
ନୂଆଦିଲ୍ଲୀ: ବହୁ ବାଦ ବିବାଦ ପରେ ଶେଷରେ ମନ୍ତ୍ରୀ ପଦରୁ ନବଜୋତ ସିଂ ସିଦ୍ଧୁ ଇସ୍ତଫା ଦେଇଛନ୍ତି। ଗତ ୧୦ ତାରିଖରୁ ପଞ୍ଜାବ କ୍ୟାବିନେଟ୍ରୁ ସେ ଇସ୍ତଫା ଦେଇଥିବା ନେଇ ଆଜି ସୂଚନା ଦେଇଛନ୍ତି। ସେ ଇସ୍ତଫାପତ୍ର ଜୁନ ୧୦ରେ ରାହୁଲ ଗାନ୍ଧିଙ୍କ ନିକଟକୁ ପଠାଇ ଦେଇଥିଲେ। ଆଜି ସେ ନିଜ ଇସ୍ତଫାପତ୍ରକୁ ଟ୍ୱିଟରରେ ପୋଷ୍ଟ କରିଛନ୍ତି। ରାହୁଲ ଗାନ୍ଧି କଂଗ୍ରେସ ଅଧ୍ୟକ୍ଷ ପଦରୁ ଇସ୍ତଫା ଦେଇଥିଲେ ହେଁ ସିଦ୍ଧୁ ଏଯାଏ ରାହୁଲଙ୍କୁ ଅଧ୍ୟକ୍ଷ ବୋଲି ଟ୍ୱିଟ୍ରେ […]
କଟକ: କେନ୍ଦ୍ରାପଡ଼ା ସାଂସଦ ଅନୁଭବ ମହାନ୍ତିଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ଦାବି କରି ପୁରୀଘାଟ ଥାନା ଆଗରେ ମହିଳା ସାମ୍ବାଦିକ ଧାରଣା ଦେଇଛନ୍ତି। ଅନୁଭବଙ୍କ ନାଁରେ ଅଭିଯୋଗ କରିବାର ମାସେ ପରେ ମଧ୍ୟ କାହିଁକି କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯାଉନି ବୋଲି ମହିଳା ସାମ୍ବାଦିକ ସସ୍ମିତା ଆଚାର୍ଯ୍ୟ କହିଛନ୍ତି। ଏନେଇ ଆଜି ସେ ଥାନାକୁ ଆସି ଅଧିକାରୀଙ୍କୁ ଭେଟିବା ସହ ଧାରଣାରେ ବସିଛନ୍ତି। ଏପରିକି ନିଜ ଜୀବନ ପ୍ରତି ବିପଦ ଥିବା ସାମ୍ବାଦିକ ଜଣକ କହିଛନ୍ତି। ଖାଲି ଏତିକି ନୁହେଁ […]
ମୁମ୍ବାଇ: ବାପା ମା’ ସେମାନଙ୍କର ସନ୍ତାନଙ୍କ ଖୁସି ପାଇଁ ସବୁ କିଛି ତ୍ୟାଗ କରିବାକୁ ପ୍ରସ୍ତୁତ ଥାନ୍ତି । ହେଲେ ଆମେ ଆଜି ବଲିଉଡ୍ର ଏମିତି ଜଣେ ବାପାଙ୍କ କଥା କହିବୁ, ଯେ କି ସେ ତାଙ୍କ ପୁଅର ସ୍କୁଲ୍ରେ ଆଡମିଶନ ପାଇଁ ଘର ବିକ୍ରି କରିବାକୁ ମଧ୍ୟ ପ୍ରସ୍ତୁତ ଥିଲେ। କଥା ଶୁଣିକି ଟିକେ ଅଜବ ଲାଗୁଥିଲେ ମଧ୍ୟ ସତ। ବଲିଉଡ୍ର ପ୍ରସିଦ୍ଧ ଗାୟକ ଅର୍ମାନ୍ ମଲିକ୍ଙ୍କ ବାପା ତଥା ଅଭିନେତା ଡବୁ ମଲିକ୍ ଅର୍ମାନ୍ଙ୍କୁ […]
