• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English

Latest News

airlines
ବାଲାକୋଟ ଏୟାରଷ୍ଟ୍ରାଇକ୍‌ ପରେ ପାକିସ୍ତାନକୁ ଘାରିଛି ଭାରତର ଯୁଦ୍ଧ ବିମାନ ଭୟ

ନୂଆଦିଲ୍ଲୀ: ବାଲାକୋଟ ଏୟାରଷ୍ଟ୍ରାଇକ୍‌ ପରେ ଭାରତୀୟ ବାୟୁସେନାର ଯୁଦ୍ଧ ବିମାନକୁ ପାକିସ୍ତାନ ଡରିବା ଆରମ୍ଭ କରିଛି। କାଳେ ଭାରତ ଆଉ ଥରେ ପାକିସ୍ତାନରେ ଏୟାର ଷ୍ଟ୍ରାଇକ୍‌ କରିବ, ସେଥିପାଇଁ ଇସ୍‌ଲାମାବାଦ ଭାରତ ପାଇଁ ତା’ର ବାୟୁସୀମାକୁ ବନ୍ଦ କରିଦେଇଛି। ଭାରତକୁ ଆସୁଥିବା କିମ୍ବା ଭାରତରୁ ଯାଉଥିବା କୌଣସି ବିମାନ ପାକିସ୍ତାନ ଆକାଶ ମାର୍ଗକୁ ବ୍ୟବହାର କରିପାରିବ ନାହିଁ। କିନ୍ତୁ ପାକିସ୍ତାନ ଏବେ ଭାରତ ପାଇଁ ତା’ର ଆକାଶ ମାର୍ଗ ଖୋଲିବା ନିମନ୍ତେ ନୂଆଦିଲ୍ଲୀ ଆଗରେ ସର୍ତ୍ତ ଉପସ୍ଥାପନ […]

phulbani
ଅସ୍ତ୍ରୋପଚାର ବେଳେ ଅପରେସନ୍ ରୁମ୍‌ର ଫଟୋ ଭାଇରାଲ୍

ଫୁଲବାଣୀ: ଅପରେସନ୍ ରୁମ୍‌ରେ ଅସ୍ତ୍ରୋପଚାର ଚାଲିଥିବା ବେଳେ, ତା’ର ଫଟୋ ଉଠାଇ ସୋଶାଲ୍ ମିଡିଆରେ ଭାଇରାଲ୍ କରାଯାଇଛି। କନ୍ଧମାଳ ଜିଲ୍ଲା ତୁମୁଡ଼ିବନ୍ଧ ଗୋଷ୍ଠୀ ସ୍ୱାସ୍ଥ୍ୟକେନ୍ଦ୍ରରେ ଏଭଳି ଘଟଣା ଘଟିଛି। ସୂଚନା ଅନୁସାରେ, ବିଶ୍ୱ ଜନସଂଖ୍ୟା ଦିବସ ଅବସରରେ ଜଣେ ମହିଳାଙ୍କ ବନ୍ଧ୍ୟାକରଣ ଅପରେସନ୍‌ ହେଉଥିଲା। ଏହି ସମୟରେ କେହି ଫଟୋ ଉଠାଇ ତାହାକୁ ସୋଶାଲ୍‌ ମଡିଆରେ ପୋଷ୍ଟ୍ କରିଥିଲେ। ପରେ ତାହା ଭାଇରାଲ୍ ହୋଇଥିଲା। ଅପରେସନ ରୁମ୍‌କୁ ମୋବାଇଲ୍ କିମ୍ବା କ୍ୟାମେରା ନେବା ନିଷିଦ୍ଧ ଥିବା ବେଳେ ଏହି ଫଟୋ […]

bishnu das
ବିଜେଡି ବିଧାୟକ ବିଷ୍ଣୁ ଦାସ ଅସୁସ୍ଥ

ଭୁବନେଶ୍ୱର: ବରିଷ୍ଠ ବିଜେଡି ନେତା ତଥା ତିର୍ତ୍ତୋଲ ବିଧାୟକ ବିଷ୍ଣୁ ଦାସ ଅସୁସ୍ଥ ଅଛନ୍ତି। ତାଙ୍କୁ ଭୁବନେଶ୍ୱର ସ୍ଥିତ ଆପୋଲୋ ହସ୍‌ପିଟାଲ୍‌ରେ ଭର୍ତ୍ତି କରାଯାଇଛି। ବିଧାୟକ ଶ୍ରୀ ଦାସ ନିମୋନିଆରେ ପୀଡ଼ିତ ଥିବା ଜଣାପଡ଼ିଛି। ଗତ ୪ ଦିନ ହେଲାଣି ତାଙ୍କୁ ଡାକ୍ତରଖାନାରେ ରଖାଯାଇଛି। ତାଙ୍କ ଫୁସ୍‌ଫୁସ୍ ସଂକ୍ରମିତ ହୋଇଥିବା ବେଳେ ଅବସ୍ଥା ଗୁରୁତର ଥିବା ହସ୍‌ପିଟାଲ୍‌ ସୂତ୍ରରୁ ସୂଚନା ମିଳିଛି।

