Advertisment

Ghadei Targets BJD: ପ୍ରଫୁଲ୍ଲଙ୍କ ବିସ୍ଫୋରକ ମନ୍ତବ୍ୟରେ ଘାଇଲା ବିଜେଡି; ସାମ୍ନାକୁ ଆସିଲେ ପ୍ରମିଳା

ଗତକାଲି ବିଜେଡିର ପୋଲ ଖୋଲି ପ୍ରଫୁଲ୍ଲ କହିଥିଲେ, ଦଳୀୟ ଚକ୍ରାନ୍ତର ଶିକାର ହୋଇ ପ୍ରୀତିରଞ୍ଜନଙ୍କୁ କୋରେଇ ଆସନ ଛାଡ଼ିବାକୁ ପଡିଥିଲା। ପ୍ରୀତିରଞ୍ଜନ ଓ କୋରେଇବାସୀଙ୍କ ଇଛା ବିରୋଧରେ ପ୍ରୀତିରଞ୍ଜନଙ୍କୁ ଯିବାକୁ ପଡିଲା ସୁକିନ୍ଦା।

author-image
Tapaswini Nayak
ଅଦ୍ୟତନ ହୋଇଛି
BJD

BJD

ବିଜେଡିରେ ଚାଲିଛି କି ପାଲା? ବିଜେଡିର ଶୋଚନୀୟ ପରାଜୟ ପରେ ବୋଲ ମାନୁନି ବିଜେଡି ନେତାଙ୍କ ତୁଣ୍ଡ। ଗୋଟିଏ ପରେ ଗୋଟିଏ ନେତା ନିଜର ତୁଣ୍ଡ ଖୋଲୁଛନ୍ତି। ବରିଷ୍ଠ ବିଜେଡି ନେତା ଅମର ଶତପଥୀ, ପ୍ରସନ୍ନ ପାଟ୍ଟଶାଣୀଙ୍କ ପରେ ପରେ ଏବେ ସାମ୍ନାକୁ ଆସିଛନ୍ତି
ପୂର୍ବତନ ମନ୍ତ୍ରୀ ପ୍ରଫୁଲ୍ଲ ଚନ୍ଦ୍ର ଘଡ଼ାଇ। ଗତକାଲି ଏକ କାର୍ଯ୍ୟକ୍ରମରେ ପୁଅ ପ୍ରୀତିରଂଜନଙ୍କ ସଂପର୍କରେ ମନ୍ତବ୍ୟ ଦେବା ସହ ବିଜେଡିର ଖୋଲିଥିଲେ ପୋଲ୍। ଦଳରେ ଷଡ଼ଯନ୍ତ୍ର ଚାଲିଥିଲା, ଅହଂକାର ଯୋଗୁ ବିଜେଡିର ପରାଜୟ ହୋଇଛି ବୋଲି ସେ କହିଥିଲେ। ଯାହାର ଆଜି କଡ଼ା ଜବାବ ଦେଇଛନ୍ତି ବିଜେଡି ନେତ୍ରୀ ତଥା ବିରୋଧୀ ଦଳ ମୁଖ୍ୟ ସଚେତକ ପ୍ରମିଳା ମଲ୍ଲିକ।

Advertisment

ସେ କହିଛନ୍ତି, ପ୍ରଫୁଲ୍ଲ ଜାଣିଥିବେ କେଉଁଠି କିଏ ଷଡ଼ଯନ୍ତ୍ର କରିଥିଲା। ଆମେ ଜାଣିନୁ। ଦଳରେ କେଉଁ ଜାଗାରେ ଷଡ଼ଯନ୍ତ୍ର ଚାଲିନି। କୌଣସି ଜାଗାରେ ଦଳ ଭିତରେ କୌଣସି ଷଡ଼ଯନ୍ତ୍ର ଚାଲିନି। ଆଗରୁ ହୋଇ ନଥିଲା କି ଏବେ ବି ହେଉନି। ଦଳ ଯେମିତି ନବୀନ ପଟ୍ଟନାୟକଙ୍କ ନେତୃତ୍ୱରେ ଚାଲିଥିଲା ସେମିତି ଚାଲିଛି।

ଦଳରେ କିଛି ଅହଂକାର ବଢିନି କି କାହାର ଅହଂକାର ବଢିନି। ଦଳ ଯେମିତି ଚାଲିବା କଥା ଚାଲିଛି। ପ୍ରଫୁଲ୍ଲ ଘଡେ଼ଇ କାହିଁକି କହୁଛନ୍ତି ତାଙ୍କୁ ପଚାରନ୍ତୁ। ଆଉ କିଏ ଷଡ଼ଯନ୍ତ୍ର କରିଥିଲା ତାଙ୍କୁ ପଚାରୁ ନାହାନ୍ତି କାହିଁକି ବୋଲି କହିଛନ୍ତି ପ୍ରମିଳା।.

