• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English

Latest News

oppo
ଜାଣନ୍ତୁ କେବେଠୁ ଭାରତୀୟ ବଜାରରେ ମିଳିବ Oppo K3 ଫୋନ୍‌

ନୂଆଦିଲ୍ଲୀ: Oppo ଏହାର ନୂଆ ସ୍ମାର୍ଟ ଫୋନ୍‌ Oppo K3 ଭାରତରେ ଲଞ୍ଚ୍‌ କରି ସାରିଛି।  ଜୁଲାଇ ୨୩ରୁ ଭାରତୀୟ ବଜାରରେ ଏହି ଫୋନ୍‌ର ବିକ୍ରି ଆରମ୍ଭ ହେବ। ଫାଷ୍ଟ୍‌ ଚାର୍ଜିଂ ପାଇଁ ଏହି ସ୍ମାର୍ଟ ଫୋନ୍‌ରେ VOOC 3.0 ସପୋର୍ଟ ରହିଛି। ଭାରତରେ Oppo ର ଏହି ନୂଆ ସ୍ମାର୍ଟ ଫୋନ୍‌ର ଦାମ୍‌ ୧୬ ହଜାର ୯୯୦ଟଙ୍କା ରହିଛି। ଏହି ଦାମ୍‌ରେ ଆପଣ ୬ GB RAM, ୬୪ GB ଷ୍ଟୋରେଜ୍‌ ଭାରିଆଣ୍ଟ୍‌ ସହ ଆହୁରି ଅନେକ ସୁବିଧା ପାଇ […]

rourkela
ଜମି ଅଧିଗ୍ରହଣ ବେଳେ ଉତ୍ତେଜନା

ରାଉରକେଲା(ସତ୍ୟାନନ୍ଦ ମହାନ୍ତି): ରାଉରକେଲାରେ ଦ୍ୱିତୀୟ ବ୍ରାହ୍ମଣୀ ସେତୁର ଆପ୍ରୋଚ୍ ରୋଡ୍ ପାଇଁ ଆଜି ଦଣ୍ଡିଆପାଲିରେ ଜମି ଅଧିଗ୍ରହଣ କାମ ଚାଲିଥିଲା ବେଳେ ଉତ୍ତେଜନା ପ୍ରକାଶ ପାଇଥିଲା। ଅଧିକ କ୍ଷତିପୂରଣ ଦାବିରେ ସ୍ଥାନୀୟ ଲୋକେ ଜମି ଅଧିଗ୍ରହଣକୁ ବିରୋଧ କରିଥିଲେ। ଫଳରେ ପୁଲିସ୍‌ ୧୧ ଜଣ ଆନ୍ଦୋଳନକାରୀଙ୍କୁ ଅଟକ ରଖିଛି। ଏହାପରେ ଉତ୍ତେଜନା ଦୃଷ୍ଟିରୁ ଘଟଣାସ୍ଥଳରେ ୭ ପ୍ଲାଟୁନ ପୁଲିସ ଫୋର୍ସ ମୁତୟନ କରାଯାଇଛି। ୨୦୧୫ ମସିହାରେ ଦ୍ୱିତୀୟ ବ୍ରାହ୍ମଣୀ ସେତୁ ନିର୍ମାଣ ପାଇଁ ରାଉରକେଲାରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର […]

