• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English

Latest News

baijayant panda
‘ସବୁ ବିକଳ୍ପ ଖୋଲା ଅଛି ’: ବୈଜୟନ୍ତ ପଣ୍ଡା

ଭୁବନେଶ୍ୱର: ‘ମୋ ପାଇଁ ସବୁ ବିକଳ୍ପ ଖୋଲା ଅଛି।’  ବିଜେଡି ଛାଡ଼ିବା ପରେ ନିଜ ରାଜନୈତିକ ଭବିଷ୍ୟତ ନେଇ ପ୍ରଥମ ଥର ପାଇଁ ମୁହଁ ଖୋଲି ଏହା କହିଛନ୍ତି ସାଂସଦ ବୈଜୟନ୍ତ ପଣ୍ଡା। ଇଂରାଜୀ ନ୍ୟୁଜ୍ ଚ୍ୟାନେଲ୍ ରିପବ୍ଲିକ୍ ଟିଭି ସହ ଏକ ସାକ୍ଷାତକାରରେ ସେ ଏହା କହିଛନ୍ତି। ବିଜେପିରେ ଯୋଗ ଦେବା ନେଇ ଏକ ପ୍ରଶ୍ନ ପଚରାଯିବାରେ, ବୈଜୟନ୍ତ କହିଥିଲେ ଯେ, ସେ କେଉଁଠି ଯୋଗଦେବେ ଏଯାଏଁ ମନ ସ୍ଥିର କରିନାହାନ୍ତି। ଏହା ସହିତ କେଉଁ […]

train derail
ଲାଇନ୍‌ଚ୍ୟୁତ ହେଲା ସୁପରଫାଷ୍ଟ ଏକ୍ସପ୍ରେସ୍‌ ଟ୍ରେନ୍‌

ମୁମ୍ବାଇ: ମହାରାଷ୍ଟ୍ରର ଲଗତପୁରୀ ରେଲୱେ ଷ୍ଟେସନ ନିକଟରେ ସୁପରଫାଷ୍ଟ ଏକ୍ସପ୍ରେସ୍‌ ଟ୍ରେନ୍‌ର ୩ଟି ବଗି ଲାଇନଚ୍ୟୁତ। ମୁମ୍ବାଇ-ହାୱଡ଼ା ମେଲ୍‌ ସୁପରଫାଷ୍ଟ ଏକ୍ସପ୍ରେସ୍‌ ଟ୍ରେନ୍‌ର ୩ଟି ବଗି ଲାଇନଚ୍ୟୁତ ହୋଇଛି। ଆଜି ଭୋର ସମୟରେ ଏହି ଦୁର୍ଘଟଣା ଘଟିଛି। ସୂଚନା ଅନୁସାରେ, ଟ୍ରେନ୍‌ର S-12, S-13  ଓ ପାଣ୍ଟ୍ରି କାର୍‌ ବଗି ଲାଇନ୍‌ଚ୍ୟୁତ ହୋଇଛି। ତେବେ ଏହି ଦୁର୍ଘଟଣାରେ କୌଣସି ଯାତ୍ରୀ ଆହତ ହୋଇନଥିବା ଜଣାପଡ଼ିଛି। ଏହି ଘଟଣା ଫଳରେ ଟ୍ରେନ୍‌ ଚଳାଚଳ ବାଧାପ୍ରାପ୍ତ ହୋଇଛି। ଏଥିସହ ଅନେକ […]

khurda
କମେଣ୍ଟ ଓ ଅସଦାଚରଣ ଯୋଗୁଁ ଜୀବନ ହାରିଲେ ଛାତ୍ରୀ

ଖୋର୍ଦ୍ଧା: କମେଣ୍ଟ ମରା ଓ ପୂର୍ବ ଶତ୍ରୁତାକୁ ନେଇ ଯୁକ୍ତ ୩ ଛାତ୍ରୀ ଆତ୍ମହତ୍ୟା କରିଥିବା ଅଭିଯୋଗ ହୋଇଛି। ଖୋର୍ଦ୍ଧା ଜିଲ୍ଲା ବାଲୁଗାଁ ଥାନାରେ ମୃତ ଛାତ୍ରୀଙ୍କ ପରିବାର ପକ୍ଷରୁ ଏନେଇ ଅଭିଯୋଗ ହୋଇଛି। ଅଭିଯୋଗ ଅନୁସାରେ ବଡ଼କୂଳ ଅଞ୍ଚଳରେ ରହୁଥିବା ସମ୍ପୃକ୍ତ ଛାତ୍ରୀ ଓ ଅଭିଯୁକ୍ତ ପଡ଼ୋଶୀ ପ୍ରକାଶ ଦଳେଇଙ୍କ ମଧ୍ୟରେ ଗତମାସ ବାଲୁଗାଁ ବଜାରରେ ଗଣ୍ଡଗୋଳ ହୋଇଥିଲା।  ଘଟଣାରେ ପୋଲିସ ପ୍ରକାଶଙ୍କୁ ଗିରଫ କରି କୋର୍ଟ ଚାଲାଣ କରିଥିଲା। ତେବେ ୧୦ ଦିନ ତଳେ […]

