• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English

Latest News

apsingh
ଓକିଲଙ୍କ ବିବାଦୀୟ ବୟାନକୁ ନେଇ ତାତିଲେ ଲୋକେ, କହିଲେ...

ନୂଆଦିଲ୍ଲୀ: ନିର୍ଭୟା ଦୋଷୀଙ୍କୁ ଫାଶି ପରେ ଆଜି ପୁଣି ଥରେ ବିବାଦୀୟ ବୟାନ ଦେଇଛନ୍ତି ନିର୍ଭୟା ଦୋଷୀଙ୍କ ଓକିଲ ଏପି ସିଂହ । ଫାଶି ରୋକିବା ନେଇ ସମସ୍ତ ଆବେଦନ ଖାରଜ ହେବା ପରେ ଅଜବ ଯୁକ୍ତି ରଖିବା ସହ ନିର୍ଭୟାଙ୍କୁ ନେଇ ଆପତ୍ତିଜନକ ମନ୍ତବ୍ୟ ଦେଇଛନ୍ତି। ଏପି ସିଂହ ନିର୍ଭୟା ମା’ ଏବଂ ନିର୍ଭୟା ପ୍ରତି ଆପତ୍ତିଜନକ ଟିପ୍ପଣୀ ଦେଇଥିଲେ। ସେ କହିଥିଲେ, ନିର୍ଭୟାଙ୍କ ମା’ଙ୍କୁ ଜଣା ନାହିଁ ଯେ ତାଙ୍କ ଝିଅ ରାତି ୧୨.୩୦ […]

phashi
କେମିତି କଟିଥିଲା ସେଇ ଶେଷ ଅଧ ଘଣ୍ଟା

ନୂଆଦିଲ୍ଲୀ: ଶେଷରେ ନିର୍ଭୟା ଦୋଷୀଙ୍କୁ ମିଳିଲା ସଜା-ଏ-ମୌତ । ଆଜି ସକାଳେ ନିର୍ଦ୍ଧାରିତ ସମୟରେ ଅର୍ଥାତ୍‌ ସାଢେ ୫ଟା ବେଳେ ୪ ଦୋଷୀ ଫାଶିଖୁଣ୍ଟରେ ଝୁଲିଲେ। ଦୀର୍ଘ ୭ ବର୍ଷ ପରେ ନିର୍ଭୟାକୁ ମିଳିଲା ନ୍ୟାୟ। ଫାଶିରୁ ବର୍ତ୍ତିବା ପାଇଁ ଅନେକ ଚାଲ ଖେଳିଥିଲେ ଏହି ୪ ଦୋଷୀ ମୁକେଶ, ପବନ, ଅକ୍ଷୟ ଓ ବିନୟ। ଏପରିକି ଶେଷ ମୁହୂର୍ତ୍ତରେ ମଧ୍ୟ ସୁପ୍ରିମକୋର୍ଟଙ୍କ ଦ୍ୱାରସ୍ଥ ହୋଇଥିଲେ। ଫାଶି ତାରିଖ ଘୁଞ୍ଚାଇବା ପାଇଁ ଆବେଦନ କରିଥିଲେ। ହେଲେ କିଛି […]

lawer
ନିର୍ଭୟା ଦୋଷୀଙ୍କ ଓକିଲ କହିଲେ-ଫାଶି ମାନବାଧିକାର ଉଲ୍ଲଘଂନ

ନୂଆଦିଲ୍ଲୀ: ଶେଷରେ ଫାଶି ଖୁଣ୍ଟରେ ଝୁଲିଲେ ନିର୍ଭୟା ଦୋଷୀ। ୭ବର୍ଷର ସଂଘର୍ଷ ପରେ ନିଭୟାଙ୍କ ମିଳିଲା ନ୍ୟାୟ। ବାରମ୍ବାର ଫାଶି଼ ତାରିଖକୁ ଟାଳିବା ପରେ ଏଥର ମଧ୍ୟ ୪ ଦୋଷୀଙ୍କ ଫାଶିକୁ ନେଇ ଦେଶବାସୀ ଅନିଶ୍ଚିତ ଥିଲେ। ଏପରିକି ଦୋଷୀଙ୍କ ଓକିଲ ଶେଷ ମୁହୂର୍ତ୍ତରେ ଫାଶିକୁ ଟାଳିବା ପାଇଁ ନୂଆ ଚାଲ ଖେଳିଥିଲେ। ଫାଶି ପୂର୍ବରୁ ଗତ ରାତିରେ ବି ଦୋଷୀଙ୍କୁ ବଞ୍ଚାଇବାକୁ ଶେଷ ପ୍ରୟାସ କରିଥିଲେ ସେମାନଙ୍କ ଓକିଲ ଏ.ପି. ସିଂହ। ଗୁରୁବାର ରାତିରେ ବସିଲା […]

