• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English

Latest News

nijamuddin
ନିଜାମୁଦ୍ଦିନ ଧାର୍ମିକ ସଭାରେ ଯୋଗ ଦେଇଥିବା ୯ ଜଣଙ୍କ ମୃତ୍ୟୁ, ୨୪ ଆକ୍ରାନ୍ତ

ନୂଆଦିଲ୍ଲୀ: ନୂଆଦିଲ୍ଲୀର ହଜରତ ନିଜାମୁଦ୍ଦିନରେ ହୋଇଥିବା ଧାର୍ମିକ ସଭା ବା ତବ୍ଲିଗି ଜମାତରେ ଯୋଗ ଦେଇଥିବା ବ୍ୟକ୍ତିଙ୍କ ମଧ୍ୟରୁ ୯ ଜଣଙ୍କର କରୋନାରେ ମୃତ୍ୟୁ ଘଟବା  ପରେ ସାରା ଦେଶରେ ହଇଚଇ ସୃଷ୍ଟି ହୋଇଛି । ମାର୍ଚ୍ଚ ୧ରୁ ୧୫ ଯାଏଁ ହୋଇଥିବା ଏହି ଇସ୍ଲାମୀୟ ଧାର୍ମିକ ସଭାରେ ଯୋଗଦେଇଥିବା ଦେଶର ଅନେକ ଲୋକ ଏବେ କରୋନାରେ ଆକ୍ରାନ୍ତ ହୋଇଛନ୍ତି।  ସେମାନଙ୍କ ମଧ୍ୟରୁ ଚିକିତ୍ସାଧିନ ଅବସ୍ଥାରେ ତେଲେଙ୍ଗାନାରେ ୬ ଜଣ, ଜାମ୍ମୁ ଓ କାଶ୍ମୀରରେ ଜଣେ, ତାମିଲନାଡୁ […]

olympics
ଘୋଷଣା ହେଲା ଟୋକିଓ ଅଲିମ୍ପିକ୍ସର ନୂଆ ତାରିଖ

ଟୋକିଓ: କରୋନାଭାଇରସ୍ ପାଇଁ ସ୍ଥଗିତ ଥିବା ଟୋକିଓ ଅଲିମ୍ପିକ୍ସର ନୂଆ ତାରିଖ ସୋମବାର ଘୋଷଣା କରାଯାଇଛି। ନୂଆ ତାରିଖ ଅନୁଯାୟୀ ଏବେ ଏହି କ୍ରୀଡ଼ା ମହାକୁମ୍ଭ ୨୦୨୧, ଜୁଲାଇ ୨୩ରୁ ଅଗଷ୍ଟ ୮ ତାରିଖ ପର୍ଯ୍ୟନ୍ତ ଅନୁଷ୍ଠିତ ହେବ । ଏ ନେଇ ଟୋକିଓ ଅଲିମ୍ପିକ୍ସ ମୁଖ୍ୟ ୟୋଶିରୋ ମୋରି ସୂଚନା ଦେଇଛନ୍ତି। ସୋମବାର ଉଭୟ ଅନ୍ତର୍ଜାତୀୟ ଅଲିମ୍ପିକ୍ କମିଟି (ଆଇଓସି) ଓ ସ୍ଥାନୀୟ ଆୟୋଜକଙ୍କ ମଧ୍ୟରେ ହୋଇଥିବା ବୈଠକରେ ନୂଆ ତାରିଖର ଘୋଷଣା କରାଯାଇଛି। ଟୋକିଓ […]