rourkela
RSP ବର୍ଜ୍ୟବସ୍ତୁ ଟନେଲ୍‌ରେ ଫସିବା ଘଟଣା: ଜଣଙ୍କ ମୃତଦେହ ଉଦ୍ଧାର

ରାଉରକେଲା: ରାଉରକେଲା ଇସ୍ପାତ କାରଖାନାର ବର୍ଜ୍ୟବସ୍ତୁ ନାଳ ଭିତରେ ଫଶିଥିବା ଯୁବକଙ୍କୁ ଉଦ୍ଧାର କରିବାକୁ ଆଜି ପୁଣି ସର୍ଚ୍ଚ ଅପରେସନ ଆରମ୍ଭ ହେବ। ନିଖୋଜ ୫ ଜଣଙ୍କ ମଧ୍ୟରୁ ଗତକାଲି ଜଣକର ମୃତଦେହ ଉଦ୍ଧାର ହୋଇଛି।  ତେବେ ମୃତଦେହଟିକୁ ଚିହ୍ନଟ କରାଯାଇ ପାରିନଥିବାବେଳେ ବାକି ଯୁବକଙ୍କ ସନ୍ଧାନ ମିଳି ପାରିନାହିଁ। ଗତକାଲି ସନ୍ଧ୍ୟା ହେବା ପରେ ସର୍ଚ୍ଚ ଅପରେସନକୁ ବନ୍ଦ ରଖାଯାଇଥିଲା।  ଓଡ୍ରାଫ୍, ଅଗ୍ନିଶମ ବାହିନୀ, ଓଡ଼ିଶା ପୋଲିସ, CISF ଓ ରାଉରକେଲା ଷ୍ଟିଲ ପ୍ଲାଣ୍ଟର ଟେକ୍‌ନିକାଲ […]

monsson
ଓଡ଼ିଶାର ୧୦ଟି ଜିଲ୍ଲାରେ ମୌସୁମୀ ବାୟୁ ପ୍ରବେଶ

ଭୁବନେଶ୍ୱର : ଓଡ଼ିଶାର ୧୦ଟି ଜିଲ୍ଲାକୁ ପ୍ରବେଶ କରିଛି ଦକ୍ଷିଣ ପଶ୍ଚିମ ମୌସୁମୀ ବାୟୁ। ଆଜି ମୁଖ୍ୟତଃ ନବରଙ୍ଗପୁର, ମାଲକାନଗିରି, କୋରାପୁଟ, ଗଜପତି ଜିଲ୍ଲା ସମେତ ରାୟଗଡ଼ା ଜିଲ୍ଲାର ଅଧିକାଂଶ ଅଞ୍ଚଳକୁ ଦକ୍ଷିଣ ପଶ୍ଚିମ ମୌସୁମୀ ବାୟୁ ଛୁଇଁଛି। ସେହିଭଳି କଳାହାଣ୍ଡି, କନ୍ଧମାଳ, ଗଞ୍ଜାମ, ଖୋର୍ଦ୍ଧା ଓ ପୁରୀ ଜିଲ୍ଲାର କିଛି ଭାଗକୁ ଆଜି ମୌସୁମୀ ସ୍ପର୍ଶ କରିଛି। ଏବେ ପାଗ ଅନୁକୁଳ ରହିଥିବାରୁ ଆସନ୍ତା ୪୮ ଘଣ୍ଟା ମଧ୍ୟରେ ଦକ୍ଷିଣ ପଶ୍ଚିମ ମୌସୁମୀ ବାୟୁ ରାଜ୍ୟର […]

