
ଚିତ୍ରକୋଣ୍ଡା: ମାଲକାନଗିରି ଜିଲ୍ଲା ଚିତ୍ରକୋଣ୍ଡା ବିଚ୍ଛିନ୍ନାଞ୍ଚଳର ଆନ୍ଧ୍ର ସୀମାନ୍ତ ବୀରାଭରମ୍ ଗାଁର ଦୁଇ ଜଣଙ୍କୁ ମାଓବାଦୀ ଗୁଳି କରି ହତ୍ୟା କରିଛନ୍ତି। ମୃତକଦ୍ୱୟ ହେଲେ ପାଙ୍ଗି ସତିବାବୁ ଓ ଗାମେଲା ଭାସ୍କର। ଘରୁ ଡାକି ନେଇ ମାଓବାଦୀ ସେମାନଙ୍କୁ ହତ୍ୟା କରିଥିବା ଜଣାପଡ଼ିଛି। ଗତକାଲି ବିଳମ୍ବିତ ରାତିରେ ମାଓବାଦୀମାନେ ଗାଁକୁ ଆସି ଉଭୟଙ୍କୁ ଘରୁ ଡାକି ଅତି ନକିଟରୁ ଉଭୟଙ୍କୁ ଗୁଳି କରି ହତ୍ୟା କରିଥିଲେ। ପୁଲିସ୍ ଇନଫର୍ମର ସନ୍ଦେହରେ ମାଓବାଦୀମାନେ ଏଭଳି ହତ୍ୟାକାଣ୍ଡ ଘଟାଇଥିବା କୁହାଯାଉଛି। ହତ୍ୟାକାଣ୍ଡ […]
ଭୁବନେଶ୍ୱର: ସାମ୍ବାଦିକଙ୍କୁ ଦୁର୍ବ୍ୟବହାର ପ୍ରସଙ୍ଗରେ ବିଧାନସଭା ହୁଲ୍ସ୍ତୁଲ୍। ବିଧାନସଭାରେ ଆଜି ବିରୋଧୀ ଦଳ ସଦସ୍ୟଙ୍କ ହଙ୍ଗାମା ପରେ ଗୃହକୁ ୩ଟା ଯାଏ ବାଚସ୍ପତି ମୁଲତବି ରଖିଛନ୍ତି। ଶୂନ୍ୟକାଳରେ ଗୃହରେ ବିରୋଧୀ ଏହି ପ୍ରସଙ୍ଗ ଉଠାଇଥିଲେ। କେନ୍ଦ୍ରାପଡ଼ାରେ ସାମ୍ବାଦିକଙ୍କୁ ଏସ୍ପି ଯେମିତି ମାଡ଼ ମାରିବାକୁ ଉଦ୍ୟମ କରିଥିଲେ, ତାହା ଚତୁର୍ଥ ସ୍ତମ୍ଭ ପ୍ରତି ଅପମାନ ବୋଲି ବିରୋଧୀ ଦଳ ନେତା ପ୍ରଦୀପ୍ତ ନାଏକ କହିଛନ୍ତି। ଏସ୍ପିଙ୍କ ବିରୋଧରେ ଦୃଢ଼ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯାଉ, ନଚେତ ତାଙ୍କୁ ନିଲମ୍ବନ କରାଯାଉ […]
ନୟାଗଡ଼: ନୟାଗଡ଼ ଜିଲ୍ଲା ଶରଣକୁଳ ଥାନା ଅନ୍ତର୍ଗତ କଲ୍ୟାଣପୁର ଗାଁରେ ଯୁବକଙ୍କୁ ହତ୍ୟା ପରେ ପୋଡ଼ି ଦେବା ଘଟଣାରେ ମୁଖ୍ୟ ଅଭିଯୁକ୍ତ ସମେତ ୬ ଜଣ ଆତ୍ମସମର୍ପଣ କରିଛନ୍ତି। ମୁଖ୍ୟ ଅଭିଯୁକ୍ତ ହେଲେ ଗୋତିସାହି ପଞ୍ଚାୟତର ସରପଞ୍ଚଙ୍କ ପୁଅ ଜ୍ୟୋର୍ତିମୟ ମହାନ୍ତି ଓରଫ କାଳୁ। ପୂର୍ବରୁ ଏହି ଘଟଣାରେ ପୁଲିସ ବାଳକୃଷ୍ଣ ନାମକ ଜଣେ ଅଭିଯୁକ୍ତକୁ ଗିରଫ କରି କୋର୍ଟ ଚାଲଣ କରିଥିଲା। ଜୁନ୍ ୧୪ତାରିଖରେ ରବି ନିଖୋଜ ହୋଇଯାଇଥିଲେ। ୧୫ ତାରିଖରେ ରବିଙ୍କ ମାଆ ଶରଣକୁଳ ଥାନାରେ ଅଭିଯୋଗ […]
ଭୁବନେଶ୍ୱର: ମନ୍ତ୍ରୀ ନିରଞ୍ଜନ ପୂଜାରୀଙ୍କ କଥା ବାଧିବାରୁ କାଲିଠାରୁ ଖାଇ ନାହାନ୍ତି ବୋଲି କହିଲେ ବିଜେଡି ବିଧାୟକ ପ୍ରଦୀପ ମହାରଥୀ। ଆଜି ଏପରି କିଛି ଢଙ୍ଗରେ ନିରଞ୍ଜନ ପୂଜାରୀଙ୍କୁ ପ୍ରଦୀପ ମହାରଥୀ ଜବାବ ଦେଇଛନ୍ତି। ଗତକାଲି ବିଧାନସଭା ଗୃହରେ ମହାରଥୀଙ୍କୁ ନିରଞ୍ଜନ ପୂଜାରୀ ସମାଲୋଚନା କରିଥିଲେ। ମନ୍ତ୍ରୀ କହିଥିଲେ, ରାଜ୍ୟରେ ୧୨୮ଟି ଶୀତଳ ଭଣ୍ଡାର ଥିଲା। ହେଲେ ତାହା ଏବେ ୪୮କୁ ଖସି ଆସିଛି। ଯାହାକୁ ନେଇ ମହାରଥୀ ଆଜି କଡ଼ା ଜବାବ ରଖିଛନ୍ତି। ନିଜ ଚିରାଚରିତ […]
ଭୁବନେଶ୍ୱର: ଯୁକ୍ତ ୩ ପ୍ରଥମ ପର୍ଯ୍ୟାୟ କଟ୍ ଅଫ୍ ମାର୍କ ଆଜି ପ୍ରକାଶ ପାଇଛି। ପ୍ରଥମ ପର୍ଯ୍ୟାୟ କଟ୍ ଅଫ୍ରେ ୧ ଲକ୍ଷ ୮୮ ହଜାର ୨୨୨ ଛାତ୍ରଛାତ୍ରୀଙ୍କ ନାଁ ପ୍ରକାଶ ପାଇଛି। ଚଳିତବର୍ଷ ମୋଟ୍ ୨ ଲକ୍ଷ ୧୦ ହଜାର ୪୪୬ ଛାତ୍ରଛାତ୍ରୀ ଯୁକ୍ତ ୩ରେ ନାମ ଲେଖା ପାଇଁ ଆବେଦନ କରିଥିଲେ। ସେମାନଙ୍କ ମଧ୍ୟରୁ ୧ଲକ୍ଷ ୮୮ହଜାର ୨୨୨ଜଣ ଛାତ୍ରଛାତ୍ରୀ ମନୋନୀତ ହୋଇଛନ୍ତି। ଏଥର କଟ୍ ଅଫ୍ରେ ବିଜେବି କଲେଜ ଆଗରେ ରହିଛି। ବିଜେବି […]
ନୂଆଦିଲ୍ଲୀ: ବହୁ ପ୍ରତୀକ୍ଷିତ ‘ଚନ୍ଦ୍ରଯାନ-୨’ ଚଳିତ ମାସ ୨୨ ତାରିଖରେ ଉତ୍କ୍ଷେପଣ ହେବ। ସେହିଦିନ ଅପରାହ୍ନ ୨ଟା ୪୩ ମିନିଟ୍ରେ ଇସ୍ରୋ ଏହାକୁ ଲଞ୍ଚ୍ କରିବ। ଏନେଇ ଆଜି ଇସ୍ରୋ ବିଧିବଦ୍ଧ ଭାବେ ଟ୍ୱିଟ୍ କରି ସୂଚନା ଦେଇଛି। ଗତ ୧୫ ତାରିଖରେ ‘ଚନ୍ଦ୍ରଯାନ-୨’ର