• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English

Latest News

arnab-goswami
ଆସନ୍ତାକାଲି ହେବ ଅର୍ଣ୍ଣବ ଗୋସ୍ୱାମୀଙ୍କ ଜାମିନ ଆବେଦନର ଶୁଣାଣି

ମୁମ୍ୱାଇ: ରିପବ୍ଲିକ୍ ଟିଭି ମୁଖ୍ୟ ସମ୍ପାଦକ ଅର୍ଣ୍ଣବ ଗୋସ୍ୱାମୀଙ୍କ ଜାମିନ ଆବେଦନର ଶୁଣାଣି ଆସନ୍ତାକାଲି ହେବ। ବମ୍ବେ ହାଇକୋର୍ଟ ଆଜି ଅନ୍ତରୀଣ ଜାମିନ୍ ଆବେଦନ ଉପରେ ଶୁଣାଣି କରିଥିଲେ। ଆସନ୍ତାକାଲି ମଧ୍ୟ ଏହାର ଶୁଣାଣି ପୁଣିଥରେ ହେବ। ତେଣୁ ଆଜି ଲଗାତର ତୃତୀୟ ରାତି ଜେଲ୍‌ରେ କାଟିବେ ଅର୍ଣ୍ଣବ। ୨୦୧୮ର ଏକ ଆତ୍ମହତ୍ୟା ମାମଲାରେ ଅର୍ଣ୍ଣବଙ୍କୁ ମୁମ୍ବାଇର ଲୋୟର ପରେଲ ସ୍ଥିତ ଘରେ ପଶି ବୁଧବାର ଜୋରଜବରଦସ୍ତ ଗିରଫ କରିଥିଲା ମୁମ୍ବାଇ ପୋଲିସ। ଆତ୍ମହତ୍ୟା ପାଇଁ ଉସୁକାଇବା […]

coronavirus-odisha
କୋଭିଡରୁ ସୁରକ୍ଷିତ ରହିବା ପାଇଁ ବିଶେଷଜ୍ଞଙ୍କ ପରାମର୍ଶ: ମାନିବାକୁ ପଡିବ ୯ ନିୟମ

ଭୁବନେଶ୍ଵର: କୋଭିଡରୁ ସୁରକ୍ଷିତ ରହିବା ପାଇଁ କଟକ SCBର ନିଶ୍ଚେତକ ବିଶେଷଜ୍ଞ ଡା. ନିବେଦିତା ପାଣି ପରାମର୍ଶ ଦେଇଛନ୍ତି। ଉଷୁମ ପାଣି ପିଅନ୍ତୁ, ଲେମ୍ବୁ, ମହୁ ମିଶାଇ ପିଅନ୍ତୁ।  ଦିନକୁ ୨ରୁ ୩ ଥର ଗରମ ବାମ୍ଫ ନିଅନ୍ତୁ।  କାଢ଼ା ପିଇଲେ ଭଲ। କାଶ ହେଉଥିଲେ ଡାକ୍ତରଙ୍କ ପରାମର୍ଶରେ କଫ୍ ସିରପ ଖାଆନ୍ତୁ। ନିଜ ଇଚ୍ଛାରେ ମାତ୍ରାଧିକ କଫ୍ ସିରପ ଖାଆନ୍ତୁ ନାହିଁ, ଖାଇଲେ ଖରାପ ନିୟମିତ ଶୟନ କରନ୍ତୁ।  ସୁଷମ ଖାଦ୍ୟ ସେବନ କରନ୍ତୁ।  ଫୁସଫୁସ […]

earthquake-8
ଭୋରୁ ଭୋରୁ ଭୂକମ୍ପର ଝଟ୍‌କା, ଲୋକେ ଆତଙ୍କିତ

ଶ୍ରୀନଗର: ଜାମ୍ମୁ ଓ କାଶ୍ମୀରର ପହଲଗାମ୍ ଅଞ୍ଚଳରେ ଭୂକମ୍ପର ଝଟ୍‌କା ଅନୁଭୂତ ହୋଇଛି। ଆଜି ଭୋର ୪ଟା ୨୯ ମିନିଟ୍‌ ସମୟରେ ଏହି ଭୂକମ୍ପର ଝଟ୍‌କା ଅନୁଭୂତ ହୋଇଥିଲା। ରିକ୍ଟର ସ୍କେଲ୍‌ରେ ଭୂକମ୍ପର ତୀବ୍ରତା ୪.୧ ରେକର୍ଡ କରାଯାଇଛି।  ଏ ନେଇ National Center for Seismology ପକ୍ଷରୁ ସୂଚନା ଦିଆଯାଇଛି। ହଠାତ୍‌ ଭୂକମ୍ପ ହେବା ଯୋଗୁ ଭୟରେ ଲୋକମାନେ ଘରୁ ବାହାରକୁ ଚାଲି ଆସିଥିଲେ। ବର୍ତ୍ତମାନ ସୁଦ୍ଧା କୌଣସି କ୍ଷୟକ୍ଷତିର ସୂଚନା ମିଳିପାରି ନାହିଁ।