congress-1
୨୦୧୯ ପାଇଁ ଫୁଲ୍ ଜୋସ୍‌ରେ ଓଡ଼ିଶା କଂଗ୍ରେସ

ଭୁବନେଶ୍ୱର:  ନୂଆଦିଲ୍ଲୀର ତୁଗ୍‌ଲକ୍ ଲେନ୍‌ର ରାହୁଲ ଗାନ୍ଧୀଙ୍କ ସରକାରୀ ବାସଭବନରେ ଓଡ଼ିଶା ପିସିସିର ଟିମ୍। ଟିମ୍ ନିରଞ୍ଜନ, ଏଆଇସିସି ପ୍ରଭାରୀ ଓ ରାହୁଲ ଗାନ୍ଧୀଙ୍କ ସହ ମାରାଥନ୍ ବୈଠକ ପରେ ପ୍ରକାଶ ପାଇଛି ୩୩ ସାଂଗଠନିକ ଜିଲ୍ଲା ସଭାପତିଙ୍କ ନାଁ। ପିସିସିର ନୂଆ ଟିମ୍ ଗଠନ ହେବା ପରେ ଜିଲାୱାରୀ ଗସ୍ତ, ସାଧାରଣ ସଭା ଓ ଘନଘନ ବୈଠକ ପରେ ବିଭିନ୍ନ ମାପକାଠିକୁ ଆଖି ଆଗରେ ରଖି ବଛା ହୋଇଛନ୍ତି ଜିଲ୍ଲା ମୁଖିଆ। ଆଗାମୀ ନିର୍ବାଚନରେ ଜିଲ୍ଲା […]

modi
ଚୀନ୍ ରାଷ୍ଟ୍ରପତିଙ୍କୁ ଭେଟିଲେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି

ଚୀନ: ଚୀନରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି। ଛଅ ସପ୍ତାହ ମଧ୍ୟରେ ଦ୍ୱିତୀୟ ଥର ପାଇଁ ଚୀନ ଯାଇଛନ୍ତି ମୋଦି। ଆଜି ଅପରାହ୍ନରେ ମୋଦି କିଙ୍ଗାଦାଓରେ ପହଞ୍ଚିବା ପରେ ଭବ୍ୟ ସ୍ୱାଗତ କରାଯାଇଥିଲା। ଏହାପରେ ମୋଦି ଚୀନ ରାଷ୍ଟ୍ରପତି ସି ଜିନ୍‌ପିଙ୍ଗଙ୍କ ସହ ଦ୍ୱିପାକ୍ଷିକ ଆଲୋଚନା କରିଛନ୍ତି। ଉଭୟ ରାଷ୍ଟ୍ରମୁଖ୍ୟଙ୍କ ମଧ୍ୟରେ ଦୁଇ ଦେଶର ବାଣିଜ୍ୟ କାରବାରକୁ ନେଇ ତର୍ଜମା ହୋଇଛି। ଭାରତ ଏବଂ ଚୀନ ମଧ୍ୟରେ ବଢ଼ୁଥିବା ବାଣିଜ୍ୟିକ କାରବାରକୁ ଏହି ବୈଠକ ନୂଆ ଦିଶା ଦେବ […]

angul
ଜମିଜମା ବିବାଦରୁ ଭାଇକୁ ହତ୍ୟା କଲା ସମ୍ପର୍କୀୟ ଭାଇ

ଅନୁଗୁଳ : ଅନୁଗୁଳ ଥାନା ଅନ୍ତର୍ଗତ ରଜନୀପାଳ ଗାଁରେ ଜମିଜମା ବିବାଦକୁ ନେଇ ହତ୍ୟାକାଣ୍ଡ।  ରଜନୀପାଳ ଗାଁରେ ଦୁଇ ସମ୍ପର୍କୀୟ ଭାଇ ଉତ୍ସବ ବେହେରା ଓ ପଣ୍ଡିତ ବେହେରାଙ୍କ ମଧ୍ୟରେ ଜମିଜମାକୁ ନେଇ ପୂର୍ବରୁ ବିବାଦ ରହିଥିଲା। ଏହାକୁ ନେଇ ଗତକାଲି ଉତ୍ସବ ଓ ପଣ୍ଡିତଙ୍କ ମଧ୍ୟରେ ବଚସା ହୋଇଥିଲା।  ଏଥିରେ ଉତକ୍ଷୀପ୍ତ ହୋଇ ପଣ୍ଡିତ ଓ ତାଙ୍କ ଦୁଇ ପୁଅ ଉତ୍ସବକୁ ଖୁଣ୍ଟରେ ବାନ୍ଧି ମାଡ଼ ମାରିଥିବା ଅଭିଯୋଗ ହୋଇଛି । ଗୁରୁତର ଅବସ୍ଥାରେ ଉତ୍ସବଙ୍କୁ […]

asia cup
ମହିଳା ଏସିଆ କପ୍ ; ପାକିସ୍ତାନକୁ ହରାଇ ଫାଇନାଲରେ ଭାରତ

ଭାରତ ପାକିସ୍ତାନ ମଧ୍ୟରେ ଖେଳାଯାଉଥିବା ମ୍ୟାଚ ସର୍ବଦା ରୋମାଞ୍ଚକର ହୋଇଥାଏ। ଆଜି ଖେଳାଯାଇଥିବା ଟି-୨୦ ଏସିଆ କପ୍ ମ୍ୟାଚରେ ଭାରତୀୟ ମହିଳା କ୍ରିକେଟ ଦଳ ଏକତରଫା ଭାବେ ପାକିସ୍ତାନକୁ ହରାଇ ଫାଇନାଲରେ ପହଞ୍ଚିଛି। ପାକିସ୍ତାନ ଟସ୍‌ ଜିତି ପ୍ରଥମେ ବ୍ୟାଟିଂ ପାଇଁ ନିଷ୍ପତ୍ତି ନେଇଥିଲା। ଦଳ ନିର୍ଦ୍ଧାରିତ ୨୦ ଓଭରରେ ୭ ଓ୍ୱିକେଟ ହରାଇ ୭୨ ରନ୍ କରିବାକୁ ସକ୍ଷମ ହୋଇଥିଲା। ଏମିତିକି ଭାରତୀୟ ବୋଲରଙ୍କ ମାପଚୁପ ବୋଲିଂ ଆଗରେ ପାକ୍ ଟିମ୍‌ର ୭ ଜଣ ବ୍ୟାଟ୍ସମ୍ୟାନ […]

niranjan
ନୂଆଦିଲ୍ଲୀରେ ରାହୁଲ ଗାନ୍ଧିଙ୍କୁ ଭେଟିଲେ ଟିମ୍ ନିରଞ୍ଜନ

ନୂଆଦିଲ୍ଲୀ : ଦିଲ୍ଲୀରେ କଂଗ୍ରେସ ସଭାପତି ରାହୁଲ ଗାନ୍ଧିଙ୍କୁ ଭେଟିଲେ ଟିମ୍ ନିରଞ୍ଜନ। ପିସିସି ପ୍ରଭାରୀ ଜିତେନ୍ଦ୍ର ସିଂହଙ୍କ ନେତୃତ୍ୱରେ ପିସିସି ସଭାପତି ନିରଂଜନ ପଟ୍ଟନାୟକ, ୩ କାର୍ଯ୍ୟକାରୀ ସଭାପତି ଓ ସଂପାଦକ ରାହୁଲ ଗାନ୍ଧିଙ୍କୁ ଭେଟିଛନ୍ତି। ଦଳର ସାଂଗଠାନିକ ସ୍ଥିତିକୁ ନେଇ ଆଲୋଚନା ହୋଇଥିବା ଜଣାପଡ଼ିଛି। ଏମାନେ ସମସ୍ତେ ଗତକାଲି ଓଡ଼ିଶାରୁ ଦିଲ୍ଲୀ ଯାଇଥିଲେ। ଆଲୋଚନା ପରେ ପିସିସିରେ ଆମୂଳଚୂଳ ପରିବର୍ତ୍ତନ ହୋଇପାରେ ବୋଲି ଚର୍ଚ୍ଚା ହେଉଛି। ଏମିତିକି ବୈଠକରେ ପିସିସି କର୍ମକର୍ତ୍ତା ତାଲିକାରେ ମୋହର […]

salepur
ମାଟି ତଳୁ ବାହାରିଲା ମନ୍ଦିର ଭଗ୍ନାବଶେଷ ଓ ମୂର୍ତ୍ତି, ଦେଖନ୍ତୁ ଭିଡ଼ିଓ

ସାଲେପୁର: ପୋଖରୀ ଖନନ ବେଳେ ମାଟି ତଳୁ ବାହାରିଲା ମୂର୍ତ୍ତି ଓ ମନ୍ଦିର ଭଗ୍ନାବଶେଷ। କଟକ ଜିଲ୍ଲା ସାଲେପୁର ଲୁଣାହାର ବଡ଼ ପୋଖରୀ ଖୋଳିବା ବେଳେ ମାଟି ତଳୁ ଅନେକ ଦୁର୍ଲଭ ମୂର୍ତ୍ତି ଏବଂ ମନ୍ଦିରର ଭଗ୍ନାବଶେଷ ମିଳିଛି। ଏହା ପରେ ପୋଖରୀ ଖୋଳାକୁ ଅଧାରୁ ବନ୍ଦ କରାଯାଇଛି। ଏହି ଭଗ୍ନାବଶେଷ ବହୁ ପୁରାତନ ବୋଲି ଐତିହାସିକମାନେ କହିଛନ୍ତି। ମୂର୍ତ୍ତି ଅଷ୍ଟମ, ନବମ ଶତାବ୍ଦୀର ହୋଇଥିବା ସନ୍ଦେହ କରାଯାଉଛି। ସୂଚନା ଅନୁସାରେ, ପୋଖରୀ ଖୋଳିବା ବେଳେ ଜେସିବିର […]