rail engine
ନୟାଗଡ଼ରୁ ମହିପୁର ଷ୍ଟେସନ୍ ପର୍ଯ୍ୟନ୍ତ ଗଡ଼ିଲା ରେଳ ଇଞ୍ଜିନ୍‌

ଭୁବନେଶ୍ୱର: ଆଉ ପାଦେ ଆଗେଇଲା ଖୋର୍ଦ୍ଧା-ବଲାଙ୍ଗିର ରେଳପଥ। ପୂର୍ବରୁ ଖୋର୍ଦ୍ଧାରୁ ନୟାଗଡ଼ ପର୍ଯ୍ୟନ୍ତ ନିୟମିତ ଟ୍ରେନ୍‌ ଚଳାଚଳ କରିଥିବା ବେଳେ ଆଜି ନୟାଗଡ଼ରୁ ମହିପୁର ଷ୍ଟେସନ୍ ପର୍ଯ୍ୟନ୍ତ ରେଳ ଇଞ୍ଜିନ ଗଡ଼ିଛି। ନବନିର୍ମିତ ଏହି ୧୨ କିଲୋମିଟର ରେଳ ଟ୍ରାକ୍ ଉପରେ ପରୀକ୍ଷାମୂଳକ ଭାବେ ଇଞ୍ଜିନ ଗଡ଼ିଛି। ପୂର୍ବତଟ ରେଳପଥର ଯନ୍ତ୍ରୀ ଏବଂ ଅଧିକାରୀଙ୍କ ଉପସ୍ଥିତିରେ ଏହି ଇଞ୍ଜିନ ଚାଲିଥିଲା। ଟ୍ରାଏଲ ରନ୍ ସଫଳ ହେଲେ ବିଧିବଦ୍ଧ ଭାବେ ମହିପୁରକୁ ସ୍ୱାଭାବିକ ଭାବେ ଟ୍ରେନ୍‌ ଚଳାଚଳ କରିବ।

electric bus
ଏଣିକି ଓଡ଼ିଶାରେ ଗଡ଼ିବ ଇଲେକ୍ଟ୍ରିକ୍‌ ବସ୍

ଭୁବନେଶ୍ୱର: ପ୍ରଦୂଷଣ ରୋକିବାକୁ ରାଜ୍ୟର ତିନି ପ୍ରମୁଖ ସହରରେ ଇଲେକ୍ଟ୍ରିକ୍‌ ବସ୍ ଗଡ଼ିବ। ଭୁବନେଶ୍ୱର, କଟକ ଓ ପୁରୀରେ ଏହି ବସ୍ ଚଳାଚଳ କରିବ। ଏଥିପାଇଁ ବିଭିନ୍ନ ଷ୍ଟେକ୍‌ ହୋଲ୍‌ଡରଙ୍କ ମଧ୍ୟରେ ଏମଓୟୁ ବଣ୍ଟନ କରାଯାଇଥିବା ବିଜ୍ଞାନ ଓ କାରିଗରୀ କୌଶଳ ବିଭାଗ ମନ୍ତ୍ରୀ ଅଶୋକ ଚନ୍ଦ୍ର ପଣ୍ଡା କହିଛନ୍ତି। ରାଜ୍ୟରେ ପ୍ରଦୂଷଣ ରୋକିବା ନେଇ ରାଜ୍ୟ ସରକାର କ’ଣ ସବୁ ପଦକ୍ଷେପ ନେଉଛନ୍ତି ବୋଲି ବିଧାନସଭାରେ ବିରୋଧୀଙ୍କ ପ୍ରଶ୍ନର ଉତ୍ତର ଦେଇ ମନ୍ତ୍ରୀ ଏହି ସୂଚନା […]

