Advertisment

ମହାରାଷ୍ଟ୍ର ରାଜନୀତି: ଅଜିତ୍ ପାୱାର ଉପମୁଖ୍ୟମନ୍ତ୍ରୀ ହେବା ପରେ, ସିନ୍ଦେଙ୍କ ସିଂହାସନ ଟଳମଳ !

ଏକ ବଡ଼ ବୟାନ ଦେଇଛନ୍ତି ଶିବସେନା ନେତା ଆଦିତ୍ୟ ଠାକରେ ।

author-image
Satyendu Shekher Mishra
ଅଦ୍ୟତନ ହୋଇଛି
Ek Nath Shinde

Ek Nath Shinde

ରୋଚକ ସ୍ଥିତିରେ ମହାରାଷ୍ଟ୍ର ରାଜନୀତି । ଘଡ଼ିକେ ଘୋଡ଼ା ଛୁଟୁଛି । କେତେବେଳେ କେଉଁ ନେତା କ’ଣ କହୁଛନ୍ତି, ତାକୁ ନେଇ ଏବେ ମହାରାଷ୍ଟ୍ର ସମେତ ସାରା ଦେଶରେ ଚର୍ଚ୍ଚା । କିଛି ଦିନ ପୂର୍ବରୁ ଏନ୍‌ସିପି ନେତା ଅଜିତ ପାୱାର ମହାରାଷ୍ଟ୍ର ସରକାରରେ ସାମିଲ ହେବା ପରଠାରୁ ପୁଣି ଚର୍ଚ୍ଚାର କେନ୍ଦ୍ରବିନ୍ଦୁ ପାଲଟିଛି ମହାରାଷ୍ଟ୍ର ରାଜନୀତି । ଅଜିତ ପାୱାର ଦଳରେ ସାମିଲ ହେବା ପରେ ତାଙ୍କର ଆଭିମୁଖ୍ୟ କ’ଣ ରହୁଛି ତା ଉପରେ ସମସ୍ତଙ୍କ ନଜର । ତେବେ ଏହାରି ଭିତରେ ଏକ ବଡ଼ ବୟାନ ଦେଇଛନ୍ତି ଶିବସେନା ନେତା ଆଦିତ୍ୟ ଠାକରେ ।

Advertisment

ମହାରାଷ୍ଟ୍ର ମୁଖ୍ୟମନ୍ତ୍ରୀ ଏକନାଥ ସିନ୍ଦେଙ୍କୁ ଇସ୍ତଫା ଦେବାକୁ କୁହାଯାଇଛି ବୋଲି ଶନିବାର ଦାବି କରିଛନ୍ତି ଶିବସେନା ନେତା ଆଦିତ୍ୟ ଠାକରେ । ସେ କହିଛନ୍ତି, ‘ଏନ୍‌ସିପି ନେତା ଅଜିତ ପାୱାର ସାମିଲ ହେବା ପରେ ମହାରାଷ୍ଟ୍ର ସରକାରରେ କିଛି ପରିବର୍ତ୍ତନ ହୋଇପାରେ ବୋଲି ସଙ୍କେତ ମିଳିଛି। ମୁଁ ତ ଏହା ବି ଶୁଣିବାକୁ ପାଇଛି ଯେ ମୁଖ୍ୟମନ୍ତ୍ରୀ ଏକନାଥ ସିନ୍ଦାଙ୍କୁ ଇସ୍ତଫା ଦେବା ପାଇଁ କୁହାଯାଇଛି’ ।

