
ସୁନ୍ଦରଗଡ଼ (ବିଜୟ ବରୁଆ): ସାମାନ୍ୟ ବଚସାରୁ ସ୍ତ୍ରୀକୁ ଠେଙ୍ଗାରେ ପିଟି ପିଟି ହତ୍ୟା କଲା ସ୍ୱାମୀ। ସୁନ୍ଦରଗଡ଼ ସଦର ଥାନା ସୁବଳୟାରେ ହି ଅଭାବନୀୟ ଘଟଣା ଘଟିଛି। ମୃତ ମହିଳାଙ୍କ ନାଁ ସୁଶୀଲା। ତାଙ୍କ ସ୍ୱାମୀ ନାଁ ଉଦିତ୍ ବାଗ୍। ସୂଚନା ଅନୁଯାୟୀ, ଉଦିତ୍ ଓ ସୁଶୀଲା ପ୍ରେମ ବିବାହ କରିଥିଲେ। ସେମାନଙ୍କର ଦୁଇଟି ଛୁଆ ଅଛନ୍ତି। ଅନେକ ସମୟରେ ଉଦିତ୍ ମଦ ପିଇ ସୁଶୀଲାଙ୍କ ସହ ଝଗଡ଼ା କରନ୍ତି। ଦୁଇ ଦିନ ତଳେ ଉଭୟଙ୍କ ମଧ୍ୟରେ […]
ଭୁବନେଶ୍ୱର: ଖୋର୍ଦ୍ଧା ଜିଲ୍ଲା ବୋଲଗଡ଼ରୁ ଜଣେ ପଥର ଖଣି ମାଫିଆକୁ କ୍ରାଇମବ୍ରାଞ୍ଚ୍ ଏସ୍ଟିଏଫ୍ ଗିରଫ କରିଛି। ତାଙ୍କ ନାଁ ନିତୁ ମାନସିଂହ। କ୍ରାଇମବ୍ରାଞ୍ଚ ଏସ୍ଟିଏଫ୍ ଟିମ୍ ନିତୁ ମାନସିଂହଙ୍କୁ ଖୋର୍ଦ୍ଧା ପୁଲିସକୁ ହସ୍ତାନ୍ତର କରିଛି। ଅଟକ ନିତୁଙ୍କ ନାଁରେ ଏକାଧିକ ମାମଲା ରହିଛି। ତାଙ୍କ ନାଁରେ ଦୁଇଟି ଗୁଳିମାଡ଼ ସହ ବୋମାମାଡ଼ ମାମଲା ଥିବା ସୂଚନା ମିଳିଛି। ଗତ ୨୯ ତାରିଖରେ ଖୋର୍ଦ୍ଧା ସହର ସ୍ଥିତ ଏଲ୍ଆଇସି ପଡ଼ିଆ ନିକଟରେ ଖଣି ଓ ଡ୍ରଗ୍ ମାଫିଆଙ୍କ ସହ […]
ଭୁବନେଶ୍ୱର: ରାଜ୍ୟର ୬ଟି ଜିଲ୍ଲାରେ ଆଜି ଘଡ଼ଘଡ଼ି ସହ ବର୍ଷା ହେବାର ସମ୍ଭାବନା ରହିଛି। ଏନେଇ ଭୁବନେଶ୍ୱର ସ୍ଥିତ ଆଞ୍ଚଳିକ ପାଣିପାଗ ବିଭାଗ ପକ୍ଷରୁ ସତର୍କ ସୂଚନା ଜାରି କରାଯାଇଛି। ଏହି ଜିଲ୍ଲା ଗୁଡ଼ିକ ହେଉଛି- ଭଦ୍ରକ, କେନ୍ଦ୍ରାପଡ଼ା, ଜଗତସିଂହପୁର, କଟକ, ନୟାଗଡ଼ ଓ ଖୋର୍ଦ୍ଧା। ଏହିସବୁ ଜିଲ୍ଲାବାସୀଙ୍କୁ ଅପରାହ୍ନ ୫ଟା ପର୍ଯ୍ୟନ୍ତ ସତର୍କ ରହିବାକୁ ପାଣିପାଗ ବିଭାଗ ପକ୍ଷରୁ ପରାମର୍ଶ ଦିଆଯାଇଛି।