assembly
ବିଧାନସଭା ଶୂନ୍ୟ କାଳରେ ଉଠିଲା ‘ଓଡ଼ିଶା ଖଦି ଓ ଗ୍ରାମୋଦ୍ୟୋଗ ବୋର୍ଡ’ ଦୁର୍ନୀତି

ଭୁବନେଶ୍ୱର: ‘ଓଡ଼ିଶା ଖଦି ଓ ଗ୍ରାମୋଦ୍ୟୋଗ ବୋର୍ଡ’ ଦୁର୍ନୀତି ପ୍ରସଙ୍ଗକୁ ଆଜି ବିଧାନସଭାରେ ବିରୋଧୀ ଦଳ ନେତା ପ୍ରଦୀପ୍ତ ନାଏକ ଉଠାଇଛନ୍ତି। ଶୂନ୍ୟ କାଳରେ ବାଚସ୍ପତିଙ୍କ ଦୃଷ୍ଟି ଆକର୍ଷଣ କରିବା ସହ ଖଦି ସାମଗ୍ରୀ କିଣାବିକା ଓ ମହୁଚାଷ ପ୍ରଶିକ୍ଷଣରେ ବ୍ୟାପକ ଅନିୟମିତତା ହୋଇଥିବା ସେ ଦର୍ଶାଇଛନ୍ତି। ଏଥିସହ ସେ ଏହାର ତଦନ୍ତ ମଧ୍ୟ ଦାବି କରିଛନ୍ତି। କଂଗ୍ରେସ ବିଧାୟକ ଦଳ ନେତା ନରସିଂହ ମିଶ୍ର କହିଛନ୍ତି, ‘ଓଡ଼ିଶା ବିଶ୍ୱବିଦ୍ୟାଳୟ ଆକ୍ଟ ୧୯୮୯ ଅନୁସାରେ ସମସ୍ତ ବିଶ୍ୱବିଦ୍ୟାଳୟ ସେମାନଙ୍କ […]

accident
ଟ୍ରକ୍‌ ସହ ଧକ୍କା ହେଲା କାର୍‌; ଚାଲିଗଲା ୯ ଛାତ୍ରଙ୍କ ଜୀବନ

ପୁନେ: ମହାରାଷ୍ଟ୍ର ପୁନେ ନିକଟରେ ପୁନେ-ସୋଲାପୁର ହାଇୱେରେ ଏକ କାର୍‌ ଟ୍ରକ୍‌ ସହ ଧକ୍କା ହେବା ଫଳରେ ୯ଜଣ ଛାତ୍ରଙ୍କ ମୃତ୍ୟୁ ଘଟିଛି। ଗତକାଲି ବିଳମ୍ବିତ ରାତି ପ୍ରାୟ ୧ଟା ୩୦ ମିନିଟ୍‌ ବେଳେ ଏହି ଦୁର୍ଘଟଣା ଘଟିଥିଲା। ମୃତକଙ୍କ ବୟସ ୧୯ ବର୍ଷରୁ ୨୩ ବର୍ଷ ଭିତରେ ହୋଇଥିବା ଅନୁମାନ କରାଯାଉଛି। ସେମାନେ ପୁନେର ୟାଭାତରେ ରହୁଥିଲେ ବୋଲି ଜଣାପଡ଼ିଛି। ସୂଚନା ଅନୁସାରେ, ମୃତ ଛାତ୍ରମାନେ କାର୍‌ରେ ସେମାନଙ୍କ ଗାଁ ରାଇଗଡ଼ରୁ ଫେରୁଥିବା ବେଳେ କଦମ୍‌ୱାକ୍‌ […]

viral video
୨ ଯୁବତୀଙ୍କ ଭିଡିଓ ଭାଇରାଲ ଘଟଣା: ଅଭିଯୋଗ ହେଲେ କାର୍ଯ୍ୟାନୁଷ୍ଠାନ ନିଆଯିବ ବୋଲି କହିଲେ ଏସ୍‌ପି

ଝାରସୁଗୁଡ଼ା: ସମ୍ବଲପୁର କୁଚିଣ୍ଡା ଅଞ୍ଚଳରେ ଦୁଇ ଯୁବତୀଙ୍କ ଭିଡିଓ ଭାଇରାଲ ଘଟଣାରେ ଅଭିଯୋଗ ହେଲେ ଅଭିଯୁକ୍ତଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ ବୋଲି ଝାରସୁଗୁଡ଼ା ଏସ୍‌ପି କହିଛନ୍ତି। ଏହି ଘଟଣାକୁ ନେଇ ଯଦି ପୀଡ଼ିତାଙ୍କ ପକ୍ଷରୁ ଅଭିଯୋଗ କରାଯାଏ ତେବେ ଆଇନ୍‌ ଅନୁଯାୟୀ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ ବୋଲି ଏସ୍‌ପି କହିଛନ୍ତି। କୁଚିଣ୍ଡାର ଏକ ଜଣାଶୁଣା କଲେଜର ୟୁନିଫର୍ମରେ ଥିବା ଦୁଇ ଜଣ ଛାତ୍ରୀ ଜଣେ ଯୁବକଙ୍କ ସହ ଏକ ଜଙ୍ଗଲିଆ ରାସ୍ତାରେ ଯାଉଥିବା ବେଳେ ସେମାନଙ୍କୁ କିଛି […]