nirvaya
ଝିଅର ଫଟୋକୁ କୁଣ୍ଢେଇ ପକାଇଥିଲେ ନିର୍ଭୟାଙ୍କ ମା’

ନୂଆଦିଲ୍ଲୀ: ୭ ବର୍ଷ ପରେ ନିର୍ଭୟାଙ୍କୁ ମିଳିଛି ନ୍ୟାୟ । ଦେଶ ଦେଖିଛି ନୂଆ ସୂର୍ଯ୍ୟୋଦୟ। ଆଜି ଏଭଳି କିଛି ଭାବେ ନିଜ ଖୁସିକୁ ବ୍ୟକ୍ତ କରିଛନ୍ତି ନିର୍ଭୟାଙ୍କ ମାଆ ଆଶା ଦେବୀ। ୭ ବର୍ଷର ଲମ୍ବା ସଂଘର୍ଷର ପରିଣାମ ଆଜି ମିଳିଛି । ଏହା ଯେ କେବଳ ନିର୍ଭୟାଙ୍କ ପାଇଁ ନୁହେଁ ଦେଶରେ ଥିବା ଅନ୍ୟ ସମସ୍ତ ଝିଅଙ୍କ ପାଇଁ ବି ଖୁସି ଖବର। ଆଜି ସୁପ୍ରିମକୋର୍ଟରୁ ଫେରିବା ପରେ ହିଁ ସେ ଝିଅର ଫଟୋକୁ […]

nirvatya
ଫାଶି କଥା ଶୁଣି କୋର୍ଟ ସମ୍ମୁଖରେ ବେହୋଶ ହୋଇଗଲେ ଅକ୍ଷୟଙ୍କ ପତ୍ନୀ

ନୂଆଦିଲ୍ଲୀ: ଶୁକ୍ରବାର ଫାଶିଖୁଣ୍ଟରେ ଝୁଲିବେ ନିର୍ଭୟା ଦୋଷୀ। ବାରମ୍ବାର ତାରିଖ ଟଳିବା ପରେ ଶେଷରେ କାଲି ଫାଶି ମିଳିବ ବୋଲି ଏକ ପ୍ରକାର ନିଶ୍ଚିତ ହୋଇଛି। ପଟିଆଲା ହାଉସ୍‌ କୋର୍ଟରେ ଶୁଣାଣି ଶେଷ ହୋଇଛି। ଇତିମଧ୍ୟରେ କୋର୍ଟ ବାହାରେ ଦୋଷୀ ଅକ୍ଷୟଙ୍କ ପତ୍ନୀ ପୁନୀତା ଦେବୀ ବେହୋଶ ହୋଇ ଯାଇଛନ୍ତି। ଅକ୍ଷୟ ପତ୍ନୀ ପୁନୀତାଠାରୁ ଛାଡପତ୍ର ନେବା ପାଇଁ ଆବେଦନ କରିଥିଲା। ହେଲେ ପୁନୀତା ଶୁଣାଣି ସମୟରେ ପହଞ୍ଚି ନ ଥିଲା। ଏବେ କୁହାଯାଉଛି, ଫାଶିକୁ ଟାଳିବା […]

