ନୂଆଦିଲ୍ଲୀ: କରୋନାର ଚିକିତ୍ସା ପଦ୍ଧତି ବତାଇଲେ ଯୋଗଗୁରୁ ବାବା ରାମଦେବ ।ଆୟୁର୍ବେଦିକ ଚିକିତ୍ସା ପଦ୍ଧତି ଦ୍ୱାରା କରୋନା ଭାଇରସକୁ ଦୂର କରାଯାଇ ପାରିବ ବୋଲି କହିଛନ୍ତି ଯୋଗଗୁରୁ । କରୋନା ମୁକାବିଲା ପାଇଁ ଏ ଯାଏ ଔଷଧ ବାହାରି ନ ଥିବାବେଳେ ପ୍ରତିକାର ବାଟ ବତାଇଛନ୍ତି ଯୋଗଗୁରୁ ବାବା ରାମେଦବ। ସେ କହିଛନ୍ତି, ଯୋଗ ଓ ପ୍ରାଣାୟମ୍ କରିବା ଦ୍ୱାରା କରୋନା ଆକ୍ରାନ୍ତ ଭଲ ହୋଇପାରିବେ। ଏଥିସହିତ ଅଲୁଲୋମ ବିଲୋମ୍ ଓ କପାଳଭାତି ଭଳି ପ୍ରାଣାୟମ୍ କରିବା […]
ପୁରୀ: କରୋନା ଭୟରେ ଶ୍ରୀମନ୍ଦିରରେ ଲାଗିଲା କଟକଣା। ଶ୍ରୀମନ୍ଦିରରେ ପୂଜା ବେଳେ ମୁଖା ପିନ୍ଧିବେ ସେବାୟତ। କରୋନା ସତର୍କତାକୁ ନେଇ ଶ୍ରୀମନ୍ଦିର ଛତିଶା ନିଯୋଗର ଗୁରୁତ୍ୱପୂର୍ଣ୍ଣ ବୈଠକରେ ଏନେଇ ନିଷ୍ପତ୍ତି ହୋଇଛି। ଏଥିସହ ଏଠାକୁ ଆସୁଥିବା ଦର୍ଶନାର୍ଥୀ ନିଜ ସମ୍ପର୍କରେ ନିର୍ଦ୍ଧାରିତ ଫର୍ମରେ ତଥ୍ୟ ଦେବା ବାଧ୍ୟତାମୂଳକ କରାଯାଇଛି। ଭାରତରେ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ଦିନକୁ ଦିନ ବଢୁଛି। ରବିବାର ସୁଦ୍ଧା ଆକ୍ରାନ୍ତଙ୍କ ସଂଖ୍ୟା ୧୦୭ରେ ପହଞ୍ଚିଲାଣି। ରାଜ୍ୟରେ ସତର୍କତା ସ୍ୱରୂପ ସିନେମା ହଲ, ସାଂସ୍କୃତିକ କାର୍ଯ୍ୟକ୍ରମ […]
ଚେନ୍ନାଇ: କରୋନାକୁ ନେଇ ସାରା ଦୁନିଆ ଏବେ ସଚେତନ। ପ୍ରାୟ ୨୮୯ ଯାତ୍ରୀଙ୍କୁ ନେଇ ଦୁବାଇ ଯାଉଥିବା ଏକ ଫ୍ଲାଇଟ୍ରେ ଜଣେ କରୋନା ସନ୍ଦିଗ୍ଧଙ୍କୁ ଠାବ କରାଯାଇଥିଲା । ଫଳରେ ତାଙ୍କୁ ଫ୍ଲାଇଟ୍ରୁ ବାହାର କରି ଦିଆଯାଇଥିଲା। ଏହି ଯାତ୍ରୀ ଜଣକ ବ୍ରିଟିଶ ନାଗରିକ ବୋଲି ଜଣାପଡ଼ିଛି। ସେ କରୋନା ଆକ୍ରାନ୍ତ ଥିବା ଜଣାପଡ଼ିଛି। କୋଚିନ ଇଣ୍ଟରନାଶନାଲ ଏୟାରପୋର୍ଟ ଲିମିଟେଡ୍ର ପ୍ରବକ୍ତାଙ୍କ କହିବା ଅନୁଯାୟୀ, ଏହି ଯାତ୍ରୀ କେରଳର ମୁନ୍ନାର ସହରକୁ ଛୁଟି କଟାଇବା ପାଇଁ ଆସିଥିଲେ। […]
ଭୋପାଲ: ମଧ୍ୟପ୍ରଦେଶର କମଲନାଥ ସରକାର ଏବେ ସଙ୍କଟରେ । ନିକଟରେ କଂଗ୍ରେସରୁ ଇସ୍ତଫା ଦେଇ ଜ୍ୟୋତିରାଦିତ୍ୟ ସିନ୍ଧିଆ ବିଜେପିରେ ଯୋଗ ଦେଇଛନ୍ତି। ସିନ୍ଧିଆ ଦଳ ଛାଡ଼ିବା ପରେ କଂଗ୍ରେସର ୨୨ ବିଧାୟକ ଇସ୍ତଫା ଦେଇଛନ୍ତି। ଫଳରେ କମଳନାଥ ସରକାର ବହୁମତ ହରାଇବା ଆଶଙ୍କା ରହିଛି। ତେଣୁ ସୋମବାର ଆସ୍ଥା ଭୋଟର ସମ୍ମୁଖୀନ ହେବେ ମଧ୍ୟପ୍ରଦେଶର କମଲନାଥ ସରକାର। ବିଳମ୍ୱିତ ରାତ୍ରିରେ ରାଜ୍ୟପାଳ ଲାଲାଜି ଟଣ୍ଡନ ବାଚସ୍ପତି ନର୍ମଦା ପ୍ରସାଦ ପ୍ରଜାପତିଙ୍କ ସହ ଆଲୋଚନା କରି ଏହି ନିର୍ଦ୍ଦେଶ ଦେଇଛନ୍ତି। […]
ଓ୍ୱାଶିଂଟନ: କରୋନା ସନ୍ଦଗ୍ଧଙ୍କ ଭିତରୁ ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ବି ବାଦ୍ ଯାଇ ନାହାନ୍ତି। କରୋନାରେ ଆକ୍ରାନ୍ତ ହୋଇଥିବା ବ୍ରାଜିଲ ପ୍ରତିନିଧି ଦଳର ଜଣେ ବ୍ୟକ୍ତିଙ୍କୁ ଟ୍ରମ୍ପ ଭେଟିଥିଲେ। ତେଣୁ ସେ କରୋନା ଆକ୍ରାନ୍ତ ହୋଇଥାଇ ପାରନ୍ତି ବୋଲି ସନ୍ଦେହ କରାଯାଉଥିଲା। ଏହାପରେ ହ୍ୱାଇଟ୍ ହାଉସ ତରଫରୁ ଟ୍ରମ୍ପଙ୍କ କରୋନା ଟେଷ୍ଟ ହୋଇଛି। ଆମେରିକା ରାଷ୍ଟ୍ରପତି କରୋନା ପରୀକ୍ଷା ନେଇ ସାମ୍ୱାଦିକ ସମ୍ମିଳନୀ କରିଥିଲେ। ଶୁକ୍ରବାର ସଂଧ୍ୟାରେ ତାଙ୍କ ସ୍ୱାବ ପରୀକ୍ଷା କରାଯାଇଥିଲା। ଶନିବାର ସଂଧ୍ୟାରେ […]
ମାଦ୍ରିଦ୍: କରୋନା ଆତଙ୍କ ସାରା ବିଶ୍ୱ ଥରହର। କେମିତି ମୁକାବିଲା କରିବେ ତାକୁ ସମସ୍ତେ ନେଇ ଚିନ୍ତିତ। ଇତିମଧ୍ୟରେ ସ୍ପେନ୍ ପ୍ରଧାନମନ୍ତ୍ରୀଙ୍କ ପତ୍ନୀ ବି କରୋନାରେ ଆକ୍ରାନ୍ତ ଥିବା ଜଣାପଡ଼ିଛି। ପ୍ରଧାନମନ୍ତ୍ରୀ ପେଡ୍ରୋ ସାଞ୍ଚେଜଙ୍କ ପତ୍ନୀ ମାରିଆ ବେଗୋନା ଗୋମେଜ କରୋନା ଭାଇରସ ଦ୍ୱାରା ଆକ୍ରାନ୍ତ ହୋଇଛନ୍ତି। ଏ ନେଇ ପ୍ରଧାନମନ୍ତ୍ରୀଙ୍କ କାର୍ଯ୍ୟାଳୟ ସୂତ୍ରରୁ ସୂଚନା ମିଳିଛି । ସେ କରୋନା ଭାଇରସ ଦ୍ୱାରା ଆକ୍ରାନ୍ତ ହୋଇଥିବା ସନ୍ଦେହ କରାଯାଉଥିଲା। ପରୀକ୍ଷା ପରେ ପଜେଟିଭ ରିପୋର୍ଟ ଆସିଛି। […]
ଭୁବନେଶ୍ୱର: କରୋନା ପାଇଁ ଫିକା ପଡ଼ିଗଲା ତରଙ୍ଗ ସିନେ ଉତ୍ସବ ଆୟୋଜନ । ରାଜ୍ୟ ସରକାରଙ୍କ ପକ୍ଷରୁ କରୋନା ନେଇ ସତର୍କତା ମୂଳକ ନିର୍ଦ୍ଦେଶନାମା ଜାରି ହେବା ପରେ ତରଙ୍ଗ ସିନେ ଉତ୍ସବ ୨୦୨୦ ପାଇଁ ନିମନ୍ତ୍ରିତ ଅତିଥିଙ୍କୁ ନ ଆସିବା ଲାଗି ଅନୁରୋଧ କରାଯାଇଛି । କରୋନା ସତର୍କତାକୁ ଦୃଷ୍ଟିରେ ରଖି ଏହି ପଦକ୍ଷେପ ନିଆଯାଇଥିବା ଆୟୋଜକଙ୍କ ପକ୍ଷରୁ କୁହାଯାଇଛି । ସୂଚନାଥାଉ କି, ଆଜି ତରଙ୍ଗ ସିନେ ଉତ୍ସବର ଆୟୋଜନ କରାଯାଇଥିଲା। ହେଲେ ଗତକାଲି […]
ନାଗପୁର: କରୋନା ପଞ୍ଝାରେ ଏବେ ସାରା ବିଶ୍ୱ ! ଚୀନ ପରେ ବିଭିନ୍ନ ଦେଶରେ ମୃତ୍ୟୁର ତାଣ୍ଡବ ରଚୁଛି କରୋନା। ଭାରତରେ ମଧ୍ୟ ଏହାର ପ୍ରକୋପ ଦିନକୁ ଦିନ ବଢିବାରେ ଲାଗିଛି। ଇତି ମଧ୍ୟରେ ୨ ଜଣଙ୍କର ମୃତ୍ୟୁ ଘଟିଥିବାବେଳେ ଆକ୍ରାନ୍ତଙ୍କ ସଂଖ୍ୟା ଦିନକୁ ଦିନ ବଢିବାରେ ଲାଗିଛି। କରୋନାକୁ ନେଇ ଲୋକଙ୍କ ଭିତରେ ଆତଙ୍କ ଖେଳି ଯାଇଛି। ଏବେ ଖବର ମିଳିଛି, ମହାରାଷ୍ଟ୍ରର ନାଗପୁର ଡାକ୍ତରଖାନାରୁ ୫ ଜଣ କରୋନା ଆକ୍ରାନ୍ତ ଭୟରେ ଡାକ୍ତରଖାନା ଛାଡ଼ି […]
