• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English

Latest News

nizamuddin
ନିଜାମୁଦ୍ଦିନ ଧର୍ମସଭାରୁ ଫେରିଥିବା ୪ ଓଡ଼ିଶାରୁ ଚିହ୍ନଟ

କେନ୍ଦ୍ରାପଡ଼ା/ଜାଜପୁର: ଦିଲ୍ଲୀ ନିଜାମୁଦ୍ଦିନ ଧର୍ମସଭାରେ ଯୋଗ ଦେଇ ଓଡ଼ିଶା ଫେରିଥିବା  ତିନି ଜଣ ପୂର୍ବରୁ ଚିହ୍ନଟ ହୋଇଥିବା ବେଳେ ଆଜି ଆଉ ୪ଜଣଙ୍କୁ ଚିହ୍ନଟ କରାଯାଇଛି।  କେନ୍ଦ୍ରାପଡା ଓ ଯାଜପୁରରୁ ଜଣେ ଲେଖାଏ ଏବଂ କୋରାପୁଟ ଜିଲ୍ଲାରୁ ୨ ଜଣଙ୍କ ଠାବ କରାଯାଇଛି। ଆଜି  କେନ୍ଦ୍ରାପଡ଼ାରୁ ଜଣେ ବ୍ୟକ୍ତିଙ୍କୁ ଚିହ୍ନଟ କରାଯାଇଛି। ସଂପୃକ୍ତ ବ୍ୟକ୍ତିଙ୍କୁ ହସ୍‌ପିଟାଲ ଆଇସୋଲେସନ ୱାର୍ଡରେ ଭର୍ତ୍ତି କରାଯାଇଥିବା ସୂଚନା ଦେଇଛନ୍ତି କେନ୍ଦ୍ରାପଡ଼ା ଜିଲ୍ଲାପାଳ ସମର୍ଥ ବର୍ମା। ସଂପୃକ୍ତ ବ୍ୟକ୍ତିଙ୍କ ପରିବାର ସଦସ୍ୟଙ୍କୁ  ହୋମ୍ […]

contact
ପୁଣି ଜଣେ ଡାକ୍ତର କରୋନା ଆକ୍ରାନ୍ତ, ହସ୍‌ପିଟାଲ ବନ୍ଦ କଲା ପ୍ରଶାସନ

ନୂଆଦିଲ୍ଲୀ: ଦିଲ୍ଲୀର  ଜଣେ ଡାକ୍ତର କରୋନା ଆକ୍ରାନ୍ତ ହୋଇଛନ୍ତି। ତାଙ୍କ ରିପୋର୍ଟ ପଜିଟିଭ୍ ଆସିବା ପରେ ସଂପୃକ୍ତ ସରକାରୀ ହସ୍ପିଟାଲକୁ ଦିଲ୍ଲୀ ରାଜ୍ୟ ସରକାର ବନ୍ଦ କରି ଦେଇଛନ୍ତି।  ଏହାପରେ ହସ୍ପିଟାଲରେ ସାନିଟାଇଜେସନ କାର୍ଯ୍ୟ ଚାଲିଛି । ଦିଲ୍ଲୀ କ୍ୟାନସର ଇନଷ୍ଟିଚ୍ୟୁଟର ଡାକ୍ତର ଜଣକ ନିଜ ଶଳା ଓ ଶଳା ଭାଉଜଙ୍କ ସଂସ୍ପର୍ଶରେ ଆସି ସଂକ୍ରମିତ ହୋଇଥିବା ଜଣାପଡ଼ିଛି ।ସଂପୃକ୍ତ ଡାକ୍ତରଙ୍କ ୨ ସଂପର୍କୀୟ ଲଣ୍ଡନରେ ରହୁଥିଲେ॥ କିଛିଦିନ ପୂର୍ବରୁ ସେ ଭାରତ ଫେରିବା ପରେ ଡାକ୍ତର […]

