• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English
Tanmay Kumar Mahalik

ବିଶ୍ୱର ଟପ୍ ଟେନ୍ ଟିମ୍ । ଟ୍ରଫି ପାଇଁ ହେବ ଜୋରଦାର ଟକ୍କର । ଆଜିଠୁ ଆରମ୍ଭ ହେଉଛି କ୍ରିକେଟ୍ ମହାକୁମ୍ଭ । ଏଥର ଭାରତ ଆୟୋଜନ କରୁଥିବା କ୍ରିକେଟ୍ ବିଶ୍ୱକପ୍‌ରେ ୧୦ଟି ଟିମ୍ ଭାଗ ନେଉଛନ୍ତି । ମୋଟ୍ ୪୮ଟି ମ୍ୟାଚ୍ ଖେଳାଯିବ । ବିଶ୍ୱକପ୍‌ର ଉଦଘାଟନୀ ମ୍ୟାଚରେ ଆଜି ମୁହାଁମୁହିଁ ହେବେ ଡିଫେଣ୍ଡିଂ ଚାମ୍ପିଅନ୍ ଇଂଲଣ୍ଡ ଏବଂ ରନର୍ ଅପ୍ ନ୍ୟୁଜିଲାଣ୍ଡ ।

ଅହମ୍ମଦାବାଦ୍ ସ୍ଥିତ ନରେନ୍ଦ୍ର ମୋଦି ଷ୍ଟାଡିୟମରେ ଏହି ମ୍ୟାଚ୍ ଖେଳାଯିବ । ସେପଟେ ଅକ୍ଟୋବର ୮ ତାରିଖରେ ଅଷ୍ଟ୍ରେଲିଆ ବିପକ୍ଷରେ ଭାରତ ବିଶ୍ୱକପ୍ ଅଭିଯାନ ଆରମ୍ଭ କରିବ । ଏହି ମ୍ୟାଚ୍ ଚେନ୍ନାଇରେ ଖେଳାଯିବ । ୧୯ ନଭେମ୍ବରରେ ଫାଇନାଲ୍ ମୁକାବିଲା ହେବା ।

ଭାରତର ୧୦ଟି ଗ୍ରାଉଣ୍ଡରେ ଏହି ମେଗା ପ୍ରତିଯୋଗିତା ଆରମ୍ଭ ହେବାକୁ ଯାଇଛି । ଅକ୍ଟୋବର ୫ରୁ ଅର୍ଥାତ୍‌ ଆଜିଠାରୁ ନଭେମ୍ବର ୧୯ ପର୍ଯ୍ୟନ୍ତ ଅନୁଷ୍ଠିତ ହେବ । ବିଶ୍ୱକପ୍‌ରେ ଇଂଲଣ୍ଡ, ଅଷ୍ଟ୍ରେଲିଆ, ପାକିସ୍ତାନ, ଦକ୍ଷିଣ ଆଫ୍ରିକା, ନ୍ୟୁଜିଲାଣ୍ଡ, ନେଦରଲାଣ୍ଡ୍‌ସ, ବାଂଲାଦେଶ, ଆଫଗାନିସ୍ତାନ ଏବଂ ଶ୍ରୀଲଙ୍କା ଖେଳିବେ ।

ଏସୀୟ ମହାଦେଶର ଏହା ହେବ ସର୍ବବୃହତ କ୍ରିକେଟ ମହାକୁମ୍ଭ । ପୂର୍ବରୁ ଭାରତରେ ୧୯୮୭, ୧୯୯୬ ଓ ୨୦୧୧ରେ ଦିନିକିଆ କ୍ରିକେଟ ବିଶ୍ୱକପ ଆୟୋଜିତ ହୋଇଥିଲେ ମଧ୍ୟ ପ୍ରଥମ ଥର ପାଇଁ ଭାରତ ଏକକ ଭାବେ ଉକ୍ତ ପ୍ରତିଯୋଗିତାକୁ ଆୟୋଜନ କରୁଛି ।

ମୋଟ୍‌ ୧୦ଟି ଗ୍ରାଉଣ୍ଡ ଅହମ୍ମଦାବାଦର ନରେନ୍ଦ୍ର ମୋଦୀ ଷ୍ଟାଡ଼ିୟମ, ମୁମ୍ବଇର ୱାଙ୍ଖଡେ ଓ ପୁଣେରେ, ହାଇଦରାବାଦ୍‌ର ରାଜୀବ ଗାନ୍ଧୀ ଷ୍ଟାଡ଼ିୟମ, ଧର୍ମଶାଳାର ଏଚ୍‌ପିସି ଷ୍ଟାଡ଼ିୟମ, ବାଙ୍ଗାଲୋରର ଏମ୍‌ ଚିନ୍ନାସ୍ୱାମୀ ଷ୍ଟାଡ଼ିୟମ, ଚେନ୍ନଇର ଏମ.ଏ ଚିଦାମ୍ବରମ ଷ୍ଟାଡ଼ିୟମ, କଲକାତାର ଇଡେନଗାର୍ଡେନ, ଲକ୍ଷ୍ନୌର ଏକ୍‌ନା ଷ୍ଟାଡ଼ିୟମରେ ମ୍ୟାଚ ଖେଳାଯିବ ।