ନୂଆଦିଲ୍ଲୀ:ବଲିଉଡ ଆକ୍ଟର ସୁଶାନ୍ତ ସିଂ ରାଜପୁତ୍ଙ୍କ ଅକସ୍ମାତ ବିୟୋଗରେ ଯେମିତି ଭାଙ୍ଗିପଡ଼ିଛି ସାରା ଦେଶ। ପରିବାର ଲୋକଙ୍କ ଆଖିରୁ ଲୁହ ଶୁଖୁନି। ତେବେ ଏପରି ସମୟରେ ତାଙ୍କ ପରିବାରକୁ ଆଉ ଏକ ଦୁଃଖ। ସୁଶାନ୍ତଙ୍କ ଏପରି ଅକାଳ ବିୟୋଗକୁ ସହି ନ ପାରି ଆଖିବୁଜିଛନ୍ତି ତାଙ୍କ ପରିବାରର ଆଉ ଜଣେ ସଦସ୍ୟ। ସେ ହେଉଛନ୍ତି ସୁଶାନ୍ତଙ୍କ ଭାଉଜ ସୁଧା। ଗୋଟିଏ ପଟେ ଚାଲିଥିଲଶ ସୁଶାନ୍ତଙ୍କର ଅନ୍ତିମ ସଂସ୍କାର, ଅନ୍ୟପଟେ ବିହାରରେ ରହୁଥିବା ତାଙ୍କର ଭାଉଜ ପ୍ରାଣ ହରାଇଥିଲେ। […]
ଶ୍ରୀନଗର:ଜମ୍ମୁ କାଶ୍ମୀରରେ ସୁରକ୍ଷାକର୍ମୀଙ୍କୁ ସଫଳତା । ଆଜି ଜମ୍ମୁ କାଶ୍ମୀର ସୋପିଆନ୍ ଅଞ୍ଚଳର ତୁକର୍ଓାଙ୍ଗମରେ ଏହି ଏନ୍କାଉଣ୍ଟର ହୋଇଛି । ଏଥିରେ ୩ ଆତଙ୍କୀଙ୍କ ନିପାତ କରିଛନ୍ତି ଭାରତୀୟ ସୁରକ୍ଷାବଳ। ଘଟଣାସ୍ଥଳରୁ AK-47 ଏବଂ ଏକ ଇନସାସ୍ ରାଇଫଲ ଜବତ ହୋଇଛି। ତୁକର୍ଓାଙ୍ଗମ୍ ଅଞ୍ଚଳରେ ଆତଙ୍କବାଦୀ ଲୁଚିଥିବା ଖବରପାଇ ଆଜି ସକାଳୁ ଅପରେସନ ଆରମ୍ଭ କରିଥିଲେ ସୁରକ୍ଷାକର୍ମୀ । ଏହି ସମୟରେ ଆତଙ୍କବାଦୀଙ୍କ ପଟୁ ଗୁଳି ଚାଳନା କରାଯାଇଥିଲା। ସୁରକ୍ଷାକର୍ମୀଙ୍କ ପକ୍ଷରୁ ପାଲଟା ଜବାବ ଦିଆଯାଇଥିଲା। ଏଥିରେ […]
ଲକ୍ଷ୍ନୌ: ଏମିତି ବି ଆସେ ମୃତ୍ୟୁ। କୁନି କୁନି ପିଲା କାର୍ ଭିତରେ ଖେଳୁଥିଲେ। ହେଲେ ସେମାନେ ଜାଣି ନ ଥିଲେ କାର ଭିତରେ ତାଙ୍କପାଇଁ ଏମିତି ମୃତ୍ୟୁ ଜଗି ବସିଛି ବୋଲି। ହଠାତ୍ କାର୍ ଲକ୍ ପଡ଼ିଗଲା। ଶ୍ୱାସରୁଦ୍ଧ ହୋଇ ଚାଲିଗଲା ୨ ଶିଶୁଙ୍କ ଜୀବନ। ଘଟଣା ଘଟିଛି ଉତ୍ତରପ୍ରଦେଶ ମୋରଦାବାଦ ସହରରେ। ୨ଜଣଙ୍କୁ ଗୁରୁତର ଅବସ୍ଥାରେ ଡାକ୍ତରଖାନାରେ ଭର୍ତ୍ତି କରାଯାଇଛି। ଉତ୍ତରପ୍ରଦେଶ ମୋରଦାବାଦ ସହରର ୪ ଜଣ ଛୋଟ ପିଲା କାର ଭିତରେ ଖେଳୁଥିଲେ। […]