Advertisment

ଗତକାଲି ବିଜେଡିର ପୋଲ ଖୋଲି ପ୍ରଫୁଲ୍ଲ କହିଥିଲେ, ଦଳୀୟ ଚକ୍ରାନ୍ତର ଶିକାର ହୋଇ ପ୍ରୀତିରଞ୍ଜନଙ୍କୁ କୋରେଇ ଆସନ ଛାଡ଼ିବାକୁ ପଡିଥିଲା। ପ୍ରୀତିରଞ୍ଜନ ଓ କୋରେଇବାସୀଙ୍କ ଇଛା ବିରୋଧରେ ପ୍ରୀତିରଞ୍ଜନଙ୍କୁ ଯିବାକୁ ପଡିଲା ସୁକିନ୍ଦା। ସେତେବେଳେ ସୁକିନ୍ଦା ପାଇଁ ନୋମିନେସନ ଫାଇଲ କରିବାକୁ ଯିବାବେଳେ ପ୍ରୀତିରଞ୍ଜନଙ୍କ ଆଖିରୁ ଲୁହ ଝରିପଡୁଥାଏ। କୋରେଇବାସୀ କହୁଥାନ୍ତି ଡାନିଭାଇ ଆମ କୋରେଇ ପାଇଁ ନୋମିନେସନ କର, ସୁକିନ୍ଦା ପାଇଁ କର ନାହିଁ। ସେ ଦୃଶ୍ୟ ମୁଁ ଦେଖିଛି। ମୋ ଆଖିରୁ ମଧ୍ୟ ଲୁହ ଆସିଯାଉଥାଏ। ଦଳୀୟ ରାଜନୀତିର ଶିକାର ହୋଇ ସେଦିନ ଠାରୁ ମୁଁ ସକ୍ରିୟ ରାଜନୀତିରୁ ଦୂରେଇଯାଇଛି ବୋଲି କହିବା ସହ ବଡ଼ ମନ୍ତବ୍ୟ ଦେଇଥିଲେ ପ୍ରଫୁଲ୍ଲ ଚନ୍ଦ୍ର ଘଡ଼େଇ।

ପ୍ରଫୁଲ୍ଲ ଆହୁରି କହିଛନ୍ତି, ପ୍ରୀତିରଞ୍ଜନ ତାର ଜନ୍ମମାଟି, ପ୍ରିୟମାଟି ଓ ବନ୍ଧୁ ବାନ୍ଧବଙ୍କୁ ଛାଡି ସୁକିନ୍ଦା ଯାଇଛି। ଅହଂକାରରେ ରାଜନୈତିକ ଦଳ ଭାଙ୍ଗିଯାଏ। ଗର୍ବ ଅହଙ୍କାର ଜୀବନର ବଡ଼ ଶତ୍ରୁ। ଅହଙ୍କାର ବହୁତ କ୍ଷତି କରେ। ଅହଂକାରରେ ବ୍ୟକ୍ତି ନଷ୍ଟ ହୋଇଯାଏ। ଅହଙ୍କାରରେ ସରକାର ଭାଙ୍ଗିଯାଏ। ଅହଙ୍କାରରେ ସମାଜ ବି ଓଲଟି ପଡେ ବୋଲି କୋରେଇ ନିର୍ବାଚନ ମଣ୍ଡଳୀ କରଦା ହରିହାଟ ମହୋତ୍ସବ ମଞ୍ଚରୁ ଏଭଳି ମନ୍ତବ୍ୟ ଦେଇଥିଲେ ପ୍ରଫୁଲ୍ଲ ଘଡ଼େଇ।

 ଅଧିକ ପଢ଼ନ୍ତୁ: ହଲର ବଲର ନେତାଙ୍କୁ ନେଇ ଚିନ୍ତାରେ ବିଜେଡି ସୁପ୍ରିମୋ

Naveen Patnaik BJD Prafulla Ghadei Family Photos
Advertisment
Advertisment