
ଭୁବନେଶ୍ୱର: ହାଇକୋର୍ଟର ସ୍ଥାୟୀ ବେଞ୍ଚ ପ୍ରତିଷ୍ଠା ପ୍ରସଙ୍ଗକୁ ନେଇ ଆଜି ବିଧାନସଭାରେ ହଟ୍ଟଗୋଳ ସୃଷ୍ଟି ହୋଇଛି। ଫଳରେ ୩ଟା ଯାଏ ଗୃହ ମୁଲତବି ହୋଇଥିଲା। କଂଗ୍ରେସ ବିଧାୟକ ଦଳ ନେତା ନରସିଂହ ମିଶ୍ର ଏହି ପ୍ରସଙ୍ଗ ଉଠାଇ କହିଥିଲେ, ବଲାଙ୍ଗିରରେ ହାଇକୋର୍ଟର ସ୍ଥାୟୀ ବେଞ୍ଚ ପ୍ରତିଷ୍ଠା ପାଇଁ ଯଶଓ୍ୱନ୍ତ କମିଶନ ରିପୋର୍ଟ ଦେଇଥିଲେ। ୬ ମାସରେ ବିଧାନସଭାରେ ରିପୋର୍ଟ ଉପସ୍ଥାପନ ହେବା କଥା ହେଲେ ୬ ବର୍ଷ ବିତିଯାଇଥିଲେ ବି ରିପୋର୍ଟ ଆଗତ ହୋଇନି। ତାହା କୁଆଡ଼େ […]
ଭୁବନେଶ୍ୱର: ପୁରୀ ପଟ୍ଟନାୟକିଆ ଛକରେ ଟ୍ରିପଲ୍ ମର୍ଡର ଘଟଣାରେ ମାଷ୍ଟର ମାଇଣ୍ଡ ସମେତ ୬ ଜଣଙ୍କୁ ପୁଲିସ୍ ଗିରଫ କରିଛି। ଏନେଇ ବିଧିବଦ୍ଧ ଭାବେ ଡିଜିପି ଆରପି ଶର୍ମା ସୂଚନା ଦେଇଛନ୍ତି। ରବିବାର ଦିନ ପଟ୍ଟନାୟକିଆ ଛକ ନିକଟରେ ବିଚ୍ ରାସ୍ତାରେ ଗୋଟିଏ ପରିବାରର ତିନି ଜଣଙ୍କୁ ଗୋଡାଇ ଗୋଡ଼ାଇ ହତ୍ୟା କରାଯାଇଥିବା ଅଭିଯୋଗ ହୋଇଥିଲା। ମୃତକମାନେ ହେଲେ ସ୍ଥାନୀୟ ସଦାନନ୍ଦପୁରର କୃଷ୍ଣ ବେହେରା, ପଞ୍ଚୁ ବେହେରା ଓ ପୂର୍ଣ୍ଣ ବେହେରା। ଏହି ତିନିଜଣ କୌଣସି କାର୍ଯ୍ୟରେ […]
ନୂଆଦିଲ୍ଲୀ: ସଂସଦରେ ଅନୁପସ୍ଥିତ ରହୁଥିବା ମନ୍ତ୍ରୀଙ୍କ ଉପରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି କ୍ଷୁବ୍ଧ ହୋଇଛନ୍ତି। ଯେଉଁ ମନ୍ତ୍ରୀମାନେ ସଂସଦରେ ଅନୁପସ୍ଥିତ ରହୁଛନ୍ତି ସେମାନଙ୍କ ତାଲିକା ପ୍ରତିଦିନ ସନ୍ଧ୍ୟାରେ ଦେବାକୁ ଆଜି ପ୍ରଧାନମନ୍ତ୍ରୀ ନିର୍ଦ୍ଦେଶ ଦେଇଛନ୍ତି। ଅନୁପସ୍ଥିତ ମନ୍ତ୍ରୀଙ୍କ ତାଲିକା ଦେବାକୁ ବିଜେପି ସଂସଦୀୟ ଦଳ ବୈଠକରେ ପ୍ରଧାନମନ୍ତ୍ରୀ ମୋଦି ସଂସଦୀୟ ବ୍ୟାପାର ମନ୍ତ୍ରୀ ପ୍ରହ୍ଲାଦ ଯୋଶୀଙ୍କୁ ଏଭଳି ନିର୍ଦ୍ଦେଶ ଦେଇଛନ୍ତି। ପ୍ରଧାନମନ୍ତ୍ରୀ ଦଳର ସାଂସଦମାନଙ୍କୁ ସରକାରୀ ଅଧିକାରୀଙ୍କ ସହ ବସି ଲୋକଙ୍କ ସମସ୍ୟା କେମିତି ସମାଧାନ ହୋଇପାରିବ […]
ମୁମ୍ବାଇ: ମୁମ୍ବାଇର ଜନଗହଳିପୂର୍ଣ୍ଣ ଡୋଙ୍ଗ୍ରୀ ଅଞ୍ଚଳରେ ଏକ ୪ ମହଲା କୋଠା ଭୁଶୁଡ଼ି ପଡ଼ିଛି। ଆଜି ସକାଳ ୧୧ଟା ୪୦ ମିନିଟ୍ରେ ଏହି ଅଘଟଣ ଘଟିଥିବା ଜଣାପଡ଼ିଛି। ଏହି ଘଟଣା ପରେ ଉଦ୍ଧାର କାର୍ଯ୍ୟ ଜୋରଦାର ଆରମ୍ଭ ହୋଇଛି। ମିଳିଥିବା ସୂଚନା ଅନୁସାରେ, ଭଗ୍ନାବଶେଷ ତଳେ ୪୦ରୁ ୫୦ ଜଣ ଫସି ରହିଥିବା ଆଶଙ୍କା କରାଯାଉଛି। ଏନ୍ଡିଆରଏଫ୍ ଟିମ୍ ଘଟଣାସ୍ଥଳରେ ପହଞ୍ଚି ଉଦ୍ଧାର କାର୍ଯ୍ୟ ଆରମ୍ଭ କରିଛନ୍ତି। କୋଠା ଭୁଶିଡ଼ା ସ୍ଥାନଟି ଏକ ଛୋଟିଆ ଗଳି ମଧ୍ୟରେ […]
ଭବାନୀପାଟଣା: ପୁଣି ଭାରରେ ବୁହା ହେଲା ମୃତଦେହ। ମହାପ୍ରୟାଣ ଗାଡ଼ି ନ ଥିବାରୁ ଭାରରେ ପତ୍ନୀଙ୍କ ମୃତଦେହକୁ ତାଙ୍କ ସ୍ୱାମୀ ଓ ପରିବାର ଲୋକେ ବୋହିଛନ୍ତି। କଳାହାଣ୍ଡି ଜିଲ୍ଲା ଥୁଆମୂଳ ରାମପୁର ବ୍ଲକ୍ ଅଞ୍ଚଳରେ ଏହି ଘଟଣା ଘଟିଛି। ମୃତକ ହେଲେ ବାଲିଛ଼ଡ଼ା ଗାଁର ନିଗିଡି ମାଝୀ। ଏହି ଘଟଣାକୁ ନେଇ ଗଣମାଧ୍ୟମରେ ଖବର ପ୍ରସାରଣ ପରେ କଳାହାଣ୍ଡି ସିଡିଏମ୍ଓ ତଦନ୍ତ ନିର୍ଦ୍ଦେଶ ଦେଇଛନ୍ତି। ନିଗିଡିଙ୍କ ସ୍ୱାସ୍ଥ୍ୟ ଖରାପ ହେବାରୁ ତାଙ୍କୁ କଣିଗୁମା ଡାକ୍ତରଖାନାରେ ଭର୍ତ୍ତି କରାଯାଇଥିଲା। ସେଠାରେ ତାଙ୍କର ଚିକିତ୍ସାଧୀନ […]