sonakshi
ଅଭିନେତ୍ରୀ ସୋନାକ୍ଷୀ ସିହ୍ନାଙ୍କ ଘରେ ପୁଲିସ୍‌ର ଖୋଳତାଡ଼

ନୂଆଦିଲ୍ଲୀ: ଦବଙ୍ଗ ଗାର୍ଲ ସୋନାକ୍ଷୀ ସିହ୍ନାଙ୍କ ବିରୋଧରେ ରୁଜୁ ହୋଇଥିବା ଏକ ମାମଲାର ତଦନ୍ତ ପାଇଁ ଉତ୍ତରପ୍ରଦେଶ ପୁଲିସ୍‌ ଗୁରୁବାର ଅଭିନେତ୍ରୀଙ୍କ ଘରକୁ ଯାଇଥିବା ଜଣାପଡ଼ିଛି। ଚଳିତ ବର୍ଷ ଫେବୃଆରୀରେ ବଲିଉଡ୍‌ର ଏହି ଟପ୍‌ ଅଭିନେତ୍ରୀଙ୍କ ସମେତ ୪ଜଣଙ୍କ ବିରୋଧରେ ଏକ ମାମଲା ରୁଜୁ ହୋଇଥିଲା। ଅଭିଯୋଗ ଅନୁସାରେ, ଏକ ଇଭେଣ୍ଟ ପାଇଁ ସୋନାକ୍ଷୀ ୨୪ ଲକ୍ଷ ଟଙ୍କା ନେଇଥିଲେ ହେଲେ ଇଭେଣ୍ଟକୁ ଆସି ନଥିଲେ। ଇଭେଣ୍ଟଟି ୨୦୧୮ ମସିହା ସେପ୍ଟେମ୍ବର ମାସରେ ହେବାର ଥିଲା। ଠକେଇ […]

paper pen
ଓଡ଼ିଆ ଯୁବକଙ୍କ କମାଲ୍‌: କାଗଜରେ ତିଆରି କଲେ ପେନ୍‌

ଭୁବନେଶ୍ୱର: ମାର୍କେଟ୍‌କୁ ଆସିଲା କାଗଜରେ ତିଆରି ଇକୋ ଫ୍ରେଣ୍ଡ୍‌ଲି ୟୁଜ୍ ଆଣ୍ଡ ଥ୍ରୋ ପେନ୍। ଭୁବନେଶ୍ୱରର ପ୍ରେମ୍‌ ପାଣ୍ଡେ ଓ ମହମ୍ମଦ ଅହମ୍ମଦ ଶାହା ଏଭଳି ପେନ୍ ତିଆରି କରିଛନ୍ତି। ପେନ୍‌ର ରିଫିଲ୍‌ ପ୍ଲାଷ୍ଟିକ୍‌ରେ ତିଆରି ହୋଇଥିବା ବେଳେ ପେନ୍‌ଟି କାଗଜରେ ତିଆରି ହୋଇଛି। ଯାହାର ଦାମ୍‌ ୫ରୁ ୭ ଟଙ୍କା ମଧ୍ୟରେ ରହିଛି। ଏହି ପେନ୍ ସହଜରେ ମାଟିରେ ମିଶିଯାଉଥିବା ସହ ପରିବେଶପଯୋଗୀ ବୋଲି ଜଣାପଡ଼ିଛି। ଆଗକୁ ପେନ୍‌ର ରିଫିଲ୍‌ ମଧ୍ୟ ଇକୋ ଫ୍ରେଣ୍ଡ୍‌ଲି ଦ୍ରବ୍ୟରେ […]

