• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English

Latest News

sri mandira
ଆଜି ଶ୍ରୀମନ୍ଦିର ଗର୍ଭଗୃହର ଯାଞ୍ଚ କରିବେ ଏଏସ୍ଆଇ, କୋର୍ କମିଟି ସଦସ୍ୟ

ପୁରୀ : ଶ୍ରୀମନ୍ଦିରରୁ ବାହାରି ଶ୍ରୀଜିଉ ଜନ୍ମବେଦୀକୁ ଯାଇଥିବାରୁ ଏବେ ଭାରତୀୟ ପ୍ରତ୍ନତତ୍ତ୍ୱ ବିଭାଗ ପକ୍ଷରୁ ଶ୍ରୀମନ୍ଦିରର ଗର୍ଭଗୃହ ଯାଞ୍ଚ କରାଯାଉଛି। ଗର୍ଭଗୃହର ପ୍ରଥମ ମହଲା, ଦ୍ୱିତୀୟ ମହଲା ସହିତ କାନ୍ଥ, ଛାର, କରବେଲ୍, ଷ୍ଟିଲ୍ କ୍ରସକୁ ଯାଞ୍ଚ କରାଯିବ। ଏଥିପାଇଁ ଜଗମୋହନ ଓ ଗର୍ଭଗୃହରେ ଲୁହା ଭାରା ଲଗାଯାଇଛି। ଆଜି ଏସବୁର ଯାଞ୍ଚ କରିବେ ଏଏସ୍ଆଇର ଅଧିକାରୀ ଓ କୋର୍ କମିଟି। ବିଶେଷ କରି ଗର୍ଭଗୃହରେ ବାୟୁ ଚଳାଚଳ, ଅର୍ଥାତ ଭେଣ୍ଟିଲେସନ୍ ଉପରେ ବିଶେଷ ଗୁରୁତ୍ୱ […]

BANK STRIKE
ଆଜି ବି ବନ୍ଦ ରହିବ ସମସ୍ତ ରାଷ୍ଟ୍ରାୟତ୍ତ ବ୍ୟାଙ୍କ

ନୂଆଦିଲ୍ଲୀ: ଦେଶବ୍ୟାପୀ ଚାଲିଥିବା ୨ ଦିନିଆ ରାଷ୍ଟ୍ରାୟତ୍ତ ବ୍ୟାଙ୍କ ଧର୍ମଘଟର ଆଜି ଦ୍ୱିତୀୟ ତଥା ଶେଷଦିନ। ଆଜି ବି ବ୍ୟାଙ୍କ ବନ୍ଦ ରହୁଥିବାରୁ ଗ୍ରାହକମାନେ ନାହିଁ ନଥିବା ଅସୁବିଧାର ସମ୍ମୁଖୀନ ହେଉଛନ୍ତି। ପ୍ରାୟ ୨୧ରୁ ଅଧିକ ବ୍ୟାଙ୍କର ୧୦ ଲକ୍ଷରୁ ଅଧିକ କର୍ମଚାରୀ ଆନ୍ଦୋଳନରେ ସାମିଲ ହେବାରୁ ରାଷ୍ଟ୍ରାୟତ୍ତ ବ୍ୟାଙ୍କରେ କାରବାର ଓ ନେଣଦେଣ ସଂପୂର୍ଣ୍ଣ ଠପ୍ ହୋଇଯାଇଛି। ଏପଟେ ଆଜି ମାସର ଶେଷ ଦିନ ଥିବାରୁ ଦରମା ଓ ପେନ୍‌ସନ୍‌ ଆଶାୟୀ ସମସ୍ୟାରେ। ଧର୍ମଘଟ ଯୋଗୁଁ ଏଟିଏମ୍‌ରୁ […]