OTV-Award
ଓଟିଭିର ‘ଆପଣ ଏକା ନୁହଁନ୍ତି’ କାର୍ଯ୍ୟକ୍ରମକୁ ଜାତୀୟ ସ୍ତରୀୟ ପୁରସ୍କାର

ଭୁବନେଶ୍ୱର: ଓଟିଭିର ‘ଆପଣ ଏକା ନୁହଁନ୍ତି’ କାର୍ଯ୍ୟକ୍ରମକୁ ଜାତୀୟ ସ୍ତରୀୟ ପୁରସ୍କାର ମିଳିଛି। ‘ଆପଣ ଏକା ନୁହଁନ୍ତି’କୁ ବେଷ୍ଟ ସୋସିଆଲ୍‌ କଣ୍ଟ୍ରିବ୍ୟୁସନ୍‌’ ବର୍ଗରେ ଶ୍ରେଷ୍ଠ କାର୍ଯ୍ୟକ୍ରମର ପୁରସ୍କାର ମିଳିଛି। ଇଣ୍ଡିଆନ୍ ଟେଲିଭିଜନ୍ ଡଟ୍ କମ୍ ସଂସ୍ଥା ପକ୍ଷରୁ ଭର୍ଚୁଆଲ ପ୍ରୋଗ୍ରାମରେ ଏହି ଆୱାର୍ଡ ପ୍ରଦାନ କରାଯାଇଛି। ଦେଶର ଜାତୀୟ ଓ ଆଞ୍ଚଳିକ ସ୍ତରରେ ଥିବା ବିଭିନ୍ନ ନ୍ୟୁଜ୍‌ ଚ୍ୟାନେଲକୁ ୧୨୦ଟି ଭିନ୍ନ ଭିନ୍ନ ବର୍ଗରେ ପୁରସ୍କାର ପ୍ରଦାନ କରାଯାଇଛି। ନ୍ୟୁଜ୍ ଚ୍ୟାନେଲରେ ପ୍ରସାରିତ ବିଭିନ୍ନ କାର୍ଯ୍ୟକ୍ରମ ଓ ଟେଲିଭିଜନ୍ […]

3pm-prayagraj
କୋଭିଡ୍‌ ମୃତକଙ୍କ ଅସ୍ଥି ବିସର୍ଜନ କରିବେ ମଶାଣୀ ବନ୍ଧୁ

କୋଭିଡ୍ ମୃତକଙ୍କ ସଂସ୍କାର ପରେ ଅସ୍ଥି ବିସର୍ଜନ ପାଇଁ ବାହାରିଛନ୍ତି ମଶାଣୀ ବନ୍ଧୁ। ସୁନ୍ଦରଗଡ଼ ରାଣୀବଗିଚା ଶ୍ମଶାନରେ ଦାହ ସଂସ୍କାର ହୋଇଥିବା କୋଭିଡ ମୃତକଙ୍କ ଅସ୍ଥିକୁ ପ୍ରୟାଗରାଜର ତ୍ରିବେଣୀ ସଂଗମରେ ବିସର୍ଜନ କରିବାକୁ ବାହାରିଛନ୍ତି।

baba ka dhaba owner
‘ବାବା କା ଢାବା’ର ମାଲିକଙ୍କ ଅଭିଯୋଗ ଆଧାରରେ ୟୁଟ୍ୟୁବରଙ୍କ ବିରୋଧରେ ପୋଲିସ୍‌ର ଆକ୍ସନ