blast
ସ୍କୁଲ୍‌ରେ ବିସ୍ଫୋରଣ; ୨ ଛାତ୍ର ଗୁରୁତର

ଆସିକା (ମନୋଜ ମୁନି): ସ୍କୁଲ୍‌ରେ ବିସ୍ଫୋରଣ ଘଟି ଦୁଇ ଜଣ ଛାତ୍ର ଗୁରୁତର ହୋଇଛନ୍ତି। ଗଞ୍ଜାମ ଜିଲ୍ଲା ଆସିକା ବ୍ଲକ୍‌ ମାଗୁରା ଉଚ୍ଚ ପ୍ରାଥମିକ ବିଦ୍ୟାଳୟରେ ଏହି ଅଘଟଣ ଘଟିଛି। ଆହତ ଛାତ୍ରଦ୍ୱୟ ହେଲେ ରାଜା ନାୟକ ଓ ଚନ୍ଦନ ସ୍ୱାଇଁ। ସେମାନଙ୍କୁ ପ୍ରଥମେ ଆସିକା ଡାକ୍ତରଖାନାରେ ଭର୍ତ୍ତି କରାଯାଇଥିଲା। ତେବେ ଅବସ୍ଥା ଗୁରୁତର ଥିବାରୁ ସେମାନଙ୍କୁ  ବ୍ରହ୍ମପୁର ବଡ଼ ଡାକ୍ତରଖାନାକୁ ସ୍ଥାନାନ୍ତର କରାଯାଇଛି। ମିଳିଥିବା ସୂଚନା ଅନୁସାରେ, ଆଜି ଶନିବାର ଥିବାରୁ ସକାଳୁଆ ସ୍କୁଲ ଥିଲା। ସ୍କୁଲ୍‌ […]

student
ସ୍କୁଲରେ ପାଣି ନ ଥିବାରୁ ପୋଖରୀକୁ ଯାଇଥିଲେ, କାମୁଡ଼ି ଦେଲା ସାପ

କରଞ୍ଜିଆ: ମୟୂରଭଞ୍ଜ ଜିଲ୍ଲା ଯଶୀପୁର ବ୍ଲକ୍‌ ରାମସାହି ଆଶ୍ରମ ସ୍କୁଲର ଜଣେ ଛାତ୍ରଙ୍କୁ ସାପ କାମୁଡ଼ି ଦେଇଛି। ତାଙ୍କ ନାଁ ବିଶ୍ୱନାଥ କେରାଇ। ସେ ଚତୁର୍ଥ ଶ୍ରେଣୀରେ ପଢ଼ନ୍ତି। ସୂଚନା ଅନୁସାରେ, ସ୍କୁଲରେ ପାଣି ନ ଥିବାରୁ ବିଶ୍ୱନାଥ ନିକଟସ୍ଥ ପୋଖରୀକୁ ଯାଇଥିଲେ। ସେଠାରେ ପୋଖରୀରେ ତାଙ୍କୁ ଏକ ସାପ କାମୁଡ଼ି ଦେଇଥିଲା। ଏହାପରେ ସ୍କୁଲ କର୍ତ୍ତୃପକ୍ଷ ସଙ୍ଗେ ସଙ୍ଗେ ତାଙ୍କୁ ଯଶୀପୁର ମେଡ଼ିକାଲ୍‌ ଓ ପରେ ଅବସ୍ଥା ଗୁରୁତର ହେବାରୁ କରଞ୍ଜିଆ ମେଡ଼ିକାଲ୍‌ରେ ଭର୍ତ୍ତି କରାଯାଇଥିଲା। […]

patkura vote
ପାଟକୁରା ଭୋଟ୍‌: ଚିର୍‌କୁଟିକୁ ନେଇ ଏଜେଣ୍ଟ-ପ୍ରିଜାଇଡିଂ ଅଫିସରଙ୍କ ମଧ୍ୟରେ ଧସ୍ତାଧସ୍ତି