Capture
ଉତ୍ତରପ୍ରଦେଶରେ ପ୍ରଥମ କରୋନା ମୃତ୍ୟୁ; ୨୫ ବର୍ଷ ଯୁବକଙ୍କ ଜୀବନ ଗଲା

ଗୋରଖପୁର: ଉତ୍ତରପ୍ରଦେଶ ପ୍ରଥମ କରୋନା ମୃତ୍ୟୁ ସାମ୍ନାକୁ ଆସିଛି।  ଗୋରଖପୁରର ଆଜି ଜଣେ ୨୫ ବର୍ଷୀୟ ଯୁବକଙ୍କର ମୃତ୍ୟୁ ହୋଇଛି।  ଉତ୍ତର ପ୍ରଦେଶରେ ଏଯାବତ ୧୦୦ରୁ ଅଧିକ କରୋନାରେ ସଂକ୍ରମିତ ହୋଇଛନ୍ତି। ଏଠାରେ ଆକ୍ରାନ୍ତଙ୍କ ସଂଖ୍ୟା ନୋଏଡାରୁ ଅଧିକ ରହିଛି। ଗୋରଖପୁରରେ ମୃତ୍ୟୁ ବରଣ କରିଥିବା ୨୫ ବର୍ଷୀୟ ଯୁବକ ହସନୈନ ଅଲ୍ଲୀ। ତାଙ୍କର କରୋନା ପରୀକ୍ଷା ହୋଇଥିଲା। ସେ ସଂକ୍ରମିତ ହୋଇଥିବା ରିପୋର୍ଟରେ ଆସିଥିଲା। ଗୋରଖପୁର ଗାନ୍ଧୀନଗରର ଏକ ବସ୍ତିରେ ରହୁଥିଲେ। ରବିବାର ଦିନ ଯୁବକ […]

mas
ସାନିଟାଇଜ୍ ହେଲା ନିଜାମୁଦ୍ଦିନ ମରକଜ୍ କୋଠା

ନୂଆଦିଲ୍ଲୀ:  ଦିଲ୍ଲୀର ନିଜାମୁଦ୍ଦିନ ମରକଜ୍ କୋଠାକୁ ସାନିଟାଇଜ୍ କରାଯାଇଛି।  ପୁରା ଅଞ୍ଚଳକୁ ବିଶୋଧନ କରିବା ସହ ଅଞ୍ଚଳରେ ଯାଞ୍ଚ କରାଯାଇଛି। ବିଲ୍ଡିଂ ଖାଲି କରିବା ସହ ସେହି ଅଞ୍ଚଳକୁ ସିଲ୍ କରାଯାଇଛି। ଯେପରି ବାହାର ଲୋକ କୋଠା ଭିତରକୁ ଯିବେନି ସେ ନେଇ ବିଶେଷ ଧ୍ୟାନ ଦିଆଯାଇଛି। ଏଯାଏ କୋଠାରୁ ୨ ହଜାର ୩୬୧ ଲୋକଙ୍କୁ ଉଦ୍ଧାର କରାଯାଇଛି। ଏମାନଙ୍କ ମଧ୍ୟରୁ ୬୧୭ ଜଣ ଲୋକଙ୍କ ନିକଟରେ କରୋନା ଲକ୍ଷ୍ୟଣ ଦେଖାଦେଇଛି। ସମସ୍ତଙ୍କୁ ମେଡିକାଲରେ ଭର୍ତ୍ତି କରାଯାଇଥିବା […]

cv
କରୋନା କବଳରୁ ଭାରତକୁ ସୁରକ୍ଷା ଦେବ ଏହି ଟିକା !

ନ୍ୟୁୟର୍କ: କରୋନା ଭାଇରସ ୨୦୦  ଦେଶର ଲୋକଙ୍କ  ଆଖିରୁ ନିଦ ହଜାଇ ଦେଇଛି । ଯଦିଓ ଏହି ରୋଗ ପାଇଁ ଭ୍ୟାକ୍ସିନ କିମ୍ବା ଔଷଧ ବାହାରି ନାହିଁ, ତେବେ ବିଶେଷଜ୍ଞମାନେ ସେମାନଙ୍କ ସାଧନାରୁ ଓହରି ନାହାନ୍ତି । ଦିନକୁ ଦିନ କରୋନା ସମ୍ପର୍କିତ ନୂଆ ନୂଆ ତଥ୍ୟ ବାହାରୁଛି । ନିକଟରେ ଏକ ଅଧ୍ୟୟନରୁ ଯେଉଁ ନିଷ୍କର୍ସ ବାହାରିଛି ତାହା ନିଶ୍ଚିତ ଭାବେ ଆମ ପାଇଁ ଏକ ଖୁସିର ଖବର । ନିକଟରେ ଏକ ଗବେଷଣାରୁ ଜଣାଯାଇଛି, […]