ବିଶାଖାପାଟଣା: ଏଣିକି କ୍ୟାନସର ଭଳି ମାରାତ୍ମକ ରୋଗର ଚିକିତ୍ସା ରୋବଟ୍ ମାଧ୍ୟମରେ ହୋଇପାରୁଛି। ପୂର୍ବରୁ କ୍ୟାନସର ରୋଗୀଙ୍କ କ୍ଷେତ୍ରରେ ଅପରେସନ ପାଇଁ ୭ରୁ ୮ ଘଣ୍ଟା ସମୟ ଲାଗୁଥିଲା। ହେଲେ ଏବେ ରୋବଟ୍ ମାଧ୍ୟମରେ ମାତ୍ର ୧ ଘଣ୍ଟାରେ ଅପରେସନ୍ ହୋଇପାରୁଛି। ଫଳରେ ରୋଗୀଙ୍କୁ ଅଧିକ ଦିନ ମେଡିକାଲ୍ରେ ରହିବାକୁ ପଡ଼ିବନି। ବିଶାଖାପାଟଣାର ମହାତ୍ମାଗାନ୍ଧୀ କ୍ୟାନ୍ସର ହସ୍ପିଟାଲ୍ ଓ ରିସର୍ଚ୍ଚ ଇନ୍ଷ୍ଟିଚ୍ୟୁଟ୍ ପକ୍ଷରୁ ଏହି ନୂତନ ଅପେରସନ ପଦ୍ଧତିର ଶୁଭାରମ୍ଭ ହୋଇଛି। ସାରା ଦେଶର କ୍ୟାନ୍ସର ବିଶେଷଜ୍ଞଙ୍କୁ […]
ମୁମ୍ବାଇ: ବଲିଉଡ୍ର ଭାଇଜାନ୍ ସଲ୍ମାନ୍ ଖାନ୍ ଫିଲ୍ମ ପାଇଁ ଯେତିକି ଚର୍ଚ୍ଚାରେ ରୁହନ୍ତି ଫିଟ୍ନେସ୍ ପାଇଁ ମଧ୍ୟ ସେତିକି ଚର୍ଚ୍ଚାରେ ରୁହନ୍ତି। ସେ ଅନେକ ଷ୍ଟାର୍ଙ୍କୁ ବି ଫିଟ୍ନେସ୍ ଟ୍ରେନିଂ ଦେଇଛନ୍ତି। ୫୩ ବର୍ଷରେ ପାଦ ଥାପି ସାରି ଥିଲେ ବି ଫିଟ୍ନେସ୍କୁ ନେଇ ସେ ପୂରା ସିରିୟସ୍। ଏଥିରେ ଟିକେ ହେଲେ ଅବହେଳା କରନ୍ତି ନାହିଁ। ବିଭିନ୍ନ ସମୟରେ ସୋଶାଲ୍ ମିଡିଆରେ ତାଙ୍କ ୱାର୍କଆଉଟ୍ର ଭିଡିଓ ଭାଇରାଲ୍ ହୁଏ। ଏଥିରୁ ଜଣାପଡ଼େ, ଭାଇଜାନ୍ ତାଙ୍କ ଫିଟ୍ନେସ୍କୁ […]
ଭୁବନେଶ୍ୱର: ନବୀନ ନିବାସରେ ପାଟକୁରା ପଲିଟିକ୍ସ। ପାଟକୁରା ନିର୍ବାଚନକୁ ନେଇ ଚାଲିଛି ଗେମ୍ ପ୍ଲାନ୍। ପାଟକୁରାରେ ହେବାକୁ ଥିବା ବିଧାନସଭା ନିର୍ବାଚନକୁ ନେଇ ଆଜି ଉଚ୍ଚସ୍ତରୀୟ ବୈଠକ ଅନୁଷ୍ଠିତ ହୋଇଛି। ଏହି ବୈଠକରେ ଦଳର ବରିଷ୍ଠ ନେତା ଓ ମନ୍ତ୍ରୀ ଯୋଗ ଦେଇଥିଲେ। ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ଅଧ୍ୟକ୍ଷତାରେ ବସିଥିବା ଏହି ବୈଠକରେ ବିଜେଡି ପ୍ରାର୍ଥୀ ସାବିତ୍ରୀ ଅଗ୍ରଓ୍ୱାଲଙ୍କ ପୁଅ ସଞ୍ଜୟ ମଧ୍ୟ ଉପସ୍ଥିତ ଥିଲେ। ବୈଠକରେ ଗରଦପୁର ଓ ମାର୍ଶାଘାଇ ବ୍ଲକ୍ରେ ବିଜେଡିର ବିବାଦକୁ ନେଇ ଆଲୋଚନା […]
