ଭୁବନେଶ୍ୱର: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଆସନ୍ତାକାଲି ପୁଣି ଓଡ଼ିଶା ଗସ୍ତରେ ଆସିବେ। ପ୍ରଥମେ ସମ୍ବଲପୁରରେ ପ୍ରଧାନମନ୍ତ୍ରୀଙ୍କ କାର୍ଯ୍ୟକ୍ରମ ରହିଛି। ଏହାପରେ ସେ ରାଜଧାନୀ ଭୁବନେଶ୍ୱରରେ ଏକ ରୋଡ୍ ଶୋ’ କରିବାର କାର୍ଯ୍ୟକ୍ରମ ରହିଛି। ଏହି ରୋଡ୍ ଶୋ’ ଏୟାରପୋର୍ଟ ଛକରୁ ବାହାରି ଗଙ୍ଗ ନଗର, ଓୟୁଏଟି ଓ ଶିରିପୁର ଛକ ଦେଇ ସିଟି ଓମେନ୍ସ କଲେଜ ପାଖରୁ ଲେଫ୍ଟ ଟର୍ଣ୍ଣ ନେଇ ବରମୁଣ୍ଡା ଶିବ ମନ୍ଦିର ଦେଇ ବରମୁଣ୍ଡା ପଡ଼ିଆରେ ପହଞ୍ଚିବ। ଏହାପରେ ବରମୁଣ୍ଡା ପଡ଼ିଆରେ ଏକ ବିରାଟ […]
ନୂଆଦିଲ୍ଲୀ: ଗୁଜବ ଓ ଫେକ୍ ନ୍ୟୁଜ ପୋଷ୍ଟ କରୁଥିବା ୮ଟି ଆକାଉଣ୍ଟକୁ ହଟାଇ ଦେବା ପାଇଁ ଟୁଇଟରକୁ ଗୃହ ମନ୍ତ୍ରଣାଳୟ ନିର୍ଦ୍ଦେଶ ଦେଇଛି। ପାକିସ୍ତାନ ଗୁଇନ୍ଦା ସଂସ୍ଥା ଆଇଏସଆଇ ପ୍ରରୋଚନାରେ ଏହି ଆକାଉଣ୍ଟଗୁଡିକୁ ପରିଚାଳିତ କରାଯାଉଥିବା ଗୃହ ମନ୍ତ୍ରାଳୟ ପକ୍ଷରୁ କୁହାଯାଇଛି। ଜାମ୍ମୁ ଓ କାଶ୍ମୀରରେ ବିଶୃଙ୍ଖଳା ସୃଷ୍ଟି ଉଦ୍ଦେଶ୍ୟରେ ଏପରି କରାଯାଉଥିବା ଗୃହ ସଚିବ ରାଜୀବ ଗୌବା କହିଛନ୍ତି। ସେହିପରି ଏହି ଟୁଇଟର ଆକାଉଣ୍ଟଗୁଡିକ ଜମ୍ମୁ ଓ କାଶ୍ମୀରର କୌଣସି ବ୍ୟକ୍ତିଙ୍କର ନୁହେଁ ବୋଲି ପୁଲିସ […]
ନୟାଗଡ଼: ନୟାଗଡ଼ ଜିଲ୍ଲା ଦଶପଲ୍ଲା ବ୍ଲକ୍ ଅନ୍ତର୍ଗତ ଢିପସାହି ଗାଁରେ ଭୟାବହ ଅଗ୍ନିକାଣ୍ଡ ଘଟି ୬ ବଖରା ଘର ପୋଡ଼ି ପାଉଁଶ ହୋଇଯାଇଛି। ଅଗ୍ନିକାଣ୍ଡର କାରଣ ଅସ୍ପଷ୍ଟ ଥିବାବେଳେ ପ୍ରାୟ ୧୦ଲକ୍ଷ ଟଙ୍କାର ସମ୍ପତ୍ତି ପୋଡ଼ି ପାଉଁଶ ହୋଇଯାଇଥିବା ଜଣାପଡ଼ିଛି। ଅଗ୍ନିକାଣ୍ଡ ସମ୍ପର୍କରେ ଜଣାପଡ଼ିବା ପରେ ଏନେଇ ଗ୍ରାମବାସୀ ଦମକଳ ବାହିନୀକୁ ଖବର ଦେଇଥିଲେ। ଦଶପଲ୍ଲାରୁ ଦମକଳ ବାହିନୀ ପହଞ୍ଚି ନିଆଁକୁ ଆୟତ୍ତ କରିଥିଲେ।