trivendra singh
ପଦୋନ୍ନତିରେ ଉଚ୍ଛେଦ ହେଲା କୋଟା ବ୍ୟବସ୍ଥା

ଡେରାଡୁନ: ସଂରକ୍ଷଣ ବ୍ୟବସ୍ଥାରେ ଉତ୍ତରାଖଣ୍ଡ ସରକାର ଏକ ବଡ଼ ଧରଣର ନିଷ୍ପତ୍ତି ନେଇଛନ୍ତି । ଚାକିରିରେ ପଦୋନ୍ନତି ପାଇଁ ଥିବା କୋଟା ବା ସଂରକ୍ଷଣକୁ ଉଚ୍ଛେଦ କରିଛନ୍ତି ଉତ୍ତରାଖଣ୍ଡ ସରକାର। ମୁଖ୍ୟମନ୍ତ୍ରୀ ତ୍ରିଭେନ୍ଦ୍ର ରାଓତ ଏ ନେଇ ଘୋଷଣା କରି କହିଛନ୍ତି ପଦନ୍ନୋତି ଓ ଚାକିରି କ୍ଷେତ୍ରରେ ସଂରକ୍ଷଣ ରହିବା ଠିକ୍ ନୁହେଁ। ହେଲେ କୌଣସି ସରକାର ଚାହିଁଲେ ସଂରକ୍ଷଣ ବ୍ୟବସ୍ଥା ଲାଗୁ କରିପାରିବେ ବୋଲି ନିକଟରେ ସୁପ୍ରିମକୋର୍ଟ କହିଥିଲେ। ସୁପ୍ରିମକୋର୍ଟଙ୍କ ଏହି ରାୟ ପରେ କୋଟା […]

father
କରୋନା କଟକଣା: ବାପାଙ୍କ ଶେଷଯାତ୍ରାରେ କାନ୍ଧ ଦେଇ ପାରୁନି ପୁଅ

ଝାରସୁଗୁଡା: ପୁଅର କାନ୍ଧକୁ ଅପେକ୍ଷା କରିଛି ବାପାଙ୍କ ମୃତଦେହ। ହେଲେ କରୋନା ପାଇଁ ଦୂର ଦେଶରେ ଥିବା ପୁଅ ଫେରି ପାରୁନି। ଏଭଳି ଅଭାବନୀୟ ଘଟଣା ଦେଖିବାକୁ ମିଳିଛି ଝାରସୁଗୁଡା ଜିଲ୍ଲା ଲଇକେରା ବ୍ଲକର ସାହସପୁର ଗାଁରେ। ଦୁଇ ଦିନ ତଳେ ଦିଲ୍ଲୀପ ନାଏକଙ୍କ ମୃତ୍ୟୁ ଘଟିଥିଲା। ମୃତ୍ୟୁ ପରେ କିପରି ଶବ ସତ୍କାର କରାଯିବ ? କାରଣ ଦୁଇ ପୁଅ ଯେ ପାଖରେ ନାହାନ୍ତି। ବାପାଙ୍କ ଶେଷ ଦର୍ଶନ ବି ପୁଅମାନେ କରିବାକୁ ବିକଳ। ହେଲେ […]

UGC
କରୋନା ପାଇଁ ଖାତା ଦେଖା ଓ ପରୀକ୍ଷା ସ୍ଥଗିତ ରଖିବାକୁ ନିର୍ଦ୍ଦେଶ ଦେଲା ୟୁଜିସି

ନୂଆଦିଲ୍ଲୀ: ବିଶ୍ୱବିଦ୍ୟାଳୟ ଗ୍ରାଣ୍ଟ କମିଶନ(ୟୁଜିସି) ଗୁରୁବାର ନୂଆ ନିର୍ଦ୍ଦେଶନାମା ଜାରି କରିଛି। କରୋନା ଭାଇରସକୁ ଦୃଷ୍ଟିରେ ରଖି ୟୁଜିସି ଅଧୀନରେ ଥିବା ଦେଶର ସମସ୍ତ ବିଶ୍ୱବିଦ୍ୟାଳୟ ଓ କଲେଜ ଗୁଡ଼ିକୁ ମାର୍ଚ୍ଚ ଶେଷ ଯାଏ ପରୀକ୍ଷାକୁ ସ୍ଥଗିତ ରଖିବାକୁ ନିର୍ଦ୍ଦେଶନାମାରେ କୁହାଯାଇଛି। ସେତିକି ନୁହେଁ, ଏହି ସମୟ ସୀମା ମଧ୍ୟରେ କୌଣସି ପ୍ରକାରର ଖାତା ଦେଖା କାର୍ଯ୍ୟ ମଧ୍ୟ ଚାଲିପାରିବ ନାହିଁ ବୋଲି ମଧ୍ୟ କୁହାଯାଇଛି । ବିଶ୍ୱବିଦ୍ୟାଳୟ ଓ କଲେଜ ଗୁଡ଼ିକ ସଂପୂର୍ଣ୍ଣ ଭାବେ ବନ୍ଦ […]

