
ଭୁବନେଶ୍ୱର: ସମାଜସେବୀ ପଦ୍ମଶ୍ରୀ ଡି. ପ୍ରକାଶ ରାଓଙ୍କୁ ମାଗଣା ଚିକିତ୍ସା ସୁବିଧା ଯୋଗାଇ ଦେବାକୁ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ନିର୍ଦ୍ଦେଶ ଦେଇଛନ୍ତି। ଏହାସହ ଚିକିତ୍ସା ବ୍ୟବସ୍ଥାର ତଦାରଖ ପାଇଁ କଟକ ଜିଲ୍ଲାପାଳଙ୍କୁ ମଧ୍ୟ ନିର୍ଦ୍ଦେଶ ଦେଇଛନ୍ତି। ପ୍ରକାଶଙ୍କ ଶୀଘ୍ର ଆରୋଗ୍ୟ କାମନା କରିଛନ୍ତି ମୁଖ୍ୟମନ୍ତ୍ରୀ। ଏବେ ପଦ୍ମଶ୍ରୀ ପ୍ରକାଶ ରାଓଙ୍କ ସ୍ୱାସ୍ଥାବସ୍ଥା ସ୍ଥିର ରହିଛି। କଟକ ବଡ଼ ମେଡିକାଲ ଭେଷଜ ବିଭାଗର ଆଇସିୟୁରେ ତାଙ୍କର ଚିକିତ୍ସା ଚାଲିଛି। ଗତକାଲି ଅନୁଗୁଳକୁ ଏକ କାର୍ଯ୍ୟକ୍ରମରେ ଯୋଗ ଦେବା ପାଇଁ […]
ଇସଲାମାବାଦ: ମୋଷ୍ଟ ୱାଣ୍ଟେଡ୍ ଆତଙ୍କବାଦୀ ହାଫିଜ୍ ସୟିଦକୁ ଗିରଫ କରାଯାଇଛି। ଗିରଫ ପରେ ହାଫିଜ୍କୁ ବିଚାର ବିଭାଗୀୟ ହାଜତକୁ ପଠାଇ ଦିଆଯାଇଥିବା ସୂଚନା ମିଳିଛି। ପାକିସ୍ତାନ ପଞ୍ଜାବ ପ୍ରଦେଶର କାଉଣ୍ଟର ଟେରରିଜିମ ଅଧିକାରୀ ତାକୁ ଗିରଫ କରିଛନ୍ତିା ଲାହୋରରୁ ଗୁଜରନୱାଲା ଗଲାବେଳେ ହାଫିଜକୁ ଗିରଫ କରାଯାଇଛି। ଆତଙ୍କବାଦୀ ସଂଗଠନ ଜାମାତ ଉଦ୍-ଦାୱା(ଜେୟୁଡି)ର ମୁଖ୍ୟ ହାଫିଜ୍ ୨୬/୧୧ ମୁମ୍ବାଇ ଆକ୍ରମଣର ମାଷ୍ଟର ମାଇଣ୍ଡ। ଏଥିସହ ବିଶ୍ୱର ଅନ୍ୟ ଅଞ୍ଚଳରେ ହୋଇଥିବା ବିଭିନ୍ନ ଆତଙ୍କବାଦୀ ଆକ୍ରମଣ ପଛରେ ମଧ୍ୟ ହାଫିଜ୍ର ହାତ ରହିଛି। […]
ଭୁବନେଶ୍ୱର: ପାଟକୁରା ବିଧାନସଭା ନିର୍ବାଚନ ପାଇଁ ବିଜେଡି ସୁପ୍ରିମୋ ନବୀନ ପଟ୍ଟନାୟକ ଆଜି ପ୍ରଚାର କରୁଥିବା ବେଳେ ଅଧିକାଂଶ ବିଧାୟକ, ମନ୍ତ୍ରୀ ଏଥିରେ ସାମିଲ ହୋଇଛନ୍ତି। ଫଳରେ ବିଧାନସଭାରେ ଆଜି ଅଧିକାଂଶ ମନ୍ତ୍ରୀ, ବିଧାୟକ ଅନୁପସ୍ଥିତ ଅଛନ୍ତି। ଶାସକ ଦଳ ସଦସ୍ୟ ବସୁଥିବା ଅନେକ ଚେୟାର ଖାଲି ପଡ଼ିଛି। ଏପରିକି ମନ୍ତ୍ରୀମାନଙ୍କର ନିଜ ବିଭାଗର ପ୍ରଶ୍ନୋତ୍ତର କାର୍ଯ୍ୟକ୍ରମ ରହିଥିଲେ ମଧ୍ୟ ସେମାନେ ଅନୁପସ୍ଥିତ ଅଛନ୍ତି। ତାଙ୍କ ସ୍ଥାନରେ ଅନ୍ୟ ମନ୍ତ୍ରୀମାନେ ଗୃହରେ ଉତ୍ତର ରଖୁଛନ୍ତି। ଖାଦ୍ୟ ଯୋଗାଣ ମନ୍ତ୍ରୀ ରଣେନ୍ଦ୍ର […]
ମୁମ୍ବାଇ: ମୁମ୍ବାଇର ଜନଗହଳିପୂର୍ଣ୍ଣ ଡୋଙ୍ଗ୍ରୀ ଅଞ୍ଚଳରେ ଏକ ୪ ମହଲା କୋଠା ଭୁଶୁଡ଼ିବା ଘଟଣାରେ ମୃତକଙ୍କ ସଂଖ୍ୟା ୧୪କୁ ବୃଦ୍ଧି ପାଇଛି। ଆହୁରି ଅନେକ ଲୋକେ ଫସି ରହିଥିବା ଆଶଙ୍କା କରାଯାଉଛି। ଫସି ରହିଥିବା ଲୋକଙ୍କୁ ଉଦ୍ଧାର ପାଇଁ ଗତକାଲି ରାତି ସାରା ଉଦ୍ଧାର କାର୍ଯ୍ୟ ଜାରି ରହିଥିଲା। ଆଜି ସକାଳୁ ସକାଳୁ ମଧ୍ୟ ଉଦ୍ଧାର କାର୍ଯ୍ୟ ଚାଲିଛି। କୋଠାଟି ଶହେ ବର୍ଷରୁ ଅଧିକ ପୁରୁଣା ହୋଇଥିବା ଯୋଗୁ ଭୁଶୁଡ଼ି ପଡ଼ିଥିବା କୁହାଯାଉଛି। ଘଟଣାସ୍ଥଳରେ ପୁଲିସ୍, ଅଗ୍ନିଶମ […]
କୋଲକାତା/ଭୁବନେଶ୍ୱର: କୋଲକାତା ଧୂଲାଗଡ଼ ନିକଟରେ ଏକ ସଡ଼କ ଦୁର୍ଘଟଣାରେ ୫ଜଣ ଓଡ଼ିଆ ଯୁବକଙ୍କ ମୃତ୍ୟୁ ହୋଇଥିବା ସୂଚନା ମିଳିଛି। ଦୁର୍ଘଟଣାରେ ୩ ଜଣ ଗୁରୁତର ଆହତ ହୋଇଛନ୍ତି। ସେମାନଙ୍କୁ ସ୍ଥାନୀୟ ଏକ ମେଡିକାଲ୍ରେ ଭର୍ତ୍ତି କରାଯାଇଛି। ସମସ୍ତ ମୃତାହତ ଯାଜପୁର ଓ ଭଦ୍ରକ ଅଞ୍ଚଳର ବୋଲି ସୂଚନା ମିଳିଛି। ସେମାନଙ୍କ ମଧ୍ୟରୁ ୨ ଜଣଙ୍କ ପରିଚୟ ମିଳିଛି। ସେମାନେ ହେଲେ ଭଦ୍ରକର ମନୋଜ ମହାନ୍ତି ଓ ଦିଗବିଜୟ ଦାସ। ସୂଚନା ଅନୁସାରେ, ଗତକାଲି ଏକ ଇନୋଭା ଗାଡ଼ିରେ […]
