Advertisment

ହାଇବଜେଟ୍ ଫିଲ୍ମ ‘RRR’ ରିଲିଜ୍ ତାରିଖକୁ ନେଇ ବଡ଼ ଘୋଷଣା କଲେ ମେକର୍ସ

ଫିଲ୍ମ ‘RRR’ ରିଲିଜ୍ ତାରିଖକୁ ନେଇ ମେକର୍ସ ଏବେ ୨ଟି ତାରିଖ ଘୋଷଣା କରିଛନ୍ତି। ଗତକାଲି RRR ମେକର୍ସ ପକ୍ଷରୁ ଫିଲ୍ମ ରିଲିଜ୍ ତାରିଖ ଘୋଷଣା ନେଇ ବିବୃତି ଜାରି କରାଯାଇଛି।

author-image
Rajalaxmi Sahoo
ଅଦ୍ୟତନ ହୋଇଛି
Film ‘RRR’

Film ‘RRR’

କରୋନାର ତୃତୀୟ ଲହରକୁ ଦୃଷ୍ଟିରେ ରଖି ହାଇବଜେଟ୍ ଫିଲ୍ମ ‘RRR’ ରିଲିଜ୍ ତାରିଖକୁ ଘୁଞ୍ଚାଇ ଦିଆଯାଇଛି। ଚଳିତ ବର୍ଷ ଜାନୁଆରୀ ୭ରେ ଫିଲ୍ମ ରିଲିଜ୍ ହେବାକୁ ଥିଲା, ଏନେଇ ପ୍ରମୋସନ୍ ବି ସରିଥିଲା। ହେଲେ ଏକାଧିକ ରାଜ୍ୟରେ ସିନେମା ହଲ୍‌ରେ କଟକଣା ଲାଗିଥିବାରୁ ମେକର୍ସ ରିଲିଜ୍‌ ତାରିଖ ଘୁଞ୍ଚାଇବା ପାଇଁ ନିଷ୍ପତ୍ତି ନେଇଥିଲେ।

Advertisment

ଫିଲ୍ମ ‘RRR’ ରିଲିଜ୍ ତାରିଖକୁ ନେଇ ମେକର୍ସ ଏବେ ୨ଟି ତାରିଖ ଘୋଷଣା କରିଛନ୍ତି। ଚଳିତ ବର୍ଷ ମାର୍ଚ୍ଚ ୧୮ କିମ୍ବା ଏପ୍ରିଲ ୨୮ରେ ଫିଲ୍ମ ରିଲିଜ୍ ହୋଇପାରେ। ଗତକାଲି RRR ମେକର୍ସ ପକ୍ଷରୁ ଫିଲ୍ମ ରିଲିଜ୍ ତାରିଖ ଘୋଷଣା ନେଇ ବିବୃତି ଜାରି କରାଯାଇଛି। RRR Movie ପକ୍ଷରୁ ଟ୍ୱିଟ୍‌ କରାଯାଇ କୁହାଯାଇଛି, ‘ଯଦି ଦେଶରେ କରୋନା ସ୍ଥିତିରେ ସୁଧାର ଆସେ ଓ ପୁଣିଥରେ ହଲ୍‌ ପୂର୍ଣ୍ଣ କ୍ଷମତା ସହ ଚାଲେ, ତା’ହେଲେ ମେକର୍ସ ମାର୍ଚ୍ଚ ୧୮ରେ ଫିଲ୍ମ ରିଲିଜ୍ କରିବେ। ଯଦି ଏପରି ନହୁଏ, ତା’ହେଲେ ଏପ୍ରିଲ ୨୮ରେ ଫିଲ୍ମ ‘RRR’ ରିଲିଜ୍ ହେବ।’

Advertisment

 ‘RRR’ର ନୂଆ ରିଲିଜ୍‌ ଡେଟ୍‌ ସାମ୍ନାକୁ ଆସିବା ପରେ ବାହୁବଳୀ ଫେମ୍ ଏସ୍.ଏସ୍ ରାଜାମୌଲିଙ୍କ ଏହି ଫିଲ୍ମ ଏବେ ଅକ୍ଷୟ କୁମାରଙ୍କ ଅଭିନୀତ ଫିଲ୍ମ ‘ବଚନ ପାଣ୍ଡେ’ ସହ ଟକ୍କର ଦେବ ବୋଲି କୁହାଯାଉଛି। 

୪୦୦ କୋଟି ଟଙ୍କାରେ ନିର୍ମାଣ କରାଯାଇଥିବା ଫିଲ୍ମ ‘RRR’ ପ୍ରଥମେ ୨୦୨୦ ମସିହା ଜୁଲାଇ ୩୦ରେ ରିଲିଜ ହେବାର ଥିଲା। ହେଲେ ମହାମାରୀ କରୋନା ଯୋଗୁ ଏହାକୁ ଘୁଞ୍ଚାଇ ଦିଆଯାଇଥିଲା। ଚଳିତ ବର୍ଷ ଜାନୁଆରୀ ୭ରେ ଫିଲ୍ମ ରିଲିଜ୍‌ ହେବାର ଥିଲା। ତେବେ କରୋନା କଟକଣା ଯୋଗୁ ଅନିର୍ଦ୍ଦିଷ୍ଟକାଳ ପାଇଁ ଫିଲ୍ମର ରିଲିଜ୍‌କୁ ଘୁଞ୍ଚା ଦିଆଯାଇଛି। ଏହା ପୂର୍ବରୁ ଗତ ଡିସେମ୍ବର ୩୧ରେ ରିଲିଜ୍ ହେବାକୁ ଥିବା ହିନ୍ଦୀ ଫିଲ୍ମ ଜର୍ସିର ରିଲିଜ୍‌କୁ ବି ଘୁଞ୍ଚାଇ ଦିଆଯାଇଛି। 

Ajay Devgn Alia Bhatt Ram Charan SS Rajamouli Jr. NTR Film ‘RRR’ ‘RRR’ Release Date ‘RRR’ Release
Advertisment
Advertisment