ନୟାଗଡ଼: ନୟାଗଡ଼ ଜିଲ୍ଲା ଦଶପଲ୍ଲା ଥାନା ଅନ୍ତର୍ଗତ କାଳିଆପଡା ନିକଟରେ ବରଯାତ୍ରୀ ଗାଡ଼ି ଦୁର୍ଘଟଣାଗ୍ରସ୍ତ ହୋଇଛି। ୩ ଟି କାର୍ ମଧ୍ୟରେ ଦୁର୍ଘଟଣା ଘଟି ୧୨ ଜଣ ଆହତ ହୋଇଛନ୍ତି। ସେମାନଙ୍କ ମଧ୍ୟରୁ ୭ ଜଣଙ୍କ ଅବସ୍ଥା ଗୁରୁତର ରହିଛି। ସମସ୍ତ ଗୁରୁତରଙ୍କୁ ନୟାଗଡ଼ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ଭର୍ତ୍ତି କରାଯାଇଛି। ସୂଚନା ଅନୁସାରେ, କଣ୍ଟିଲୋ ନିକଟସ୍ଥ ବିଜିପୁରରୁ ବାହାଘର ସାରି ୨ଟି କାର୍ରେ ବରଯାତ୍ରୀ ଦଶପଲ୍ଲା ହାଟସାହିକୁ ଫେରୁଥିଲେ। ଏହି ସମୟରେ କାଳିଆପଡା ନିକଟରେ ସାମ୍ନା […]
ନୂଆଦିଲ୍ଲୀ: ଚଳିତ କ୍ରିକେଟ୍ ବିଶ୍ୱକପ୍ରୁ ପାକିସ୍ତାନ ବାଦ୍ ପଡ଼ିଛି। ଭାରତ, ଅଷ୍ଟ୍ରେଲିଆ, ଇଂଲଣ୍ଡ ଓ ନ୍ୟୁଜିଲ୍ୟାଣ୍ଡ ସେମି ଫାଇନାଲ୍କୁ ଯାଇଥିବା ବେଳେ ପାକିସ୍ତାନ ଏହି ରାଉଣ୍ଡକୁ ଯିବାରେ ବିଫଳ ହୋଇଛି। ତେବେ ଏହା ଭିତରେ ପାକିସ୍ତାନର ଅଧିନାୟକ ସରଫରାଜ୍ ଅହମଦ ଟିମ୍ ଇଣ୍ଡିଆ ସପକ୍ଷରେ ଏକ ବଡ଼ ମନ୍ତବ୍ୟ ଦେଇଛନ୍ତି। ଲିଗ୍ ପର୍ଯ୍ୟାୟରେ ଭାରତ ଆୟୋଜକ ଇଂଲଣ୍ଡଠାରୁ ପରାସ୍ତ ହୋଇଥିଲା। ଭାରତ ପାଇଁ ଏହି ମ୍ୟାଚ୍ ଯେତିକି ଗୁରୁତ୍ୱପୂର୍ଣ୍ଣ ଥିଲା ତା’ଠାରୁ ଅଧିକ ପାକିସ୍ତାନ ପାଇଁ ଏହା […]