ପାଟକୁରା: ପାଟକୁରା ବିଧାନସଭା ଆସନ ଲାଗି ଆଜି ମତଦାନ ଚାଲିଛି। ତେବେ ଭୋଟ୍ ଗ୍ରହଣ ବେଳେ ଏକ ବୁଥ୍‌ରେ ଉତ୍ତେଜନା ପ୍ରକାଶ ପାଇଛି। କିଣିଲୋର ୩୦୭ ନମ୍ବର ବୁଥ୍‌ରେ ଚିର୍‌କୁଟିକୁ ନେଇ ଏଜେଣ୍ଟ ଓ ପ୍ରିଜାଇଡିଂ ଅଫିସରଙ୍କ ମଧ୍ୟରେ ଧସ୍ତାଧସ୍ତି ହୋଇଥିବା ଘଟଣା ସାମ୍ନାକୁ ଆସିଛି। ଫଳରେ ଘଟଣାସ୍ଥଳରେ ଉତ୍ତେଜନା ପ୍ରକାଶ ପାଇବାରୁ ରିପୋର୍ଟ ଲେଖାଯିବା ସୁଦ୍ଧା ମତଦାନ ବନ୍ଦ ରହିଥିବା ଜଣାପଡ଼ିଛି। ପାଟକୁରା ବିଧାନସଭା ଆସନ ଲାଗି  ହୋଇଥିବା ସମସ୍ତ ୩୦୯ଟି ବୁଥ୍‌ରେ ମକ୍‌ପୋଲ୍‌ ହେବା […]

rain
ରାଜ୍ୟର ବିଭିନ୍ନ ସ୍ଥାନରେ ବର୍ଷା ସହ ବଜ୍ରପାତ ସମ୍ଭାବନା

ଭୁବନେଶ୍ୱର: ଦକ୍ଷିଣ ଓଡ଼ିଶାର ବିଭିନ୍ନ ସ୍ଥାନରେ ଓ ଉତ୍ତର ଓଡ଼ିଶାର କିଛି ସ୍ଥାନରେ ବର୍ଷା ହେବାର ସମ୍ଭାବନା ରହିଛି। ଏଥିସହ ରାଜ୍ୟର କିଛି ଜିଲ୍ଲାରେ ଝଡ଼ତୋଫାନ ସହ ବଜ୍ରପାତ ମଧ୍ୟ ହୋଇପାରେ। ଏହି ଜିଲ୍ଲା ଗୁଡ଼ିକ ହେଲା- ସୁନ୍ଦରଗଡ଼, କେନ୍ଦୁଝର, ବାରିପଦା। ଏନେଇ ଭୁନେଶ୍ୱର ସ୍ଥିତ ଆଞ୍ଚଳିକ ପାଣିପାଗ ବିଭାଗ ପୂର୍ବାନୁମାନ କରିଛି। ରାଜ୍ୟର କିଛି ସ୍ଥାନରେ ଆଜି ବର୍ଷା ହୋଇଥିବା ବେଳେ ବିଶେଷ କରି ଦକ୍ଷିଣ ଓଡ଼ିଶାରେ ବର୍ଷାର ପରିମାଣ ବଢ଼ିବ ବୋଲି ଆଞ୍ଚଳିକ ପାଣିପାଗ […]