TWIN BABY
ଯୋଡ଼ାଶିଶୁ ଆଖି ବୁଜିଲେ

କଟକ : କଟକ ଶିଶୁ ଭବନରେ ଚିକିତ୍ସାଧୀନ ଯୋଡ଼ା ଶିଶୁ ଶେଷରେ ଆଖି ବୁଜିଛନ୍ତି। ଡାକ୍ତରମାନଙ୍କର ସମସ୍ତ ପ୍ରଚେଷ୍ଟା ସତ୍ତ୍ୱେ ଯୋଡ଼ା ଶିଶୁଙ୍କୁ ବଞ୍ଚାଇ ରଖିବା ସମ୍ଭବ ହୋଇନି। ଏନେଇ ସୂଚନା ଦେଇଛନ୍ତି ଶିଶୁ ଭବନ ଅଧୀକ୍ଷକ ଡ. ସରୋଜ କୁମାର ଶତପଥୀ। ଢେଙ୍କାନାଳ ଜିଲ୍ଲା ପର୍ଜଙ୍ଗ ଥାନା ଖାଲପାଳ ଗାଁର ପ୍ରଦୀପ ବେହେରାଙ୍କ ସ୍ତ୍ରୀ ରେଣୁବାଳା ଗତ ୧ ତାରିଖରେ ଗର୍ଭ ଯନ୍ତ୍ରଣା ପାଇବାରୁ ତାଙ୍କୁ ସଙ୍ଗେ ସଙ୍ଗେ ଢେଙ୍କାନାଳ ମୁଖ୍ୟ ଚିକିତ୍ସାଳୟରେ ଭର୍ତ୍ତି କରାଯାଇଥିଲା। […]

baripada
ଏକେମିତିକା ବାପା? ଝିଅର ହାତଗୋଡ଼ ବାନ୍ଧି ବେକ କାଟିଦେଲା

ବାରିପଦା: କୁହାଯାଏ ଯେ ବାପା-ମାଆଙ୍କ ଭଲପାଇବା ଆଗରେ ସବୁକିଛି ଫିକା ପଡ଼ିଯାଏ । କାରଣ ସନ୍ତାନ ପ୍ରତି ବାପା ହେଉ କି ମାଆ ଉଭୟଙ୍କ ଭଲ ପାଇବା, ତ୍ୟାଗ ଓ ସେହ୍ନ ସଂସାରର ସବୁ କିଛିଠୁ ବହୁ  ଊର୍ଦ୍ଧ୍ୱରେ। ତେବେ ଏ କେମିତିକା ବାପା? ଯିଏ କି ତା’ର ସନ୍ତାନର ହାତଗୋଡ଼ ବାନ୍ଧି ବେକ କାଟିଦେଲା । ପଢ଼ନ୍ତୁ ପୂରା ଘଟଣା… ବାରିପଦା ସହରରେ ଏଭଳି ଅମାନୁଷିକ ଘଟଣା ଦେଖିବାକୁ ମିଳିଛି। କୌଣସି ଏକ ଘଟଣାକୁ ନେଇ […]

bus accident
ବ୍ରିଜ୍‌ରେ ପିଟି ହେଲା ପିକ୍‌ଅପ୍‌ ଭ୍ୟାନ୍‌, ଓଲଟି ପଡ଼ିଲା ବସ୍‌: ଜଣେ ମୃତ, ୨୪ ଆହତ

ଅନୁଗୁଳ/ବରଗଡ଼: ଗୋଟିଏ ଦିନରେ ରାଜ୍ୟରେ ୨ଟି ସ୍ଥାନରେ ସଡ଼କ ଦୁର୍ଘଟଣା ଘଟିଛି। ଗୋଟିଏ ପଟେ ବସ୍‌ ଭାରସାମ୍ୟ ହରାଇ ରାସ୍ତା କଡ଼କୁ ଓଲଟି ପଡ଼ିବା ସହ ଅନ୍ୟପଟେ ବ୍ରିଜରେ ଏକ ପିକ୍‌ଅପ୍‌ ଭ୍ୟାନ୍‌ ପିଟି ହେବା ଫଳରେ ଏହି ଦୁର୍ଘଟଣା ଘଟିଛି। ଅନୁଗୁଳ ଜିଲ୍ଲା ଜରପଡ଼ା ଥାନା ତୁବେ ନିକଟରେ ତିରୁପତି ନାମକ ଏକ ବସ୍ ଭାରସାମ୍ୟ ହରାଇ ରାସ୍ତା କଡକୁ ଓଲଟି ପଡ଼ିବା ଫଳରେ ୮ଜଣ ଯାତ୍ରୀ ଆହତ ହୋଇଛନ୍ତି। ଆହତମାନଙ୍କୁ ଅନୁଗୁଳ ଜିଲ୍ଲା ମୁଖ୍ୟ […]

