• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English

Latest News

odisha assembly
ରାଜ୍ୟରେ ବିପର୍ଯ୍ୟସ୍ତ ଆଇନ ଶୃଙ୍ଖଳାକୁ ନେଇ ବିଧାନସଭା ହୁଲ୍‌ସ୍ତୁଲ୍‌

ଭୁବନେଶ୍ୱର: ରାଜ୍ୟରେ ବିପର୍ଯ୍ୟସ୍ତ ଆଇନ ଶୃଙ୍ଖଳାକୁ ନେଇ ବିଧାନସଭା ହୁଲ୍‌ସ୍ତୁଲ୍‌। ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ବିବୃତି ଦାବିରେ ଉଭୟ ବିଜେପି ଓ କଂଗ୍ରେସ ବିଧାୟକ ଗୃହରେ ସରକାରଙ୍କୁ ଘେରିଛନ୍ତି। ବିରୋଧୀ ଦଳ ନେତା ପ୍ରଦୀପ୍ତ ନାୟକ କେନ୍ଦ୍ରାପଡ଼ା ଗୁଳିକାଣ୍ଡ, ସିମୁଳିଆରେ ପଦ୍ମଲୋଚନ ପଣ୍ଡାଙ୍କ ପୁଅକୁ ଗିରଫ ଘଟଣା ସହ ପୁରୀ ଓ ସୁନ୍ଦରଗଡ଼ ଆଦି ଘଟଣା କଥା ଉଠାଇଥିଲେ। ରାଜ୍ୟରେ ଆଇନଶୃଙ୍ଖଳା ସମ୍ପୂର୍ଣ୍ଣ ଭାବେ ଭୁଶୁଡ଼ି ପଡ଼ିଥିବା ଏବଂ ଆକ୍ରୋଶ ରଖି ସିମୁଳିଆରେ ବିଜେପି ନେତା ପଦ୍ମଲୋଚନ […]

bomb blast
ପକେଟ୍‌ରେ ବୋମା ରଖିଥିଲେ, ଫୁଟିଗଲା

ଭଞ୍ଜନଗର: ପକେଟ୍‌ରେ ବୋମା ରଖିଥିଲେ ହେଲେ ତାହା ଫୁଟିଗଲା। ଆଉ ଚାଲିଗଲା ଜୀବନ। ଗଞ୍ଜାମ ଜିଲ୍ଲା ଭଞ୍ଜନଗରରେ ଏହି ଘଟଣା ଘଟିଛି। ସୂଚନା ଅନୁସାରେ, କିଛି ଦୁର୍ବୃତ୍ତ ଜଣେ ବ୍ୟବସାୟୀଙ୍କ ଠାରୁ ଲକ୍ଷାଧିକ ଟଙ୍କା ଲୁଟ୍ କରି ମୋଟର ସାଇକେଲରେ ଘଟଣାସ୍ଥଳରୁ ଚମ୍ପଟ ମାରୁଥିଲେ। ଏହି ସମୟରେ ଡହ ନିକଟ ଗୋଚ୍ଛାପଲ୍ଲୀ ନିକଟରେ ପୁଲିସ୍‌ ସହ ଦୁର୍ବୃତ୍ତଙ୍କ  ମୁହାଁମୁହିଁ ହୋଇଥିଲା। ତେବେ ପୁଲିସ୍‌ ଉପରକୁ ବୋମା ଫିଙ୍ଗି ଖସିଯିବା ପାଇଁ ଉଦ୍ୟମ କରିବା ବେଳେ ଜଣଙ୍କ ବାଇକ୍ […]

himachal pradesh
ପ୍ରବଳ ବର୍ଷାରେ ଭୁଶୁଡ଼ିଲା କୋଠା; ୧୦ ମୃତ

ଶିମଲା: ହିମାଚଳ ପ୍ରଦେଶରେ ଏକ କୋଠା ଭୁଶୁଡ଼ି ୧୦ ଜଣଙ୍କ ମୃତ୍ୟୁ ଘଟିଛି। ମୃତକଙ୍କ ମଧ୍ୟରେ ୭ ଜଣ ଯବାନ ଓ ୩ଜଣ ସାଧାରଣ ନାଗରିକ ଅଛନ୍ତି। ହିମାଚଳ ପ୍ରଦେଶ ସୋଲାନ ଜିଲ୍ଲାର କୁମାରହଟ୍ଟୀ ସହରରେ ଏହି ଅଭାବନୀୟ ଘଟଣା ଘଟିଛି। ପ୍ରବଳ ବର୍ଷା ହେବାରୁ କୋଠାର ମୂଳଦୁଆ ମାଟିରେ ଦବି ଯାଇଥିଲା। ଫଳରେ ଏହା ଭୁଶୁଡ଼ି ପଡ଼ିଥିଲା। ଏବେ ବି ଅନେକ ଲୋକେ ମାଟି ଅତଡ଼ା ତଳେ ଫଶି ରହିଥିବା କୁହାଯାଉଛି। ଉଦ୍ଧାର କାର୍ଯ୍ୟରେ ଏନ୍‌ଡିଆର୍‌ଏଫ୍‌ ଟିମ୍‌ […]