ନୂଆଦିଲ୍ଲୀ: ‘ବାବା କା ଢାବା’ର ମାଲିକ କାନ୍ତା ପ୍ରସାଦଙ୍କ ଅଭିଯୋଗ ଆଧାରରେ ଦିଲ୍ଲୀ ପୋଲିସ୍‌ ୟୁଟ୍ୟୁବର ଗୌରବ ବାସନ୍‌ଙ୍କ ବିରୋଧରେ ଶୁକ୍ରବାର ଦିନ ଏକ ମାମଲା ରୁଜୁ କରିଛି। section 420 ଅଧିନରେ ଗୌରବଙ୍କ ବିରୋଧରେ ମାମଲା ରୁଜୁ ହୋଇଛି। ଲୋକମାନେ କରିଥିବା ସହାୟତା ଟଙ୍କାକୁ ଗୌରବ ଉଠାଇ ନେବା ଅଭିଯୋଗରେ ଦିଲ୍ଲୀର ମାଲ୍‌ବିୟା ନଗର ପୋଲିସ୍‌ ତାଙ୍କ ବିରୋଧରେ ଏହି ମାମଲା ରୁଜୁ କରି ତଦନ୍ତ ଆରମ୍ଭ କରିଛି। ଗୌରବ ତାଙ୍କୁ ଠକିଥିବା ନେଇ ଅକ୍ଟୋବର […]

ପ୍ରତ୍ୟାହାର ହେବ ମାଟ୍ରିକ ପରୀକ୍ଷା ଫର୍ମ ଫିଲପ୍‌ ବିଜ୍ଞପ୍ତି

ଭୁବନେଶ୍ୱର: ପ୍ରତ୍ୟାହାର ହେବ ମାଟ୍ରିକ ପରୀକ୍ଷା ଫର୍ମ ଫିଲପ୍ ବିଜ୍ଞପ୍ତି। ପ୍ରତ୍ୟାହାର ପାଇଁ ସ୍କୁଲ ଓ ଗଣଶିକ୍ଷା ମନ୍ତ୍ରୀ ସମୀର ରଞ୍ଜନ ଦାଶ ବୋର୍ଡ ସଭାପତିଙ୍କୁ ନିର୍ଦ୍ଦେଶ ଦେଇଛନ୍ତି। ୫ ତାରିଖରେ ମାଟ୍ରିକ ପରୀକ୍ଷା ଫର୍ମ ପୂରଣ ପାଇଁ ବିଜ୍ଞପ୍ତି ପ୍ରକାଶ ପାଇଥିଲା। ତେବେ ବର୍ତ୍ତମାନ ପର୍ଯ୍ୟନ୍ତ କରୋନା ସ୍ଥିତିରୁ ରାଜ୍ୟରେ କୌଣସି ସ୍କୁଲ ଖୋଲି ପାରିନାହିଁ। ଆସନ୍ତା ଡିସେମ୍ବର ୩୧ ତାରିଖ ଯାଏ ରାଜ୍ୟରେ କୌଣସି ସ୍କୁଲ ନ ଖୋଲିବାକୁ ସରକାର ନିଷ୍ପତ୍ତି ନେଇଛନ୍ତି। ବିଭିନ୍ନ […]

୬ ବର୍ଷ ପରେ ଘରକୁ ଫେରିଲେ ନାଚିକା ଲିଙ୍ଗା

ନାରାୟଣପାଟଣା: ଚାଷୀ ମୂଲିଆ ଆଦିବାସୀ ସଂଘର ନେତା ନାଚିକା ଲିଙ୍ଗା ୬ ବର୍ଷ ପରେ ଘରକୁ ଫେରିଛନ୍ତି। ଜାମିନ୍‌ ପାଇ ଜେଲରୁ ମୁକୁଳିବା ପରେ ଗତ ରାତିରେ ସେ ନିଜ ଗାଁ କୋରାପୁଟ ଜିଲ୍ଲା ନାରାୟଣପାଟଣାର ଭାଲିଆପୁଟକୁ ଫେରିଛନ୍ତି। ପ୍ରଥମେ ନଦୀ କୂଳରେ ଆଦିବାସୀଙ୍କ ପାରମ୍ପରିକ ବନ୍ଦାପନା, ନୂତନ ବସ୍ତ୍ର ପରିଧାନ କରି ଘରେ ପ୍ରବେଶ କରିଥିଲେ ନାଚିକା ଲିଙ୍ଗା। ଗାଁ ଲୋକେ ଏକ ଶୋଭଯାତ୍ରା କରି ତାଙ୍କୁ ପାଛୋଟି ଆଣିଥିଲେ। ନାଚିକା ଲିଙ୍ଗାଙ୍କ ବିରୋଧରେ ୪୫ଟି […]

