
ଭୁବନେଶ୍ୱର: ଡିଜେଲ ଦର ବୃଦ୍ଧି ସହ ବଢ଼ିଲା ବସ୍ ଭଡ଼ା। ପୂର୍ବରୁ ଅର୍ଡିନାରି ବସ୍ କି.ମି. ପିଛା ୬୮ ପଇସା ଥିବାବେଳେ ଏବେ ୬୯ ପଇସାକୁ ବୃଦ୍ଧି ପାଇଛି। ସେହିପରି ଏକ୍ସପ୍ରେସ୍ ବସ୍ ଭଡ଼ା ୭୧ ପଇସା ଥିବାବେଳେ ୭୨ ପଇସାକୁ ବୃଦ୍ଧି ପାଇଛି। ଡିଲକ୍ସ ୯୭ ପଇସା ଥିଲା ବେଳେ ୯୯ ପଇସାକୁ ବୃଦ୍ଧି ପାଇଛି। ଏସି ଡିଲକ୍ସ ୧ ଟଙ୍କା ୧୯ ପଇସା ଥିଲା ବେଳେ ୧ ଟଙ୍କା ୨୧ ପଇସାକୁ ବୃଦ୍ଧି ପାଇଛି।
ଭୁବନେଶ୍ୱର: ପାଟକୁରା ନିର୍ବାଚନ ପାଇଁ କଂଗ୍ରେସ ତା’ର ରଣନୀତି ପ୍ରସ୍ତୁତି କରିଛି। ଚାଷ ଓ ଚାଷୀ ସମସ୍ୟାର ସମାଧାନ, ବନ୍ୟା ଓ ବେକାରୀକୁ ଦଳ ମୁଖ୍ୟ ପ୍ରସଙ୍ଗ କରିବ ବୋଲି ଜଣାପଡ଼ିଛି। ସେହିପରି ପାଟକୁରାର ୩ଟି ବ୍ଲକ୍ରେ ତାରାପ୍ରସାଦ ବାହିନୀପତି, ମହମ୍ମଦ ମୋକିମ, ସୁର ରାଉତରାୟ, ବାପି ସର୍ଖେଲ ଓ ରମେଶ ଜେନାଙ୍କ ପରି ନେତା ପ୍ରଚାରର ମଙ୍ଗ ଧରିବେ। ପ୍ରଚାର ପାଇଁ ରାଜ୍ୟ ପ୍ରଭାରୀ ଜିତେନ୍ଦ୍ର ସିଂହ ମଧ୍ୟ ଆସିବେ। ପିସିସି ସଭାପତି ନିରଞ୍ଜନ ପଟ୍ଟନାୟକଙ୍କ ଅଧ୍ୟକ୍ଷତାରେ […]
ନୂଆଦିଲ୍ଲୀ: ‘ପାପା ଗୁଣ୍ଡା ପଠାଇବା ବନ୍ଦ କର’। ଏହା କୌଣସି ଫିଲ୍ମର ଡାଏଲଗ୍ ନୁହେଁ ବରଂ ଦଳିତ ଯୁବକଙ୍କୁ ପ୍ରେମ ବିବାହ କରିଥିବା ଜଣେ ବିଧାୟକଙ୍କ ଝିଅ ନିଜ ବାପାଙ୍କୁ ଏଭଳି ଗୁହାରି କରୁଥିବା ଦୃଶ୍ୟ ଏବେ ସୋଶାଲ୍ ମିଡିଆରେ ଭାଇରାଲ ହେବାରେ ଲାଗିଛି। ଯାହାକୁ ନେଇ ସାରା ଦେଶରେ ଚର୍ଚ୍ଚା। ଯୁବତୀ ଜଣକ ହେଲେ ଉତ୍ତରପ୍ରଦେଶର ବିଜେପି ବିଧାୟକ ରାଜେଶ ମିଶ୍ରାଙ୍କ ଝିଅ ସାକ୍ଷୀ ମିଶ୍ରା। ସୂଚନା ଅନୁସାରେ, ସାକ୍ଷୀ ପରିବାର ଲୋକଙ୍କ ଇଚ୍ଛା ବିରୁଦ୍ଧରେ ଅଭି […]
