ଭୁବନେଶ୍ୱର: କରୋନା ପାଇଁ ମୁକ୍ତି ପାଇଲେ କଏଦୀ। ଏଥିସହିତ ଅନେକ କଏଦୀଙ୍କୁ ସ୍ଥାନାନ୍ତର ମଧ୍ୟ କରାଯାଇଛି। କରୋନକୁ ଦୃଷ୍ଟିରେ ରଖି ଏସବୁ କରାଯାଉଛି। କାରଣ ଅନେକ ଜେଲରେ କ୍ଷମତାଠାରୁ ଅଧିକ କଏଦୀ ରହିଛନ୍ତି। ଜେଲ୍ରେ ଯେପରି କରୋନା ନ ବ୍ୟାପିବ ସେଥିପାଇଁ କର୍ତ୍ତୃପକ୍ଷ ଆଗୁଆ ପଦକ୍ଷେପ ସ୍ୱରୂପ ଏପରି କରିଛନ୍ତି। ଓଡ଼ିଶାରେ ବିଭିନ୍ନ ଜେଲରେ ଏବେ ଅଛନ୍ତି ୧୭ହଜାର ୫୧୯ ଜେଲ ଅନ୍ତେବାସୀ ଏମାନଙ୍କ ମଧ୍ୟରୁ ୩ ହଜାର ୭୫୩ କଏଦୀ ଏବଂ ୧୩ ହଜାର ୭୬୬ଜଣ […]
ନୂଆଦିଲ୍ଲୀ: ମହାମାରୀ କରୋନା ବିରୋଧୀ ଲଢ଼େଇରେ ଭାରତ ଓ ଭାରତ ଭଳି ଦେଶମାନଙ୍କୁ ଆର୍ଥିକ ସହାୟତା ଘୋଷଣା କରିଛି ବିଶ୍ୱବ୍ୟାଙ୍କ। ବିଶ୍ୱବ୍ୟାଙ୍କର ଉଚ୍ଚକ୍ଷମତା ସମ୍ପନ୍ନ ବୋର୍ଡ ବୈଠକ ପରେ ଭାରତ ଲାଗି ଏକ ବିଲିୟନ ଆମେରିକୀୟ ଡଲାରର ଆପତକାଳୀନ ଅର୍ଥରାଶି ସହାୟତା ପ୍ରସ୍ତାବକୁ ମଞ୍ଜୁରୀ ମିଳିଛି । ବିଶ୍ୱବ୍ୟାଙ୍କ ପକ୍ଷରୁ ଜାରି କରାଯାଇଥିବା ବିବୃତ୍ତି ଅନୁସାରେ ଆସନ୍ତା ୧୫ ମାସ ପାଇଁ ଭାରତ ଭଳି ୨୫ଟି ଦେଶକୁ ମୋଟ ୧ ଦଶମିକ ୯ ବିଲିୟନ ଆମେରିକୀୟ ଡଲାର […]
ଭୁବନେଶ୍ୱର: ରାଜ୍ୟର ପଞ୍ଚମ କରୋନା ଆକ୍ରାନ୍ତଙ୍କ ଟ୍ରାଭେଲ ତଥ୍ୟ ପାଇବା ପରେ କଠୋର ପଦକ୍ଷେପ ନେଇଛି ବିଏମ୍ସି। ରାଜ୍ୟର ପଞ୍ଚମ କରୋନା ଆକ୍ରାନ୍ତ ପ୍ରଦୀପ୍ତ ଦଳବେହେରାଙ୍କ ସଂସ୍ପର୍ଶରେ ଆସିଥିବା ବ୍ୟକ୍ତି ବିଶେଷଙ୍କୁ ହୋମ କ୍ୱାରେଣ୍ଟାଇନ୍ରେ ରହିବାକୁ ପରାମର୍ଶ ଦେଇଛି ବିଏମସି। ଏହାବ୍ୟତୀତ ଏକ ବଡ ଖବର ସାମ୍ନାକୁ ଆସିଛି। ସଂପୃକ୍ତ ବ୍ୟକ୍ତିଙ୍କ ଘରେ ଏକ ଆଧ୍ୟାତ୍ମିକ କାର୍ଯ୍ୟକ୍ରମର ଆୟୋଜନ ହୋଇଥିଲା। ଏଥିରେ ବହୁ ଲୋକ ଯୋଗ ଦେଇଥିଲେ। ମାର୍ଚ୍ଚ ୧ରୁ ପଞ୍ଚମ ଆକ୍ରାନ୍ତଙ୍କ ସଂସ୍ପର୍ଶରେ ଆସିଥିବା ବ୍ୟକ୍ତିଙ୍କୁ […]