କଟକ: ସାରା ବିଶ୍ୱର କରୋନା ଭାଇରସ୍ ନିଜର କାୟା ବିସ୍ତାର କରି ଚାଲିଛି। ଏହି ଭାଇରସ୍ କବଳରୁ ରକ୍ଷା ପାଇବା ପାଇଁ ବିଭିନ୍ନ ସଚେତନତାମୂଳକ ପଦକ୍ଷେପ ଅବଲମ୍ବନ କରାଯାଉଛି। ସୁପ୍ରିମକୋର୍ଟରେ କରୋନା ପାଇଁ କଟକଣା ଜାରି କରାଯାଇଥିବା ବେଳେ ଓଡ଼ିଶା ହାଇକୋର୍ଟଙ୍କ ପକ୍ଷରୁ ମଧ୍ୟ କରୋନା କଟକଣା ଜାରି ହୋଇଛି। ହାଇକୋର୍ଟ ପକ୍ଷରୁ କୁହାଯାଇଛି, କୋର୍ଟରୁମ୍ ପରିସରରେ ଭିଡ଼କୁ ଏଡାଇବା ପାଇଁ ଭିତରକୁ କେବଳ ବାଦି ଓ ପ୍ରତିବାଦିଙ୍କ ଓକିଲ ଯାଇପାରିବେ। ଏକ ସମୟରେ ୧୦ଟି ମାମଲାର ଆଇନଜୀବୀ […]
ଅହମ୍ମଦାବାଦ: ମୃତ୍ୟୁର କରାଳ ଗର୍ଭରେ ହଜିଯାଏ ଜୀବନର ସତ୍ତା। ମୃତ୍ୟୁ ପାଖରେ ଛୋଟ, ବଡ, ଧନୀ, ଗରିବ କିମ୍ବା ଜାତି ଅଜାତିର ବାଛବିଚାର ନ ଥାଏ। ହେଲେ ହୃଦୟର ମହାନତା ପାଖରେ ହାରିଯାଏ ମୃତ୍ୟୁ। ଯେମିତି ୟସଙ୍କ ପାଖରେ ହାରି ଯାଇଛି ମୃତ୍ୟୁ । ଖେଳରେ ବିଭୋର ହୋଇପଡ଼ିଥିବାବେଳେ ୟସ୍କୁ ସିନା ଝାମ୍ପି ନେଲା ମୃତ୍ୟୁ, ହେଲେ ଗୋଟିଏ ୟସ୍ ୫ ଜଣଙ୍କ ପାଖରେ ଯେମିତି ପୁନର୍ଜନ୍ମ ନେଇଛି। କାଡଭେରିକ ଅପରେସନପରେ ୧୨ ବର୍ଷୀୟ ୟସ୍ ୫ […]
ଜୟପୁର: ଏକ ମାଲ୍ ବୋଝେଇ ଟ୍ରକ ଏକ ବୋଲେରୋ କାମ୍ପେରକୁ ଧକ୍କା ଦେବା ଫଳରେ ୧୧ ଜଣଙ୍କର ମୃତ୍ୟୁ ଘଟିଛି। ରାଜସ୍ଥାନର ଯୋଧପୁର ସ୍ଥିତ ଶେରଗଡ଼ ଦେଇ ଯାଇଥିବା ବାଲୋତ୍ରା-ଫାଲୋଦି ଜାତୀୟ ରାଜପଥରେ ଶନିବାର ଏହି ମର୍ମନ୍ତୁଦ ସଡ଼କ ଦୁର୍ଘଟଣା ଘଟିଛି। ମୃତକଙ୍କ ମଧ୍ୟରେ ୬ ଜଣ ମହିଳା ରହିଥିବା ବେଳେ ୪ ଜଣ ପୁରୁଷ ଏବଂ ଜଣେ ଛୋଟ ଛୁଆ ରହିଛି। ଅନ୍ୟ ୩ ଜଣ ଆହତ ହୋଇ ଯୋଧପୁର ହସ୍ପିଟାଲରେ ଭର୍ତ୍ତି ହୋଇଛନ୍ତି। ମୃତକଙ୍କ […]