hati
କାନ୍ଥ ଭାଙ୍ଗି ହାତୀ ଘରେ ପଶିଗଲା, ଦଳିଦେଲା

ସମ୍ବଲପୁର: ଘର ଭିତରେ ପଶିଗଲା ହାତୀ। ଜିନିଷ ପତ୍ର ଦଳିଚକଟି ନଷ୍ଟ କରବା ସହ  ଦଳିଦେଲା ଆଈ ଓ ନାବାଳିକା ନାତୁଣୀଙ୍କୁ। ଏପରି ଅଭାବନୀୟ ଘଟଣା ଘଟିଛି ସମ୍ବଲପୁର ଜିଲ୍ଲା ରେଢ଼ାଖୋଲ ଅଞ୍ଚଳରେ। ଆଜି ସକାଳୁ ସକାଳୁ ସ୍ଥାନୀୟ କୁଲଗାଁ ଭିତରକୁ ପଶି ଆସିଥିଲା ହାତୀ । ସମସ୍ତେ ଶୋଇଥିଲେ। ହଠାତ୍‌ ହାତୀଟି ଗାଁର ଉର୍ମିଳା ମିର୍ଦ୍ଧାଙ୍କ ଘରର କାନ୍ଥ ଭାଙ୍ଗି ପଶିଗଲା।  ଘର ଭିତରେ ଥିଲେ ଉର୍ମିଳା, ତାଙ୍କ ସ୍ୱାମୀ ଓ ନାବାଳିକା ନାତୁଣୀ ରଶ୍ମୀତା […]

exam
ଲକ୍‌ଡାଉନ୍‌ ପାଇଁ ଘୁଞ୍ଚିଲା ଜେଇଇ ମେନ୍

ଭୁବନେଶ୍ୱର: କରୋନା ପାଇଁ  ଜେଇଇ ମେନ୍‌କୁ ଘୁଞ୍ଚାଇ ଦିଆଯାଇଛି । ସମଗ୍ର ଦେଶ ଏବେ ଲକ୍‌ଡାଉନ୍‌ ହୋଇଥିବାରୁ ଏପ୍ରିଲ ୫, ୭, ୯ ଓ ୧୧ ତାରିଖରେ ହେବାକୁ ଥିବା ସମସ୍ତ ପରୀକ୍ଷାକୁ ବାତିଲ କରିଛି ରାଷ୍ଟ୍ରୀୟ ପରୀକ୍ଷା ଏଜେନ୍ସି। ମେ’ ଶେଷ ସପ୍ତାହରେ ଜେଇଇ ମେନ୍ ପରୀକ୍ଷା କରାଯିବା ନିମନ୍ତେ ପ୍ରସ୍ତାବ ରହିଛି। ତେବେ ପରିସ୍ଥିତି ଦେଖି ଆଗାମୀ କିଛି ସପ୍ତାହ ମଧ୍ୟରେ ପରୀକ୍ଷାର ନିର୍ଦ୍ଦିଷ୍ଟ ତାରିଖ ଘୋଷଣା କରାଯିବ ବୋଲି ବିଜ୍ଞପ୍ତି ପ୍ରକାଶ ପାଇଛି […]

rukuna ratha
ଆଜି ଅଶୋକାଷ୍ଟମୀ, ମହାପ୍ରଭୁ ଲିଙ୍ଗରାଜଙ୍କ ରୁକୁଣା ରଥଯାତ୍ରା ହେବନି !

