ବିଜେଡିର ବିପର୍ଯ୍ୟୟ ପରେ ନବୀନଙ୍କ ଭାବମୂର୍ତ୍ତି ବଞ୍ଚାଇବାର ଚେଷ୍ଟା । ସୋସିଆଲ୍ ମିଡିଆରେ ନବୀନଙ୍କୁ ମସିହା ସଜାଉଛନ୍ତି ବିଜେଡି ନେତା । ହେଲେ ବିଜେପି କହିଛି, ରାଜ୍ୟରେ ବର୍ତ୍ତମାନର ଏ ସ୍ଥିତି ପାଇଁ ନବୀନ ହିଁ ମୁଖ୍ୟ ଦୋଷୀ।
ରାଜ୍ୟବାସୀଙ୍କୁ BSKY ଆଶ୍ବସ୍ତି। ମୁଖ୍ୟ ସଚିବ କହିଲେ ବନ୍ଦ ହୋଇନି ଯୋଜନା, ଚିକିତ୍ସାରେ ଅବହେଳା କରୁଥିଲେ-ହସ୍ପିଟାଲ ବିରୋଧରେ ଦୃଢ଼ କାର୍ଯ୍ୟାନୁଷ୍ଠାନ ।
ସତ୍ତାର ସତରଞ୍ଜରେ ବହୁ ଅଭିଜ୍ଞଙ୍କୁ ମାତ୍ ଦେଇଛନ୍ତି ଅପେକ୍ଷାକୃତ ନବାଗତ ପ୍ରାର୍ଥୀ। ବିଜେଡିର ବହୁ ହେଭିୱେଟଙ୍କୁ ବଡ଼ ଭୋଟ୍ ବ୍ୟବଧାନରେ ହରାଇ ଅଚାନକ ହିରୋ ପାଲଟି ଯାଇଛନ୍ତି ବହୁ ବିଜୟୀ ପ୍ରାର୍ଥୀ।
ବିଜେଡିର ପତନ ପରେ ଧିରେ ଧିରେ ମୁହଁ ଖୋଲୁଛନ୍ତି ବରିଷ୍ଠ। ନିର୍ବାଚନ ପରିଚାଳନାରେ ବରିଷ୍ଠ ନେତାଙ୍କୁ ଦୂରେଇ ରଖିବାରୁ ଦଳ ପରାଜିତ ହେଲା ବୋଲି ଶଶୀ ବେହେରା ମତ ରଖିଛନ୍ତି।
ପାଣ୍ଡିଆନଙ୍କୁ ହଟାଇ ଦେଇଛନ୍ତି କି ନବୀନ ? ଯାହାକୁ ନେଇ ଏବେ ବଢ଼ିଛି ଚର୍ଚ୍ଚା । ବିଜେଡିର ବରିଷ୍ଠ ନେତା ପ୍ରଫୁଲ୍ଲ ସାମଲଙ୍କ ମନ୍ତବ୍ୟ ପରେ ଏନେଇ ବଢ଼ିଛି ଚର୍ଚ୍ଚା ।
ପୂର୍ଣ୍ଣ ବହୁମତ ମିଳିବା ପରେ ଏବେ ବିଜେପିର ମୁଖ୍ୟମନ୍ତ୍ରୀ କସରତ। ରାଜ୍ୟ ବିଜେପି ନେତାଙ୍କୁ ଦିଲ୍ଲୀ ଡାକରା। କିଏ ହେବ ବିଜେପିର ପ୍ରଥମ ମୁଖ୍ୟମନ୍ତ୍ରୀ, ତାକୁ ନେଇ କଳ୍ପନା ଜଳ୍ପନା ଲାଗି ରହିଥିବା ବେଳେ ଅନେକ ନାଁ କୁ ନେଇ ଚର୍ଚ୍ଚା ଆରମ୍ଭ ହୋଇଛି।
ଚଳିତ ବର୍ଷ ରେକର୍ଡ ପରେ ରେକର୍ଡ ଛୁଇଁଛି ତାପମାତ୍ରା । ଯାହାଫଳରେ ଏସିର ବିକ୍ରି ମଧ୍ୟ ବଢିବାରେ ଲାଗିଛି। ଏହି କାରଣରୁ ଚଳିତ ବର୍ଷ ଏସି ବିକ୍ରିରେ ମଧ୍ୟ ରେକର୍ଡ ହୋଇପାରେ।
