• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English

Latest News

rain
୧୮ ତାରିଖ ପରଠୁ ବଢ଼ିବ ବର୍ଷାର ପରିମାଣ

ଭୁବନେଶ୍ୱର: ଦକ୍ଷିଣ ପଞ୍ଜାବରୁ ଉତ୍ତର ପୂର୍ବ ବଙ୍ଗୋପସାଗର ପର୍ଯ୍ୟନ୍ତ ଯେଉଁ ଟ୍ରପ୍‌ ଲାଇନ୍‌ ଥିଲା ତାହା ଦୁଇ ଭାଗରେ ବିଭକ୍ତ ହୋଇଛି। ଗୋଟିଏ ଭାଗ ହିମାଳୟ ପାଦଦେଶ ଆଡ଼କୁ ଚାଲି ଯାଇଥିବା ବେଳେ ଅନ୍ୟ ଏକ ଭାଗ ବିହାର, ଝାଡ଼ଖଣ୍ଡ ଦେଇ ଉତ୍ତର ପୂର୍ବ ବଙ୍ଗୋପସାଗର ପର୍ଯ୍ୟନ୍ତ ଲମ୍ବିଛି। ଯାହାର ଆଶିଂକ ପ୍ରଭାବ ଓଡ଼ିଶା ଉପରେ ରହୁଛି। ଏହାର ପ୍ରଭାବରେ ଆସନ୍ତା ୨୪ ଘଣ୍ଟା ମଧ୍ୟରେ ଦକ୍ଷିଣ ଉପକୂଳ ଓଡ଼ିଶାର କିଛି ସ୍ଥାନରେ ସ୍ୱଳ୍ପରୁ ମଧ୍ୟମ ଧରଣର […]

naveen
ଭୁବନେଶ୍ୱରରୁ ଦୁବାଇକୁ ସିଧାସଳଖ ବିମାନ ସେବା ପାଇଁ ଚିଠି ଲେଖିଲେ ମୁଖ୍ୟମନ୍ତ୍ରୀ

ଭୁବନେଶ୍ୱର: ଭୁବନେଶ୍ୱରରୁ ଦୁବାଇକୁ ସିଧାସଳଖ ବିମାନ ସେବା ପାଇଁ ବ୍ୟବସ୍ଥା କରିବାକୁ ବେସାମରିକ ବିମାନ ଚଳାଚଳ ରାଷ୍ଟ୍ରମନ୍ତ୍ରୀଙ୍କୁ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଚିଠି ଲେଖିଛନ୍ତି। ଭୁବନେଶ୍ୱରରୁ ମଧ୍ୟପ୍ରାଚ୍ୟ ଦେଶଗୁଡ଼ିକୁ ବିମାନସେବା ରହିଥିଲେ ମଧ୍ୟ ସବୁ ବିମାନ ଦିଲ୍ଲୀ ଦେଇ ଯାଉଛି। ଏହାଦ୍ୱାରା ଯାତ୍ରୀମାନଙ୍କୁ ଅଧିକ ଖର୍ଚ୍ଚ କରିବାକୁ ପଡ଼ୁଥିବା ବେଳେ ଅଧିକ ସମୟ ମଧ୍ୟ ଲାଗୁଛି। ଓଡ଼ିଶାକୁ ବିଦେଶରୁ ଯାତ୍ରୀଙ୍କ ଆଗମନ ବୃଦ୍ଧି ପାଇଛି। ଏହାସହ ଅନେକ ଯାତ୍ରୀ ବିଦେଶକୁ ଯାଉଛନ୍ତି। ଏହାକୁ ଦୃଷ୍ଟିରେ ରଖି ଅନେକ […]

representational image
ଏମିତି ବି ଆସେ ବିପତ୍ତି: ପାଣିରୁ ଛାଣି ଝିଅକୁ ମେଡିକାଲ୍‌ ନେଉଥିଲେ, ଓଲଟି ପଡ଼ିଲା ଅଟୋ