murder
ମା’କୁ ଟାଙ୍ଗିଆରେ ହାଣିଲା ପୁଅ

ଆଠଗଡ଼: ପୁଅର ଟାଙ୍ଗିଆ ଚୋଟରେ ମା’ର ମୃତ୍ୟୁ ଘଟିଛି। କଟକ ଜିଲ୍ଲା ଚୌଦ୍ୱାର ଥାନା ଅନ୍ତର୍ଗତ କଖଡ଼ି ବଜାର ସାହିରେ ଗତକାଲି ବିଳମ୍ବିତ ରାତିରେ ଏହି ଅଭାବନୀୟ ଘଟଣା ଘଟିଛି। ମୃତ ମହିଳା ଜଣଙ୍କ ହେଲେ ସାବି ପ୍ରଧାନ। ତାଙ୍କ ପୁଅ ନାଁ ପ୍ରକାଶ ପ୍ରଧାନ। ହତ୍ୟାକାଣ୍ଡ ପରେ ପ୍ରକାଶ ଫେରାର ହୋଇଯାଇଛି। ସୂଚନା ଅନୁଯାୟୀ, ଘରୋର କଥାକୁ ନେଇ ମା’, ପୁଅ ମଧ୍ୟରେ ପାଟିତୁଣ୍ଡ ହୋଇଥିଲା। ପାଟିତୁଣ୍ଡ ବେଳେ ପ୍ରକାଶ ହଠାତ୍ ଏକ ଟାଙ୍ଗିଆରେ ତାଙ୍କ ମା’ ସାବିଙ୍କୁ […]

khurda
କୁଖ୍ୟାତ ବ୍ରାଉନ୍‌ସୁଗର ବେପାରୀ ‘ଛୋଟା’ର ବେଆଇନ୍‌ ଘର ଉଚ୍ଛେଦ

ଖୋର୍ଦ୍ଧା: ଖଣି ମାଫିଆ ତଥା କୁଖ୍ୟାତ ବ୍ରାଉନ୍‌ସୁଗର ବେପାରୀ ଶୁଭ୍ରାଂଶୁ ପରିଡ଼ାଙ୍କ ବେଆଇନ୍‌ ଘର ଉଚ୍ଛେଦ କରାଯାଉଥିବା ସୂଚନା ମିଳିଛି। ଖୋର୍ଦ୍ଧା ଜିଲ୍ଲା ଗୁରୁଜଙ୍ଗରେ ଶୁଭ୍ରାଂଶୁ ପରିଡ଼ା ଓରଫ୍ ଛୋଟାର ପ୍ରାୟ ୨ କୋଟି ଟଙ୍କା ମୂଲ୍ୟର ପ୍ରାୟ ୨୦ ବଖରା ଘର ରହିଛି। ରିପୋର୍ଟ ଲେଖାଯିବା ସୁଦ୍ଧା ବର୍ତ୍ତମାନ ଯାଏ ଏହି ବେଆଇନ୍‌ ଘରକୁ ଉଚ୍ଛେଦ କରାଯାଉଛି। ମାଜିଷ୍ଟ୍ରେଟ୍‌ଙ୍କ ଉପସ୍ଥିତରେ ୨ଟି ଜେସିବି ସାହାଯ୍ୟରେ ଏହି ଘର ସବୁ ଘର ଭଙ୍ଗା ଯାଉଛି। ଜିଲ୍ଲା ପ୍ରଶାସନ ପକ୍ଷରୁ […]