pak0
ବାଂଲାଦେଶକୁ ହରାଇ ସମ୍ମାନ ରକ୍ଷା କଲା ପାକିସ୍ତାନ

ଲର୍ଡ୍ସ: ଇମାମ୍ ଉଲ୍-ହକ୍ ଓ ବାବର ଆଜମଙ୍କ ଦମଦାର ବ୍ୟାଟିଂ ସାଙ୍ଗକୁ ଶାହୀନ୍ ଶାହ ଆଫ୍ରିଦିଙ୍କ ଘାତକ ବୋଲିଂକୁ ଆଧାର କରି ପାକିସ୍ତାନ ଚଳିତ ବିଶ୍ୱକପରେ ତା’ର ଶେଷ ମୁକାବିଲାରେ ବାଂଲାଦେଶକୁ ୯୪ ରନରେ ପରାସ୍ତ କରିଛି। ଲର୍ଡ୍ସରେ ଅନୁଷ୍ଠିତ ଏହି ମ୍ୟାଚରେ ପାକିସ୍ତାନ ଟିମ୍ ନିର୍ଦ୍ଧାରିତ ୫୦ ଓଭରରେ ୯ ୱିକେଟ୍ ହରାଇ ୩୧୫ ରନ୍ କରିବାକୁ ସକ୍ଷମ ହୋଇଛି । ଫଳରେ ପାକିସ୍ତାନକୁ ସେମିଫାଇନାଲ୍ ଟିକେଟ୍ ହାସଲ କରିବା ପାଇଁ ବାଂଲାଦେଶକୁ ୮ ରନ୍ […]

no tobacco day
ବିଶ୍ୱ ତମାଖୁ ବର୍ଜନ ଦିବସ ଅବସରରେ ବାଲୁକା କଳା

ପୁରୀ: ଆଜି ବିଶ୍ୱ ତମାଖୁ ବର୍ଜନ ଦିବସ। ଏହି ଅବସରରେ ବାଲୁକା କଳା ସାହାଯ୍ୟରେ ଲୋକମାନଙ୍କୁ ସଚେତନ କରାଇଛନ୍ତି ବାଲୁକା ଶିଳ୍ପୀ। ଅନ୍ତର୍ଜାତୀୟ ବାଲୁକା ଶିଳ୍ପୀ ସୁଦର୍ଶନ ପଟ୍ଟନାୟକ ଲୋକମାନଙ୍କୁ ସଚେତନତା କରିବା ଉଦ୍ଦେଶ୍ୟରେ ପୁରୀ ବେଳାଭୂମିରେ ଏକ ବାଳୁକା କଳା କରିଛନ୍ତି। Get the help you need to quit! Say #NoTobacco for the sake of your own health and of loved ones !#WorldNoTobaccoDay .my SandArt at […]

madua
ମଦୁଆମାନେ ସାବାଡ଼୍‌ ହେବେ ! ବୁଲୁଛି ‘ମଦୁଆ ଧରା ଗାଡ଼ି’

ଦେବଗଡ଼(ସିଦ୍ଧାର୍ଥ ଗୁରୁ): ମଦୁଆ ଓ ନିଶାଖୋର ଲୋକଙ୍କୁ ଧରିବା ପାଇଁ ବୁଲୁଛି ‘ମଦୁଆ ଧରା ଗାଡ଼ି’। କଥାଟି ବିଶ୍ୱାସ ହେଉନଥିଲେ ମଧ୍ୟ ସମ୍ପୂର୍ଣ୍ଣ ସତ। ଏପରି ବ୍ୟବସ୍ଥା ଦେବଗଡ଼ ପୌରାଞ୍ଚଳରେ ଜିଲ୍ଲା ପୁଲିସ ପକ୍ଷରୁ ଏପରି ଏକ ଗାଡ଼ିର ବ୍ୟବସ୍ଥା କରାଯାଇଛି। ଗତକାଲି ଓ ଆଜି ଦେବଗଡ଼ ପୌରାଞ୍ଚଳରେ ଦୁଇଟି ‘ମଦୁଆ ଧରା ଗାଡ଼ି’ ଘନଘନ ଚକ୍କର କାଟୁଥିବା ଦେଖିବାକୁ ମିଳିଛି। ଯାହା ମଦୁଆ ଓ ମାତାଲିଙ୍କ ହୋସ୍‌ ଉଡାଇ ଦେଇଛି। ପର୍ବ ପର୍ବାଣୀ ସମୟରେ ମଦୁଆମାନେ […]

