ଟିଟିଲାଗଡ଼(ମାନସ ରଞ୍ଜନ ମହାନ୍ତି): ବଲାଙ୍ଗିର ଜିଲ୍ଲା ସଇଁତଳା ଥାନା ଅନ୍ତର୍ଗତ କରେଲଧୂଆ ନିକଟରେ ଏକ ଦୁର୍ଘଟଣା ଘଟିଛି। ଭାରସାମ୍ୟ ହରାଇ ଏକ ବୋଲେରୋ ରାସ୍ତା କଡ଼ରେ ଥିବା ଗଛରେ ପିଟି ହୋଇଯିବା ପରେ ସେଥିରେ ନିଆଁ ଲାଗି ଯାଇଥିଲା। ତେବେ ଗାଡ଼ିରେ ବସିଥିବା ଯାତ୍ରୀମାନେ ଅଳ୍ପକେ ବର୍ତ୍ତି ଯାଇଥିଲେ। ଗତକାଲି ରାତି ପ୍ରାୟ ସାଢ଼େ ୮ଟା ବେଳେ ଏହି ଦୁର୍ଘଟଣା ଘଟିଥିଲା। ବୋଲେରୋଟି ବଲାଙ୍ଗିର ଆଡୁ ଦ୍ରୁତ ଗତିରେ ଆସୁଥିବା ବେଳେ ଏହି ଦୁର୍ଘଟଣା ଘଟିଥିଲା। ଖବର […]
ଭୁବନେଶ୍ୱର: ଆସନ୍ତା ୨୯ ତାରିଖରେ ନବୀନ ପଟ୍ଟନାୟକ କ୍ରମାଗତ ପଞ୍ଚମ ଥର ଲାଗି ମୁଖ୍ୟମନ୍ତ୍ରୀ ଭାବେ ଶପଥ ନେବେ। ଏଥିପାଇଁ ରାଜଧାନୀ ଭୁବନେଶ୍ୱରର ପ୍ରଦର୍ଶନୀ ପଡ଼ିଆରେ ଶପଥ ଗ୍ରହଣ ଉତ୍ସବର ଆୟୋଜନ କରାଯିବ ବୋଲି ସୂଚନା ମିଳିଛି। ନବୀନଙ୍କ ଶପଥ ଗ୍ରହଣ ଉତ୍ସବ ପୂର୍ବରୁ ପୁଲିସ୍ ଡିଜି ଆର୍.ପି. ଶର୍ମା ପ୍ରଦର୍ଶନୀ ପଡ଼ିଆ ଯାଇ ସୁରକ୍ଷା ସମୀକ୍ଷା କରିଛନ୍ତି। ଶପଥ ଗ୍ରହଣ ଉତ୍ସବରେ ୫ ହଜାରରୁ ଅଧିକ ଲୋକଙ୍କ ସମାଗମ ହୋଇପାରେ।ଏଥିସହ ରାଜ୍ୟ ବାହାରୁ ଅତିଥି ଆସୁଥିବାରୁ ସୁରକ୍ଷା […]
ଗୋଣ୍ଡା (ଉତ୍ତର ପ୍ରଦେଶ): ଜଣେ ମୁସ୍ଲିମ୍ ମହିଳା ତାଙ୍କ ନବଜାତ ପୁଅର ନାଁ ‘ନରେନ୍ଦ୍ର ଦାମୋଦର ଦାସ ମୋଦି’ ରଖିବାକୁ ନିଷ୍ପତ୍ତି ନେଇଛନ୍ତି। ପ୍ରଧାନମନ୍ତ୍ରୀଙ୍କ ବ୍ୟକ୍ତିତ୍ୱ, ତାଙ୍କ ଦକ୍ଷତା ଓ ତାଙ୍କ ନେତୃତ୍ୱାଧୀନ ସରକାରଙ୍କ ଜନକଲ୍ୟାଣ କାର୍ଯ୍ୟରେ ପ୍ରଭାବିତ ହୋଇ ସେ ଏପରି ନିଷ୍ପତ୍ତି ନେଇଛନ୍ତି। ଏହି ମହିଳାଙ୍କ ନାଁ ମୈନାଜ୍ ବେଗମ୍। ତାଙ୍କ ଘର ଉତ୍ତର ପ୍ରଦେଶର ଗୋଣ୍ଡା ଜିଲ୍ଲାର ପାରସପୁର ମହରାଉର ଗାଁରେ। ଯେଉଁ ଦିନ (ମେ’ ୨୩) ସାଧାରଣ ନିର୍ବାଚନର ଫଳାଫଳ ବାହାରିଲା, […]
ଭୁବନେଶ୍ୱର: ଗୁଜରାଟ ସୁରତର ଏକ କୋଚିଂ ସେଣ୍ଟରେ ଅଗ୍ନିକାଣ୍ଡ ଘଟି ୨୩ ଜୀବନ ଦୀପ ଲିଭିବା ସହ ୨୦ରୁ ଅଧିକ ଆହତ ହୋଇଛନ୍ତି। ଏହି ଘଟଣା ପରେ ଟ୍ୱିନ୍ ସିଟି ଭୁବନେଶ୍ୱର ଓ କଟକରେ ଗଢ଼ି ଉଠିଥିବା କୋଚିଂ ସେଣ୍ଟରର ସୁରକ୍ଷା ଉପରେ ପ୍ରଶ୍ନବାଚୀ ସୃଷ୍ଟି କରିଛି। ସୁରତ ସରଥଣା ସ୍ଥିତ ତକ୍ଷଶିଳା କୋଚିଂ ସେଣ୍ଟରରେ ନିଆଁ ଲାଗିବା ପରେ ନିଆଁ ଓ ଧୂଆଁ ଦାଉରୁ ରକ୍ଷା ପାଇବାକୁ ଚତୁର୍ଥ ମହଲାରୁ ଛାତ୍ରଛାତ୍ରୀ ଡେଇଁ ପଡ଼ିଥିଲେ। ଏଭଳି […]
ଲଣ୍ଡନ: ବିଶ୍ୱକପ୍ର ଅସଲ ପରୀକ୍ଷା ଆଗରୁ ଅଭ୍ୟାସ୍ ମ୍ୟାଚ୍ରେ ପରାସ୍ତ ହୋଇଛି ଟିମ୍ ଇଣ୍ଡିଆ। ନ୍ୟୁଜିଲ୍ୟାଣ୍ଡ ବିପକ୍ଷ ପ୍ରଥମ ଅଭ୍ୟାସ ମ୍ୟାଚ୍ରେ ବିରାଟ୍ କୋହଲିଙ୍କ ଟିମ୍ ଇଣ୍ଡିଆ ଶୋଚନୀୟ ପରାଜୟ ବରଣ କରିଛି। ଟସ୍ ଜିତି ପ୍ରଥମେ ବ୍ୟାଟିଂ କରୁଥିବା ଟିମ୍ ଇଣ୍ଡିଆ ମାତ୍ର ୩୯.୨ ଓଭର୍ରେ ସମସ୍ତ ୱିକେଟ୍ ହରାଇ ୧୭୯ ହିଁ କରିବାକୁ ସକ୍ଷମ ହୋଇଥିଲା। ଏହାର ଜବାବରେ ନ୍ୟୁଜିଲ୍ୟାଣ୍ଡ ୭୮ଟି ବଲ୍ ପୂର୍ବରୁ ୪ ୱିକେଟ୍ ହରାଇ ବିଜୟ ଲକ୍ଷ୍ୟକୁ ହାସଲ କରିନେଇଛି। […]
