ଭୁବନେଶ୍ୱର: ରାଜ୍ୟରେ ପ୍ରଥମ କରୋନା ରୋଗୀ ଚିହ୍ନଟ ହେବା ପରେ ଏହାର ମୁକାବିଲା ପାଇଁ ଆଜି ଟ୍ୱିନ୍ ସିଟିରେ ଥିବା ଆଇଟି ଫାର୍ମ ପାଇଁ କମିଶନରେଟ ପୋଲିସ ପକ୍ଷରୁ କଟକଣା ଜାରି ହୋଇଛି। ବିଗତ ୧୪ ଦିନ ଭିତରେ ବାହାରକୁ ଯାଇଥିବା କର୍ମଚାରୀଙ୍କୁ ଆଇଟି ଫାର୍ମ ଅଫିସ୍ ଆସିବାକୁ ମନା କରାଯାଇଛି। ବାହାରୁ ଫେରିଥିବା କର୍ମଚାରୀ ୧୪ ଦିନ ଘରେ ରହି କାମ କରିପାରନ୍ତି। ଯଦି କାମ କରିବାକୁ ଅସମର୍ଥ ତାହେଲେ କମ୍ପାନୀ ପକ୍ଷରୁ ଛୁଟି ଦିଆଯାଉ […]
ପୁରୀ: କରୋନା ପାଇଁ ବିଭିନ୍ନ ଜିଲ୍ଲାରେ ପ୍ରଶାସନ ପକ୍ଷରୁ ସତର୍କତାମୂଳକ ପଦକ୍ଷେପମାନ ଗ୍ରହଣ କରାଯାଇଛି। ବିଶେଷ କରି ପର୍ଯ୍ୟଟନସ୍ଥଳୀ ପୁରୀରେ କଟକଣା ଜାରି କରାଯାଇଛି। ଗତକାଲି ଠାରୁ ପିପିଲି ଟୋଲଗେଟ୍ରେ ଯାତ୍ରୀଙ୍କୁ ସ୍କ୍ରିନିଂ କରାଯାଉଥିବା ବେଳେ ଆଜି ଜିଲ୍ଲାକୁ ଯାଇଥିବା ସମସ୍ତ ପ୍ରବେଶ ପଥରେ ସ୍କ୍ରିନିଂ କରାଯାଉଛି। ବ୍ରହ୍ମପୁର, ଜଗତସିଂହପୁର ଓ କଟକ ପଟୁ ଥିବା ପ୍ରବେଶ ପଥରେ ସ୍ୱାସ୍ଥ୍ୟ, ପରିବହନ ଓ ପୋଲିସ ପକ୍ଷରୁ ମିଳିତ ସ୍କ୍ରିଂନିଂ କରାଯାଉଛି । ଗୋଟିଏ ନିର୍ଦ୍ଦିଷ୍ଟସ୍ଥାନରେ ଜନଗହଳି ରୋକିବାକୁ […]
ନୂଆଦିଲ୍ଲୀ: ରାଜ୍ୟସଭା ଯିବେ ପୂର୍ବତନ CJI ଜଷ୍ଟିସ୍ ରଞ୍ଜନ ଗୋଗୋଇ। ରାଷ୍ଟ୍ରପତି ରାମନାଥ କୋବିନ୍ଦ ଜଷ୍ଟିସ୍ ଗୋଗୋଇଙ୍କୁ ରାଜ୍ୟସଭା ଲାଗି ମନୋନୀତ କରିଛନ୍ତି। ଏନେଇ କେନ୍ଦ୍ର ଗୃହ ମନ୍ତ୍ରାଳୟ ପକ୍ଷରୁ ଏକ ବିଜ୍ଞପ୍ତି ପ୍ରକାଶ ପାଇଛ। ରାଜ୍ୟସଭାକୁ ମନୋନୀତ ହେଉଥିବା ସଦସ୍ୟଙ୍କ ମଧ୍ୟରୁ ଗୋଟିଏ ସିଟ୍ ଖାଲି ଥିବାରୁ ଏହି ଆସନ ପାଇଁ ଜଷ୍ଟିସ ଗୋଗୋଇଙ୍କୁ ମନୋନୀତ କରାଯାଇଥିବା ବିଜ୍ଞପ୍ତିରେ ସୂଚନା ଦିଆଯାଇଛି । ଗତବର୍ଷ ନଭେମ୍ବର ମାସରେ ସୁପ୍ରିମକୋର୍ଟ ପ୍ରଧାନ ବିଚାରପତି ପଦରୁ ଅବସର ନେଇଥିଲେ […]
