• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English

Latest News

child dead body rescue
ନାଳ ଭିତରୁ ନିଖୋଜ ଶିଶୁର ମୃତଦେହ ଉଦ୍ଧାର

ବଲାଙ୍ଗିର(ଘଟେଶ୍ୱର ମିଶ୍ର): ବଲାଙ୍ଗିର ଟାଉନ୍‌ ଥାନା ଅନ୍ତର୍ଗତ ଲକ୍ଷ୍ମୀନଗର ପଡ଼ାର  ନିଖୋଜ ହୋଇଥିବା ଜଣେ ୫ ବର୍ଷର ଶିଶୁର ମୃତଦେହ ଉଦ୍ଧାର କରାଯାଇଛି। ଗତକାଲି ରାତିରେ ଏକ ପରିତ୍ୟକ୍ତ ନାଳରୁ ଶିଶୁର ମୃତଦେହ ପଡ଼ିଥିବା ସ୍ଥାନୀୟ ଲୋକ ଦେଖିଥିଲେ। ଏନେଇ ପୁଲିସ୍‌କୁ ଖବର ଦିଆଯାଇଥିଲା। ଟାଉନ୍  ଥାନା ପୁଲିସ୍‌ ମୃତଦେହକୁ ଉଦ୍ଧାର କରି ଶବବ୍ୟବଚ୍ଛେଦ ପାଇଁ ପଠାଇଛି। ଏହାସହ ଘଟଣାର ତଦନ୍ତ କରୁଛି। ଶିଶୁର ମୁଣ୍ଡରେ ଆଘାତ ଲାଗିଥିବା ବେଳେ ନାକରୁ ରକ୍ତ ବାହାରୁଥିଲା। ପାରିପାର୍ଶ୍ୱିକ ସ୍ଥିତିରୁ  […]

aparajita sarangi
ବିଜୟ ପରେ ଅପରାଜିତାଙ୍କୁ ସ୍ୱାଗତ ସମ୍ବର୍ଦ୍ଧନା

ଭୁବନେଶ୍ୱର: ବିଜେପିର ନବ ନିର୍ବାଚିତ ଭୁବନେଶ୍ୱର ସାଂସଦ ଅପରାଜିତା ଷଡ଼ଙ୍ଗୀଙ୍କୁ ବିଜେପି ପାର୍ଟି ଅଫିସ୍‌ରେ ସ୍ୱାଗତ ସମ୍ବର୍ଦ୍ଧନା ଦିଆଯାଇଛି। ଭୁବନେଶ୍ୱର ଲୋକସଭା ଆସନରୁ ବିଜୟୀ ହେବା ପରେ ଗତକାଲି ଅପରାଜିତା ବିଜେପି ରାଜ୍ୟ କାର୍ଯ୍ୟାଳୟକୁ ଯାଇଥିଲେ।  ସେଠାରେ କର୍ମୀ ଏବଂ ନେତାମାନେ ତାଙ୍କୁ ପୁଷ୍ପ ଗୁଚ୍ଛ ସହ ସ୍ୱାଗତ ଜଣାଇଥିଲେ। ଏଥର ଭୁବନେଶ୍ୱର ଲୋକସଭା ଆସନରେ ରୋଚକପୂର୍ଣ୍ଣ ଲଢେଇ ହୋଇଥିଲା। ମୁହାଁମୁହିଁ ହୋଇଥିଲେ ଦୁଇ ପୂର୍ବତନ ଆଇଏଏସ୍‌ ଓ ଆଇପିଏସ୍ ଅଧିକାରୀ । ହେଲେ ଏହି ଲଢ଼େଇରେ […]