ଆମେଠି (ଉତ୍ତର ପ୍ରଦେଶ): କଂଗ୍ରେସ ଅଧ୍ୟକ୍ଷ ରାହୁଲ ଗାନ୍ଧିଙ୍କୁ ହରାଇ କଂଗ୍ରେସ ଗଡ଼ ‘ଆମେଠି’ରେ ପଦ୍ମ ପତାକା ଉଡ଼ାଇଥିବା ବିଜେପି ନେତ୍ରୀ ସ୍ମୃତି ଇରାନୀଙ୍କର ଜଣେ ଘନିଷ୍ଠ ସହଯୋଗୀ ସୁରେନ୍ଦ୍ର ସିଂହଙ୍କୁ ଗୁଳି କରି ହତ୍ୟା କରାଯାଇଛି। ସୁରେନ୍ଦ୍ର ଆମେଠିର ବରୌଲିଆ ଗାଁର ପୂର୍ବତନ ମୁଖିଆ। ଗତକାଲି ବିଳମ୍ବିତ ରାତିରେ ସୁରେନ୍ଦ୍ର ତାଙ୍କ ଘର ବାହାରେ ଶୋଇଥିବା ବେଳେ କିଛି ଦୁର୍ବୃତ୍ତ ତାଙ୍କୁ ଗୁଳି କରି ହତ୍ୟା କରିଥିଲେ। ଗୁରୁତର ଅବସ୍ଥାରେ ତାଙ୍କୁ ପ୍ରଥମେ ଆମେଠି ଜିଲ୍ଲା […]
ଭୁବନେଶ୍ୱର: ଭାରତକୁ ‘କ୍ୟାପିଟାଲ ଅଫ୍ ଡାଇବେଟିସ’ କୁହାଯାଉଛି। କାହିଁକି ନା ଆଜିକାଲି ଘରେ ଘରେ ଡାଇବେଟିସ ରୋଗୀଙ୍କୁ ଦେଖିବାକୁ ମିଳିବ। ଖାଦ୍ୟପେୟରେ ଅନିୟମିତତା ଯୋଗୁ ବଂଶଗତ କ୍ରମରେ ମଧ୍ୟ ଏହା ପିଢ଼ିରୁ ପିଢ଼ି ବଢ଼ିଚାଲିଛି। ଏହି ରୋଗୀଙ୍କୁ ସବୁବେଳେ ରକ୍ତ ସର୍କରା ଲେଭଲକୁ ନିୟନ୍ତ୍ରଣରେ ରଖିବାକୁ ଡାକ୍ତର ପରାମର୍ଶ ଦେଇଥାନ୍ତି। ଯଦି ଏହା ନିୟନ୍ତ୍ରଣରେ ନ ରୁହେ, ତେବେ ହାର୍ଟ, କିଡନୀ, ଆଖି ସମ୍ବନ୍ଧିତ ରୋଗ ଦେଖାଯାଏ। ତେଣୁ ଏହାକୁ ନିୟନ୍ତ୍ରଣରେ ରଖିବାକୁ ସବୁବେଳେ ଚେଷ୍ଟିତ ହେବା […]
ଭୁବନେଶ୍ୱର: ରାଜ୍ୟରେ ଗ୍ରୀଷ୍ମ ପ୍ରବାହ ଜାରି ରହିଛି। ଗତକାଲି ୪୬.୫ ଡିଗ୍ରୀ ସହ ଟିଟିଲାଗଡ଼ରେ ତାପମାତ୍ରା ରେକର୍ଡ କରିଛି। ତା’ସହ ରାଜ୍ୟର ୯ଟି ସହରରେ ତାପମାତ୍ରା ୪୪ ଡିଗ୍ରୀ ପାର୍ କରିଛି। ରାଜ୍ୟରେ ଏଭଳି ସ୍ଥିତି ଆହୁରି ୪ ଦିନ ଯାଏ ଲାଗି ରହିବ ବୋଲି ଭୁବନେଶ୍ୱର ସ୍ଥିତ ଆଞ୍ଚଳିକ ପାଣିପାଗ ବିଭାଗ ପକ୍ଷରୁ କୁହାଯାଇଛି। ଅନ୍ୟପକ୍ଷେ, ସ୍ଥିତିକୁ ନଜରରେ ରଖି ରାଜ୍ୟର ୯ଟି ଜିଲ୍ଲାରେ ହିଟ୍ ୱେଭ୍ ଓ୍ୱାର୍ଣ୍ଣିଂ ଜାରି ହୋଇଛି। ଏହି ଜିଲ୍ଲା ଗୁଡ଼ିକ […]