ଉତ୍କ୍ଷେପଣ ପାଇଁ ସମସ୍ତ ପ୍ରସ୍ତୁତି ଶେଷ ହୋଇଥିଲା। ହେଲେ ଉତ୍କ୍ଷେପଣର ଠିକ୍ ଘଣ୍ଟାକ ପୂର୍ବରୁ ଯାନ୍ତ୍ରିକ ତ୍ରୁଟି କାରଣରୁ ମିଶନ୍କୁ ସ୍ଥଗିତ ରଖିଯାଇଥିଲା। ଜିଏସ୍ଏଲ୍ଭି ମାର୍କ ଥ୍ରୀର କ୍ରାୟୋଜେନିକ୍ ଇଞ୍ଜିନ୍ରେ କିଛି […]
ଭୁବନେଶ୍ୱର: ମହଙ୍ଗା ପଡ଼ିଲା ବସ୍ତିରେ ବ୍ରାଉନ ସୁଗର ବିକ୍ରି କରିବା। ବସ୍ତି ବାସିନ୍ଦା ଜଣେ ବେପାରୀଙ୍କୁ ଧରି ନିର୍ଧୂମ ମାଡ଼ ମାରିବା ସହ ପୁଲିସ୍ ଜିମା ଦେଇଛନ୍ତି। ରାଜଧାନୀ ଭୁବନେଶ୍ୱର ସ୍ଥିତ ନୀଳଚକ୍ର ବସ୍ତିରେ ଆଜି ସକାଳେ ଏହି ଘଟଣା ଘଟିଛି। ଏହି ଘଟଣାରେ ପୁଲିସ୍ ଦୁଇ ଜଣଙ୍କୁ ଅଟକ ରଖିଛି। ତେବେ ବିକ୍ରି ଉଦ୍ଦେଶ୍ୟରେ ନୁହେଁ ଖାଇବା ପାଇଁ ଆଣିଥିଲେ ବୋଲି ଅଭିଯୁକ୍ତ କହିଛନ୍ତି। ଅନ୍ୟପକ୍ଷରେ ଗତକାଲି ରାତିରେ ମଧ୍ୟ ବସ୍ତି ବାସିନ୍ଦା ଜଣେ ଯୁବକଙ୍କୁ […]
ଭୁବନେଶ୍ୱର: ରାଜ୍ୟର ଅଧିକାଂଶ ସ୍ଥାନରେ ଆଜି ସ୍ୱଳ୍ପରୁ ମଧ୍ୟମ ଧରଣର ବର୍ଷା ହେବାର ସମ୍ଭାବନା ରହିଛି। ଘଡ଼ଘଡ଼ି ମଧ୍ୟ ମାରିବ। ଏଥିସହ ଦକ୍ଷିଣ ଓଡ଼ିଶାର କିଛି ଜିଲ୍ଲାରେ ପ୍ରବଳ ବର୍ଷା ହୋଇପାରେ। ଏହି ଜିଲ୍ଲା ଗୁଡ଼ି ହେଲା- ମାଲକାନଗିରି, କଳାହାଣ୍ଡି, କୋରାପୁଟ, ରାୟଗଡ଼ା, ଗଜପତି, ନବରଙ୍ଗପୁର, କନ୍ଧମାଳ ଓ ନୟାଗଡ଼। ଏନେଇ ଭୁବନେଶ୍ୱର ସ୍ଥିତ ଆଞ୍ଚଳିକ ପାଣିପାଗ ବିଭାଗ ପୂର୍ବାନୁମାନ କରିଛି। ଉତ୍ତର ପଶ୍ଚିମ ବଙ୍ଗୋପସାଗରରେ ଏକ ଘୂର୍ଣ୍ଣିବଳୟ ସୃଷ୍ଟି ହୋଇଛି। ଯାହା ଆସନ୍ତା ୪୮ ଘଣ୍ଟା […]
