
ନୟାଗଡ଼: ସୋଶାଲ୍ ମିଡିଆରେ ପତ୍ନୀଙ୍କ ଅଶ୍ଳୀଳ ଫଟୋ ଓ ଭିଡିଓ ଭାଇରାଲ୍ କଲେ ସ୍ୱାମୀ। ନୟାଗଡ଼ ଜିଲ୍ଲାରୁ ଏଭଳି ଅଭିଯୋଗ ଆସିଛି। ଏନେଇ ସ୍ୱାମୀଙ୍କ ବିରୋଧରେ ନୂଆଗାଁ ଥାନାରେ ପତ୍ନୀ ଅଭିଯୋଗ କରିଛନ୍ତି। ପତ୍ନୀଙ୍କ ଅଭିଯୋଗ ଅନୁସାରେ, ସ୍ୱାମୀ ଅଧିକ ଯୌତୁକ ଦାବି କରି ମହିଳାଙ୍କୁ ବାରମ୍ବାର ଶାରୀରିକ ନିର୍ଯାତନା ଦେଇ ଆସୁଥିଲେ। ଫଳରେ ଏଥିରେ ଅତିଷ୍ଠ ହୋଇ ମହିଳା ଜଣକ ବାପ ଘରକୁ ଚାଲିଯାଇଥିଲେ। ଏଥିରେ ପ୍ରତିକ୍ରିୟାଶୀଳ ହୋଇ ସ୍ୱାମୀ ତାଙ୍କ ସହ ଥିବା ଅନ୍ତରଙ୍ଗ ମୁହୂର୍ତ୍ତର […]
କଟକ: କଟକ ରାଣୀହାଟ ପୋଲ ନିକଟ ତାଳଦଣ୍ଡା କେନାଲ ରାସ୍ତା କଡ଼ରୁ ଜଣେ ବ୍ୟକ୍ତିଙ୍କ ମୃତଦେହ ଉଦ୍ଧାର କରାଯାଇଛି। ଆଜି ସକାଳେ ପୁଲିସ୍ ଏହି ମୃତଦେହକୁ ଉଦ୍ଧାର କରିଛି। ମୃତକଙ୍କ ମୁଣ୍ଡରେ ଗଭୀର କ୍ଷତ ଥିବାରୁ ତାଙ୍କୁ ହତ୍ୟା କରାଯାଇଥିବା ଅନୁମାନ କରାଯାଉଛି। ଖବର ପାଇ ଘଟଣାସ୍ଥଳରେ ମଙ୍ଗଳାବାଗ ପୁଲିସ୍, ସାଇଣ୍ଟିକ୍ଫିକ ଟିମ୍ ପହଞ୍ଚି ତଦନ୍ତ ଆରମ୍ଭ କରିଛି। ମୃତ ବ୍ୟକ୍ତି ଜଣକ ଦିନ ମଜୁରିଆ ଭାବରେ କାମ କରୁଥିବା ଜଣାପଡ଼ିଛି। ତେବେ ତାଙ୍କୁ କିଏ ଓ କାହିଁକି ହତ୍ୟା କଲା […]
ନୂଆଦିଲ୍ଲୀ/ଭୁବନେଶ୍ୱର: ସାରା ଦେଶକୁ ମୌସୁମୀ ଛୁଇଁଥିଲେ ବି ଆଶାନୁରୂପ ବର୍ଷା ହୋଇନି। ଦେଶରେ ମୌସୁମୀ ବର୍ଷାର ପରିମାଣ ସ୍ୱାଭାବିକ ଠାରୁ ହାରାହାରି ୧୯ ପ୍ରତିଶତ କମ୍ ଥିବା ଭାରତୀୟ ପାଣିପାଗ ବିଭାଗ ସୂଚନା ଦେଇଛି। ପାଣିପାଗ ବିଭାଗର ସୂଚନା ଅନୁସାରେ, ଦେଶର ୧୫ଟି ସ୍ଥାନରେ ସ୍ୱାଭାବିକ ବର୍ଷା ହୋଇଥିବା ବେଳେ ୨୧ଟି ସ୍ଥାନରେ ବର୍ଷାର ଅଭାବ ପରିଲକ୍ଷିତ ହୋଇଛି। ସୌରାଷ୍ଟ୍ର ଓ କଚ୍ଛରେ ସ୍ୱାଭାବିକ ଠାରୁ ୫୮ ପ୍ରତିଶତ କମ୍ ବର୍ଷା ହୋଇଥିବା ବେଳେ ଲାକ୍ଷାଦ୍ୱୀପରେ ସ୍ୱାଭାବିକ […]