baiden
ଆମେରିକା ନିର୍ବାଚନ: ହ୍ୱାଇଟ୍‌ ହାଉସ୍‌ରୁ ଗୋଟିଏ ପାଦ ଦୂରରେ ବାଇଡେନ୍‌

ୱାଶିଂଟନ: ଆମେରିକାର ରାଷ୍ଟ୍ରପତି ପଦ ପାଇଁ ଡେମୋକ୍ରାଟିକ ପାର୍ଟି ପ୍ରାର୍ଥୀ ଜୋ ବାଇଡେନ ଶୁକ୍ରବାର ମହତ୍ୱପୂର୍ଣ୍ଣ ଆସନ ଜର୍ଜିଆ ଏବଂ ଫିଲିପାଇନ୍ସରେ ତାଙ୍କର ପ୍ରତିଦ୍ୱନ୍ଦ୍ୱୀ ଡୋନାଲ୍ଡ ଟ୍ରମ୍ପଙ୍କଠାରୁ ଆଗରେ ଅଛନ୍ତି। ଏହା ପରେ ବାଇଡେନ ଏକପ୍ରକାର ବିଜୟର ଦ୍ୱାରଦେଶରେ ପହଞ୍ଚିଯାଇଛନ୍ତି। ବାଇଡେନ ଜର୍ଜିଆରେ ଟ୍ରମ୍ପଙ୍କଠାରୁ ୧,୦୯୬ ଭାଟର ଆଗୁଆ ଅଛନ୍ତି। ସେହିପରି ପେନ୍‌ସିଲଭାନିଆରେ ବାଇଡେନ ଟ୍ରମ୍ପଙ୍କଠାରୁ ୫, ୫୮୭ ଭାଟରେ ଆଗରେ ଅଛନ୍ତି।  ବୁଧବାର ରାତିରେ ଏହି ରାଜ୍ୟରେ ଟ୍ରମ୍ପ ୭୦, ୦୦୦ ଭୋଟରେ ଆଗରେ ଥିଲେ। […]

ipl
IPL 2020: ଟୁର୍ଣ୍ଣାମେଣ୍ଟରୁ ବାହାରିଲା ରୟାଲ ଚାଲେଞ୍ଜର୍ସ ବାଙ୍ଗାଲୋର

ନୂଆଦିଲ୍ଲୀ: ଆଇପିଏଲ୍‌ରେ କ୍ୱାଲିଫାୟର -୨ ଖେଳିବାକୁ ଯୋଗ୍ୟତା ଅର୍ଜନ କରିଛି ହାଇଦ୍ରାବାଦ। ଗତକାଲି ଖେଳାଯାଇଥିବା ମ୍ୟାଚ୍‌ରେ  ବେଙ୍ଗାଲୁରୁକୁ ୬ ଓ୍ୱିକେଟରେ ପରାସ୍ତ କରିଛି ହାଇଦ୍ରାବାଦ । ହାରିବା ପରେ ରୟାଲ ଚାଲେଞ୍ଜର୍ସ ବାଙ୍ଗାଲୋର ଆଇପିଏଲରୁ ବାହାରି ଯାଇଛି। ଚକେନ ଓ୍ୱିଲିମସନଙ୍କ ଦମଦାର ୫୦ ରନ ବଳରେ ହାଇଦ୍ରାବଦ ବିଜୟ ହାସଲ କରିଛି । ପ୍ରଥମେ ଟସ୍ ଜିତି ବାଙ୍ଗାଲରକୁ ବ୍ୟାଟିଂ ପାଇଁ ଆହ୍ୱାନ କରିଥିଲା ହାଇଦ୍ରବାଦ। ନିର୍ଦ୍ଧାରିତ ଓଭରରେ ବାଙ୍ଗାଲୋର ୧୩୧ ରନ କରିଥିଲ॥ ୧୩୨ ରନର […]