ଭୋପାଲ: ଶ୍ରୀଲଙ୍କାରେ ପ୍ରସ୍ତାବିତ ମାତା ସୀତାଙ୍କ ମନ୍ଦିର ନିର୍ମାଣ ନେଇ ପୂର୍ବତନ ମୁଖ୍ୟମନ୍ତ୍ରୀ ଶିବରାଜ ସିଂହ ଚୌହ୍ୱାନ ଓ ମଧ୍ୟ ପ୍ରଦେଶ ମୁଖ୍ୟମନ୍ତ୍ରୀ କମଲନାଥଙ୍କ ମଧ୍ୟରେ କଥା କଟାକଟି ପରିସ୍ଥିତି ସୃଷ୍ଟି ହୋଇଛି। ମାତା ସୀତା ଅପହରଣ ହୋଇଥିଲେ କି ନାହିଁ, ତା’ର ତଦନ୍ତ କରିବାକୁ ଶ୍ରୀଲଙ୍କାକୁ ମଧ୍ୟ ପ୍ରଦେଶର କମଲନାଥ ସରକାର ଏକ ଟିମ୍ ପଠାଇଛନ୍ତି। ତେବେ ପୂର୍ବତନ ମୁଖ୍ୟମନ୍ତ୍ରୀ ଶିବରାଜ ସିଂହ ଚୌହ୍ୱାନ ମୁଖ୍ୟମନ୍ତ୍ରୀ କମଲନାଥଙ୍କ ଏପରି ନିଷ୍ପତ୍ତିକୁ ସମାଲୋଚନା କରିଛନ୍ତି। ସେ କହିଛନ୍ତି, ‘ଏହାଦ୍ୱାରା କୋଟି […]
କଟକ: ହାଇଟେକ୍ ଜମି ଠକେଇ ମାମଲାରେ କ୍ଷତିଗ୍ରସ୍ତଙ୍କୁ ଜମା ଟଙ୍କା ମିଳିବ। ସଂସ୍ଥାର ଜମା ଥିବା ୬୩ କୋଟି ୫୫ ଲକ୍ଷ ୪୯ ହଜାର ଟଙ୍କା କ୍ଷତିଗ୍ରସ୍ତଙ୍କ ମଧ୍ୟରେ ବାଣ୍ଟିବାକୁ କଟକର ସ୍ୱତନ୍ତ୍ର ଚିଟ୍ଫଣ୍ଡ ଅଦାଲତ ନିର୍ଦ୍ଦେଶ ଦେଇଛନ୍ତି। ହାଇଟେକ୍ କମ୍ପାନୀ ଦ୍ୱାରା ଠକେଇର ଶିକାର ହୋଇଥିବା ୨୧ ହଜାର ୭ ଶହ ଜମାକାରୀଙ୍କୁ ଏହି ଟଙ୍କା ତୁରନ୍ତ ଫେରାଇ ଦେବାକୁ କଟକର ସ୍ୱତନ୍ତ୍ର କ୍ଷମତାପ୍ରାପ୍ତ ଅଧିକାରୀ ତଥା ଏଡିଏମ୍ଙ୍କୁ କୋର୍ଟ ନିର୍ଦ୍ଦେଶ ଦେଇଛନ୍ତି। ହାଇଟଟେକ୍ କମ୍ପାନୀ […]
ବଲାଙ୍ଗିର: ବଲାଙ୍ଗିରରେ ପୁଲିସ୍ କନଷ୍ଟେବଲଙ୍କ ଦବଙ୍ଗଗିରି ଦେଖିବାକୁ ମିଳିଛି। ଜମି ବିବାଦକୁ ନେଇ ଜଣେ ବିଧବା ମହିଳାଙ୍କୁ ଥାନାରେ ମାଡ଼ ମରାଯାଇଥିବା ଅଭିଯୋଗ ହୋଇଛି। ଗତକାଲି ରାତିରେ ବଲାଙ୍ଗିର ଟାଉନ୍ ଥାନାରେ ଏହି ଘଟଣା ଘଟିଛି। ଆକ୍ରମଣର ଶିକାର ହୋଇଥିବା ମହିଳା ଏନେଇ ଥାନାରେ ଅଭିଯୋଗ କରିଛନ୍ତି। ଏହି ଘଟଣାରେ କନଷ୍ଟେବଲଙ୍କ ସମେତ ଆଉ ଜଣଙ୍କୁ ପୁଲିସ୍ ଗିରଫ କରିଛି। ଗିରଫ କନଷ୍ଟେବଲ୍ଙ୍କ ନାଁ ଅଞ୍ଜନ ପ୍ରଧାନ। ସେହିଭଳି ଗିରଫ ଅନ୍ୟ ଜଣେ ବ୍ୟକ୍ତିଙ୍କ ନାଁ ବିକାଶ ଜୈନ। ଅଭିଯୋଗ […]
