• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English

Latest News

patkura
ଆରମ୍ଭ ହେଲା ପାଟକୁରା ବିଧାନସଭା ଆସନ ଲାଗି ଭୋଟ୍‌ ଗଣତି

କେନ୍ଦ୍ରାପଡ଼ା: ପାଟକୁରା ବିଧାନସଭା ନିର୍ବାଚନର ଫଳାଫଳ ଆଜି ପ୍ରକାଶ ପାଇବ। କେନ୍ଦ୍ରାପଡ଼ା ସ୍ୱୟଂ ଶାସିତ କଲେଜରେ ହୋଇଥିବା ଗଣତି କେନ୍ଦ୍ରରେ ଆଜି ସକାଳର ୮ଟାରୁ ଭୋଟ୍‌ ଗଣତି ଆରମ୍ଭ  ହୋଇଛି। ଭୋଟ୍‌ ଗଣତି ପାଇଁ ୧୮ଟି ଟେବୁଲ୍‌ର ବ୍ୟବସ୍ଥା କରାଯାଇଛି। ୩୦୯ଟି ବୁଥ୍ ପାଇଁ ୧୭ ରାଉଣ୍ଡ ଗଣତି ହେବ। ପ୍ରତି ଟେବୁଲ୍ ପାଇଁ ମାଇକ୍ରୋ ଅବଜରଭର୍ ଓ ଦୁଇ ଜଣ କାଉଣ୍ଟିଂ ପର୍ସନଲ୍‌ ରହିବେ। ଶୀଘ୍ର ଗଣତି କରି ଦିନ ଗୋଟାଏ ସୁଦ୍ଧା ଫଳାଫଳ ଘୋଷଣା […]

ugc
ଜାଲ୍‌ ବିଶ୍ୱବିଦ୍ୟାଳୟ ତାଲିକାରେ ଓଡ଼ିଶାର ଦୁଇଟି ଶିକ୍ଷାନୁଷ୍ଠାନ

ନୂଆଦିଲ୍ଲୀ/ଭୁବନେଶ୍ୱର: ଜାଲ୍‌ ବିଶ୍ୱ ବିଦ୍ୟାଳୟ ତାଲିକାରେ ଓଡ଼ିଶାର ଦୁଇଟି ଶିକ୍ଷାନୁଷ୍ଠାନ ନାମ ରହିଛି। ଏହି ୨ଟି ଶିକ୍ଷାନୁଷ୍ଠାନ ହେଲା- ବାରିପଦା ସ୍ଥିତ ନର୍ଥ ଓଡ଼ିଶା ୟୁନିଭର୍ସିଟି ଅଫ୍ ଏଗ୍ରିକଲ୍‌ଚର ଏଣ୍ଡ୍‌ ଟେକ୍ନୋଲୋଜି ଏବଂ ରାଉରକେଲା ସ୍ଥିତ ନବ ଭାରତ ଶିକ୍ଷା ପରିଷଦ। ସାରା ଦେଶରେ ଚାଲିଥିବା ଜାଲ୍ ବିଶ୍ୱବିଦ୍ୟାଳୟକୁ ନେଇ ୟୁଜିସି ପକ୍ଷରୁ ଏକ ତାଲିକା ପ୍ରକାଶ କରାଯାଇଛି। ଏଥିରେ ଓଡ଼ିଶାର ଏହି ଦୁଇଟି ଶିକ୍ଷାନୁଷ୍ଠାନ ରହିଛି। ଏସବୁ ଶିକ୍ଷାନୁଷ୍ଠାନରେ ନାମ ନ ଲେଖାଇବା ପାଇଁ ୟୁଜିସି […]

rainfall
ଲଘୁଚାପ ହେଲେ ୨୫, ୨୬ରେ ପ୍ରବଳ ବର୍ଷିବ

ଭୁବନେଶ୍ୱର: ସାରା ଦେଶକୁ ମୌସୁମୀ ଛୁଇଁଥିଲେ ବି ଆଶାନୁରୂପ ବର୍ଷା ହୋଇନି। ଦେଶରେ ମୌସୁମୀ ବର୍ଷାର ପରିମାଣ ସ୍ୱାଭାବିକ ଠାରୁ ହାରାହାରି ୧୯ ପ୍ରତିଶତ କମ୍ ଥିବା ଭାରତୀୟ ପାଣିପାଗ ବିଭାଗ ସୂଚନା ଦେଇଛି। ପାଣିପାଗ ବିଭାଗର ସୂଚନା ଅନୁସାରେ ଓଡ଼ିଶାରେ ବର୍ଷାର ପରିମାଣ ସ୍ୱାଭାବିକ ଠାରୁ ୩୧ ପ୍ରତିଶତ କମ୍ ରହିଛି। ଆଜି କିମ୍ବା କାଲି ଭିତରେ ଯଦି ଘୂର୍ଣ୍ଣି ବଳୟ ସୃଷ୍ଟି ହୁଏ ଓ ଏହା ଲଘୁଚାପରେ ପରିଣତ ହୁଏ ତେବେ ଜୁଲାଇ ୨୫, […]