jajpur
ବଞ୍ଚିଗଲା ମାଆ, ଚାଲିଗଲା ପୁଅ

ଯାଜପୁର: ବୈତରଣୀରେ ଭାସି ଯାଇ ଜଣେ ନାବାଳକଙ୍କ ମୃତ୍ୟୁ ଘଟିଛି।  ଯାଜପୁର ଜିଲ୍ଲା କୋରେଇ ବ୍ଲକ ଦୁଲାଖାପାଟଣା ନିକଟ ବନ୍ଦାଳ ଗାଁରେ ଏହି ଅଘଟଣ ଘଟିଛି। ମୃତ ନାବାଳକର ବୟସ ୧୪ ବର୍ଷ ହେବ। ତେବେ ଅଳ୍ପକେ ରକ୍ଷା ପାଇ ଯାଇଛନ୍ତି ତାଙ୍କ ମାଆ। ଆଜି ସକାଳେ ବୈତରଣୀ ନଦୀରେ ଗାଧୋଉ ଥିବା ବେଳେ ନାବାଳକ ଜଣକର ଗୋଡ଼ ଖସି ଯିବା ଫଳରେ ସେ ଭାସି ଯାଇଥିଲେ। ଫଳରେ ପୁଅକୁ ବଞ୍ଚାଇବାକୁ ଯାଇ ମାଆ ଗଭୀର ପାଣି […]

student
ମାଟ୍ରିକ ପରୀକ୍ଷାରେ ଫେଲ୍‌ ହେଲେ ବୋଲି ଏମିତି କଲେ ଛାତ୍ର...

କେନ୍ଦ୍ରାପଡ଼ା: କେନ୍ଦ୍ରାପଡ଼ା ସାନ୍ତସାହିରେ ଜଣେ ଛାତ୍ରର ମୃତଦେହ ଉଦ୍ଧାର କରାଯାଇଛି। ମୃତକ ଛାତ୍ର ଜଣକ ହେଲେ ରତିକୃଷ୍ଣ ଖୁଣ୍ଟିଆ।  ଏ ବର୍ଷ ସେ ମାଟ୍ରିକ ପରୀକ୍ଷା ଦେଇଥିଲେ। ଫେଲ୍ ହେବାରୁ ମାନସିକ ବିଷାଦରେ ରହୁଥିଲେ ବୋଲି ଜଣାପଡ଼ିଛି। ସୂଚନା ଅନୁସାରେ, ରତିକୃଷ୍ଣ ଗତ ରାତିରେ ବାପା ମଳୟ ଖୁଣ୍ଟିଆଙ୍କ ପାଖରେ ଶୋଇଥିଲେ। ରାତିରେ ଉଠି ଘର ଭିତରେ ରଶି ଲଗାଇ ସେ ଆତ୍ମହତ୍ୟା କରିଥିବା ସନ୍ଦେହ କରାଯାଉଛି। ଅନ୍ୟପକ୍ଷରେ ଏହି ଘଟଣାକୁ ନେଇ କେନ୍ଦ୍ରାପଡ଼ା ଟାଉନ ଥାନା […]