iran
କରୋନାକୁ ମାତ୍ ଦେଲେ ୧୦୩ ବର୍ଷର ବୃଦ୍ଧା

ତେହରାନ୍‌: କୁହାଯାଉଛି ବୟସ୍କ ଲୋକଙ୍କ ପାଇଁ କରୋନା ମୃତ୍ୟୁ ଦୂତ ସାଜି ଆସିଛି। ହେଲେ କଥାଟା ସମ୍ପୂର୍ଣ୍ଣ ଭୁଲ୍। କାରଣ ଇରାନ୍‌ରେ ଜଣେ ୧୦୩ ବର୍ଷୀୟ ଜଣେ ବୃଦ୍ଧା କରୋନାକୁ ମାତ ଦେଇଛନ୍ତି। ଚିକିତ୍ସା ପରେ ସେ ଏବେ ସମ୍ପୂର୍ଣ୍ଣ ସୁସ୍ଥ ହୋଇ ଘରକୁ ଫେରିଛନ୍ତି। ରାଜଧାନୀ ତେହରାନରୁ ୧୮୦ କିମି ଦୂର ସେମନାନ ଡାକ୍ତରଖାନାରେ ତାଙ୍କୁ ଭର୍ତ୍ତି କରାଯାଇଥିଲା। ତେବେ ଡାକ୍ତରଖାନା କର୍ତ୍ତୃପକ୍ଷ ଏହି ମହିଳାଙ୍କ ନାଁ ପ୍ରକାଶ କରି ନାହାନ୍ତି। ଡାକ୍ତରଖାନା ନିର୍ଦ୍ଦେଶକ ଏ […]

nirvaya
ପବନର କ୍ୟୁରେଟିଭ ପିଟିସନ ଖାରଜ, କାଲି ଫାଶି !

ନୂଆଦିଲ୍ଲୀ: ଆସନ୍ତାକାଲି ଫାଶୀ ପାଇବେ ନିର୍ଭୟା ଦୋଷୀ ! ଏହା ପୂର୍ବରୁ ଅର୍ଥାତ୍‌ ମଙ୍ଗଳବାର ନିର୍ଭୟା ଦୋଷୀ ପବନ ଗୁପ୍ତା ସୁପ୍ରିମକୋର୍ଟରେ କ୍ୟୁରେଟିଭ ପିଟିସନ ଦାଖଲ କରିଥିଲା। ହେଲେ ଏହି ପିଟିସନକୁ  ଆଜି ସୁପ୍ରିମ୍‌କୋର୍ଟ ଖାରଜ କରି ଦେଇଛନ୍ତି । ୨୦୧୨ରେ ଯେତେବେଳେ ଏହି ଘଟଣା ଘଟିଥିଲା ସେତେବେଳେ ପବନ ନାବାଳକ ଥିଲା ବୋଲି ଦାବି କରି କ୍ୟୁରେଟିଭ ପିଟିସନ ଦାଖଲ କରିଥିଲା। ପୂର୍ବରୁ ମଧ୍ୟ ସେ ଏହି ମାମଲରେ ରିଭ୍ୟୁ ପିଟିସନ ଦାଖଲ କରି ନିରାଶ […]

CORONA-E
ଇଟାଲି: ଗୋଟିଏ ଦିନରେ ଚାଲିଗଲା ୪୭୫ ଜୀବନ

ରୋମ୍‌:ଚୀନ୍‌ର ବୁହାନର ପ୍ରାନ୍ତରେ ଆତଙ୍କ ଖେଳାଇବା ପରେ ଏବେ ଘାତକ କରୋନା ଭାଇରସ୍‌ ଇଟାଲିରେ ଆତଙ୍କ ଖେଳାଇଛି। ଏଠାରେ ଦିନକୁ ଦିନ ମୃତକଙ୍କ ସଂଖ୍ୟା ବଢିବାରେ ଲାଗିଛି। ଦେଶରେ ଏବେ ସୁଦ୍ଧା ୩୫,୭୧୩ ଜଣ ଆକ୍ରାନ୍ତ ହୋଇଥିବାବେଳେ ୨୯୭୮ ଜଣଙ୍କର ମୃତ୍ୟୁ ଘଟି ସାରିଲାଣି। ବୁଧବାର ଦିନ ୪୭୫ ଜଣଙ୍କର ମୃତ୍ୟୁ ଘଟିଥିବା ଜଣାଯାଇଛି। ଇଟାଲୀର ସ୍ୱାସ୍ଥ୍ୟ ମନ୍ତ୍ରଣାଳୟ ପକ୍ଷରୁ ମିଳିଥିବା ସୂଚନା ଅନୁଯାୟୀ, ଗତ ୨୪ ଘଣ୍ଟାରେ ଇଟାଲୀରେ କରୋନା ଜନିତ ମୃତ୍ୟୁସଂଖ୍ୟା ୧୯% ବୃଦ୍ଧି […]