drown
ପାଣିରେ ବୁଡ଼ି ଛାତ୍ରଙ୍କ ମୃତ୍ୟୁ; ବନ୍ଧା ହେଲେ କୋଚିଂ ସେଣ୍ଟର ମାଲିକ

ସମ୍ବଲପୁର(ସଞ୍ଜୟ ଜେନା): ପାଣିରେ ବୁଡ଼ି ଜଣେ ଛାତ୍ରଙ୍କ ମୃତ୍ୟୁ ଘଟିଛି। ତାଙ୍କ ନାଁ ରଜତ କୁମାର ସାହୁ। ସମ୍ବଲପୁର ଜିଲ୍ଲା ବାମରା ଅଞ୍ଚଳରେ ତାଙ୍କ ଘର। ସେ ଚିପିଲିମା ନବୋଦୟ ବିଦ୍ୟାଳୟର ନବମ ଶ୍ରେଣୀର ଛାତ୍ର। ସମ୍ବଲପୁରର ସିଂହପାଲିରେ ଥିବା ଏକ କୋଚିଂ ସେଣ୍ଟରରେ ରହି ସେ ସମରକୋର୍ସ କରୁଥିଲେ ବୋଲି ଜଣାପଡ଼ିଛି। ପୁଲିସ୍‌ର ପ୍ରାଥମିକ ତଦନ୍ତରୁ ଜଣାପଡ଼ିଛି ଯେ, ରଜତ ତାଙ୍କର କିଛି ସାଙ୍ଗଙ୍କ ସହ ପୋଖରୀକୁ ଗାଧୋଇବାକୁ ଯାଇଥିଲେ। ସେଠାରେ ସେ ବୁଡ଼ି ଯିବାରୁ ତାଙ୍କର ମୃତ୍ୟୁ […]

bombing
ପିପିଲିରେ ବିଜେପି ନେତାଙ୍କ ଘର ଉପରକୁ ବୋମାମାଡ଼

ପିପିଲି(ଦ୍ୱିତୀକୃଷ୍ଣ ପଟ୍ଟନାୟକ): ପିପିଲିରେ ବିଜେପି ନେତା ଆଶ୍ରିତ ପଟ୍ଟନାୟକଙ୍କ ଘର ଉପରକୁ ବୋମାମାଡ଼ ହୋଇଛି। ଗତକାଲି ବିଳମ୍ବିତ ରାତିରେ ଦୁର୍ବୃତ୍ତମାନେ ତାଙ୍କ ଘର ଉପରକୁ ବୋମାମାଡ଼ କରିଥିବା ଜଣାପଡ଼ିଛି। ସୂଚନା ଅନୁସାରେ, ବଳଙ୍ଗା ଥାନା ଅନ୍ତର୍ଗତ କମାକନ୍ତିଆରେ ଥିବା ଆଶ୍ରିତଙ୍କ ଘର ଉପରକୁ ଦୁର୍ବୃତ୍ତମାନେ ୨ଟି ବୋମା ମାଡ଼ କରିଥିବା ଅଭିଯୋଗ ହୋଇଛି। ବୋମାମାଡ଼ରେ ତାଙ୍କ ଘରର କବାଟ ଭାଙ୍ଗି ଯାଇଛି। ତେବେ କେହି ମୃତାହତ ହୋଇ ନାହାନ୍ତି। ଚଳିତ ନିର୍ବାଚନରେ ଆଶ୍ରିତ ପିପିଲିରୁ ବିଜେପି ବିଧାୟକ […]

rahul gandhi
ଆସନ୍ତାକାଲି ଇସ୍ତଫା ଦେଇପାରନ୍ତି ରାହୁଲ ଗାନ୍ଧି!

