ଭୁବନେଶ୍ୱର: ଗୁଜରାଟ ସୁରଟର ସରଥଣା କୋଚିଂ ସେଣ୍ଟରରେ ହୋଇଥିବା ଅଗ୍ନିକାଣ୍ଡ ପରେ ଓଡ଼ିଶାରେ ଅଗ୍ନିଶମ ବିଭାଗର ତତ୍ପରତା ଦେଖିବାକୁ ମିଳିଛି। କୋଚିଂ ସେଣ୍ଟର ଗୁଡ଼ିକରେ ଅଗ୍ନି ନିରାପତ୍ତା ବ୍ୟବସ୍ଥା ଅଛି କି ନାହିଁ ସେନେଇ ଯାଞ୍ଚ କରାଯାଉଛି।ଏଥିଲାଗି ୨୨ଟି ଟିମ୍ ଗଠନ କରାଯାଇଛି। ଆଜି ଭୁବନେଶ୍ୱର, କଟକରେ ଥିବା କୋଚିଂ ସେଣ୍ଟର ଗୁଡ଼ିକରେ ଅଗ୍ନି ନିର୍ବାପକ ବ୍ୟବସ୍ଥା ଯାଞ୍ଚ କରାଯାଉଥିବା ବେଳେ ପରବର୍ତ୍ତୀ ପର୍ଯ୍ୟାୟରେ ରାଜ୍ୟର ଅନ୍ୟ ଜିଲ୍ଲା ଗୁଡ଼ିକରେ ଯାଞ୍ଚ କରାଯିବ ବୋଲି ଜଣାପଡ଼ିଛି। ତେବେ ଯାଞ୍ଚ ସମୟରେ କିଛି […]
ସାଲେପୁର: ରାତିଅଧରେ ପାଚେରି ଡେଇଁ ପଶିଥିଲେ ଚୋରି କରିବାକୁ । ହେଲେ ଉଦ୍ୟମ ହୋଇଗଲା ପଣ୍ଡ। କିଛି ବୁଝିବା ଆଗରୁ ଗାଁ ଲୋକେ ମାଡି ବସି କାବୁ କରି ନେଲେ ୩ ଚୋରଙ୍କୁ। ଆଉ ସେଠାରୁ ସେମାନେ ସିଧା ଗଲେ ଥାନାକୁ। କଟକ ଜିଲା ସାଲେପୁର ଥାନା ଅନ୍ତର୍ଗତ ଅଢ଼ଙ୍ଗା ଗାଁରେ ଏଭଳି ଘଟଣା ଘଟିଛି । ଧରାପଡ଼ିଥିବା ଚୋରମାନେ ହେଲେ ସେହି ଗାଁର ବୀରକିଶୋର ସାହୁ ଓ ଲଷ୍ମୀଧର ସାହୁ ଏବଂ ସୁନାଖଣ୍ଡି କାଶୀପୁର ଗାଁର ଗଣେଶ୍ୱର […]
ଭୁବନେଶ୍ୱର: ସାରା ରାଜ୍ୟରେ ପ୍ରବଳ ଗ୍ରୀଷ୍ମ ପ୍ରବାହ ଜାରି ରହିଛି। ଗୁଳୁଗୁଳି ସାଙ୍ଗକୁ ଅସହ୍ୟ ତାତିରେ ଜନଜୀବନ ଅସ୍ତବ୍ୟସ୍ତ ହୋଇପଡ଼ିଛି। ବର୍ଷା କେବେ ହେବ ସମସ୍ତେ ଅପେକ୍ଷା କରିଛନ୍ତି। ତେବେ ରଜ ଭିତରେ ଓଡ଼ିଶାରେ ଦକ୍ଷିଣ-ପଶ୍ଚିମ ମୌସୁମୀ ବାୟୁ ପହଞ୍ଚିବାର ସମ୍ଭାବନା କ୍ଷୀଣ ବୋଲି ଜଣାପଡ଼ିଛି। କାହିଁକି ନା ଏପର୍ଯ୍ୟନ୍ତ କେରଳରେ ମୌସୁମୀ ବର୍ଷା ହୋଇନାହିଁ। ପାଣିପାଗ ବିଶେଷଜ୍ଞଙ୍କ ଆକଳନ ଅନୁସାରେ, ଆସନ୍ତ ସପ୍ତାହେ ଯାଏ କେରଳରେ ମୌସୁମୀ ବର୍ଷା ହୋଇନପାରେ। ତେଣୁ ଦକ୍ଷିଣ-ପଶ୍ଚିମ ମୌସୁମୀ ବାୟୁ […]
