ନୂଆଦିଲ୍ଲୀ: କରୋନା ଭାଇରସ ପାଇଁ ଚରିଆଡେ ସତର୍କତା ଜାରି କରାଯାଇଛି। ଲୋକଙ୍କୁ ଏକାଠି ନ ହେବା ପାଇଁ କଡା ପଦକ୍ଷେପ ନିଆଯାଉଛି। ସାଂସ୍କୃତିକ କାର୍ଯ୍ୟକ୍ରମକୁ ବି ବାତିଲ କରାଯାଇଛି। ଏମିତି ସମୟରେ ଏକ ଅଜିବ ଘଟଣା ସାମ୍ନାକୁ ଆସିଛି। ପଞ୍ଜାବର ସିଆଲକୋଟ ଅଞ୍ଚଳରେ ଲୁଚାଛପାରେ ଚାଲିଥିଲା ବାହାଘର। ହେଲେ ପୋଲିସ ଜାଣିବା ପରେ ବରକୁ ବାନ୍ଧି ନେଇଛି। ଗଣମାଧ୍ୟମରେ ପ୍ରକାଶିତ ଖବର ଅନୁସାରେ, ଅଜିମ ନାୱାଜ ନାମକ ଜଣେ ବ୍ୟକ୍ତି ମସ୍ଜିଦ୍ ଛାତ ଉପରେ ଲୁଚି ଲୁଚି […]
ପୁରୀ: ୟୁନିୟନ୍ ବ୍ୟାଙ୍କ ଅଫ୍ ଇଣ୍ଡିଆରେ ରହିବନି ମହାପ୍ରଭୁ ଶ୍ରୀଜଗନ୍ନାଥଙ୍କ ଟଙ୍କା। ଏମିତି ସୂଚନା ଦେଇଛି ପ୍ରଶାସନ। ୟେସ ବ୍ୟାଙ୍କ ଦେବାଳିଆ ହେବା ପରେ ଜଗା ଟଙ୍କାକୁ ନେଇ ରାଜ୍ୟବାସୀ ଉଦ୍ବେଗ ପ୍ରକାଶ କରିଥିଲେ। ଏହାକୁ ନେଇ ବହୁତ ତୁମ୍ଭିତୋଫାନ ହେବା ପରେ ଶେଷରେ ମହାପ୍ରଭୁଙ୍କ ଟଙ୍କା ୟୁନିୟନ୍ ବ୍ୟାଙ୍କ ଅଫ୍ ଇଣ୍ଡିଆରେ ରହିବ ବୋଲି ନିଷ୍ପତ୍ତି ହୋଇଥିବା ଶ୍ରୀମନ୍ଦିର ଉନ୍ନୟନ ପ୍ରଶାସକ ଅଜୟ କୁମାର ଜେନା ସୂଚନା ଦେଇଥିଲେ । ହେଲେ ଏବେ ଏହି ନିଷ୍ପତ୍ତି […]
ଭୁବନେଶ୍ୱର: କରୋନା ଭାଇରସକୁ ନେଇ ସାରା ବିଶ୍ୱରେ ଦେଖା ଦେଇଛି ଏକ ସଙ୍ଗୀନ ପରିସ୍ଥିତି। କିଲର କରୋନାରୁ ବର୍ତ୍ତିବା ପାଇଁ ଭାରତ ସରକାର ଆଗୁଆ ସତର୍କତା ମୂଳକ ପଦକ୍ଷେପ ନେଇଛନ୍ତି। ରାଜଧାନୀ ଦିଲ୍ଲୀ ସମେତ ୩୦ଟି ରାଜ୍ୟ ଓ କେନ୍ଦ୍ରଶାସିତ ଅଞ୍ଚଳରେ ସମ୍ପୂର୍ଣ୍ଣ ଲକ୍ ଡାଉନ୍ ଘୋଷଣା କରାଯାଇଛି । ମୋଟ ୫୪୮ଟି ଜିଲ୍ଲାରେ ଲକ ଡାଉନ୍ କରାଯାଇଛି । ସମ୍ପୂର୍ଣ୍ଣ ଓଡ଼ିଶା ମଧ୍ୟ ଲକ୍ଡାଉନ କରାଯାଇଛି। ଆନ୍ତଃରାଜ୍ୟ ବସ୍ ଚଳାଚଳ ବନ୍ଦ ଥିବାବେଳେ ଆଜି ଦିନ […]
