Advertisment

Indian Army Bharti 2024: NCC ଥିଲେ ସେନାରେ ଚାକିରି; ଦରମା ଦେଢ ଲକ୍ଷ ପରେ

ଭାରତୀୟ ସେନା ସ୍ପେସାଲ୍ ଏଣ୍ଟ୍ରୀ ସ୍କିମ୍ ୫୭ତମ କୋର୍ସ ପାଇଁ ବିଜ୍ଞପ୍ତି ମଧ୍ୟ ପ୍ରକାଶ କରିଛି। ଏନେଇ ଏନ୍‌ଡିଏ କିମ୍ବା ସିଡିଏସ୍ ପରି ଲିଖିତ ପରୀକ୍ଷାରେ ଉତ୍ତୀର୍ଣ୍ଣ ହେବାକୁ ପଡିବ ନାହିଁ। କେବଳ ଏକ ପ୍ରତ୍ୟକ୍ଷ SSB ସାକ୍ଷାତକାର ହେବ।

author-image
Pramod Behera
ଅଦ୍ୟତନ ହୋଇଛି
Indian Army NCC Bharti 2024 for 76 Posts

Indian Army Bharti Apply for 76 posts

ଭାରତୀୟ ସେନାରେ ଚାକିରି କରିବାକୁ କିଏ ବା ନ ଚାହେଁ। ଆପଣ ଯଦି ଭାରତୀୟ ସେନାରେ ଚାକିରି କରିବାକୁ ଚାହାନ୍ତି ତେବେ ସୁଯୋଗ ହାତଛଡା କରନ୍ତୁ ନାହିଁ। ଏନେଇ ଭାରତୀୟ ସେନା ସ୍ପେସାଲ୍ ଏଣ୍ଟ୍ରୀ ସ୍କିମ୍ ୫୭ତମ କୋର୍ସ ପାଇଁ ବିଜ୍ଞପ୍ତି ମଧ୍ୟ ପ୍ରକାଶ କରିଛି। ଏନେଇ ଏନ୍‌ଡିଏ କିମ୍ବା ସିଡିଏସ୍ ପରି ଲିଖିତ ପରୀକ୍ଷାରେ ଉତ୍ତୀର୍ଣ୍ଣ ହେବାକୁ ପଡିବ ନାହିଁ। କେବଳ ଏକ ପ୍ରତ୍ୟକ୍ଷ SSB ସାକ୍ଷାତକାର ହେବ।

Advertisment

ଏହି ନିଯୁକ୍ତି ମାଧ୍ୟମରେ ସେନାରେ ଲେଫ୍ଟନାଣ୍ଟ ପଦବୀରେ ସିଧାସଳଖ ନିଯୁକ୍ତି ମିଳିବ। ଏନେଇ ଅନ୍‌ଲାଇନ୍ ମାଧ୍ୟମରେ ଆବେଦନ କରିବାକୁ ପଡିବ। ଏନେଇ ଉଭୟ ଅବିବାହିତ ପୁରୁଷ ଓ ମହିଳା ଆବେଦନ କରିପାରିବେ। ଗ୍ରାଜୁଏସନ୍ ପାଶ୍ କରିଥିବା ପିଲା ଏହାର ସୁଯୋଗ ନେଇପାରିବେ। ଏହି ନିଯୁକ୍ତି ମାଧ୍ୟମରେ ୭୬ଟି ପଦବୀ ପୂରଣ ହେବ।

ଅଧିକ ପଢ଼ନ୍ତୁ: Indian Army AFMS Recruitment 2024: ଭାରତୀୟ ସେନାରେ ନିଯୁକ୍ତି ସୁଯୋଗ, ପୂରଣ ହେବ ଏତେ ମହିଳା ପଦବୀ

Advertisment

ଯୋଗ୍ୟ ଓ ଆଗ୍ରହୀ ପ୍ରାର୍ଥୀମାନେ ଭାରତୀୟ ସେନାର ଅଫିସିଆଲ୍ ୱେବ୍‌ସାଇଟ୍‌ joinindianarmy.nic.in କୁ ଯାଇ ଆବେଦନ କରିପାରିବେ। ଯେଉଁମାନେ ଏହାର ଅଫିସିଆଲ୍ ବିଜ୍ଞପ୍ତି ଦେଖିବାକୁ ଚାହାନ୍ତି ସେମାନେ Indian Army Bharti Apply for 76 posts Notification ଏହି ଲିଙ୍କ୍ ଉପରେ କ୍ଲିକ୍ କରି ଦେଖିପାରିବେ।