accident
ରାସ୍ତା କଡ଼ ଡ୍ରେନ୍ ଉପରେ ବସିଥିବା ବେଳେ ଚଢ଼ିଗଲା ଟ୍ରକ୍‌

ତେଲକୋଇ: ରାସ୍ତା କଡ଼ରେ ଥିବା ଡ୍ରେନ୍ ଉପରେ ବସିଥିବା ବେଳେ ମିନି ଟ୍ରକ୍‌ ଚଢ଼ି ଯିବାରୁ ଜଣେ ଯୁବକଙ୍କ ମୃତ୍ୟୁ ଘଟିଛି। ତାଙ୍କ ନାଁ ଖକନ କୁମାର ସାହୁ। ତାଙ୍କ ଘର କେନ୍ଦୁଝର ଜିଲ୍ଲା ତେଲକୋଇ ଥାନା ଅନ୍ତର୍ଗତ କତରାପାଲି ଗାଁରେ। ଗତକାଲି ରାତିରେ ଏହି ଅଭାବନୀୟ ଘଟଣା ଘଟିଛି। ସୂଚନା ଅନୁସାରେ, କାଲି ରାତି ପ୍ରାୟ ୧୧ଟା ସମୟରେ ବିଦ୍ୟୁତ୍‌ ନ ଥିବାରୁ ଖକନ ରାସ୍ତା କଡ଼ରେ ଥିବା ଡ୍ରେନ୍ ଉପରେ ବସିଥିଲେ। ଏହି ସମୟରେ […]

representational image
ଥାନାରେ ଅଭିଯୁକ୍ତଙ୍କ ସନ୍ଦେହଜନକ ମୃତ୍ୟୁ

ସୁନ୍ଦରଗଡ଼(ବିଜୟ ବରୁଆ): ସୁନ୍ଦରଗଡ଼ ଜିଲ୍ଲା ଧାରୁଆଡିହି ଥାନାରେ ଜଣେ ଅଭିଯୁକ୍ତଙ୍କ ସନ୍ଦେହଜନକ ଭାବେ ମୃତ୍ୟୁ ଘଟିଛି। ସୁନ୍ଦରଗଡ଼ ଜିଲ୍ଲାର ଜଣେ ନାବାଳିକାଙ୍କୁ କିଣିଥିବା ଅଭିଯୋଗରେ ପୁଲିସ୍‌ ମଧ୍ୟପ୍ରଦେଶର ସୁନୀଲ ଲୋଧୀଙ୍କୁ ଗିରଫ କରିଥିଲା। ଗତକାଲି ଧାରୁଆଡିହି ଥାନା ହେପାଜତରେ ଥିବା ବେଳେ ସୁନୀଲଙ୍କ ମୃତ୍ୟୁ ହୋଇଥିବା ଅଭିଯୋଗ ହୋଇଛି। ତାଙ୍କ ବେକରେ ଦାଗ ଥିବା ଦେଖିବାକୁ ମିଳିଛି। ମୃତ୍ୟୁର କାରଣ ଜଣାପଡିନାହିଁ। ଗତ କିଛିଦିନ ତଳେ ସୁନ୍ଦରଗଡ଼ ଜିଲ୍ଲା ମନମୁଣ୍ଡା ଗାଁର ଜଣେ ନାବାଳିକାଙ୍କୁ ଚାକିରି ଦେବାକୁ କହି ଦୁଇ […]

soro
ପୁଲିସ୍‌କୁ ଚକ୍‌ମା ଦେଖାଇ ଛୁ ମାରିଲା ଲୁଟେରା

ସୋର: ପୁଲିସ୍‌କୁ ଚକ୍‌ମା ଦେଖାଇ ଛୁ ମାରିଲା ଲୁଟେରା। ୧୦ ଲକ୍ଷ ଟଙ୍କାରୁ ଊର୍ଦ୍ଧ୍ୱ ହୀରା ଓ ସୁନା ଅଳଙ୍କାର ଲୁଟିଥିବା ଜଣେ ଲୁଟେରା ଦିଲ୍ଲୀ ପୁଲିସ୍‌କୁ ଚକ୍‌ମା ଦେଇ ବାଲେଶ୍ୱର ଷ୍ଟେସନରୁ ଫେରାର ହୋଇ ଯାଇଥିବା ଜଣାପଡ଼ିଛି। ସୂଚନା ଅନୁସାରେ, ବାଲେଶ୍ୱର ସୋର ଥାନା ଅନ୍ତର୍ଗତ ରଘୁନାଥପୁର ଗାଁର ଜଣେ ବ୍ୟକ୍ତି ଦିଲ୍ଲୀରେ ଜଣେ ପ୍ରତିଷ୍ଠିତ ବ୍ୟବୟାସୀଙ୍କ ଘରେ କାମ କରୁଥିଲେ। ହେଲେ ଗତ କିଛିଦିନ ତଳେ ଉକ୍ତ ବ୍ୟକ୍ତି ଜଣକ ବ୍ୟବସାୟୀଙ୍କ ଘରୁ ଚୋରି […]