ଭୁବନେଶ୍ୱର: କରୋନା ନେଇ ରାଜ୍ୟ ସରକାରଙ୍କ ବଡ ଘୋଷଣା। ସାରା ଓଡ଼ିଶା ଲକ୍ ଡାଉନ ଘୋଷଣା କରିଛନ୍ତି ରାଜ୍ୟ ସରକାର। ସମସ୍ତ ୩୦ଟି ଜିଲ୍ଲାକୁ ଲକ୍ଡାଉନ କରିବା ନେଇ ସରକାର ନିଷ୍ପତ୍ତି ନେଇଛନ୍ତି । ଆଜି ମଧ୍ୟରାତ୍ରିରୁ ମାର୍ଚ୍ଚ ୨୯ ତାରିଖ ମଧ୍ୟରାତ୍ରି ପର୍ଯ୍ୟନ୍ତ ଅବଶିଷ୍ଟ ୧୬ଟି ଜିଲ୍ଲା ଲକ୍ଡାଉନ ହେବ । ପ୍ରଥମେ ୫ଟି ଜିଲ୍ଲା ଏବଂ ଗତକାଲି ୯ଟି ଜିଲ୍ଲାକୁ ଲକ୍ ଡାଉନ୍ ଘୋଷଣା କରିଥିଲେ । ରାଜ୍ୟ ସରକାର ଗତ ୨୨ତାରିଖରୁ ୫ଟି […]
ନୂଆଦିଲ୍ଲୀ- କରୋନା ଭାଇରସ ଦ୍ରୁତ ଗତିରେ ତାର କାୟା ବିସ୍ତର କରି ଚାଲିଛି। ସାରା ବିଶ୍ୱ କରୋନା ବିରୁଦ୍ଧରେ ଜାରି ରଖିଛନ୍ତି ଲଢେଇ। ଭାରତରେ ମୃତ୍ୟୁ ସଂଖ୍ୟା ୯ ଥିଲେ ମଧ୍ୟ ଦେଶରେ କଠୋର ସଚେତନତା ମୂଳକ ପଦକ୍ଷେପ ଗ୍ରହଣ କରାଯାଇଛି। ଆଉ ଏଥିପାଇଁ ସଂକ୍ରମଣକୁ କିଛି ମାତ୍ରାରେ ରୋକା ଯାଇ ପାରିଛି। ଭାରତର ଏପରି ପଦକ୍ଷେପକୁ ସାରା ବିଶ୍ୱରେ ପ୍ରଶଂସା କରାଯାଇଛି। ଭାରତରେ ବର୍ତ୍ତମାନ ସୁଦ୍ଧା ୪୯୯ ମାମଲା ସାମ୍ନାକୁ ଆସିଛି। ସଂକ୍ରମଣ ରୋକିବା ପାଇଁ […]
ଭବାନୀପାଟଣା: କଳାହାଣ୍ଡି ଜିଲ୍ଲା ଭବାନୀପାଟଣାରେ ଗତକାଲି ରାତିରେ ମର୍ମନ୍ତୁଦ ଦୁର୍ଘଟଣା ଘଟିଯାଇଛି। କାଦୁଅପଦରଠାରେ ଏକ ଟ୍ରାକ୍ଟର ଓଲଟି ୩ ମହିଳାଙ୍କ ସମେତ ୪ ଶ୍ରମିକଙ୍କ ମୃତ୍ୟୁ ଘଟିଛି । ଶ୍ରମିକମାନେ କାମ ସାରି ରାତି ୮ଟାରେ ନିଜ ଗାଁ ଲାବେନସରକୁ ଟ୍ରାକ୍ଟରରେ ବସି ଯାଉଥିବା ବେଳେ କାଦୁଅ ପଦରଠାରେ ଟ୍ରାକ୍ଟରଟି ଓଲଟି ପଡିଥିଲା । ଫଳରେ ଟ୍ରାକ୍ଟର ତଳେ ଚାପି ହୋଇ ୨ଜଣଙ୍କର ଘଟଣାସ୍ଥଳରେ ମୃତ୍ୟୁ ହୋଇଥିବା ବେଳେ ଆଉ ୨ଜଣଙ୍କର ମେଡିକାଲରେ ଜୀବନ ଯାଇଛି । […]