brownsugar seized
ହୋଟେଲ୍‌ରୁ ମିଳିଲା କୋଟିଏରୁ ଅଧିକ ଟଙ୍କାର ବ୍ରାଉନ୍‌ସୁଗର

ବାଲେଶ୍ୱର: ବାଲେଶ୍ୱର ଜିଲ୍ଲା ସହଦେବଖୁଣ୍ଟା ଥାନା ଅନ୍ତର୍ଗତ ଏକ ହୋଟେଲରେ ପୋଲିସ୍‌ ରେଡ୍‌ କରି ୧ କେଜି ୧୦୫ ଗ୍ରାମ ବ୍ରାଉନ୍‌ସୁଗର ଜବତ କରିଛି। ଏହି ଘଟଣାରେ ପୋଲିସ୍‌ ୩ ଜଣଙ୍କୁ ଗିରଫ କରିଛି। ସେମାନଙ୍କ ନିକଟରୁ ୮୫ ହଜାର ୬୮୦ ଟଙ୍କା ମଧ୍ୟ ଜବତ ହୋଇଛି। କ୍ରାଇମବ୍ରାଞ୍ଚ ଏସ୍‌ଟିଏଫ୍‌ ଓ ପୋଲିସର ମିଳିତ ଚଢ଼ଉ ବେଳେ ଏତେ ପରିମାଣର ବ୍ରାଉନ୍‌ସୁଗର ଜବତ ହୋଇଛି।ଜବତ ବ୍ରାଉନ୍‌ସୁଗରର ଆନୁମାନିକ ମୂଲ୍ୟ କୋଟିଏରୁ ଊର୍ଦ୍ଧ୍ୱ ଟଙ୍କା ହେବ ବୋଲି ଜଣାପଡ଼ିଛି। […]

vaccani
ଓଡ଼ିଶାରେ ୩ ଲକ୍ଷ ଟପିଲା କରୋନା ଆକ୍ରାନ୍ତଙ୍କ ସଂଖ୍ୟା

ଭୁବନେଶ୍ୱର: ରାଜ୍ୟରେ ୧୩୭୨ କରୋନା ପଜିଟିଭ ଚିହ୍ନଟ ହୋଇଛନ୍ତି। ଏମାନଙ୍କ ମଧ୍ୟରୁ କ୍ୱାରେଣ୍ଟିରୁ ୭୯୬ ଏବଂ ଲୋକାଲ କେସ୍‌ ୫୬୭ ରହିଛି। ଏହାକୁ ମିଶାଇ ରାଜ୍ୟରେ କରୋନା ସଂଖ୍ୟା ୩ ଲକ୍ଷ ଟପିଥିବା ରାଜ୍ୟ ସୂଚନା ଓ ଲୋକ ସମ୍ପର୍କ ବିଭାଗ କହିଛି। ଆଜି ସର୍ବାଧିକ କରୋନା ପଜିଟିଭ ଖୋର୍ଦ୍ଧା ଜିଲ୍ଲାରୁ ଚିହ୍ନଟ ହୋଇଛନ୍ତି। ଏଠାରେ ୧୪୫ କରୋନା ପଜିଟିଭ ଚିହ୍ନଟ ହୋଇଥିବାବେଳେ କଟକରୁ ୧୨୧ ନୂଆ କରୋନା ରୋଗୀ ବାହାରିଛନ୍ତି। ଅନୁଗୋଳରୁ ୮୧, ଜଗତ୍‌ସିଂହପୁରରୁ ୭୦, […]

ଓଡ଼ିଶାରେ କରୋନା ସ୍ଥିତି: ୩ ଲକ୍ଷ ଟପିଲା ଆକ୍ରାନ୍ତଙ୍କ ସଂଖ୍ୟା, ୧,୪୧୦ ଜଣଙ୍କ ମୃତ୍ୟୁ

ଭୁବନେଶ୍ୱର: ଓଡ଼ିଶାରେ ମୋଟ୍‌ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ୩ ଲକ୍ଷ ଟପି ଥିବାବେଳେ ୨୪ ଘଣ୍ଟାରେ ଆଉ ୧୭ କରୋନା ରୋଗୀ ଆଖି ବୁଜିଛନ୍ତି। ଏହାକୁ ମିଶାଇ ରାଜ୍ୟରେ ମୋଟ୍‌ କରୋନା ମୃତ୍ୟୁ ସଂଖ୍ୟା ୧, ୪୧୦ରେ ପହଞ୍ଚିଛି। ଏ ନେଇ ରାଜ୍ୟ ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ ସୂଚନା ଦେଇଛି। ଖୋର୍ଦ୍ଧା ଜିଲ୍ଲାରୁ ସର୍ବାଧିକ ୩, କଟକ, ମୟୂରଭଞ୍ଜ, ସମ୍ବଲପୁର, ବରଗଡ଼ରୁ ୨ ଜଣ ଲେଖାଏ, ପୁରୀ, ବାଲେଶ୍ୱର, କୋରାପୁଟ, କଳାହାଣ୍ଡି, କେନ୍ଦ୍ରାପଡ଼ା ଓ […]

atm
ଏଟିଏମରୁ ଟଙ୍କା ଉଠାଇଲା ବେଳେ ଆକାଉଣ୍ଟକୁ ଆସିଲା ୭ କୋଟି ଟଙ୍କା

କଥାରେ ଅଛି ଆଲ୍ଲା ଜବ୍‌ ଦେଗା ତୋ ଛପଡ଼୍‌ ଫାଡକେ ଦେଗା ଓର୍‌ ଲେଗା ତୋ ସବ୍‌ ଲେ ଲେଗା....ଏହି ଲୋକକଥା ଟି ଘରେ ଘରେ ବେଶ୍‌ ପରିଚିତ।

kohli
IPL 2020: ହାରିବା ପରେ ବିରାଟଙ୍କୁ ଟାର୍ଗେଟ କଲେ ଗମ୍ଭୀର, କହିଲେ....