kumarswami
କର୍ଣ୍ଣାଟକ ରାଜନୈତିକ ସଙ୍କଟ: ଆସନ୍ତା ୨୨ରେ ହୋଇପାରେ ଆସ୍ଥା ଭୋଟ୍

ବେଙ୍ଗାଲୁରୁ: କର୍ଣ୍ଣାଟକ ନାଟକର କେବେ ପଡ଼ିବ ଯବନିକା? ଆସ୍ଥା ଭୋଟ୍‌ ପାଇଁ ତିନି ତିନି ଥର ରାଜ୍ୟପାଳଙ୍କ ଡେଡ୍‌ଲାଇନକୁ ବେଖାତିର କରି ‌ଆସନ୍ତା ସୋମବାର ପର୍ଯ୍ୟନ୍ତ ବାଚସ୍ପତି ଗୃହକୁ ମୁଲତବି ରଖିଛନ୍ତି। ବାଚସ୍ପତିଙ୍କ ମୁଲତବି ଘୋଷଣା ପରେ କୁମାରସ୍ୱାମୀ ସରକାରଙ୍କୁ ୨ ଦିନିଆ ଆଶ୍ୱସ୍ତି ମିଳିଥିବା ବେଳେ ଆସନ୍ତା ୨୨ରେ ଆସ୍ଥା ଭୋଟ୍ ହୋଇପାରେ। ବିଜେପି ବିଧାୟକମାନେ ରାଜ୍ୟପାଳଙ୍କ ହସ୍ତକ୍ଷେପ ଲୋଡ଼ିବା ପରେ ଗତ ଗୁରୁବାର ଆସ୍ଥା ଭୋଟ୍‌ ସାରିବା ପାଇଁ ରାଜ୍ୟପାଳ ବାଚସ୍ପତିଙ୍କୁ ନିର୍ଦ୍ଦେଶ ଦେଇଥିଲେ। […]

high court
ହାଇକୋର୍ଟଙ୍କ ନିଷ୍ପତ୍ତି : ୧୯ ବର୍ଷର ପିଲାଙ୍କୁ ସାଥୀ ସହ ଲିଭ୍-ଇନରେ ରହିବାର ଅଧିକାର ଅଛି

୧୯ ବର୍ଷର ଯୁବକ ଓ ୨୧ ବର୍ଷୀୟ ଯୁବତୀ ଏକାଠି ରହିବା ପାଇଁ ଚାହୁଁଥିଲେ । କିନ୍ତୁ ଝିଅଙ୍କ ପରିବାର ପକ୍ଷରୁ ଜୀବନ ପ୍ରତି ବିପଦ ଥିବା ଦର୍ଶାଇ ମୋହଲି ପୋଲିସରେ ମଧ୍ୟ ଆବେଦନ କରିଥିଲେ ୧୯ ବର୍ଷୀୟ ଯୁବକ । କାରଣ ପରିବାରର ପ୍ରତିଷ୍ଠା ଦୃଷ୍ଟିରୁ ଉଭୟଙ୍କୁ ମାରିବାକୁ ଧମକଚମକ ଦେଉଥିଲେ ଝିଅର ପରିବାର ଲୋକ । ଅନ୍ୟପଟେ ଆବେଦନକାରୀ ସାବାଳକ ହୋଇଥିଲେ ସୁଦ୍ଧା ବିବାହ ବୟସ ହୋଇନଥିବା ଦର୍ଶାଇଥିଲେ । ବିବାହ ବୟସ ହେବା ମାତ୍ରେ ଉଭୟେ ବିବାହ କରିବେ ବୋଲି ମଧ୍ୟ କହିଥିଲେ । ଏବେ କୋର୍ଟ ତାଙ୍କ ସପକ୍ଷରେ ରାୟ ଶୁଣାଇଛନ୍ତି । ଦମ୍ପତିଙ୍କୁ ଉପଯୁକ୍ତ ସୁରକ୍ଷା ଯୋଗାଇ ଦେବାକୁ ପୋଲିସକୁ ନିର୍ଦ୍ଦେଶ ଦେଇଛନ୍ତି କୋର୍ଟ ।

