
ଉଦଳା(ମାନସ ପାଣି): ମୟୂରଭଞ୍ଜ ଜିଲ୍ଲା ଉଦଳା ଡାକ୍ତରଖାନାରେ ଡାକ୍ତର ଓ ସୁରକ୍ଷା କର୍ମୀଙ୍କୁ ମାଡ଼ ଘଟଣାର ପ୍ରତିବାଦରେ ଆଜି ଆଉଟ୍ଡୋର୍ ଆଗରେ ଡାକ୍ତରଙ୍କ ସମେତ ହସ୍ପିଟାଲ କର୍ମଚାରୀ ଧାରଣା ଦେଇଥିଲେ। ଫଳରେ ଆଉଟ୍ଡୋର୍ ସମ୍ପୂର୍ଣ୍ଣ ବନ୍ଦ ରହିବା ସହ ରୋଗୀ ସେବା ବାଧାପ୍ରାପ୍ତ ହୋଇଥିଲା। ଅଭିଯୁକ୍ତଙ୍କ ବିରୋଧରେ ଦୃଢ଼ କାର୍ଯ୍ୟାନୁଷ୍ଠାନ ଦାବି ହୋଇଥିଲା। ଘଟଣାସ୍ଥଳରେ ଉପଜିଲ୍ଲାପାଳ, ସିଡିଏମଓ, ଉପଖଣ୍ଡ ଚିକିତ୍ସା ଅଧିକାରୀ, ସ୍ଥାନୀୟ ବିଧାୟକ ପ୍ରମୁଖ ପହଞ୍ଚି ବୁଝାସୁଝା କରିଥିଲେ। ମେଡିକାଲ ପରିସରରେ ପୁଲିସ୍ ଆଉଟପୋଷ୍ଟ ସ୍ଥାପନ ନେଇ ପ୍ରତିଶ୍ରୁତି ମିଳିବା ପରେ […]
ନୀଳଗିରି: କେନ୍ଦ୍ରମନ୍ତ୍ରୀ ପ୍ରତାପ ଷଡ଼ଙ୍ଗୀଙ୍କ ସ୍ୱଚ୍ଛ ଅଭିଯାନ। ବାଲେଶ୍ୱର ଜିଲ୍ଲା ଔପଦା ବ୍ଲକ୍ର ପର୍ଯ୍ୟଟନ ସ୍ଥଳ ପଞ୍ଚଲିଙ୍ଗେଶ୍ୱରରେ ସ୍ୱଚ୍ଛ ଭାରତ ଅଭିଯାନରେ ପ୍ରତାପ ଷଡ଼ଙ୍ଗୀ ସାମିଲ ହୋଇଛନ୍ତି। ଆଜି ସକାଳୁ କେନ୍ଦ୍ରମନ୍ତ୍ରୀ ପଞ୍ଚଲିଙ୍ଗେଶ୍ୱର ବସ୍ଷ୍ଟାଣ୍ଡର ବିଭିନ୍ନ ଅଞ୍ଚଳରେ ଝାଡୁ ମାରି ସଫେଇ କରିଥିଲେ। ଏଥିରେ ତାଙ୍କ ସହ ନୀଳଗିରି ବିଧାୟକ ସୁକାନ୍ତ ନାୟକଙ୍କ ସମେତ ବହୁ କର୍ମୀ ମଧ୍ୟ ସାମିଲ ହୋଇଥିଲେ।
ନୂଆଦିଲ୍ଲୀ: ଦିବଙ୍ଗତ ନେତ୍ରୀ ତଥା ଦିଲ୍ଲୀର ପୂର୍ବତନ ମୁଖ୍ୟମନ୍ତ୍ରୀ ଶୀଲା ଦୀକ୍ଷିତଙ୍କ ଶେଷକୃତ୍ୟ ଆଜି ନୂଆଦିଲ୍ଲୀରେ ସମ୍ପନ୍ନ ହେବ। ଏନେଇ ନିଗମ୍ ବୋଧ୍ ଘାଟରେ ସମସ୍ତ ପ୍ରକାର ପ୍ରସ୍ତୁତି କରାଯାଇଛି। ତାଙ୍କ ପାର୍ଥିବ ଶରୀରକୁ କଂଗ୍ରେସ ମୁଖ୍ୟାଳୟ ନେବା ପୂର୍ବରୁ ଲୋକଙ୍କ ଶେଷ ଦର୍ଶନ ପାଇଁ ଦିଲ୍ଲୀର ନିଜାମୁଦ୍ଦିନ୍ ଅଞ୍ଚଳରେ ଥିବା ତାଙ୍କ ବାସଭବନରେ ରଖାଯାଇଛି। ନିଗମ୍ ବୋଧ୍ ଘାଟରେ ଆଜି ଅପରାହ୍ନ ୨ଟା ୩୦ ମିନିଟ୍ରେ ତାଙ୍କର ଶେଷକୃତ୍ୟ ସମ୍ପନ୍ନ ହେବା ପୂର୍ବରୁ କଂଗ୍ରେସ ମୁଖ୍ୟାଳୟରେ […]
