Advertisment

କରୋନା ନ ଯାଉଣୁ ଏବେ ପୁଣି ଆସିଲା ‘ମଙ୍କି ଫିଭର୍‌’

ସମଗ୍ର ଦେଶରେ କରୋନାର ତୃତୀୟ ଲହର ମଧ୍ୟରେ କର୍ଣ୍ଣାଟକର ଶିଭାମୋଗାରେ ପୁଣି ଏକ ନୂଆ ରୋଗ ଚିହ୍ନଟ ହୋଇଛି । କର୍ଣ୍ଣାଟକର ଶିଭା ଶିବାମୋଗାର ତିର୍ଥହାଲ୍ଲୀର କୁଡିଜେ ଗାଁର ଜଣେ ୫୭ ବର୍ଷ ବୟସ୍କା ମହିଳା କିଆସାନୁର ଫରୋଷ୍ଟ ଡିଜିଜ୍‌ରେ (Kyasanur Forest Disease) ଆକ୍ରାନ୍ତ ହୋଇଥିବା ସୂଚନା ମିଳିଛି ।

author-image
Otv Khabar Bureau
ଅଦ୍ୟତନ ହୋଇଛି
Karnatka amid mounting fears of covid 19 woman in kudige village tested for kfd in shivamogga

Karnatka amid mounting fears of covid 19 woman in kudige village tested for kfd in shivamogga

ସମଗ୍ର ଦେଶରେ କରୋନାର ତୃତୀୟ ଲହର ମଧ୍ୟରେ କର୍ଣ୍ଣାଟକର ଶିଭାମୋଗାରେ ପୁଣି ଏକ ନୂଆ ରୋଗ ଚିହ୍ନଟ ହୋଇଛି । କର୍ଣ୍ଣାଟକର ଶିଭା ଶିବାମୋଗାର ତିର୍ଥହାଲ୍ଲୀର କୁଡିଜେ ଗାଁର ଜଣେ ୫୭ ବର୍ଷ ବୟସ୍କା ମହିଳା କିଆସାନୁର ଫରୋଷ୍ଟ ଡିଜିଜ୍‌ରେ (Kyasanur Forest Disease) ଆକ୍ରାନ୍ତ ହୋଇଛନ୍ତି ।

Advertisment

୨୦୧୯ ପରେ ଦେଶରେ ପ୍ରଥମ ଥର ପାଇଁ କିଆସାନୁର ଫରୋଷ୍ଟ ଡିଜିଜ୍‌ର ମାମଲା ସାମ୍ମାକୁ ଆସିଛି । ପ୍ରଥମେ ମହିଳା ଜଣକ କିଛି ଦିନ ଧରି ଜ୍ୱରରେ ପୀଡିତ ଥିଲେ, ପରେ ତାଙ୍କ ରକ୍ତ ନମୁନା ପରୀକ୍ଷା ପାଇଁ ପଠାଯାଇଥିବାରୁ ସେ କେଏଫଡିରେ ପୀଡିତ ଥିବା ଜଣାପଡିଥିଲା। ଏହାକୁ ମାଙ୍କି ଫିବର ମଧ୍ୟ କୁହାଯାଏ ।

ଶିବମୋଗାରେ କ୍ରନିକ୍ ରୋଗ ଚିହ୍ନଟ ହେବା ପରେ ପରେ ସ୍ୱାସ୍ଥ୍ୟ ବିଭାଗର ଚିନ୍ତା ମଧ୍ୟ ବଢ଼ିଥିବାର ଦେଖିବାକୁ ମିଳିଛି । ଘନ ଜଙ୍ଗଲ ମଧ୍ୟରେ ରହିଥିବା କୁଡିଜେ ଗାଁରେ ଏହି ରୋଗ ବ୍ୟାପିଥିବା ହେତୁ ଶିବାମୋଗା ସ୍ୱାସ୍ଥ୍ୟ ବିଭାଗ କେଏଫଡି ପାଇଁ ଏହାର ନମୁନା ପରୀକ୍ଷା କରିବାକୁ ନିଷ୍ପତ୍ତି ନେଇଥିଲା । ଆକ୍ରାନ୍ତ ମହିଳାଙ୍କୁ ପୂର୍ବରୁ ତିର୍ଥହାଲୀ ତାଲୁକ ଡାକ୍ତରଖାନାରେ ଭର୍ତ୍ତି କରାଯାଇଥିବାବେଳେ ଗତକାଲି ସନ୍ଧ୍ୟାରେ ମଣିପାଲକୁ ପଠାଯାଇଛି ।

