Advertisment

Pahalgam Terror Attack Aftermath: ଭୟଙ୍କର ଘଟଣା, ଛାତିଥରା କାହାଣୀ: ‘ଗୁଳି ମାରିଲେ...ମରିବା ପର୍ଯ୍ୟନ୍ତ ଅପେକ୍ଷା କଲେ’

ଭୟଙ୍କର ଘଟଣାର, ଛାତିଥରା କାହାଣୀ କହିଲେ ଆତଙ୍କବାଦୀ ଆକ୍ରମଣରେ ସହିଦ ହୋଇଥିବା ଶୈଳେଶ କଳାଥିୟାଙ୍କ ପତ୍ନୀ ଶୀତଲ କଳାଥିୟା...

author-image
Sujit kumar Swain
ଅଦ୍ୟତନ ହୋଇଛି
Terrorist shot him waited until he died

Terrorist shot him waited until he died

ମୁଁ ସମସ୍ତଙ୍କୁ ଭିକ୍ଷା ମାଗିଲା ଭଳି ସାହାଯ୍ୟ ମାଗିଲି, କେହି ସାହାଯ୍ୟ କଲେନି । ମୋ ସ୍ୱାମୀଙ୍କର ଜୀବନ ଆତଙ୍କବାଦୀଙ୍କ ଗୁଳିରେ ଚାଲିଗଲା...ଭୟଙ୍କର ଘଟଣାର, ଛାତିଥରା କାହାଣୀ କହିଲେ ଆତଙ୍କବାଦୀ ଆକ୍ରମଣରେ ସହିଦ ହୋଇଥିବା ଶୈଳେଶ କଳାଥିୟାଙ୍କ ପତ୍ନୀ ଶୀତଲ କଳାଥିୟା...

Advertisment

ପହଲଗାମ୍‌କୁ ଆମର ଦୁଇ ପିଲାଙ୍କ ସହ ପରିବାରର ଅନ୍ୟ ସଦସ୍ୟମାନଙ୍କ ସାଥିରେ ୧୦-୧୫ ମିନିଟ୍‌ ପାଇଁ ବୁଲିବାକୁ ଯାଇଥିଲୁ। ସେଠାରେ ପହଞ୍ଚିବା ପରେ ଗୁଳିଚାଳନା ଆରମ୍ଭ ହୋଇଗଲା। ତେଣୁ ଆମେ କରିବୁ ଦ୍ୱନ୍ଦରେ ପଡ଼ିଗଲୁ । ନିକଟରେ ଥିବା ଜଣେ ଦୋକାନୀ ଭାଇଙ୍କୁ ପଚାରିଲୁ...ସେ କହିଲେ ଏମିତି ଶଦ୍ଦ ମୁଁ ପ୍ରଥମ ଥର ଶୁଣୁଛି ...କିଛି ସମୟ ପରେ ଆତଙ୍କୀମାନେ ଆମ ପାଖରେ ପହଞ୍ଚିଗଲେ...ଧର୍ମ ଅନୁସାରେ ଅଲଗା ଅଲଗା ଠିଆ ହେବାକୁ କହିଲେ...ଗୋଟିଏ ପଟେ ହିନ୍ଦୁ , ଅନ୍ୟପଟେ ମୁଲମାନଙ୍କୁ ଠିଆ ହେଲେ...ସବୁ ହିନ୍ଦୁ ପୁରୁଷଙ୍କୁ ୨ରୁ ୩ ମିନିଟ୍‌ ମଧ୍ୟରେ ଗୁଳି କରି ମାରିଦେଲେ ବୋଲି କହିଛନ୍ତି ଶୀତଲ ।

ଅଧିକ ପଢ଼ନ୍ତୁ: ଯୁଦ୍ଧ ହେଲେ କିଏ ଜିତିବ, ଜାଣନ୍ତୁ କାହାର କେତେ ସୈନ୍ୟବଳ...

ଆହୁରି କହିଛନ୍ତି ଯେ, ‘ମୋ ସ୍ୱାମୀ କୋଳରେ ଆହତ ଅବସ୍ଥାରେ ପଡ଼ିଥିଲେ, ଆତଙ୍କବାଦୀମାନେ ମୋ ପାଖରେ ଠିଆ ହୋଇଥିଲେ...ପିଲାମାନଙ୍କ ଭୟରେ ମୁଁ କୁଆଡେ ଯାଇ ପାରୁନଥିଲି...ମୁଁ ଆଶା ରଖିଥିଲି ଯେ ମୋ ସ୍ୱାମୀଙ୍କୁ ରକ୍ଷା କରିବାକୁ କେହି ଆସିବେ। ଆମେ ବହୁତ ଗୁଳିର ଶବ୍ଦ ଶୁଣିଲୁ, କିନ୍ତୁ କୌଣସି ସୁରକ୍ଷା, ସେନା କିମ୍ବା ପୋଲିସ ଅଧିକାରୀ ଆସି ନଥିଲେ।’