ଶ୍ରୀନଗର: କାଶ୍ମୀରରେ ଧାରା ୩୭୦ ଉଚ୍ଛେଦ ପରେ କେନ୍ଦ୍ର ପକ୍ଷରୁ ଜାରି କରାଯାଇଥିବା ବିଭିନ୍ନ କଟକଣା ପ୍ରସଙ୍ଗରେ ଆଜି ସୁପ୍ରିମକୋର୍ଟରେ ଶୁଣାଣି ହେବ। ଉପତ୍ୟକାରେ ମୋବାଇଲ ଓ ଇଣ୍ଟରନେଟ୍ ସେବା ବନ୍ଦ କରିବା, ନ୍ୟୁଜ ଚ୍ୟାନେଲ ଉପରେ ଅଙ୍କୁଶ ଲଗାଇବା ଆଦି ପଦକ୍ଷେପକୁ ନେଇ ସୁପ୍ରିମକୋଟରେ ଚ୍ୟାଲେଞ୍ଜ ହୋଇଥିଲା । ସ୍ୱେଛାସେବୀ ତେହସୀନ ପୁନାୱାଲା କେନ୍ଦ୍ର ସରକାରଙ୍କ ଏହି କଟକଣାକୁ ଚ୍ୟାଲେଞ୍ଜ କରି ସୁପ୍ରିମକୋର୍ଟଙ୍କ ଦ୍ୱାରସ୍ଥ ହୋଇଥିଲେ। କେନ୍ଦ୍ରର ଏହି ପଦକ୍ଷେପ ସମ୍ବିଧାନର ଧାରା ୧୯ ଓ […]
ଦିଲ୍ଲୀ ପୋଲିସକୁ ବଡ଼ ସଫଳତା । ୨୫ଶହ କୋଟିର ବ୍ରାଉନସୁଗାର ଜବତ କରିବା ସହ ଏକ ବଡ ରାକେଟର ପର୍ଦ୍ଦାଫାସ କରିଛି ଦିଲ୍ଲୀ ପୋଲିସ । ଏହାସହ ଏଥିରେ ସମ୍ପୃକ୍ତ ୪ଜଣଙ୍କୁ ଗିରଫ କରିଛି ଦିଲ୍ଲୀ ପୋଲିସ । ୪ ଜଣଙ୍କ ମଧ୍ୟରୁ ୩ଜଣଙ୍କୁ ହରିୟାଣାରୁ ଗିରଫ କରାଯାଇଥିବା ବେଳେ ଜଣକୁ ଦିଲ୍ଲୀରୁ ଗିରଫ କରାଯାଇଛି । ତେବେ ଅପରାଧର ଚେର କେତେ ବାଟ ଲମ୍ବିଛି ଜାଣିବା ପାଇଁ ୪ ଅଭିଯୁକ୍ତଙ୍କୁ ପଚରାଉଚୁରା କରୁଛି ଦିଲ୍ଲୀ ପୋଲିସ ।
ଭୁବନେଶ୍ୱର: ଦିନକ ପରେ ୭୩ତମ ସ୍ୱାଧୀନତା ଦିବସ। ଏଥର ଭୁବନେଶ୍ୱର ପ୍ରଦର୍ଶନୀ ପଡିଆରେ ପ୍ରଥମଥର ପାଇଁ ହେଉଛି ରାଜ୍ୟସ୍ତରୀୟ ପରେଡ୍ । ଜୋରସୋରରେ ଚାଲିଛି ପ୍ରସ୍ତୁତି। ପରେଡ ପାଇଁ ବିଭିନ୍ନ ଟ୍ରୁପ୍ ଫୁଲଡ୍ରେସ ରିହରସାଲ ଲାଗି ପ୍ରସ୍ତୁତି ଆରମ୍ଭ କରି ଦେଇଛନ୍ତି। ଖୋଦ ପୋଲିସ ଡ଼ିଜିଙ୍କ ଉପସ୍ଥିତିରେ ଆଜି ରିହରସାଲ ଚାଲିଛି । ଏଥର ମୋଟ ୪ଟି ଟ୍ରୁପସ୍ ପରେଡରେ ସାମିଲ ହେବେ। ତେଲେଙ୍ଗାନା ପୁଲିସ, ଟେରିଟୋରିଆଲ ଆର୍ମୀ, ସିଏଏଫ ଏବଂ ଓଡିଶା ପୁଲିସ ସାମିଲ ହେବେ। […]
ଭୁବନେଶ୍ୱର: ଭାଙ୍ଗିଲା ପରମ୍ପରା। ଦ୍ୱିତୀୟ ଦିନରେ ବି ଅଟକିଲା ମହାପ୍ରଭୁ ଲିଙ୍ଗରାଜଙ୍କ ରୁକୁଣା ରଥ। ଦୁଇଦିନ ରଥଟଣା ପରେ ବି ମାଉସୀ ମା’ ମନ୍ଦିରରେ ପହଞ୍ଚି ପାରିଲାନି ରୁକୁଣା ରଥ। ଅସୁର କିଆରୀ ନିକଟରେ ରୁକୁଣା ରଥ ଅଟକିଛି। ଶନିବାର ମାତ୍ର କିଛି ମିଟର ଆସିବା ପରେ ରଥଟି ଅଟକିଥିଲା। ତେବେ ଗତକାଲି ବି ରଥଟଣା ଶେଷ ହୋଇ ନ ପାରିବାରୁ ଆଜି ପୁଣି ରଥ ଟଣାଯିବ ବୋଲି ଲିଙ୍ଗରାଜ ମନ୍ଦିର ପ୍ରଶାସନ ପକ୍ଷରୁ ସୂଚନା ଦିଆଯାଇଛି।
ଭୁବନେଶ୍ୱର: କେତେକ କ୍ଷେତ୍ରରେ ଦେଖାଯାଏ, ରିଲେସନ୍ସିପ୍ରେ ଥିବାବେଳେ ପୁରୁଷ ହୁଅନ୍ତୁ ବା ମହିଳା ତାଙ୍କ ପାର୍ଟନରଙ୍କୁ ଚାହିଁଲେ ବି ଅନେକ ସମୟରେ ଖୁସି ରଖି ପାରନ୍ତି ନାହିଁ। ଏପରି ହେବା ପଛରେ ଅନ୍ୟ କୌଣସି କାରଣ ନାହିଁ। କାରଣ କେବଳ ମାନସିକତା। ବେଳେ ବେଳେ ପାର୍ଟନରଙ୍କ ସଙ୍କୁଚିତ ମାନସିକତା ଯୋଗୁ ଆମେ ବହୁମୂଲ୍ୟ ସମୟ, ଖସି ସବୁକିଛି ନଷ୍ଟ କରି ଦେଇଥାଉ। ସଙ୍କୁଚିତ ମାନସିକତା ଏକ ରିଲେସନ୍ସିପ୍ ପାଇଁ ଆଦୌ ଭଲ ନୁହେଁ। ଏହା ସଂପର୍କକୁ ଭାଙ୍ଗିଦିଏ। […]
