
ରାଉରକେଲା(ସତ୍ୟାନନ୍ଦ ମହାନ୍ତି): ଷ୍ଟିଲ୍ ଅଥରିଟି ଅଫ୍ ଇଣ୍ଡିଆ ଲିମିଟେଡ୍ ବା ସେଲ୍ ଅଧ୍ୟକ୍ଷ ଅନୀଲ କୁମାର ଚୌଧୁରୀଙ୍କୁ ଦିଲ୍ଲୀରେ ମରଣାନ୍ତକ ଆକ୍ରମଣ ହୋଇଥିବା ଅଭିଯୋଗ ହୋଇଛି। ଗତକାଲି ରାତିରେ ସେ ନିଜ କାରରେ ଘରକୁ ଫେରୁଥିବା ବେଳେ ଆକ୍ରମଣ ହୋଇଥିବା ଅଭିଯୋଗ ହୋଇଛି। ହୁଡ୍କୋ ଛକ ନିକଟରେ ଚାରି ଜଣ ଦୁର୍ବୃତ୍ତ ଏକ କାର୍ରେ ଆସି ଅନୀଲଙ୍କ ଗାଡିକୁ ଅଟକାଇଥିଲେ। ଏହାପରେ ତାଙ୍କୁ ଲୁହା ରଡ୍ରେ ଆକ୍ରମଣ କରିଥିଲେ। ତେବେ ସୌଭାଗ୍ୟବଶତଃ ପୁଲିସ୍ ପେଟ୍ରୋଲିଂ ଟିମ୍ ଘଟଣାସ୍ଥଳରେ […]
ହାଇଦ୍ରାବାଦ: ଫିଲ୍ମ ‘ବାହୁବଳୀ’ରେ ଅଭିନୟ କରିଥିବା ମଧୁପ୍ରକାଶଙ୍କ ପତ୍ନୀ ଭାରତୀଙ୍କ ମୃତଦେହକୁ ଝୁଲନ୍ତା ଅବସ୍ଥାରେ ଉଦ୍ଧାର କରାଯାଇଛି। ମଙ୍ଗଳବାର ତାଙ୍କ ନିଜ ଘରୁ ପୁଲିସ୍ ଭାରତୀଙ୍କ ମୃତଦେହକୁ ଉଦ୍ଧାର କରିଥିଲା। ଏହି ଘଟଣାରେ ଅଭିନେତା ମଧୁଙ୍କ ସମ୍ପୃକ୍ତି ଥିବା ନେଇ ଗତକାଲି ଭାରତୀଙ୍କ ପରିବାର ପକ୍ଷରୁ ଅଭିଯୋଗ ହୋଇଥିଲା। ପୁଲିସ ଏ ନେଇ ମାମଲା ରୁଜୁ କରିବା ସହ ମଧୁଙ୍କୁ ଗିରଫ କରିଛି। ଭାରତୀଙ୍କ ବାପାଙ୍କ ଅଭିଯୋଗ ଅନୁଯାୟୀ, ମଧୁ ବାରମ୍ବାର ଭାରତୀଙ୍କୁ ଯୌତୁକ ନିର୍ଯାତନା ଦେବାସହ ମାର୍ପିଟ୍ ମଧ୍ୟ କରୁଥିଲେ। […]
ନୂଆଦିଲ୍ଲୀ: ଲଗାତାର ଭାବେ ସୁନା ଦର ବଢ଼ିବାରେ ଲାଗିଛି। ଆଜି ଭାରତୀୟ ବଜାରରେ ସୁନା ଦର ସବୁଠୁ ରେକର୍ଡ ଭାଙ୍ଗି ୩୮ ହଜାରରେ ପହଞ୍ଚିଛି। ସପ୍ତାହେ ଧରି ସୁନା ଦର ବଢ଼ିବାରେ ଲାଗିଛି। ମୁମ୍ବାଇ ବଜାରରେ ସୁନା ଦର ଆଜି ୧୦ ଗ୍ରାମ ପ୍ରତି ୩୮ ହଜାରରୁ ଅଧିକ ଥିବାବେଳେ ପାଖାପାଖି ଏହି ଦର ଅନ୍ୟ ରାଜ୍ୟରେ ରହିଛି। ଗତକାଲିଠୁ ଆଜି ମଧ୍ୟରେ ପ୍ରାୟ ହଜାରେ ଟଙ୍କା ସୁନାର ଦର ବଢ଼ିଛି। ଆମେରିକା ଏବଂ ଚୀନ୍ ମଧ୍ୟରେ […]