କୋଣାର୍କ: ପୁରୀ ଜିଲ୍ଲା ଅସ୍ତରଙ୍ଗ ବ୍ଲକ୍ ତଣ୍ଡାହର ସମୁଦ୍ରକୂଳରେ ଆଜି ସକାଳୁ ଗୋଟିଏ ବୋଏ ଲାଗିଥିବା ଦେଖିବାକୁ ମିଳିଛି। ଏହାକୁ ଦେଖିବାକୁ ଲୋକଙ୍କ ଭିଡ ଜମିଥିଲା। ପରେ ଜଣାପଡ଼ିଥିଲା ଏହା ବନ୍ଦରରେ ଲାଗିଥିବା ଏକ ବୋଏ। ଏହାକୁ ବନ୍ଦରର ବିଭିନ୍ନ କାର୍ଯ୍ୟ ପାଇଁ ରଖାଯାଇଥାଏ। ଜାହାଜଗୁଡ଼ିକର ଦିଗ ନିରୂପଣରେ ସହଯୋଗ ସହ ଲଙ୍ଗର ପକାଇବା ଓ ସମୁଦ୍ରର ଢେଉ ନିୟନ୍ତ୍ରଣ କରିବା ଲାଗି ଏହାକୁ ବ୍ୟବହାର କରାଯାଇଥାଏ। ଅସ୍ତରଙ୍ଗରେ ଲାଗିଥିବା ବୋଏ କୌଣସି ଏକ ବନ୍ଦରରୁ ଭାସି […]
ନୂଆଦିଲ୍ଲୀ: କରୋନା ନେଇଗଲା ଆଉ ଏକ ମୁଣ୍ଡ। ଏହାପରେ ଭାରତରେ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ୩ ଛୁଇଁଛି। ମୁମ୍ବାଇର କସ୍ତୁରବା ହସ୍ପିଟାଲରେ ୬୪ ବର୍ଷ ବୟସର ବ୍ୟକ୍ତିଙ୍କ ମୃତ୍ୟୁ ହୋଇଥିବା ଖବର ମିଳିଛି। ଏହାପୂର୍ବରୁ ଦିଲ୍ଲୀରେ ଜଣେ ଏବଂ କର୍ଣ୍ଣାଟକରେ ଜଣକଙ୍କ ମୃତ୍ୟୁ ଘଟିଛି। ସେପଟେ ଦେଶରେ ଆକ୍ରାନ୍ତଙ୍କ ସଂଖ୍ୟା ୧୨୫ରେ ପହଞ୍ଚିଛି । ସେମାନଙ୍କ ମଧ୍ୟରେ ୧୦୩ ଭାରତୀୟ, ୨୨ ବିଦେଶୀ ନାଗରିକ ଅଛନ୍ତି। ମହାରାଷ୍ଟ୍ରରେ ସର୍ବାଧତ୍କ ୩୬ ଓ କେରଳରେ ୨୨ ଆକ୍ରାନ୍ତ ଚିହ୍ନଟ ହୋଇଥିବା […]