adapa--
ଆଡ଼ପ ମଣ୍ଡପରେ ଚତୁର୍ଦ୍ଧାମୂରତି

ପୁରୀ : ରଥ ଉପରୁ ଆଡ଼ପ ମଣ୍ଡପକୁ ବିଜେ କଲେ ଚତୁର୍ଦ୍ଧାମୂରତି। ଗୋଟି ପହଣ୍ଡିରେ ଝୁଲି ଝୁଲି ଜନ୍ମବେଦୀର ବିଜେ ହୋଇଛନ୍ତି ମହାପ୍ରଭୁ। ଏହା ପୂର୍ବରୁ ରଥରେ ବିରାଜମାନ କରୁଥିବା ଶ୍ରୀଜିଉମାନେ ଆଜି ବାମନ ରୂପରେ ଭକ୍ତଙ୍କୁ ଦର୍ଶନ ଦେଇଥିଲେ। ରଥ ଉପରେ ସନ୍ଧ୍ୟା ଆରତୀ ଓ ସନ୍ଧ୍ୟା ଧୂପ ନୀତି ପରେ ଘୋଡ଼ା ଫିଟାଯାଇ ଚାରମାଳ ବନ୍ଧା ଯାଇଥିଲା। ଏହାପରେ ଆରମ୍ଭ ହୋଇଥିଲା ଗୋଟି ପହଣ୍ଡି। ପ୍ରଥମେ ରାମକୃଷ୍ଣ, ମଦନ ମୋହନ ଶ୍ରୀଗୁଣ୍ଡିଚା ମନ୍ଦିରକୁ ପ୍ରବେଶ […]

kalabaisakhi
୯ ଜିଲ୍ଲାକୁ ସାଢ଼େ ୯ ଯାଏ ସାବଧାନ!

ଭୁବନେଶ୍ୱର: ରାଜ୍ୟରେ ପୁଣି ଆଜି କାଳବୈଶାଖୀ ସତର୍କ ସୂଚନା। ୯ ଜିଲ୍ଲାକୁ ଆଜି ସକାଳ ସାଢ଼େ ୯ ଯାଏ ସତର୍କ କରିଛି ପାଣିପାଗ ବିଭାଗ। କାଳବୈଶାଖୀ ବର୍ଷା ସାଙ୍ଗକୁ ବଜ୍ରପାତ ନେଇ ସତର୍କ ସୂଚନା ଜାରି କରିଛି ଆଞ୍ଚଳିକ ପାଣିପାଗ ବିଭାଗ। ସତର୍କ ଜାରି କରାଯାଇଥିବା ଜିଲ୍ଲା ଗୁଡ଼ିକ ହେଲା ନୂଆପଡ଼ା, ନବରଙ୍ଗପୁର, କଳାହାଣ୍ଡି, ବଲାଙ୍ଗିର, ବୌଦ୍ଧ, ବରଗଡ଼, ସୋନପୁର, କନ୍ଧମାଳ, ରାୟଗଡ଼ା। ବର୍ଷା ସମୟରେ ୫୦ରୁ ୬୦ କି.ମି ବେଗରେ ପବନ ବହିବାର ମଧ୍ୟ  ସମ୍ଭାବନା ରହିଛି। […]