ଜୟପୁର(ଟି.ଗୌରିଶଙ୍କର): ଜୟପୁର ଟାଉନ ଥାନା ଅନ୍ତର୍ଗତ ହାତୀଶାଳ ଛକରେ ପୁଲିସ୍ ଏନକାଉଣ୍ଟରରେ କୁଖ୍ୟାତ ଅପରାଧୀ କାବୁଲ୍ ଖରା ଆହତ ହୋଇଛି। ତା’ର ଡାହାଣ ଗୋଡ଼ରେ ଗୁଳି ବାଜିଛି। ତାକୁ ଜୟପୁର ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ଭର୍ତ୍ତି କରାଯାଇଛି। ଆଜି ଭୋର୍ ପ୍ରାୟ ସାଢ଼େ ୪ଟା ସମୟରେ ଏହି ଏନକାଉଣ୍ଟର ହୋଇଥିଲା। କାବୁଲ୍ ନିକଟରୁ ଗୋଟିଏ ପିସ୍ତଲ ଓ କାର୍ ଜବତ କରାଯାଇଛି। ତା’ ନାଁରେ ଜୟପୁର ଟାଉନ, ଜୟପୁର ସଦର, ବୋରିଗୁମ୍ମା ଓ ନବରଙ୍ଗପୁର ଥାନାରେ ମାମଲା ରହିଛି। ସେ […]
ପୁନେ: ମହାରାଷ୍ଟ୍ର ପୁନେର ଗୋଲ୍ଡ ମ୍ୟାନ୍ ପ୍ରଶାନ୍ତ ସପକଲ୍ଙ୍କୁ ନେଇ ଏବେ ଚର୍ଚ୍ଚା। ସେ ପିନ୍ଧୁଥିବା ସୁନା ଅଳଙ୍କାରକୁ ନେଇ ଏବେ ସମସ୍ତଙ୍କ ଚର୍ଚ୍ଚାକୁ ଆସିଛନ୍ତି। ବଲିଉଡ ସଙ୍ଗୀତ ନିର୍ଦ୍ଦେଶକ ବାପି ଲହରୀଙ୍କ ଠାରୁ ଅନୁପ୍ରାଣିତ ହୋଇ ସେ ଏତେ ପରିମାଣର ସୁନା ପିନ୍ଧୁଥିବା କହିଛନ୍ତି। ପିନ୍ଧୁଥିବା ସୁନାର ଓଜନ ୫ କିଲୋ ଓ ଏହାର ମୁଲ୍ୟ ଦେଢ଼ କୋଟି ଟଙ୍କା ହେବ ବୋଲି ପ୍ରଶାନ୍ତ କହିଛନ୍ତି। ସୁନା ପିନ୍ଧି ବାପି ଲହରୀ ଯେଉଁଭଳି ଭାବରେ ସଫଳତା […]
ଭୁବନେଶ୍ୱର: ରାଜ୍ୟର ଦୁଇଟି ଜିଲ୍ଲାରେ ଆଜି ସ୍ୱଳ୍ପରୁ ମଧ୍ୟମ ଧରଣର ବର୍ଷା ହେବ। ଏହା ସହିତ ବଜ୍ରପାତ ମଧ୍ୟ ହେବାର ସମ୍ଭାବନା ରହିଛି। ଏନେଇ ଭୁବନେଶ୍ୱର ସ୍ଥିତ ଆଞ୍ଚଳିକ ପାଣିପାଗ ବିଭାଗ ପକ୍ଷରୁ ସତର୍କ ସୂଚନା ଜାରି କରାଯାଇଛି। ଏହି ଦୁଇ ଜିଲ୍ଲା ହେଉଛି- ଗଞ୍ଜାମ ଓ ଗଜପତି। ଦୁଇ ଜିଲ୍ଲାବାସୀଙ୍କୁ ସକାଳ ସାଢ଼େ ୧୦ଟା ଯାଏ ସତର୍କ ରହିବାକୁ ପାଣିପାଗ ବିଭାଗ ପକ୍ଷରୁ ପରାମର୍ଶ ଦିଆଯାଇଛି।