କଟକ: ଓ.ଟି.ଇ.ଟି ପାଇଁ ଅନ୍ଲାଇନରେ ଏବେ ଫର୍ମ ଫିଲପ୍ ଚାଲିଛି। ତେବେ ସ୍ପେଶାଲ ବି.ଇ.ଡି ଛାତ୍ରଛାତ୍ରୀ ଏହି ଫର୍ମପୂରଣ କରିବାରେ ଅସୁବିଧାର ସମ୍ମୁଖୀନ ହେଉଛନ୍ତି। କାହିଁକି ନା ଫର୍ମପୂରଣ ସମୟରେ ସ୍ପେଶାଲ ବି.ଇ.ଡି ଛାତ୍ରଛାତ୍ରୀଙ୍କ ପାଇଁ ଅନଲାଇନ୍ରେ କୌଣସି ଅପସନ୍ ନାହିଁ। ଫଳରେ ଛାତ୍ରଛାତ୍ରୀଙ୍କୁ ଏଭଳି ଅସୁବିଧାର ସମ୍ମୁଖୀନ ହେବାକୁ ପଡ଼ୁଛି। ଅନ୍ୟପକ୍ଷରେ ଏହି ସମସ୍ୟାର ସମାଧାନ ଲାଗି ଛାତ୍ରଛାତ୍ରୀମାନେ ଗତକାଲି ବୋର୍ଡ଼ କର୍ତ୍ତୃପକ୍ଷଙ୍କୁ ସାକ୍ଷାତ କରିଥିଲେ। ଯଦି ସମସ୍ୟାର ସମାଧାନ ନ ହୁଏ ତେବେ ଆଗକୁ ଆନ୍ଦୋଳନ […]
ୱାଶିଂଟନ୍: କଶ୍ମୀର ପ୍ରସଙ୍ଗରେ ଭାରତ ଓ ପାକିସ୍ତାନ ମଧ୍ୟରେ ମଧ୍ୟସ୍ଥତା ପାଇଁ ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ୍ ଆଗ୍ରହୀ। ଆମେରିକା ଗସ୍ତରେ ଥିବା ପାକିସ୍ତାନ ପ୍ରଧାନମନ୍ତ୍ରୀ ଇମ୍ରାନ୍ ଖାନ୍ଙ୍କ ସହ ହ୍ୱାଇଟ୍ ହାଉସରେ ଆଲୋଚନା ବେଳେ ଆମେରିକା ରାଷ୍ଟ୍ରପତି ଏହି ମଧ୍ୟସ୍ଥତା ପ୍ରସ୍ତାବ ଦେଇଛନ୍ତି। ଉଭୟ ନେତାଙ୍କ ମଧ୍ୟରେ ଆଲୋଚନା ବେଳେ ଇମ୍ରାନ୍ ଖାନ୍ କଶ୍ମୀର ପ୍ରସଙ୍ଗ ଉଠାଇଥିଲେ। ଟ୍ରମ୍ପ କହିଥିଲେ, ‘ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ମଧ୍ୟ କଶ୍ମୀର ପ୍ରସଙ୍ଗରେ ସହାୟତା ପାଇଁ କହିଥିଲେ। ତେବେ ଯଦି ଏହି […]