exam-1
ସ୍ଥଗିତ ରହିଲା ଆଇସିଏସଇ ଓ ଆଇଏସସି ବୋର୍ଡ ପରୀକ୍ଷା

ନୂଆଦିଲ୍ଲୀ: କରୋନା ଭାଇରସ ପାଇଁ ଦେଶରେ ହେବାକୁ ଥିବା ବିଭିନ୍ନ ବୋର୍ଡ ପରୀକ୍ଷାକୁ  ସ୍ଥଗିତ କରାଯାଇଛି । ଗତକାଲି ସିବିଏସ୍‌ଇ ୧୯ରୁ ୩୧ ଯାଏ ହେବାକୁ ଥିବା ବୋର୍ଡ ପରୀକ୍ଷାକୁ ସ୍ଥଗିତ ରଖିଥିବା ବେଳେ ଆଜି ଆଇସିଏସଇ ଓ ଆଇଏସସି ସମାନ ପଦକ୍ଷେପ ନେଇଛନ୍ତି। ଆଜିଠାରୁ ମାର୍ଚ୍ଚ ୩୧ ମଧ୍ୟରେ ହେବାକୁ ଥିବା ଆଇସିଏସଇ ଓ ଆଇଏସସି ସମସ୍ତ ବୋର୍ଡ ପରୀକ୍ଷାକୁ ସ୍ଥଗିତ ରଖାଯାଇଛି। ଆଇସିଏସଇ ପରିଷଦ ପକ୍ଷରୁ ଜାରି ପ୍ରେସ ବିବୃତିରେ କୁହାଯାଇଛି ଯେ “କରୋନା […]

corona
କେଉଁଠି କେତେ ଘଣ୍ଟା ରହିପାରେ କରୋନା ଭାଇରସ୍‌ ?

ନୂଆଦିଲ୍ଲୀ:କରୋନା ଭାଇରସ୍‌ ବା COVID-19 କୁ ନେଇ ଚାଲିଛି ଗବେଷଣା। ଘାତକ କରୋନାକୁ ନେଇ ପ୍ରତିଦିନ ନୂଆ ନୂଆ ତଥ୍ୟ ସାମ୍ନାକୁ ଆସୁଛି । ଏବେ ଏକ ଗବେଷଣାରୁ କରୋନା ଭାଇରସର ସ୍ଥିତି ସମ୍ପର୍କରେ ଅନେକ କଥା ଜଣାପଡ଼ିଛି। କରୋନା ଭାଇରସ କେତେଘଣ୍ଟା ରହିପାରେ, କେତେ ଘଣ୍ଟା ସକ୍ରିୟ ରହିପାରେ ଏବଂ କେମିତି ଦୁର୍ବଳ ହୋଇଯାଏ ସେ ନେଇ ଗବେଷକମାନେ ତଥ୍ୟ ରଖିଛନ୍ତି। ପବନରେ ୩ ଘଣ୍ଟା ରହିପାରେ କରୋନା ଭାଇରସ୍‌ ଏକ ଅଧ୍ୟୟନରୁ ଜଣାଯାଇଛି, କରୋନା […]