lawyer
ସାମ୍ନାକୁ ଆସିଲା ବଡ଼ ଖୁଲାସା: ଧାରା ୩୭୭ ବିରୋଧରେ ଲଢ଼ୁଥିବା ଓକିଲ ମହିଳା ଦମ୍ପତି

ନୂଆଦିଲ୍ଲୀ: ଆଇପିସି ଧାରା ୩୭୭କୁ ନେଇ ଗତବର୍ଷ ସେପ୍ଟେମ୍ବରରେ ସୁପ୍ରିମକୋର୍ଟ ଏକ ଐତିହାସିକ ରାୟ ଶୁଣାଇଥିଲେ। ସମଲିଙ୍ଗୀ ସମ୍ପର୍କ ଅପରାଧ ନୁହେଁ। ସମଲିଙ୍ଗୀମାନଙ୍କର ବି ସମ୍ମାନର ସହ ବଞ୍ଚିବାର ଅଧିକାର ଅଛି ବୋଲି ସୁପ୍ରିମକୋର୍ଟ କହିଥିଲେ। ଆଇପିସି ଧାରା ୩୭୭କୁ ଉଚ୍ଛେଦ ନେଇ ୨ଜଣ ଭାରତୀୟ ମହିଳା ଓକିଲ ବହୁତ ସଂଘର୍ଷ କରିଥିଲେ। ସେତେବେଳେ ଏହି ଦୁଇ ମହିଳା ଓକିଲଙ୍କୁ ନେଇ ଖୁବ୍‌ ଚର୍ଚ୍ଚା ହୋଇଥିଲା। ଏବେ ଏଇ ପ୍ରସଙ୍ଗକୁ ନେଇ ଆଉ ଏକ ରୋଚକ ତଥ୍ୟ ସାମ୍ନାକୁ […]

kalahandi
ଓଡ଼ିଆ ଯୁବକ ହେଲେ ଆଇରନ୍‌ ମ୍ୟାନ୍‌

କଳାହାଣ୍ଡି: ସୁଇଜରଲାଣ୍ଡରେ ଅନୁଷ୍ଠିତ ଆଇରନ୍‌ ମ୍ୟାନ୍‌ ପ୍ରତିଯୋଗିତାରେ କଳାହାଣ୍ଡିର ଅଭିଷେକ ପାଟ୍ଟଯୋଶୀ ଚାମ୍ପିଅନ ହୋଇଛନ୍ତି। ଓ୍ୱାର୍ଲଡ୍ ଟ୍ରାଇଆଥଲନ କର୍ପୋରେସନ ପକ୍ଷରୁ ଆୟୋଜିତ ଏହି ପ୍ରତିଯୋଗିତାରେ ଅଂଶଗ୍ରହଣ କରିଥିବା ଶହ ଶହ ଖେଳାଳିଙ୍କୁ ପଛରେ ପକାଇ ଅଭିଷେକ ଏହି ସଫଳତା ପାଇଛନ୍ତି। ପ୍ରତିଯୋଗୀଙ୍କୁ ୧୮ ଘଣ୍ଟା ଭିତରେ ସମୁଦ୍ରରେ ୩.୮ କିଲୋମିଟର ପହଁରିବା, ୧୮୦ କିଲୋମିଟର ସାଇକେଲ ଚଲାଇବା ଓ ୪୨.୨ କିଲୋମିଟର ଦୌଡ଼ିବା ଶେଷ କରିବାକୁ ପଡ଼ିଥାଏ।  ହେଲ ଘଣ୍ଟାଏ ପୂର୍ବରୁ ଅର୍ଥାତ୍‌ ୧୭ ଘଣ୍ଟାରେ ଅଭିଷେକ […]