encounter
କେନ୍ଦ୍ରାପଡ଼ାରେ ପୁଣି ପୋଲିସ୍ ଏନ୍‌କାଉଣ୍ଟର

କେନ୍ଦ୍ରାପଡ଼ା: କେନ୍ଦ୍ରାପଡ଼ାରେ ପୁଣି ପୋଲିସର ଏନ୍‌କାଉଣ୍ଟର। ମାର୍ଶାଘାଇ ଅନ୍ତର୍ଗତ ଭଗବାନପୁରରେ ଦୁର୍ଦ୍ଦାନ୍ତ ଅପରାଧୀ ବିଭୁ ସାହୁକୁ କେନ୍ଦ୍ରାପଡ଼ା ପୋଲିସ ଏନ୍‌କାଉଣ୍ଟର କରିଛି। ଗତକାଲି ବିଭୁ ପାଟକୁରା ଅଞ୍ଚଳକୁ ଆସିଥିବା ଜାଣି ତାକୁ ଧରିବାକୁ କୋରୁଆ ଫାଣ୍ଡି ପୋଲିସ ଓ ସ୍ପେଶାଲ ସ୍କ୍ୱାଡ଼ ଟିମ୍‌ ରାତିରେ ଚଢ଼ାଉ କରିଥିଲେ। ହେଲେ ବିଭୁ ପୋଲିସ ଉପରକୁ ୩ ରାଉଣ୍ଡ  ଗୁଳି ଚଲାଇଥିଲା। ଏପହାପରେ ପୋଲିସ ପାଲଟା  ଜବାବ ଦେଇଥିଲା।  ପୋଲିସର ପାଲଟା ଜବାବରେ ବିଭୁର ଦୁଇଟି ଗୋଡ଼ରେ ଗୁଳି ବାଜିଛି। […]

pakisthan
ବିଶ୍ୱକପ୍ ସେମିଫାଇନାଲିଷ୍ଟ୍ ଚୂଡ଼ାନ୍ତ, ପାକିସ୍ତାନ ଆଉଟ୍

ଲଣ୍ଡନ: ଚଳିତ ଆଇସିସି ବିଶ୍ୱକପ୍ ସେମିଫାଇନାଲିଷ୍ଟ ଚୂଡ଼ାନ୍ତ ହୋଇଛି। ଅଷ୍ଟ୍ରେଲିଆ, ଭାରତ, ଇଂଲଣ୍ଡ ଓ ନ୍ୟୁଜିଲ୍ୟାଣ୍ଡ୍ ସେମିଫାଇନାଲରେ ସ୍ଥାନ ପକ୍କା କରିଛନ୍ତି। ତେବେ ପାକିସ୍ତାନର ବିଶ୍ୱକପ୍ ସେମିଫାଇନାଲ୍ ଆଶା ଧୂଳିସାତ୍ ହୋଇଯାଇଛି। ଯଦି ପାକିସ୍ତାନ ବାଂଲାଦେଶକୁ ୮ ରନ୍ ଭିତରେ ଅଲଆଉଟ୍ କରିଥାନ୍ତା, ତାହେଲେ ବିଶ୍ୱକପ୍ ସେମିଫାଇନାଲରେ ପହଞ୍ଚିଥାନ୍ତା। ଏଭଳି ଅସମ୍ଭବକୁ ସମ୍ଭବ କରିବା କୌଣସି ଟିମ୍ ପକ୍ଷେ କଷ୍ଟକର। ବାଂଲାଦେଶ ବିପକ୍ଷ ମ୍ୟାଚରେ ପାକିସ୍ତାନ ପ୍ରଥମେ ବ୍ୟାଟିଂ କରି ନିର୍ଦ୍ଧାରିତ ୫୦ ଓଭରରେ ୯ ୱିକେଟ୍ […]

budget5
ବଜେଟ୍‌ ୨୦୧୯: ଗଣମାଧ୍ୟମରେ ବିଦେଶୀ ନିବେଶ ପାଇଁ ଖୋଲିବ ବାଟ

ନୂଆଦିଲ୍ଲୀ: ଗଣମାଧ୍ୟମ, ବିମାନସେବା, ବୀମା ଏବଂ ସିଙ୍ଗଲ ବ୍ରାଣ୍ଡ ରିଟେଲ ଆଦି କ୍ଷେତ୍ରରେ ରହିଥିବା ଏଫ୍‌ଡିଆଇ କଟକଣା କୋହଳ କରାଯିବ। କେନ୍ଦ୍ର ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣ ଆଜି ତାଙ୍କ ବଜେଟ୍‌ ଭାଷଣରେ କହିଛନ୍ତି, ୨୦୧୮-୧୯ ଆର୍ଥିକ ବର୍ଷରେ ଭାରତର ଏଫ୍‌ଡିଆଇ ଇନ୍‌ଫ୍ଲୋ ୬% ବୃଦ୍ଧି ପାଇ ୬୪.୩୭ ବିଲିଅନ୍‌ ଡଲାରରେ ପହଞ୍ଚିଥିଲା। ବିଦେଶୀ ପୁଞ୍ଜି ନିବେଶ ପ୍ରସଙ୍ଗରେ ସେ କହିଛନ୍ତି, ପୁଞ୍ଜି ନିବେଶ ପାଇଁ ଭାରତକୁ ଏକ ଆକର୍ଷଣୀୟ ସ୍ଥଳରେ ପରିଣତ କରିବା ପାଇଁ ପ୍ରଚଳିତ ନିୟମକୁ […]