ୱେଲିଂଟନ୍: କ୍ରିକେଟକୁ ଅଧିକ ସ୍ୱଚ୍ଛ କରିବା ପାଇଁ ନିୟମିତ କିଛି ନା କିଛି ନୂଆ ଟେକନିକର ବ୍ୟବହାର କରାଯାଉଛି। ବ୍ୟାଟରେ ସେନସର୍ ଲଗାଯିବା ପରେ ଏବେ କ୍ରିକେଟରେ ‘ସ୍ମାର୍ଟବଲ୍’ ଦେଖିବାକୁ ମିଳିବ, ଯେଉଁଥିରେ ମାଇକ୍ରୋଚିପ୍ ଲାଗିଥିବ। ମାଇକ୍ରୋଚିପ୍ କ୍ରିକେଟ୍ ବଲର ଉନ୍ମୋଚନ ଅଷ୍ଟ୍ରେଲିଆର ଘରୋଇ ଟି-୨୦ ଟୁର୍ଣ୍ଣାମେଣ୍ଟ୍ ବିଗ୍ ବ୍ୟାଶ୍ ଲିଗ୍ (ବିବିଏଲ୍)ରେ କରାଯିବ। ଅଷ୍ଟ୍ରେଲୀୟ କମ୍ପାନୀ କୋକାବୁରା ଏଭଳି ସ୍ମାର୍ଟବଲର ତିଆରି ମଧ୍ୟ କରିସାରିଛି। ସ୍ମାର୍ଟବଲର ବିକାଶ ପାଇଁ ବଲ୍ ନିର୍ମାଣକାରୀ କମ୍ପାନୀ ଟେକ୍ ଇନୋଭେଟର୍ସ […]
ଭୁବନେଶ୍ୱର: ଖୋର୍ଦ୍ଧାରେ ବିଜେପି ନେତା ମଙ୍ଗୁଳି ଜେନାଙ୍କ ହତ୍ୟା ଘଟଣାରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଗଭୀର ଶୋକ ପ୍ରକାଶ କରିବା ସହ ତାଙ୍କ ପରିବାରବର୍ଗଙ୍କୁ ସମବେଦନା ଜଣାଇଛନ୍ତି। ଏଭଳି ହିଂସାକୁ ମୁଖ୍ୟମନ୍ତ୍ରୀ ଦୃଢ଼ ନିନ୍ଦା କରିବା ସହ ଗଣତନ୍ତ୍ରରେ ହିଂସାର କୌଣସି ସ୍ଥାନ ନାହିଁ ବୋଲି ଟ୍ୱିଟ୍ କରି କହିଛନ୍ତି। ଏଥିସହ ନିର୍ବାଚନ କମିଶନ ଏହି ଘଟଣାକୁ ଗୁରୁତ୍ୱର ସହ ନିଅନ୍ତୁ ଏବଂ ଦୃଢ଼ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବା ଲାଗି ପୁଲିସ୍କୁ ନିର୍ଦ୍ଦେଶ ଦିଅନ୍ତୁ ବୋଲି ମୁଖ୍ୟମନ୍ତ୍ରୀ […]
ଶ୍ରୀନଗର: ଜମ୍ମୁ-କଶ୍ମୀରର ପୂର୍ବତନ ମୁଖ୍ୟମନ୍ତ୍ରୀ ମେହବୁବା ମୁଫତି, ଓମାର ଅବଦୁଲ୍ଲା ଓ ତାଙ୍କ ବାପା ଫାରୁକ ଅବଦୁଲ୍ଲା ଚଳିତ ବର୍ଷ ବକ୍ରି ଇଦ୍ କେମିତି ପାଳନ କଲେ? ସେକଥା ଜାଣିବା ପାଇଁ ସମସ୍ତଙ୍କ ଇଚ୍ଛା ଥିବ। କାରଣ ଅଗଷ୍ଟ ୫ ତାରିଖରୁ ହିଁ ଏହି ୩ ଜଣଙ୍କ ସମେତ ଶତାଧିକ ଜମ୍ମୁ-କଶ୍ମୀରର ରାଜନେତାଙ୍କୁ ଗୃହବନ୍ଦୀ କରି ରଖାଯାଇଛି। ତେଣୁ ସେମାନେ ଆଜି କେଉଁଠି ଇଦ୍ ପ୍ରାର୍ଥନା କଲେ? ମିଳିଥିବା ସୂଚନା ଅନୁଯାୟୀ, ମେହବୁବା, ଓମାର ଓ ଫାରୁକଙ୍କ […]
