• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English
Prangyan Parimita

ନୂଆଦିଲ୍ଲୀ : ପିଲାଙ୍କୁ ଅଧିକ କରୋନା ଭାରିଏଣ୍ଟ୍ ଭୟ । ନୂଆ ଭାରିଏଣ୍ଟ୍ ପାଇଁ ସଚେତନ ଓ ସତର୍କ ରହିବା ଅଧିକ ଜରୁରୀ । ଦକ୍ଷିଣ ଆଫ୍ରିକାରୁ ବ୍ୟାପିଥିବା ଓମିକ୍ରନ୍ ଭାରିଆଣ୍ଟକୁ ନେଇ ସାରା ବିଶ୍ୱରେ ଭୟର ବାତାବରଣ ଖେଳି ଯାଇଥିବା ବେଳେ ବିଶ୍ୱ ସ୍ୱାସ୍ଥ୍ୟ ସଂଗଠନ (WHO) ପିଲାମାନଙ୍କ ଠାରେ ସଂକ୍ରମଣ ବଢ଼ୁଥିବା ନେଇ ସତର୍କ କରାଇଛି । ୫ ରୁ ୧୪ ବର୍ଷ ବୟସର ପିଲାମାନଙ୍କ ମଧ୍ୟରେ ସଂକ୍ରମଣ ଦ୍ରୁତ ଗତିରେ ବଢ଼ୁଥିବା ନେଇ ଡବ୍ଲୁଏଚଓର ୟୁରୋପ ଅଫିସ୍ ପକ୍ଷରୁ କୁହାଯାଇଛି ।

ଟିକାକରଣ ପାଇଁ ଆକ୍ରାନ୍ତଙ୍କ ସଂଖ୍ୟା କିଛିକାଂଶରେ କମିଛି । ପୂର୍ବ ତୁଳନାରେ ମୃତ୍ୟୁ ସଂଖ୍ୟା ମଧ୍ୟ କମ୍ ରହିଛି ବୋଲି କହିଛନ୍ତି WHO ୟୁରୋପର ଆଞ୍ଚଳିକ ନିର୍ଦ୍ଦେଶକ ଡକ୍ଟର ହାନ୍ସ କ୍ଲୁଜ । କିନ୍ତୁ ଗତ ଦୁଇ ମାସ ମଧ୍ୟରେ ୫୩ ଟି ଦେଶରେ କରୋନା ମାମଲା ଏବଂ ମୃତ୍ୟୁ ସଂଖ୍ୟା ଦ୍ୱିଗୁଣିତ ହୋଇଥିବା କଥା କହିଛନ୍ତି ।

ଏବେ ବି କିଛି ଦେଶରେ ଡେଲଟା ଭାରିଆଣ୍ଟ ବ୍ୟାପୁଛି । ଆଉ ଏହାରି ଭିତରେ ୨୧ଟି ଦେଶରେ ଓମିକ୍ରନ୍ ଭାରିଆଣ୍ଟର ୪୩୨ ସଂକ୍ରମିତ ଚିହ୍ନଟ ହୋଇଛନ୍ତି । ୟୁରୋପ ଏବଂ ମଧ୍ୟ ଏସିଆରେ ଡେଲଟା ଭାରିଏଣ୍ଟ୍ ଏବେ ବି ବ୍ୟାପୁଛି, ତେବେ ସଂକ୍ରମିତଙ୍କ ମୃତ୍ୟୁ ସଂଖ୍ୟା ରୋକିବାରେ ଟିକା ପ୍ରଭାବଶାଳୀ ଅଟେ ବୋଲି ଡକ୍ଟର ହାନ୍ସ କ୍ଲୁଜ କହିଛନ୍ତି । ତେବେ ନୂଆ ଭାରିଏଣ୍ଟ୍ ଓମିକ୍ରନ୍ ଅଧିକ ଗମ୍ଭୀର କି କମ୍ ତାହା ଏପର୍ଯ୍ୟନ୍ତ ସ୍ପଷ୍ଟ ହୋଇନି ।

ତେବେ ଛୋଟି ପିଲାଙ୍କ ପାଇଁ ଚିନ୍ତା ପ୍ରକଟ କରିଛନ୍ତି କ୍ଲୁଜ୍ । ୟୁରୋପର ଅନେକ ଦେଶରେ ପିଲାମାନଙ୍କ ମଧ୍ୟରେ ସଂକ୍ରମଣ ମାମଲା ଦୁଇରୁ ତିନି ଗୁଣ ବୃଦ୍ଧି ପାଇଛି । ତେବେ ଆଶ୍ୱସ୍ତିକର ବିଷୟ ହେଲା ବୃଦ୍ଧ, ମେଡ଼ିକାଲ କର୍ମଚାରୀ ଏବଂ ରୋଗ ପ୍ରତିରୋଧକ ଶକ୍ତି କମ୍ ଥିବା ଲୋକଙ୍କ ଅପେକ୍ଷା ପିଲାମାନଙ୍କ ସ୍ଥିତି କମ୍ ଗମ୍ଭୀର ରହୁଛି ।

'ସ୍କୁଲ ଛୁଟି ହେବାମାତ୍ରେ ପିଲାମାନେ ବାପାମା’ କିମ୍ବା ଜେଜେବାପାମା’ଙ୍କ ସହ ଅଧିକ ସମୟ ବିତାନ୍ତି । ଏହି କାରଣରୁ ସଂକ୍ରମଣ ପରିବାରର ଅନ୍ୟ ସଦସ୍ୟଙ୍କୁ ବ୍ୟାପିବାର ସମ୍ଭାବନା ରହିଛି । ଏପରିସ୍ଥଳେ ପରିବାର ଲୋକ ଟିକା ନେଇ ନଥିଲେ ଗୁରୁତର ହେବା ସହ ମୃତ୍ୟୁ ଆଶଙ୍କା ୧୦ ଗୁଣ ବଢ଼ିଯାଉଛି । ପିଲାମାନଙ୍କ ଠାରୁ ହିଁ ରୋଗ ବ୍ୟାପିବାର ଆଶଙ୍କା ଅଧିକ ବୋଲି ସେ କହିଛନ୍ତି ।