ପୁରୀ: ଆଜି ଶ୍ରୀଜିଉଙ୍କ ଚକାବିଜେ ନୀତି। ମହାସ୍ନାନ ସାରି ଅସୁସ୍ଥ ହୋଇ ପଡ଼ିଥିଲେ ବ୍ରହ୍ମାଣ୍ଡ ଠାକୁର। ଅଣସରରେ ଶୋଇ ରହିଥିଲେ ଶ୍ରୀଜିଉ । ଫୁଲୁରି ତେଲ ଓ ଓଷୁଅ ଲାଗି ପରେ ଆଜି ସାମାନ୍ୟ ସୁସ୍ଥ ହୋଇଛନ୍ତି ଠାକୁର। ଆଜି ପରେ ଉଠି ବସିବେ। ଅଣସର ଘରର ପୂର୍ବ ଭାଗରେ ଥିବା ତିନୋଟି ଚକାକୁ ସେବକମାନେ ଗଡାଇ ଗଡାଇ ଆଣିବେ। ତାରି ଉପରେ ବସିବେ ତିନି ଠାକୁର। ବ୍ରହ୍ମାଣ୍ଡକର୍ତ୍ତା, ଦାରୁବ୍ରହ୍ମଙ୍କ ଶରୀର ସଂପୂର୍ଣ୍ଣ ସସ୍ଥ ପାଇଁ ରାଜବୈଦଙ୍କ […]
ମୁମ୍ବଇ: କାହିିଁକି ଏମିତି ଅବେଳରେ ଝଡ଼ିଗଲେ ବଲିଉଡର ଏଇ ଉଜ୍ଜ୍ୱଳ ତାରକା ? ଅବସାଦରୁ ଆତ୍ମହତ୍ୟା ନା ଆଉ କିଛି ? ଯଦି ଅବସାଦ ତାହେଲେ କାରଣ କଣ? ମୁମ୍ବାଇ କ୍ରାଇମ୍ ବ୍ରାଞ୍ଚ ଏ ଦିଗରେ ତଦନ୍ତକୁ ଆଗକୁ ବଢ଼ାଇ ସୁଶାନ୍ତଙ୍କ ସାଥି ରିଆ ଚକ୍ରବର୍ତ୍ତୀ, ମହେଶ ସେଟ୍ଟୀଙ୍କ ସହ ଅନ୍ୟ କିଛି ନିକଟ ସଂପର୍କୀୟଙ୍କୁ ପଚରାଉଚରା କରିଥିବା ସୂଚନା ମିଳିଛି। ପୋଷ୍ଟମର୍ଟମ୍ ରିପୋର୍ଟ କହୁଛି, ଫାଶି ଯୋଗୁଁ ଶ୍ୱାସରୁଦ୍ଧ ହୋଇ ତାଙ୍କର ମୃତ୍ୟୁ ଘଟିଛି। ହେଲେ […]
ନୂଆଦିଲ୍ଲୀ: କଣ୍ଟେନମେଣ୍ଟ ଜୋନରେ କୋଭିଡ ପରୀକ୍ଷଣ ପାଇଁ ରାପିଡ୍ ଆଣ୍ଟିଜେନ୍ ଟେଷ୍ଟ୍ କିଟ୍ ବ୍ୟବହାର କରିବାକୁ ସୁପାରିଶ କରିଛି ICMR । ରାପିଡ ଆଣ୍ଟିଜେନ ଟେଷ୍ଟରେ ନେଗେଟିଭ ଆସିଥିଲେ, ଏହା ପଛକୁ RT-PCR ଟେଷ୍ଟ କରିବା ଉଚିତ । ଏହା ପରେ ଯଦି କୌଣସି ବ୍ୟକ୍ତି ପଜିଟିଭ ଚିହ୍ନଟ ହୁଅନ୍ତି ତେବେ ତାକୁ ହିଁ ପ୍ରକୃତ ପଜିଟିଭ ଧରାଯିବ ବୋଲି ICMR ପକ୍ଷରୁ କୁହାଯାଇଛି। ବିନା ଲାବୋରେଟୋରୀ ପରୀକ୍ଷଣରେ ଏହା ଶୀଘ୍ର ଫଳ ନିରୁପଣ କରିବ। ଏହି […]