ପୁରୀ(ମଧୁସୂଦନ ମିଶ୍ର): ପୁରୀ ଶ୍ରୀମନ୍ଦିର ପରିସରରେ ହୋଇଥିବା ଲୁଟ୍ ଘଟଣାର ପର୍ଦ୍ଦାଫାସ ହୋଇଛି। ଏହି ଘଟଣାରେ ପୁଲିସ୍ ବ୍ରହ୍ମଗିରି ଅଞ୍ଚଳରୁ ଜଣେ ନାବାଳକଙ୍କୁ ଗିରଫ କରିଛି। ପୁଲିସ୍ ତା’ ନିକଟରୁ ୧୬ ହଜାର ୩୬୧ ଟଙ୍କା ଓ ଗୋଟିଏ ମୋବାଇଲ ଜବତ କରିଛି। ନାବାଳକ ଜଣକ କୋଇଲି ବୈକୁଣ୍ଠ ନିକଟ ସୁଆରମହାସୁଆର ନିଯୋଗର ଅନ୍ନଦାନ ଆଟିକା କାର୍ଯ୍ୟାଳୟ ଓ ଶ୍ରୀମନ୍ଦିର ଦକ୍ଷିଣ ଦ୍ୱାର ନିକଟରେ ଥିବା ରାମ ମନ୍ଦିର ଲୁଟ ଘଟଣାରେ ସଂପୃକ୍ତି ଥିବା ଜଣାପଡ଼ିଛି। ତେବେ […]
ନୂଆଦିଲ୍ଲୀ: ଜମ୍ମୁ-କଶ୍ମୀରରୁ ଧାରା ୩୭୦ ଉଚ୍ଛେଦ ହେବା ଦିନଠାରୁ ପାକିସ୍ତାନ ଏହାର ପ୍ରତିଶୋଧ ନେବାକୁ ଉଦ୍ୟମ କରୁଛି। ଆସନ୍ତା ଅଗଷ୍ଟ ୧୫ ସ୍ୱାଧୀନତା ଦିବସ ପୂର୍ବରୁ କିମ୍ବା ସେହି ଦିନ ପାକିସ୍ତାନ ପ୍ରାୟୋଜିତ ଆତଙ୍କବାଦୀମାନେ ଆକ୍ରମଣ କରିବାର ଆଶଙ୍କା ସୃଷ୍ଟି ହୋଇଛି। ଏହି କାରଣରୁ ଆଜି ଜମ୍ମୁ-କଶ୍ମୀରର ସାଧାରଣ ଲୋକଙ୍କ ପାଇଁ ପୁଲିସ୍ ପ୍ରଶାସନ ପକ୍ଷରୁ ସତର୍କ ସୂଚନା ଜାରି କରାଯାଇଛି। ଏଥିସହ ଶାନ୍ତିପୂର୍ଣ୍ଣ ଭାବେ ସ୍ୱାଧୀନତା ଦିବସ ପାଳନ ପାଇଁ ଲୋକଙ୍କ ସହଯୋଗ ଲୋଡ଼ାଯାଇଛି। ପୁଲିସ୍ […]