ନୂଆଦିଲ୍ଲୀ: ମହାମାରୀ କରୋନା ଭାଇରସ ଗୁଜରାଟରେ ଜଣେ ଏବଂ ହରିଆଣାର ଜଣଙ୍କର ମୁଣ୍ଡ ନେଇଛି। ଗୁଜରାଟରେ କରୋନାରେ ଆକ୍ରାନ୍ତ ହୋଇ ଚିକିତ୍ସିତ ହେଉଥିବା ଜଣେ ୫୨ ବର୍ଷୀୟ ବ୍ୟକ୍ତିଙ୍କର ଆଜି ମୃତ୍ୟୁ ଘଟିଛି। ଏହି ବ୍ୟକ୍ତି ଜଣଙ୍କ ନିକଟରେ ଶ୍ରୀଲଙ୍କା ଗସ୍ତରୁ ଫେରିଥିଲେ। ଏହାପରେ ତାଙ୍କର କରୋନା ପରୀକ୍ଷା କରାଯାଇଥିଲା। ସେ କରୋନାରେ ଆକ୍ରାନ୍ତ ହୋଇଥିବା ଜଣାପଡ଼ିବା ପରେ ତାଙ୍କୁ ହସ୍ପିଟାଲରେ ଭର୍ତ୍ତି କରାଯାଇଥିଲା। ତାଙ୍କ ପରିବାରର ଅନ୍ୟ ୪ ଜଣଙ୍କ ଶରୀରରେ ବି କୋଭିଡ-୧୯ ଭୂତାଣୁ […]
ସୁନ୍ଦରଗଡ଼:ଜମିବାଡ଼ି ବିବାଦରୁ ହତ୍ୟାକାଣ୍ଡ। ପରସ୍ପର ମଧ୍ୟରେ ହଣାହଣି ହୋଇ ୨ ପରିବାରର ୪ ଜଣଙ୍କ ମୃତ୍ୟୁ। ଏମିତି ଦୁଃଖଦ ଘଟଣା ଘଟିଛି ସୁନ୍ଦରଗଡ଼ ସୀମାକୁ ଲାଗିଥିବା ଝାଡ଼ଖଣ୍ଡ ରାଜ୍ୟ ସିମଡେଗା ଜିଲ୍ଲାରେ। ଏହି ଜିଲ୍ଲା କୁର୍ଡେଗ ଥାନା ଅନ୍ତର୍ଗତ ମୁହାଡିହି ଗାଁରେ ଦୁଇ ଭାଇଙ୍କ ମଧ୍ୟରେ ଗତ କିଛି ଦିନ ଧରି ଜମିବାଡ଼ି ଭାଗବଣ୍ଟାକୁ ନେଇ ବିବାଦ ଲାଗି ରହିଥିଲା। ଆଜି ସକାଳେ ଏହି ବିବାଦ ଉଗ୍ର ରୂପ ନେଇଥିଲା। ସକାଳେ ବଡ଼ ଭାଇ ଓ ତାଙ୍କ […]
ଭୁବନେଶ୍ୱର: ଦିଲ୍ଲୀ ନିଜାମୁଦ୍ଦିନ ତବଲିଗି ଜମାତ ଧର୍ମୀୟ ସଭାରୁ ଫେରିଥିବା ଆଉ ୨ ଜଣଙ୍କୁ ଓଡ଼ିଶାରୁ ଚିହ୍ନଟ କରାଯାଇଛି। ଗତକାଲି କେନ୍ଦ୍ରାପଡାରୁ ଜଣଙ୍କୁ ଚିହ୍ନଟ କରାଯାଇଥିବାବେଳେ ଅନ୍ୟଜଣଙ୍କୁ ଯାଜପୁର ବିଞ୍ଝାରପୁର ଅଞ୍ଚଳରୁ ଠାବ କରାଯାଇଥିଲା। ଆଜି ପୁଣି ଯାଜପୁର ଜିଲ୍ଲାରୁ ଆଜି ୨ ଜଣଙ୍କୁ ଚିହ୍ନଟ କରାଯାଇଛି। ବର୍ତ୍ତମାନ ସୁଦ୍ଧା ଯାଜପୁର ଜିଲ୍ଲାରୁ ୩ ଜଣଙ୍କୁ ଚିହ୍ନଟ କରାଯାଇଥିବା ଜିଲ୍ଲାପାଳ ରଞ୍ଜନ କୁମାର ଦାସ ସୂଚନା ଦେଇଛନ୍ତି। ଦୁଇ ଜଣଙ୍କ ମଧ୍ୟରୁ ଜଣେ ରସୁଲପୁରର ଏବଂ ଅନ୍ୟଜଣେ […]