ନୂଆଦିଲ୍ଲୀ: ବିରାଟ କୋହଲିଙ୍କ ଟିମ୍‌ ରୟାଲ ଚାଲେଞ୍ଜର୍ସ ବାଙ୍ଗାଲୋରର ଆଇପିଏଲ କପ୍‌ ଜିତିବା ସ୍ୱପ୍ନ ଧଳିସାତ୍‌ ହୋଇଯାଇଛି। ଶୁକ୍ରବାର ଏଲିମିନେଟର ମୁକାବିଲାରେ ସନ୍‌ରାଇଜର୍ସ ହାଇଦ୍ରାବାଦ୍‌ RCBକୁ ଅତି ସହଜରେ ହରାଇ ଦେଇଛି। ବିରାଟ  ଟିମ୍‌ ନିର୍ଦ୍ଧାରିତ ୨୦ ଓଭରରେ ୧୩୧ ରନ୍‌ କରିପାରିଥିବାବେଳେ ଉତ୍ତରରେ ସନରାଇଜର୍ସ ୬ ଉଇକେଟରେ ଜିତି ଯାଇଛି। RCBର ପରାଜୟ ପରେ ଟିମ୍‌ ଇଣ୍ଡିଆର ପୂର୍ବତନ କ୍ରିକେଟର ଗୌତମ ଗମ୍ଭୀର ବିରାଟଙ୍କ କ୍ୟାପ୍‌ଟେନ୍‌ସିପ ଏବଂ ଟିମ୍‌ ଉପରେ ବଷିଁଛନ୍ତି। ସେ କହିଛନ୍ତି ପ୍ଲେ […]

MODI-AND-DOCTOR
ଡକ୍ଟର୍ସ ଡେ’ରେ ମୋଦିଙ୍କ ସମ୍ବୋଧନ, କହିଲେ ଡାକ୍ତର ଇଶ୍ୱରଙ୍କ ଦ୍ୱିତୀୟ ରୂପ

ନୂଆଦିଲ୍ଲୀ: ଡକ୍ଟର୍ସ ଡେ’ ଅବସରରେ ଡାକ୍ତରଙ୍କୁ ସମ୍ବୋଧନ କରିଛନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି । କରୋନା କାଳରେ ଡାକ୍ତରଙ୍କ ସେବାକୁ ଯେତେ ପ୍ରଶଂସା କଲେ ବି କମ୍ ବୋଲି କହିବା ସହ ଡାକ୍ତରଙ୍କୁ ଈଶ୍ୱରଙ୍କ ଦ୍ୱିତୀୟ ରୂପ ଭାବେ ତୁଳନା କରିଛନ୍ତି…

ବିଜେଡି ଛାଡିବା ପରେ ଜୀବନ ପ୍ରଦୀପ ଦାସଙ୍କ ଭାଇରାଲ ଅଡିଓକୁ ନେଇ ଚର୍ଚ୍ଚା

ଭୁବନେଶ୍ୱର: ବିଜେଡିରୁ ନିଲମ୍ବିତ ହୋଇଥିବା ବାଲେଶ୍ୱରର ନେତା ଜୀବନ ପ୍ରଦୀପ ଦାସଙ୍କ ଏକ ଭାଇରାଲ୍ ଅଡିିଓକୁ ନେଇ ଏବେ ଚର୍ଚ୍ଚା। ଜୀବନ ପ୍ରଦୀପ ଜଣେ କର୍ମୀଙ୍କ ସହିତ ସେ କଥା ହୋଇଥିଲେ, ଯାହାର ଅଡିଓ ଭାଇରାଲ ହୋଇଛି। ଏଥିରେ ସେ ଅଭିଯୋଗ କରିଛନ୍ତି, ବାଲେଶ୍ୱର ଉପନିର୍ବାଚନରେ ଟିକେଟ୍‌ ପାଇଥିବା ସ୍ୱରୂପ ଦାସ ହେଉଛନ୍ତି ରବୀନ୍ଦ୍ର ଜେନାଙ୍କ ଲୋକ ଏବଂ ରବି ଜେନା ହିଁ ସ୍ୱରୂପ ଦାସଙ୍କୁ ଟିକେଟ୍‌ ପ୍ରଦାନରେ ସାହାଯ୍ୟ କରିଥିଲେ। ଏହା ପଛରେ ଏକ ଚାଲ୍ […]

