ଟିକେ ଭାବିବାର ଥିଲା ବୋଲି କହିଲେ ।

author-image
Sujit kumar Swain
ଅଦ୍ୟତନ ହୋଇଛି
Sambit Routray Calls VK Pandian Part of the Past

Sambit Routray Calls VK Pandian Part of the Past

ବିଜେଡ଼ିରେ ବଡ଼ ହଲଚଲ ଭିତରେ ବଡ଼ ବୟାନ ଦେଲେ ସମ୍ବିତ ରାଉତରାୟ । ପାରଦୀପର ପୂର୍ବତନ ବିଧାୟକଙ୍କ ବୟାନ ପୁଣି ଚର୍ଚ୍ଚାର ବିଷୟ ପାଲିଟିଛି । ଦେବାଶିଷ ସାମନ୍ତରାୟଙ୍କ ସପକ୍ଷରେ ବାହାରିଲେ ସମ୍ବିତ ରାଉତରାୟ । ଟ୍ବିଟ୍‌ କରି ଦେବାଶିଷ ସାମନ୍ତରାୟଙ୍କୁ ଆକ୍ଷେପ କରିବା ଠିକ୍‌ ହେଲାନି । ଏପରି ଟ୍ୱିଟ୍‌ କରିବା ପୂର୍ବରୁ ଟିକେ ଭାବିବାର ଥିଲା ବୋଲି କହିଲେ । 

Advertisment

ଅନ୍ୟପକ୍ଷେ ପାଣ୍ଡିଆନଙ୍କ କଥା ପଚାରିବାରୁ ଚିହିଁକି ଉଠିଲେ ସମ୍ବିତ ରାଉତରାୟ । କହିଲେ , ପାଣ୍ଡିଆନ୍ କିଏ ମୁଁ ଜାଣିନି। ସିଏ ଏବେ ଇତିହାସ। କାରଣ ସେ ସନ୍ୟାସ ନେଇ ସାରିଛନ୍ତି। ନିର୍ବାଚନ ପୂର୍ବରୁ ଭିକେ ପାଣ୍ଡିଆନଙ୍କୁ ବିଜେଡିରେ ପୂଜା କରାଯାଉଥିଲା । ଥାଟ ବାଟ ସବୁ ମିଳିଥିଲା । ନେତା ପାଲ ଟାଣୁଥିଲେ, ପାଣ୍ଡିଆନ୍ ଷ୍ଟେଜ୍ ଚଢୁଥିଲେ। ଏବେ ସେଇ ଦଳର ନେତା ସମ୍ବିତ ରାଉତରାୟ କହୁଛନ୍ତି, ପାଣ୍ଡିଆନ୍ କିଏ ? ଯାହା ଏବେ ଚର୍ଚ୍ଚାର ବିଷୟ ପାଲିଟିଛି। 

ଅଧିକ ପଢ଼ନ୍ତୁ: ଦି' ଫାଳ ବିଜେଡି; ପାଣ୍ଡିଆନ ସପକ୍ଷବାଦୀ ଓ ବିପକ୍ଷବାଦୀ

ଏପଟେ ୱକ୍‌ଫ ବିଲ୍‌କୁ ସମର୍ଥନ ପଛରେ ଡିଲ୍‌ କରିଛନ୍ତି ମାନସ ମଙ୍ଗରାଜ । ତେଣୁ ବିଜେଡିର ଯୁବକ ଓ ଛାତ୍ରମାନେ ଆଗାମୀ ଦିନରେ ସାଂସଦ ମାନସ ମଙ୍ଗରାଜ ଓ ସସ୍ମିତ ପାତ୍ରଙ୍କୁ ଜୋରଦାର ବିରୋଧ କରିବେ ବୋଲି କହିଛନ୍ତି ବିଜେଡିର ଯୁବନେତା ନୀଳମାଧବ ମହାନ୍ତି । ୱାକଫ ବିଲରେ ବିବେକାନୁମୋଦିତ ଭୋଟ ଦେବା ପାଇଁ ଯେଉଁ ନିଷ୍ପତ୍ତି ନିଆଗଲା, ତାହା ବିଜୁ ଯୁବ ଓ ଛାତ୍ର ସଂଗଠନକୁ ମର୍ମାହତ କରିଥିବା ସେ କହିଛନ୍ତି ।

Advertisment

ତାଙ୍କ କହିବା ଅନୁସାରେ, ଭୋଟିଂ ପରଦିନ ଆମେ ସସ୍ମିତ ପାତ୍ରଙ୍କୁ ଫୋନ୍‌ କରି ପଚାରିଥିଲୁ, ଏମିତି ନିଷ୍ପତ୍ତି କାହିଁକି ନିଆଗଲା ? ସେ କହିଥିଲେ, ଇନଷ୍ଟ୍ରକସନ୍ ଥିଲା । କିଏ ଇନଷ୍ଟ୍ରକସନ ଦେଇଥିଲେ ପଚାରିବାରୁ ସେ କହିଲେ, ମାନସ ମଙ୍ଗରାଜ । ବିବେକ ଅନୁଯାୟୀ ଭୋଟ୍‌ ପାଇଁ ସାଂସଦ ମାନସ ମଙ୍ଗରାଜ କହିଥିଲେ । ଏହା କହିଛନ୍ତି ନୀଳମାଧବ ।

ମାନସ ମଙ୍ଗରାଜ ବିଜେପିର ଦଲାଲ ସାଜିଛନ୍ତି । ଯେଉଁମାନେ କଷ୍ଟ କରି ସମୟ ଦେଇ ଦଳକୁ ଗଢିଥିଲେ, ଦଳ ପାଇଁ କାମ କରୁଥିଲେ, ସେମାନଙ୍କୁ ଆଜି ଗୁରୁତ୍ୱ ଦିଆଯାଉନି । କିଛି ଲୋକ ବିନା କଷ୍ଟରେ ଦଳକୁ ଆସିଛନ୍ତି । ସେମାନେ ବେପାର ଚଳେଇଛନ୍ତି ବୋଲି ଅଭିଯୋଗ କରିଛନ୍ତି ନୀଳମାଧବ । ସେ କଡା ଭାଷାରେ ଏହି ନେତାମାନଙ୍କର ସମାଲୋଚନା କରିଛନ୍ତି । ନବୀନ ପଟ୍ଟନାୟକଙ୍କ ଦୟାରେ ସେମାନେ ରାଜ୍ୟସଭାକୁ ଯାଇଛନ୍ତି । ବିଜେଡିରେ ପତିଆରା ବିସ୍ତାର କରିଛନ୍ତି ।

ଅଧିକ ପଢ଼ନ୍ତୁ: ନବୀନ ନିବାସରେ ପହଞ୍ଚିଲେ ବଡ଼ ନେତା, କାର୍ଯ୍ୟାନୁଷ୍ଠାନକୁ ଅପେକ୍ଷା 

BJD Politics VK Pandian Sambit Routray
Advertisment
Advertisment