ମୁମ୍ବଇ:ୟେସ ବ୍ୟାଙ୍କରେ ଟଙ୍କା ରଖିଥିବା ଲୋକଙ୍କ ପାଇଁ ଖୁସି ଖବର। ଟଙ୍କା ଉଠାଣ ନେଇ ୟେସ ବ୍ୟାଙ୍କ ଉପରେ ଲାଗୁ ହୋଇଥିବା ପ୍ରତିବନ୍ଧକ ଖୁବ୍ ଶିଘ୍ର ହଟାଇ ଦିଆଯିବ। କେନ୍ଦ୍ର ସରକାର ଏକ ନେଇ ଶୁକ୍ରବାର ବିଳମ୍ବିତ ରାତିରେ ଅଧିସୂଚନା ଜାରି କରିଛନ୍ତି। ପୁନର୍ଗଠନ ଯୋଜନା ଲାଗୁ ହେବା ପରେ ଏହି ପ୍ରତିବନ୍ଧକ ହଟାଯିବ। ମାର୍ଚ୍ଚ ୧୮ ତାରିଖ ସନ୍ଧ୍ୟା ୬ଟାରେ ଏହି ପ୍ରତିବନ୍ଧକ ହଟାଇ ଦିଆଯିବ। ୟେସ ବ୍ୟାଙ୍କ ଦେବାଳିଆ ସ୍ଥିତିକୁ ଆସିବା ପରେ କରି […]
କଟକ: ଇରାନରେ କରୋନାର ଭୟାବହତା ବୃଦ୍ଧି ପାଉଥିବାବେଳେ ସେଠାରେ ଫସି ରହିଛନ୍ତି ଜଣେ ଓଡ଼ିଶାର ଜଣେ ଯୁବକ। ତାଙ୍କ ନାଁ ସୟଦ ମୁଜଫିର୍ ରେହମାନ୍ ଓ ଘର କଟକ ନିମଚୌଡ଼ି ଅଞ୍ଚଳରେ। ତାଙ୍କୁ ଉଦ୍ଧାର କରି ସ୍ୱଦେଶ ଫେରାଇ ଆଣିବା ପାଇଁ ପରିବାର ଲୋକେ ଆକୁଳ ନିବେଦନ କରିଛନ୍ତି। ଏ ନେଇଳ ସେ ବିଜେପି ରାଷ୍ଟ୍ରିୟ ଉପାଧ୍ୟକ୍ଷ ବୈଜୟନ୍ତ ପଣ୍ଡାଙ୍କୁ ଜଣାଇଥିଲେ। ପରିବାର ଲୋକଙ୍କଠାରୁ ଜାଣିବା ପରେ ରେହମାନଙ୍କୁ ତୁରନ୍ତ ଉଦ୍ଧାର କରି ଭାରତ ଫେରାଇ ଆଣିବା […]
ନୂଆଦିଲ୍ଲୀ: ଫାଶିଦଣ୍ଡରୁ ବର୍ତ୍ତିବା ପାଇଁ ନିର୍ଭୟା ଦୋଷୀଙ୍କ ପୁଣି ଭେଳିକି। ପ୍ରକ୍ରିୟାକୁ ବିଳମ୍ବିତ କରିବା ପାଇଁ ପୁଣିଥରେ ନୂଆ ଚାଲାକି ଆରମ୍ଭ କରିଛନ୍ତି। ଆସନ୍ତା ୨୦ ତାରିଖରେ ସମସ୍ତଙ୍କୁ ଫାଶୀ ଖୁଣ୍ଟରେ ଝୁଲାଇବା ପାଇଁ ଡେଥ ୱାରେଣ୍ଟ ଜାରି କରିଛନ୍ତି। ହେଲେ ଏହାକୁ ଘୁଞ୍ଚାଇବା ପାଇଁ ୪ ଦୋଷୀଙ୍କ ମଧ୍ୟରୁ ଆଜି ବିନୟ ଶର୍ମା ଦିଲ୍ଲୀ ହାଇକୋର୍ଟଙ୍କ ଦ୍ୱାରସ୍ଥ ହୋଇଛି। ରାଷ୍ଟ୍ରପତି ରାମନାଥ କୋବିନ୍ଦ ହିଁ ବିନୟର ରାଜକ୍ଷମା ଆବେଦନ ଖାରଜ କରିଥିଲେ। ହେଲେ ଖାରଜ କରିବା […]