ଅନୁଗୁଳ: ୮ ବର୍ଷର ନାବାଳିକାକୁ ଦୁଷ୍କର୍ମ ପରେ ଅଳିଆଗଦାରେ ଫୋପାଡ଼ି ଚାଲିଗଲା ଦୁର୍ବୃତ୍ତ! ଅନୁଗୁଳ ଜିଲ୍ଲାରେ ଏହି ଲଜ୍ଜାକର ଘଟଣା ଘଟିଛି। ଅନୁଗୁଳ ବସ୍ଷ୍ଟାଣ୍ଡ ନିକଟ ଏକ ଆହାର କେନ୍ଦ୍ର ପାଖରେ ଥିବା ଅଳିଆଗଦାରୁ ମୁମୂର୍ଷୁ ଅବସ୍ଥାରେ ନାବାଳିକାକୁ ଉଦ୍ଧାର କରାଯାଇଛି। ଅଭିଯୋଗ ଅନୁଯାୟୀ, ମହାରାଷ୍ଟ୍ରରୁ ଏକ ଯାଯାବର ପରିବାର ଅନୁଗୁଳ ସହରକୁ କାମ କରିବା ପାଇଁ ଆସିଥିଲେ। ଗତକାଲି ରାତିରେ ସମ୍ପୃକ୍ତ ନାବାଳିକା ଜଣକ ତାଙ୍କ ପରିବାର ଲୋକଙ୍କ ସହ ବସ୍ଷ୍ଟାଣ୍ଡ ନିକଟ ଏକ ଦୋକାନ […]
ନୂଆଦିଲ୍ଲୀ: ବହୁ ପ୍ରତୀକ୍ଷିତ ‘ଚନ୍ଦ୍ରଯାନ-୨’ ଆସନ୍ତାକାଲି ଉତ୍କ୍ଷେପଣ ହେବ। ଅପରାହ୍ନ ୨ଟା ୪୩ ମିନିଟ୍ରେ ଇସ୍ରୋ ଏହାକୁ ଲଞ୍ଚ୍ କରିବ। ଏନେଇ ସମସ୍ତ ପ୍ରକାରର ପ୍ରସ୍ତୁତି ସରିଥିବା ଇସ୍ରୋ ପକ୍ଷରୁ ସୂଚନା ଦିଆଯାଇଛି। ଏଥର ‘ଚନ୍ଦ୍ରଯାନ-୨’ର ପ୍ରଣାଳୀ ଏବଂ ଯାନ୍ତ୍ରିକ ସ୍ତରରେ କିଛିଟା ପରିବର୍ତ୍ତନ କରାଯାଇଥିବା ସୂଚନା ମିଳିଛି। ଗତ ୧୫ ତାରିଖରେ ‘ଚନ୍ଦ୍ରଯାନ-୨’ର ଉତ୍କ୍ଷେପଣ ପାଇଁ ସମସ୍ତ ପ୍ରସ୍ତୁତି ଶେଷ ହୋଇଥିଲା। ହେଲେ ଉତ୍କ୍ଷେପଣର ଠିକ୍ ଘଣ୍ଟାକ ପୂର୍ବରୁ ଯାନ୍ତ୍ରିକ ତ୍ରୁଟି କାରଣରୁ ମିଶନ୍କୁ ସ୍ଥଗିତ […]