ଆନନ୍ଦପୁର: ଏମିତି ବି ଆସେ ବିପତ୍ତି। ପୋଖରୀରେ ବୁଡ଼ି ଯାଇଥିବା ଝିଅ କାଳେ ବଞ୍ଚିଥିବ ଭାବି ସେ ଆଶାରେ ବାପା ମା’ ମେଡିକାଲ୍‌ ନେଉଥିଲେ। ହେଲେ ଅଧା ବାଟରେ ଦୁର୍ଘଟଣାର ଶିକାର ହେଲେ। ଘଟଣା କିଛି ଏମିତି… ପୋଖରୀରେ ଦୁଇ ଜଣ ନାବାଳିକା ବୁଡ଼ି ଯାଇଥିଲେ। ଉଭୟଙ୍କୁ ଉଦ୍ଧାର କରାଯିବା ପରେ କାଳେ ବଞ୍ଚିଥିବେ ବୋଲି ଭାବି ଏକ ଅଟୋରେ ପରିବାର ଲୋକେ ତରବର ହୋଇ ମେଡିକାଲ୍‌ ନେଉଥିଲେ। ହେଲେ ବାଟରେ ଅଟୋଟି ଓଲଟି ପଡ଼ିଥିଲା। କେନ୍ଦୁଝର ଜିଲ୍ଲା […]

puri
ସେ ମୋ ମନରେ..ହୃଦୟରେ..ଆତ୍ମାରେ.. ଜଗନ୍ନାଥଙ୍କୁ ଦେଖି ଏମିତି କହିଲେ ବିଭୋର ବିଦେଶିନୀ

ପୁରୀ: ଜଗତର ନାଥ ଜଗନ୍ନାଥ ସିଏ। ଭାବକୁ ନିକଟ…ଅଭାବକୁ ଦୂର। ତା ପାଖରେ କିଏ ପର ନୁହେଁ…ସଭିଏଁ ଆପଣାର। ଟିକିଏ ଶ୍ରଦ୍ଧା…ଟିକିଏ ପ୍ରେମ ପାଇଁ ପାଗଳ ଯେମିତି ସେ । ସେଥିପାଇଁ ତ ବଡ଼ ଦେଉଳର ସୁଖ ଛାଡ଼ି ବାହାରି ଆସେ ତା ପାଇଁ ପାଗଳ ହେଉଥିବା ଭକ୍ତଙ୍କୁ ଟିକିଏ ଦେଖିବା ପାଇଁ।  ଏ ବଡ଼ଦାଣ୍ଡ ବି ଏମିତି। ଏଠି ଜାତି, ଧର୍ମ, ବର୍ଣ୍ଣର ବାରଣ ନ ଥାଏ। ସମସ୍ତଙ୍କୁ କୋଳେଇ ନେଇଛି ଏ ଦାଣ୍ଡ । ବଡଦାଣ୍ଡରେ ରଥ […]

assembly
ରାଜ୍ୟ ସରକାରଙ୍କ ମୁଣ୍ଡ ଉପରେ ଝୁଲୁଛି ଆର୍ଥିକ ବୋଝର ଖଣ୍ଡା

ଭୁବନେଶ୍ୱର: ବିଭିନ୍ନ ଯୋଜନା ପାଇଁ ରାଜ୍ୟ ସରକାରଙ୍କ ଉପରେ ବ୍ୟୟବରାଦର ବୋଝ ବଢ଼ିବାରେ ଲାଗିଛି। ଅର୍ଥାତ୍‌ ରାଜ୍ୟ ସରକାରଙ୍କ ମୁଣ୍ଡ ଉପରେ ଝୁଲୁଛି ଆର୍ଥିକ ବୋଝର ଖଣ୍ଡା। ତେବେ ଏଭଳି ସ୍ଥିତିରେ ରାଜ୍ୟ ସରକାର ସୋଶାଲ୍‌ ମିଡ଼ିଆରେ ପାଣି ଭଳି କୋଟି କୋଟି ଟଙ୍କା ଖର୍ଚ୍ଚ କରିଛନ୍ତି। ବର୍ତ୍ତମାନ ସୁଦ୍ଧା ମୁଖ୍ୟମନ୍ତ୍ରୀଙ୍କ କାର୍ଯ୍ୟାଳୟ ପକ୍ଷରୁ ପ୍ରାୟ ୨ କୋଟି ଟଙ୍କା ଖର୍ଚ୍ଚ ହୋଇ ସାରିଥିବା ତଥ୍ୟ ସାମ୍ନାକୁ ଆସିଛି। ବିଧାନସଭାରେ ବିଧାୟକ ଶଙ୍କର ଓରାମଙ୍କ ଏକ ପ୍ରଶ୍ନର […]