women victim
ଟଙ୍କା ପାଇଁ ସ୍ତ୍ରୀକୁ ପର ପୁରୁଷକୁ ବିକିଦେଲା ସ୍ୱାମୀ

ବାଲେଶ୍ୱର: ସାତ ଦୀପ ଆଠ କଳସକୁ ସାକ୍ଷୀ ରଖି ଝିଅଟିଏ ବାପଘର ଛାଡ଼ି ୭ ଜନ୍ମ ପାଇଁ ସ୍ୱାମୀ ସହ ସଂସାର କରିବାକୁ ଚାଲିଆସେ ଶାଶୂ ଘରକୁ। ସ୍ୱାମୀଙ୍କୁ ଇହକାଳ, ପରକାଳ ଦେବତା ମାନି ସାରାଜୀବନ ତା’ର ସେବାଯତ୍ନ କରିଚାଲେ। ଅନେକ କଷଣ ସହି ମଧ୍ୟ ସ୍ୱାମୀର ମଙ୍ଗଳ କାମନା କରି ନାନା ଓଷା ବ୍ରତ କରେ। କିନ୍ତୁ ସେହି ସ୍ୱାମୀ ଯଦି ତାର ଇଜ୍ଜତ ବଜାରରେ ନିଲାମ କରିଦିଏ ତେବେ ସେ କି ସ୍ୱାମୀ ? […]

gitanjali got ward
ଅକୁହା କଥା କହି ନାଁ ରଖିଲେ ଗୀତାଞ୍ଜଳି

ଢେଙ୍କାନାଳ: ସ୍କୁଲ ଯାଉଥିବା ଛାତ୍ରୀଙ୍କ ଋତୁସ୍ରାବ ସମସ୍ୟା ଓ ଏହାକୁ ନେଇ ଥିବା ଅନ୍ଧବିଶ୍ୱାସ ଉପରେ ଦୃଢ଼ ଯୁକ୍ତି ଉପସ୍ଥାପନ କରି ଜାତୀୟ ସ୍ତରରେ କୃତିତ୍ୱ ହାସଲ କରିଛନ୍ତି ଓଡ଼ିଆ ଝିଅ ଗୀତାଞ୍ଜଳି ମାର୍ଣ୍ଡି। ନୂଆଦିଲ୍ଲୀରେ UNFPA ଆୟୋଜିତ ‘ଆବସେଣ୍ଟିଜିମ୍ ଅଫ୍ ଗାର୍ଲ ଚାଇଲଡ୍ ଇନ୍ ସ୍କୁଲ, ଦ ଇମ୍ପା ଅଫ୍ ମେନଷ୍ଟ୍ରୁଆଲ ହାଇଜିନ୍’ ଶୀର୍ଷକ ତର୍କ ପ୍ରତିଯୋଗିତାରେ ଭାଗ ନେବା ଲାଗି ସାରା ଦେଶରୁ ୨୧ ଜଣ ଛାତ୍ରୀ ଆସିଥିଲେ। ସେ ସମସ୍ତଙ୍କ ମଧ୍ୟରୁ ଗୀତାଞ୍ଜଳିଙ୍କ […]