ପୁରୀ: ସୁଭଦ୍ରାଙ୍କ ଦର୍ପଦଳନ ରଥ ଉପରେ ମହାପ୍ରଭୁ ସୁଦର୍ଶନଙ୍କୁ ଆଉଜି ବରିଷ୍ଠ ଦଇତାପତି ସେବାୟତ ପ୍ରେମାନନ୍ଦ ଦାସମହାପାତ୍ର ବିଶ୍ରାମ ନେଉଥିବା ବେଳର ଏକ ଫଟୋ ଏବେ ସୋଶାଲ ମିଡିଆରେ ମିଡିଆରେ ଭାଇରାଲ ହେବାରେ ଲାଗିଛି। ତେବେ ଫଟୋଟି କେଉଁ ସମୟର ତାହା ସଠିକ୍ ଭାବେ ଜଣା ପଡିନଥିଲେ ବି ଜଣେ ବରିଷ୍ଠ ଦଇତାପତି ଭାବେ ପ୍ରେମାନନ୍ଦ ଦାସମହାପାତ୍ର ଏଭଳି ଢଙ୍ଗରେ ବିଶ୍ରାମ ନେବା ଜଗନ୍ନାଥପ୍ରେମୀ ମହଲରେ ଗଭୀର ଆଲୋଡ଼ନ ସୃଷ୍ଟି ହୋଇଛି। ତେବେ ଏ ନେଇ ପ୍ରେମାନନ୍ଦ […]
ଭୁବନେଶ୍ୱର: ପାଟକୁରା ବିଧାନସଭା ନିର୍ବାଚନ ପାଇଁ ବିଜେଡି ଓ ବିଜେପି ଷ୍ଟାର ପ୍ରଚାରକ ତାଲିକା ପ୍ରକାଶ କରିଛନ୍ତି। ଉଭୟ ଦଳ ସେମାନଙ୍କର ୪୦ ଜଣିଆ ଷ୍ଟାର ପ୍ରଚାରକ ତାଲିକା ପ୍ରକାଶ କରିଛନ୍ତି। ବିଜେଡିର ୪୦ ଜଣିଆ ଷ୍ଟାର ପ୍ରଚାରକ ତାଲିକାରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ସମେତ ପ୍ରମୁଖ ନେତାମାନେ ଅଛନ୍ତି। ଏହି ତାଲିକାରେ ପ୍ରମିଳା ମଲ୍ଲିକ, ପ୍ରଫୁଲ୍ଲ ମଲ୍ଲିକ, ଶଶି ବେହେରା, ଦେବୀ ମିଶ୍ର, ପ୍ରତାପ ଦେବ, ପ୍ରତାପ ଜେନା, ଅତନୁ ସବ୍ୟସାଚୀ, ପ୍ରଦୀପ ପାଣିଗ୍ରାହୀ, ସଂଜୟ ଦାସବର୍ମା,ଅରୁଣ […]
ରାଉରକେଲା: ରାଉରକେଲା ରେଳ ଷ୍ଟେସନରୁ ୯ ଜଣ ନାବାଳିକା ଓ ୨ଜଣ ନାବାଳକଙ୍କୁ ଉଦ୍ଧାର କରାଯାଇଛି। ରାଉରକେଲା ଜିଆର୍ପି ଏବଂ ଚାଇଲ୍ଡ ଲାଇନ୍ ମିଳିତ ଚଢାଉ କରି ହାୱଡା-ମୁମ୍ବାଇ ଗୀତାଞ୍ଜଳି ଏକ୍ସପ୍ରେସ୍ରୁ ଏମାନଙ୍କୁ ଉଦ୍ଧାର କରିଛନ୍ତି। ଉଦ୍ଧାର ହୋଇଥିବା ନାବାଳିକା ନାବାଳକଙ୍କୁ ହାୱଡା ଷ୍ଟେସନରୁ ମୁମ୍ବାଇ ଚାଲାଣ କରାଯାଉଥିବା ସୂଚନା ମିଳିଛି। ଏମାନଙ୍କୁ ଚାଇଲ୍ଡ ଲାଇନ୍ ନିଜ ହେପାଜତରେ ରଖିଛି। ଏହି ଘଟଣାରେ ପୁଲିସ୍ ଦୁଇ ଜଣଙ୍କୁ ଅଟକ ରଖି ପଚରାଉଚରା କରୁଛି। ଉଦ୍ଧାର ହୋଇଥିବା ସମସ୍ତ ପିଲାଙ୍କ ଘର ବିହାରର […]