Advertisment

ଏନେଇ ଶିବମୋଗାର ଜିଲ୍ଲା ସ୍ୱାସ୍ଥ୍ୟ ଅଧିକାରୀ ଡ଼ ରାଜେଶ ଏସ୍‌ ଉରାଘିଆଲ୍ଲି (Dr Rajesh S Uragihalli) କହିଛନ୍ତି ଯେ, ‘ମଙ୍କି ଫିଭର ଆକ୍ରାନ୍ତ ମହିଳାଙ୍କ ଠାରେ ସାମାନ୍ୟ ଲକ୍ଷଣ ଦେଖାଯାଇଥିବା ବେଳେ ଚିନ୍ତାର କୌଣସି ବିଷୟ ନାହିଁ । ’

  • କେମିତି ବ୍ୟାପିଥାଏ ‘ମଙ୍କି ଫିଭର’ ବା ‘କିଆସାନୁର ଫରୋଷ୍ଟ ଡିଜିଜ୍‌’

କିଆସାନୁର ଫରୋଷ୍ଟ ଡିଜିଜ୍‌ ସୃଷ୍ଟି କରୁଥିବା ଜୀବାଣୁ ଫ୍ଲାଭିଭାଇରସ୍ ବଂଶର ଏକ ସଦସ୍ୟ । ଏକ ପ୍ରକାର ପୋକ ଦ୍ୱାରା ଏହି ସଂକ୍ରମଣ ବ୍ୟାପିଥାଏ । ଯାହାକୁ ପିସ୍ଲୁ ମଧ୍ୟ କୁହାଯାଏ । ଏହି ପୋକଟି କାମୁଡିବା ତଥା ମାଙ୍କଡ଼ର ସଂସ୍ପର୍ଶରେ ଆସିବା ପରେ ହିଁ ମଣିଷମାନେ ଏହି ରୋଗରେ ଆକ୍ରାନ୍ତ ହୋଇଥାନ୍ତି ।

ବର୍ତ୍ତମାନ ପରୀକ୍ଷା କରାଯାଇଥିବା ମୋଟ୍‌ ୫୦ଟି ନମୁନା ମଧ୍ୟରୁ ଜଣେ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି । ମହିଳା ଜଣକ କିଆସାନୁର ଫରୋଷ୍ଟ ଡିଜିଜ୍‌ ବିରୋଧରେ ଟିକା ନେଇଥିଲେ ବୋଲି ସୂଚନା ମିଳିଛି ।

ଜାତୀୟ ଗଣମାଧ୍ୟମ ଅନୁସାରେ, ୨୦୧୯ ମସିହା ଡିସେମ୍ୱର ମାସରେ କର୍ଣ୍ଣାଟକର ସାଗର ତାଲୁକର ଆର୍ଲାଗୋଡୁ ଅଞ୍ଚଳର ଲୋକମାନେ ପ୍ରଭାବିତ ହୋଇଥିଲେ । ଯେଉଁଥିରେ ପ୍ରାୟ ୨୨ ଜଣଙ୍କ ମୃତ୍ୟୁ ହୋଇଥିଲା ।ଶିବାମୋଗାରେ ଗତ ଦୁଇ ବର୍ଷ ମଧ୍ୟରେ ଏହି ରୋଗ ହେତୁ ମୋଟ ୨୬ ଜଣଙ୍କର ମୃତ୍ୟୁ ହୋଇଥିଲା। ହେଲେ କରୋନା ମହାମାରୀ ଆସିବା ପରେ KFDର ଗ୍ରାଫ୍ ଶୂନ୍ୟ ହୋଇଗଲା । ଏହି ସମୟରେ, ନ୍ୟାସନାଲ ଇନଷ୍ଟିଚ୍ୟୁଟ୍ ଅଫ୍ ଭାଇରୋଲୋଜି (NIV) ର ଏକ ଟିମ୍ ଆର୍ଲାଗୋଡୁ ଗାଁ ପରିଦର୍ଶନ କରିଥିଲେ ।

Monkey Fever
Advertisment
Advertisment