akshay
ଜାଣନ୍ତୁ କାହିଁକି କ୍ରିକେଟ୍‌କୁ ପସନ୍ଦ କରନ୍ତି ନାହିଁ ଅକ୍ଷୟ କୁମାରଙ୍କ ପୁଅ

ମୁମ୍ବାଇ: ବଲିଉଡ୍‌ ଅଭିନେତା ଅକ୍ଷୟ କୁମାର କ୍ରିକେଟ୍‌ର ବହୁତ ବଡ଼ ଫ୍ୟାନ୍‌ ହୋଇଥିଲେ ମଧ୍ୟ ତାଙ୍କ ପୁଅ ଆରଭ ଏହି ଖେଳକୁ ପସନ୍ଦ କରନ୍ତି ନାହିଁ। ଜାଣନ୍ତି କାହିଁକି? କାରଣ ଅକ୍ଷୟ କ୍ରିକେଟ୍‌ ମ୍ୟାଚ୍‌ ବହୁତ ଦେଖନ୍ତି। ଆଉ ଏହାକୁ ତାଙ୍କ ପୁଅ ଏହାକୁ ପସନ୍ଦ କରନ୍ତି ନାହିଁ। କଥାଟା ଶୁଣିକି ଅଜବ ଲାଗୁଥିଲେ ମଧ୍ୟ ଏହା ସତ। ତେବେ ଏସବୁ ସେତେବେଳେ ପର୍ଦ୍ଦାଫାସ ହୋଇଥିଲା ଯେତେବେଳେ ଷ୍ଟାର ସ୍ପୋର୍ଟସ୍‌ ଫିଲିପ୍ସ ହୁଇ କ୍ରିକେଟ୍ ଲାଇଭ୍‌ରେ ଅକ୍ଷୟ […]

bike
ଭାରତୀୟ ବଜାରରେ ପ୍ରବେଶ କଲା ପ୍ରଥମ ଇଥାନଲ୍ ବାଇକ୍

ନୂଆଦିଲ୍ଲୀ: ଭାରତର ଅଗ୍ରଣୀ ଦୁଇ ଚକିଆ ଗାଡି ନିର୍ମାତା ଟିଭିଏସ କମ୍ପାନୀ ଦେଶର ପ୍ରଥମ ଇଥାନଲ ବାଇକ୍ ବଜାରକୁ ଆଣିଛି। ଏହି ବାଇକ୍ ପେଟ୍ରୋଲ୍ ଓ ଡିଜେଲ ପରିବର୍ତ୍ତେ ଇଥାନଲରେ ଚାଲିବ। ଏହା ପେଟ୍ରୋଲ୍ ଓ ଡିଜେଲ୍ ତୁଳନାରେ କମ୍ ପ୍ରଦୂଷଣ କରିବ। ଆପାଚି ଆରଟିଆର ମଡେଲର ୨୦୦ ସିସିରେ ଏହି ଇଥାନଲ୍ ଚାଳିତ ବାଇକ୍ ବଜାରକୁ ଆସିଛି। ଏଫଆଇ ମଡେଲର ଏହି ଗାଡ଼ିର ଦାମ୍ ୧ ଲକ୍ଷ ୨୦ ହଜାର ଟଙ୍କା ରହିଛି। ତେବେ ମୁଖ୍ୟତଃ […]

child
ରାସ୍ତାକଡ଼ରୁ ନବଜାତ ଶିଶୁପୁତ୍ର ଉଦ୍ଧାର

ବୌଦ୍ଧ (ଭାର୍ଜନ ପ୍ରଧାନ): ବୌଦ୍ଧ ଜିଲ୍ଲା ପୁରୁଣାକଟକ ଥାନା ଦିଗିସିରା ନିକଟସ୍ଥ ରାସ୍ତାକଡ଼ରୁ ଏକ ନବଜାତ ଶିଶୁପୁତ୍ରକୁ ଉଦ୍ଧାର କରାଯାଇଛି। ଗତକାଲି ବିଳମ୍ବିତ ରାତିରେ ଶିଶୁଟିକୁ ଉଦ୍ଧାର କରାଯାଇଥିଲା। ସୂଚନା ଅନୁଯାୟୀ, ସ୍ଥାନୀୟ ଲୁଣିବାହାଲ ଗାଁର ଜଣେ ବ୍ୟକ୍ତି ରାସ୍ତାକଡ଼ରେ ଶିଶୁପୁତ୍ର ପଡ଼ିଥିବା ଦେଖିଥିଲେ। ସେ ଛୁଆଟିକୁ ଉଦ୍ଧାର କରି ପୁରୁଣାକଟକ ଡାକ୍ତରଖାନାରେ ଭର୍ତ୍ତି କରିଥିଲେ। ଛୁଆଟି ସୁସ୍ଥ ଥିବା ଡାକ୍ତର କହିଛନ୍ତି। ପୁରୁଣାକଟକ ପୁଲିସ୍‌ ଘଟଣାର ତଦନ୍ତ କରୁଛି। ଏହାସହ ଶିଶୁଟିକୁ ଜିଲ୍ଲା ଶିଶୁ ସୁରକ୍ଷା […]