ଭୁବନେଶ୍ୱର: କରୋନା ସଂକ୍ରମଣ ରୋକିବା ପାଇଁ ରାଜ୍ୟ ସରକାର କଠୋର ପଦକ୍ଷେପମାନ ନେଉଛନ୍ତି। ରାଜ୍ୟରେ ମୋଟ ୧୪ଟି ଜିଲ୍ଲାକୁ ଲକଡାଉନ ଘୋଷଣା କରାଯାଇଛି। ଗତ ୨୨ତାରିଖରୁ ୫ଟି ଜିଲ୍ଲାକୁ ଲକ୍ ଡାଉନ ଘୋଷଣା କରାଯାଇଥିଲା ବେଳେ ଆଜିଠୁ ଆଉ ୯ ଜିଲ୍ଲାରେ ଲକ୍ଡାଉନ ଲାଗୁ ହୋଇଛି । ଏହି ଜିଲ୍ଲା ଗୁଡିକ ହେଲା ପୁରୀ, ନୟାଗଡ଼, ଜଗତସିଂହପୁର, ଯାଜପୁର , ଭଦ୍ରକ, ବାଲେଶ୍ୱର, ଢେଙ୍କାନାଳ, ସମ୍ବଲପୁର ଓ ଝାରସୁଗୁଡ଼ା। ଆଜି ସକାଳ ୭ଟାରୁ ଏହି ସବୁ ଜିଲ୍ଲାରେ […]
ନୂଆଦିଲ୍ଲୀ: ରବିବାର ଜନତା କର୍ଫ୍ୟୁକୁ ମାନିବା ପରେ ସୋମବାର ଘରେ ରହିବାକୁ ଯେମିତି ଲୋକେ ପ୍ରସ୍ତୁତ ନ ଥିଲେ। ସୋମବାର ଅଧିକାଂଶ ଲୋକ ଘରୁ ବାହାରି ଆସିଥିଲେ। ରାସ୍ତାଘାଟ ଥିଲା ଚଳଚଞ୍ଚଳ। ଏହାକୁ ଦେଖି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଉଦ୍ବେଗ ପ୍ରକାଶ କରିବା ସହ ଲକ୍ଡାଉନ୍ କଡାକଡି ପାଳନ କରିବାକୁ ନିବେଦନ କରିଥିଲେ। ଏଥିସହ ରାଜ୍ୟ ସରକାରମାନେ ମଧ୍ୟ କଡା ପଦକ୍ଷେପ ନେଇଥିଲେ। ନିୟମ ନ ମାନିଲେ କାର୍ଯ୍ୟାନୁଷ୍ଠାନ ପାଇଁ ନିର୍ଦ୍ଦେଶ ଦେଇଥିଲେ । ପରିସ୍ଥିତିକୁ ଦେଖି […]
ଚଣ୍ଡିଗଡ: କରୋନା ଭାଇରସର ମୁକାବିଲା କରିବା ଲାଗି ପଞ୍ଜାବ ସରକାର ବଡ଼ ପଦକ୍ଷେପ ନେଇଛନ୍ତି। ପଞ୍ଜାବରେ ୨୧ଟି କରୋନା ପଜିଟିଭ୍ ଚିହ୍ନଟ ହେବା ପରେ ସୋମବାର ସାରା ରାଜ୍ୟରେ କର୍ଫ୍ୟୁ ଜାରି କରିଛନ୍ତି ମୁଖ୍ୟମନ୍ତ୍ରୀ ଅମ୍ରିନ୍ଦର ସିଂହ। ଏହି କର୍ଫ୍ୟୁ ଆସନ୍ତା ୩୧ ତାରିଖ ପର୍ଯ୍ୟନ୍ତ ବଳବତ୍ତର ରହିବ। ଦେଶର ପ୍ରଥମ ରାଜ୍ୟ ଭାବେ ପଞ୍ଜାବ ଏହି କର୍ଫ୍ୟୁ ଲାଗୁ କରିଛି। ମୁଖ୍ୟ ଶାସନ ସଚିବ ଏବଂ ଡିଜିପିଙ୍କ ସହିତ ସମୀକ୍ଷା ବୈଠକ କରିବା ପରେ ପଞ୍ଜାବ […]