ଭୁବନେଶ୍ୱର: ଆଜି ଅଶୋକାଷ୍ଟମୀ। କିନ୍ତୁ ମହାପ୍ରଭୁ ଲିଙ୍ଗରାଜଙ୍କ ରୁକୁଣା ରଥଯାତ୍ରା ହେବ ନା ନାହିଁ, ତାକୁ ନେଇ ଏବେବି ସସ୍‌ପେନ୍ସ ଲାଗି ରହିଛି । ସରକାରଙ୍କ କୋଭିଡ୍-୧୯ ସଂପର୍କିତ ବିଜ୍ଞପ୍ତିରେ ୫ ଜଣରୁ ଅଧିକ ବ୍ୟକ୍ତି ସର୍ବସାଧାରଣ ସ୍ଥାନରେ ଏକାଠି ହୋଇପାରିବେ ନାହିଁ ବୋଲି ନିର୍ଦ୍ଦେଶ ରହିଛି । ତେବେ ଶ୍ରୀ ଜିଉଙ୍କ ରଥ ପ୍ରତିଷ୍ଠା ଓ ତତ୍‌ ସଲଗ୍ନ ଅନ୍ୟ କାର୍ଯ୍ୟକ୍ରମ ପାଇଁ ୫ରୁ ଅଧିକ ସେବାକାରୀଙ୍କ ସେବା ଅନିବାର୍ଯ୍ୟ ଥିବାର ଏହା ସମ୍ଭବପର ନୁହେଁ […]

corona symtoms
କ୍ୱାରେଣ୍ଟାଇନ୍‌ ପରେ ବି ଆହୁରି ୨ ସପ୍ତାହ କରୋନା ଭୟ ରହିଛି

ଭୁବନେଶ୍ୱର:କରୋନା ଭୂତାଣୁକୁ ରୋକିବାକୁ ହେଲେ ଗୋଟିଏ ବାଟ ରହିଛି । ତାହା ହେଉଛି ସତର୍କତା। କରୋନାକୁ ହାଲୁକା ଭାବେ ନିଅନ୍ତୁ ନାହିଁ ବୋଲି ଚେତାବନୀ ଦେଇଛି  ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ । ଗତକାଲି ଭଦ୍ରକରୁ ଆଉ ଜଣେ କରୋନା ଆକ୍ରାନ୍ତ ଚିହ୍ନଟ ହେବା ପରେ ବାହାରୁ ଆସିଥିବା ସମସ୍ତଙ୍କୁ ସତର୍କ ରହିବାକୁ ପରାମର୍ଶ ଦେଇଛି ବିଭାଗ। ବିଭାଗ ପକ୍ଷରୁ କୁହାଯାଇଛି,  କରୋନାର ଲକ୍ଷଣ ନାହିଁ ବୋଲି ଭାବି ହାଲ୍‌କା ହୋଇ ଯାଆନ୍ତୁ ନାହିଁ। କାରଣ […]

modi-maa
‘ପିଏମ କେୟାର୍ସ ଫଣ୍ଡ’କୁ ଦାନ କଲେ ମୋଦିଙ୍କ ମା’

ଅହମ୍ମଦାବାଦ: କରୋନା ବିରୋଧରେ ଲଢେଇ ଜାରି ରହିଛି । ଏଥିପାଇଁ ଅନେକ ପ୍ରତିବନ୍ଧକ ବାଟ ଓଗାଳିଥିଲେ ବି ଅନେକ ସହାୟତାର ହାତ ଆଗକୁ ଆସିଛି । କୁନି ଝିଅଟିଏ ନିଜର କୁମ୍ପି ଭାଙ୍ଗି କରୋନା ମୁକାବିଲା ପାଇଁ ସହାୟତା ଦେଉଛି । ଅନେକ ବଦାନ୍ୟ ବ୍ୟକ୍ତି ଗରିବ ଲୋକଙ୍କୁ ନିଃସର୍ତ୍ତରେ ସାହାଯ୍ୟ କରିବାକୁ ଆଗେଇ ଆସିଛନ୍ତି।  ଏଇ କରୋନା ଯୁଦ୍ଧରେ ସାମିଲ ହୋଇଛନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ମା’ ହୀରାବେନ୍‌ । ସେ  ନିଜ ସଞ୍ଚୟ ଟଙ୍କାରୁ […]