ଭୁବନେଶ୍ୱର: କରୋନାକୁ ନେଇ ସାରା ଦେଶରେ ୨୧ ଦିନ ଲକ୍ଡାଉନ୍ ଘୋଷଣା କରିଛନ୍ତି ସରକାର । ଅତ୍ୟାବଶ୍ୟକ ଦୋକାନକୁ ଛାଡ଼ିଦେଲେ ସମସ୍ତ ଦୋକାନ ବଜାର ବନ୍ଦ ରହିଛି। ଗାଡ଼ି ଚଳାଚଳ ମଧ୍ୟ ବନ୍ଦ ରହିଛି। ତେବେ ଲକ୍ଡାଉନ୍ ସଫଳ କରିବାକୁ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ଏକ ଭିଡିଓରେ ବାର୍ତ୍ତା ଦେଇଛନ୍ତି। ସେ କହିଛନ୍ତି,“ ସମାଜ, ରାଜ୍ୟ ତଥା ଦେଶକୁ ସୁସ୍ଥ ରଖିବା ପାଇଁ ଏହା ଏକ ଜନ ଆନ୍ଦୋଳନ ହୋଇଛି। କରୋନାକୁ ହରାଇବା ପାଇଁ ଆଜି ସମସ୍ତେ […]
ଭୁବନେଶ୍ୱର: କରୋନା ମୁକାବିଲା ନେଇ ରାଜ୍ୟ ସରକାରଙ୍କ ପଦକ୍ଷେପ। ଭୁବନେଶ୍ୱର ଓ କଟକରେ କରୋନା ରୋଗୀଙ୍କ ଚିକିତ୍ସା ଲାଗି ୬୫୦ ଶଯ୍ୟା ଥିବା ୨ଟି ହସ୍ପିଟାଲ ପ୍ରସ୍ତୁତ କରାଯାଇଛି । କରୋନା ରୋଗୀଙ୍କ ଚିକିତ୍ସା ଲାଗି ୨ଟି ସ୍ୱତନ୍ତ୍ର ହସ୍ପିଟାଲ ପ୍ରସ୍ତୁତ କରାଯାଇଛି । ଭୁବନେଶ୍ୱର କିମ୍ସ ହସ୍ପିଟାଲ ପରିସରରେ ୫୦୦ ଶଯ୍ୟା ବିଶିଷ୍ଟ ସ୍ୱତନ୍ତ୍ର ହସ୍ପିଟାଲ ପ୍ରସ୍ତୁତ ହୋଇଥିବାବେଳେ କଟକର ଅଶ୍ୱିନୀ ହସ୍ପିଟାଲରେ ୧୫୦ଟି ଶଯ୍ୟା ପ୍ରସ୍ତୁତ ହୋଇଛି । ସ୍ୱତନ୍ତ୍ର କୋବିଡ୍ ହସ୍ପିଟାଲ ଓଡ଼ିଶା […]
ଇନ୍ଦୋର:କରୋନା ଯାଞ୍ଚ ପାଇଁ ଯାଇଥିବା ଡାକ୍ତରୀ ଟିମ୍କୁ ଗୋଡ଼ାଇ ଗୋଡ଼ାଇ ପିଟିଲେ ଲୋକେ। ଏମିତି ଘଟଣା ମଧ୍ୟପ୍ରଦେଶ ଇନ୍ଦୋର ସହରରେ ଘଟିଛି। ସ୍ଥାନୀୟ ତତପତି ଭକାଲ୍ ଅଞ୍ଚଳରେ ମେଡିକାଲ୍ ଟିମ୍ ପହଞ୍ଚିଥିଲା। ଲୋକଙ୍କ ଥର୍ମାଲ ସ୍କ୍ରିନିଂ କରିବାକୁ ଡାକ୍ତର ଯାଇଥିବା ବେଳେ ଲୋକେ ଅତର୍କିତ ଆକମ୍ରଣ କରିଥିଲେ। ପରିସ୍ଥିତି ଏପରି ହୋଇଥିଲା ଯେ, ଡାକ୍ତର ଟିମ୍ ଜୀବନ ବଞ୍ଚାଇବା ପାଇଁ ସେଠୁ ଦୌଡ଼ିଥିଲେ। ପରେ ଘଟଣାସ୍ଥଳରେ ପୁଲିସ ଫୋର୍ସ ପହଞ୍ଚି ଡାକ୍ତରଙ୍କୁ ଉଦ୍ଧାର କରିଥିଲା। ସୂଚନାଥାଉ କି, […]