ସୋନପୁର(ରବିନ୍ଦ୍ର ହୋତା): ଖୋର୍ଦ୍ଧା-ବଲାଙ୍ଗିର ୫୭ ନମ୍ବର ଜାତୀୟ ରାଜପଥ ମନମୁଣ୍ଡା ବାସୁଦେବପାଲିଠାରେ ଏକ ବସ୍ ଦୁର୍ଘଟଣାଗ୍ରସ୍ତ ହୋଇଛି। ଏଥିରେ ୧୮ଜଣ ଆହତ ହୋଇଛନ୍ତି। ଆହତଙ୍କୁ ସୋନପୁର ଡାକ୍ତରଖାନାରେ ଭର୍ତ୍ତି କରାଯାଇଛି। ସେମାନଙ୍କ ମଧ୍ୟରୁ ୬ଜଣ ଅବସ୍ଥା ଗୁରୁତର ରହିଛି। ଆଜି ଭୋର ସମୟରେ ଏହି ଦୁର୍ଘଟଣା ଘଟିଛି। ସୂଚନା ଅନୁସାରେ, ଭୁବନେଶ୍ୱରରୁ ବଲାଙ୍ଗିର ଅଭିମୁଖେ ଯାଉଥିବା ଏକ ଘରୋଇ ବସ୍ ଭାରସାମ୍ୟ ହରାଇ ରାସ୍ତାକଡ଼ରେ ଥିବା ଏକ ଗଛରେ ପିଟି ହୋଇଯାଇଥିଲା। ବସ୍ଟି ଏତେ ଜୋରରେ ଯାଇ […]
ନୟାଗଡ଼: ଗ୍ୟାସ୍ ଟାଙ୍କି ଫାଟି ୪ ଗୁରୁତର ଆହତ। ନୟାଗଡ଼ ଜିଲ୍ଲା ଓଡ଼ଗାଁ ଥାନା ଅନ୍ତର୍ଗତ ବାହାଡ଼ାଝୋଲା ଗାଁରେ ଏହି ଅଘଟଣ ଘଟିଛି। ଆହତଙ୍କୁ ପ୍ରଥମେ ନୟାଗଡ଼ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟ ଓ ପରେ ଭୁବନେଶ୍ୱର ସ୍ଥାନାନ୍ତର କରାଯାଇଛି। ସୂଚନା ଅନୁସାରେ, ବାହାଡ଼ାଝୋଲା ଗାଁର ବିଜୟ ଘଟୁଆ, ଘରେ ଥିବା ଟାଙ୍କିରୁ ଗ୍ୟାସ୍ ଲିକ୍ ହେଉଥିବା ଦେଖି ସଜାଡ଼ିବା ପାଇଁ ମେକାନିକ୍କୁ ଡାକିଥିଲେ। ମେକାନିକ୍ ଟାଙ୍କି ସଜାଡ଼ିବା ପରେ ଟାଙ୍କିରୁ ଗ୍ୟାସ୍ ଲିକ୍ ହେଉଛି କି ନାହିଁ […]
