/odishatv-khabar/media/post_attachments/uploadimage/library/16_9/16_9_0/NEET_1721149449.jpg)
NEET
ନିଟ୍ ପରୀକ୍ଷା ଅନିୟମିତତା ମାମଲାରେ ସିବିଆଇକୁ ବଡ଼ ସଫଳତା। ନ୍ୟାସନାଲ ଟେଷ୍ଟିଂ ଏଜେନ୍ସି ବା NTAର ଟ୍ରଙ୍କରୁ ପ୍ରଶ୍ନପତ୍ର ଚୋରି କରିଥିବା ମୁଖ୍ୟ ଅଭିଯୁକ୍ତକୁ ଗିରଫ କଲା CBI। ପାଟନାରୁ ଗିରଫ ହୋଇଥିବା ଅଭିଯୁକ୍ତ ପଙ୍କଜ କୁମାର ଓରଫ୍ ଆଦିତ୍ୟର ଘର ବୋକାରୋ ଏବଂ ସେ ଜାମଶେଦପୁର NITରେ ପଢ଼ିଥିବା ଜଣେ ଇଞ୍ଜିନିୟର ବୋଲି ଜଣାପଡ଼ିଛି। ସେ ଝାଡ଼ଖଣ୍ଡର ହଜାରୀବାଗରେ NTA ଟ୍ରଙ୍କରୁ ପ୍ରଶ୍ନପତ୍ର ଚୋରି କରିଥିବା ସୁରାକ୍ ପାଇଛି କେନ୍ଦ୍ରୀୟ ତଦନ୍ତକାରୀ ସଂସ୍ଥା।
ପଙ୍କଜର ସହଯୋଗୀ ରାଜୁ ସିଂଙ୍କୁ ମଧ୍ୟ ହଜାରିବାଗରୁ ଧରିବାକୁ ସଫଳ ହୋଇଛି ସିବିଆଇ । ସେ ପ୍ରଶ୍ନପତ୍ର ଚୋରି କରିବାରେ ତାକୁ ସହାୟତା କରିଥିଲା ଏବଂ ଅନ୍ୟ ଗ୍ୟାଙ୍ଗ ସଦସ୍ୟଙ୍କ ମଧ୍ୟରେ ବାଣ୍ଟିଥିଲା । ଏଥିସହ ମାମଲାରେ ଗିରଫଦାରୀ ସଂଖ୍ୟା ୧୪କୁ ବୃଦ୍ଧି ପାଇଛି। କିଛି ଦିନ ତଳେ ମାମଲାର ମାଷ୍ଟରମାଇଣ୍ଡ ରାକେଶ ରଞ୍ଜନ ଓରଫ୍ ରକିକୁ ପାଟନାରୁ ଗିରଫ କରି, ୧୦ ଦିନିଆ ରିମାଣ୍ଡରେ ନେଇଛି ସିବିଆଇ ।
ଚଳିତ ବର୍ଷ ନିଟ୍ ପରୀକ୍ଷାକୁ ନେଇ ବିବାଦ ଲାଗି ରହିଛି। ୬୭ ଜଣ ପରୀକ୍ଷାର୍ଥୀ ଫୁଲ୍ ମାର୍କ ରଖି ପାସ୍ ହେବା ପରେ ପରୀକ୍ଷାରେ ଅନିୟମିତତା ସନ୍ଦେହ କରା ଯାଇଥିଲା। ଏହାକୁ ନେଇ ଛାତ୍ରଛାତ୍ରୀ ଆନ୍ଦୋଳନକୁ ଓହ୍ଲାଇଥିଲେ । ଘଟଣାର ସତ୍ୟାସତ୍ୟ ଯାଞ୍ଚ ପାଇଁ NTA CBIକୁ ତଦନ୍ତ ନିର୍ଦ୍ଦେଶ ଦେଇଥିଲା।
ସୂଚନା ଅନୁସାରେ ପୂର୍ବରୁ NEET-UG ପ୍ରଶ୍ନପତ୍ର ଲିକ୍ ମାମଲାରେ ସୁପ୍ରିମକୋର୍ଟ କଡ଼ା ନିର୍ଦ୍ଦେଶ ଦେଇଥିଲେ । ଏହି ମାମଲା ନେଇ ଷ୍ଟାଟସ୍ ରିପୋର୍ଟ ମାଗିଥିଲେ ସୁପ୍ରିମକୋର୍ଟ । ତଦନ୍ତର ଅଗ୍ରଗତି ନେଇ CBIକୁ ଷ୍ଟାଟସ୍ ରିପୋର୍ଟ ଦେବାକୁ ସୁପ୍ରିମକୋର୍ଟ ନିର୍ଦ୍ଦେଶ ଦେଇଥିଲେ । ପେପର ଲିକରୁ କେଉଁ ପରୀକ୍ଷାର୍ଥୀ ଫାଇଦା ନେଇଛନ୍ତି NTAକୁ ଚିହ୍ନଟ କରିବା ଲାଗି ସୁପ୍ରିମକୋର୍ଟ ନିର୍ଦ୍ଦେଶ ଦେଇଥିଲେ। କେଉଁ ସହର ଓ ପରୀକ୍ଷା କେନ୍ଦ୍ରରେ ପେପର ଲିକ୍ ହୋଇଛି ଜଣାଇବାକୁ କହିଥିଲେ କୋର୍ଟ।
/odishatv-khabar/media/agency_attachments/2025/07/30/2025-07-30t051037428z-screenshot-2025-07-30-at-104031-am-2025-07-30-10-40-38.png)

/odishatv-khabar/media/media_files/2025/09/22/khabar-advertise-banner-2025-09-22-13-15-01.jpeg)