Advertisment

ସେ ଆହୁରି ମଧ୍ୟ କହିଛନ୍ତି ଯେ, ଆତଙ୍କବାଦୀମାନେ ଚାଲିଯିବା ପରେ ମଧ୍ୟ କୌଣସି ତୁରନ୍ତ ସାହାଯ୍ୟ ମିଳି ନଥିଲା। ଆକ୍ରମଣକାରୀମାନେ ଫେରି ଆସିବା ଆଶଙ୍କାରେ ସ୍ଥାନୀୟ ଲୋକମାନେ ଅବଶିଷ୍ଟ ଲୋକଙ୍କୁ ସେମାନଙ୍କ ପିଲାମାନଙ୍କ ସହିତ ପଳାଇ ଯିବାକୁ ଅନୁରୋଧ କରିଥିଲେ। ମୁଁ ମୋ ପିଲାମାନଙ୍କୁ କାନ୍ଧରେ ବସାଇ କାଦୁଅ ରାସ୍ତାରେ ଖାଲି ପାଦରେ ନିରାପଦ ସ୍ଥାନକୁ ନେଇ ପଲେଇ ଆସିଥିଲି। 

ଏପଟେ ପହଲଗାମ୍‌ ଆତଙ୍କବାଦୀ ଆକ୍ରମଣ ନେଇ ଭାରତ ଓ ପାକିସ୍ତାନ ମଧ୍ୟରେ ତୀବ୍ର ହେଉଛି କୂଟନୈତିକ ବିବାଦ । ପାକିସ୍ତାନକୁ ଏଥର ଉଚିତ୍‌ ଜବାବ୍ ଦେବାକୁ ସିନ୍ଧୁ ଜଳଚୁକ୍ତି ରବ୍ଦ, ଭିସା ବାତିଲ, ସୀମା ବନ୍ଦ ଭଳି କଠୋର କାର୍ଯ୍ୟାନୁଷ୍ଠାନ ସହିତ ଆତଙ୍କବାଦୀଙ୍କୁ ମାଟିରେ ମିଶାଇବାକୁ ଜାରି ରହିଛି ଜୋରଦାର୍ ଅପରେସନ । ଘନ ଘନ ହାଇଲେବୁଲ ବୈଠକ, ତା'ସାଙ୍ଗକୁ ଭାରତର ସମରସଜ୍ଜା । ଏହି କ୍ରମରେ ଆଜି ଦେଶର ସବୁ ମୁଖ୍ୟମନ୍ତ୍ରୀଙ୍କ ସହ ଆଲୋଚନା କରିଛନ୍ତି କେନ୍ଦ୍ର ଗୃହମନ୍ତ୍ରୀ ଅମିତ ଶାହ । ମୁଖ୍ୟମନ୍ତ୍ରୀମାନଙ୍କ ସହ ଆଲୋଚନା ବେଳେ ପାକିସ୍ତାନ ନାଗରିକଙ୍କୁ ଚିହ୍ନଟ କରି ବିତାଡ଼ିତ କରିବାକୁ ନିର୍ଦ୍ଦେଶ ଦେଇଛନ୍ତି ଗୃହମନ୍ତ୍ରୀ । ପାକ୍ ନାଗରିକଙ୍କ ଭିସା ରଦ୍ଦ କରି ତୁରନ୍ତ ସେମାନଙ୍କୁ ନିଜ ନିଜ ରାଜ୍ୟରୁ ବାହାର କର ବୋଲି ନିର୍ଦ୍ଦେଶ ଦିଆଯାଇଛି । ପାକିସ୍ତାନ ନାଗରିକଙ୍କୁ ୪୮ ଘଣ୍ଟାରେ ଭାରତ ଛାଡ଼ିବାକୁ ମହଲତ୍ ଦିଆଯାଇଥିଲା । ମେଡିକାଲ ଭିସାରେ ଥିବା ନାଗରିକଙ୍କୁ ଏପ୍ରିଲ ୨୯ ସୁଦ୍ଧା ଭାରତ ଛାଡିବାକୁ କୁହାଯାଇଥିଲା ।

ଏହି ଭିସା ବାତିଲ ପରେ ଭାରତ ଛାଡୁଛନ୍ତି ପାକିସ୍ତାନୀ । ଭାରତ ଦେଇଥିବା ୪୮ ଘଣ୍ଟାର ମହଲତ ଆଜି ପୂରୁଥିବାରୁ ପଞ୍ଜାବ ଅମୃତସର ନିକଟ ଅଟାରୀ ଚେକପୋଷ୍ଟ ନିକଟରେ ଲାଗିଛି ଭିଡ଼ । ଅନେକ ପାକିସ୍ତାନୀ ନାଗରିକ ଭାରତ ଛାଡ଼ି ସ୍ବଦେଶ ଫେରୁଛନ୍ତି । ଭାରତ ଛାଡ଼ି ଯାଉଥିବାରୁ ଦୁଃଖ ମଧ୍ୟ ପ୍ରକାଶ କରିଛନ୍ତି । ତେବେ ପହଲଗାମ ଆକ୍ରମଣରେ ପାକିସ୍ତାନର ସଂପୃକ୍ତି ନେଇ ପଚାରିବାରୁ କେହି ପାକିସ୍ତାନୀ ଏହି ଘଟଣାକୁ ନିନ୍ଦା କରୁଥିବାବେଳେ ଆଉ କେହି କୌଣସି ଉତ୍ତର ଦେଉନାହାନ୍ତି । 

ଅଧିକ ପଢ଼ନ୍ତୁ: ସେନା ଗୁଳିରେ ଟପ୍‌ ଆତଙ୍କୀ କମାଣ୍ଡର ଅଲତାଫ୍‌ ନିହତ

Pahalgam Attack
Advertisment
Advertisment