utkal divas
ଲକ୍‌ଡାଉନ ଯୋଗୁ ଫିକା ପଡ଼ିଲା ଉତ୍କଳ ଦିବସ

ଭୁବନେଶ୍ୱର: ଆଜି ଉତ୍କଳ ଦିବସ। ୮୪ ବର୍ଷ ତଳେ ଅର୍ଥାତ୍‌ ୧୯୩୬ ମସିହା ଆଜିର ଦିନରେ ଭାଷା ଭିତ୍ତିରେ ଓଡ଼ିଶା ରାଜ୍ୟ ଗଠନ ହୋଇଥିଲା । ଏଥିପାଇଁ ମହାପୁରୁଷଙ୍କ ଅବଦାନକୁ ରାଜ୍ୟବାସୀ ମନେ ପକାଇବାର ଆଜି ଏକ ଅବସର। ତେବେ କରୋନା ଲକ୍‌ ଡାଉନ୍‌ ଏହି ଉତ୍ସବକୁ ଫିକା କରି ଦେଇଛି। ଲକ୍‌ ଡାଉନ ଯୋଗୁ ଆଜି ରାଜ୍ୟରେ ଅନ୍ୟବର୍ଷ ଭଳି ପାଳିତ ହେବନି ଉତ୍କଳ ଦିବସ।  ଦୀର୍ଘ ବର୍ଷର ଅବଦାନ ଓ ସଂଘର୍ଷ ପରେ ଓଡ଼ିଶା […]

company
୧୬ କର୍ମଚାରୀ କରୋନା ପଜିଟିଭ; କମ୍ପାନୀ ସିଲ୍‌ କଲା ପ୍ରଶାସନ

ନୋଏଡ଼ା: ନୋଏଡ଼ା ସେକ୍ଟର ୧୩୫ର ଏକ କଂପାନୀକୁ ଗୌତମବୁଦ୍ଧନଗର ଜିଲ୍ଲା ପ୍ରଶାସନ ସିଲ୍  କରିଦେଇଛି । କଂପାନୀରେ କାର୍ଯ୍ୟରତ ୧୬ ଜଣଙ୍କଠାରେ କରୋନା ପଜିଟିଭ୍  ରିପୋର୍ଟ ଆସିବା ପରେ ଜିଲ୍ଲା ପ୍ରଶାସନ ଏଭଳି ପଦକ୍ଷେପ ନେଇଛି । ଏହାସହ ଉତ୍ତରପ୍ରଦେଶ ରାଜ୍ୟ ସ୍ୱାସ୍ଥ୍ୟ ବିଭାଗ ପକ୍ଷରୁ କଂପାନୀ ମାଲିକ ଓ ବରିଷ୍ଠ ଅଧିକାରୀଙ୍କ ବିରୋଧରେ ଏତଲା ରୁଜୁ କରାଯାଇଛି । ମାଲିକ ଏବଂ ଅଧିକାରୀ ବିଦେଶ ଯାଇ ଫେରିଥିଲେ ବି ଟ୍ରାଭେଲ ହିଷ୍ଟ୍ରି ଲୁଚାଇଥିଲେ ଓ ପରେ […]

air craft
ରାଉରକେଲା ଏୟାରପୋର୍ଟରେ ଦୁଇ ବିଦେଶୀ ବିମାନ

ରାଉରକେଲା; ରାଉରକେଲା ଏୟାରପୋର୍ଟରେ ଥିବା ଦୁଇ ବିଦେଶୀ ବିମାନକୁ ନେଇ ଚର୍ଚ୍ଚା ଜୋରଦାର ହୋଇଛି।  ନ୍ୟୁଜିଲାଣ୍ଡର ଏହି ଦୁଇ ବିମାନ ଗତ ୧୦ ଦିନ ହେବ ବିମାନବନ୍ଦରରେ ଛିଡା ହୋଇଥିବା ଦେଖିବାକୁ ମିଳିଛି।  ରାଉରକେଲା ଇସ୍ପାତ କାରଖାନା କର୍ତ୍ତୃପକ୍ଷଙ୍କ ସୂଚନା ଅନୁସାରେ,  ଓଡ଼ିଶା, ଝାରଖଣ୍ଡ, ଛତିଶଗଡ ଏବଂ ପଶ୍ଚିମବଙ୍ଗରେ ଜିଓଲୋଜିକାଲ୍ ସର୍ଭେ ଅଫ୍ ଇଣ୍ଡିଆ ପକ୍ଷରୁ ସର୍ବେକ୍ଷଣ ଲାଗି ଏକ କମ୍ପାନୀକୁ ନିଯୁକ୍ତ କରିଥିଲେ ।  ଉକ୍ତ କମ୍ପାନୀ ସର୍ଭେ ପାଇଁନ୍ୟୁଜିଲାଣ୍ଡରୁ ଏହି ଦୁଇଟି ସ୍ବତନ୍ତ୍ର ବିମାନ […]