ମୁମ୍ବାଇ: ଏମିତିରେ ତ ବଲିଉଡ୍ ଅଭିନେତ୍ରୀ କଙ୍ଗନା ରଣାୱତ୍ ସବୁବେଳେ ଚର୍ଚ୍ଚାରେ ରହନ୍ତି। କେତେବେଳେ ନିଜ ଫିଲ୍ମକୁ ନେଇ ତ କେତେବେଳେ ତାଙ୍କ ବ୍ୟକ୍ତିଗତ ଜୀବନକୁ ନେଇ। ଆଉ ବେଳେବେଳେ ପୁରୁଣା କଥାକୁ ନେଇ ଅଯଥା ବିବାଦୀୟ ମନ୍ତବ୍ୟ ଦେଇ ଅବା ସାଥି କଳାକାରଙ୍କ ସଂପର୍କରେ ଆପତ୍ତିଜନକ କଥା କହି ସେ ଚର୍ଚ୍ଚାରେ ରହିଥା’ନ୍ତି। ଆଉ ଏବେ ସାମ୍ବାଦିକ ସମ୍ମିଳନୀରେ ସାମ୍ବାଦିକଙ୍କ ଉପରେ ରାଗ ସୁଝାଇ ସେ ପୁଣି ଚର୍ଚ୍ଚାର ପରିସରକୁ ଆସିଛନ୍ତି। ଆଗକୁ ଆସୁଛି କଙ୍ଗନାଙ୍କ […]
ବେଙ୍ଗାଲୁରୁ: କର୍ଣ୍ଣାଟକରେ ଜେଡିଏସ୍-କଂଗ୍ରେସର ମେଣ୍ଟର ୧୩ଜଣ ବିଧାୟକ ଇସ୍ତଫା ଦେବା ପରେ ଏବେ ସୂତା ଖିଅରେ ଝୁଲୁଛି ମେଣ୍ଟ ସରକାରର ଭାଗ୍ୟ। ଗତକାଲି ରାତିରେ ବିଦେଶରୁ ମୁଖ୍ୟମନ୍ତ୍ରୀ କୁମାରସ୍ୱାମୀ ଫେରିବା ପରେ ବେଙ୍ଗାଲୁରୁରେ ଜେଡିଏସ୍ ଓ କଂଗ୍ରେସ ନେତାଙ୍କ ସହ ଆଲୋଚନା କରିଥିବା ଜଣାପଡ଼ିଛି। ଆଜି ସେ ବିଦ୍ରୋହୀ ବିଧାୟକ ରାମଲିଙ୍ଗା ରେଡ୍ଡୀଙ୍କ ସହ ଏକ ଅଜଣା ସ୍ଥାନରେ ଆଲୋଚନା କରିଥିବା ଜଣାପଡ଼ିଛି। ଉପମୁଖ୍ୟମନ୍ତ୍ରୀ ଜି. ପରମେଶ୍ୱର ମଧ୍ୟ ଆଜି ସକାଳେ ସମସ୍ତ ମନ୍ତ୍ରୀଙ୍କ ସହ ବର୍ତ୍ତମାନର ରାଜନୈତିକ ସ୍ଥିତି […]
ରାଇରଙ୍ଗପୁର: ମୟୁରଭଞ୍ଜ ଜିଲ୍ଲା ରାଇରଙ୍ଗପୁରର ଲିଙ୍କ ରୋଡ୍ରେ ୨ ଭାଇଙ୍କୁ ଗୁଳିମାଡ଼। ଦୁଇ ଭାଇ ହେଲେ ଦୟାଶଙ୍କର ସାଏ ଓ ଗୌରୀଶଙ୍କର ସାଏ। ଏମାନେ ଧାନ ବ୍ୟବସାୟୀ ବୋଲି ଜଣାପଡ଼ିଛି। ଗୁରୁତର ଅବସ୍ଥାରେ ଦୁଇ ଭାଇଙ୍କୁ ରାଇରଙ୍ଗପୁର ମେଡିକାଲରେ ଭର୍ତ୍ତି କରାଯାଇଛି। ଜଣଙ୍କ ଛାତି ଓ କାନ୍ଧରେ ଦୁଇଟି ଗୁଳି ବାଜିଥିବା ବେଳେ ଅନ୍ୟ ଜଣଙ୍କ କାନ୍ଧରେ ଗୋଟିଏ ଗୁଳି ବାଜିଛି। ସୂଚନା ଅନୁସାରେ, ଆଜି ସକାଳ ସାଢେ ୭ଟାରେ ଦୁଇ ଭାଇ ନିଜ ଧାନ ଗୋଦାମରେ […]