gas
କରୋନାବେଳେ ସେବା: ରନ୍ଧନ ଗ୍ୟାସ୍ ବିତରଣକାରୀଙ୍କୁ ମିଳିବ ଏମିତି ସୁବିଧା

ଭୁବନେଶ୍ୱର: କୌଣସି ରନ୍ଧନ ଗ୍ୟାସ୍ ବିତରଣକାରୀଙ୍କ ମୃତ୍ୟୁ ହେଲେ ମିଳିବ ସହାୟତା। କରୋନାରେ ଆକ୍ରାନ୍ତ ହୋଇ କୌଣସି  ବିତରଣକାରୀଙ୍କ ମୃତ୍ୟୁ ଘଟିଲେ ତାଙ୍କ ପରିବାରକୁ ୫ ଲକ୍ଷ ଟଙ୍କାର ସହାୟତା ଯୋଗାଇ ଦିଆଯିବ। ଇଣ୍ଡିଆନ୍ ଅଏଲ୍, ବିପିସିଏଲ୍ ଏବଂ ଏଚପିସିଏଲ୍ କମ୍ପାନୀ ପକ୍ଷରୁ ଏହି ନିଷ୍ପତ୍ତି ନିଆଯାଇଛି। ସୋ ରୁମ୍ କର୍ମଚାରୀ, ଗୋଦାମ କର୍ମଚାରୀ, ମେକାନିକ ଏବଂ ଡେଲିଭରି ବୟଙ୍କ କ୍ଷେତ୍ରରେ ଏହି ଆର୍ଥିକ ସହାୟତା ଦେବେ ଏସବୁ କମ୍ପାନୀ।  କମ୍ପାନୀ ଗୁଡ଼ିକ ପକ୍ଷରୁ ନିଆଯାଇଥିବା ଏହି […]

hidrabad
ଦେଶରେ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ୧୨୫୧ ଛୁଇଁଲା

ନୂଆଦିଲ୍ଲୀ: ଲକ୍ ଡାଉନ୍ ଘୋଷଣା ହେବାର ସାତ ଦିନ ମଧ୍ୟରେ ଗତକାଲି ଦେଶରେ ସବୁଠାରୁ ଅଧିକ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି । କେନ୍ଦ୍ର ସ୍ୱାସ୍ଥ୍ୟ ମନ୍ତ୍ରାଳୟ ପକ୍ଷରୁ ମିଳିଥିବା ସୂଚନା ଅନୁସାରେ ଗତକାଲି ୨୨୭ଜଣ କରୋନା ଆକ୍ରାନ୍ତ ହୋଇଛନ୍ତି। ଏଥିସହ ମୋଟ୍ ଆକ୍ରାନ୍ତଙ୍କ ସଂଖ୍ୟା ୧୨୫୧ରେ ପହଞ୍ଚିଛି। ବର୍ତ୍ତମାନ ସୁଦ୍ଧା ୧୦୨ଜଣ ଆରୋଗ୍ୟ ଲାଭ କରିଥିବା ବେଳେ ୩୨ଜଣଙ୍କ ମୃତ୍ୟ  ହୋଇଛି । ୧୧୧୭ଜଣ ବିଭିନ୍ନ ମେଡିକାଲରେ ଚିକିତ୍ସିତ ହେଉଛନ୍ତି । ଗତକାଲି ଦିଲ୍ଲୀରେ ସବୁଠୁ […]

govt_emp
କରୋନା ମୁକାବିଲା: ସବୁ ସରକାରୀ କର୍ମଚାରୀଙ୍କ ଦରମା କଟିବ

ହାଇଦ୍ରାବାଦ୍‌: କରୋନାର ମୁକାବିଲା କରିବା ପାଇଁ ତେଲେଙ୍ଗାନା ସରକାରଙ୍କ ପକ୍ଷରୁ ଦରମା କାଟ କରିବାକୁ ନିଷ୍ପତ୍ତି ନିଆଯାଇଛି। ରାଜ୍ୟର ସମସ୍ତ କର୍ମଚାରୀ, ପ୍ରଶାସକ ଓ ଜନ ପ୍ରତିନିଧିମାନଙ୍କ ସହ ମୁଖ୍ୟମନ୍ତ୍ରୀଙ୍କ ଦରମା ମଧ୍ୟ କଟାଯିବ ବୋଲି ତେଲେଙ୍ଗାନା ମୁଖ୍ୟମନ୍ତ୍ରୀ ଚନ୍ଦ୍ରଶେଖର ରାଓ ସୂଚନା ଦେଇଛନ୍ତି ।  ଲକ୍‌ଡାଉନ୍‌ର ୬ ଦିନ ପୂରଣ କରିବା ପରେ ମୁଖ୍ୟମନ୍ତ୍ରୀଙ୍କ ଅଧ୍ୟକ୍ଷତାରେ ବସିଥିବା ଉଚ୍ଚସ୍ତରୀୟ ବୈଠକରେ ଏହି ନିଷ୍ପତ୍ତି ନିଆଯାଇଛି। ମୁଖ୍ୟମନ୍ତ୍ରୀ, କ୍ୟାବିନେଟ ମନ୍ତ୍ରୀ, ବିଧାୟକ, ବିଧାନ ପରିଷଦ ସଦସ୍ୟ, ବିଭିନ୍ନ […]