ବଲାଙ୍ଗିର(ମନୋରଞ୍ଜନ ଯୋଶୀ): ବଲାଙ୍ଗିରରେ ପ୍ରାକ୍ ନିର୍ବାଚନୀ ହିଂସା ପରେ ଶାନ୍ତି ପାଇଁ ଅପିଲ କରାଯାଇଛି। ନିର୍ବାଚନ ସମୟରେ ସହରରେ ଶାନ୍ତିପୂର୍ଣ୍ଣ ବାତାବରଣ ବଜାୟ ରଖିବାକୁ ଅପିଲ କରି ପୁଲିସ୍ ପକ୍ଷରୁ ଫ୍ଲାଗମାର୍ଚ୍ଚ କରାଯାଇଛି। ଏସ୍ପି ଅଫିସରୁ ବାହାରିଥିବା ଏହି ଫ୍ଲାଗମାର୍ଚ୍ଚ ସହର ପରିକ୍ରମା କରିବା ପରେ ପୁଣି ଏସ୍ପି ଅଫିସ ନିକଟରେ ପହଞ୍ଚିଥିଲା। ସୂଚନାଯୋଗ୍ୟ, ଚନ୍ଦନଭାଟି ଗାଁର ବିଜେଡି କର୍ମୀ ପ୍ରଫୁଲ୍ଲ ମେହେରଙ୍କୁ କଂଗ୍ରେସ କର୍ମୀମାନେ ଆକ୍ରମଣ କରିଥିବା ନେଇ ସଦର ଥାନାରେ ଅଭିଯୋଗ ହୋଇଥିଲା। ଏହି […]
ନୂଆଦିଲ୍ଲୀ: ଜମ୍ମୁ-କାଶ୍ମୀର ଏବଂ ଲଦାଖରେ ପୁଞ୍ଜି ନିବେଶ କରିବ ରିଲାଏନ୍ସ ଇଣ୍ଡଷ୍ଟ୍ରୀଜ୍ ଲିମିଟେଡ୍। ଆଗାମୀ ଦିନରେ ଏନେଇ ଏକ ବଡ଼ ଘୋଷଣା କରାଯିବ ବୋଲି ସୂଚନା ଦେଇଛନ୍ତି ଏହି କମ୍ପାନୀର ଅଧ୍ୟକ୍ଷ ମୁକେଶ ଅମ୍ବାନୀ। ସେ କହିଛନ୍ତି ଏହି ନିବେଶର ପରିଚାଳନା ପାଇଁ ଏକ ସ୍ୱତନ୍ତ୍ର ଟାସ୍କ ଫୋର୍ସ ମଧ୍ୟ ଗଠନ କରାଯିବ। ରିଲାଏନ୍ସର ଆନୁଆଲ ଜେନେରାଲ ମିଟିଙ୍ଗରେ ଅମ୍ବାନୀ ଏହି ଘୋଷଣା କରି ଜିଓ ଫାଇବର ସର୍ଭିସ୍ ଲଞ୍ଚ ହେବା ବାବଦରେ ମଧ୍ୟ କହିଛନ୍ତି। ସେ […]
କଣ୍ଟାବାଞ୍ଜି(ସୁର ଦାସ): ବଲାଙ୍ଗିର ଜିଲ୍ଲା କଣ୍ଟାବାଞ୍ଜିରେ ନିର୍ବାଚନୀ ହିଂସା ଦେଖା ଦେଇଛି। ବିଜେଡି କର୍ମୀଙ୍କୁ କଂଗ୍ରେସ କର୍ମୀ ଆକ୍ରମଣ କରିଥିବା ଅଭିଯୋଗ ହୋଇଛି। ମୁରିବାହାଲ ଥାନା ଅନ୍ତର୍ଗତ ପାତଲପଡ଼ା ଗାଁରେ ନିର୍ବାଚନ ପ୍ରଚାର ବେଳେ କିଛି ବିଜେଡି କର୍ମୀଙ୍କୁ କଂଗ୍ରେସ କର୍ମୀ ନିର୍ଧୂମ ପିଟିଥିବା ଅଭିଯୋଗ ହୋଇଛି। ଏନେଇ ବିଜେଡି ନେତାଙ୍କ ପକ୍ଷରୁ ମୁରିବାହାଲ ଥାନାରେ ଏତଲା ଦିଆଯାଇଛି। କଂଗ୍ରେସ କର୍ମୀଙ୍କ ଗୁଣ୍ଡାଗର୍ଦ୍ଦିକୁ ବରଦାସ୍ତ କରାଯିବନି ବୋଲି ନାରା ଦେବା ସହ ଅଭିଯୁକ୍ତଙ୍କୁ ଗିରଫ ଦାବିରେ ମୁରିବାହାଲ […]