କେନ୍ଦୁଝର: ବାଜା, ବାଣ ଓ ରୋଷଣୀ ବଜାଇ ଆଜି ଯାଇଥାନ୍ତେ କନିଆ ଘର। ବାହାବେଦୀରେ ବସି ବିବାହ ବନ୍ଧନରେ ବାନ୍ଧି ହୋଇଥାନ୍ତେ। ଏଥିପାଇଁ ବେଶ୍ ଖୁସି ବି ଥିଲେ। ହେଲେ ବିଧିର ବିଧାନ ଥିଲା କିଛି ଅଲଗା। ଏସବୁ ସ୍ୱପ୍ନ ପୂରଣ ହେବା ପୂର୍ବରୁ ଚାଲିଗଲା ଜୀବନ। କେନ୍ଦୁଝର ସଦର ଥାନା କେନ୍ଦୁଆ ଗାଁରେ ଏହି ଦୁଃଖଦ ଘଟଣା ଘଟିଛି। ସୂଚନା ଅନୁସାରେ, କେନ୍ଦୁଆ ଗାଁର ଲୋକନାଥ ମହାନ୍ତଙ୍କ ଆଜି ବାହାଘର ଥିଲା। ହେଲେ ବିବାହ ପୂର୍ବରୁ […]
ଭୁବନେଶ୍ୱର: କେନ୍ଦ୍ର ସରକାରଙ୍କ ୧୭ଟି ଆଇକନିକ୍ ପର୍ଯ୍ୟଟନସ୍ଥଳୀ ତାଲିକାରେ ଓଡ଼ିଶାର ଗୋଟିଏ ମଧ୍ୟ ପର୍ଯ୍ୟଟନସ୍ଥଳୀ ସ୍ଥାନ ନ ପାଇବା ଆଶ୍ଚର୍ଯ୍ୟ ଜନକ ବୋଲି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ କହିଛନ୍ତି। ଏହି ପ୍ରସଙ୍ଗରେ ମୁଖ୍ୟମନ୍ତ୍ରୀ କେନ୍ଦ୍ର ପର୍ଯ୍ୟଟନ ମନ୍ତ୍ରୀ ପ୍ରହ୍ଲାଦ ସିଂହ ପଟେଲଙ୍କୁ ଚିଠି ଲେଖିଛନ୍ତି। ପ୍ରାଚୀନ ଯୁଗ ସହିତ ଆଧୁନିକ ଯୁଗର ଏବଂ ଉଭୟ ପ୍ରାକୃତିକ ଓ କୃତ୍ରିମ ପର୍ଯ୍ୟଟନସ୍ଥଳୀରେ ଭରପୁର ଥିବା ଓଡ଼ିଶାର ୫ଟି ପର୍ଯ୍ୟଟନସ୍ଥଳୀ ସଂପର୍କରେ ସେ ଉଲ୍ଲେଖ କରିଛନ୍ତି। ସେଗୁଡ଼ିକ ହେଲା- କୋଣାର୍କ […]
ନୂଆଦିଲ୍ଲୀ: ଟ୍ରେନ୍ରେ ବିକ୍ରି ହେଉଥିବା ଅଧିକାଂଶ ପାଣି ବୋତଲରେ ଥିବା ଜଳ ବିଶୁଦ୍ଧ ନୁହେଁ। ବିଭିନ୍ନ ବ୍ରାଣ୍ଡ୍ର ଅରିଜିନାଲ ଷ୍ଟିକର ଲଗାଇ ପାଣି ବୋତଲ ବିକ୍ରି ହେଉଥିବାର ଅଭିଯୋଗ ଆସିବା ପରେ ରେଳ ବିଭାଗ ପକ୍ଷରୁ କଡ଼ା କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯାଇଛି। ପାଖାପାଖି ୩୦୦ଟି ସ୍ଥାନରେ ଚଢ଼ାଉ କରାଯାଇ ୮୦୦ ଲୋକଙ୍କୁ ରେଲଓ୍ୱେ ପୁଲିସ୍ ଗିରଫ କରିଥିବା ସୂଚନା ମିଳିଛି। ଟ୍ରେନ୍ରେ ଏହି ନକଲି ପାଣି ବୋତଲ ବିକ୍ରି ପଛରେ ୪ ପ୍ୟାଣ୍ଟ୍ରୀ କାର୍ର ମ୍ୟାନେଜରଙ୍କ ହାତ […]