ରାୟପୁର: ସାରା ଦେଶ ୨୧ ଦିନ ପାଇଁ ଲକ୍ଡାଉନ୍ ଘୋଷଣା କରାଯାଇଛି। ଜରୁରୀ ଦୋକାନକୁ ଛାଡି ଦେଲେ ସବୁ ପ୍ରତିଷ୍ଠାନ ପ୍ରାୟ ବନ୍ଦ ରହିଛି। ଏହି କ୍ରମରେ ମଦ ଦୋକାନ ମଧ୍ୟ ବନ୍ଦ ରହିଛି। ହେଲେ ମଦ ଦୋକାନ ବନ୍ଦକୁ ନେଇ ବିଭିନ୍ନ ସ୍ଥାନରୁ ପ୍ରତିକ୍ରିୟାମାନ ଆସିବାରେ ଲାଗିଛି। କାରଣ ପ୍ରତିଦିନ ମଦ୍ୟପାନ କରୁଥିବା ଲୋକଙ୍କ ପାଇଁ ଏହା ସମସ୍ୟା ସୃଷ୍ଟି କରିଛି। ତେବେ ମଦ ଦୋକାନକୁ ନେଇ ଛତିଶଗଡରେ ଏକ ଅଭାବନୀୟ ଘଟଣା ଘଟିଛି। ଛତିଶଗଡରେ […]
ବରଗଡ: କରୋନା ପାଇଁ ଲୋକଙ୍କୁ ସତର୍କ କରାଯାଉଛି। ସଚେତନତାର ବାର୍ତ୍ତା ବଣ୍ଟାଯାଉଛି। ଘରେ ରହିବା ପାଇଁ ଅନୁରୋଧ କରାଯାଉଛି। ତଥାପି ଲୋକେ ମାନୁ ନାହାନ୍ତି। ଅମାନିଆ ଲୋକଙ୍କୁ ବୁଝାଇବା ପାଇଁ ବରଗଡ ପୋଲିସ ପକ୍ଷରୁ ଅଭିନବ ଉଦ୍ୟମ କରାଯାଇଛି। ଗୀତରେ ଗୀତରେ ଲୋକଙ୍କୁ ସଚେତନତା ବାର୍ତ୍ତା ବାଣ୍ଟିଛନ୍ତି ବରଗଡ଼ ପୋଲିସ। ପ୍ରଥମେ ଅତିରିକ୍ତ ଏସ୍ପି ଅମରେନ୍ଦ୍ର ରଣା ସମ୍ବୋଧନ କରି କରୋନା ସମ୍ପର୍କରେ ଗୀତ ମାଧ୍ୟମରେ ଦିଆଯାଉଥିବା ବାର୍ତ୍ତାକୁ ଉପଦେଶ ଭାବେ ମାନି ଗ୍ରହଣ କରିବାକୁ ଲୋକଙ୍କୁ […]
ଭୁବନେଶ୍ୱର: ଆଜିଠାରୁ ଜନଧନ ଆକାଉଣ୍ଟକୁ ଆସିବ ଟଙ୍କା । ପ୍ରଥମ ପର୍ଯ୍ୟାୟରେ ପ୍ରଧାନମନ୍ତ୍ରୀ ଗରିବ କଲ୍ୟାଣ ଯୋଜନାର ଟଙ୍କା ମହିଳା ଜନଧନ ଆକାଉଣ୍ଟଧାରୀଙ୍କ ଖାତାକୁ ଆସିବ । ଷ୍ଟେଟ ବ୍ୟାଙ୍କ ଅଫ୍ ଇଣ୍ଡିଆ ମାଧ୍ୟମରେ ପଠାଯିବ ଏହି ଟଙ୍କା । ଓଡ଼ିଶାରେ ୩୯ ଲକ୍ଷ ୫୧ ହଜାର ଜନଧନ ଆକାଉଣ୍ଟଧାରୀ ମହିଳା ଅଛନ୍ତି। ବ୍ୟାଙ୍କକୁ ଟଙ୍କା ଯିବା ପରେ ଏସ୍ଏମଏସ ଯିବ । ପେଟ୍ରୋଲ ପମ୍ପରେ ଏସବିଆଇର ମାଇକ୍ରୋ ଏଟିଏମରେ ମଧ୍ୟ ଟଙ୍କା ଉଠାଣ ହୋଇପାରିବ । […]