flat
୧୪ ମହଲାରୁ ତଳକୁ ଖସି ପଡ଼ିଲା ୪ ବର୍ଷର ଛୁଆ

ଗାଜିଆବାଦ: ୧୪ ମହଲାରୁ ତଳକୁ ଖସି ପଡ଼ିଲା ୪ ବର୍ଷର ଛୁଆ। ଗାଜିଆବାଦ ସିଆନି ଗେଟ୍‌ ଅଞ୍ଚଳର ପୋଶ୍‌ ସୋସାଇଟିରେ ଏହି ଦୁଃଖଦ ଘଟଣା ଘଟିଛି। ଫ୍ଲାଟ୍‌ର ୧୪ ମହଲାରେ ବାପାମା’ଙ୍କ ସହ ରହୁଥିବା ଏହି ଛୁଆଟି ବାଲ୍‌କୋନିର ତଳକୁ ଖସି ପଡ଼ିବା ଯୋଗୁ ତାଙ୍କର ମୃତ୍ୟୁ ଘଟିଛି। ମିଳିଥିବା ସୂଚନା ଅନୁସାରେ, ପ୍ରାଇଭେଟ୍‌ କମ୍ପାନୀରେ କାମ କରୁଥିବା ନଭନୀତ କୁମାର ନାମକ ଜଣେ ବ୍ୟକ୍ତି ପରିବାର ସହ କଲୋନୀର ୧୪ ମହଲାରେ ରୁହନ୍ତି। କିଛି କାମରେ […]

1111
ସ୍ୱାମୀଙ୍କ ଦୀର୍ଘଜୀବନ କାମନା କରି କରବାଚୌଥ କଲେ ତିନି ପତ୍ନୀ

ଚିତ୍ରକୁଟ: ସ୍ୱାମୀଙ୍କ ଦୀର୍ଘଜୀବନ ଏବଂ ମଙ୍ଗଳକାମନା କରି ପତ୍ନୀ କରବାଚୌଥ କରିଥାନ୍ତି।  ଉତ୍ତରପ୍ରଦେଶ ଚିତ୍ରକୂଟ ଜିଲ୍ଲାର କ୍ରିଷ୍ଣାଙ୍କ ପାଇଁ କିନ୍ତୁ କରବାଚୌଥ ଥିଲା ନିଆରା। କାରଣ ଜଣେ ନୁହେଁ, ତିନି ତିନି ଜଣେ ପତ୍ନୀ ତାଙ୍କର ଦୀର୍ଘଜୀବନ କାମନା କରି ବ୍ରତ ପାଳନ କରୁଛନ୍ତି। ତିନି ପତ୍ନୀ ଏକାଠି ପୂଜା କରୁଛନ୍ତି। ଏକାଠି ଚାନ୍ଦ ଦେଖିବା ପରେ ବ୍ରତ ଭାଙ୍ଗିଛନ୍ତି। ତେବେ ପ୍ରଶ୍ନ ଉଠେ, ଗୋଟିଏ ଘରେ ତିନି ତିନି ଜଣ ପତ୍ନୀ  ବର୍ଷେ ନୁହେଁ ୨ […]