ରାୟପୁର: ଛତିଶଗଡ଼ ପୁଲିସ୍ ଏକ ବଡ଼ ଧରଣର ମାଓବାଦୀ ଆକ୍ରମଣ ଯୋଜନାକୁ ଭଣ୍ଡୁର କରିଛି। ମିଳିଥିବା ସୂଚନା ଅନୁସାରେ, ସେଣ୍ଟ୍ରାଲ ରିଜର୍ଭ ପୋଲିସ ଫୋର୍ସ (ସିଆର୍ପିଏଫ୍)ର ୨୩୧ ବାଟାଲିୟନର କ୍ୟାମ୍ପ୍ ଠାରୁ ମାତ୍ର ୪ଶହ ମିଟର ଦୂରରେ ଏକ ଆଇଇଡି ପ୍ଲାଣ୍ଟ୍ କରାଯାଇଥିଲା। ଆଉ ଟାର୍ଗେଟ୍ରେ ଥିଲା ଏହି କ୍ୟାମ୍ପ। ହେଲେ ଲାଲ୍ ବାହିନୀର ଏହି ଘାତକ ଯୋଜନାକୁ ପୁଲିସ୍ ଫେଲ୍ କରିବାରେ ସଫଳ ହୋଇଛି। ସିଆର୍ପିଏଫ୍ର ଏହି କ୍ୟାମ୍ପ ଦାନ୍ତେଓ୍ୱାଡ଼ା ଜିଲ୍ଲାର ଅରନପୁର-ଜଗରଗୋଣ୍ଡା ରୋଡ୍ରେ ଅବସ୍ଥିତ। ପୁଲିସ୍ […]
ରାୟଗଡ଼ା: ରାୟଗଡ଼ା ରେଳ ଷ୍ଟେସନରୁ ୨୭ଜଣ ଦାଦନ ଶ୍ରମିକଙ୍କୁ ଜିଆର୍ପି ଓ ରାୟଗଡ଼ା ପୁଲିସ୍ ଉଦ୍ଧାର କରିଛି। ସେମାନଙ୍କ ମଧ୍ୟରୁ ୭ଜଣ ନାବାଳିକା ଥିବାବେଳେ ୧୮ ଜଣ ମହିଳା ଓ ୨ ଜଣ ପୁରୁଷ ଅଛନ୍ତି। ବିଳାସପୁର-ତିରୁପତି ଏକ୍ସପ୍ରେସ୍ରୁ ସମସ୍ତ ଶ୍ରମିକଙ୍କୁ ଉଦ୍ଧାର କରାଯାଇଛି। ଶ୍ରମିକଙ୍କୁ ଚାଲାଣ କରୁଥିବା ଅଭିଯୋଗରେ ପୁଲିସ୍ ଜଣେ ମହିଳାଙ୍କ ସମେତ ୫ ଦଲାଲଙ୍କୁ ଅଟକ ରଖିଛି। ଉଦ୍ଧାର ହୋଇଥିବା ଶ୍ରମିକମାନେ ରାୟଗଡ଼ା ଜିଲ୍ଲାର ମୁନିଗୁଡା ଓ ଚନ୍ଦ୍ରପୁର ଅଞ୍ଚଳର। ଇଟାଭାଟି ଓ ଚିଙ୍ଗୁଡି […]
ଲୁଥୁରବନ୍ଧ ଗାଁର ତେଜରାଜ ସାହୁ । ଅନେକ ପରିଶ୍ରମ ଓ ବୁଦ୍ଧି ଖଟାଇ ଅଣ୍ଡାରୁ ଚିଆଁ ଫୁଟାଇଛନ୍ତି ତେଜରାଜ ସାହୁ । ପ୍ରାୟ ଏକ ମାସ ପୂର୍ବରୁ ଘରେ ଥିବା ତାଙ୍କର ଏକ କୁକୁଡ଼ା ଅଣ୍ଡା ଦେବା ପରେ ମରି ଯାଇଥିଲା । ତେବେ ଅଣ୍ଡାରୁ ଚିଆଁ ଫୁଟାଇବାକୁ ଚିନ୍ତା କରିଥିଲେ ତେଜରାଜ । ଆଉ ଶେଷରେ ୟୁଟ୍ୟୁବରୁ ରାସ୍ତା ପାଇଥିଲେ । ଆମାଜନରୁ ଏକ କଣ୍ଟ୍ରୋଲର୍ ମଗାଇ ମାଛ ରଖାଯାଉଥିବା