କଟକ: ବରିଷ୍ଠ ଆଇପିଏସ୍ ଅଧିକାରୀ ବିଜୟ କୁମାର ଶର୍ମା ପୁଲିସ୍ ଡିଜି ଭାବେ ଆଜି ଅତିରିକ୍ତ ଦାୟିତ୍ୱ ଗ୍ରହଣ କରିଛନ୍ତି। କଟକ ପୁଲିସ୍ ମୁଖ୍ୟାଳୟରେ ବିଧିବଦ୍ଧ ଭାବେ ସେ ଦାୟିତ୍ୱ ଗ୍ରହଣ କରିଛନ୍ତି। ବରିଷ୍ଠ ଆଇପିଏସ୍ ଅଧିକାରୀ ବିଜୟ କୁମାର ଶର୍ମା ପୂର୍ବତନ ପୁଲିସ୍ ଡିଜି ରାଜେନ୍ଦ୍ର ପ୍ରସାଦ ଶର୍ମାଙ୍କଠାରୁ ଏହି ଅତିରିକ୍ତ ଦାୟିତ୍ୱ ଗ୍ରହଣ କରିଥିଲେ। ପୁଲିସ୍ ଡିଜି ସହ ଫାୟାର ଏବଂ ସିଭିଲ ଡିଫେନ୍ସ ଜିଜି ଦାୟିତ୍ୱରେ ରହିଛନ୍ତି ବିଜୟ କୁମାର ଶର୍ମା। ଡିଜିପି ରାଜେନ୍ଦ୍ର ପ୍ରସାଦ ଶର୍ମା ଲୋକାୟୁକ୍ତ […]
ରାୟଗଡ଼ା/କଳାହାଣ୍ଡି: ରାୟଗଡ଼ା ଓ କଳାହାଣ୍ଡି ଜିଲ୍ଲାରେ ବନ୍ୟା ସ୍ଥିତିରେ ସୁଧାର ଆସିଛି। ଫଳରେ ରାୟଗଡ଼ା ଜିଲ୍ଲାର କଲ୍ୟାଣସିଂହପୁର, ଗୁଣୁପୁର, ବିଷମକଟକ, କାଶୀପୁର ଓ ମୁନିଗୁଡ଼ା ବ୍ଲକରେ ସ୍ଥିତି ସ୍ୱାଭାବିକ ହେବାରେ ଲାଗିଛି। ତେବେ କିଛି ଅଞ୍ଚଳରେ ବ୍ରିଜ୍ ଭାଙ୍ଗିଯିବା ସହ ରାସ୍ତା ଧୋଇଯାଇ ଥିବାରୁ ଗମନାଗମନ ବାଧାପ୍ରାପ୍ତ ହୋଇଛି। ଏବେବି ଲୋକେ ବିଭିନ୍ନ ଆଶ୍ରୟସ୍ଥଳରେ ରହିଛନ୍ତି। ଲଗାଣ ବର୍ଷାରେ ବିଷମକଟକ ଓ ମୁନିଗୁଡ଼ା ଅଞ୍ଚଳରେ ବ୍ୟାପକ କ୍ଷୟକ୍ଷତି ହୋଇଛି। ଶହଶହ ଏକର ଜମିରେ ପାଣି ମାଡ଼ି ଯିବାରୁ ଧାନ ବିଲରେ […]
ରାୟଗଡ଼ା: ଲଗାଣ ବର୍ଷା ଯୋଗୁ ପାହାଡ଼ରୁ ଧସିଲା ମାଟି। ରାୟଗ଼଼ଡା ଜିଲ୍ଲା କାଶୀପୁର ବ୍ଲକ୍ ଅନ୍ତର୍ଗତ କଡ଼ିଗୁଡ଼ା ଗାଁ ନିକଟ ମରାନିଯୋଡ଼ି ପାହାଡ଼ରୁ ମାଟି ଅତଡ଼ା ଧସି ହୋଇଯାଇଥିବା ସୂଚନା ମିଳିଛି। ଲଗାଣ ବର୍ଷା ହେବା ଫଳରେ ମାଟି ଅତଡ଼ା ଧସି ହୋଇଥିବା ଜଣାପଡ଼ିଛି। ଫଳରେ ପାହାଡ଼ ତଳେ ଥିବା ଚାଷଜମି ଗୁଡ଼ିକ ବ୍ୟାପକ କ୍ଷତିଗ୍ରସ୍ତ ହୋଇଛି।
ଭୁବନେଶ୍ୱର: ଉତ୍ତର-ପଶ୍ଚିମ ବଙ୍ଗୋପସାଗରରେ ସୃଷ୍ଟି ଲଘୁଚାପ ଡିପ୍ରେସନ୍ରୁ ଡିପ୍ ଡିପ୍ରେସନ୍ରୁ ପରିଣତ ହୋଇଥିଲା। ବର୍ତ୍ତମାନ ଏହି ଡିପ୍ ଡିପ୍ରେସନ୍ କ୍ରମଶଃ ଦୁର୍ବଳ ହୋଇ ଡିପ୍ରେସନ୍ରେ ପରିଣତ ହୋଇଛି। ଯାହା ବର୍ତ୍ତମାନ ଉତ୍ତରପୂର୍ବ ଛତିଶଗଡ଼ ଉପରେ ଅଛି। ଏହାର ପ୍ରଭାବରେ ଆଭ୍ୟନ୍ତରୀଣ ଓଡିଶାର ୬ଟି ଜିଲ୍ଲାରେ ଆଜି ପ୍ରବଳ ବର୍ଷା ହୋଇପାରେ। ଏନେଇ ଭୁବନେଶ୍ୱର ସ୍ଥିତ ଆଞ୍ଚଳିକ ପାଣିପାଗ କେନ୍ଦ୍ର ପୂର୍ବାନୁମାନ କରିଛି। ସେହି ଜିଲ୍ଲା ଗୁଡ଼ିକ ହେଲା- ସୁନ୍ଦରଗଡ଼, ବରଗଡ଼, ନୂଆପଡ଼ା, ବଲାଙ୍ଗିର, କଳାହାଣ୍ଡି ଓ ନବରଙ୍ଗପୁର। […]