heavy rainfall
ଓଡ଼ିଶା ଛୁଇଁଲା ମୌସୁମୀ: ୮ ଜିଲ୍ଲାରେ ପ୍ରବଳ ବର୍ଷା ନେଇ ସତର୍କ ସୂଚନା

ଭୁବନେଶ୍ୱର: ନିର୍ଦ୍ଧାରିତ ତାରିଖର ୨ ଦିନ ଆଗରୁ ମୌସୁମୀ ଓଡ଼ିଶା ଛୁଇଁ ଥିବାବେଳେ ଏହାର ପ୍ରଭାବରେ ଦକ୍ଷିଣ ଓଡ଼ିଶାର କିଛି ସ୍ଥାନରେ ଗତକାଲିଠୁ ମୌସୁମୀ ବର୍ଷା ଆରମ୍ଭ ହୋଇଛି। ତେବେ ୪୮ ଘଣ୍ଟାରେ ମୌସୁମୀ ସଂପୂର୍ଣ୍ଣ ଓଡ଼ିଶା ଛୁଇଁବ ବୋଲି ଅନୁମାନ କରିଛି ଆଞ୍ଚଳିକ ପାଣିପାଗ ବିଭାଗ। ଆଜି ରାଜ୍ୟରେ କାଳବୈଶାଖୀ ବର୍ଷା ଓ ବଜ୍ରପାତ ନେଇ ଭୁବନେଶ୍ୱର ପାଣିପାଗ ବିଭାଗ ପକ୍ଷରୁ ସତର୍କ ସୂଚନା ଜାରି କରାଯାଇଛି। ଏଥିପାଇଁ ୮ ଜିଲ୍ଲାକୁ ସତର୍କ ସୂଚନା ଜାରି […]

bariapda trafic problem
ଜବରଦଖଲକାରୀଙ୍କ କବ୍‌ଜାରେ ବାରିପଦା ସହର

ବାରିପଦା: ଜବରଦଖଲକାରୀଙ୍କ କବ୍‌ଜାରେ ବାରିପଦା ସହର। ସହରର ରାସ୍ତା କଡ଼ରେ ଉଠା ଦୋକାନୀଙ୍କ ପ୍ରାଦୁର୍ଭାବ ଦେଖିବାକୁ ମିଳୁଛି। ଏଥିସହ ରାସ୍ତା କଡ଼ରେ ବେଆଇନ ପାର୍କିଂ ଲୋକଙ୍କୁ ଅସୁବିଧାରେ ପକାଉଛି। ଫଳରେ ଟ୍ରାଫିକ ସମସ୍ୟା ଲୋକଙ୍କ ଦୈନନ୍ଦୀନ ଜୀବନକୁ ବେଶ୍‌ ପ୍ରଭାବିତ କରିଛି। ରାସ୍ତାର ଉଭୟ ପାର୍ଶ୍ୱରେ ଉଠାଦୋକାନୀ ଆଉ ରାସ୍ତାର ଉପରେ ଥିବା ବିଭିନ୍ନ ଛୋଟ ବଡ଼ ଦୋକାନ ରାସ୍ତାକୁ ବେଆଇନ ଭାବେ କବ୍‌ଜା କରିବା ଦ୍ୱାରା ରାସ୍ତା ସଙ୍କୁଚିତ ହେବାରେ ଲାଗିଛି। ଫଳରେ ଲୋକଙ୍କୁ ନାହିଁ […]

plus two cut off mark
ପ୍ରକାଶ ପାଇଲା +୨ କଳା, ବାଣିଜ୍ୟ ରେଜଲ୍ଟ

ଭୁବନେଶ୍ୱର: ଶେଷରେ ସବୁ ଅପେକ୍ଷାର ଅନ୍ତ ଘଟାଇ ପ୍ରକାଶ ପାଇଲା ଯୁକ୍ତ ଦୁଇ କଳା, ବାଣିଜ୍ୟ ଓ ଧନ୍ଦାମୂଳକ ଶିକ୍ଷାର ରେଜଲ୍ଟ। ଭୁବନେଶ୍ୱର ଉଚ୍ଚ ମାଧ୍ୟମିକ ଶିକ୍ଷା ପରିଷଦ କାର୍ଯ୍ୟାଳୟରେ ବିଦ୍ୟାଳୟ ଓ ଗଣଶିକ୍ଷା ମନ୍ତ୍ରୀ ବଦ୍ରିନାରାୟଣ ପାତ୍ର ପରୀକ୍ଷା ଫଳ ପ୍ରକାଶ କରିଛନ୍ତି। ଛାତ୍ରଛାତ୍ରୀ ମାନେ www.chseodisha.nic.in ଏବଂ www.orissaresults.nic.in ୱେବସାଇଟ୍‌ରେ ନିଜ ରୋଲ୍ ନମ୍ବର ଓ ରେଜିଷ୍ଟ୍ରେସନ୍ ନମ୍ବର ଦେଇ ରେଜଲ୍ଟ ଜାଣିପାରିବେ। ଏଥର ପରୀକ୍ଷା ଦେଇଥିଲେ ମୋଟ ୨, ୩୦, ୨୦୬ ଛାତ୍ରଛାତ୍ରୀ। ସେମାନଙ୍କ ମଧ୍ୟରୁ ପାସ୍ କରିଛନ୍ତି ମୋଟ […]