୧) ରାଜ୍ୟରେ ବଢୁଥିବା କରୋନା ସଂକ୍ରମଣକୁ ନେଇ ଚିନ୍ତା: ଆଜିଠୁ କରୋନା ଲକ୍ଷଣ ପାଇଁ ଘର ଘର ବୁଲି ସର୍ଭେ କରିବେ ଆଶା ଦିଦି ଓ ANM କର୍ମୀ। କରୋନା ଲକ୍ଷଣର ହେବ ଯାଞ୍ଚ, ଜୁଲାଇ ୩୧ ପର୍ଯ୍ୟନ୍ତ ଚାଲିବ କାର୍ଯ୍ୟକ୍ରମ।.. ୨) ଦେଶରେ ବୃଦ୍ଧି ପାଉଛି କରୋନାର କହର…କଣ୍ଟେନମେଣ୍ଟ ଜୋନରେ କୋଭିଡ ପରୀକ୍ଷଣ ପାଇଁ ରାପିଡ୍ ଆଣ୍ଟିଜେନ୍ ଟେଷ୍ଟ୍ କିଟ୍ ବ୍ୟବହାର କରିବାକୁ ICMRର ସୁପାରିଶ। ୩) ପଞ୍ଚଭୂତରେ ବିଲୀନ ହେଲେ ବଲିଉଡର ଧୋନୀ: ଅନ୍ତିମ […]
ନୂଆଦିଲ୍ଲୀ: ନଭେମ୍ବର ମଧ୍ୟଭାଗରେ ଦେଶରେ କରୋନା ସଂକ୍ରମଣ ଶୀର୍ଷରେ ପହଞ୍ଚିବା ନେଇ ଜାତୀୟ ଗଣମାଧ୍ୟମରେ ଖବର ପ୍ରସାରିତ ହେବା ପରେ ଆଇସିଏମ୍ଆର୍ ପକ୍ଷରୁ ଏହାକୁ ଖଣ୍ଡନ କରାଯାଇଛି। ଏହାକୁ ବିଭ୍ରାନ୍ତିକର ବୋଲି ସ୍ପଷ୍ଟ କରିଛି ନିଜେ ଆଇସିଏମ୍ଆର। ଏ ନେଇ ଆଇସିଏମ୍ଆର ପକ୍ଷରୁ ଟ୍ୱିଟ୍ କରାଯାଇଛି । ଏହି ତଥ୍ୟ ଯେଉଁ ଗବେଷଣାରୁ ସଂଗ୍ରହ କଯାଇଛି, ତାହା ଆଇସିଏମ୍ଆର କିମ୍ବା କୌଣସି ଅନୁବନ୍ଧିତ ସଂସ୍ଥା ଦ୍ୱାରା କରାଯାଇନାହିଁ । ତେଣୁ ଏହା ଆଇସିଏମ୍ଆରର ତଥ୍ୟ ନୁହେଁ ବୋଲି […]
ଭୁବନେଶ୍ୱର: ଭୁବନେଶ୍ୱରରୁ ଆଜି ଆଉ ୫ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି। ୫ ଜଣଙ୍କ ମଧ୍ୟରୁ ୩ ଜଣ ହୋମ୍ କ୍ୱାରେଣ୍ଟିନରେ ଥିବାବେଳେ ୨ଟି ଲୋକାଲ କେସ୍ ରହିଛି। ଏ ନେଇ ଭୁବନେଶ୍ୱର ମହାନଗର ନିଗମ(ବିଏମ୍ସି) ପକ୍ଷରୁ ଟ୍ୱିଟ୍ କରାଯାଇ ସୂଚନା ଦିଆଯାଇଛି। ଏହାକୁ ମିଶାଇ ଭୁବନେଶ୍ୱରରେ ଆକ୍ରାନ୍ତ ସଂଖ୍ୟା ୧୨୭କୁ ବୃଦ୍ଧି ପାଇଛି। ମିଳିଥିବା ସୂଚନା ଅନୁସାରେ ଚିନ୍ତାମଣିଶ୍ୱର, ପଟିଆ ଓ କୋଳଥିଆର ୩ ଜଣ ହୋମ୍ କ୍ୱାରେଣ୍ଟିନରେ ଥିଲେ। ଲୋକାଲ କେସ୍ରେ ୨ ଜଣ ମହିଳା ଚିହ୍ନଟ […]