ନୂଆଦିଲ୍ଲୀ: ସାଧାରଣ ନିର୍ବାଚନରେ କଂଗ୍ରେସର ନୈରାଶ୍ୟଜନକ ପ୍ରଦର୍ଶନ ପାଇଁ ଦଳର ଅଧ୍ୟକ୍ଷ ପଦରୁ ରାହୁଲ ଗାନ୍ଧି ଇସ୍ତଫା ଦେଇପାରନ୍ତି। ଆସନ୍ତାକାଲି କଂଗ୍ରେସର ୱାର୍କିଂ କମିଟି ବୈଠକ ବସିବ। ଏହି ସମୟରେ ରାହୁଲ ଗାନ୍ଧିଙ୍କ ଇସ୍ତଫା ସମ୍ପର୍କରେ ଆଲୋଚନା ହେବ ବୋଲି ଜଣାପଡ଼ିଛି। ଗତକାଲି ସନ୍ଧ୍ୟାରେ ରାହୁଲ ଗାନ୍ଧି ତାଙ୍କ ଇସ୍ତଫାପତ୍ର ୟୁପିଏ ଅଧ୍ୟକ୍ଷା ସୋନିଆ ଗାନ୍ଧିଙ୍କୁ ଦେଇଥିଲେ।ହେଲେ ସେ ଏହାକୁ ଗ୍ରହଣ କରି ନଥିଲେ। ବରଂ ଇସ୍ତଫା ପ୍ରସଙ୍ଗରେ ୱାର୍କିଂ କମିଟି ନିଷ୍ପତ୍ତି ନେବ ବୋଲି ସୋନିଆ […]

bjp celebration
ବିଜେପିକୁ କାହିଁକି ମିଳିଲା ଏ ବିପୁଳ ବିଜୟ? ଜାଣନ୍ତୁ କାରଣ

ନୂଆଦିଲ୍ଲୀ: ଲୋକସଭା ନିର୍ବାଚନ ଫଳାଫଳ ପ୍ରକାଶ ପାଇଛି। ଏଥିରେ ବିଜେପି ପୁଣିଥରେ ପୂର୍ଣ୍ଣ ବହୁମତ ସହ ସରକାର ଗଠନ କରିବା ସ୍ପଷ୍ଟ ହୋଇଛି। ବିଜେପି ଏକାକୀ ୩୦୦ରୁ ଅଧିକ ଆସନ ଜିତିଥିବା ବେଳେ ଏନ୍‌ଡିଏ ୩୫୧ଟି ଆସନ ପାଇଛି। ଅର୍ଥାତ ୨୦୧୪ ତୁଳନାରେ ୨୦୧୯ରେ ବିଜେପି ଅଧିକ ଭଲ ପ୍ରଦର୍ଶନ କରିଛି। ୨୦୧୪ ପରି କଂଗ୍ରେସର ପ୍ରଦର୍ଶନ ୨୦୧୯ରେ ମଧ୍ୟ ନୈରାଶ୍ୟଜନକ ରହିଛି। ତେବେ ବିଜେପିର ଏହି ବିଶାଳ ବିଜୟ ପଛରେ କାରଣ କ’ଣ? କେଉଁ ପ୍ରସଙ୍ଗ […]

sheila dixit
ପରାଜୟ ହେଲେ ୭ ପୂର୍ବତନ ମୁଖ୍ୟମନ୍ତ୍ରୀ

ନୂଆଦିଲ୍ଲୀ: ୨୦୧୯ ସାଧାରଣ ନିର୍ବାଚନ ଫଳାଫଳ ଅନେକ ହେଭିୱେଟ୍‌ଙ୍କ ରାଜନୀତିକ କ୍ୟାରିୟର ଉପରେ ପ୍ରଶ୍ନବାଚୀ ସୃଷ୍ଟି କରିଛି। ବିଶେଷ କରି ଅନେକ କଂଗ୍ରେସ ହେଭିୱେଟ୍‌ ଚଳିତ ନିର୍ବାଚନରେ ପରାଜୟର ସ୍ୱାଦ ଚାଖିଛନ୍ତି। ତେବେ ପରାଜୟ ପ୍ରାର୍ଥୀଙ୍କ ମଧ୍ୟରେ ୭ ଜଣ ପୂର୍ବତନ ମୁଖ୍ୟମନ୍ତ୍ରୀ ରହିଛି। ୩ ଥର ଦିଲ୍ଲୀରୁ ମୁଖ୍ୟମନ୍ତ୍ରୀ ହୋଇଥିବା ଶିଲା ଦୀକ୍ଷିତ ଉତ୍ତର ପୂର୍ବ ଦିଲ୍ଲୀରୁ କଂଗ୍ରେସ ଟିକେଟ୍‌ରେ ଲଢ଼ି ପରାସ୍ତ ହୋଇଛନ୍ତି। ସେହିପରି ଉତ୍ତରାଖଣ୍ଡର ପୂର୍ବତନ ମୁଖ୍ୟମନ୍ତ୍ରୀ ହରିଶ ରାୱତ ନୈନିତାଲ-ଉଦ୍ଧମସିଂହ ନଗରରୁ […]