ଭୁବନେଶ୍ୱର: ଆସନ୍ତା ୨୩ ତାରିଖରେ ସଂସଦରେ ନିଜର କଳା ପ୍ରଦର୍ଶନ କରିବେ ଦିବ୍ୟାଙ୍ଗ ସ୍କୁଲର ଛାତ୍ରଛାତ୍ରୀ। ଟିଟିଲାଗଡ଼ ଦିବ୍ୟାଙ୍ଗ ସ୍କୁଲର ଛାତ୍ରଛାତ୍ରୀଙ୍କୁ ଏହି ସୁଯୋଗ ମିଳିଛି। ଛାତ୍ରଛାତ୍ରୀମାନେ ଭୁବନେଶ୍ୱରରେ ପହଞ୍ଚିବା ପରେ ଦିଲ୍ଲୀ ଅଭିମୁଖେ ଯାତ୍ରା କରିବେ। ମୋଟ୍ ୭ ଜଣ ପିଲାଙ୍କୁ ଚୟନ କରାଯାଇଛି। ଏହି ପିଲାମାନେ ଶୁଣି ପାରନ୍ତି ନାହିଁ ହେଲେ ମ୍ୟୁଜିକ୍ର ତାଳେ ତାଳେ ଭଲ ଡ୍ୟାନ୍ସ କରିପାରନ୍ତି।
କେନ୍ଦ୍ରାପଡ଼ା: କେନ୍ଦ୍ରାପଡ଼ା ସହର ସ୍ଥିତ ତିନିମୁହାଣିର ଜଣେ ଯୁବ ବ୍ୟବସାୟୀଙ୍କୁ ଗୁଳିମାଡ଼ ଘଟଣା ପ୍ରତିବାଦରେ ରାସ୍ତାରୋକ କରାଯାଇଛି। ଉତ୍ତ୍ୟକ୍ତ ଲୋକେ ତିନିମୁହାଣି ଓ ଗୁଲନଗର ଛକରେ ଟାୟାର ଜାଳି କଟକ-ଚାନ୍ଦବାଲି ରାସ୍ତା ଅବରୋଧ କରିଛନ୍ତି। ତିନି ମୁହାଣି ଛକରେ ଥିବା ଦୋକାନ ବଜାର ସବୁ ବନ୍ଦ ରହିଛି। ଅଭିଯୁକ୍ତଙ୍କ ଗିରଫ ଦାବିକୁ ନେଇ ଲୋକେ ଅଡ଼ି ବସିଛନ୍ତି। ଅନ୍ୟପକ୍ଷରେ ସୁରକ୍ଷାକୁ ଦୃଷ୍ଟିରେ ରଖି ସହରରେ ଗୋଟିଏ ପ୍ଲାଟୁନ୍ ପୁଲିସ୍ ଫୋର୍ସ ମୁତୟନ କରାଯାଇଛି। ଗତକାଲି ସଂଧ୍ୟାରେ ଯୁବ ବ୍ୟବସାୟୀ ତଥା ତିନିମୁହାଣି ବଜାର […]
ସାଲେପୁର: ଛାତ୍ରଙ୍କୁ ମାଡ଼ ମାରି ଅଧ୍ୟାପକ ଲହୁ ଲୁହାଣ କରିଥିବା ଅଭିଯୋଗ ହୋଇଛି। କଟକ ସାଲେପୁରର ଶ୍ରୀକ୍ଷେତ୍ର ସାଇନ୍ସ ରେସିଡେଣ୍ଟିଆଲ୍ କଲେଜ ହଷ୍ଟେଲରେ ରହୁଥିବା ଛାତ୍ରମାନେ ଏଭଳି ଅଭିଯୋଗ ଆଣିଛନ୍ତି। ହଷ୍ଟେଲର ୧୧ଜଣ ଛାତ୍ରଙ୍କୁ ୨ଜଣ ଅଧ୍ୟାପକ ମାଡ଼ ମାରିଥିବା ନେଇ ଅଭିଯୋଗ ହୋଇଛି। ଅଭିଯୋଗ ଅନୁଯାୟୀ, କ୍ଲାସ୍ ରୁମ୍ରେ ପାଠ ପଢାଇବା ବେଳେ ଛାତ୍ରମାନଙ୍କୁ ୨ଜଣ ଅଧ୍ୟାପକ ମାଡ଼ ମାରିଥିଲେ। ଫଳରେ ଅଧ୍ୟାପକଙ୍କ ମାଡ଼ରେ ଛାତ୍ରମାନେ ଆହତ ହୋଇଥିଲେ। ଏନେଇ ଛାତ୍ରମାନେ ସାଲେପୁର ଥାନାରେ ଅଭିଯୋଗ କରିବା […]
ଗୁୱାହାଟୀ: ଆସାମରେ ବନ୍ୟା ସ୍ଥିତି ଗମ୍ଭୀର ହେବାରେ ଲାଗିଛି। ଏଥିରେ ୧୫ ଲକ୍ଷ ଲୋକ ପ୍ରଭାବିତ ହୋଇଥିବା ବେଳେ ମୃତ୍ୟୁ ସଂଖ୍ୟା ୭ରେ ପହଞ୍ଚିଛି। ବର୍ଷା ଯୋଗୁ ବିଭିନ୍ନ ସ୍ଥାନରେ ମାଟି ଅତଡ଼ା ଧସି ୭ ଜଣଙ୍କ ମୃତ୍ୟୁ ଘଟିଛି। ରାଜ୍ୟର ୩୩ଟି ଜିଲ୍ଲାରୁ ୨୫ଟି ଜିଲ୍ଲା ବନ୍ୟା ଯୋଗୁ ପ୍ରଭାବିତ ହୋଇଛି। ବାର୍ପେଟା ଅଞ୍ଚଳ ବନ୍ୟାରେ ଅଧିକ ପ୍ରଭାବିତ ହୋଇଛି। ଏଭଳି ସ୍ଥିତିରେ ରାଜ୍ୟରେ ଆହୁରି ୪୮ ଘଣ୍ଟା ଧରି ବର୍ଷା ଲାଗି ରହିବ ବୋଲି ଭାରତୀୟ ପାଣିପାଗ […]
ନୂଆଦିଲ୍ଲୀ: ଭାରତର ଦ୍ୱିତୀୟ ଚନ୍ଦ୍ର ଅଭିଯାନ ‘ଚନ୍ଦ୍ରଯାନ-୨’ ପାଇଁ କାଉଣ୍ଟ୍ ଡାଉନ୍ ଆରମ୍ଭ ହୋଇଛି। ଭାରତୀୟ ମହାକାଶ ଗବେଷଣା ସଂସ୍ଥା ଇସ୍ରୋ ପକ୍ଷରୁ ଆଜି ସକାଳ ୬ଟା ୫୧ରୁ ୨୦ ଘଣ୍ଟିଆ କାଉଣ୍ଟ୍ ଡାଉନ୍ ଆରମ୍ଭ ହୋଇଛି। ୧୫ ତାରିଖ ରାତି ୨ଟା ୫୧ରେ ଆନ୍ଧ୍ରପ୍ରଦେଶ ଶ୍ରୀହରିକୋଟ୍ଟା ସତୀଶ ଧାଓ୍ୱନ୍ ମହାକାଶ କେନ୍ଦ୍ରରୁ ଜିଏସ୍ଏଲ୍ଭି ମାର୍କ ଥ୍ରୀ ରକେଟ୍ ବା ବାହୁବଳୀ ସାହାଯ୍ୟରେ ଏହାର ଉତ୍କ୍ଷେପଣ ହେବ। ‘ଚନ୍ଦ୍ରଯାନ-୨’ ମିଶନକୁ ଅର୍ବିଟର, ଲ୍ୟାଣ୍ଡର ଓ ରୋଭର୍ ଏହିଭଳି […]
