Advertisment

ମୁଖ୍ୟମନ୍ତ୍ରୀଙ୍କ ନିର୍ଦ୍ଦେଶ; ଚଳିତବର୍ଷ ହାୟର୍ ସେକେଣ୍ଡାରୀ ସ୍କୁଲକୁ ଉନ୍ନୀତ ହେବ ୧୦ ହାଇସ୍କୁଲ

ଅନୁସୂଚିତ ଜନଜାତି ଓ ଜାତି ଉନ୍ନୟନ ବିଭାଗ କାର୍ଯ୍ୟକ୍ରମର ସମୀକ୍ଷା ବୈଠକ । ଉଚ୍ଚ ମାଧ୍ୟମିକ ବିଦ୍ୟାଳୟକୁ ଉନ୍ନୀତ ହେବ ରାଜ୍ୟର ଅନ୍ୟୁନ ୧୦ଟି ଉଚ୍ଚ ବିଦ୍ୟାଳୟ।

author-image
Sujit kumar Swain
ଅଦ୍ୟତନ ହୋଇଛି
CM Mohan Majhi orders upgradation of 14 high schools in Odisha

Higher Secondary Schools

ଚଳିତ ବର୍ଷ ହାୟର୍ ସେକେଣ୍ଡାରୀ ସ୍କୁଲକୁ ଉନ୍ନୀତ ହେବ ରାଜ୍ୟର ଅନ୍ୟୁନ ୧୦ଟି ହାଇସ୍କୁଲ । ଅନୁସୂଚିତ ଜନଜାତି ଓ ଜାତି ଉନ୍ନୟନ ବିଭାଗ କାର୍ଯ୍ୟକ୍ରମର ସମୀକ୍ଷା କରି ଏହି ନିର୍ଦ୍ଦେଶ ଦେଇଛନ୍ତି ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ।

Advertisment

ଏଥିସହ ପର୍ଯ୍ୟାୟକ୍ରମେ ପ୍ରାଥମିକ ବିଦ୍ୟାଳୟ ହଷ୍ଟେଲର ଉନ୍ନତିକରଣ କରିବା, ବିଭାଗୀୟ ହଷ୍ଟେଲ ଗୁଡ଼ିକରେ ପିଲା ମାନଙ୍କ ଖାଦ୍ୟର ମାନ ବୃଦ୍ଧି, ସ୍ବାସ୍ଥ୍ୟ, ସୁରକ୍ଷା ଓ ସ୍ବଚ୍ଛତା ଉପରେ ସର୍ବାଧିକ ଗୁରୁତ୍ବ ପ୍ରଦାନ ପାଇଁ ମୁଖ୍ୟମନ୍ତ୍ରୀ ପରାମର୍ଶ ଦେଇଛନ୍ତି। ମନ୍ତ୍ରୀ ଓ ସଚିବ ମାନେ ନିୟମିତ ଭାବେ ବିଦ୍ୟାଳୟ ଓ ହଷ୍ଟେଲ ଗୁଡିକ ପରିଦର୍ଶନ କରି ଏହାର ପରିଚାଳନା ପଦ୍ଧତି ଯାଞ୍ଚ କରିବେ । ଅଭିବକ୍ତ କୋରାପୁଟ ଜିଲ୍ଲାରେ ପ୍ରଥମ ପର୍ଯ୍ୟାୟରେ ୩୦୧ଟି ହଷ୍ଟେଲର ଉନ୍ନତିକରଣ ପାଇଁ କାର୍ଯ୍ୟକ୍ରମ ହାତକୁ ନିଆଯାଇଛି ବୋଲି ସୂଚନା ମିଳିଛି।

ଅଧିକ ପଢ଼ନ୍ତୁ: ମନ୍ତ୍ରୀଙ୍କ ଧମକ; ଅର୍ଡରର ୪୮ ଘଣ୍ଟାରେ ପହଞ୍ଚାଅ ଗ୍ୟାସ୍, ନହେଲେ ...

Advertisment

ସେହିପରି ଗୃହ ନିର୍ମାଣ ଓ ନଗର ଉନ୍ନୟନ ବିଭାଗର କାର୍ଯ୍ୟ ସମୀକ୍ଷା କରି ସହର ଗୁଡ଼ିକର ପାରିପାର୍ଶ୍ୱିକ ଅଞ୍ଚଳର ବିକାଶକୁ ପ୍ରାଥମିକତା ଦିଆଯାଇ ଗରିବ ଲୋକଙ୍କ ପାଇଁ ସୁବିଧାର ବିକାଶ କରିବାକୁ ନିର୍ଦ୍ଦେଶ ଦିଆଯାଇଛି । ଦୟା ୱେଷ୍ଟ କେନାଲର ପୁନରୁଦ୍ଧାର ଓ ସୌନ୍ଦର୍ଯ୍ୟକରଣ ପାଇଁ ଯୋଜନା ପ୍ରସ୍ତୁତ କରିବାକୁ ନିର୍ଦ୍ଦେଶ ଦେଇଛନ୍ତି ମୁଖ୍ୟମନ୍ତ୍ରୀ।

ବୈଠକରେ ବିଭାଗ ପକ୍ଷରୁ ୧୦୦ ଦିନର ଆକ୍ସନ ପ୍ଲାନ ଉପସ୍ଥାପନ କରାଯାଇଥିଲା। ଏହା ସହିତ ମେଟ୍ରୋ ରେଳ ପ୍ରକଳ୍ପର ଅଗ୍ରଗତି, ଜାଗା ମିଶନ, କ୍ରୁଟ୍ ପରିବହନ ବ୍ୟବସ୍ଥା, ସ୍ୱଚ୍ଛତା ଓ ସୌନ୍ଦର୍ଯ୍ୟକରଣ ଉପରେ ବୈଠକରେ ଆଲୋଚନା କରାଯାଇଛି।

ଅଧିକ ପଢ଼ନ୍ତୁ: ଅମାନିଆ ସାବଧାନ୍‌, ଟ୍ରାଫିକ୍‌ ନିୟମ ଭାଙ୍ଗିଲେ ଚକାରୁ ହାୱା ଖୋଲିଦେବ ପୋଲିସ୍‌

Schools Odisha CM High School Mohan Majhi
Advertisment
Advertisment