corona
କରୋନା ଭାଇରସ୍‌ ଗୀତ ପାଇଁ ଭୁଲ୍ ମାଗିଲେ ହ୍ୟୁମାନ୍‌ ସାଗର

ଭୁବନେଶ୍ୱର: ‘ଝିଅ ନୁହେଁ ତୁ କରୋନା ଭାଇରସ୍‌’ ଗୀତ ଗାଇ ବିବାଦରେ ଫସି ଯାଇଥିଲେ ହ୍ୟୁମାନ୍‌ ସାଗର। ମହାମାରୀ ସମୟରେ ଏପରି ଗୀତ ଶୁଣିବା ପରେ ଲୋକେ ତାଙ୍କୁ ଅନେକ ସମାଲୋଚନା କରିଥିଲେ। ଏହାପରେ ସେ ନିଜ ଫେସ୍‌ବୁକ୍‌ ଆକାଉଣ୍ଟରେ ଏକ ଭିଡିଓ ଜାରି କରିଛନ୍ତି। ଭିଡିଓ ମାଧ୍ୟମରେ କ୍ଷମା ମାଗିଛନ୍ତି। ସେ କହିଛନ୍ତି,“ ସାରା ଓଡ଼ିଶାବାସୀ ମୋ ପାଇଁ ଭଗବାନ ସଦୃଶ। କାହିଁକି ନା, ଆପଣ ସମସ୍ତଙ୍କ ପାଇଁ ମୋତେ ଦାନ ମିଳେ,  ମୋର ପରିବାର […]

3
କରୋନା ସହ ଲଢିବା ପାଇଁ ବଡ ଅସ୍ତ୍ର କ’ଣ ଜାଣନ୍ତି ?

ନୂଆଦିଲ୍ଲୀ: କରୋନାକୁ ନେଇ ସାରା ବିଶ୍ୱ ଚିନ୍ତିତ। ଚୀନର ଉହାନ ସହରରୁ ଆସି ବିଶ୍ୱର ସବୁ ସହରରେ ପହଞ୍ଚିଗଲାଣି ଏଇ ଘାତକ କରୋନା ଭାଇରସ୍‌। ଆଜି ସୁଦ୍ଧା କରୋନା ମୃତ୍ୟୁ ସଂଖ୍ୟା ୮ ହଜାର ପାଖାପାଖି ପହଞ୍ଚିଥିବାବେଳେ ୧ ଲକ୍ଷ ୯୮ ହଜାର ୭୨୭ ଜଣ ଆକ୍ରାନ୍ତ ହୋଇଛନ୍ତି। ଭାରତରେ ଇତି ମଧ୍ୟରେ ୩ ଜଣଙ୍କର ମୃତ୍ୟୁ ଘଟି ସାରିଲାଣି। କରୋନା ବିପକ୍ଷରେ ଲଢିବା ପାଇଁ ଆଜି ସାରା ବିଶ୍ୱବାସୀ ଲଢୁଛନ୍ତି। ତେବେ ଜାଣନ୍ତି, ଏହି ମହାଯୁଦ୍ଧରେ […]

coronavirus
୩ କରୋନା ରୋଗୀଙ୍କୁ ଭଲ କଲେ ଭାରତୀୟ ଡାକ୍ତର

ଜୟପୁର: ମହାମାରୀ କରୋନା ଭାଇରସରୁ କିପରି ନିଜକୁ ବଞ୍ଚେଇବେ ସେ ନେଇ ବିଶ୍ୱବାସୀ ଏକ ପ୍ରକାର ସଂଘର୍ଷ ଚଳାଇଛନ୍ତି। ତା ଏପରି ବିପତ୍ତି ଭିତରେ ଗୋଟିଏ ଗୋଟିଏ ଖବର ଅନେକ ଖୁସିର ବର୍ତ୍ତା ନେଇ ଆସୁଛି। ଏମିତି ଏକ ଖବର ଭାରତର ଜୟପୁରରୁ ଆସିଛି। ରାଜସ୍ଥାନର ଜୟପୁରରେ କରୋନା ଭାଇରସରେ ଆକ୍ରାନ୍ତ ହୋଇଥିବା ୪ ଜଣ ରୋଗୀଙ୍କ ମଧ୍ୟରୁ ୩ ଜଣଙ୍କୁ ଭାରତୀୟ ଡାକ୍ତର ମେଡିସିନ୍‌ ଦ୍ୱାରା ଭଲ କରି ପାରିଛନ୍ତି। ମିଳିଥିବା ସୂଚନା ଅନୁଯାୟୀ, ସୱାଇ […]