ଭୁବନେଶ୍ୱର: ବିଧାନସଭା ମୁଖ୍ୟ ଫାଟକ ନିକଟରେ ଜଣେ ମହିଳା ପ୍ରତିବାଦ କରିଛନ୍ତି। ବିଧାନସଭା ଅଧିବେଶନ ପାଇଁ କଡ଼ା ସୁରକ୍ଷା ବ୍ୟବସ୍ଥା ହୋଇଥିବା ବେଳେ ପୁଲିସ୍କୁ ଚକ୍ମା ଦେଖାଇ ମହିଳା ଜଣକ ଆଜି ବିଧାନସଭାର ମୁଖ୍ୟ ଫାଟକ ଆଗକୁ ପଳାଇ ଆସିଥିଲେ। ବିବାହ ଓ ଚାକିରି ନାଁରେ ଦେହ ବ୍ୟବସାୟ ପାଇଁ ବାଧ୍ୟ କରାଯାଉଥିବା ସେ ଅଭିଯୋଗ କରିଛନ୍ତି। ଏନେଇ ସେ ପୁଲିସ୍ରେ ଅଭିଯୋଗ କରିଥିଲେ ମଧ୍ୟ ସମ୍ପୃକ୍ତ ବ୍ୟକ୍ତିଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯାଉ ନ ଥିବା […]
କଟକ: ସାଂସଦ ଅନୁଭବ ମହାନ୍ତିଙ୍କ ନାଁରେ ମହିଳା ସାମ୍ବାଦିକ ଆଣିଥିବା ଅଭିଯୋଗ ମାମଲାରେ ଆଜି କଟକ JMFC କୋର୍ଟରେ ଅଭିଯୋଗକାରିଣୀ ସସ୍ମିତା ଆଚାର୍ଯ୍ୟଙ୍କ ବୟାନ ରେକର୍ଡ କରାଯାଇଛି। ୧୬୪ ଧାରାରେ କୋର୍ଟଙ୍କ ସମ୍ମୁଖରେ ସସ୍ମିତା ତାଙ୍କର ବୟାନ ରଖିଛନ୍ତି। ଏହି ସମୟରେ ପୁରୀଘାଟ ପୁଲିସ୍ ଏବଂ ତଦନ୍ତକାରୀ ଅଧିକାରୀ ଉପସ୍ଥିତ ଥିଲେ। ଗତ ଦୁଇ ଦିନ ତଳେ ମହିଳା ସାମ୍ବାଦିକ ଜଣକ ପୁରୀଘାଟ ଥାନାରେ ଧାରଣାରେ ବସିଥିଲେ। ଏହି ମାମଲାରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ ହେଉ ନ ଥିବା […]
ଭୁବନେଶ୍ୱର: କମିଶନରେଟ୍ ପୁଲିସ ପକ୍ଷରୁ ଅପରେସନ୍ ବୁଲେଟ୍ ଆରମ୍ଭ ହୋଇଛି। ବିକଟାଳ ସାଉଣ୍ଡ ଓ ଫାଇରିଂ ସାଉଣ୍ଡ କରୁଥିବା ବୁଲେଟ୍ ଚାଳକ ଉପରେ ଟ୍ରାଫିକ ପୁଲିସ୍ କଡ଼ା ଆଭିମୁଖ୍ୟ ଗ୍ରହଣ କରିଛି। ଗତକାଲି ସହରର ୬ଟି ଛକରେ ଟ୍ରାଫିକ ଯାଞ୍ଚ ବେଳେ ପ୍ରାୟ ୨୦ରୁ ଅଧିକ ବୁଲେଟ୍କୁ ପୁଲିସ୍ ଜବତ କରିଛି। ସେସବୁ ବୁଲେଟ୍ର ସାଇଲେନ୍ସର୍କୁ ପୁଲିସ୍ କାଢ଼ି ଦେଇଛି। ଏଥିସହ ଚାଳକମାନଙ୍କଠାରୁ ୫୦୦ ଟଙ୍କା ଲେଖାଏ ଜରିମାନା ମଧ୍ୟ ଆଦାୟ କରାଯାଇଛି। ଏପରିକି ପୁନର୍ବାର ଏପରି ନ କରିବାକୁ […]