ଜେରୁଜେଲମ୍: କରୋନା ଭାଇରସ୍ ଚାଇନାରୁ ସଂକ୍ରମିତ ହୋଇ ସାରା ବିଶ୍ୱକୁ ବ୍ୟାପିଛି। ଏହି ଭାଇରସ ଆଜି ବିଶ୍ୱବାସୀଙ୍କ ଆଖିରୁ ନିଦ ହଜାଇ ଦେଇଛି। ଏ ଯାଏ ରୋଗର ମୁକାବିଲା ପାଇଁ ଔଷଧ ବାହାରି ନ ଥିବାରୁ ଲୋକେ ଭୟଭୀତ ହୋଇ ପଡ଼ୁଛନ୍ତି। ଏପରି ପରିସ୍ଥିତିରେ ଲୋକଙ୍କ ରାଗ ଚୀନ ଉପରେ ବଢୁଛି। ଇସ୍ରାଏଲରେ ଜଣେ ଭାରତୀୟଙ୍କୁ ଚୀନ୍ ନାଗରିକ ବୋଲି ଭାବି ନିସ୍ତୁକ ପିଟିଛନ୍ତି ସେଠିକାର ଲୋକେ। ଦୁଇ ଜଣ ଲୋକ ଏହି ଭାରତୀୟଙ୍କୁ ‘ଚାଇନିଜ୍’ କହିବା […]
ଭୁବନେଶ୍ୱର: କରୋନା ପାଇଁ ଓଡ଼ିଶା ହାଇକୋର୍ଟଙ୍କ ସତର୍କତାମୂଳକ ପଦକ୍ଷେପ। ହାଇକୋର୍ଟରେ କେବଳ ଜରୁରୀ ମାମଲା ଶୁଣାଣି କରାଯିବ ବୋଲି ଜୁଡିସିଆଲ ରେଜଷ୍ଟ୍ରାରଙ୍କ ପକ୍ଷରୁ ସର୍କୁଲାର ଜାରି ହୋଇଛି । ଏହି ସର୍କୁଲାର ଅନୁସାରେ, ଆଜିଠାରୁ କେବଳ ଜରୁରୀ ମାମଲାର ଶୁଣାଣି ଛଡ଼ା ଅନ୍ୟ କୌଣସି ମାମଲାର ଶୁଣାଣି କରାଯିବ ନାହିଁ । ସେତେ ଗୁରୁତ୍ୱ ନ ଥିବା ମାମଲାର ଶୁଣାଣି ନ କରିବାକୁ ପରାମର୍ଶ। ଦିଆଯାଇଛି । ଶୁଣାଣି ପାଇଁ ଆସୁଥିବା ଅନ୍ୟ ମାମଲା ବର୍ତ୍ତମାନ ପାଇଁ […]
ଭୁବନେଶ୍ୱର: ସରିଯାଇଛି ମାଟ୍ରିକ ପରୀକ୍ଷା। ଏବେ ଆରମ୍ଭ ହେବ ଖାତା ମୂଲ୍ୟାୟନ । କରୋନା ପାଇଁ ମାଟ୍ରିକ୍ ଖାତା ମୂଲ୍ୟାୟନ ବେଳେ କିପରି ସତର୍କତା ଅବଲମ୍ବନ କରିବ, ସେ ନେଇ ସବୁ ଡିଇଓ, ବିଇଓ ଓ ଚିଫ୍ ଏକ୍ଜାମିନରଙ୍କୁ ଭିଡିଓ କନଫରେନସିଂ ଜରିଆରେ ସ୍କୁଲ ଓ ଗଣଶିକ୍ଷା ବିଭାଗ ପକ୍ଷରୁ ନିର୍ଦ୍ଦେଶ ଜାରି ହୋଇଛି। ଏଥର ପରୀକ୍ଷା କେନ୍ଦ୍ରରେ ଗହଳି ରୋକିବାକୁ ସବଜେକ୍ଟ ଓ୍ୱାଇଜ୍ ଖାତା ଦେଖା ହେବ। ସକାଳ ୮ଟା ୩୦ରୁ ଅପରାହ୍ନ ୪ଟା ୩୦ଯାଏଁ […]