puri
ପୁରୀ ଟ୍ରିପଲ୍‌ ମର୍ଡର ଘଟଣାରେ ୪ ଅଟକ

ପୁରୀ: ପୁରୀ ପଟ୍ଟନାୟକିଆ ଛକରେ ଟ୍ରିପଲ୍‌ ମର୍ଡର ଘଟଣାରେ ଅଭିଯୁକ୍ତଙ୍କ ପରିବାରର ୪ଜଣଙ୍କୁ ଅଟକ ରଖିଛି। ମୋଟ ୭ଜଣଙ୍କ ନାଁରେ ଏତଲା ହୋଇଥିବା ବେଳେ ଘଟଣାର ୧୨ ଘଣ୍ଟା ପରେ ବି କୌଣସି ଅଭିଯୁକ୍ତଙ୍କୁ ଧରିବାରେ ପୁଲିସ୍‌ ସଫଳ ହୋଇନି। ଏହି ଘଟଣାକୁ ନେଇ ସ୍ଥାନୀୟ ଅଞ୍ଚଳରେ ଏବେବି ଚାପା ଉତ୍ତେଜନା ଲାଗି ରହିଛି। ପଟ୍ଟନାୟକିଆ ଛକ ଜନଶୂନ୍ୟ ହୋଇ ପଡ଼ିଥିବା ବେଳେ ସବୁ ଦୋକାନ ବଜାର ବନ୍ଦ ରହିଛି। ମୃତକଙ୍କ ଗାଁ ଓ ଘଟଣାସ୍ଥଳରେ ଅପ୍ରୀତିକର ପରିସ୍ଥିତି ରୋକିବାକୁ […]

bhopal
‘ପ୍ରେମ ବିବାହ କରିଥିବାରୁ ବାପା ମା’ ପ୍ରତିଶୋଧ ନେବାକୁ ଉଦ୍ୟମ କରୁଛନ୍ତି’

ଭୋପାଲ: ପରିବାର ଲୋକଙ୍କ ଇଚ୍ଛା ବିରୁଦ୍ଧରେ ଜଣେ ଦଳିତ ଯୁବକଙ୍କୁ ବିବାହ କରିଥିବା ବିଜେପି ବିଧାୟକ ରାଜେଶ ମିଶ୍ରାଙ୍କ ଝିଅ ସାକ୍ଷୀ ମିଶ୍ରା ନିକଟରେ ଏକ ଭାବ ପ୍ରବଣ ଭିଡ଼ିଓ ଜାରି କରିଥିଲେ। ଏହି ଭିଡିଓ ମାଧ୍ୟମରେ ସେ ତାଙ୍କ ବାପାଙ୍କୁ ଗୁଣ୍ଡା ପଠାଇବା ବନ୍ଦ କରନ୍ତୁ ବୋଲି ଗୁହାରି କରିଥିଲେ। ଏହି ଘଟଣାର ମାତ୍ର କିଛି ଦିନ ପରେ ବାପା ମା’ଙ୍କ ବିରୋଧ ସତ୍ତ୍ୱେ ନିଜ ପସନ୍ଦର ବିବାହ କରିଥିବା ଆଉ  ଜଣେ ମହିଳା ଭିଡିଓ ଜାରି କରି ନିଜ ପାଇଁ […]

bigg boss telugu
‘ବିଗ୍‌ ବସ୍‌’ ତେଲୁଗୁ ଆୟୋଜକଙ୍କ ବିରୋଧରେ ଯୌନ କେଳେଙ୍କାରୀ ଅଭିଯୋଗ ଆଣିଲେ ମହିଳା ସାମ୍ବାଦିକ