ପୁରୀ: ଶ୍ରୀକ୍ଷେତ୍ରରେ ପ୍ରବଳ ବର୍ଷା ଓ ପବନ। ପବନ ଯୋଗୁ ବାଉଁଶ ସହ ଉଡ଼ିଯାଇଛି ଶ୍ରୀମନ୍ଦିରର ପତିତପାବନ ବାନା । ଯେହେତୁ ନୀଳଚକ୍ରରେ ଅନ୍ୟ ବାନା ରହିଛି, ତେଣୁ ନୀତିକାନ୍ତିରେ ବିଭ୍ରାଟ ହୋଇନି । ଆଜି ପ୍ରବଳ ବର୍ଷା ଯୋଗୁ ବଡଦାଣ୍ଡ ଆଣ୍ଠୁଏ ପାଣିର ଲହଡ଼ା ମାରୁଛି। ଏମିତିକି ରଥ ଖଳାରେ ମଧ୍ୟ ପାଣି ପଶିଯାଇଥିଲା । କିଛି ରଥକାଠ ପାଣିରେ ବୁଡି ଯାଇଥିବା ଦେଖିବାକୁ ମିଳିଥିଲା । ହେଲେ ପରେ ରଥଖଳାରୁ ପାଣି ନିଷ୍କାସନ ହୋଇଯାଇଛି […]
ନୂଆଦିଲ୍ଲୀ: ପୂର୍ବ ଲଦାଖରେ ଭାରତ-ଚୀନ ମଧ୍ୟରେ ଏଲଏସିରେ ବିବାଦ ବିସ୍ଫୋରକ ରୂପ ନେଇଛି । ଅନ୍ୟପକ୍ଷେ ଭାରତ ସୀମାରେ ସଡ଼କ ନିର୍ମାଣ କାମ ଜାରି ରଖିଛି । ବର୍ଡର ରୋଡସ୍ ଅର୍ଗାନାଇଜେସନ୍ ଆଶା ରଖିଛି, ଚଳିତବର୍ଷ ଶେଷ ସୁଦ୍ଧା ୨୫୫ କିମି ଦୀର୍ଘ ଏଇ ସଡକର ନିର୍ମାଣ କାମ ଶେଷ ହେବ । ଏଠି କହି ରଖିବୁ, ନିର୍ମାଣ ଚାଲିଥିବା ଦାରବୁକ-ଶୌକ-ଦୌଲତବାଗ ଓଲଡି ସଡକ( Darbuk-Shyok-Daulat Beg Oldie-DSDBO)ରେ ପାଖାପାଖି ୮ଟି ଜଳାଶୟ ନିର୍ମାଣ ହେବ । […]
ବରଗଡ଼: ଅନ୍ ଲାଇନ୍ରେ ମଗାଇଥିଲେ ଜିନିଷ। ଘରେ ପହଞ୍ଚିଲା ପାର୍ସଲ। କିଛି ଦିନ ପରେ ଜଣାପଡ଼ିଲା ସେ କରୋନା ଆକ୍ରାନ୍ତ। ବରଗଡ଼ ଜିଲ୍ଲା ପଦ୍ମପୁର ବ୍ଲକରେ ପାର୍ସଲରୁ କରୋନା ଭାଇରସ ଆସିଥିବା ସନ୍ଦେହ କରାଯାଉଛି। ପଦ୍ମପୁର ବ୍ଲକରେ ପ୍ରଥମ ଥର ପାଇଁ ଚିହ୍ନଟ ହୋଇଛନ୍ତି ୩ କରୋନା ରୋଗୀ। ଏକାଥରକେ ୩ କରୋନା ରୋଗୀ ଚିହ୍ନଟ ହେବା ପରେ ଅଞ୍ଚଳବାସୀଙ୍କ ଚିନ୍ତା ବଢି ଯାଇଥିଲା। ତେବେ ସେମାନଙ୍କ ମଧ୍ୟରେ ଥିବା ଜଣେ ସ୍ଥାନୀୟ ଲୋକ କେମିତି ସଂକ୍ରମିତ […]