Untitled-1
ରାଜ୍ୟ ବାହାରେ ଫସିଥିବା ୨୩୦ ଓଡ଼ିଆ ଗ୍ରୁପ ଚିହ୍ନଟ

ଭୁବନେଶ୍ୱର: ବାହାରେ ଫସିଥିବା ପ୍ରବାସୀ ଓଡ଼ିଆଙ୍କ ସ୍ଥିତି ସମ୍ପର୍କରେ ଉଚ୍ଚସ୍ତରୀୟ ବୈଠକ ଶେଷ ହୋଇଛି। ବୈଠକ ପରେ ସୂଚନା ଦେଇ ଗୃହ ବିଭାଗ ସଚିବ କହିଛନ୍ତି ଯେ, କୋଭିଡ୍ ୧୯ କଣ୍ଟ୍ରୋଲ ରୁମ୍‌କୁ ବର୍ତ୍ତମାନ ସୁଦ୍ଧା ୫ ହଜାର ୨ଶହ କଲ ଆସିଛି।  ଶହେରୁ ଅଧିକ ଲୋକଙ୍କ ପାଖରେ ପହଞ୍ଚି ପାରିଛି ପ୍ରଶାସନ । ଗୃହ ସଚିବଙ୍କ ସୂଚନା ଅନୁସାରେ, ବାହାର ରାଜ୍ୟରେ ପ୍ରାୟ ୧ ଲକ୍ଷ ୫୦ ହଜାର ଲୋକ ଅଛନ୍ତି । ରାଜ୍ୟ ପାଇଁ […]

truck-1111
କରୋନା ଲକ୍‌ଡାଉନ୍‌ ପାଇଁ ବଢିଲା ଗାଡ଼ି କାଗଜପତ୍ରର ବୈଧତା

ଭୁବନେଶ୍ୱର: କରୋନା ଲକ୍‌ଡାଉନ୍‌ ପାଇଁ ବଢିଲା ଗାଡିର ବିଭିନ୍ନ କାଗଜପତ୍ର ବୈଧତା।  ଫେବ୍ରୁଆରୀ ୧ ତାରିଖ ପରେ ସରୁଥିବା ଗାଡିର ଫିଟନେସ୍, ରେଜିଷ୍ଟ୍ରେସନ୍, ପରମିଟ୍, ଡ୍ରାଇଭିଂ ଲାଇସେନ୍ସ ଭଳି କାଗଜପତ୍ରର ବୈଧତାକୁ କେନ୍ଦ୍ର ସରକାର ଆସନ୍ତା ଜୁନ୍ ୩୦ ତାରିଖ ପର୍ଯ୍ୟନ୍ତ ବୃଦ୍ଧି କରିଛନ୍ତି । ଏ ନେଇ ରାଜ୍ୟ ପରିବହନ କର୍ତ୍ତୃପକ୍ଷଙ୍କ ପକ୍ଷରୁ ଆଜି ଟୁଇଟ୍ କରି ସୂଚନା ଦିଆଯାଇଛି । ସେହିପରି ଓଡ଼ିଶାରେ ଲର୍ଣ୍ଣିଂ ଲାଇସେନ୍ସ ଏବଂ ପ୍ରଦୂଷଣ ସାର୍ଟିଫିକେଟର ବୈଧତାକୁ ମଧ୍ୟ ୩୦ […]