koraput
କୋରାପୁଟ ୟୁନିଅନ ବ୍ୟାଙ୍କରେ ୨କୋଟି ଟଙ୍କାର ଠକେଇ ଅଭିଯୋଗ

କୋରାପୁଟ: କୋରାପୁଟ ୟୁନିଅନ ବ୍ୟାଙ୍କରେ ୨ କୋଟି ଟଙ୍କାର ଠକେଇ ନେଇ ଅଭିଯୋଗ ହୋଇଛି। ଏ ସଂପର୍କରେ ଟାଉନ ଥାନାରେ ରିଜିଓନାଲ ହେଡ୍ ଏତଲା ଦେଇଛନ୍ତି। ୨୦୧୬-୧୭ ଆର୍ଥିକ ବର୍ଷରେ ତତ୍କାଳୀନ ବ୍ରାଞ୍ଚ ମ୍ୟାନେଜର ଅମ୍ରିତା ପ୍ରିୟଦର୍ଶିନୀ ପାତ୍ର ବିଭିନ୍ନ ଉପାୟରେ ନିଜ ପରିବାର ଓ ସଂପର୍କୀୟଙ୍କ ନାଁରେ ୨ କୋଟିରୁ ଅଧିକ ଟଙ୍କାର ଋଣ ଆକାରରେ ଠକି ନେଇଥିବା ଅଭିଯୋଗ ହୋଇଛି। ଇଣ୍ଟରନାଲ ଅଡିଟରୁ ଏହା ଜଣାପଡ଼ିବା ପରେ ରିଜିଓନାଲ ହେଡ୍ ସୁଶାନ୍ତ ମିଶ୍ର ଥାନାରେ […]

sai temple
ପ୍ରସିଦ୍ଧ ଶିରିଡ଼ି ସାଇ ମନ୍ଦିରରେ ଫାଟ: ମରାମତି ଦାୟିତ୍ୱରେ ଓଡ଼ିଆ ଇଞ୍ଜିନିୟର

ମୁମ୍ବାଇ/ଭୁବନେଶ୍ୱର: ଆସ୍ଥା ଆଉ ବିଶ୍ୱାସର ଡୋର ଶିରିଡିକୁ ଟାଣି ଆଣେ ଶ୍ରଦ୍ଧାଳୁଙ୍କୁ।ପ୍ରତିବର୍ଷ ହଜାର ହଜାର ସଂଖ୍ୟାରେ ଶ୍ରଦ୍ଧାଳୁ ସାଇବାବାଙ୍କ ଥରୁଟିଏ ଦର୍ଶନ ପାଇଁ କାହିଁ କେତେ ବାଟରୁ ଚାଲି ଆସନ୍ତି।ଶହେ ବର୍ଷ ପୁରୁଣା ଏହି ମନ୍ଦିରରେ ହୋଇ ଆସୁଛି ବାବାଙ୍କ ପୂଜାର୍ଚ୍ଚନା। ହେଲେ ଏହି ପୁରାତନ ମନ୍ଦିରର କିଛି ଅଂଶରେ ଏବେ ଦେଖାଦେଇଛି ଫାଟ। ଯାହାର ମରାମତି ପାଇଁ ସ୍ୱତନ୍ତ୍ର ଭାବେ ନିଯୁକ୍ତ ହୋଇଛନ୍ତି ଓଡ଼ିଆ ଇଞ୍ଜିନିୟର। ମନ୍ଦିରର ବିଭିନ୍ନ ଫାଟ ସ୍ଥାନକୁ ନିରୂପଣ କରି ଏହାର […]