ଶ୍ରୀନଗର: ଧୀରେ ଧୀରେ ଜମ୍ମୁ ଓ କଶ୍ମୀରରେ ସ୍ଥିତି ସ୍ୱାଭାବିକ ହେବାରେ ଲାଗିଛି। ସୋମବାର ଦିନ ଧାରା ୩୭୦ ପ୍ରତ୍ୟାହାର ନେଇ ରାଜ୍ୟସଭାରେ ବିଲ୍ ଆଗତ ପୂର୍ବରୁ ସାରା ଜମ୍ମୁ ଓ କଶ୍ମୀରରେ ୧୪୪ ଧାରା ଲାଗୁ ହୋଇଥିଲା। ତେବେ ୧୪୪ ଧାରା ଲାଗୁ ହେବା ସତ୍ତ୍ୱେ ଜମ୍ମୁରେ ସ୍ଥିତି ସ୍ୱାଭାବିକ ହେବାରେ ଲାଗିଛି। ଲୋକମାନେ ଘରୁ ବାହାରି ନିଜର ଅତ୍ୟାବଶ୍ୟକ ସାମଗ୍ରୀ କିଣୁଥିବା ଦେଖିବାକୁ ମିଳିଛି। ଲୋକମାନେ ପନିପରିବା, କ୍ଷୀର ଭଳି ଖାଦ୍ୟ ସାମଗ୍ରୀ କିଣିବାକୁ […]
ଅନୁଗୁଳ(ବିରଜା ପ୍ରସାଦ ଦାସ): ଅନୁଗୁଳ ଜିଲ୍ଲା କିଆକଟା ପଞ୍ଚାୟତର ହେଲେଇ ଗାଁରେ କାନ୍ଥ ଭୁଶୁଡ଼ି ଦୁଇ ମାସ ଶିଶୁପୁତ୍ରର ମୃତ୍ୟୁ ଘଟିଛି। ଏଥିରେ ଶିଶୁଟିର ମା’ ଓ ୩ ବର୍ଷର ଭଉଣୀ ଗୁରୁତର ଭାବେ ଆହତ ହୋଇଛନ୍ତି। ସେମାନଙ୍କୁ ବୌଦ୍ଧ ଡାକ୍ତରଖାନାରେ ଭର୍ତ୍ତି କରାଯାଇଛି। ଗତକାଲି ରାତିରେ ସୁଶୀଲ ହାତୀଙ୍କ ସ୍ତ୍ରୀ ଓ ତାଙ୍କର ୨ ସନ୍ତାନ ଶୋଇଥିବା ବେଳେ ଲଗାଣ ବର୍ଷାରେ ହଠାତ୍ କାନ୍ଥ ଭୁଶୁଡ଼ି ପଡ଼ିଥିଲା। ଫଳରେ କାନ୍ଥ ତଳେ ୩ ଜଣ ଚାପି ହୋଇଯାଇଥିଲେ। […]
ମୋହନା: ପୁଣି ଅଲୋଡ଼ା ଶିଶୁକନ୍ୟା। ଗଜପତି ଜିଲ୍ଲା ଅଡ଼ବା ଗାଁ ନିକଟ ଜଙ୍ଗଲରୁ ଜଣେ ନବଜାତ ଶିଶୁ କନ୍ୟାକୁ ଉଦ୍ଧାର କରାଯାଇଛି। ନବଜାତକୁ କେହି ଜଙ୍ଗଲରେ ପକାଇ ପଳାଇଥିବା ସନ୍ଦେହ କରାଯାଉଛି। ସ୍ଥାନୀୟ ଗାଈ ଚରାଳୀମାନେ ଶିଶୁଟିକୁ ଉଦ୍ଧାର କରି ପ୍ରଥମେ ଅଡ଼ବା ଡାକ୍ତରଖାନାକୁ ଆଣିଥିଲେ। ଏହାପରେ ସ୍ୱାସ୍ଥ୍ୟକର୍ମୀ ଶିଶୁଟିକୁ ମୋହନା ମେଡିକାଲ୍ରେ ଭର୍ତ୍ତି କରିଛନ୍ତି। ଚିକିତ୍ସା ପରେ ଶିଶୁଟିର ଅବସ୍ଥା ଭଲଥିବା ଜଣାପଡ଼ିଛି। ଅନ୍ୟପକ୍ଷରେ ଉଦ୍ଧାର ହୋଇଥିବା ଶିଶୁକନ୍ୟା ସମ୍ପର୍କରେ ସିଡବ୍ଲ୍ୟୁସିକ ଖବର ଦିଆଯାଇଥିବା ଡାକ୍ତର ସୂଚନା […]