ନୂଆଦିଲ୍ଲୀ: ଆଜି ଜମ୍ମୁ-କଶ୍ମୀରରେ ବକ୍ରି ଇଦ୍ ପାଇଁ ସୁରକ୍ଷା ବ୍ୟବସ୍ଥାକୁ କୋହଳ କରାଯାଇଛି। ଲୋକମାନେ ଏହି ଅବସରରେ ସମୂହ ନମାଜ ପାଠ କରିବା ସହ ପରସ୍ପରକୁ ଇଦ୍ ଶୁଭେଚ୍ଛା ଜଣାଇଛନ୍ତି। ସୁରକ୍ଷା ବ୍ୟବସ୍ଥା କୋହଳ ହୋଇଥିଲେ ହେଁ ପୂରା ଜମ୍ମୁ-କଶ୍ମୀର ଉପରେ ସୁରକ୍ଷାକର୍ମୀଙ୍କ ଛଞ୍ଚାଣ ଆଖି ରହିଛି। ଏହିକ୍ରମରେ ଆଜି ଜାତୀୟ ସୁରକ୍ଷା ପରାମର୍ଶଦାତା ଅଜିତ ଡୋଭାଲ ଆକାଶ ମାର୍ଗରୁ ଜମ୍ମୁ-କଶ୍ମୀରର ସୁରକ୍ଷା ସ୍ଥିତି ସମୀକ୍ଷା କରିଛନ୍ତି। ଇଦ୍ ପାଳନ ବେଳେ ଦକ୍ଷିଣ କଶ୍ମୀରରେ ହିଂସା ସୃଷ୍ଟି […]
ଶ୍ରୀନଗର: ଜମ୍ମୁ-କଶ୍ମୀରରୁ ଧାରା ୩୭୦ ଉଚ୍ଛେଦ ହେବା ଦିନଠାରୁ ପାକିସ୍ତାନର ଇମ୍ରାନ୍ ସରକାର ଭାରତ ବିରୋଧରେ ଗୋଟିଏ ପରେ ଗୋଟିଏ ନକାରାତ୍ମକ ପଦକ୍ଷେପ ଗ୍ରହଣ କରିଚାଲିଛନ୍ତି। ଏବେ ପାକିସ୍ତାନ ସରକାର ଲଦାଖ ସୀମାନ୍ତରେ ଯୁଦ୍ଧ ବିମାନ ନିୟୋଜିତ କରିବା ଆରମ୍ଭ କରିଛନ୍ତି। ଖାଲି ଯୁଦ୍ଧ ବିମାନ ନୁହେଁ, ବିପୁଳ ସଂଖ୍ୟାରେ ସେନା ଓ ଅନ୍ୟାନ୍ୟ ଯୁଦ୍ଧାସ୍ତ୍ର ମଧ୍ୟ ପାକିସ୍ତାନ ପକ୍ଷରୁ ଲଦାଖ ସୀମାକୁ ଲାଗିଥିବା ସକାରଦୁ ଏୟାର ବେସ୍ରେ ନିୟୋଜିତ କରାଯାଇଛି। ଏହି ଖବର ମିଳିବା ପରେ […]
ଖୋର୍ଦ୍ଧା(ବଳରାମ ଲେଙ୍କା): ଖୋର୍ଦ୍ଧାରେ ବିଜେପି ନେତାଙ୍କୁ ହତ୍ୟା ଘଟଣାରେ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ପ୍ରତିକ୍ରିୟା ରଖିଛନ୍ତି। ଟ୍ୱିଟ୍ କରି ସେ କହିଛନ୍ତି, ଗଣତନ୍ତ୍ରରେ ହିଂସାର