patkura elections
ପାଟକୁରା ନିର୍ବାଚନ: ଆସନ୍ତାକାଲି ହେବ ଭୋଟ୍ ଗଣତି

ପାଟକୁରା: ପାଟକୁରା ବିଧାନସଭା ଆସନ ପାଇଁ ହୋଇଥିବା ନିର୍ବାଚନର ଭୋଟ୍‌ ଗଣତି ଆସନ୍ତାକାଲି ହେବ। ଏନେଇ ପ୍ରଶାସନ ପକ୍ଷରୁ ସମସ୍ତ ପ୍ରକାର ପ୍ରସ୍ତୁତି ପ୍ରାୟ ଶେଷ ହୋଇଛି। ମୋଟ୍‌ ୧୮ଟି ରାଉଣ୍ଡରେ ଭୋଟ୍‌ ଗଣତି ହେବ।  ଏଥିଲାଗି ୧୮ଟି ଟେବୁଲ୍‌ ବ୍ୟବସ୍ଥା କରାଯାଇଛି। କେନ୍ଦ୍ରାପଡ଼ା ଅଟୋନମସ୍‌ କଲେଜରେ ଇଭିଏମ୍‌ ଗୁଡିକୁ କଡା ସୁରକ୍ଷା ବ୍ୟବସ୍ଥା ମଧ୍ୟରେ ରଖାଯାଇଛି। ଏଥିସହ  ଇଭିଏମ୍‌ର ସୁରକ୍ଷା ଲାଗି ତ୍ରିସ୍ତରୀୟ ବ୍ୟବସ୍ଥା କରାଯାଇଛି। ଷ୍ଟ୍ରଙ୍ଗରୁମ୍‌ରେ ଅର୍ଦ୍ଧସାମରିକ ବାହିନୀ ଓଏସ୍ଏପି ଏବଂ ଜିଲ୍ଲା ପୁଲିସ୍‌ […]

udala
ଅଧ୍ୟକ୍ଷଙ୍କ ବିରୋଧରେ ଅସଦାଚରଣ ଅଭିଯୋଗ ଆଣିଲେ ଅଧ୍ୟାପିକା

ଉଦଳା(ମାନସ ପାଣି): ମୟୂରଭଞ୍ଜ ଜିଲ୍ଲା ଉଦଳାରେ ଥିବା ଲାଲମୋହନ ସଂସ୍କୃତ ମହାବିଦ୍ୟାଳୟର ଅଧ୍ୟକ୍ଷଙ୍କ ବିରୋଧରେ ଜଣେ ଅଧ୍ୟାପିକା ଅସଦାଚରଣ ଅଭିଯୋଗ ଆଣିଛନ୍ତି। ଅଧ୍ୟକ୍ଷଙ୍କ ନାଁ କମଳାକାନ୍ତ ବେହେରା। ଅଧ୍ୟକ୍ଷ କମଳାକାନ୍ତ ତାଙ୍କୁ ଦୁର୍ବ‍୍ୟବହାର ଓ ଅସଦାଚରଣ କରିଥିବା ନେଇ ଅଧ୍ୟାପିକା ଥାନାରେ ଅଭିଯୋଗ କରିଛନ୍ତି। ପରୀକ୍ଷା ଖାତା ଦେଖାଯିବ କହି ବାଲେଶ୍ୱର ରିଜିଓନାଲ ଅଫିସକୁ ନେବା ବାହାନାରେ କମଳାକାନ୍ତ ତାଙ୍କ ଘରକୁ ନେଇ ଯାଇଥିଲେ। ସେଠାରେ ତାଙ୍କ ପ୍ରତି ଅସଦାଚରଣ କରିଥିଲେ ବୋଲି ସମ୍ପୃକ୍ତ ଅଧ୍ୟାପିକା ଅଭିଯୋଗ […]

pm modi
କଶ୍ମୀର ମାମଲାରେ ଟ୍ରମ୍ପଙ୍କ ବୟାନକୁ ଭାରତର ଖଣ୍ଡନ

ନୂଆଦିଲ୍ଲୀ: କଶ୍ମୀର ପ୍ରସଙ୍ଗରେ ମଧ୍ୟସ୍ଥତା ନେଇ ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପଙ୍କ ବିବୃତିକୁ ଭାରତ ଦୃଢ଼ତାର ସହ ଖଣ୍ଡନ କରିଛି। ଏନେଇ ବୈଦେଶିକ ବ୍ୟାପାର ମନ୍ତ୍ରାଳୟର ମୁଖପାତ୍ର ରଵୀଶ କୁମାର ଟ୍ୱିଟ୍‌ କରି ସ୍ପଷ୍ଟ କହିଛନ୍ତି ଯେ, ‘ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି କେବେ ବି ଏନେଇ ଟ୍ରମ୍ପଙ୍କୁ କିଛି କହି ନାହାନ୍ତି। କଶ୍ମୀର ପ୍ରସଙ୍ଗ ଏକ ଦ୍ୱିପାକ୍ଷିକ ପ୍ରସଙ୍ଗ। ଏଥିରେ କାହାରି ମଧ୍ୟସ୍ଥତାକୁ ଭାରତ କେବେ ବି ଗ୍ରହଣ କରିବ ନାହିଁ।’ କେବଳ ପାକିସ୍ତାନ ପଟୁ ସୀମା […]