bbsr
କରୋନା ସତର୍କତା; ୫ଟି ହୋଟେଲରେ ଚଢ଼ଉ

ଭୁବନେଶ୍ୱର:କରୋନା ଭାଇରସ୍‌ ମୁକାବିଲା ପାଇଁ ରାଜ୍ୟ ସରକାର କଡ଼ା ପଦକ୍ଷେପ ନେଇଛନ୍ତି। ମଲ, ସିନେମାହଲ ବନ୍ଦ ରଖିବା ସହ ଲୋକଙ୍କୁ ସତର୍କ ରହିବା ପାଇଁ ଆହ୍ୱାନ ଦିଆଯାଉଛି। ବିଦେଶରୁ ଆସିଥିବା ଲୋକେ ରାଜ୍ୟ ସରକାରଙ୍କ ନିକଟରେ ୪୮ ଘଣ୍ଟା ମଧ୍ୟରେ ପଞ୍ଜୀକରଣ କରିବା ପାଇଁ କଟକଣା ଜାରି କରାଯାଇଛି। ଏହାବ୍ୟତୀତ ବାହାର ରାଜ୍ୟରୁ ଆସିଥିବା ପର୍ଯ୍ୟଟକ ହୋଟେଲ ଓ ଗେଷ୍ଟ ହାଉସରେ ରହୁଥିଲେ ସରକାରଙ୍କୁ ସୂଚନା ଦେବାକୁ ହୋଟେଲ ମାଲିକଙ୍କୁ ନିର୍ଦ୍ଦେଶ ଦିଆଯାଇଛି। ଏହା ସତ୍ତ୍ୱେ କିଛି […]

anganwadi
ଅଙ୍ଗନବାଡ଼ି ଶିଶୁଙ୍କ ପାଇଁ ଘରେ ପହଞ୍ଚିବ ରାସନ

ଭୁବନେଶ୍ୱର:କରୋନା ମୁକାବିଲା ପାଇଁ ରାଜ୍ୟ ସରକାର ଆଗୁଆ ସମସ୍ତ ପ୍ରତିକାର ବ୍ୟବସ୍ଥା ଗ୍ରହଣ କରିଛନ୍ତି। ସହରର ସମସ୍ତ ମଲ, ସିନେମା ହଲ ବନ୍ଦ ରଖିବା ପାଇଁ ଘୋଷଣା କରିବା ସହ ମାର୍ଚ୍ଚ ୩୧ ତାରିଖ ପର୍ଯ୍ୟନ୍ତ ରାଜ୍ୟର ସମସ୍ତ ଅଙ୍ଗନବାଡ଼ି କେନ୍ଦ୍ର ବନ୍ଦ ରଖିବାକୁ ନିର୍ଦ୍ଦେଶ ଦେଇଛନ୍ତି। କରୋନା ପାଇଁ ରାଜ୍ୟର ସମସ୍ତ ଅଙ୍ଗନବାଡ଼ି କେନ୍ଦ୍ରକୁ ମଧ୍ୟ ମାର୍ଚ୍ଚ ୩୧ ପର୍ଯ୍ୟନ୍ତ ବନ୍ଦ ରଖିବା ପାଇଁ କୁହାଯାଇଛି। ତେବେ ଅଙ୍ଗନବାଡ଼ି କେନ୍ଦ୍ର ବନ୍ଦ ରହୁଥିବାରୁ ପିଲାମାନେ ଖାଦ୍ୟରୁ […]

11111
ଚୀନ ବାହାରକଲା କରୋନା ଭାଇରସ୍‌ ଟୀକା

ବେଜିଂ: କରୋନା ଭାଇରସ ଟିକା ବାହାର କରିବା ସହ ମଣିଷ ଶରୀରରେ ପରୀକ୍ଷା କରିବା କାମ ଆରମ୍ଭ କରିଛି ଚୀନ୍‌। ଉହାନ ସହରରୁ ସୃଷ୍ଟ ଏହି ଭାଇରସ ସହ ଚୀନ ଏବେ ବି ଲଢୁଛି। ଚୀନ ବିଶେଷଜ୍ଞମାନେ ମଙ୍ଗଳବାର ରାତିରେ ସୂଚନା ଦେଇ କହିଛନ୍ତି , ସରକାର କରୋନା ଭାଇରସ୍ ଟିକା ପରୀକ୍ଷା କରିବା ପାଇଁ ଅନୁମତି ଦେଇଛନ୍ତି। ସେମାନେ କହିଛନ୍ତି, କରୋନା ଭାଇରସ୍‌କୁ ଶେଷ କରିବାକୁ ହେଲେ ଭାକ୍‌ସିନ୍‌ ସବୁଠାରୁ ବଡ ଅସ୍ତ୍ର। ଏହି ଅସ୍ତ୍ର […]