କେନ୍ଦ୍ରାପଡ଼ା: ପାଟକୁରା ବିଧାନସଭା ନିର୍ବାଚନ ପାଇଁ ପ୍ରଚାର ଜୋର ଧରିଛି। ସବୁ ରାଜନୈତିକ ଦଳଙ୍କ ଫୋକସ୍ରେ ଏବେ ପାଟକୁରା। ବିଜେଡି ପକ୍ଷରୁ ମଧ୍ୟ ହାଇଭୋଲଟେଜ୍ ପ୍ରଚାର ଚାଲିଥିବା ବେଳେ ଆଜି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ପାଟକୁରା ଗସ୍ତ କାର୍ଯ୍ୟକ୍ରମ ରହିଛି। ଗୋଟିଏପଟେ ଆଜି ମୁଖ୍ୟମନ୍ତ୍ରୀଙ୍କ ପାଟକୁରା ଗସ୍ତ କାର୍ଯ୍ୟକ୍ରମ ଥିବା ବେଳେ ଅନ୍ୟପଟେ କେନ୍ଦ୍ରାପଡ଼ା ଜିଲ୍ଲାରେ ୮ ଘଣ୍ଟିଆ ବନ୍ଦ ଡାକରା ଦିଆଯାଇଛି। ପାଟକୁରାକୁ ଛାଡ଼ି ଜିଲ୍ଲାର ଅନ୍ୟ ସମସ୍ତ ଅଞ୍ଚଳ ପାଇଁ ବନ୍ଦ ଡାକରା ଦିଆଯାଇଛି। ତିନି […]
ନୂଆଦିଲ୍ଲୀ: ଭାରତ ସମେତ ପୃଥିବୀର ବିଭିନ୍ନ ଦେଶରେ ଆଂଶିକ ଚନ୍ଦ୍ର ଗ୍ରହଣ ଦୃଶ୍ୟମାନ ହୋଇଛି। ଗୁରୁ ପୂର୍ଣ୍ଣିମାରେ ପ୍ରାୟ ତିନି ଘଣ୍ଟା ଧରି ଆଂଶିକ ଚନ୍ଦ୍ରଗ୍ରହଣ ହୋଇଥିଲା। ରାତି ୧ଟା ୩୧ ମିନିଟ୍ରୁ ଗ୍ରହଣ ଆରମ୍ଭ ହୋଇ ଭୋର୍ ୪ଟା ୨୯ ପର୍ଯ୍ୟନ୍ତ ରହିଥିଲା। ରାତି ୩ଟାରେ ଏହା ସର୍ବାଧିକ ୬୫ ପ୍ରତିଶତ ଗ୍ରାସ କରିଥିଲା। ଗତକାଲିର ଚନ୍ଦ୍ର ଗ୍ରହଣ ଚଳିତବର୍ଷର ଶେଷ ଚନ୍ଦ୍ର ଗ୍ରହଣ ଥିଲା। ଏହାପରେ ୨୦୨୧ ମେ ୨୬ରେ ପୂର୍ଣ୍ଣଗ୍ରାସ ଚନ୍ଦ୍ର ଗ୍ରହଣ […]
ଭୁବନେଶ୍ୱର: ରାଜ୍ୟରେ ପ୍ରଧାନମନ୍ତ୍ରୀ ଗ୍ରାମ୍ୟ ସଡ଼କ ଯୋଜନାରେ ଚାଲିଥିବା ନିମ୍ନମାନର ରାସ୍ତାକାମ ଅଭିଯୋଗ ପାଇଁ ଖୋଲିବ କଣ୍ଟ୍ରୋଲ ରୁମ୍। ପ୍ରଧାନମନ୍ତ୍ରୀ ଗ୍ରାମ୍ୟ ସଡ଼କ ଯୋଜନାରେ ନିମ୍ନମାନର କାମ ନେଇ ବିଧାୟକଙ୍କ ଉଦ୍ବେଗ ପରେ ବିଭାଗୀୟ ମନ୍ତ୍ରୀ ସୁଶାନ୍ତ ସିଂହ ଏହି ସୂଚନା ଦେଇଛନ୍ତି। ସେ କହିଛନ୍ତି,“କଣ୍ଟ୍ରୋଲ ରୁମରେ ଏକ ଫୋନ ନମ୍ବର ରହିବ। ସମସ୍ତ ବ୍ଲକ୍, ପଞ୍ଚାୟତ, ନିର୍ବାହୀ ଯନ୍ତ୍ରୀ ଓ ଏସ୍ଡିଓଙ୍କ କାର୍ଯ୍ୟାଳୟରେ ଏହି ନମ୍ବର ଉଲ୍ଲେଖ ରହିବ। ନମ୍ବର ମାଧ୍ୟମରେ ଲୋକ ଅଭିଯୋଗ କରିପାରିବେ। […]