amit shah
କ୍ୟାବିନେଟ୍‌ ମନ୍ତ୍ରୀ ହୋଇପାରନ୍ତି ଅମିତ ଶାହ

ନୂଆଦିଲ୍ଲୀ: ଦେଶରେ ବିଜେପି ପୁଣି ସରକାର ଗଢ଼ିବା ସ୍ପଷ୍ଟ ହୋଇଛି। ଏବେ ମୋଦିଙ୍କ ଦ୍ୱିତୀୟ ସରକାରରେ କିଏ କିଏ ମନ୍ତ୍ରୀ ହେବେ, ସେ ନେଇ ଆଲୋଚନା ଆରମ୍ଭ ହୋଇଛି। ଦଳକୁ ସଫଳତା ଦେବା ପରେ ବିଜେପି ରାଷ୍ଟ୍ରୀୟ ଅଧ୍ୟକ୍ଷ ଅମିତ ଶାହ ମୋଦିଙ୍କ ଦ୍ୱିତୀୟ ସରକାରରେ ଗୁରୁତ୍ୱପୂର୍ଣ୍ଣ ମନ୍ତ୍ରୀ ପଦ ସମ୍ଭାଳିପାରନ୍ତି ବୋଲି ଚର୍ଚ୍ଚା ହେଉଛି। ବିଜେପିରେ ଲଗାତର କେହି ସଭାପତି କେହି ରହିପାରିବେନି ବୋଲି ନିୟମ ରହିଛି। ସେହିପରି, ଦଳର ସଭାପତି ଥିବା ବ୍ୟକ୍ତି ମନ୍ତ୍ରୀ […]

naveen patnaik
ଏହିମାନଙ୍କୁ ମିଳିପାରେ ମନ୍ତ୍ରୀ ପଦ

ଭୁବନେଶ୍ୱର: ବିଧାନସଭା ନିର୍ବାଚନରେ ବିଜେଡିର ବିପୁଳ ବିଜୟ ପରେ ଏବେ ମନ୍ତ୍ରିମଣ୍ଡଳ ଗଠନକୁ ନେଇ ଆରମ୍ଭ ହୋଇଛି ଅଙ୍କକଷା। କାହାକୁ ମିଳିବ ମନ୍ତ୍ରୀପଦ, କେଉଁ ଅଞ୍ଚଳରୁ କିଏ ସାମିଲ ହେବେ- ସେ ସଂପର୍କରେ ନାନା କଳ୍ପନା ଜଳ୍ପନା ଚାଲିଛି। କ୍ୟାବିନେଟରେ କାହାକୁ ମିଳିବ ଗୁରୁ ଦାୟିତ୍ୱ, ଗତ ଥର ଯିଏ ମନ୍ତ୍ରୀ ପଦ ପାଇଥିଲେ, ସେମାନେ ଏଥର ରହିବେ କି ନାହିଁ, ୟାକୁ ନେଇ ମଧ୍ୟ ଚର୍ଚ୍ଚା ଚାଲିଛି। ତେବେ ସମ୍ଭାବ୍ୟ ତାଲିକାରେ ଯେଉଁ ବିଧାୟକ ଅଛନ୍ତି, […]