ଥର୍ମୋକୁଲ ବକ୍ସରେ ଫିଟିଙ୍ଗ କରିଥିଲେ । ବକ୍ସରେ ୧୦୦ ୱାଟର ୨ଟି ବଲ୍ବ ଲଗାଇବା ସହିତ ଥର୍ମୋଷ୍ଟାର୍ଟ ଲଗାଇ ପ୍ରଥମେ ୧୫ ଟି ଅଣ୍ଡା ରଖି ପରୀକ୍ଷା କରିଥିଲେ । ଦୀର୍ଘ ୨୦/୨୫ ଦିନ ରଖିବା ପରେ ଅଣ୍ଡାରୁ ପ୍ରଥମ ଛୁଆ ଫୁଟିଲା, ପରେ ଗୋଟି ଗୋଟି କରି ୭ ଟି ଛୁଆ ଅଣ୍ଡାରୁ ବାହାରିଛି ।
ନୂଆଦିଲ୍ଲୀ: ଭାରତ-ୱେଷ୍ଟଇଣ୍ଡିଜ୍ ସିରିଜ୍ ଲାଗି ଆଜି ଭାରତୀୟ ଦଳ ଘୋଷଣା ହୋଇଛି। ବିରାଟ କୋହଲି ହିଁ ଅଧିନାୟକ ଭାର ତୁଲାଇବେ। ବିଶ୍ୱକପ୍ରେ ଆହତ ହୋଇଥିବା ଶିଖର ଧାୱନ୍ ଫିଟ୍ ହୋଇ ଦଳକୁ ପ୍ରତ୍ୟାବର୍ତ୍ତନ କରିଛନ୍ତି। ୱିକେଟ୍ କିପର୍ ଭାବେ ଋଷଭ ପନ୍ତଙ୍କୁ ଟିମ୍ରେ ସ୍ଥାନ ମିଳିଛି। ଟିମ୍ରେ ଶ୍ରେୟାସ ଆୟାର, ଲୋକେଶ ରାହୁଲ ଓ ରବୀନ୍ଦ୍ର ଜାଡ଼େଜାଙ୍କୁ ମଧ୍ୟ ସ୍ଥାନ ମିଳିଛି। ସେହିପରି କେଦାର ଯାଦବ ତାଙ୍କ ସ୍ଥାନ ବଜାୟ ରଖିଛନ୍ତି। ତେବେ ହାର୍ଦ୍ଦିକ ପାଣ୍ଡ୍ୟାଙ୍କୁ ବିଶ୍ରାମ […]
ଲକ୍ଷ୍ନୌ: ଉତ୍ତର ପ୍ରଦେଶର ଜଣେ ବ୍ୟକ୍ତିଙ୍କ ନିକଟକୁ ଏତେ ଟଙ୍କାର ବିଦ୍ୟୁତ୍ ବିଲ୍ ଆସିଛି ଯାହା ଜାଣିଲେ ଆପଣ ଖାଲି ଆଶ୍ଚର୍ଯ୍ୟ ହେବେ ନାହିଁ ବରଂ ମୁଣ୍ଡରେ ହାତ ଦେବେ। ପରିବାର କହିଲେ ସ୍ୱାମୀ, ସ୍ତ୍ରୀ ମାତ୍ର ୨ଜଣ ରୁହନ୍ତି। ହେଲେ ବିଲ୍ ଆସିଛି ୧୨୮ କୋଟିରୁ ଅଧିକ ଟଙ୍କା। ଏହା କୌଣସି ମିଛ ନୁହେଁ । ଉତ୍ତର ପ୍ରଦେଶ ହାପୁର ଅଞ୍ଚଳର ଚାମୁର ଗାଁର ଜଣେ ବ୍ୟକ୍ତିଙ୍କ ନିକଟକୁ ଏହି ବିଦ୍ୟୁତ୍ ବିଲ୍ ଆସିଛି। ପଢ଼ନ୍ତୁ […]