ଏହି ପାଠ୍ୟକ୍ରମ ସମାପ୍ତ କରିବା ପରେ ସେନାରେ ଲେଫ୍ଟନାଣ୍ଟ ପଦରେ ସର୍ଟ ସର୍ଭିସ୍ କମିଶନ ମିଳିଥାଏ। ଯାହାର ଦରମା IAS ଅଧିକାରୀଙ୍କ ବେସିକ ବେତନ ସହିତ ସମାନ। ଏହି ନିଯୁକ୍ତି ୧୪ ବର୍ଷ ପାଇଁ ହେବ।

ଗୁରୁତ୍ୱପୂର୍ଣ୍ଣ ତାରିଖ:

  • ଅନ୍‌ଲାଇନ୍ ଆବେଦନ ଆରମ୍ଭ – ୧୧ ଜୁଲାଇ ୨୦୨୪
  • ଅନ୍‌ଲାଇନ୍ ଆବେଦନ ଶେଷ – ୦୯ ଅଗଷ୍ଟ ୨୦୨୪

ଖାଲି ପଦବୀ:

  • ପୁରୁଷ – ୭୦ଟି ପୋଷ୍ଟ୍
  • ମହିଳା – ୬ଟି ପୋଷ୍ଟ
  • ପୁରୁଷ ପଦବୀରେ ୭ଟି ସିଟ୍ ଏବଂ ମହିଳା ପଦବୀରେ ୧ଟି ସିଟ୍ ଯୁଦ୍ଧରେ ପୀଡିତ ପିଲାମାନଙ୍କ ପାଇଁ ସଂରକ୍ଷିତ।

ଅଧିକ ପଢ଼ନ୍ତୁ: IAF Agniveervayu Recruitment: ଭାରତୀୟ ବାୟୁସେନାରେ ନିଯୁକ୍ତି ପାଇଁ ସୁବର୍ଣ୍ଣ ସୁଯୋଗ; ପୂରଣ ହେବ ଅଗ୍ନିବୀରବାୟୁ ପଦବୀ

ଶିକ୍ଷାଗତ ଯୋଗ୍ୟତା:

  • ଯେକୌଣସି ସ୍ୱୀକୃତିପ୍ରାପ୍ତ ବିଶ୍ୱବିଦ୍ୟାଳୟରୁ ୬୦ ପ୍ରତିଶତ ମାର୍କ ସହିତ ଗ୍ରାଜୁଏସନ୍‌ ପାଶ୍
  • ଶେଷ ବର୍ଷରେ ପଢୁଥିବା ପ୍ରାର୍ଥୀ ମଧ୍ୟ ଆବେଦନ କରିପାରିବେ
  • ଅତିକମ୍‌ରେ ବି ଗ୍ରେଡ ସହିତ NCC ସାର୍ଟିଫିକେଟ୍
  • ବିସ୍ତୃତଭାବେ ଜାଣିବା ପାଇଁ ବିଜ୍ଞପ୍ତି ଦେଖନ୍ତୁ

ବୟସ ସୀମା:

  • ସର୍ବନିମ୍ନ ବୟସ – ୧୯ ବର୍ଷ
  • ସର୍ବାଧିକ ବୟସ – ୨୫ ବର୍ଷ
  • ବିସ୍ତୃତଭାବେ ଜାଣିବା ପାଇଁ ବିଜ୍ଞପ୍ତି ଦେଖନ୍ତୁ

ଦରମା:

  • ସର୍ବନିମ୍ନ ଦରମା – ୫୬,୧୦୦ ଟଙ୍କା
  • ସର୍ବାଧିକ ଦରମା – ୧,୭୭,୫୦୦ ଟଙ୍କା
  • ବିସ୍ତୃତଭାବେ ଜାଣିବା ପାଇଁ ବିଜ୍ଞପ୍ତି ଦେଖନ୍ତୁ

ଅଧିକ ପଢ଼ନ୍ତୁ: BSF Recruitment 2024: ପୁଣି ଆରମ୍ଭ ହୋଇଛି BSF ଗ୍ରୁପ୍ B ଏବଂ C ବର୍ଗର ଆବେଦନ ପ୍ରକ୍ରିୟା; ତୁରନ୍ତ ଆବେଦନ କରନ୍ତୁ

Indian Army Govt Jobs Indian Army Recruitment Job Seekers Indian Army Job
Advertisment
Advertisment