ନୂଆଦିଲ୍ଲୀ: କରୋନାକୁ ନେଇ ସମସ୍ତଙ୍କର ଧାରଣା ଥିଲା ଯେ, ଏହା ସାଧାରଣତଃ ବୟସ୍କ ଲୋକଙ୍କୁ ବେଶି ପ୍ରଭାବିତ କରିଥାଏ। ହେଲେ ଏହା ଭୁଲ ପ୍ରମାଣିତ ହୋଇଛି। କରୋନାରେ ଅନେକ ଯୁବକ, ଶିଶୁଙ୍କର ମୃତ୍ୟୁ ଘଟୁଥିବା ନଜରକୁ ଆସିଛି।। ଆମେରିକାରେ କରୋନା ଭାଇରସ୍ରେ ଜଣେ ୬ ସପ୍ତାହ ଶିଶୁର ମୃତ୍ୟୁ ଘଟିଛି। ଏହା କରୋନାରେ ସବୁଠାରୁ କମ୍ ବୟସ ଶିଶୁର ମୃତ୍ୟୁ । ଡାକ୍ତରଖାନା ସୂତ୍ରରୁ ମିଳିଥିବା ଖବର ଅନୁଯାୟୀ covid19ରେ ମୃତ୍ୟୁ ଘଟିଛି। ୟୁଏସ ଗଭର୍ଣ୍ଣର ନେଡ୍ […]
ନୂଆଦିଲ୍ଲୀ: ଜବଲିଗି ଜମାତର ନିଜାମୁଦ୍ଦିନ ମରକଜ୍ ଭାରତରେ କରୋନା ସ୍ପ୍ରେଡର ଭାବେ ଉଭା ହୋଇଛି । ଏଠାରେ ମାର୍ଚ୍ଚମାସରେ ହୋଇଥିବା ଧର୍ମସଭାରେ ଯୋଗ ଦେଇଥିବା ବହୁ ସଂଖ୍ୟକ ଲୋକଙ୍କଠାରେ କରୋନ ପଜିଟିଭ ଦେଖିବାକୁ ମିଳିଛି । ଏବେ ଭାରତରେ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ୧୯୦୦ରେ ପହଞ୍ଚିଲାଣି । ଏଥିରେ ଦେଶର ୫୫ ଜଣଙ୍କର ମୃତ୍ୟୁ ଘଟି ସାରିଲାଣି । ଏହି ଧର୍ମସଭାରେ ଯୋଗ ଦେଇଥିବା ବିଭିନ୍ନ ରାଜ୍ୟର ଲୋକଙ୍କୁ ଖୋଜିବା ପାଇଁ ସରକାର ଯୁଦ୍ଧକାଳୀନ ଭିତ୍ତିରେ ଉଦ୍ୟମ […]
ଭୁବନେଶ୍ୱର: ‘କରୋନା’ ସଂକ୍ରମଣକୁ ରୋକିବା ପାଇଁ ଦେଶବ୍ୟାପୀ ଲକଡାଉନ୍ ଲାଗୁ ଯୋଗୁ ରାଜସ୍ୱ ଆଦାୟ ପ୍ରଭାବିତ ହୋଇଥିବାରୁ ରାଜ୍ୟ ସରକାର ଆଜି କେତେକ କଠୋର ଆର୍ଥିକ ପଦକ୍ଷେପ ନେଇଛନ୍ତି। ତତ୍କାଳ ପ୍ରଭାବରୁ ଏହି ଆର୍ଥିକ ନିଷ୍ପତ୍ତି ନେବାକୁ ସରକାର ନିର୍ଦ୍ଦେଶ ଦେଇଛନ୍ତି। ଏପ୍ରିଲ ମାସରେ ପାଇବାକୁ ଥିବା ଦରମାରେ ନିର୍ଦ୍ଧାରିତ ବର୍ଗର ନିର୍ବାଚିତ ପ୍ରତିନିଧି ଓ ଅଫିସରମାନଙ୍କୁ କମ୍ ଦରମା ମିଳିବ ବୋଲି ଜଣାପଡ଼ିଛି। ନିର୍ଦ୍ଦେଶ ଅନୁସାରେ କୋଭିଡ-୧୯ ସ୍ଥିତିର ମୁକାବିଲା ପାଇଁ ମୁଖ୍ୟମନ୍ତ୍ରୀ, ମନ୍ତ୍ରୀ, ବିଧାୟକ, […]