milind
ଜନ୍ମଦିନରେ ଉଲଗ୍ନ ହୋଇ ଦୌଡ଼ିଲେ ବଲିଉଡ୍‌ ଅଭିନେତା; ଥାନାରେ ମାମଲା ରୁଜୁ

ପାଣାଜୀ: ନିଜ ଜନ୍ମଦିନରେ ସମୁଦ୍ର କୂଳରେ ଉଲଗ୍ନ ହୋଇ ଦୌଡ଼ିଥିବାରୁ ବଲିଉଡ୍ ଅଭିନେତା ମିଲିନ୍ଦ ସୁମନଙ୍କ ନାରେ ଥାନାରେ ମାମଲା ରୁଜୁ। ଆଇପିସି ଧାରା ୨୯୪(ଅଶ୍ଳିଳ କାର୍ଯ୍ୟ ଏବଂ ଗୀତ) ଏବଂ ଆଇଟି ଆକ୍ଟ ଧାରା ୬୭(ଇଲେକ୍ଟ୍ରୋନିକ ଉପକରଣ ମାଧ୍ୟମରେ ଅଶ୍ଲୀଳତା ପ୍ରଚାର ଦଣ୍ଡବିଧାନ) ମିଲିନ୍ଦ ବିରୋଧରେ ମାମଲା ରୁଜୁ ହୋଇଛି। ତାଙ୍କ ବିରୋଧରେ ସୋସିଆଲ୍‌ ମିଡିଆରେ ଅଶ୍ଳିଳତା ପ୍ରଚାର କରୁଥିବା ଅଭିଯୋଗ ହୋଇଛି। ମିଲିନ୍ଦଙ୍କ ବିରୋଧରେ ମାମଲା ରୁଜୁକୁ ନେଇ ଗୋଆ ପୋଲିସ ପକ୍ଷରୁ ସୂଚନା […]

ମାଟ୍ରିକ ପରୀକ୍ଷା ଫର୍ମ ପୂରଣ ପ୍ରକ୍ରିୟା ସ୍ଥଗିତ

ଭୁବନେଶ୍ୱର: ମାଟ୍ରିକ ପରୀକ୍ଷା ଫର୍ମ ପୂରଣ ପ୍ରକ୍ରିୟାକୁ ସ୍ଥଗିତ ରଖାଯାଇଛି। ଏ ନେଇ ମାଧ୍ୟମିକ ଶିକ୍ଷା ପରିଷଦ ପକ୍ଷରୁ ବିଜ୍ଞପ୍ତି ପ୍ରକାଶ ପାଇଛି। ଫର୍ମ ପୂରଣ ନେଇ ପରବର୍ତ୍ତୀ ବିଜ୍ଞପ୍ତି ପରେ ପ୍ରକାଶ ପାଇବ ବୋଲି ଜଣାପଡ଼ିଛି। ସୂଚନାଥାଉ କି, ମାଟ୍ରିକ ପରୀକ୍ଷା ଫର୍ମ ଫିଲପ୍ ବିଜ୍ଞପ୍ତି ପ୍ରତ୍ୟାହାର ପାଇଁ ସ୍କୁଲ ଓ ଗଣଶିକ୍ଷା ମନ୍ତ୍ରୀ ସମୀର ରଞ୍ଜନ ଦାଶ ବୋର୍ଡ ସଭାପତିଙ୍କୁ ନିର୍ଦ୍ଦେଶ ଦେଇଥିଲେ। ୫ ତାରିଖରେ ମାଟ୍ରିକ ପରୀକ୍ଷା ଫର୍ମ ପୂରଣ ପାଇଁ ବିଜ୍ଞପ୍ତି […]

cold wave
ଆହୁରି ବଢ଼ିପାରେ ଶୀତ, ୧୫ ଡିଗ୍ରୀ ତଳେ ୪ ସହରର ତାପମାତ୍ରା

ଭୁବନେଶ୍ୱର: ରାଜ୍ୟର ବିଭିନ୍ନ ସ୍ଥାନରେ ଶୀତ ଅନୁଭୂତ ହେଉଛି। ୧୫ ଡିଗ୍ରୀ ତଳେ ରହିଛି ୪ ସହରର ତାପମାତ୍ରା।  ୧୧ ଦଶମିକ ୮ ଡିଗ୍ରୀ ସହ ସୋନପୁର ରାଜ୍ୟର ସବୁଠାରୁ ଥଣ୍ଡା ସହର ରହିଛି। ଅନୁଗୁଳର ସର୍ବନିମ୍ନ ତାପମାତ୍ରା ୧୨.୬ ଡିଗ୍ରୀ, ଦାରିଙ୍ଗବାଡ଼ି- ୧୪ ଡିଗ୍ରୀ, ଝାରସୁଗୁଡ଼ା- ୧୪.୧ ଡିଗ୍ରୀ, ଭୁବନେଶ୍ୱର- ୨୦.୬ ଡିଗ୍ରୀ, କଟକ- ୧୯ ଡିଗ୍ରୀ ରହିଛି। ଆଗକୁ ଶୀତ ବଢ଼ିବାର ସମ୍ଭାବନା ନେଇ ପାଣିପାଗ ବିଭାଗ ପୂର୍ବାନୁମାନ କରିଛି। ଉତ୍ତର ଉତ୍ତର-ପଶ୍ଚିମ ଦିଗରୁ ଥଣ୍ଡା […]