କୌଣସି ସ୍ଥାନ ନାହିଁ। ଗଣତନ୍ତ୍ର ବାଲଟ୍ର ଲଢେଇ ବୁଲେଟ୍ରେ ନୁହେଁ। ଏଥିସହ ବିଜେପିର ସମସ୍ତ କାର୍ଯ୍ୟକର୍ତ୍ତାଙ୍କୁ ଗଣତନ୍ତ୍ର ଉପରେ ଅତୁଟ ବିଶ୍ୱାସ ରଖି ଶାନ୍ତି ବଜାୟ ରଖିବା ପାଇଁ ସେ ବିନମ୍ର ନିବେଦନ କରିଛନ୍ତି। ଏହି ପ୍ରସଙ୍ଗରେ ପୁଲିସ୍ ମହାନିର୍ଦ୍ଦେଶକଙ୍କ ସହ କଥା ହୋଇ ଘଟଣା ସମ୍ପର୍କରେ ଅବଗତ କରାଇଥିବା ଧର୍ମେନ୍ଦ୍ର […]
ଆଉ ଆଳ୍ପ କିଛି ଦିନର ଅପେକ୍ଷା। ଭାରତ ତାର ୭୩ତମ ସ୍ୱାଧୀନତା ଦିବସ ପାଳନ କରିବାକୁ ଯାଉଛି। ସେଥିପାଇଁ ସବୁଠି ଖୁସି ଆଉ ଆନନ୍ଦର ପରିବେଶ। ଆଜି ଆମେ ଯେଉଁ ସ୍ୱାଧୀନତାର ସ୍ୱାଦ ଚାଖୁଛୁ, ତା’ ପଛରେ ଆମ ପୂର୍ବଜ ମାନଙ୍କର ବଳିଦାନ ରହିଛି। ଏହି ମୁକ୍ତି ସଂଗ୍ରାମରେ ହଜାର ହଜାର ସ୍ୱାଧୀନତା ସଂଗ୍ରାମୀ ସାମିଲ୍ ଥିଲେ। ସେଥିମଧ୍ୟରୁ ଏମିତି ଅନେକ ବିଶିଷ୍ଟ ଯୋଦ୍ଧା ରହିଛନ୍ତି, ଯେଉଁମାନଙ୍କୁ ନେଇ ଏତେ ଚର୍ଚ୍ଚା କିମ୍ବା ଆଲୋଚନା ହୁଏନି। ଆଜି […]
ଖୋର୍ଦ୍ଧା(ବଳରାମ ଲେଙ୍କା): ଖୋର୍ଦ୍ଧାରେ ବିଜେପି ନେତା ମଙ୍ଗୁଳି ଜେନାଙ୍କୁ ଗୁଳି କରି ହତ୍ୟା ପ୍ରତିବାଦରେ ଆଜି ଖୋର୍ଦ୍ଧାରେ ବନ୍ଦ ଡାକରା ଦିଆଯାଇଛି। ବିଜେପି ପକ୍ଷରୁ ଏହି ବନ୍ଦ ପାଳନ ହେଉଛି। ସକାଳ ୮ଟାରୁ ଅପରାହ୍ନ ୨ଟା ପର୍ଯ୍ୟନ୍ତ ଏହି ବନ୍ଦ ଡାକରା ଦିଆଯାଇଛି। ଗୁଳିକାଣ୍ଡର ପ୍ରତିବାଦ କରିବା ସହ ଅଭିଯୁକ୍ତଙ୍କୁ ତୁରନ୍ତ ଗିରଫ ଦାବିରେ ଟାଉନ ଥାନା ଆଗରେ ବିଜେପି କର୍ମୀ ଧାରଣା ଦେଇଛନ୍ତି। ଗତକାଲି ରାତିରେ ଜଣେ ଦୁର୍ବୃତ୍ତ ବାଇକ୍ରେ ଆସି ଖୋର୍ଦ୍ଧା ନବୀନାବାଗ ସ୍ଥିତ ବିଜେପି କାର୍ଯ୍ୟାଳୟ […]