ଲକ୍ଷ୍ମୀ ବସରୁ ହଟିଲା ‘ଶଙ୍ଖ ଷ୍ଟିକର୍’ । ଆଗରୁ ଶଙ୍ଖ ଷ୍ଟିକର୍ ଥିଲା, ଏବେ ନାହିଁ । ଉଭୟ ପଟେ ଥିଲା ଶଙ୍ଖ ଚିହ୍ନର ଷ୍ଟିକର୍ । ବସ୍ ପଛରେ ଥିବା ମିଶନ୍ ଶକ୍ତି ଲେଖା ବି ନାହିଁ ।
ଗତକାଲି ବିଲମ୍ବିତ ରାତିରେ ଦିଲ୍ଲୀ ଯାଇଥିବା ସୂଚନା ମିଳିଛି । ଦିଲ୍ଲୀ ଯାଇ ସେଠାରେ ଏକ ପଞ୍ଚ ତାରକା ହୋଟେଲରେ ରହୁଥିବା ସୂଚନା ମିଳିଛି ।
BSKY କାର୍ଡକୁ ନେଇ ଦେଖା ଯାଇଥିବା ଦ୍ବନ୍ଦ୍ବକୁ ନେଇ ଚିନ୍ତା ପ୍ରକଟ କଲେ ରାଜ୍ୟପାଳ। ଆଜି ଏନେଇ ରାଜ୍ୟପାଳ ରଘୁବାର ଦାସ ମୁଖ୍ୟ ଶାସନ ସଚିବଙ୍କୁ କୈଫୟତ ତଲବ କରିଛନ୍ତି।
ମୁଖ୍ୟମନ୍ତ୍ରୀ ପଦରୁ ନବୀନ ପଟ୍ଟନାୟକଙ୍କ ଇସ୍ତଫା ପରେ CMOରୁ ଇସ୍ତଫା ଦେଇଛନ୍ତି ଦୁଇ ବରିଷ୍ଠ ଆଇଏଏସ୍ ସୁରେଶ ମହାପାତ୍ର ଓ ଆର୍.ବାଲକ୍ରିଷ୍ଣନ୍।
ଆସନ୍ତା ୯ ତାରିଖରେ ମୋଦି ପୁଣି ଥରେ ପ୍ରଧାନମନ୍ତ୍ରୀ ଭାବେ ଶପଥ ନେବେ। ଜାତୀୟ ଗଣମାଧ୍ୟମର ସୂଚନା ଅନୁସାରେ ୮ ତାରିଖରେ ନୁହେଁ ୯ ତାରିଖରେ ଶପଥ ଗ୍ରହଣ ଉତ୍ସବ ଆୟୋଜନ ହେବ।
ବିଜେପିର ବିପୁଳ ବିଜୟ ପରେ ବିଜେଡିକୁ ଟାର୍ଗେଟ୍ କରୁଛନ୍ତି ବିଜେପି ନେତା । ଆଜି ବିଭିନ୍ନ ପ୍ରସଙ୍ଗ ଉଠାଇ ସିଧା ନବୀନ ପଟ୍ଟନାୟକଙ୍କୁ ଟାର୍ଗେଟ୍ କରିଛନ୍ତି ବିଜୟୀ ବିଜେପି ସାଂସଦ ପ୍ରାର୍ଥୀ ପ୍ରତାପ ଷଡ଼ଙ୍ଗୀ ।
ଗଣତନ୍ତ୍ରହୀନ ବିଜୁ ଜନତା ଦଳରେ ନେତା ପଣପଣ, କିନ୍ତୁ କାହାର ପାୱାର ନାହିଁ। ଆଦର ନଥିବାରୁ ଦୂରେଇ ରହିଛନ୍ତି ବରିଷ୍ଠ, ଟହଲ ମାରୁଛନ୍ତି ଅଭିଜ୍ଞତାହୀନ ଯୁବପିଢ଼ି।
କୁହାଯାଉଛି, ଏବେ ଭି.କେ ପାଣ୍ଡିଆନ୍ଙ୍କ କ’ଣ ହେବ ରାଜନୈତିକ ଭବିଷ୍ୟତ ? ରାଜନୀତିରେ ରହିବେ ନା ରାଜନୀତିରୁ ସନ୍ୟାସ ନେବେ ?