loot
ଚେକିଂ ନାଁରେ ବିଚ୍ ରାସ୍ତାରେ ମହିଳାଙ୍କଠୁ ସୁନା ଲୁଟ୍‌

କଳାହାଣ୍ଡି: ଚେକିଂ ନାଁରେ ବିଚ୍ ରାସ୍ତାରେ ମହିଳାଙ୍କଠାରୁ ଦୁର୍ବୃତ୍ତମାନେ ସୁନା ଗହଣା ଲୁଟି ନେଇଥିବା ଅଭିଯୋଗ ହୋଇଛି। କଳାହାଣ୍ଡି ଜିଲ୍ଲା ଭବାନୀପାଟଣାରୁ ଏଭଳି ଅଭିଯୋଗ ଆସିଛି। ତେବେ ଲୁଟ୍‌ ବେଳର ପୂରା ଘଟଣା ସିସିଟିଭିରେ କଏଦ ହୋଇଛି। ଅଭିଯୋଗ ଅନୁସାରେ, ଗତକାଲି ରାମକଲି ଅଗ୍ରଓ୍ୱାଲ ନାମକ ଜଣେ ମହିଳା ଠାକୁରଙ୍କ ଦର୍ଶନ ପାଇଁ ମାଉସୀ ମା’ ମନ୍ଦିର ଯାଉଥିଲେ। ଏହି ସମୟରେ ତିନିଜଣ ଯୁବକ ହଠାତ ତାଙ୍କୁ ରାସ୍ତାରେ ଅଟକାଇଥିଲେ। ଉପରୁ ଅଡର୍‌ ଆସିଛି କହି ଦୁର୍ବୃତ୍ତମାନେ ରାମକଲିଙ୍କୁ […]

election campaign
ପାଟକୁରାରେ ଜମୁଛି ନିର୍ବାଚନୀ ପ୍ରଚାର

ଭୁବନେଶ୍ୱର: ପାଟକୁରା ନିର୍ବାଚନକୁ ରହିଲା ଆଉ ମାତ୍ର ୬ ଦିନ।  ବିଭିନ୍ନ ଦଳ ପକ୍ଷରୁ ପ୍ରଚାରକୁ ଜୋରଦାର କରାଯାଇଛି। ବିଶେଷ କରି ବିଜେଡି ଓ ବିଜେପି ଜୋରଦାର ପ୍ରଚାର କରୁଛନ୍ତି। ବିଜେପି ରାଷ୍ଟ୍ରୀୟ ଉପାଧ୍ୟକ୍ଷ ବୈଜୟନ୍ତ ପଣ୍ଡା ଓ ବରିଷ୍ଠ ବିଜେପି ନେତା କନକ ବର୍ଦ୍ଧନ ସିଂହଦେଓ ଡେରାବିଶର ବିଭିନ୍ନ ଅଞ୍ଚଳରେ ଘର ଘର ବୁଲି ଦଳୀୟ ପ୍ରାର୍ଥୀ ବିଜୟ ମହାପାତ୍ରଙ୍କ ପାଇଁ ଭୋଟ୍‌ ମାଗିଛନ୍ତି।  ବାରିମୂଳ ପଞ୍ଚାୟତରେ ମଧ୍ୟ ଏକ ବିରାଟ ବାଇକ୍‌ ରାଲି କରାଯାଇଥିଲା। […]

akshya kumar
ଅକ୍ଷୟଙ୍କ ଇନ୍‌କମ୍‌ ଦେଖି ତାପସୀ ଦେଲେ ଏମିତି ରିଆକ୍ସନ...