ସେ ଆହୁରି କହିଛନ୍ତି, ମହାରାଷ୍ଟ୍ରରେ ଏବେ ଅତି ନିମ୍ନ ସ୍ତରର ରାଜନୀତି ଚାଲିଛି । ମୁଖ୍ୟମନ୍ତ୍ରୀଙ୍କ ଚୌକି ବିପଦରେ ରହିଛି । ନୂଆ ମନ୍ତ୍ରୀଙ୍କ ମଧ୍ୟରେ ବିଭାଗ ବଣ୍ଟନ ହୋଇପାରୁ ନାହିଁ। ଏବେ ସେହି ଧୋକାବାଜମାନଙ୍କର କ’ଣ ହେବ, ଯେଉଁମାନେ ଲୋଭରେ ବର୍ଷେ ତଳେ ସେମାନଙ୍କ ମନ୍ତ୍ରୀ ପଦ ଛାଡ଼ି ଦେଇଥିଲେ? ମହାବିକାଶ ଅଘାଡ଼ି ବୈଠକରେ ନିଷ୍ପତ୍ତି ହୋଇଛି ଯେ ଆମେ ଲୋକଙ୍କୁ ନ୍ୟାୟ ଦେବା ପାଇଁ ଏହି ସରକାର ବିରୋଧରେ ଲଢ଼େଇ କରିବୁ। ଏହି ସରକାରରେ ଯେଉଁମାନେ ସାମିଲ ଅଛନ୍ତି, ସେମାନେ ସମସ୍ତେ ନିଜ ସ୍ୱାର୍ଥ ପାଇଁ ଅଛନ୍ତି। ସେମାନେ କେବଳ ଦଳ ଭାଙ୍ଗିବା କାର୍ଯ୍ୟ କରୁଛନ୍ତି।

Advertisment

ଅନ୍ୟପକ୍ଷରେ ମହାରାଷ୍ଟ୍ରର ଉପ-ମୁଖ୍ୟମନ୍ତ୍ରୀ ଦେବେନ୍ଦ୍ର ଫଡନାବିସ କହିଛନ୍ତି, ଆମେ କୌଣସି ଦଳକୁ ଭାଙ୍ଗୁ ନାହଁ। ଯଦି କେହି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ନେତୃତ୍ୱରେ ବିଶ୍ୱାସ ରଖି ଆମ ଦଳରେ ମିଶିବାକୁ ଚାହେଁ, ଆମେ ତାଙ୍କୁ ସ୍ୱାଗତ କରୁ । 

ସେପଟେ ଶରଦ ପାୱାର ଓ ଅଜିତ ପାୱାର କଳି ବି ବଢ଼ିବାରେ ଲାଗିଛି । ୮୨ ବର୍ଷ ବୟସରେ ଶରଦ ପାୱାର ରାଜନୀତିରୁ ସନ୍ୟାସ ନେଇ ଅନ୍ୟମାନଙ୍କୁ ବାଟ ଛାଡ଼ିବା ଉଚିତ ବୋଲି ପୁତୁରା ଅଜିତ ପାୱାର କହିଥିବା ବେଳେ ଏହାର ଜବାବ ରଖିଛନ୍ତି ଖୋଦ ସିନିୟର ପାୱାର । ଏପର୍ଯ୍ୟନ୍ତ କ୍ଳାନ୍ତ ହୋଇ ନ ଥିବାରୁ କାହିଁକି ଅବସର ନେବି ବୋଲି ପ୍ରଶ୍ନ ପଚାରିଛନ୍ତି ଶରଦ ପାୱାର । ମୁଁ କୌଣସି ମନ୍ତ୍ରୀ ପଦରେ ନାହିଁ । କେବଳ ପାର୍ଟି ପାଇଁ କାମ କରୁଛି ଓ କରିବି ବୋଲି ସେ ସ୍ପଷ୍ଟ ଭାବେ କହିଛନ୍ତି । ତେଣୁ ଅବସର ନେବାକୁ ମୋତେ କହିବାକୁ ଅନ୍ୟମାନଙ୍କର କୌଣସି ଅଧିକାର ନାହିଁ ବୋଲି ସେ କହିଛନ୍ତି । ମୁଁ ଏବେ ବି ନିଜକୁ ଯୁବକ ଭାବୁଛି ଓ ଖୁବ୍‌ ସକ୍ରିୟ ଭାବେ କାମ ବି କରି ପାରିବି ବୋଲି ସେ କହିଛନ୍ତି ।

Maharashtra
Advertisment
Advertisment