ଭଦ୍ରକ: ପ୍ରେମୀ ଯୁଗଳଙ୍କ ଆତ୍ମହତ୍ୟା ଉଦ୍ୟମ। ଭଦ୍ରକ ଜିଲ୍ଲାରେ ଏହି ଘଟଣା ଘଟିଛି। ଗୁରୁତର ଅବସ୍ଥାରେ ସେମାନଙ୍କୁ ଭଦ୍ରକ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ଭର୍ତ୍ତି କରାଯାଇଛି। ଏମାନେ ଯାଜପୁରର ବୋଲି ଜଣାପଡ଼ିଛି। ସୂଚନା ଅନୁସାରେ, ଏହି ପ୍ରେମୀ ଯୁଗଳ ୧୦ଦିନ ତଳେ ଫେରାର ହୋଇ ଯାଇଥିଲେ। ଏନେଇ ଝିଅ ଘର ପକ୍ଷରୁ କୋରେଇ ଥାନାରେ ଅଭିଯୋଗ ହୋଇଥିଲା। ଅଭିଯୋଗ ପରେ ପୁଲିସ୍ ଉଭୟଙ୍କ ଫୋନ୍ ଟ୍ରାକିଂ କରି ସେମାନେ ଭଦ୍ରକରେ ରହୁଥିବା ଜାଣିବାକୁ ପାଇଥିଲା। ଏହାପରେ ଉଭୟଙ୍କୁ ଧରିବାକୁ ପୁଲିସ୍ […]
ବାରିପଦା(ମାଣିକ ଲାଲ୍ ପାଣି): ଆୟ ବହିର୍ଭୂତ ସମ୍ପତ୍ତି ଠୁଳ ଅଭିଯୋଗରେ ବାରିପଦା କ୍ଷୁଦ୍ର ଜଳସେଚନ ବିଭାଗର ଆସିଷ୍ଟାଣ୍ଟ ଏକ୍ଜିକ୍ୟୁଟିଭ ଇଞ୍ଜିନିୟର ହୁଦେଶ୍ୱର ବେହେରାଙ୍କ ଘରେ ଭିଜିଲାନ୍ସ ଚଢ଼ାଉ ହୋଇଛି। ଏକକାଳୀନ ୫ଟି ଜାଗାରେ ଚଢ଼ଉ ଚାଲିଛି। ଭୁବନେଶ୍ୱରରରେ ଏକ ଫ୍ଲାଟ୍, ବାରିପଦାରେ ଥିବା ଦୁଇ ମହଲା ଘର, ମୟୂରଭଞ୍ଜ କପ୍ତିପଦାରେ ପୈତୃକ ଘର ଏବଂ ବାଙ୍ଗିରିପୋଷି ଚନ୍ଦନପୁରରେ ଶ୍ୱଶୁର ଘର ଏବଂ ହୁଦେଶ୍ୱରଙ୍କ କାର୍ଯ୍ୟାଳୟରେ ଚଢ଼ାଉ କରାଯାଉଛି। ଜମି ଜମା ସଂପର୍କିତ ବହୁ କାଗଜପତ୍ର, ଏକ କାର୍ ଓ […]
ନୂଆଦିଲ୍ଲୀ: ଅବସର ନେବାର ଦୀର୍ଘ ୪୦ ବର୍ଷ ପରେ ଜଣେ ଅବସରପ୍ରାପ୍ତ ବାୟୁସେନା ଅଧିକାରୀ ତାଙ୍କ ଚାକିରି ଜୀବନ କାଳ ମଧ୍ୟରେ ଯାହା ବି ସଞ୍ଚୟ କରିଥିଲେ, ସେସବୁକୁ ପ୍ରତିରକ୍ଷା ବିଭାଗକୁ ଦାନ କରିଛନ୍ତି। ପ୍ରତିରକ୍ଷା ମନ୍ତ୍ରୀ ରାଜନାଥ ସିଂଙ୍କୁ ଭେଟି ଅବସରପ୍ରାପ୍ତ ବାୟୁସେନା ଅଧିକାରୀ ସିବିଆର ପ୍ରସାଦ ଏହି ଅର୍ଥ ଦାନ କରିଛନ୍ତି। ଯାହାକି ଅନ୍ୟମାନଙ୍କ ପାଇଁ ଉଦାହରଣ ସୃଷ୍ଟି କରିଛି। ଧନ, ସମ୍ପତ୍ତି ଲୋଭରେ ଆଜିର ଦିନରେ ମଣିଷ ମଣିଷକୁ ଚିହ୍ନି ପାରୁ ନ ଥିବାବେଳେ ୭୪ ବର୍ଷୀୟ ସିବିଆର […]