ନୂଆଦିଲ୍ଲୀ: ୧୯ ନିର୍ବାଚନରେ ଶୋଚନୀୟ ପରାଜୟ ପରେ କଂଗ୍ରେସରେ ଏବେ ମାନସ ମନ୍ଥନ ଚାଲିଛି। ନୂଆଦିଲ୍ଲୀରେ ବସିଥିବା କଂଗ୍ରେସ ୱାର୍କିଂ କମିଟି ବୈଠକରେ ଦଳର ସଭାପତି ରାହୁଲ ଗାନ୍ଧିଙ୍କ ଇସ୍ତଫା ପ୍ରସ୍ତାବ ପ୍ରସଙ୍ଗକୁ କଂଗ୍ରେସ ପକ୍ଷରୁ ଏହାକୁ ଖଣ୍ଡନ କରାଯାଇଛି। କଂଗ୍ରେସର ବିପର୍ଯ୍ୟୟ ପାଇଁ ପଦ ଛାଡ଼ିବାକୁ ରାହୁଲ ପ୍ରସ୍ତାବ ଦେଇଥିବା ଏବଂ CWCପକ୍ଷରୁ ଏହାକୁ ପ୍ରତ୍ୟାଖାନ କରାଯିବା ନେଇ ଗଣମାଧ୍ୟମରେ ଚର୍ଚ୍ଚା ହୋଇଥିଲା। ହେଲେ ବୈଠକରେ ରାହୁଲ ଇସ୍ତଫା ପ୍ରସ୍ତାବ ଦେଇନଥିବା ଦଳର ମୁଖପାତ୍ର ରଣଦୀପ ସୁରେଜ୍ୱାଲା ସ୍ପଷ୍ଟୀକରଣ […]
ଭୁବନେଶ୍ୱର: ରେଳବାଇ ନିଯୁକ୍ତି ବୋର୍ଡ ପରୀକ୍ଷା(ଆର୍ଆର୍ବି)ରେ ଅବ୍ୟବସ୍ଥା। ଜୁନିଅର୍ ଇଞ୍ଜିନିୟର, ଜୁନିୟର ଇଞ୍ଜିନିୟର ଆଇଟି ଓ ଡିପୋଟ୍ ମ୍ୟାଟେରିଆଲ୍ ସୁପରିଣ୍ଟେଣ୍ଡେଣ୍ଟ୍ ପଦବୀ ପାଇଁ ଆଜି ଜାତୀୟ ସ୍ତରରେ ପରୀକ୍ଷା ହେଉଥିଲା। ଏଠାରେ ଆର୍ଆର୍ବି ଭୁବନେଶ୍ୱର ପକ୍ଷରୁ ଏହାକୁ ପରିଚାଳନା କରାଯାଉଥିଲା। ହଜାର ହଜାର ଛାତ୍ରଛାତ୍ରୀ ପରୀକ୍ଷା ଦେବାକୁ ଆସିଥିଲେ। ହେଲେ ଅବ୍ୟବସ୍ଥା ଯୋଗୁ ଛାତ୍ରଛାତ୍ରୀ ଶେଷ ମୁହୂର୍ତ୍ତରେ ପରୀକ୍ଷା ଦେଇ ନ ପାରି ନିରାଶ ହୋଇ ଫେରିଯାଇଛନ୍ତି। ଶେଷରେ ପରୀକ୍ଷାକୁ ଘୁଞ୍ଚାଇବାକୁ ନିଷ୍ପତ୍ତି ହୋଇଛି। ପରୀକ୍ଷାକୁ ବାତିଲ୍ […]
ସୁପ୍ରିମ କୋର୍ଟଙ୍କ ନିର୍ଦ୍ଦେଶ କ୍ରମେ ରାଜ୍ୟର ସାଢେ ତିନି ଲକ୍ଷ ଯୁକ୍ତ ଦୁଇ ଛାତ୍ରଛାତ୍ରୀଙ୍କର ପରୀକ୍ଷା ଫଳ ଜୁଲାଇ ୩୧ ସୁଦ୍ଧା ପ୍ରକାଶ ପାଇବ। କଳା, ବିଜ୍ଞାନ, ବାଣିଜ୍ୟ ଓ ଧନ୍ଦାମୂଳକ ଶିକ୍ଷାରେ ବିକଳ୍ପ ମୂଲ୍ୟାୟନ ଜରିଆରେ ମାର୍କ ପାଇବେ ଛାତ୍ରଛାତ୍ରୀ। ତେବେ ମାଟ୍ରିକରେ ଖରାପ ପ୍ରଦର୍ଶନ କରିଥିବା ଯୁକ୍ତଦୁଇ ଛାତ୍ରଛାତ୍ରୀଙ୍କ ଭିତରେ ଅସନ୍ତୋଷ କୁହୁଳୁଛି। ରେଜଲ୍ଟକୁ ନେଇ ଅସନ୍ତୋଷ ଥିଲେ ଅଫ୍ ଲାଇନ୍ ପରୀକ୍ଷା କରାଯାଇପାରେ
ଯେଉଁ ହାତ ଦିନେ ବିଦେଶରେ ଖାଦ୍ୟ ତିଆରି କରି ମନ ମୋହୁଥିଲା, ସେହି ହାତ ଆଜି ଭିଟାମାଟିରେ ନିକିତି ଧରି ବଞ୍ଚିବାର ରାହା ଖୋଜୁଛି। ଯିଏ ଦିନେ ଷ୍ଟାର୍ ହୋଟେଲର କୁକ୍ ଭାବେ କିମିଆ କରିଥିଲେ ରୁଷ୍ ଲୋକଙ୍କୁ, ସିଏ ଆଜି ରାସ୍ତାକଡ଼ର ପରିବା ବିକାଳି ହୋଇଛନ୍ତି।
ସୁରତ: ରିଲ୍ ଲାଇଫରେ ଆମେ କେତେ ହିରୋଙ୍କୁ ଦେଖିଛୁ। ଅନେକ ଅସମ୍ଭବ କାମ ଚୁଟ୍କିରେ କରି ଦିଅନ୍ତି। ହେଲେ ସୁରତର ଭୟାନକ ଅଗ୍ନିକାଣ୍ଡ ବେଳେ ଏମିତି ଜଣେ ହିରୋଙ୍କୁ ଦେଖିବାକୁ ମିଳିଛି, ଯିଏ ରିଲ୍ ନୁହେଁ, ରିଅଲ୍ ହିରୋ। ନିଜ ଜୀବନକୁ ମରଣ ମୁହଁକୁ ଠେଲି ନିଶ୍ଚିତ ମୃତ୍ୟୁ ମୁଖରୁ ଅନେକ ଛାତ୍ରଛାତ୍ରୀଙ୍କୁ ଉଦ୍ଧାର କରିଛନ୍ତି। ଗୁଜରାଟ ସୁରତର ଏକ କୋଚିଂ ସେଣ୍ଟରରେ ଭୟାବହ ଅଗ୍ନିକାଣ୍ଡ ଘଟଣାରେ ୨୨ଜଣଙ୍କ ମୃତ୍ୟୁ ଯେତିକି ଦୁଃଖଦାୟକ, ଅଗ୍ନିକାଣ୍ଡ ବେଳେ ଦେବଦୂତ […]
ଭୁବନେଶ୍ୱର: ରାଜ୍ୟରେ ଗ୍ରୀଷ୍ମ ପ୍ରବାହ ଜାରି ରହିଛି। ଫଳରେ ଅସହ୍ୟ ତାତିରେ ରାଜ୍ୟବାସୀ ଛଟପଟ ହେଉଛନ୍ତି। ତେବେ କିଛି ଜିଲ୍ଲାରେ ବର୍ଷା ହେବାନେଇ ଭୁବନେଶ୍ୱର ସ୍ଥିତ ଆଞ୍ଚଳିକ ପାଣିପାଗ ବିଭାଗ ପୂର୍ବାନୁମାନ କରିଛି। ସେହି ଜିଲ୍ଲା ଗୁଡ଼ିକ ହେଲା- ମାଲକାନଗିରି, କୋରାପୁଟ, କେନ୍ଦୁଝର, ମୟୂରଭଞ୍ଜ ଓ ବାଲେଶ୍ୱର। ଏହି ସବୁ ଜିଲ୍ଲାରେ ସ୍ୱଳ୍ପ ଧରଣର ବର୍ଷା ହେବାର ସମ୍ଭାବନା ରହିଛି। ଗତକାଲି ସମ୍ବଲପୁର ଓ ହୀରାକୁଦରେ ସ୍ୱଳ୍ପ ଧରଣର ବର୍ଷା ହୋଇଥିଲା। ଅନ୍ୟପକ୍ଷେ, ରାଜ୍ୟର କିଛି ଜିଲ୍ଲାରେ ଆସନ୍ତା ଦୁଇ ତିନି […]
ପୁରୀ(ମଧୁସୂଦନ ମିଶ୍ର): ଓଡ଼ିଶାର ପ୍ରଥମ ଏଭରେଷ୍ଟ ଆରରୋହଣକାରୀ କଳ୍ପନା ଦାଶଙ୍କ ଦୁଃଖଦ ବିୟୋଗ ଘଟିଛି। ବିଶ୍ୱର ସର୍ବୋଚ୍ଚ ଗିରିଶୃଙ୍ଗ ଏଭରେଷ୍ଟ ଉପରେ ପ୍ରାଣ ହରାଇଛନ୍ତି ପାହାଡ଼ ରାଣୀ କଳ୍ପନା। ଆନ୍ତର୍ଜାତୀୟ ବାଲୁକା ଶିଳ୍ପୀ ସୁଦର୍ଶନ ପଟ୍ଟନାୟକ କଳ୍ପନାଙ୍କୁ ଶ୍ରଦ୍ଧାଞ୍ଜଳି ଜଣାଇଛନ୍ତି । ବାଲୁକା କଳା ମାଧ୍ୟମରେ କଳ୍ପନା ଦାଶଙ୍କ ଆତ୍ମାର ସେ ସଦ୍ଗତି କାମନା କରିଛନ୍ତି। I am deeply saddened to know about the demise of #KalpanaDash, the woman mountaineer from […]
ରାୟଗଡ଼ା(ମନୋଜ ପାତ୍ର): ଦୋକାନ ଘରେ ନିଆଁ ଲାଗି ଲକ୍ଷାଧିକ ଟଙ୍କାର ସାମଗ୍ରୀ ନଷ୍ଟ। ରାୟଗଡ଼ା ଜିଲ୍ଲା ସାରଳା ଛକ ନିକଟ ଓଭରବ୍ରିଜ୍ ତଳେ ଏହି ଅଘଟଣ ଘଟିଛି। ଆଜି ଭୋର ସମୟରେ ଓଭରବ୍ରିଜ୍ ତଳେ ଥିବା ଘଣ୍ଟା, ଚପଲ ଓ ଫଳ ଦୋକାନରେ କୌଣସି କାରଣରୁ ନିଆଁ ଲାଗି ଯାଇଥିଲା। ଖବର ପାଇ ଅଗ୍ନିଶମ ବାହିନୀ ଘଟଣାସ୍ଥଳରେ ପହଞ୍ଚି ନିଆଁକୁ ଆୟତ୍ତ କରିଛନ୍ତି। ଏହି ଅଗ୍ନିକାଣ୍ଡରେ ଲକ୍ଷାଧିକ ଟଙ୍କାର ସାମଗ୍ରୀ ନଷ୍ଟ ହୋଇଥିବା ବେଳେ ଅଗ୍ନିକାଣ୍ଡର କାରଣ ସ୍ପଷ୍ଟ ହୋଇନାହିଁ।