ଭୁବନେଶ୍ୱର: ନବୀନଙ୍କ ନୂଆ ମନ୍ତ୍ରିମଣ୍ଡଳରେ କିଏ କିଏ ମନ୍ତ୍ରିପଦ ପାଇବେ, ତାକୁ ନେଇ ଅଙ୍କକଷା ଆରମ୍ଭ ହେବାସହ ଚର୍ଚ୍ଚା ମଧ୍ୟ ଜୋର ଧରିଛି। ଅନ୍ୟ ଦଳରୁ ଆସି ବିଜେଡି ଟିକେଟରେ ବିଜୟୀ ହୋଇଥିବା ବରିଷ୍ଠ ନେତା ସୌମ୍ୟରଞ୍ଜନ ପଟ୍ଟନାୟକ ଓ ନବ ଦାସଙ୍କୁ ମନ୍ତ୍ରୀ ପଦ ମିଳିବାର ସମ୍ଭାବନା କ୍ଷୀଣ ବୋଲି ଜଣାପଡ଼ିଛି। ବିଜେଡି ସୁପ୍ରିମୋ ନବୀନ ପଟ୍ଟନାୟକଙ୍କ ନେତୃତ୍ୱରେ ଆସନ୍ତା ମେ’ ୨୯ତାରିଖରେ ପଞ୍ଚମଥର ପାଇଁ ନୂଆ ସରକାର ଶପଥ ନେବେ। ତେବେ ବିଜେଡିର ନିର୍ଭରଯୋଗ୍ୟ ସୂତ୍ରରୁ ମିଳିଥିବା […]
ସୋର: ବାଲେଶ୍ୱର ଜିଲ୍ଲା ସୋର ଥାନା ଅନ୍ତର୍ଗତ ଦହିସଡା ଛଅପୋଲିଆ ନିକଟରେ ଏକ ଟୁରିଷ୍ଟ ବସ୍ ଦୁର୍ଘଟଣାଗ୍ରସ୍ତ ହୋଇଛି। ଏଥିରେ ୧୦ଜଣ ଯାତ୍ରୀ ଆହତ ହୋଇଛନ୍ତି। ଆହତଙ୍କୁ ସୋର ଗୋଷ୍ଠୀ ସ୍ୱାସ୍ଥ୍ୟକେନ୍ଦ୍ରରେ ଭର୍ତ୍ତି କରାଯାଇଛି। ଆଜି ଭୋର ସମୟରେ ଏହି ଦୁର୍ଘଟଣା ଘଟିଛି। ସୂଚନା ଅନୁସାରେ, ୧୬ ନମ୍ବର ଜାତୀୟ ରାଜପଥ ଉପରେ ରାସ୍ତା କଡ଼ରେ ଛିଡ଼ା ହୋଇଥିବା ସିଲିଣ୍ଡର ବୋଝେଇ ଟ୍ରକ୍କୁ ‘ପ୍ରଧାନ’ ନାମକ ବସ୍ ଧକ୍କା ଦେଇଥିଲା। ବସ୍ଟି ଏତେ ଜୋରରେ ଟ୍ରକ୍କୁ ଧକ୍କା […]
ଭୁବନେଶ୍ୱର: ଓଡ଼ିଶାର ପ୍ରଥମ ମହିଳା ଏଭରେଷ୍ଟ ଆରୋହଣକାରୀ କଳ୍ପନା ଦାସଙ୍କ ମରଶରୀରକୁ ଓଡ଼ିଶା ଫେରାଇ ଆଣିବାକୁ ଆଜି ୩ଜଣିଆ ଟିମ୍ ନେପାଳର କାଠମାଣ୍ଡୁ ଗସ୍ତ କରିଛନ୍ତି। କଳ୍ପନାଙ୍କ ଭାଇ ପ୍ରଦୀପ ଦାସ, ଏଭେରେଷ୍ଟ ଆରୋହଣକାରୀ ଗଣେଶ ଜେନା ଏବଂ କଳ୍ପନାଙ୍କ ସମ୍ପର୍କୀୟ ରଣଜିତ କର୍ମୀ ମଧ୍ୟ ଟିମ୍ ସହ କାଠମାଣ୍ଡୁ ଅଭିମୁଖେ ଗସ୍ତ କରିଛନ୍ତି। ଏଥିସହ ରାଜ୍ୟପାଳ ପ୍ରଫେସର ଗଣେଶୀ ଲାଲ୍ ମଧ୍ୟ ଭାରତୀୟ ଦୂତାବାସ ସହ ଯୋଗାଯୋଗ ରଖି ପାର୍ଥିବ ଶରୀରକୁ କିପରି ଓଡ଼ିଶା ଅଣାଯାଇପାରିବ […]
ଭୁବନେଶ୍ୱର: ବିଜେଡି ସୁପ୍ରିମୋ ନବୀନ ପଟ୍ଟନାୟକ ଆଜି ରାଜ୍ୟପାଳ ଗଣେଶୀ ଲାଲ୍ଙ୍କୁ ଭେଟି ନୂଆ ସରକାର ଗଠନ କରିବାକୁ ଦାବି ଜଣାଇଛନ୍ତି। ଏହା ସହିତ ସେ ୧୧୨ ଜଣ ବିଧାୟକଙ୍କ ସମର୍ଥନ ପତ୍ର ମଧ୍ୟ ରାଜ୍ୟପାଳଙ୍କୁ ପ୍ରଦାନ କରିଛନ୍ତି। ନବୀନ ରାଜ୍ୟପାଳଙ୍କୁ ଭେଟିବାକୁ ଯିବା ପୂର୍ବରୁ ବିଜେଡି ବିଧାୟକ ଦଳ ବୈଠକ ବସିଥିଲା। ଏଥିରେ ନବୀନଙ୍କୁ ବିଧାୟକ ଦଳ ନେତା ନିର୍ବାଚିତ କରାଯାଇଥିଲା। ତାଙ୍କୁ ନେତା ରୂପେ ବାଛିବା ପାଇଁ ଦଳର ଅନ୍ୟତମ ବରିଷ୍ଠ ନେତା ବିକ୍ରମ […]
ନୂଆଦିଲ୍ଲୀ: ଯଦି ଆମେ ୨୦୧୪ ଓ ୨୦୧୯ ନିର୍ବାଚନକୁ ଦେଖିବା ତେବେ କଂଗ୍ରେସ ଏଥର କେବଳ ୮ଟି ଆସନ ଅଧିକ ପାଇବାରେ ସଫଳ ହୋଇଛି। ଏପରିକି ଦଳର ଭୋଟ୍ ଶେଆର ମଧ୍ୟ କମିଛି। ୨୦୧୯ ଲୋକସଭା ନିର୍ବାଚନରେ କଂଗ୍ରେସକୁ ୧୯.୫ ପ୍ରତିଶତ ଭୋଟ୍ ମିଳିଛି। ଯାହାକି ୨୦୧୪ ନିର୍ବାଚନର ଭୋଟ୍ ପ୍ରତିଶତ ପାଖାପାଖି। ଏଥର କଂଗ୍ରେସ ପାଇଁ ଜିତିବା ମାର୍ଜିନ୍ ମଧ୍ୟ କମିଛି। କଂଗ୍ରେସ ଏଥର ଯେଉଁ ୫୨ଟି ସିଟ୍ ହାସଲ କରିଛି, ଏହାର ମାର୍ଜିନ୍ ୮.୬ […]