ଭଦ୍ରକ: ଗତକାଲି ଲାଗୁ ହୋଇଥିବା କର୍ଫ୍ୟୁକୁ ଲୋକେ ମାନି ଘରେ ରହିଥିଲେ ହେଁ, ଆଜି କଟକଣାକୁ କେହି ମାନୁ ନାହାନ୍ତି। ଏପଟେ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ଦିନକୁ ଦିନ ବଢିବାରେ ଲାଗିଛି। ପରିସ୍ଥିତିକୁ ଦେଖି ଲକଡାଉନ୍କୁ ନେଇ କଟକଣା କଡାକଡି କରିବାକୁ ଘୋଷଣା କରାଯାଇଛି। କଟକଣା ନ ମାନିଲେ କାର୍ଯ୍ୟାନୁଷ୍ଠାନ ନିଆଯିବ ବୋଲି ଘୋଷଣା କରାଯାଇଥିଲା। ଏପରି ପରିସ୍ଥିତିରେ ଭଦ୍ରକରେ କଟକଣା ଭାଙ୍ଗି ଜଣେ ବ୍ୟକ୍ତି ଗିରଫ ହୋଇଛନ୍ତି। ଭଦ୍ରକ ଟାଉନ ପୋଲିସ ଏହି ବ୍ୟବସାୟୀଙ୍କୁ ଗିରଫ […]
କଟକ: କରୋନାକୁ ନେଇ ସରକାରଙ୍କ ପକ୍ଷରୁ କଟକଣା ଜାରି ହୋଇଥିବାବେଳେ ଅଦାଲତରେ ବିଭିନ୍ନ ମାମଲାର ଶୁଣାଣି ନେଇ କଟକଣା ଜାରି କଲେ ଓଡ଼ିଶା ହାଇକୋର୍ଟ । କଟକଣା ଜାରି ହୋଇଥିବା ଖୋର୍ଦ୍ଧା, କଟକ, ଗଂଜାମ, କେନ୍ଦ୍ରାପଡ଼ା, ଅନୁଗୁଳ ଜିଲ୍ଲା ସହ ପୁରୀ, ରାଉରକେଲା, ସମ୍ବଲପୁର, ଝାରସୁଗୁଡ଼ା, ବାଲେଶ୍ୱର, ଯାଜପୁର, ଯାଜପୁର ରୋଡ ଏବଂ ଭଦ୍ରକ ସହରରେ ଥିବା ଅଦାଲତଗୁଡିକ ପାଇଁ ଏହି କଟକଣା ଜାରି ହୋଇଛି । ଏହି ସବୁ ଜିଲ୍ଲା ଏବଂ ସହରରେ ଥିବା ଜିଲ୍ଲା […]
ଭୁବନେଶ୍ୱର: ଓଡ଼ିଶାରେ ୨ରେ ସୀମିତ ରହିଛି କରୋନା ପଜିଟିଭଙ୍କ ସଂଖ୍ୟା । ବିଦେଶରୁ ଫେରି ଓଡ଼ିଶାରେ ବର୍ତ୍ତମାନ ସୁଦ୍ଧା ୩ ହଜାର ୪୭୪ ଜଣ ନାଁ ପଞ୍ଜୀକରଣ କରିଛନ୍ତି। ଏପର୍ଯ୍ୟନ୍ତ ପରୀକ୍ଷା ହୋଇଥିବା ୭୬ଟି ନମୁନାର ରିପୋର୍ଟ ଆସିଥିବା ବେଳେ ସେଥିରୁ ୨ଟି ପଜିଟିଭି ଜଣାପଡ଼ିଛି । ୨୮ ଜଣଙ୍କୁ ହସ୍ପିଟାଲ ଆଇସୋଲେସନରେ ରଖାଯାଇଛି ବୋଲି ପ୍ରେସମିଟ୍ରେ ସୂଚନା ଦିଆଯାଇଛି । ତେବେ ବିଦେଶରୁ ଫେରି ହୋମ୍ କ୍ୱାରାଣ୍ଟାଇନରେ ଥିବା କଟକର ଜଣେ ବ୍ୟକ୍ତି ପ୍ରଶାସନର ନିର୍ଦ୍ଦେଶ […]
