Advertisment

Bahanaga Train Tragedy: କାହିଁକି ପ୍ରମାଣ ନଷ୍ଟ ଉଦ୍ୟମ କରିଥିଲେ ଗିରଫ ୩ ଅଭିଯୁକ୍ତ ?

ରିମାଣ୍ଡରେ ନେଇ ଚନ୍ଦକା ଥାନାରେ ସିବିଆଇର ଖୋଳତାଡ଼ । ଏଣେ କର୍ମଚାରୀଙ୍କ ତ୍ରୁଟି ନା ଅନ୍ତର୍ଘାତୀ ପ୍ଲାନ୍ ।

author-image
Satyendu Shekher Mishra
undefined

Bahanaga Train Tragedy

ବାହାନଗା ଟ୍ରେନ୍ ଟ୍ରାଜେଡି ପଛର ସତ କ’ଣ ? ରେଳ କର୍ମଚାରୀଙ୍କ ବ୍ୟକ୍ତିଗତ ଅବହେଳା ନା ସୁପରିକଳ୍ପିତ ଷଡ଼ଯନ୍ତ୍ର ? ନା ରହିଛି ବାହ୍ୟଶକ୍ତିର ସମ୍ପୃକ୍ତି ? କାହିଁକି ପ୍ରମାଣ ନଷ୍ଟ କରିବାକୁ ଚେଷ୍ଟା କରିଥିଲେ ଗିରଫ ୩ ଅଭିଯୁକ୍ତ ? ମାସାଧିକକାଳ ତଦନ୍ତ ପରେ ଗତକାଲି ୩ ରେଳ କର୍ମଚାରୀ- ସିନିୟର ସେକ୍ସନ ଇଞ୍ଜିନିୟର ଅରୁଣ ମହାନ୍ତ, ସେକ୍ସନ ଇଞ୍ଜିନିୟର ମହମ୍ମଦ ଅମୀର ଖାନ୍ ଓ ଟେକ୍ନିସିଆନ ପପୁ କୁମାରଙ୍କୁ ଗିରଫ କରି ୫ ଦିନିଆ ରିମାଣ୍ଡରେ ନେଇ ଖୋଳତାଡ଼ ଆରମ୍ଭ କରିଛି ସିବିଆଇ।

Advertisment

ଭୁବନେଶ୍ୱର ଚନ୍ଦକା ଥାନାରେ ଆଜି ୩ ଅଭିଯୁକ୍ତଙ୍କୁ ମାରାଥନ ଜେରା କରି ସତ ଓଗାଳିବାକୁ ଚେଷ୍ଟା କରୁଛନ୍ତି କେନ୍ଦ୍ରୀୟ ତଦନ୍ତ ବ୍ୟୁରୋର ଏସପି ଓ ଡିଆଇଜି ରାଙ୍କ ଅଧିକାରୀ। ସେପଟେ ୟା ଭିତରେ ଆଉ ଜଣେ ରେଳ ଅଧିକାରୀଙ୍କୁ ବି ହାଜର ହେବାକୁ ସମନ୍ କରିଛି ସିବିଆଇ । ତେବେ ସେ କିଏ ତାହା ଅଦ୍ୟାବଧି ଅସ୍ପଷ୍ଟ ରହିଥିବାବେଳେ ସିଗ୍ନାଲିଂ ଓ ଟେଲି କମ୍ୟୁନିକେସନ ବିଭାଗ ସହ ଜଡ଼ିତ କିଛି ବଡ଼ ପାହ୍ୟା ଅଫିସର ବି ସିବିଆଇ ସ୍କାନରରେ ଥିବା ସୂଚନା ମିଳିଛି ।

ଏସବୁ ଭିତରେ ପୁଣି ପ୍ରଶ୍ନ- ସିବିଆଇ ଦ୍ୱାରା ଗିରଫ ତିନି ରେଳ କର୍ମଚାରୀଙ୍କର କରମଣ୍ଡଳ ଟ୍ରାଜେଡି ପଛରେ କ’ଣ ଥିଲା ଭୂମିକା ? ରେଳ ବିଶେଷଜ୍ଞଙ୍କ ମତରେ- ଗିରଫ ୩ କର୍ମଚାରୀ ହେଉଛନ୍ତି ଫିଲ୍ଡ ୱାର୍କର। ସିଗ୍ନାଲିଂ ବ୍ୟବସ୍ଥାରେ କୌଣସି ତ୍ରୁଟି ଦେଖାଗଲେ, ଏହାକୁ ଠିକ୍ କରିବାକୁ ପ୍ରଥମେ ଟେକ୍ନିସିଆନକୁ ଦାୟିତ୍ୱ ଦିଆଯାଏ। ଯେଉଁଠି ଟେକ୍ନିସିଆନ୍ ବିଫଳ ହୁଏ ସେକ୍ସନ ଇଞ୍ଜିନିୟର, ସିନିୟର ସେକ୍ସନ ଇଞ୍ଜିନିୟରଙ୍କୁ ବି ଡକାଯାଏ। ଯେହେତୁ ଘଟଣା ଦିନ ବାଲେଶ୍ୱର ଷ୍ଟେସନରୁ କଢ଼ାଯାଇଥିବା ପୁରୁଣା ଇଲେକ୍ଟ୍ରିକ୍ ଲିଫ୍ଟିଂ ବାରିଅର ବା ଇଏଲବିର ସର୍କିଟ୍ ଡିଜାଇନ ପରିବର୍ତ୍ତନ କରାଯାଇ ବାହାନଗା ଷ୍ଟେସନରେ ଲଗାଯାଇଥିଲା, ତେଣୁ ହୁଏତ ଏହି କର୍ମଚାରୀମାନେ ସେଦିନ କାମ ବେଳେ ଉପସ୍ଥିତ ଥିଲେ। ତେଣୁ ଦୁର୍ଘଟଣା ପରେ ଏମାନେ ସିବିଆଇ ସ୍କାନରକୁ ଆସିଥିବେ। ସେମାନଙ୍କ ତ୍ରୁଟି ଥିବା ନେଇ ସିବିଆଇ ଦୃଢ଼ ନିଶ୍ଚିତ ହେବା ପରେ ଗିରଫ କରିଛି ।

Advertisment

ତେବେ ଇଏଲବି ପରିବର୍ତ୍ତନ ପାଇଁ କେବଳ ଯେ ଏହି କର୍ମଚାରୀଙ୍କ ଭୂମିକା ଥିବା ତାହା ନୁହେଁ । କାରଣ ଇଏଲବି କାର୍ଯ୍ୟକାରୀ ପୂର୍ବରୁ ତା କୁ ସିନିୟର ଲେଭଲରେ ଠିକ୍ ଭାବେ ପରୀକ୍ଷା ନିରୀକ୍ଷା କରାଯିବାର ଥିଲା । ଏଣୁ ଏ ଦୁର୍ଘଟଣା ପଛରେ ଡିଭିଜନାଲ ସିଗ୍ନାଲିଂ ଟେଲିକମ୍ୟୁନିକେସନ ଇଞ୍ଜିନିୟର- ଡିଏସ୍‌ଟି, ସିନିୟର ଡିଏସ୍‌ଟି ଓ ଚିଫ୍ ସିଗ୍ନାଲିଂ ଟେଲିକମ୍ୟୁନିକେସନ ଇଞ୍ଜିନିୟରଙ୍କ ଭୂମିକାକୁ ବି ଏଡ଼ାଇ ନଯାଇପାରେ । ଏଣୁ ଏସବୁ ରେଳ ଅଧିକାରୀ ମଧ୍ୟ ସିବିଆଇ ତଦନ୍ତଭୁକ୍ତ ହେବାର ଥିଲା ବୋଲି କହିଛନ୍ତି ରେଳ ବିଶେଷଜ୍ଞ ।

Train Accident
Advertisment
Advertisment