ଭୁବନେଶ୍ୱର: ବଲାଙ୍ଗିରରେ ହାଇକୋର୍ଟର ସ୍ଥାୟୀ ବେଞ୍ଚ ପ୍ରତିଷ୍ଠା ଦାବିରେ ଆଜି ଲୋୟର ପିଏମ୍ଜିରେ ବଲାଙ୍ଗିର ଓକିଲ ସଂଘ ଓ ମିଳିତ କ୍ରିୟାନୁଷ୍ଠାନ କମିଟି ପକ୍ଷରୁ ବିଶାଳ ଶୋଭାଯାତ୍ରା କରାଯାଇଛି। ବଲାଙ୍ଗିରରେ ହାଇକୋର୍ଟର ସ୍ଥାୟୀ ବେଞ୍ଚ ପ୍ରତିଷ୍ଠା ପାଇଁ ବାରମ୍ବାର ଦାବି ସତ୍ତ୍ୱେ ମଧ୍ୟ ସରକାର କର୍ଣ୍ଣପାତ ନ କରିବା ପରେ ରାଜଧାନୀରେ ବଲାଙ୍ଗିର ଓକିଲ ସଂଘ ଆନ୍ଦୋଳନ କରିଛନ୍ତି।
ମୁମ୍ବାଇ: ମୁମ୍ବାଇର ଜନଗହଳିପୂର୍ଣ୍ଣ ଡୋଙ୍ଗ୍ରୀ ଅଞ୍ଚଳରେ ଏକ ୪ ମହଲା କୋଠା ଭୁଶୁଡ଼ି ପଡ଼ିଛି। ଶେଷ ଖବର ସୁଦ୍ଧା ଭଗ୍ନାବଶେଷ ତଳୁ ୧୨ ଜଣଙ୍କ ମୃତଦେହ ଉଦ୍ଧାର କରାଯାଇଛି। ଉଦ୍ଧାରକାରୀ ଦଳ ୫ ଜଣଙ୍କୁ ଜୀବନ୍ତ ଉଦ୍ଧାର କରିଛନ୍ତି। ଆଜି ସକାଳ ୧୧ଟା ୪୦ ମିନିଟ୍ରେ ଏହି ଅଘଟଣ ଘଟିଥିବା ଜଣାପଡ଼ିଛି। ଏବେ ବି ଭଗ୍ନାବଶେଷ ତଳେ ୪୦ରୁ ଅଧିକ ଲୋକେ ଫସି ରହିଥିବା ଅନୁମାନ କରାଯାଉଛି। ଘଟଣାସ୍ଥଳରେ ଏନ୍ଡିଆର୍ଏଫ୍, ଅଗ୍ନିଶମ ବିଭାଗ ଏବଂ ସ୍ଥାନୀୟ ପ୍ରଶାସନ […]
ଇସ୍ଲାମାବାଦ: ବାଲାକୋଟ ଏୟାର ଷ୍ଟ୍ରାଇକ୍ ପରେ ପାକିସ୍ତାନ ସରକାର ତାଙ୍କ ଆକାଶ ମାର୍ଗକୁ ଭାରତୀୟ ବିମାନଗୁଡ଼ିକ ପାଇଁ ବନ୍ଦ କରିଦେଇଥିଲେ। ତେବେ ୧୪୦ ଦିନ ପରେ ଆଜି ସକାଳେ ପାକିସ୍ତାନ ସରକାର ଶେଷରେ ଏହି ଆକାଶ ମାର୍ଗକୁ ଭାରତୀୟ ବିମାନଗୁଡ଼ିକ ପାଇଁ ଖୋଲିଛନ୍ତି। ଏଥିସହ ଭାରତୀୟ ବିମାନ ଉପରେ ଲଗାଯାଇଥିବା ପ୍ରତିବନ୍ଧକ ମଧ୍ୟ ପାକିସ୍ତାନ ସରକାର ପ୍ରତ୍ୟାହାର କରିନେଇଛନ୍ତି। ପାକିସ୍ତାନ ସରକାର ଭାରତୀୟ ବିମାନ ଗୁଡ଼ିକ ପାଇଁ ଆକାଶ ମାର୍ଗ ବନ୍ଦ କରିଥିବାରୁ ଏୟାର ଇଣ୍ଡିଆ ସବୁଠାରୁ ଅଧିକ […]