ହାଇଦ୍ରାବାଦ: ହାଇଦ୍ରାବାଦର ଜଣେ ମହିଳା ସାମ୍ବାଦିକ ‘ବିଗ୍‌ ବସ୍‌’ ତେଲୁଗୁ କାର୍ଯ୍ୟକ୍ରମ ନାଁ’ରେ ସଙ୍ଗୀନ ଅଭିଯୋଗ ଆଣିଛନ୍ତି। ସେ କହିଛନ୍ତି ଯେ, ଏହି ଶୋ’ର ତୃତୀୟ ସଂସ୍କରଣ ପାଇଁ ସେ ମନୋନୀତ ହୋଇଥିଲେ। ତେବେ ଶୋ’ର ଫାଇନାଲ୍‌ ସିଲେକ୍ସନ୍‌ ରାଉଣ୍ଡକୁ ଯିବାକୁ ହେଲେ ପ୍ରଥମେ ‘ବସ୍‌’ଙ୍କ ସହ ଶାରୀରିକ ସମ୍ପର୍କ ରଖିବାକୁ ହେବ ବୋଲି କାର୍ଯ୍ୟକ୍ରମର ଆୟୋଜକ ତାଙ୍କୁ କହିଥିଲେ ବୋଲି ସେ ଅଭିଯୋଗ କରିଛନ୍ତି। ତାଙ୍କ ଅଭିଯୋଗ ଅଧାରରେ ଏହି ରିଅଲିଟି ଶୋ’ର ଆୟୋଜକମାନଙ୍କ ନାମରେ […]

puri
ଆଜି ନୀଳ କନ୍ଦରକୁ ବିଜେ କରିବେ ଶ୍ରୀଜିଉ

ପୁରୀ: ଆଜି ନୀଳ କନ୍ଦରକୁ ବିଜେ କରିବେ ଚତୁର୍ଦ୍ଧାମୂର୍ତ୍ତି। ଠାକୁରମାନଙ୍କୁ ଗୋଟି ପହଣ୍ଡିରେ ରଥ ଉପରୁ ରତ୍ନ ସିଂହାସନକୁ ପହଣ୍ଡି କରାଯାଇ ନିଆଯିବ। ପରମ୍ପରା ଅନୁସାରେ, ମହାପ୍ରଭୁ କାଳିଆ ସାଆନ୍ତଙ୍କ ରତ୍ନବେଦୀକୁ ବାହୁଡ଼ିବା ବେଳେ ବାଟରେ ତାଙ୍କୁ ଅଭିମାନିନୀ ମା’ ଲକ୍ଷ୍ମୀ ଅଟକାଇବେ।  ତେବେ ମହାପ୍ରଭୁ ଜଗନ୍ନାଥ ମା’ ଲକ୍ଷ୍ମୀଙ୍କୁ ସ୍ୱାଦିଷ୍ଟ ରସଗୋଲା ଖୁଆଇ ତାଙ୍କ ମାନଭଞ୍ଜନ କରାଇବେ। ଗତକାଲି ରଥଉପରେ ଶ୍ରୀଜିଉଙ୍କ ଅଧରପଣା ନୀତି ଅନୁଷ୍ଠିତ ହୋଇଥିଲା।

chandrayaan
ଅଟକିଲା ‘ଚନ୍ଦ୍ରଯାନ-୨’ର ଉତ୍‌କ୍ଷେପଣ

ନୂଆଦିଲ୍ଲୀ: ଅଟକିଲା ‘ଚନ୍ଦ୍ରଯାନ-୨’ର ମହାକାଶ ମିଶନ୍। ଶେଷ ମୁହୂର୍ତ୍ତରେ ବୈଷୟିକ ତ୍ରୁଟି ଯୋଗୁ ଉତ୍‌କ୍ଷେପଣ ପ୍ରକ୍ରିୟାରେ ରୋକ୍‌ ଲଗାଯାଇଛି।  ଆନ୍ଧ୍ରପ୍ରଦେଶର ଶ୍ରୀହରିକୋଟା ସତୀଶ ଧୱନ କେନ୍ଦ୍ରର ୨ ନମ୍ବର ଲଞ୍ଚ୍ ପ୍ୟାଡ୍‌ରୁ ଗତକାଲି ବିଳମ୍ବିତ ରାତି ୨ଟା ୫୧ରେ ରକେଟ୍ ଜିଏସ୍ଏଲ୍‌ଭି ମାର୍କ ଥ୍ରୀ ବା ବାହୁବଳୀ ‘ଚନ୍ଦ୍ରଯାନ-୨’କୁ ନେଇ ମହାକାଶ ଅଭିମୁଖେ ଯାତ୍ରା କରିଥାନ୍ତା। ହେଲେ ଉତ୍‌କ୍ଷେପଣର ନିର୍ଦ୍ଧାରିତ ସମୟର ୫୬ ମିନିଟ୍ ପୂର୍ବରୁ ମିଶନ ସ୍ଥଗିତ ରଖାଯାଇଥିଲା। ଲଞ୍ଚ ଭେହିକିଲ୍‌ ସିଷ୍ଟମରେ ତ୍ରୁଟି ଯୋଗୁ […]