ବିଜେଡିର ଭୁଲ ରଣନୀତି ଓ ମୋଦି ହାୱା ସବୁକିଛି ଓଲଟପାଲଟ କରିଦେଲା । ଇତିହାସ ରଚିବାକୁ ଆଉ ହାତରେ ଥିଲା ୭୪ ଦିନ ବାକି । ହେଲେ ଓଡ଼ିଶାରେ ଧରାଶାୟୀ ହୋଇଗଲା ବିଜେଡି ସରକାର ।
ଝିଅକୁ ହେଲାଣି ଆସି ଏକ ବର୍ଷ । କିନ୍ତୁ ପାଇନାହିଁ ବାପାର ସ୍ନେହ । ଆଜି ବି ଝୁରିଛନ୍ତି ମାଆ ଓ ଝିଅ । ଭୁଲ ଚିକିତ୍ସା ପାଇଁ ଚାଲିଗଲା ବାପାଙ୍କ ଜୀବନ । କିନ୍ତୁ ତଥାପି ମାନୁନି ମନ । ମନେ ପଡ଼ୁଛି ସେହି ଦିନର କାହାଣୀ ।
ରାଜ୍ୟରେ BSKY କାର୍ଡ ଚାଲୁ ରହିଛି ବୋଲି ସ୍ପଷ୍ଟ କଲେ ମୁଖ୍ୟ ସଚିବ। ଭିଡିଓ ବାର୍ତ୍ତା ଜରିଆରେ ମୁଖ୍ୟ ସଚିବ ପ୍ରଦୀପ ଜେନାଙ୍କ ସ୍ପଷ୍ଟୋକ୍ତି।
ମୁଖ୍ୟମନ୍ତ୍ରୀ କିଏ ହେବ ପ୍ରସଙ୍ଗରେ ଜୟନାରାୟଣ କହିଛନ୍ତି ଯିଏ ବି ମୁଖ୍ୟମନ୍ତ୍ରୀ ହେବ, ନବୀନଙ୍କ ଠାରୁ ଭଲ ହେବ। ଜଣେ ଓଡ଼ିଆ ବ୍ୟକ୍ତି ମୁଖ୍ୟମନ୍ତ୍ରୀ ହେବେ, ଓଡ଼ିଆରେ କହିପାରୁଥିବେ।
ଏକାକୀ ଲୋକସଭାରେ ସରକାର କରିବାକୁ ଆଶା ରଖିଥିବା ବିଜେପି ବର୍ତ୍ତମାନ ଛନ୍ଦି ହୋଇ ତଳେ ପଡ଼ିଛି । ମ୍ୟାଜିକ୍ ନମ୍ୱର ଛୁଇଁବା ପାଇଁ ସହଯୋଗୀ ଦଳଙ୍କର ଆବଶ୍ୟକତା ଥିବା ବେଳେ ମୌକେ ପେ ଚୌକା ମାରିବାକୁ ଚେଷ୍ଟା କରୁଛନ୍ତି ସହଯୋଗୀ ।
ଆଜି ଜ୍ୟୈଷ୍ଠ, ସାବିତ୍ରୀ ବ୍ରତ । ଓଡ଼ିଆ ପରମ୍ପରା ଅନୁଯାୟୀ ଆଜିର ଦିନରେ ବ୍ରତ ରଖିଥାନ୍ତି ସଧବା । ସ୍ୱାମୀଙ୍କ ଦୀର୍ଘାୟୁ କାମନା କରି ସାରାଦିନ ଉପବାସ ରଖିଥାନ୍ତି ପତ୍ନୀ ।
ଆସନ୍ତା ୩ରୁ ୪ଦିନ ଭିତରେ ଓଡ଼ିଶା ଛୁଇଁପାରେ ମୌସୁମୀ ବାୟୁ । ପ୍ରଥମେ ଦକ୍ଷିଣ ଓଡ଼ିଶାକୁ ପ୍ରବେଶ କରିବ । ପରେ ଅନ୍ୟ ଅଞ୍ଚଳକୁ ସ୍ପର୍ଶ କରିବ ଦକ୍ଷିଣ-ପଶ୍ଚିମ ମୌସୁମୀ ବାୟୁ ।
ଆମେରିକୀୟ ମହାକାଶ ସଂସ୍ଥା ନାସାର ବରିଷ୍ଠ ମହାକାଶଚାରୀ ସୁନିତା ୱିଲିୟମ୍ ସ ପୁଣି ମହାକାଶକୁ ଯାତ୍ରା କରିଛନ୍ତି । ଭାରତୀୟ ବଂଶୋଦ୍ଭବ ୫୯ ବର୍ଷୀୟା ସୁନିତାଙ୍କର ଏହା ତୃତୀୟ ମହାକାଶ ଯାତ୍ରା ।
ଲୋକସଭା ନିର୍ବାଚନ ଫଳାଫଳ ପରେ ଦିଲ୍ଲୀରେ ଗତକାଲି ଏନଡିଏ ବୈଠକ ଶେଷ ହୋଇଛି । ଏହି ବୈଠକରେ ଏନଡିଏର ସମସ୍ତ ଦଳ ନିଜର ସମର୍ଥନ ପତ୍ର ବିଜେପି ରାଷ୍ଟ୍ରୀୟ ଅଧ୍ୟକ୍ଷ ଜେପି ନଡ୍ଡାଙ୍କୁ ପ୍ରଦାନ କରିଛନ୍ତି ।
ସୌର ବୃଷ ମାସ ଜ୍ୟେଷ୍ଠ କୃଷ୍ଣପକ୍ଷ। ଇଂରାଜୀରେ ୦୬ ଗୁରୁବାର। ଚନ୍ଦ୍ର- ବୃଷ ଅହୋରାତ୍ର। ତିଥି- ଅମାବାସ୍ୟା ସନ୍ଧ୍ୟା ୦୬.୦୭ ଗତେ ପ୍ରତିପଦ। ଘାତଚନ୍ଦ୍ର- ବିଛା ରାଶିର ଅହୋରାତ୍ର। ଘାତବାର- ତୁଳା ଓ କୁମ୍ଭ ରାଶିର । ପୁଷ୍କର ଦୋଷ- ନାସ୍ତି।