mayawati
ୟୁପିରେ ଫେଲ୍ ମାରିଲା ମହାମେଣ୍ଟ, ଫୁଟିଲା ପଦ୍ମ

ଲକ୍ଷ୍ମୌ: ଉତ୍ତର ପ୍ରଦେଶରେ ବିଜେପିକୁ ମାତ୍ ଦେବାରେ ମହାମେଣ୍ଟ ବିଫଳ ହେବାପରେ ମହାମେଣ୍ଟର ସହଯୋଗୀ ଦଳ ବହୁଜନ ସମାଜ ପାର୍ଟି(ବିଏସ୍‌ପି) ସୁପ୍ରିମୋ ମାୟାବତୀ ପରାଜୟ ପାଇଁ ଇଭିଏମ୍‌କୁ ଦାୟୀ କରିଛନ୍ତି। ଚଳିତ ନିର୍ବାଚନରେ ସମାଜବାଦୀ ପାର୍ଟି-ବହୁଜନ ସମାଜ ପାର୍ଟି-ରାଷ୍ଟ୍ରୀୟ ଲୋକ ଦଳ ମେଣ୍ଟ କରି ୮୦ ଲୋକସଭା ଆସନରୁ ଅଧିକାଂଶ ଆସନ ଜିତିବେ ବୋଲି ଆକଳନ କରିଥିଲେ। ତେବେ ନିର୍ବାଚନ ଫଳାଫଳ ପରେ ଦେଶ ଇଭିଏମ୍‌ ଉପରେ ଭରସା ତୁଟାଇ ସାରିଥିବା ମାୟାବତୀ କହିଥିଲେ। ଏଥିସହ ଦକ୍ଷିଣ […]

pm modi
୩୦ରେ ଶପଥ ନେଇପାରନ୍ତି ମୋଦି

ନୂଆଦିଲ୍ଲୀ: ଦ୍ୱିତୀୟ ଥର ଲାଗି ଜନମତକୁ ନିଜ ସପକ୍ଷରେ ନେବାକୁ ସଫଳ ହୋଇଥିବା ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଆସନ୍ତା ୩୦ ତାରିଖରେ ଶପଥ ନେଇପାରନ୍ତି। ଲଗାତର ଦ୍ୱିତୀୟ ଥର ପାଇଁ ସେ ଦେଶର ପ୍ରଧାନମନ୍ତ୍ରୀ ଭାବେ ଶପଥ ନେବେ। ୨୦୧୪ଠାରୁ ଏଥର ଅଧିକ ସିଟ୍ ହାସଲ କରି ବିଜେପି ପୁଣିଥରେ ଦେଶରେ ସରକାର ଗଠନ କରିବାକୁ ଯାଉଛି। ପ୍ରଧାନମନ୍ତ୍ରୀ ଆଜି ଦଳର ବରିଷ୍ଠ ନେତା ଲାଲ୍‌କୃଷ୍ଣ ଆଡଭାନିଙ୍କୁ ଭେଟି ତାଙ୍କର ଆଶୀର୍ବାଦ ନେଇଛନ୍ତି। ପ୍ରଧାନମନ୍ତ୍ରୀ ଦଳର ରାଷ୍ଟ୍ରୀୟ […]

