Advertisment

Odisha Budget Session 2025: ଅଷ୍ଟମ ଶ୍ରେଣୀ ପିଲା ଜାଣିନାହାନ୍ତି ଫେଡ଼ାଣ, ହରଣ

୨୦୧୪ରେ ଅଷ୍ଟମ ଶ୍ରେଣୀର  ୬୪.୪% ପିଲା ଫେଡ଼ାଣ ଜାଣିନଥିବା ବେଳେ୨୦୨୪ରେ ୬୯.୫% ପିଲା ମଧ୍ୟ ଫେଡ଼ାଣ  ଜାଣିନାହାନ୍ତି। ସେହିପରି ୨୦୧୪ରେ ୩୭.୯% ହରଣ ଜାଣି ନ ଥିବାବେଳେ ୨୦୨୪ରେ ତାହା ଏବେ ୪୫.୮%ରେ ପହଞ୍ଚିଛି।

author-image
Tapaswini Nayak
ଅଦ୍ୟତନ ହୋଇଛି
Student

Student

ପ୍ରକାଶ ପାଇଛି 'ଅସର' ରିପୋର୍ଟ। ଫେଡ଼ାଣ, ହରଣ ଜାଣିନାହାନ୍ତି ଅଷ୍ଟମ ଶ୍ରେଣୀ ପିଲା । ୬୮.୫% ପିଲା ଫେଡ଼ାଣ ଓ ୪୫.୫% ପିଲା ହରଣ ଜାଣିନାହାନ୍ତି । ଶିକ୍ଷା ବ୍ୟବସ୍ଥାର ବିପର୍ଯ୍ୟସ୍ତ ସ୍ଥିତି ସମ୍ପର୍କରେ ଆଜି ଗୃହରେ ଲିଖିତ ଉତ୍ତର ରଖିଛନ୍ତି ଗଣଶିକ୍ଷା ମନ୍ତ୍ରୀ ନିତ୍ୟାନନ୍ଦ ଗଣ୍ଡ ।

Advertisment

ଅସର୍ ରିପୋର୍ଟ ଅନୁସାରେ, ୨୦୧୪ରେ  ୬୪.୪% ପିଲା ଫେଡ଼ାଣ ଜାଣିନଥିବା ବେଳେ୨୦୨୪ରେ ୬୯.୫% ପିଲା ମଧ୍ୟ ଫେଡ଼ାଣ  ଜାଣିନାହାନ୍ତି। ସେହିପରି ୨୦୧୪ରେ ୩୭.୯% ପିଲା ହରଣ ଜାଣି ନ ଥିବାବେଳେ ୨୦୨୪ରେ ତାହା ଏବେ ୪୫.୮%ରେ ପହଞ୍ଚିଛି।

ଅନ୍ୟପଟେ ୪୧୫ପ୍ରାଥମିକ ସ୍କୁଲ, ୧୧୫ଟି ଉଚ୍ଚ ପ୍ରାଥମିକ ସ୍କୁଲ ଓ ୨୫ଟି ଉଚ୍ଚ ବିଦ୍ୟାଳୟରେ ଛାତ୍ରୀଙ୍କ ପାଇଁ ଶୌଚାଳୟ ନାହିଁ। ୨୦୨୪-୨୫ ଆର୍ଥିକ ବର୍ଷରେ ୭୨୪ଟି ବାଳିକା ଶୌଚାଳୟ ନିର୍ମାଣ ପାଇଁ ବ୍ୟୟବରାଦ କରାଯାଇଥିବା ମନ୍ତ୍ରୀ ଉତ୍ତର ରଖିଛନ୍ତି।

Advertisment

ଉଲ୍ଲେଖଯୋଗ୍ୟ, ଆଜି ବି ସୁରୁଖୁରରେ ଚାଲିପାରିନି ବିଧାନସଭା। ପ୍ରଥମେ ଦିନ ୧୨ଟା ଆଉ ତାପରେ ଅପରାହ୍ନ ୪ଟା ଯାଏ ଗୃହକୁ ମୁଲତବି କରିଛନ୍ତି ବାଚସ୍ପତି । ବିରୋଧୀଙ୍କ ପ୍ରବଳ ହଟ୍ଟଗୋଳ ଯୋଗୁ ଗୃହରେ ଅଚଳାବସ୍ଥା ଜାରି ରହିଛି । ବିଧାନସଭା ବଜେଟ ଅଧିବେଶନର ଆଜି ଦ୍ୱିତୀୟ ଦିନରେ ଆରମ୍ଭରୁ ଗୃହକୁ ଅଚଳ କରିଥିଲେ ବିରୋଧୀ ବିଜେଡି ଓ କଂଗ୍ରେସ। ବିରୋଧୀ ବିଜେଡି ଓ କଂଗ୍ରେସ ସଦସ୍ୟମାନେ ଗୃହ ମଧ୍ୟଭାଗକୁ ଆସି ଦେଇଥିଲେ ନାରାବାଜି।

ରାଜ୍ୟରେ ଆଇନଶୃଙ୍ଖଳା ବିପର୍ଯ୍ୟସ୍ତ ହୋଇପଡ଼ିଥିବା ନେଇ କଂଗ୍ରେସ ହୋହଲ୍ଲା କରିଥିବାବେଳେ ଧାନ ମଣ୍ଡିରେ କଟନିଛଟନୀ ନେଇ ହଟ୍ଟଗୋଳ କରିଥିଲା ବିଜେଡି। ଫଳରେ ବାଧ୍ୟହୋଇ ବାଚସ୍ପତି ଗୃହକୁ ପ୍ରଥମେ ଦିନ ୧୨ଟା ଯାଏଁ ମୁଲତବି ଘୋଷଣା କରିଥିଲେ। ପରେ ୧୨ଟାରେ ଗୃହ କାର୍ଯ୍ୟ ଆରମ୍ଭ ହେବାମାତ୍ରେ ପୁଣି ହଟ୍ଟଗୋଳ କରିଥିଲେ ବିଜେଡି ସଦସ୍ୟ । ଗୃହର ମଧ୍ୟଭାଗରେ ହୋହଲ୍ଲା ଯୋଗୁ ୪ଟା ଯାଏଁ ମୁଲତବି ଘୋଷଣା କରିଥିଲେ ବାଚସ୍ପତି। ବିଜେପି କହିଛି, ବିରୋଧୀ ଅପ୍ରସଙ୍ଗକୁ ପ୍ରସଙ୍ଗ କରୁଛନ୍ତି। କଂଗ୍ରେସ ମୁଲତବୀ ପ୍ରସ୍ତାବ ଉପରେ ଆଲୋଚନା ପାଇଁ ଆମେ ପ୍ରସ୍ତୁତ ଥିଲୁ। କିନ୍ତୁ ପ୍ରଶ୍ନକାଳରେ ବିକ୍ଷୋଭ କରିବାର କୌଣସି ଆବଶ୍ୟକତା ନଥିଲା କହିଛି ବିଜେପି।

 ଅଧିକ ପଢ଼ନ୍ତୁ:  ପ୍ରଫୁଲ୍ଲଙ୍କ ବିସ୍ଫୋରକ ମନ୍ତବ୍ୟରେ ଘାଇଲା ବିଜେଡି; ସାମ୍ନାକୁ ଆସିଲେ ପ୍ରମିଳା।

Schools BJP Student Budget Session
Advertisment
Advertisment