handwash
ରାଜଧାନୀରେ ନକଲି ହ୍ୟାଣ୍ଡଓ୍ୱାଶ୍‌  ଓ ସାନିଟାଇଜର କମ୍ପାନୀ

ଭୁବନେଶ୍ୱର: ବଜାରରେ ହ୍ୟାଣ୍ଡୱାଶ୍‌ ଓ ସାନିଟାଇଜରର ଚାହିଦା ବଢୁଥିବାବେଳେ ଏହାର ଫାଇଦା ଉଠାଉଛନ୍ତି କଳାବଜାରୀ।  ରାଜଧାନୀର ଝାରପଡ଼ା ଅଞ୍ଚଳରେ ଚାଲିଥିଲା ନକଲି ହ୍ୟାଣ୍ଡଓ୍ୱାଶ୍‌  ଓ ସାନିଟାଇଜର ପ୍ରସ୍ତୁତି। ଖବର ପାଇ ଗତକାଲି ଡ୍ରଗ୍ ଇନସପେକ୍ଟର ଚଢ଼ଉ କରିଥିଲେ।  ଚଢାଉବେଳେ  ବିପୁଳ ପରିମାଣର ସାମଗ୍ରୀ ଜବତ କରାଯାଇଛି। ଝାରପଡ଼ା ଅଞ୍ଚଳରେ ବିନା ଲାଇସେନ୍ସରେ ଏହି ହ୍ୟାଣ୍ଡଓ୍ୱାସ୍ କାରଖାନା ଚାଲିଥିଲା। ଏ ସମ୍ପର୍କରେ ଖବର ପାଇ ଚଢ଼ଉ କରିଥିଲେ ଡ୍ରଗ୍ ଇନ୍ସପେକ୍ଟର । ଏଠାରେ ବିପୁଳ ପରିମାଣର ନିମ୍ନ ମାନର […]

accident
ଦ୍ରୁତ ଗତିରେ ଯାଉଥିଲା, ଟ୍ରକ୍‌କୁ ପିଟିଲା କାର୍‌

ବାଲେଶ୍ୱର: ୬୦ ନମ୍ବର ଜାତୀୟ ରାଜପଥରେ ଫୁଲାଡି ନିକଟରେ ଆଜି ସକାଳୁ ଏକ ମର୍ମନ୍ତୁଦ ଦୁର୍ଘଟଣା ଘଟିଯାଇଛି।  ରାସ୍ତାରେ ଠିଆ ହୋଇଥିବା ଟ୍ରକ୍‌କୁ  ଏକ କାର୍‌ ପଛରୁ  ଧକ୍କା ଦେବାରୁ  ଡ୍ରାଇଭରଙ୍କ ମୃତ୍ୟୁ ଘଟିଥିବା ବେଳେ ଆଉ ଜଣେ ଗୁରୁତର ଆହତ ହୋଇଛନ୍ତି। ମୃତ  ଡ୍ରାଇଭରଙ୍କ ଘର ରୁପ୍‌ସା ବୋଲି ଜଣାପଡ଼ିଛି। ଆହତ ବ୍ୟକ୍ତିଜଣଙ୍କ ମଧ୍ୟ କାରରେ ବସିଥିଲେ। ତାଙ୍କୁ ବାଲେଶ୍ୱର ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ଭର୍ତ୍ତି କରାଯାଇଛି। ତାଙ୍କ ଘର ମଧ୍ୟ ରୁପ୍‌ସାରେ। ଆଜି ଭୋର […]

corona india
କରୋନା ଭାଇରସ୍‌: ଆମେରିକା ଓ ଇଟାଲି ପରେ ବିଗୁଡୁଛି ସ୍ପେନର ସ୍ଥିତି

ରୋମ: ମହମାରୀ କରୋନା ଏବେ ସ୍ପେନ୍‌ରେ ଭୟାବହ ରୂପ ନେଇଛି। ଏପରିକି ଚାଇନା ତୁଳନାରେ ଏବେ ସ୍ପେନର ସ୍ଥିତି ଅଧିକ ଜଟିଳ ହୋଇଯାଇଛି। ଏହାପୂର୍ବରୁ ଆମେରିକା ଓ ଇଟାଲିର କରୋନା ଆକ୍ରାନ୍ତ ଏବଂ ମୃତ୍ୟୁ ହାର ଅଧିକ ଥିଲା। ହେଲେ ଏବେ  ସ୍ପେନ ଏହି ଦୁଇ ଦେଶକୁ ଅତିକ୍ରମ କରିଯାଇଛି। ବର୍ତ୍ତମାନ ବିଶ୍ୱର ତୃତୀୟ ସର୍ବାଧିକ କରୋନା ଆକ୍ରାନ୍ତ ସ୍ପେନରେ ଚିହ୍ନଟ ହୋଇଛନ୍ତି। ସ୍ପେନରେ ଗତ ୨୪ ଘଣ୍ଟାରେ ୫,୦୮୫ ଜଣ କରୋନା ମାମଲା ସାମ୍ନାକୁ ଆସିଛି। […]