କଳାହାଣ୍ଡି: କଳାହାଣ୍ଡି ଜିଲ୍ଲା ଭବାନୀପାଟଣା ସ୍ଥିତ ଶମ୍ଭୁନଗର ପଡ଼ାରେ ଥିବା ପ୍ରୟାସ ବା ଭିଜନ୍ ଆଶ୍ରୟ ଗୃହରେ ନାବାଳିକା ଅନ୍ତେବାସୀଙ୍କୁ ଅସଦାଚରଣ ଅଭିଯୋଗ ଘଟଣାରେ ପୁଲିସ ସଂସ୍ଥାର ନିର୍ଦ୍ଦେଶକଙ୍କୁ ଅଟକ ରଖିଛି। ଛାତ୍ରୀଙ୍କ ମାଆ କରିଥିବା ଅଭିଯୋଗ ଆଧାରରେ ପୁଲିସ ନିର୍ଦ୍ଦେଶକ ସରୋଜ ଦାସଙ୍କୁ ଅଟକ ରଖି ପଚରାଉଚୁରା କରୁଛି। ଅନ୍ୟପକ୍ଷେ ଏହା ତାଙ୍କ ବିରୋଧରେ ଷଡଯନ୍ତ୍ର ବୋଲି ସରୋଜ କହିଛନ୍ତି। ଘଟଣା ସମ୍ପର୍କରେ ଜାଣିବା ପାଇଁ ଜିଲ୍ଲା ଶିଶୁ ସୁରକ୍ଷା ୟୁନିଟ୍ ଓ ଉପଜିଲ୍ଲାପାଳ ଗତକାଲି […]
ନବରଙ୍ଗପୁର: ନବରଙ୍ଗପୁର ଜିଲ୍ଲା ଡାବୁଗାଁ ବିଧାୟକ ମନୋହର ରନ୍ଧାରୀଙ୍କ ହାତରେ ପୁଣି କୋଦାଳ ! ହଁ, ଏମିତି କିଛି ଦୃଶ୍ୟ ଦେଖିବାକୁ ମିଳିଛି। ବିଧାୟକ ହାତରେ କୋଦାଳ ଧରି ଗାଁର ମାଟି ରାସ୍ତାକୁ ସମତୁଲ କରୁଛନ୍ତି । ବିଧାୟକଙ୍କର ଏହି କାମକୁ ନେଇ ଏବେ ଚାରିଆଡ଼େ ଚର୍ଚ୍ଚା। ବର୍ଷା ଦିନରେ ଧାନ ଜମିରେ କାମ କରୁଥିବା ମୈଦଲପୁର ପଞ୍ଚାୟତର ମହିଳା ଶ୍ରମିକଙ୍କ ପାଇଁ ବିଧାୟକ ରନ୍ଧାରୀ ଗତକାଲି ରେନ୍ କୋଟ, ଚା’, ବିସ୍କୁଟ ଧରି ଯାଉଥିଲେ। ତାଙ୍କ […]
ଭଦ୍ରକ(ତପନ ସ୍ୱାଇଁ): ଭଦ୍ରକ ଜିଲ୍ଲାରେ ଜଣେ ପୁଲିସ୍ କନଷ୍ଟେବଲ୍ଙ୍କ ଉପରେ ଏକ କୋଇଲା ବୋଝେଇ ପିକ୍ଅପ୍ ଭ୍ୟାନ୍ ଚଢ଼ିଯିବାରୁ ସେ ଗୁରୁତର ଆହତ ହୋଇଛନ୍ତି। ତାଙ୍କ ନାଁ ରଜତ ପାଣିଗ୍ରାହୀ। ତାଙ୍କୁ କଟକ ବଡ଼ ଡାକ୍ତରଖାନାକୁ ସ୍ଥାନାନ୍ତର କରାଯାଇଛି। ସେ ସାରବଙ୍ଗ ଫାଣ୍ଡିର କନଷ୍ଟେବଲ୍। ଆଜି ଭୋର ୫ଟାରୁ ସାଢ଼େ ୫ଟା ମଧ୍ୟରେ ରେ ଭଦ୍ରକ ଗ୍ରାମାଞ୍ଚଳ ଥାନା ଅନ୍ତର୍ଗତ ଏରଡ଼ା ନିକଟରେ କୋଇଲା ଚୋରା ଚାଲାଣ ହେଉଥିବା ଏକ ପିକ୍ଅପ୍ ଭ୍ୟାନ୍କୁ ଅଟକାଇବାକୁ ରଜତ ଚେଷ୍ଟା କରୁଥିଲେ। ଏହି […]