ଥାଇଲାଣ୍ଡ: କରୋନା ପାଇଁ ଲାଗିଗଲା ଯୁଦ୍ଧ। ଯୁଦ୍ଧ ଦେଶ ଦେଶ ଭିତରେ ନୁହେଁ କି ମଣିଷ-ମଣିଷ ଭିତରେ ନୁହେଁ, ଯୁଦ୍ଧ ଚାଲିଛି ମାଙ୍କଡଙ୍କ ମଧ୍ୟରେ। ଶତାଧିକ ମାଙ୍କଡ ପରସ୍ପର ଭିତରେ ଲଢୁଛନ୍ତି। ଲଢିବାର କାରଣ ମଧ୍ୟ ଆହୁରି ରୋଚକ। ସାମାନ୍ୟ ଗୋଟାଏ କଦଳି ପାଇଁ ଶହେରୁ ଅଧିକ ମାଙ୍କଡ ଏମିତି ଲଢୁଥିବାର ଦୃଶ୍ୟ ବାସ୍ତବିକ ଭୟଙ୍କର। କରୋନା ପାଇଁ ଏବେ ଦେଶ ଦେଶ ମଧ୍ୟରେ ଯେମିତି ବାଡ ପଡ଼ି ଯାଇଛି। ଦେଶ କଥା ଛାଡ଼, ଘରୁ ଲୋକେ […]
ନୂଆଦିଲ୍ଲୀ:ସିଭିଲ୍ ସର୍ଭିସ୍ ପରୀକ୍ଷା (ୟୁପିଏସସି) ପାଇଁ ଆବେଦନ କରିଥିବା ପରୀକ୍ଷାର୍ଥୀ ଚାହିଁଲେ ପରୀକ୍ଷାରୁ ଓହରି ପାରିବେ। ପ୍ରଥମ ଥର ପାଇଁ ୟୁପିଏସସି ବୋର୍ଡ ଏପରି ପ୍ରକ୍ରିୟା ଲାଗୁ କରିଛି। ଆବଦନ କରିଥିବା ପ୍ରାର୍ଥୀ ଯଦି ପ୍ରସ୍ତୁତି ଭଲ ଭାବରେ କରିପାରି ନାହାନ୍ତି କିମ୍ବା କାରଣ ପାଇଁ ପରୀକ୍ଷା ଦେବାକୁ ଚାହୁଁନାହାନ୍ତି ସେମାନେ ଏବେ ୟୁପିଏସସି ପରୀକ୍ଷାରୁ ଓହରି ପାରିବେ। ଏଥିପାଇଁ ଶେଷ ତାରିଖ ମାର୍ଚ୍ଚ ୧୮ ରହିଛି। ୟୁପିଏସସି ହୃଦବୋଧ କରିଛି, ଏପରି କରିବା ଦ୍ୱାରା ପରୀକ୍ଷା […]
ନୂଆଦିଲ୍ଲୀ: ଜମ୍ମୁ କଶ୍ମୀରରୁ ଧାରା ୩୭୦ ଉଚ୍ଛେଦ ପରେ ନଜରବନ୍ଦୀ ରହିଥିବା ଜମ୍ମୁ କଶ୍ମୀରର ପୂର୍ବତନ ମୁଖ୍ୟମନ୍ତ୍ରୀ ଫାରୁକ ଅବଦୁଲ୍ଲା ଏବେ ମୁକୁଳିବେ। ଏଥି ସହିତ ତାଙ୍କ ବିରୋଧରେ ଲାଗିଥିବା ପବ୍ଲିକ ସେଫ୍ଟି ଆକ୍ଟ ମଧ୍ୟ ହଟାଇ ଦିଆଯିବ। ୭ ମାସରୁ ଅଧିକ ଦିନ ନ୍ୟାଶନାଲ କନଫରେନସର ସଭାପତି ଫାରୁକ ଅବଦୁଲ୍ଲା ନଜରବନ୍ଦୀ ହୋଇ ରହିଥିଲେ। ଏ ନେଇ ଜମ୍ମୁ କଶ୍ମୀର ସରକାର ନିର୍ଦ୍ଦେଶ ଦେଇଛନ୍ତି। ଅନ୍ୟ ନେତାଙ୍କ ସହ ଫାରୁକଙ୍କୁ ଅଗଷ୍ଟ ୫ ତାରିଖ ଗୃହବନ୍ଦୀ […]
ନୂଆଦିଲ୍ଲୀ: ଉନ୍ନାଓ ପୀଡ଼ିତା ବାପାଙ୍କ ହତ୍ୟା ମାମଲାର ଶୁଣାଣି ଆଜି ସୁପ୍ରିମ୍ କୋର୍ଟରେ ହୋଇଯାଇଛି। କୋର୍ଟ ପୂର୍ବତନ ବିଧାୟକ କୁଲଦୀପ ସିଂହ ସେନଗାରଙ୍କୁ ଏହି ମାମଲାରେ ୧୦ ବର୍ଷ ଜେଲ୍ ଦଣ୍ଡାଦେଶ ଶୁଣାଇଛନ୍ତି । ୨୦୧୭ରେ ଉନ୍ନାଓ ପୀଡ଼ିତାଙ୍କ ବାପାଙ୍କର ମୃତ୍ୟୁ ହୋଇଥିଲା। କୁଲଦୀପ ସିଂହ ସେନଗାର ଏବେ ଉନ୍ନାଓ ଦୁଷ୍କର୍ମ ମାମଲାରେ ତିହାର ଜେଲରେ ଆଜୀବନ କାରାଦଣ୍ଡ କାଟୁଥିବାବେଳେ ତାଙ୍କ ବିରୋଧରେ ଏହି ରାୟ ଶୁଣାଇଛନ୍ତି କୋର୍ଟ। ସୂଚନାଥାଉ କି, ବିଚାର ବିଭାଗୀୟ ହେପାଜତରେ ଥିବା […]
ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): ବଂଶୀଧର ଇଲା ପଣ୍ଡା ଫାଉଣ୍ଡେସନ୍ ପକ୍ଷରୁ ଆୟୋଜିତ ହୋଇଯାଇଛି ସପ୍ତମ ଶାମ୍ଭବୀ ପୁରସ୍କାର ପ୍ରଦାନ ଉତ୍ସବ । ଜଙ୍ଗଲ ସୁରକ୍ଷା ପାଇଁ ଦେବଗଡ଼ର ହୀରାଧର ସାହୁଙ୍କୁ ମିଳିଛି ସପ୍ତମ ଶାମ୍ଭବୀ ପୁରସ୍କାର । ହୀରାଧର ଜିଲ୍ଲା ଜଙ୍ଗଲ ସୁରକ୍ଷା ମଞ୍ଚ ଦ୍ୱାରା ପ୍ରାୟ ୧୬ ବର୍ଗ କିଲୋମିଟର ଜଙ୍ଗଲକୁ ଗାଁ ଲୋକଙ୍କ ଦ୍ୱାରା ସୁରକ୍ଷିତ ଓ ସଂରକ୍ଷିତ କରିପାରିଛନ୍ତି। ଏହି ଅବସରରେ ତାଙ୍କୁ ମାନପତ୍ର ସହ ୨ ଲକ୍ଷ ୫୦ ହଜାର ଟଙ୍କାର ପୁରସ୍କାର […]