representational image
ବାଇକ୍‌ରେ ଯାଉଥିବା ବେଳେ ପିଟି ଦେଇ ଚାଲିଗଲା ଟ୍ରକ୍‌; ୨ ମୃତ

ଭଞ୍ଜନଗର: ଗଞ୍ଜାମ ଜିଲ୍ଲା ଜଗନ୍ନାଥପ୍ରସାଦ ଥାନା ମଳିଙ୍ଗି ରାସ୍ତାରେ ଟ୍ରକ୍‌ ଧକ୍କାରେ ଦୁଇ ଜଣଙ୍କର ମୃତ୍ୟୁ ଘଟିଛି। ମୃତକମାନେ ହେଲେ ଚଢ଼ିଆପଲ୍ଲୀ ଗାଁର ରାମ ଗୌଡ଼ ଓ କୃଷ୍ଣ ନାୟକ। ଉଭୟ ବାଇକରେ ଯାଉଥିବା ବେଳେ ଏକ ଟ୍ରକ୍‌ ସେମାନଙ୍କୁ ପଛପଟୁ ଧକ୍କା ଦେଇଥିଲା। ଘଟଣା ସ୍ଥଳରେ ଉଭୟଙ୍କ ମୃତ୍ୟୁ ହୋଇଥିଲା। ତେବେ ଏହା ଦୁର୍ଘଟଣା ନୁହେଁ ବରଂ ଏକ ଯୋଜନାବଦ୍ଧ ହତ୍ୟାକାଣ୍ଡ ବୋଲି ମୃତ ରାମଙ୍କ ପରିବାର ଲୋକେ ଅଭିଯୋଗ କରିଛନ୍ତି। ଏନେଇ ସେମାନେ ଥାନାରେ […]

ms dhoni
ଅବସର ନ ନେବାକୁ ଧୋନିଙ୍କୁ ଲତା ମଙ୍ଗେଶକରଙ୍କ ଅନୁରୋଧ

ନୂଆଦିଲ୍ଲୀ: ନ୍ୟୁଜିଲ୍ୟାଣ୍ଡ ବିପକ୍ଷ ସେମି ଫାଇନାଲ୍‌ ମ୍ୟାଚ୍‌ରେ ହାରି ଆଇସିସି ବିଶ୍ୱକପ୍‌ରୁ ଭାରତ ବିଦାୟ ନେଇଛି। ବିଶ୍ୱକପ୍‌ ସ୍ୱପ୍ନ ଧୂଳିସାତ୍‌ ହେବା ପରେ କୋଟି କୋଟି କ୍ରିକେଟ୍‌ ପ୍ରେମୀଙ୍କ ମନରେ ଆଘାତ ଲାଗିଛି। ତେବେ ଦଳ ଏହି ମ୍ୟାଚ୍‌ ହାରିବା ପରେ ଧୋନି ଅନ୍ତର୍ଜାତୀୟ କ୍ରିକେଟ୍‌ରୁ ଖୁବ୍‌ ଶୀଘ୍ର ସନ୍ନ୍ୟାସ ନେଇପାରନ୍ତି ବୋଲି ଚର୍ଚ୍ଚା ହେଉଛି। ଏହି ଚର୍ଚ୍ଚା ସଂପର୍କରେ ଅବଗତ ହେବା ପରେ ବଲିଉଡ୍‌ର ଲୋକପ୍ରିୟ ଗାୟିକା ତଥା ଭାରତରତ୍ନ ଲତା ମଙ୍ଗେଶକର୍‌ ଟ୍ୱିଟ୍‌ କରି […]

fire in truck
ହୁତୁ ହୁତୁ ହୋଇ ଜଳିଗଲା କୋଇଲା ବୋଝେଇ ଟ୍ରକ୍

କେନ୍ଦ୍ରାପଡ଼ା: କେନ୍ଦ୍ରାପଡ଼ା ସଦର ଥାନା ଶ୍ୟାମସୁନ୍ଦର ପୁର୍ ପୋଲ ଉପରେ ଏକ କୋଇଲା ବୋଝେଇ ଟ୍ରକ୍‌ରେ ନିଆଁ ଲାଗିଯାଇଥିଲା। ଗତକାଲି ରାତିରେ ଏହି ନିଆଁ ଲାଗିଥିଲା। ଟ୍ରକ୍‌ଟି ପାରାଦୀପରୁ କୋଇଲା ବୋଝେଇ କରି ଚଣ୍ଡିଖୋଲ ଅଭିମୁଖେ ଯାଉଥିବା ବେଳେ ହଠାତ୍ ଏଥିରେ ନିଆଁ ଲାଗି ଯାଇଥିଲା। ଟ୍ରକଟି ହୁତୁ ହୁତୁ ଜଳୁଥିବାର ଦେଖି ସ୍ଥାନୀୟ ଲୋକେ ଅଗ୍ନିଶମ ବିଭାଗକୁ ଖବର ଦେଇଥିଲେ। କେନ୍ଦ୍ରାପଡ଼ା ଅଗ୍ନିଶମ ବିଭାଗର ଦୁଇଟି ଦମକଳ ଘଟଣା ସ୍ଥଳରେ ପହଞ୍ଚି ନିଆଁ ଲିଭାଇଥିଲେ। ଟ୍ରକ୍‌ରେ ହେଲପର୍ […]