ମୁମ୍ବାଇ: ସମସ୍ତେ ଜାଣନ୍ତି, ବଲିଉଡ୍‌ର ଖିଲାଡି ଅକ୍ଷୟ କୁମାର ହାଇଏଷ୍ଟ ପେଡ୍‌ ଷ୍ଟାର। ସେଥିପାଇଁ ଫୋବର୍ସ ମାଗାଜିନ୍‌ ପକ୍ଷରୁ ନିକଟରେ ଏକ ଲିଷ୍ଟ ପ୍ରକାଶ ପାଇଛି, ଯେଉଁଥିରେ ଅକ୍ଷୟ କୁମାର ସବୁଠୁ ଅଧିକ  ଇନ୍‌କମ୍‌  କରୁଥିବା ଅଭିନେତା ବୋଲି କୁହାଯାଇଛି। ମାଗାଜିନ୍‌ରେ ପ୍ରକାଶ ପାଇଥିବା ତଥ୍ୟ ଅନୁସାରେ, ୨୦୧୮ ମସିହା ଜୁନ୍‌ରୁ ୨୦୧୯ ମସିହା ଜୁନ୍‌ ପର୍ଯ୍ୟନ୍ତ ଅକ୍ଷୟ ୪୪୪ କୋଟି ଟଙ୍କା ଇନ୍‌କମ୍‌ କରିଛନ୍ତି। ଏ କ୍ଷେତ୍ରରେ ରିହାନା, ସ୍କାରଲେଟ୍‌ ଜୋହନସର୍‌ ଓ ବ୍ରେଡ୍‌ଲି କୁପରଙ୍କ ଭଳି […]

accident
ଭାରସାମ୍ୟ ହରାଇ ରାସ୍ତାରୁ ୧୦ ଫୁଟ୍‌ ତଳକୁ ଖସିଲା ବାଇକ୍‌

ମାଲକାନଗିରି: ମାଲକାନଗିରି ଜିଲ୍ଲା ଚମ୍ଫାଖାରି ନିକଟରେ ଏକ ବାଇକ୍‌ ଭାରସାମ୍ୟ ହରାଇ ରାସ୍ତାରୁ ୧୦ ଫୁଟ୍‌ ତଳକୁ ଖସି ପଡ଼ିବା ଫଳରେ ଦୁଇ ଜଣଙ୍କର ମୃତ୍ୟୁ ଘଟିଥିବା ବେଳେ ଜଣେ ଗୁରୁତର ଆହତ ହୋଇଛନ୍ତି। ମୃତକ ଦ୍ୱୟ ହେଲେ ବନମାଳୀ ସିକୁଡୁ ଓ ସଞ୍ଜୟ ସିକୁଡୁ। ଗୁରୁତର ଶରତ ମାଝିଙ୍କୁ ମାଲକାନଗିରି ଚିକିତ୍ସାଳୟରେ ଭର୍ତ୍ତି କରାଯାଇଛି। ସମସ୍ତଙ୍କ ଘର ସ୍ଥାନୀୟ ବେଜିଂଗଡ଼ା ଅଞ୍ଚଳରେ ବୋଲି ସୂଚନା ମିଳିଛି। ଗତକାଲି ବିଳମ୍ବିତ ରାତିରେ ଏମାନେ ସମସ୍ତେ ମାଥିଲିରୁ ଘରକୁ ଫେରୁଥିଲେ। […]