prdeep majhi
କଂଗ୍ରେସକୁ ଫେରିବେ ଦଳ ଛାଡ଼ିଥିବା ପୁରୁଣା ନେତା

ଭୁବନେଶ୍ୱର: ରାଜ୍ୟ କଂଗ୍ରେସରେ ଖୁବଶୀଘ୍ର ହେବ ଘର ବାହୁଡ଼ା ପର୍ବ। କଂଗ୍ରେସକୁ ଫେରିବେ ଦଳ ଛାଡ଼ିଥିବା ନେତା। ଏଥିପାଇଁ ପ୍ରତି ଜିଲ୍ଲା ସ୍ତରରେ ଉଦ୍ୟମ ଆରମ୍ଭ ହୋଇଛି। ପ୍ରଦେଶ କଂଗ୍ରେସ ସଭାପତି ବ୍ୟକ୍ତିଗତ ଭାବେ ବିଭିନ୍ନ ନେତାଙ୍କୁ ଭେଟି ଏହି ଅଭିଯାନ ଆରମ୍ଭ କରିଥିବା ସୂଚନା ଦେଇଛନ୍ତି ପିସିସି କାର୍ଯ୍ୟାକାରୀ ସଭାପତି ପ୍ରଦୀପ ମାଝୀ। ପୁରୁଣା ଓ ଦଳ ଛାଡ଼ିଥିବା ନେତାଙ୍କୁ ପୁଣିଥରେ ଦଳକୁ ଆଣି କଂଗ୍ରେସକୁ ମଜଭୁତ୍ କରିବା ଲାଗି ଜୋରଦାର ପ୍ରୟାସ କରାଯାଉଥିବା ପ୍ରଦୀପ […]

modi
ଇଣ୍ଡୋନେସିଆରେ କଟକ ବାଲିଯାତ୍ରା କଥା କହିଲେ ମୋଦି

ନୂଆଦିଲ୍ଲୀ: ଇଣ୍ଡୋନେସିଆ ଓ ଭାରତ ସମ୍ପର୍କକୁ ନେଇ ଜାକର୍ତ୍ତାରେ ପ୍ରସିଦ୍ଧ କଟକ ବାଲିଯାତ୍ରାର ସ୍ମୃତି ବଖାଣିଲେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି। ଜାକର୍ତ୍ତାରେ ଇଣ୍ଡୋନେସିଆ ରାଷ୍ଟ୍ରପତିଙ୍କ ସହ ଦ୍ୱିପାକ୍ଷିକ ବୈଠକରେ ମୋଦି ଦୁଇ ଦେଶର ପୁରୁଣା ସମ୍ପର୍କକୁ ତାଜା କରି ଦେଇଥିଲେ । ହଜାରେ ବର୍ଷ ଧରି ଦୁଇ ଦେଶ ମଧ୍ୟରେ କିଭଳି ସାଂସ୍କୃତିକ ଓ ବାଣିଜ୍ୟକ ସମ୍ପର୍କ ରହି ଆସିଛି ତାର ଉଦାହରଣ ଦେବାକୁ ଯାଇ ଓଡ଼ିଶାର ବୋଇତ ବନ୍ଦାଣ ବା ବାଲିଯାତ୍ରା ଉତ୍ସବ ଓ କଟକ […]

bjp
ଆସନ୍ତାକାଲିଠୁ ବିଜେପିର ରାଜ୍ୟସ୍ତରୀୟ ସଦସ୍ୟତା ଅଭିଯାନ, ଶୁଭାରମ୍ଭ କରିବେ କେନ୍ଦ୍ରମନ୍ତ୍ରୀ

ଭୁବନେଶ୍ୱର : ଆସନ୍ତାକାଲିଠୁ ବିଜେପିର ଦେଶବ୍ୟାପୀ ସଦସ୍ୟତା ଅଭିଯାନ ଆରମ୍ଭ ହେଉଛି। ଓଡ଼ିଶାରେ ଏହି ସଦସ୍ୟତା ଅଭିଯାନକୁ କେନ୍ଦ୍ର ପେଟ୍ରୋଲିୟମ ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ଶୁଭାରମ୍ଭ କରିବେ ବୋଲି ଦଳ ପକ୍ଷରୁ ସୂଚନା ଦିଆଯାଇଛି। ଆଜି ଭୁବନେଶ୍ୱର ବିଜେପି ଜିଲ୍ଲା ସଂଗଠନ ପକ୍ଷରୁ ଏକ ପ୍ରସ୍ତୁତି ବୈଠକ ଅନୁଷ୍ଠିତ ହୋଇଛି। ଭୁବନେଶ୍ୱର ଏକାମ୍ର କଲେଜ ସମ୍ମୁଖସ୍ଥିତ ଗୋଖିବାବା କଲ୍ୟାଣମଣ୍ଡପଠାରେ ଆସନ୍ତାକାଲି ଅପରାହ୍ନ ୩ଟାରେ ଏହି ସଦସ୍ୟତା ଅଭିଯାନକୁ କେନ୍ଦ୍ରମନ୍ତ୍ରୀ ଶ୍ରୀ ପ୍ରଧାନ ଆନୁଷ୍ଠାନିକ ଭାବେ ଶୁଭାରମ୍ଭ କରିବେ। […]