delhi police
ଧାର୍ମିକ ସଭାରେ ଯୋଗ ଦେବା ପରେ ୮୦୦ କରୋନା ସନ୍ଦିଗ୍ଧ ଡାକ୍ତରଖାନାରେ ଭର୍ତ୍ତି

ନୂଆଦିଲ୍ଲୀ: ଦେଶର ରାଜଧାନୀ ଦିଲ୍ଲୀର ନିଜାମୁଦ୍ଦିନ ଇଲାକାରେ ଏକ ମସଜ୍ଜିଦ୍‌ରେ ଥିବା ୮୬୦ରୁ ଅଧିକ କରୋନା ସନ୍ଦଗ୍ଧଙ୍କୁ ଡାକ୍ତରଖାନାରେ ଭର୍ତ୍ତି କରାଯାଇଛି।   ଆହୁରି ୩୦୦ ଲୋକଙ୍କୁ ଡାକ୍ତରଖାନା ଆଣିବା ପାଇଁ ଚେଷ୍ଟା ଚାଲିଛି। ଏହି ମସଜିଦ୍‌ ମଧ୍ୟରେ ମାଲେସିଆ, ଇଣ୍ଡୋନେସିଆ, ସାଉଦିଆରବ ଏବଂ କିର୍ଗିସ୍ଥାନ ସମେତ ଅନେକ ଦେଶର ୨୦୦୦ରୁ ଅଧିକ ପ୍ରତିନିଧି ଥିଲେ। ଏଠାରେ ଚାଲିଥିବା ଏକ ଧାର୍ମିକ ସଭାରେ ଯୋଗ ଦେବାପାଇଁ ଆସିଥିଲେ।  ଦିଲ୍ଲୀ ସରକାର ଏହି ମସଜିଦ୍‌ର ମୌଲାଙ୍କ ବିରୋଧରେ ମାମଲା ରୁଜୁ […]

bolangir
ଲକଡାଉନ: ମାତ୍ରାଧିକ ଦଣ୍ଡ ଦେଇ ୨ କନଷ୍ଟେବଲ୍‌ ନିଲମ୍ବିତ

ବଲାଙ୍ଗିର: ବଲାଙ୍ଗିର ସହରରେ ଲକଡାଉନ ଉଲ୍ଲଂଘନକାରୀଙ୍କ ବିରୋଧରେ ମାତ୍ରାଧିକ କାର୍ଯ୍ୟାନୁଷ୍ଠାନ ପୋଲିସକୁ ମହାଙ୍ଗା ପଡ଼ିଲା ।ରାସ୍ତାରେ ଆଣ୍ଠେଇ ଆଣ୍ଠେଇ ଯିବା ଲାଗି ଯୁବକଙ୍କୁ ବାଧ୍ୟ କରିବା ଓ ଲାଠିରେ ବାଡ଼େଇବା ଅଭିଯୋଗରେ ୨ ଓଏସ୍ଏପି କନଷ୍ଟେବଲ୍‌ଙ୍କୁ  ନିଲମ୍ବନ କରିଛନ୍ତି ବଲାଙ୍ଗିର ଏସ୍‌ପି ସନ୍ଦୀପ ସଂପଦ।  ନିଲମ୍ବିତ ୨ କନେଷ୍ଟବଳ ହେଲେ ସୂର୍ଯ୍ୟକାନ୍ତ ସାମନ୍ତରାୟ ଓ ପ୍ରଦ୍ୟୁମ୍ନ ସାମଲ । ଗତ ରାତିରେ ବଲାଙ୍ଗିର ସହରରେ ଲକଡାଉନ ନିର୍ଦ୍ଦେଶ ଉଲ୍ଲଂଘନ କରି କିଛି ଯୁବକ ଯାଉଥିବାର ଦେଖିବାକୁ ମିଳିଥିଲା […]