ନୂଆଦିଲ୍ଲୀ: ଇସଲାମାବାଦରେ ଥିବା ଭାରତୀୟ ଦୂତାବାସର ୨ କର୍ମଚାରୀ ନିଖୋଜ ହୋଇଯାଇଛନ୍ତି। CISFର ୨ କର୍ମଚାରୀ ଡ୍ୟୁଟିରେ ଥିବାବେଳେ ନିଖୋଜ ହୋଇଯାଇଛନ୍ତି । ୨ ଘଣ୍ଟାରୁ ଅଧିକ ହେଲାଣି, ସେମାନଙ୍କର କୌଣସି ପତ୍ତା ମିଳୁନାହିଁ। ସକାଳୁ ଉଭୟ ନିଜ ଡ୍ୟୁଟିରେ ଯୋଗ ଦେଇଥିଲେ। ହେଲେ ଆସିବାର ପ୍ରାୟ ୨ ଘଣ୍ଟା ପରେ ସେମାନଙ୍କର ପତ୍ତା ମିଳୁନାହିଁ । ଘଟଣା ପରେ ଭାରତ ପକ୍ଷରୁ ପାକିସ୍ତାନ ଅଧିକାରୀଙ୍କୁ ଏ ସମ୍ପର୍କରେ ଅବଗତ କରାଯାଇଛି। ନିଖୋଜ ଦୁଇ କର୍ମଚାରୀ ହାଇକମିଶନରରେ […]
ଭୁବନେଶ୍ୱର: ମନେ ରଖିଛନ୍ତି ଶହେ ବର୍ଷର କ୍ୟାଲେଣ୍ଡର । ୨୦୦୦ ମସିହାରୁ ଆରମ୍ଭ କରି ୨୧୦୦ ମସିହା ଅର୍ଥାତ ପୁରା ଶତାବ୍ଦୀର କ୍ୟାଲେଣ୍ଡରକୁ ନିଜ ମୁଣ୍ଡରେ ସେ ଷ୍ଟୋର୍ କରି ରଖିଛନ୍ତି ଆଉ ତୁଣ୍ଡରେ କହୁଛନ୍ତି । ଯେଉଁ ମସିହାର ଯେଉଁ ତାରିଖ କୁହନ୍ତୁ, ଫଟାଫଟ କହି ଦେଉଛନ୍ତି ତାହା କେଉଁ ବାରରେ ପଡ଼ିବ । ତେବେ ସବୁଠାରୁ ଆଶ୍ଚର୍ଯ୍ୟର କଥା ହେଉଛି ସେ ଅଟିଜିମ୍ ଆକ୍ରାନ୍ତ ହୋଇ ମଧ୍ୟ ଏପରି ବିରଳ ପ୍ରତିଭାର ଅଧିକାରୀ ହୋଇପାରିଛନ୍ତି । […]
ଭୁବନେଶ୍ୱର: ରାଜ୍ୟରେ ଆଜି ଆଉ ୧୪୬ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି। ଏ ନେଇ ରାଜ୍ୟ ସୂଚନା ଓ ଲୋକ ସଂପର୍କ ବିଭାଗ ପକ୍ଷରୁ ସୂଚନା ଦିଆଯାଇଛି। ଏଥିମଧ୍ୟରୁ ୧୨୮ ଜଣ କ୍ୱାରେଣ୍ଟାଇନ୍ରେ ଥିବାବେଳେ ୧୮ଟି ଲୋକାଲ କେସ ରହିଛି। ନୂଆ ଆକ୍ରାନ୍ତଙ୍କ ମଧ୍ୟରେ ଅଛନ୍ତି ୯ ଅଗ୍ନିଶମ କର୍ମଚାରୀ । ସେମାନେ ସମସ୍ତେ ଅମ୍ଫାନ ଡ୍ୟୁଟିରେ ପଶ୍ଚିମବଙ୍ଗ ଯାଇଥିଲେ। ଆଜି କନ୍ଧମାଳ ଜିଲ୍ଲାରେ ସର୍ବାଧିକ ୪୮ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି। ସେହିପରି ଭଦ୍ରକ ଓ କଟକରୁ […]