ନୂଆଦିଲ୍ଲୀ: କରୋନା ଭାଇରସ ସାରା ବିଶ୍ୱରେ ଆତଙ୍କ ଖେଳାଇ ଦେଇଛି। ରୋଗକୁ ନିୟନ୍ତ୍ରଣ କରିବାରେ ମେଡିକାଲ ସାଇନ୍ସ ତ ସଫଳ ହୋଇନାହିଁ। ତେବେ ଅନେକ ଦେଶର ବୈଜ୍ଞାନିକ କରୋନାର ପ୍ରତିଷେଧକ ଉପରେ ଗବେଷଣା କରୁଛନ୍ତି। ଏହାରି ଭିତରେ କରୋନା (କୋଭିଡ – ୧୯)ର ପ୍ରତିଷେଧକ ଟୀକା ଇସ୍ରାଏଲର ବୈଜ୍ଞାନିକ ବିକଶିତ କରିଛନ୍ତି ବୋଲି ଦାବି କରିଛନ୍ତି। ତେବେ ଏପରି ସମୟରେ ସଂକ୍ରମିତ ରୋଗୀଙ୍କ ପାଇଁ ଏକ ଖୁସି ଖବର ସାମ୍ନାକୁ ଆସିଛି। ଏକ ଗବେଷଣାରୁ ଜଣାପଡ଼ିଛି, ଏଚଆଇଭି […]
ଭୁବନେଶ୍ୱର: ପେନସନ୍ ହୋଲଡରମାନଙ୍କ ପାଇଁ ଖୁସି ଖବର। ରାଜ୍ୟ ସରକାର ପେନସନଧାରୀଙ୍କ ପାଇଁ ଘୋଷଣା କରିଛନ୍ତି ଅଧିକ ମହଙ୍ଗା ଭତ୍ତା। ପେନସନଧାରୀମାନେ ୨୦୧୯ ଜୁଲାଇ ୧ରୁ ଏହି ବର୍ଦ୍ଧିତ ଭତ୍ତା ପାଇବେ। ରାଜ୍ୟ ସରକାର ସରକାରୀ କର୍ମଚାରୀଙ୍କ ପାଇଁ ୨୦୨୦ ଜାନୁୟାରୀ ୧ରୁ ମହଙ୍ଗା ଭତ୍ତା(ଡିଏ) ଘୋଷଣା କରିଥିବା ପେନସନଧାରୀଙ୍କ ପାଇଁ ୨୦୧୯ ଜୁଲାଇ ୧ରୁ ମହଙ୍ଗା ଭତ୍ତା ଘୋଷଣା କରିଛନ୍ତି। ଏହା ଦ୍ୱାରା ପ୍ରାୟ ୩ଲକ୍ଷ ପେନସନଧାରୀ ଉପକୃତ ହେବେ। ଏ ନେଇ ଗତକାଲି ରାଜ୍ୟ […]
ନୂଆଦିଲ୍ଲୀ: ୟେସ ବ୍ୟାଙ୍କ ପରେ ଆଉ ଏକ ବ୍ୟାଙ୍କ ଦେବାଳିଆ ସ୍ଥିତିକୁ ଆସିଥିବା ଆଲୋଚନା ହେଉଛି। ସୋଶାଲ ମିଡିଆରେ ଏହି ଖବର ଭାଇରାଲ ହୋଇଛି। ଦେବାଳିଆ ସ୍ଥିତିକୁ ଆସିଥିବା ଏହି ବ୍ୟାଙ୍କ କର୍ଣ୍ଣାଟକା ବ୍ୟାଙ୍କ ବୋଲି କୁହାଯାଉଛି। ଏହି ଖବର ଜାଣିବା ପରେ କର୍ଣ୍ଣାଟକା ବ୍ୟାଙ୍କର ଗ୍ରାହକମାନେ ଅସନ୍ତୋଷ ପ୍ରକାଶ କରିଥିବା ସୂଚନା ମିଳିଛି । ସୋଶାଲ ମିଡିଆରେ ଏହି ଖବର ଭାଇରାଲ ହେବା ପରେ ବ୍ୟାଙ୍କ କତ୍ତୃପକ୍ଷ ସ୍ପଷ୍ଟୀକରଣ ରଖିଛନ୍ତି। ଗୁଜବ ଖବର ଉପରେ ଧ୍ୟାନ […]