exam
ପ୍ରକାଶ ପାଇଲା OTET ପରୀକ୍ଷା ପାଇଁ ବିଜ୍ଞପ୍ତି

ଭୁବନେଶ୍ୱର: ମାଧ୍ୟମିକ ଶିକ୍ଷା ପରିଷଦ ପକ୍ଷରୁ ପ୍ରକାଶ ପାଇଲା OTET ପରୀକ୍ଷା ପାଇଁ ବିଜ୍ଞପ୍ତି। ଚଳିତମାସ ୧୫ରୁ ୨୬ ତାରିଖ ପର୍ଯ୍ୟନ୍ତ କେବଳ ଅନଲାଇନ୍‌ରେ ଆବେଦନ କରିପାରିବେ ଛାତ୍ରଛାତ୍ରୀ। ଅନଲାଇନ୍‌ରେ ପେମେଣ୍ଟର ଶେଷ ତାରିଖ ଜୁଲାଇ ୨୯। ଏହିଦିନ ଅପରାହ୍ନ ୪ଟା ପର୍ଯ୍ୟନ୍ତ ଛାତ୍ରଛାତ୍ରୀ ଅନ୍‌ଲାଇନ୍‌ ପେମେଣ୍ଟ କରିପାରିବେ। ପେପର-୧, ପେପର-୨ ପାଇଁ ଅଲଗା ଅଲଗା ଫି ଓ ଆବେଦନ କରିବେ ଛାତ୍ରଛାତ୍ରୀ। ୨୦୧୮ OTET ପାଇଁ ଆବେଦନ କରିଥିବା ପରୀକ୍ଷାର୍ଥୀ ସାନି ଆବେଦନ ମଧ୍ୟ କରିବେ। […]

Milk On Road
ରାସ୍ତାରେ କ୍ଷୀର ଢାଳିଲେ ଚାଷୀ

ବାସୁଦେବପୁର: ଓମଫେଡ୍ ପକ୍ଷରୁ କ୍ଷୀର ସଂଗ୍ରହ କରିବା ପାଇଁ ମନା କରିଦେବା ପରେ ରାସ୍ତାରେ କ୍ଷୀର ଢାଳିଲେ ଚାଷୀ। ଭଦ୍ରକ ଜିଲ୍ଲା ବାସୁଦେବପୁରର ଚାଷୀମାନେ ଏଭଳି ନିଷ୍ପତ୍ତି ନେଇଛନ୍ତି। ଗତକାଲି ରାତିରେ ନିମ୍ନମାନର କ୍ଷୀର ଦର୍ଶାଇ ଓମଫେଡ୍‌ ପକ୍ଷରୁ କ୍ଷୀର ନିଆଯାଇ ନ ଥିଲା। ଏହାର ପ୍ରତିବାଦ କରି ଚାଷୀମାନେ ପ୍ରାୟ ୧୨ଶହ ଲିଟରରୁ ଅଧିକ କ୍ଷୀର ରାସ୍ତାରେ ଢାଳି ଦେଇଥିଲେ। ଅନ୍ୟପକ୍ଷରେ ଏହି ଘଟଣାକୁ ନେଇ ଚାପା ଉତ୍ତେଜନା ଲାଗିବା ସହ ଆନ୍ଦୋଳନ ପାଇଁ ଚାଷୀମାନେ […]

accident
କାର୍‌-ଟ୍ରକ୍‌ ମୁହାଁମୁହିଁ ଧକ୍କା; ୩ ମୃତ, ଦୁଇ ଗୁରୁତର

ଅନୁଗୁଳ: ଅନୁଗୁଳ ଜିଲ୍ଲା ସମଲ ଥାନା ଅନ୍ତର୍ଗତ ନାଇକାନାଳି ଠାରେ ୧୪୯ ନମ୍ବର ଜାତୀୟ ରାଜପଥରେ ଏକ କାର୍‌-ଟ୍ରକ୍‌ ମଧ୍ୟରେ ମୁହାଁମୁହିଁ ଧକ୍କା ହୋଇଛି। ଏହି ମର୍ମନ୍ତୁଦ ଦୁର୍ଘଟଣାରେ ତିନି ଜଣଙ୍କର ମୃତ୍ୟୁ ଘଟିଥିବା ବେଳେ୨ ଜଣ ଗୁରୁତର ଆହତ ହୋଇଛନ୍ତି। ସେମାନଙ୍କୁ ତାଳଚେର ମେଡିକାଲରେ ଭର୍ତ୍ତି କରାଯାଇଛି। ଆଜି ସକାଳେ ଏହି ଦୁର୍ଘଟଣା ଘଟିଛି। ମୃତକମାନେ ହେଲେ ଭୁପେଶ ସାହୁ, ଧନୁର୍ଜୟ ନାୟକ ଓ କ୍ରିଷ୍ଣା କୁମାର ସାହୁ। ଆହତ ସାଗର କୁମାର ବାରିକ ଓ ବିକାଶ କୁମାର […]