ଭୁବନେଶ୍ୱର: ଦାବି ପୂରଣ ନ ହେଲେ ଆନ୍ଦୋଳନକୁ ଓହ୍ଲାଇବ ଭୁବନେଶ୍ୱର ଆପୋଲୋ ହସ୍ପିଟାଲ କର୍ମଚାରୀ ସଂଘ। କର୍ମଚାରୀଙ୍କୁ ନିଯୁକ୍ତି ପତ୍ର, ଇଏସ୍ଆଇ ଓ ସର୍ବନିମ୍ନ ମଜୁରି ପ୍ରଦାନ ସହ ଆପୋଲୋ ହସ୍ପିଟାଲରେ ଚିକିତ୍ସା ସୁବିଧା ଆଦି ଦାବି ଯଦି ପୂରଣ ନ ହୁଏ ତେବେ ସଂଘ ଆନ୍ଦୋଳନ କରିବ ବୋଲି ଜଣାପଡ଼ିଛି। ଏନେଇ ବାରମ୍ବାର ଦାବି ହୋଇ ଆସୁଥିଲେ ମଧ୍ୟ ହସ୍ପିଟାଲ କର୍ତ୍ତୃପକ୍ଷ କୌଣସି ପଦକ୍ଷେପ ନେଉ ନ ଥିବା ନେଇ ସାମ୍ବାଦିକ ସମ୍ମିଳନୀରେ ସଂଘ ଅଭିଯୋଗ […]
ପୁରୀ: ଆଜି ରଥ ଉପରେ ଶ୍ରୀଜିଉଙ୍କ ଅଧରପଣା ନୀତି ଅନୁଷ୍ଠିତ ହେବ। ନୀତି ଶୃଙ୍ଖଳିତ କରିବାକୁ ଶ୍ରୀମନ୍ଦିର ପ୍ରଶାସନ ପକ୍ଷରୁ ତତ୍ପରତା ପ୍ରକାଶ ପାଇଛି। ଅଧରପଣା ନୀତି ଶୃଙ୍ଖଳିତ କରିବା ପାଇଁ ଏକ କମିଟି ଗଠନ ହୋଇଛି। ସୁଆର ମହାସୁଆର ନିଯୋଗ ଓ ଦଇତାପତି ନିଯୋଗକୁ ନେଇ ଏହି କମିଟି ଗଠିତ ହୋଇଛି। ଏନେଇ ଶ୍ରୀମନ୍ଦିର ମୁଖ୍ୟ ପ୍ରଶାସକ ପ୍ରଦୀପ୍ତ ମହାପାତ୍ର ସୂଚନା ଦେଇଛନ୍ତି। ଆସନ୍ତାକାଲି ନୀଳାଦ୍ରି ବିଜେ କରିବେ ମହାପ୍ରଭୁ। ଗତକାଲି ଲକ୍ଷ ଲକ୍ଷ ଶ୍ରଦ୍ଧାଳୁ […]
କେନ୍ଦ୍ରାପଡ଼ା: କେନ୍ଦ୍ରାପଡ଼ାରେ ଜଣେ ଯୁବ ବ୍ୟବସାୟୀଙ୍କୁ ଗୁଳିମାଡ଼ ହୋଇଛି। ଗତକାଲି ସଂଧ୍ୟା ପ୍ରାୟ ୮ଟା ସମୟରେ କେନ୍ଦ୍ରାପଡ଼ା ତିନିମୁହାଣିରେ ଏହି ଗୁଳିମାଡ଼ ହୋଇଥିବା ଜଣାପଡ଼ିଛି। ଏଥିରେ ଯୁବ ବ୍ୟବସାୟୀ ତଥା ତିନିମୁହାଣି ବଜାର କମିଟିର ସଭାପତି ବିବେକାନନ୍ଦ ମହାରଣା ଗୁରୁତର ଆହତ ହୋଇଛନ୍ତି। ତାଙ୍କ ପେଟରେ ଗୁଳି ବାଜିଛି। ବିବେକାନନ୍ଦ ଗୁଲନଗର ଛକରୁ ତିନିମୁହାଣି ଆସୁଥିବା ବେଳେ ଦଣ୍ଡାମୁଣ୍ଡ ନିକଟରେ ବାଇକ୍ରେ ଚାରିଜଣ ଦୁର୍ବୃତ୍ତ ଆସି ତାଙ୍କ ଉପରକୁ ଗୁଳିମାଡ଼ କରି ଫେରାର ହୋଇ ଯାଇଥିଲେ। ବିବେକାନନ୍ଦଙ୍କୁ […]