baijayant panda
ଓଟିଭି ଲୋଗୋ ଥିବା ନକଲି ଭିଡିଓ ଭାଇରାଲ ଘଟଣାରେ କାର୍ଯ୍ୟାନୁଷ୍ଠାନ ଦାବି କଲେ ବୈଜୟନ୍ତ ପଣ୍ଡା

ଭୁବନେଶ୍ୱର: ଓଟିଭି ଲୋଗୋ ଥିବା ନକଲି  ଭିଡିଓ ଭାଇରାଲ୍ ଘଟଣାରେ ବିଜେପି ରାଷ୍ଟ୍ରୀୟ ଉପସଭାପତି ବୈଜୟନ୍ତ ପଣ୍ଡା କାର୍ଯ୍ୟାନୁଷ୍ଠାନ ଦାବି କରିଛନ୍ତି। ଟ୍ୱିଟ୍‌ କରି ବୈଜୟନ୍ତ ପଣ୍ଡା କହିଛନ୍ତି, ଏହା କେବଳ ନକଲି ଖବର ନୁହେଁ, ପାଟକୁରା ନିର୍ବାଚନ ପୂର୍ବରୁ ମତଦାତାଙ୍କ ଉପରେ ପ୍ରଭାବ ପକାଇବା ଉଦ୍ଦେଶ୍ୟରେ ଏକ ଅପରାଧିକ ଷଡ଼ଯନ୍ତ୍ର ମଧ୍ୟ। ବିଜୟ ମହାପାତ୍ରଙ୍କୁ ପୂର୍ଣ୍ଣ ସମର୍ଥନ ସହ ତାଙ୍କ ପାଇଁ କ୍ୟାମ୍ପେନିଂ କରିଥିବା ନେଇ ରାଜ୍ୟ ରାଜନୀତିରେ ଧାରଣା ଥିବା ସମସ୍ତେ ଜାଣନ୍ତି। ଏଥିସହ […]

patkura
ପାଟକୁରା ବିଧାନସଭା ଆସନ ପାଇଁ ଭୋଟ୍‌ ଗ୍ରହଣ ଆରମ୍ଭ

ପାଟକୁରା: ପାଟକୁରା ବିଧାନସଭା ଆସନ ପାଇଁ ଭୋଟ୍‌ ଗ୍ରହଣ ଆରମ୍ଭ ହୋଇଛି। ନିର୍ବାଚନୀ ମୈଦାନକୁ ଓହ୍ଲାଇଥିବା ମୋଟ୍‌ ୧୦ ଜଣ ପ୍ରାର୍ଥୀଙ୍କ ଭାଗ୍ୟ ୨ ଲକ୍ଷ ୪୪ ହଜାର ୭୪୭ ଭୋଟର୍ ନିର୍ଦ୍ଧାରଣ କରୁଛନ୍ତି। ପ୍ରଥମେ ସମସ୍ତ ୩୦୯ଟି ବୁଥ୍‌ରେ ମକ୍‌ପୋଲ ହେବା ପରେ ଆଜି ସକାଳ ୭ଟାରୁ ଭୋଟ୍ ଗ୍ରହଣ ଆରମ୍ଭ ହୋଇଛି। ସନ୍ଧ୍ୟା ୬ଟା ପର୍ଯ୍ୟନ୍ତ ମତଦାନ ଚାଲିବ। ୩୦୯ଟି ମତଦାନ କେନ୍ଦ୍ରରୁ ୧୩୮ଟି କେନ୍ଦ୍ରକୁ ସମ୍ବେଦନଶୀଳ ଭାବେ ଚିହ୍ନଟ କରାଯାଇଛି। ଶାନ୍ତିଶୃଙ୍ଖଳା ରକ୍ଷା ପାଇଁ […]