pm modi to take oath
ମେ’ ୨୬ରେ ଦ୍ୱିତୀୟ ଥର ପାଇଁ ଶପଥ ନେଇପାରନ୍ତି ମୋଦି

ନୂଆଦିଲ୍ଲୀ: ପୁଣିଥରେ ଦେଶ ଗେରୁଆ ମୟ ହେବ ବୋଲି ବର୍ତ୍ତମାନର ଭୋଟ୍‌ ଗଣତି ଆଧାରରେ କୁହାଯାଉଛି। ଅର୍ଥାତ୍‌ ନରେନ୍ଦ୍ର ମୋଦି ଆସନ୍ତା ୫ ବର୍ଷ ପାଇଁ ଦେଶକୁ ଶାସନ କରିବେ। ତେବେ ନୂଆ ସରକାର ଆସନ୍ତା ୨୬ ତାରିଖ ଦିନ ଗଠନ ହେବ ବୋଲି ଜଣାପଡ଼ିଛି। ୨୬ ତାରିଖ ରବିବାର ପଡ଼ୁଛି। ସେହି ଦିନ ନରେନ୍ଦ୍ର ମୋଦି କ୍ରମାଗତ ଦ୍ୱିତୀୟ ଥର ପାଇଁ ଦେଶର ପ୍ରଧାନମନ୍ତ୍ରୀ ଭାବେ ଶପଥ ନେବେ। ଏଥିସହ ତାଙ୍କ ମନ୍ତ୍ରିମଣ୍ଡଳ ମଧ୍ୟ ଗଠନ […]

bjd-bjp
ନବୀନଙ୍କୁ ଶୁଭେଚ୍ଛା ଜଣାଇଲେ ମୋଦି

ଭୁବନେଶ୍ୱର: ଚୂଡ଼ାନ୍ତ ଫଳାଫଳ ପ୍ରକାଶ ପାଇବା ପୂର୍ବରୁ ଲାଟେଷ୍ଟ୍‌ ଟ୍ରେଣ୍ଡ ଅନୁଯାୟୀ, ଓଡ଼ିଶାରେ ଭଭୟ ବିଧାନସଭା ଓ ଲୋକସଭା ଆସନରେ ଶାସକ ଦଳ ବିଜେଡି ଆଗୁଆ ରହିଛି। ଓଡ଼ିଶାରେ ପୁଣିଥରେ ୫ମ ଥର ଲାଗି ବିଜେଡି ସୁପ୍ରିମୋ ତଥା ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ତାଙ୍କର କ୍ଷମତା ବଜାୟ ରଖିବେ ବୋଲି ଜଣାପଡ଼ିଛି। ସେପଟେ ଓଡିଶାରେ ବିଜେଡିର ପୁନର୍ବାର କ୍ଷମତାକୁ ଆସିବାର ସମ୍ଭାବନାକୁ ଦେଖି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କୁ ଶୁଭେଚ୍ଛା ଜଣାଇଛନ୍ତି। Congratulations to […]

amit shah
ରେକର୍ଡ କରିପାରନ୍ତି ଶାହ

ନୂଆଦିଲ୍ଲୀ: ପ୍ରଥମଥର ଲୋକସଭା ନିର୍ବାଚନ ଲଢ଼ୁଥିବା ବିଜେପି ରାଷ୍ଟ୍ରୀୟ ଅଧ୍ୟକ୍ଷ ଅମିତ ଶାହ ରେକର୍ଡ କରିପାରନ୍ତି। ତାଙ୍କୁ ଦଳ ଗୁଜରାଟ୍‌ର ଗାନ୍ଧି ନଗରରୁ ପ୍ରାର୍ଥୀ କରିଥିଲା। ଲାଟେଷ୍ଟ୍‌ ଟ୍ରେଣ୍ଡ ଅନୁଯାୟୀ, ଶାହ ପ୍ରତିପକ୍ଷ ଦଳର ପ୍ରାର୍ଥୀଙ୍କ ଠାରୁ ୫.୩୦ ଲକ୍ଷ ଭୋଟରେ ଆଗରେ ରହିଛନ୍ତି। ଯଦି ଏହି ବ୍ୟବଧାନରେ ସେ ଜିତିବେ, ତା’ହେଲେ ସେ ନିଶ୍ଚିତ ଏକ ରେକର୍ଡ କରିବେ। ୨୦୧୪ରେ ଏହି ଆସନରୁ ବିଜେପିର ବରିଷ୍ଠ ନେତା ଏଲକେ ଆଡଭାନୀ ପ୍ରାର୍ଥୀ ହୋଇଥିଲେ। ସେ ମଧ୍ୟ […]