ସୋର: ବାଲେଶ୍ୱର ଜିଲ୍ଲା ସିମୁଳିଆ ଥାନା ନିକଟରେ ଏକ ବସ୍ ଓଲଟି ପଡ଼ିବା ଫଳରେ ୫ରୁ ଅଧିକ ଯାତ୍ରୀ ଆହତ ହୋଇଛନ୍ତି। ବସ୍ଟି ଝାଡ଼ଖଣ୍ଡରୁ ପୁରୀ ଅଭିମୁଖେ ଯାଉଥିବା ବେଳେ ଏହି ଦୁର୍ଘଟଣା ଘଟିଛି। ଗତକାଲି ବିଳମ୍ବିତ ରାତିରେ କୌଣସି କାରଣରୁ ବସ୍ଟି ଭାରସାମ୍ୟ ହରାଇ ରାସ୍ତାକଡ଼କୁ ଓଲଟି ପଡିଥିଲା। ବସ୍ରେ ପାଖାପାଖି ୫୧ ଜଣ ଯାତ୍ରୀ ଥିଲେ। ଖବର ପାଇ ଘଟଣାସ୍ଥଳରେ ପୁଲିସ୍ ପହଞ୍ଚି ସ୍ଥାନୀୟ ଲୋକଙ୍କ ସହାୟତାରେ ଯାତ୍ରୀଙ୍କୁ ଉଦ୍ଧାର କରିଥିଲା।
କଟକ: କଟକର ଏକ ଗହଣା ଦୋକାନରୁ ଲକ୍ଷାଧିକ ଟଙ୍କାର ସୁନା ଗହଣା ଲୁଟ୍ ହୋଇଥିବା ଅଭିଯୋଗ ହୋଇଛି। ସିଡିଏ ସେକ୍ଟର-୬ରେ ଥିବା ଏହି ଗହଣା ଦୋକାନରୁ ଲୁଟ୍ ହୋଇଥିବା ଜଣାପଡ଼ିଛି। ଗତକାଲି ରାତି ପ୍ରାୟ ୯ଟା ସମୟରେ ୩ଜଣ ଯୁବକ ଗହଣା କିଣିବା ପାଇଁ ଗହଣା ଦୋକାନକୁ ଆସିଥିଲେ। ଏହି ସମୟରେ ଦୋକାନ ବାହାରେ ଏକ କାର୍ରେ ଆଉ ୨ଜଣ ସେମାନଙ୍କୁ ଅପେକ୍ଷା କରିଥିଲେ। ଦୁର୍ବୃତ୍ତମାନେ ଦୋକାନ ଭିତରେ ପଶି ବନ୍ଧୁକ ଓ ଛୁରୀ ଦେଖାଇ ଗହଣା […]
ପୁରୀ: ଶ୍ରୀଜିଉଙ୍କ ସନ୍ଧ୍ୟା ଦର୍ଶନ ଆଜି ଅନୁଷ୍ଠିତ ହେବ। ସନ୍ଧ୍ୟା ୭ଟା ପର୍ଯ୍ୟନ୍ତ ଭକ୍ତମାନେ ସାଧାରଣ ଦର୍ଶନ କରିପାରିବେ। ଏହାପରେ ସାଧାରଣ ଦର୍ଶନ ବନ୍ଦ ରହିବ। ଲକ୍ଷାଧିକ ଭକ୍ତଙ୍କ ସମାଗମକୁ ଦୃଷ୍ଟିରେ ରଖି ଶ୍ରୀଗୁଣ୍ଡିଚା ମନ୍ଦିରରେ ବ୍ୟାପକ ବ୍ୟବସ୍ଥା କରାଯାଇଛି। ପୁଲିସ୍ କଣ୍ଟ୍ରୋଲ ରୁମ୍ ନିକଟରୁ ସ୍ୱତନ୍ତ୍ର ବାରିକେଡ୍ କରାଯାଇଛି। ଭକ୍ତମାନେ ସିଂହଦ୍ୱାର ଦେଇ ମନ୍ଦିରକୁ ଯିବେ ଏବଂ ନାକଚଣା ଦ୍ୱାର ପଟେ ପ୍ରସ୍ଥାନ କରିବେ। ଦର୍ଶନ ବ୍ୟବସ୍ଥା ଉପରେ ସମ୍ପୂର୍ଣ୍ଣ ଭାବେ ଗୁରୁତ୍ୱ ଦିଆଯାଇଥିବା ଏସ୍ପି କହିଛନ୍ତି। […]