Jagannath-Temple
ଶ୍ରୀମନ୍ଦିରରେ ଭକ୍ତଙ୍କ ଦାନ ନେଇପାରିବେନି ସେବାୟତ

ପୁରୀ: ଶ୍ରୀମନ୍ଦିରକୁ ଭକ୍ତ ଦେଉଥିବା ଦାନ ଓ ଭକ୍ତଙ୍କ ସୁରକ୍ଷା ପ୍ରସଙ୍ଗରେ ସୁପ୍ରିମକୋର୍ଟଙ୍କ ନିର୍ଦ୍ଦେଶ ପରିପ୍ରେକ୍ଷୀରେ ଶ୍ରୀମନ୍ଦିର ପ୍ରଶାସନ କେତେକ ଗୁରୁତ୍ୱପୂର୍ଣ୍ଣ ନିଷ୍ପତ୍ତି ନେଇଛନ୍ତି। ଏଣିକି  ଶ୍ରୀଜିଉଙ୍କ ଉଦ୍ଦେଶ୍ୟରେ ଦିଆଯାଉଥିବା ନୈବେଦ୍ୟ, ଶ୍ରଦ୍ଧାଞ୍ଜଳି , ଦାନ ଅର୍ଥ କିମ୍ବା ବସ୍ତୁ କୌଣସି ସେବକ କିମ୍ବା ତାଙ୍କର ସହଯୋଗୀ ଓ କର୍ମଚାରୀ ଗ୍ରହଣ କରିପାରିବେ ନାହିଁ। ଭକ୍ତମାନେ ସେବାୟତଙ୍କୁ ଦାନ ନ ଦେଇ ଏହାକୁ ଶ୍ରୀମନ୍ଦିର ହୁଣ୍ଡି ବା ଦାନବାକ୍ସ କିମ୍ବା ଶ୍ରୀମନ୍ଦିର ମୁଖ୍ୟ କାର୍ଯ୍ୟାଳୟ, ଶାଖା ଅଫିସ୍ […]

plus two result
ଆଜି ପ୍ରକାଶ ପାଇବ ଯୁକ୍ତ ଦୁଇ କଳା, ବାଣିଜ୍ୟ ଓ ଧନ୍ଦାମୂଳକ ଶିକ୍ଷାର ରେଜଲ୍ଟ

ଭୁବନେଶ୍ୱର: ଆଜି ପ୍ରକାଶ ପାଇବ ଯୁକ୍ତ ଦୁଇ କଳା, ବାଣିଜ୍ୟ ଓ ଧନ୍ଦାମୂଳକ ଶିକ୍ଷାର ରେଜଲ୍ଟ। ସକାଳ ସାଢେ ୧୦ ଟାରେ ଭୁବନେଶ୍ୱର ଉଚ୍ଚ ମାଧ୍ୟମିକ ଶିକ୍ଷା ପରିଷଦ କାର୍ଯ୍ୟାଳୟରେ ବିଦ୍ୟାଳୟ ଓ ଗଣଶିକ୍ଷା ମନ୍ତ୍ରୀ ବଦ୍ରିନାରାୟଣ ପାତ୍ର ପରୀକ୍ଷା ଫଳ ପ୍ରକାଶ କରିବେ। ଏହା ପରେ ଛାତ୍ରଛାତ୍ରୀ ମାନେ www.chseodisha.nic.in ଏବଂ www.orissaresults.nic.in ୱେବସାଇଟ୍‌ରେ ନିଜ ରୋଲ୍ ନମ୍ବର ଓ ରେଜିଷ୍ଟ୍ରେସନ୍ ନମ୍ବର ଦେଇ ରେଜଲ୍ଟ ଜାଣିପାରିବେ। ରେଜଲ୍ଟ ବାହାରିବାରେ ଚଳିତ ବର୍ଷ ବିଳମ୍ବ ହୋଇଥିବାରୁ […]

lightning
ବଜ୍ରାଘାତ ନେଇଗଲା ୧୦ ଜୀବନ

ଭୁବନେଶ୍ୱର: ରାଜ୍ୟର ବିଭିନ୍ନ ସ୍ଥାନରେ ବଜ୍ରାଘାତରେ ଗତକାଲି ପ୍ରାୟ ୧୦ ଜଣଙ୍କ ମୃତ୍ୟୁ ହୋଇଥିବାବେଳେ ୮ ଜଣ ଗୁରୁତର ଆହତ ହୋଇଛନ୍ତି। କେନ୍ଦ୍ରାପଡା ଜିଲ୍ଲା କୋର ତନାର ଗାଁରେ କିଛି ଯୁବକ ବସିଥିବା ବେଳେ ବଜ୍ରାଘାତ ହୋଇଥିଲା।  ଫଳରେ ସେଠାରେ ଥିବା ୪ ଜଣ ବେହୋସ ହୋଇଯାଇଥିଲେ।  ଗ୍ରାମବାସୀମାନେ ସେମାନଙ୍କୁ ତୁରନ୍ତ କେନ୍ଦ୍ରାପଡା ମେଡିକାଲକୁ ନେଇଥିଲେ।  ସେଠାରେ ଡାକ୍ତର ୨ ଜଣଙ୍କ ମୃତ ଘୋଷଣା କରିଥିବାବେଳେ ଅନ୍ୟ ୨ ଗୁରୁତରଙ୍କ ମେଡିକାଲରେ ଚିକିତ୍ସା ଚାଲିଛି। ସେହିପରି ପଟ୍ଟାମୁଣ୍ଡାଇ […]