ଭୁବନେଶ୍ୱର: ସ୍ପେଶାଲ୍ ଓଜେଇଇ (ଓଡ଼ିଶା ଜଏଣ୍ଟ୍ ଏଣ୍ଟ୍ରାନ୍ସ ଏକଜାମିନେସନ୍ ) ଆଜି ଅନୁଷ୍ଠିତ ହୋଇଛି। ରାଜ୍ୟର ୨୦ଟି ସହରର ୩୧ଟି ପରୀକ୍ଷା କେନ୍ଦ୍ରରେ ଛାତ୍ରଛାତ୍ରୀ ଏହି ପରୀକ୍ଷା ଦେଇଛନ୍ତି। ଏହି ପରୀକ୍ଷା ପାଇଁ ମୋଟ ୧୭ ହଜାର ୬୭୯ ଜଣ ଛାତ୍ରଛାତ୍ରୀ ଆବେଦନ କରିଥିଲେ। ବି.ଟେକ୍, ବି.ଫାର୍ମ, ଏମ୍ସିଏ ଓ ଏମ୍ବିଏ ପାଠ୍ୟକ୍ରମରେ ନାମ ଲେଖାଇବା ପାଇଁ ଛାତ୍ରଛାତ୍ରୀମାନେ ଆବେଦନ କରିଥିଲେ। ଏହି ସବୁ ପାଠ୍ୟକ୍ରମ ଲାଗି ଆଜି ଦୁଇଟି ସିଟିଂରେ ପରୀକ୍ଷା ଅନୁଷ୍ଠିତ ହୋଇଛି। ସକାଳ […]
ଉଦଳା: ରାତି ଅଧରେ ଡାକ୍ତରଖାନାରେ ଲଙ୍କାକାଣ୍ଡ। ଡାକ୍ତରଖାନାକୁ ଚିକତ୍ସା ଲାଗି ଆସିଥିବା ୩ ଯୁବକଙ୍କୁ ନାଁ ପଚାରିବାରୁ ସେମାନେ ମେଡିକାଲ୍ ପରିସରରେ ଗଣ୍ଡଗୋଳ କରିଥିବା ଅଭିଯୋଗ ହୋଇଛି। ମୟୂରଭଞ୍ଜ ଜିଲ୍ଲା ଉଦଳା ଡାକ୍ତରଖାନାରେ ଏଭଳି ଘଟଣା ଘଟିଛି। ଗତକାଲି ରାତିରେ ତିନି ଜଣ ଯୁବକ ଦୁର୍ଘଟଣା ପରେ ଡାକ୍ତରଖାନା ଆସିଥିଲେ। ଚିକିତ୍ସା ପରେ ଡାକ୍ତର ସେମାନଙ୍କୁ ନାଁ ପଚାରିଥିଲେ। ଏଥିରେ ଉତ୍କ୍ଷିପ୍ତ ହୋଇ ସେମାନେ ଡାକ୍ତରଙ୍କୁ ମାଡ଼ ମାରିଥିଲେ ବୋଲି ଅଭିଯୋଗ ହୋଇଛି। ଏପରିକି ନିକଟରେ ଥିବା […]
କେନ୍ଦ୍ରାପଡ଼ା: ପାଟକୁରା ବିଧାନସଭା ଆସନ ପାଇଁ ଗତକାଲି ଭୋଟ୍ ଗ୍ରହଣ ପରେ ଉତ୍ତେଜନା ପ୍ରକାଶ ପାଇଛି। ଗତକାଲି ରାତିରେ କେନ୍ଦ୍ରାପଡ଼ା କଲେଜ୍ରେ ହୋଇଥିବା ଷ୍ଟ୍ରଙ୍ଗ ରୁମ୍ରେ ଏହି ଉତ୍ତେଜନା ଦେଖିବାକୁ ମିଳିଛି। ସୂଚନା ଅନୁସାରେ, ଷ୍ଟ୍ରଙ୍ଗ ରୁମ୍ରେ ଇଭିଏମ୍ ଓ VVPAT ରଖିବା ପାଇଁ ପୋଲିଂ ଅଧିକାରୀ ପହଞ୍ଚିଥିଲେ। ଏହି ସମୟରେ VVPAT ଖୋଲାଥିବା ଅଭିଯୋଗ କରି ଉତ୍ତେଜନା ଦେଖା ଦେଇଥିଲା। ପରିସ୍ଥିତି ଏପରି ହୋଇଥିଲା କି ପୋଲିଂ ଅଧିକାରୀ ବିଚିତ୍ର କୁମାର ଦାସ୍ଙ୍କୁ ଲୋକେ ମାଡ଼ […]