rss meeting
ଆରଏସ୍ଏସ୍ କାର୍ଯ୍ୟକ୍ରମରେ ଅତିଥି ହେବାକୁ ପ୍ରଣବ ମୁଖାର୍ଜୀଙ୍କ ସହମତି ପରେ କଂଗ୍ରେସରେ କମ୍ପନ

ନୂଆଦିଲ୍ଲୀ: ପୂର୍ବତନ ରାଷ୍ଟ୍ରପତି ପ୍ରଣବ ମୁଖାର୍ଜୀଙ୍କୁ ନେଇ ହଲ୍‌ଚଲ୍ ଦେଶର ରାଜନୀତି। ଆସନ୍ତା ୭ ତରିଖରେ ନାଗପୁର ଆର୍‌ଏସ୍ଏସ୍ କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥି ହେବା ଲାଗି ପ୍ରଣବ ରାଜି ହେବା ପରେ ସୃଷ୍ଟି ହୋଇଛି ଭ୍ରୁକୁଞ୍ଚନ।  କଂଗ୍ରେସିଆ ଛବିକୁ ପଛରେ ପକାଇ ସେ ଏକ ନୂଆ ଅବତାର ନେବାକୁ ଚେଷ୍ଟା କରୁଥିବା ଚର୍ଚ୍ଚା ହେଉଛି। ପରୋକ୍ଷ ପୃଷ୍ଠଭୂମିରେ ରହି ସେ ହିଁ ଆଗାମୀ ନିର୍ବାଚନରେ କଂଗ୍ରେସ ଓ ବିଜେପିକୁ ଛାଡ଼ି ଅନ୍ୟ ଦଳଙ୍କ ସହାୟତାରେ ତୃତୀୟ ସାମ୍ମୁଖ୍ୟ […]

otv
ଓଟିଭି : ଓଡ଼ିଶାର ନମ୍ବର-୧ ଡିଜିଟାଲ ପ୍ଲାଟଫର୍ମ, ୟୁଟ୍ୟୁବରେ ୨ ଓ ଫେସବୁକରେ ୧ ମିଲିୟନ ଫଲୋଅର

ଭୁବନେଶ୍ୱର : ଓଡ଼ିଶାର ନମ୍ବର-୧ ନ୍ୟୁଜ ଚ୍ୟାନେଲ ‘ଓଟିଭି’, ଡିଜିଟାଲ ଜଗତରେ ମଧ୍ୟ ଏହାର ଅପୂର୍ବ ସଫଳତା ଜାହିର କରିଛି। ସୋସିଆଲ୍ ମିଡିଆର ସବୁ ପ୍ଲାଟଫର୍ମରେ ଏହା ରାଜ୍ୟର ସମସ୍ତ ନ୍ୟୁଜ ଚ୍ୟାନେଲ, ଗଣମାଧ୍ୟମ ସଂସ୍ଥା, ଖବରକାଗଜ ଓ ଅନ୍ୟ ନ୍ୟୁଜ ସଂସ୍ଥାକୁ ଟପିଯାଇଛି। ଗତ ୨୨ ବର୍ଷ ଧରି ଓଡିଶା ଟେଲିଭିଜନ ଲିମିଟେଡ (ଓଟିଭି) ଓଡ଼ିଶାର ନମ୍ବର-୧ ନ୍ୟୁଜ ଚ୍ୟାନେଲ ଭାବେ ଓଡ଼ିଶାବାସୀଙ୍କର ବିଶ୍ୱାସ ଜିତି ଆସିଛି। ଟେଲିଭିଜନ ସହିତ, ଏହା ଡିଜିଟାଲ ମିଡିଆରେ ବି […]