କରୋନା : ଭାରତରେ କରୋନା ଭାଇରସ ତା’ର କାୟା ବିସ୍ତାର କରି ଚାଲିଛି । ଏହାକୁ ଦୃଷ୍ଟିରେ ରଖି ରେଳ ବିଭାଗ ସମସ୍ତ ଟ୍ରେନ ଚଳାଚଳ ବାତିଲ କରି ଦେଇଛି । ଏପରିକି ମାର୍ଚ୍ଚ ୩୧ ତାରିଖ ରାତି ୧୨ଟା ପର୍ଯ୍ୟନ୍ତ ସମସ୍ତ ଯାତ୍ରୀବାହୀ ଟ୍ରେନ ଚଳାଚଳ ବନ୍ଦ ରହିବ ବୋଲି ବିଭାଗ ପକ୍ଷରୁ କୁହାଯାଇଛି । ଏହାଦ୍ୱାରା ସାମାଜିକ ଦୂରତା ବଜାୟ ରହିବ । ତେବେ ମାଲଗାଡ଼ି ଚଳାଚଳ କରିବ ବୋଲି କୁହାଯାଇଛି । ଦେଖାଯାଇଛି […]
ନବରଙ୍ଗପୁୁର: କରୋନାକୁ ନେଇ ରାଜ୍ୟରେ କଟକଣା ଆଜି ବି ଜାରି ରହିଛି। ସରକାର ଆସନ୍ତା ୨୯ ତାରିଖ ଯାଏ ରାଜ୍ୟର ୫ ଜିଲ୍ଲା ଓ ୯ ସହରକୁ ପ୍ରାୟ ସଂପୂର୍ଣ୍ଣ ଲକ୍ ଡାଉନ୍ ଘୋଷଣା କରିଛନ୍ତି । ଏବେ ନବରଙ୍ଗପୁୁର ଜିଲ୍ଲାର ୨ ସହରରେ ଲାଗିଛି କଟକଣା। କରୋନାର ଭୟାବହତାକୁ ଦୃଷ୍ଟିରେ ରଖି ଜିଲ୍ଲା ସଦର ମହକୁମା ନବରଙ୍ଗପୁର ଏବଂ ଅନ୍ୟ ପ୍ରମୁଖ ସହର ଉମରକୋଟରେ କଟକଣା ଜାରି ହୋଇଛି । ଜିଲ୍ଲା ପ୍ରଶାସନ ହଠାତ ରବିବାର […]
ଭୁବନେଶ୍ୱର: କରୋନା କାୟା ବିସ୍ତାର କରି ଚାଲିଛି। ଏହା ସହିତ ଆମକୁ ମୁକାବିଲା କରିବାକୁ ପଡ଼ିବ। ଏଥି ସହିତ ଲୋକେ ଅସୁବିଧାର ସମ୍ମୁଖୀନ ହେବେନି। ଏହାକୁ ଦଷ୍ଟିରେ ରଖି ସରକାର ପଦକ୍ଷେପ ନେଇଛନ୍ତି। ଖାଉଟିଙ୍କ ସ୍ୱାର୍ଥର ସୁରକ୍ଷା ପାଇଁ ସରକାର ନେଇଛନ୍ତି ଦୃଢ ପଦକ୍ଷେପ। ଏପରି ଭୟାବହତା ବେଳେ ଅତ୍ୟାବଶ୍ୟକ ସାମଗ୍ରୀ ଯୋଗାଣ ସଂପର୍କିତ ଅଭିଯୋଗର ଶୁଣାଣି ପାଇଁ ରାଜ୍ୟ ସରକାର ଟୋଲ୍ ଫ୍ରି ନମ୍ବର ଜାରି କରିଛନ୍ତି। ଉପଭୋକ୍ତାଙ୍କ ସୁବିଧା ପାଇଁ ସରକାର ଏପରି ପଦକ୍ଷେପ […]