ନୂଆଦିଲ୍ଲୀ: ସୋମବାରରୁ ଶନିବାର ମଧ୍ୟରେ କୌଣସି ଦିନ ଆନ୍ଧ୍ରପ୍ରଦେଶ ମୁଖ୍ୟମନ୍ତ୍ରୀ ଭାବେ ଶପଥ ନେଇ ପାରନ୍ତି ଓ୍ୱାଇଏସଆର କଂଗ୍ରେସ ଦଳର ନେତା ଜଗନମୋହନ ରେଡ୍ଡୀ। ଏହା ପୂର୍ବରୁ ଆଜି ଦିଲ୍ଲୀରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କୁ ତାଙ୍କ ବାସଭବନରେ ଜଗନ ରେଡ୍ଡୀ ଭେଟିଛନ୍ତି। ପ୍ରଧାନମନ୍ତ୍ରୀ ଭାବରେ ନରେନ୍ଦ୍ର ମୋଦି ଦ୍ୱିତୀୟ ଥର ଦେଶର ଶାସନ ଡୋର ଧରିବାକୁ ଯାଉଥିବାରୁ ଏହି ଅବସରରେ ଜଗନ ରେଡ୍ଡୀ ଶୁଭେଚ୍ଛା ଜଣାଇଛନ୍ତି। ଏହି ଭେଟ୍ଘାଟ୍ ବେଳେ ଆନ୍ଧ୍ରପ୍ରଦେଶ ବିକାଶରେ କେନ୍ଦ୍ରର ସହଯୋଗ ସହ ଆନ୍ଧ୍ରପ୍ରଦେଶକୁ […]
ଭୁବନେଶ୍ୱର: ବିଧାୟକ ଦଳ ବୈଠକ ପୂର୍ବରୁ ଆଜି ବିଜେଡିର ପ୍ରଥମ ସଂସଦୀୟ ଦଳ ବୈଠକ ବସିଥିଲା। ନବୀନ ନିବାସରେ ଅନୁଷ୍ଠିତ ଏହି ବୈଠକରେ ୧୨ ଜଣ ନବ ନିର୍ବାଚିତ ବିଜେଡି ସାଂସଦ ଯୋଗ ଦେଇଥିଲେ। ସଂସଦରେ ବିଜେଡିର ଆଭିମୁଖ୍ୟ ନେଇ ସାଂସଦଙ୍କ ସହ ଦଳର ସୁପ୍ରିମୋ ନବୀନ ପଟ୍ଟନାୟକ ଆଲୋଚନା କରିଥିଲେ। ସଂସଦରେ କିଏ କେଉଁ ପ୍ରସଙ୍ଗ ଉଠାଇବେ ସେ ନେଇ ଆଲୋଚନା ହୋଇଥିବା ସୂଚନା ମିଳିଛି। ସଂସଦରେ ବିଜେଡି ମୁଖ୍ୟତଃ ୩ଟି ପ୍ରମୁଖ ଦାବି ରଖିବ। […]
ଭୁବନେଶ୍ୱର : ଆମେ ସାଧାରଣତଃ ଚିକେନ୍ କୋରମା, ମଟନ୍ କୋରମା ବିଷୟରେ ଜାଣିଛନ୍ତି। ହେଲେ କେବେ ଅଣ୍ଡା କୋରମା ବିଷୟରେ ଶୁଣିଛନ୍ତି କି? ଏହା ଖାଇବାକୁ ସୁଆଦିଆ ହୋଇଥିବା ବେଳେ ଗରମାଗରମ ନାନ୍, ତନ୍ଦୁରି ସହ ଏହାକୁ ଖାଇବାର ମଜା ଅଲଗା। ଯେଉଁମାନେ ଅଣ୍ଡା ଖାଇବାକୁ ଭଲ ପାଉ ନ ଥିବେ ସେମାନେ ମଧ୍ୟ ଏହାକୁ ଖାଇବାକୁ ମନା କରିବେନି। ଆସନ୍ତୁ ଜାଣିବା ଏହାର ପ୍ରସ୍ତୁତି ବିଷୟରେ। How to Prepare Egg Kurma Recipe ଆବଶ୍ୟକ […]