news paper
ଲକ୍‌ଡାଉନରେ ବି ସମ୍ବାଦପତ୍ର ବଣ୍ଟନ ହେବ

ନୂଆଦିଲ୍ଲୀ: ଲକ୍‌ଡାଉନରେ ବି ଚାଲିବ ସମ୍ବାଦପତ୍ର ବଣ୍ଟନ । ୨୧ ଦିନିଆ ଲକଡାଉନ ପିରିୟଡରେ ଦେଶରେ ସମ୍ବାଦପତ୍ର ବଣ୍ଟନ ଜାରି ରହିବା ନେଇ ସ୍ପଷ୍ଟ କରିଛି କେନ୍ଦ୍ର ଗୃହ ମନ୍ତ୍ରଣାଳୟ । ପ୍ରିଣ୍ଟ ମିଡିଆକୁ ଲକଡାଉନ କଟକଣାରୁ ବାଦ୍ ଦିଆଯାଇଥିବାରୁ ଖବରକାଗଜ ନେଇ ଯାଉଥିବା ଗାଡ଼ିଗୁଡ଼ିକୁ ଚଳାଚଳ ପାଇଁ ଅନୁମତି ଦିଆଯାଇଛି । ଏ ନେଇ କେନ୍ଦ୍ର ଗୃହ ସଚିବ ଅଜୟ ଭାଲ୍ଲା ସମସ୍ତ ରାଜ୍ୟର ମୁଖ୍ୟ ସଚିବଙ୍କୁ ଚିଠି ଲେଖିଛନ୍ତି । ସେହିପରି ସମସ୍ତ ପ୍ରକାର […]

rayagada
ଲକ୍‌ଡାଉନ୍‌: ଆମ୍ବୁଲାନ୍ସରେ ଲୁଚି ଯାଉଥିଲେ, ପୋଲିସ ଧରିନେଲା

ରାୟଗଡା:) ୨୧ ଦିନିଆ ଲକଡାଉନର ଆଜି ଷଷ୍ଠ ଦିନ । ଲକ୍ ଡାଉନର ପ୍ରଭାବ ଦିଲ୍ଲୀଠୁ ପଲ୍ଲି ସବୁଠି ଦେଖିବାକୁ ମିଳୁଛିି।  ବନ୍ଦ ଯୋଗୁ ଶୂନଶାନ ହୋଇପଡୁଛି ରାସ୍ତା ଘାଟ। କେବଳ ଅତ୍ୟାବଶ୍ୟକ ସାମଗ୍ରୀ କିଣିବା ପାଇଁ ଲୋକେ ଯାହା ଘରୁ ବାହାରୁଛନ୍ତି। କଟକଣାକୁ ମାନିବା ସହ ସାମାଜିକ ଦୂରତା ଉପରେ ଗୁରୁତ୍ୱ ଦେଉଛନ୍ତି ଲୋକେ । ଓଡ଼ିଶା ସହ ଲାଗିଥିବା ବିଭିନ୍ନ ରାଜ୍ୟରେ ସୀମା ସିଲ୍ ଲାଗି ନିଆଯାଇଛି ପଦକ୍ଷେପ।  ଯେଉଁଠି କାଁ ଭାଁ ଲୋକେ […]

assembly
ଗୃହୀତ ହେଲା ବ୍ୟୟ ମଞ୍ଜୁରୀ ବିଲ୍

ଭୁବନେଶ୍ୱର: ବିଧାନସଭାରେ ଗୃହୀତ ହେଲା ବ୍ୟୟ ମଞ୍ଜୁରୀ ବିଲ୍ । ଆଜି ସର୍ବସମ୍ମତି କ୍ରମେ ବ୍ୟୟମଂଜୁରୀ ବିଲ୍ ପାସ୍ ହୋଇଥିବା ସୂଚନା ମିଳିଛି। ଏ ନେଇ ସୂଚନା ଦେଇଛନ୍ତି ବରିଷ୍ଠ ବିଜେଡି ବିଧାୟକ ଅମର ଶତପଥୀ । ବିଲ୍ ପାସ୍ ପରେ ବିଧାନସଭା ଅନିର୍ଦ୍ଦିଷ୍ଟ କାଳ ପର୍ଯ୍ୟନ୍ତ ମୁଲତବି ହୋଇଥିବା ଜଣାପଡିଛି। କରୋନା ଯୋଗୁଁ ଆଜି ବିଧାନସଭା ବଜେଟ୍ ଅଧିବେଶନ ବିଧାନସୌଧ ବଦଳରେ ଲୋକସେବା ଭବନର ସମ୍ମିଳନୀ କକ୍ଷରେ ବସିଥିଲା । ଏହା ପୂର୍ବରୁ ଲୋକସଭା ଭବନର […]