representational image
ଦିଲ୍ଲୀରେ ଓଡ଼ିଆ ମହିଳାଙ୍କୁ ଯୌନ ନିର୍ଯାତନା ଅଭିଯୋଗ

ଭୁବନେଶ୍ୱର: ଦିଲ୍ଲୀରେ ଜଣେ ଓଡ଼ିଆ ମହିଳାଙ୍କୁ ଯୌନ ନିର୍ଯାତନା ଦିଆଯାଇଥିବା ଅଭିଯୋଗ ହୋଇଛି।  ଦୈନିକ ଖବର କାଗଜର ଜଣେ ସାମ୍ବାଦିକଙ୍କ ବିରୋଧରେ ଏହି ଅଭିଯୋଗ ଆସିଛି। ମହିଳାଙ୍କ ଅଭିଯୋଗ ପରେ ସଂପୃକ୍ତ ସାମ୍ବାଦିକଙ୍କ ନାଁରେ ଏତଲା ଦିଆଯାଇଥିଲେ ମଧ୍ୟ ପୁଲିସ୍‌ ତାଙ୍କୁ ଏଯାଏ ଗିରଫ କରିପାରି ନାହିଁ। ଜାତୀୟ ଗଣମାଧ୍ୟମର ରିପୋର୍ଟ ଅନୁସାରେ, ଗୁରୁଗ୍ରାମ ଅଞ୍ଚଳରେ ଉକ୍ତ ସାମ୍ବାଦିକଙ୍କ ଘରେ ମହିଳା ଜଣକ କାମ କରୁଥିଲେ। ଗତ ୪ ତାରିଖ ରାତିରେ ସମ୍ପୃକ୍ତ ସାମ୍ବାଦିକ ଜଣକ ମହିଳାଙ୍କ […]

jagatsinghpur
ବାହୁଡ଼ା ଯାତ୍ରା ଚାଲିଥିବା ବେଳେ ଦୁଇ ଗୋଷ୍ଠୀ ମଧ୍ୟରେ ଗଣ୍ଡଗୋଳ

ଜଗତସିଂହପୁର: ଜଗତସିଂହପୁର ଜିଲ୍ଲା ବାଲିକୁଦା ଥାନା ଅନ୍ତର୍ଗତ ଖମ୍ବାକୂଳ ନୃସିଂହନାଥ ମଠ ପକ୍ଷରୁ ବାହୁଡ଼ା ଯାତ୍ରା ଚାଲିଥିବା ବେଳେ ଦୁଇ ଗୋଷ୍ଠୀ ମଧ୍ୟରେ ଗଣ୍ଡଗୋଳ ହୋଇଛି। ମଠ ମହନ୍ତ ବିଶ୍ୱଜିତ ଦାଶଙ୍କୁ କିଛି ଲୋକ ବିରୋଧ କରିବାରୁ ଏହି ଗଣ୍ଡଗୋଳ ହୋଇଥିବା ଜଣାପଡ଼ିଛି। ଏପରିକି ପୁଲିସ୍‌ ଓ ଉତ୍ତ୍ୟକ୍ତ ଲୋକଙ୍କ ମଧ୍ୟରେ ଠେଲାପେଲା ଓ ଧସ୍ତାଧସ୍ତି ମଧ୍ୟ ହୋଇଥିଲା। ଗଣ୍ଡଗୋଳରେ ପୁଲିସ୍‌ ଭ୍ୟାନ୍‌ର କାଚ ଭାଙ୍ଗି ଯାଇଥିବା ବେଳେ  ୩-୪ ଜଣ ଆହତ ହୋଇଛନ୍ତି। କିଛି ଦୁର୍ବୃତ୍ତ […]