ଭୁବନେଶ୍ୱର: ଓଡ଼ିଶାରେ କରୋନା ପଜିଟିଭ ବାହାରିବା ପରେ ରାଜ୍ୟ ସରକାର କଡା ଆଭିମୁଖ୍ୟ ଗ୍ରହଣ କରିଛନ୍ତି। ଜନଗହଳି, ଭିଡକୁ ରୋକିବା ପାଇଁ ଜାରି ହେଇଛି ଗାଇଡ ଲାଇନ୍। କେବଳ ଭୁବନେଶ୍ୱରରେ କରୋନା ପଜିଟିଭ ରୋଗୀ ବାହାରି ଥିଲେ ମଧ୍ୟ ସାରା ରାଜ୍ୟରେ ସଚେତନତା ଜାରି କରାଯାଇଛି। ଜାଣନ୍ତୁ କେଉଁଠି ଜାରି ହୋଇଛି କିପରି କଟକଣା। -ଆଜିଠାରୁ ରାଉରକେଲା ସହରରେ ଥିବା ସମସ୍ତ ସପିଂ ମଲ୍, କୋଚିଂ ସେଣ୍ଟର ବିବାହ ମଣ୍ଡପ ସବୁ ବନ୍ଦ ହେବ। କରୋନାକୁ ନେଇ […]
ନୂଆଦିଲ୍ଲୀ: ସାରା ବିଶ୍ୱର ଚିନ୍ତା ବଢାଇଛି କରୋନା । କରୋନା ମୁକାବିଲା ପାଇଁ ଏ ଯାଏ କୌଣସି ଭାକ୍ସିନ ବା ଔଷଧ ବାହାରି ନ ଥିବାରୁ କରୋନା ପ୍ରତି ଲୋକଙ୍କ ଭୟ ବଢିଯାଇଛି। ଏପରି ପରିସ୍ଥିତିରେ କରୋନା ଭ୍ୟାକ୍ସିନ ବାହାରିଛି ବୋଲି ଦାବି କରିଛି ଆମେରିକା। ନିଜେ ଆମରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ କରୋନା ଭାଇରସର ଚିକିତ୍ସା ପାଇଁ ଭ୍ୟାକସିନ ବାହାର କରିଥିବା ଦାବି କରିଛନ୍ତି। ସେ କହିଛନ୍ତି ଏହି ଭ୍ୟାକସିନର ପ୍ରଥମ ପର୍ଯ୍ୟାୟ ପରୀକ୍ଷା ସରିଛି। […]
ନୂଆଦିଲ୍ଲୀ: ଭାରତରେ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ୧୦୭କୁ ବୃଦ୍ଧି ପାଇଛି। ମହାରାଷ୍ଟ୍ରରେ ୩୧ ଓ କେରଳରେ ୧୯ ଜଣ ଆକ୍ରାନ୍ତ ହୋଇଥିବା ଜଣାପଡ଼ିଛି । କରୋନା ଭୂତାଣୁ ସଂକ୍ରମଣରେ କର୍ଣ୍ଣାଟକର କାଲାବୁର୍ଗୀରେ ଜଣେ ୭୬ ବର୍ଷୀୟ ବ୍ୟକ୍ତି ଓ ଦିଲ୍ଲୀରେ ଜଣେ ମହିଳାଙ୍କୁ ମିଶାଇ ମୋଟ୍ ୨ ଜଣ ପ୍ରାଣ ହରାଇଥିବାବେଳେ ୧୧ ଜଣ ସୁସ୍ଥ ହୋଇଛନ୍ତି । ଦିନକୁ ଦିନ ଆକ୍ରାନ୍ତଙ୍କ ସଂଖ୍ୟା ବଢୁଥିବାରୁ ମୁକାବିଲା ଲାଗି କେନ୍ଦ୍ର ଓ ରାଜ୍ୟ ସରକାର ବ୍ୟାପକ ପଦକ୍ଷେପ […]