Advertisment

OJEE 2025: ମେ' ୨ରୁ ଓଜେଇଇ ପରୀକ୍ଷା; ଜାଣନ୍ତୁ ସମୟ ସୂଚୀ...

ମେ' ୨ ତାରିଖରୁ ଓଡ଼ିଶା ଯୁଗ୍ମ ପ୍ରବେଶିକା ପରୀକ୍ଷା ବା OJEE । ୨ ତାରିଖରୁ ଆରମ୍ଭ ହୋଇ ୧୨ ତାରିଖରେ ସରିବ । ପ୍ରତିଦିନ ତିନୋଟି ସିଫ୍ଟରେ ପରୀକ୍ଷା ହେବ ।

author-image
Namita Biswal
ଅଦ୍ୟତନ ହୋଇଛି
OJEE

OJEE

ଆସନ୍ତା ମେ' ୨ ତାରିଖରୁ ଆରମ୍ଭ ହେଉଛି ଓଡ଼ିଶା ଯୁଗ୍ମ ପ୍ରବେଶିକା ପରୀକ୍ଷା ବା OJEE । ୩ଟି ପର୍ଯ୍ୟାୟରେ ପରୀକ୍ଷା ହେବ । କମ୍ୟୁଟର ବେସଡ ଟେଷ୍ଟ ବା ସିବିଟି ମାଧ୍ୟମରେ ପରୀକ୍ଷା କରାଯିବ । ପୂର୍ବାହ୍ଣ ୮ଟା ୩୦ରୁ ୧୦ଟା ୩୦, ମଧ୍ୟାହ୍ନ ୧୨ଟା ୩୦ରୁ ଅପରାହ୍ଣ ୨ଟା ୩୦ ଏବଂ ଅପରାହ୍ଣ ୪ଟା ୩୦ରୁ ସନ୍ଧ୍ୟା ୬ଟା ୩୦ ମଧ୍ୟରେ ପରୀକ୍ଷା ହେବା ନେଇ ସୂଚନା ରହିଛି । 

Advertisment
OJEE 2025ଓଜେଇଇ 
 
 

ଅଧିକ ପଢ଼ନ୍ତୁ:କାହା ହାତରେ ଅଛି ପାକିସ୍ତାନ ପରମାଣୁ ବୋମାର ରିମୋଟ୍

ପରୀକ୍ଷା ଆସନ୍ତା ମେ' ୨ ତାରିଖରୁ ଆରମ୍ଭ ହୋଇ ୧୨ ତାରିଖରେ ସରିବ । ଏହି ସମୟରେ ବି. ଫାର୍ମ, ଏମସିଏ, ବେସିକ ବିଏସସି ନର୍ସିଂ ଆଦି ପ୍ରବେଶିକା ପରୀକ୍ଷା ହେବ । ଏନେଇ ଓଜେଇଇ ପକ୍ଷରୁ ସୂଚନା ମିଳିଛି । 

ରାଜ୍ୟରେ ଥିବା ସରକାରୀ ଓ ଘରୋଇ ବିଶ୍ୱବିଦ୍ୟାଳୟ ଏବଂ କଲେଜର B.Pharm, MCA, MBA, M.Tech, ଇଣ୍ଟିଗ୍ରେଟେଡ୍ MBA, ଲାଟେରାଲ ଏଣ୍ଟ୍ରି ଟେକ୍ ଓ ଫାର୍ମା, ଏମ୍. ଆର୍କ, ଏମ୍. ପ୍ଲାନ, ବି. କାଟ୍ ପାଠ୍ୟକ୍ରମରେ ନାମଲେଖା ଲାଗି ଏହି ପ୍ରବେଶିକା ପରୀକ୍ଷା କରାଯିବ । ପ୍ରତିଦିନ ତିନୋଟି ସିଫ୍ଟରେ ସାଢେ ୮ଟାରୁ ସାଢେ ୧୦ଟା, ସାଢେ ୧୨ଟାରୁ ସାଢେ ୨ଟା ଏବଂ ସାଢେ ୪ଟାରୁ ସାଢେ ୬ଟା ଯାଏ ଏହି ପରୀକ୍ଷା ଚାଲିବ । 

Advertisment
Advertisment
Advertisment