accident
ଟ୍ରକ୍ ଓ ଟ୍ରେଲର ମୁହାଁମୁହିଁ ଧକ୍କା

ବୌଦ୍ଧ: ବୌଦ୍ଧ ଜିଲ୍ଲା ୫୭ ନମ୍ବର ଜାତୀୟ ରାଜପଥର ମନମୁଣ୍ଡା ନିକଟରେ ଏକ ଟ୍ରେଲର ଓ ଟ୍ରକ୍ ମୁହାଁମୁହିଁ ଧକ୍କା ହେବା ଫଳରେ ଜଣଙ୍କ ମୃତ୍ୟୁ ଘଟିଛି। ଏଥିରେ ତିନି ଜଣ ଗୁରୁତର ଆହତ ହୋଇଛନ୍ତି। ଆହତଙ୍କୁ ସୋନପୁର ମୁଖ୍ୟ ଡାକ୍ତରଖାନାରେ ଭର୍ତ୍ତି କରାଯାଇଛି। ମୃତକଙ୍କ ପରିଚୟ ମିଳିପାରି ନାହିଁ। ଜଣେ ଆହତଙ୍କ ଦୁଇ ଗୋଡ଼ କଟିଯାଇଛି। ଆଜି ଭୋର ପ୍ରାୟ ୫ଟା ବେଳେ ଏହି ଦୁର୍ଘଟଣା ଘଟିଛି। ମନମୁଣ୍ଡା ପୁଲିସ୍‌ ଘଟଣାସ୍ଥଳରେ ପହଞ୍ଚି ତଦନ୍ତ କରୁଛି।

keniya
୨୦୦ ଟଙ୍କା ଫେରାଇବାକୁ କେନିଆରୁ ଭାରତ ଆସିଲେ ସାଂସଦ

ଔରଙ୍ଗାବାଦ: ୩୦ ବର୍ଷ ପରେ ଜଣେ କେନିଆ ନାଗରିକ ଭାରତର ଔରଙ୍ଗାବାଦ ଫେରିଛନ୍ତି। ଅଶୀ ଦଶକରେ ପାଠ ପଢ଼ିବାକୁ ଭାରତ ଆସିଥିବା ରିଚାର୍ଡ ଟୋଙ୍ଗୀ ନାମକ ଏହି ବ୍ୟକ୍ତି ବର୍ତ୍ତମାନ କେନିଆର ଜଣେ ସାଂସଦ। ସେ ଔରଙ୍ଗାବାଦ ଆସିବାର କାରଣ ଜାଣିଲେ ଆପଣ ମଧ୍ୟ ଆଶ୍ଚର୍ଯ୍ୟ ହେବେ। ସେ ଏକ ତେଜରାତି ଦୋକାନରେ ୨୦୦ ଟଙ୍କା ବାକି ରଖିଥିଲେ। ଆଉ ଏହି ଟଙ୍କା ଫେରାଇବା ପାଇଁ ୩ ଦଶକ ପରେ ରିଚାର୍ଡ ଔରଙ୍ଗାବାଦ ଫେରିଛନ୍ତି। ରିଚାର୍ଡ ଏତେ […]

anil ambani
ଋଣ ପରିଶୋଧ ପାଇଁ ସମ୍ପତ୍ତି ବିକ୍ରି କରିବେ ଅନୀଲ ଅମ୍ବାନୀ

ନୂଆଦିଲ୍ଲୀ: ବିଶିଷ୍ଟ ଶିଳ୍ପପତି ତଥା ରାଫେଲ ଡିଲ୍‌ର ଅଫଶୋର୍ ପାର୍ଟନର ଅନୀଲ ଅମ୍ବାନୀଙ୍କ ଉପରେ ଦିନକୁ ଦିନ ଋଣ ବୋଝ ବଢ଼ିବାରେ ଲାଗିଛି। ଏହାକୁ ପରିଶୋଧ କରିବା ପାଇଁ ଅନୀଲ ଅମ୍ବାନୀ ଏବେ ତାଙ୍କ ପାଖରେ ଥିବା ୨୧,୭୦୦ କୋଟି ଟଙ୍କାର ସମ୍ପତ୍ତି ବିକ୍ରି କରିବାକୁ ଯୋଜନା କରୁଛନ୍ତି। ରିଲାଏନ୍ସ ଗ୍ରୁପ୍‌ର ମୁଖପାତ୍ରଙ୍କ ସୂଚନା ଅନୁଯାୟୀ, ରିଲାଏନ୍ସ ଭିତ୍ତିଭୂମି ଲିଃ ତା’ ପାଖରେ ଥିବା ୯ଟି ରାସ୍ତା ପ୍ରକଳ୍ପ ବିକ୍ରି କରିବ। ଏହାର ମୂଲ୍ୟ ୯ ହଜାର […]