ନୂଆଦିଲ୍ଲୀ: ଦିଲ୍ଲୀ ଶାହିନବାଗ ପ୍ରତିବାଦ ମାମଲାର ଶୁଣାଣି କରି ଆଜି ଗୁରୁତ୍ୱପୂର୍ଣ୍ଣ ନିର୍ଦ୍ଦେଶ ଦେଇଛନ୍ତି ସର୍ବୋଚ୍ଚ ନ୍ୟାୟାଳୟ। ସର୍ବସାଧାରଣ ସ୍ଥାନ ଅନିର୍ଦ୍ଦିଷ୍ଟ କାଳ ପାଇଁ ବନ୍ଦ କରାଯାଇ ପାରିବନି ବୋଲି କୋର୍ଟ ମାମଲାର ଶୁଣାଣି ବେଳେ କହିଛନ୍ତି । ନାଗରିକତା ସଂଶୋଧନ ଆଇନ CAA ବିରୋଧରେ ଦିଲ୍ଲୀ ଶାହିନବାଗରେ ମାସାଧିକ କାଳ ପ୍ରତିବାଦ ଚାଲିଥିଲା। ଦିଲ୍ଲୀ-ନୋଏଡ଼ା ରାସ୍ତା ବନ୍ଦ କରି ପ୍ରତିବାଦ କରିଥିଲେ ଆନ୍ଦୋଳନକାରୀ । କୋର୍ଟ କହିଛନ୍ତି ଯେ, କେବଳ ନିର୍ଦ୍ଧାରିତ ସ୍ଥାନରେ ହିଁ ବିକ୍ଷୋଭ […]
ମୁମ୍ବାଇ:ସୁଶାନ୍ତ ସିଂ ରାଜପୁତ ମୃତ୍ୟୁ ମାମଲାରେ ଜଡିତ ଡ୍ରଗ୍ସ ମାମଲାରେ ରିୟା ଚକ୍ରବର୍ତ୍ତୀଙ୍କ ଜାମିନ ଆବେଦନକୁ ଆଜି ମୁମ୍ବାଇ ହାଇକୋର୍ଟ ମଞ୍ଜୁରୀ ଦେଇଛନ୍ତି। ଏହା ବିରୋଧରେ ଏନସିବି ସୁପ୍ରିମ କୋର୍ଟ ଯିବ ବୋଲି କହିଛି। ଆଡିସିନାଲ ସଲିସିଟର ଜେନରାଲ ଅ଼ନିଲ ସିଂ ହାଇକୋର୍ଟଙ୍କ ନିଷ୍ପତ୍ତି ଶୁଣିବା ପରେ କହିଛନ୍ତି, ‘ ଏହି କେସ୍ରେ ଆଇନ ସହ ଜଡିତ ଅନେକ ପ୍ରଶ୍ନ ରହିଛି। ଏଥିପାଇଁ ଏନସିବି ରିୟାଙ୍କ ଜାମିନ ଆବେଦନକୁ ସୁପ୍ରିମ କୋର୍ଟରେ ଚାଲେଞ୍ଜ କରିବ। ’ ଏନସିବି […]
ଲଣ୍ଡନ: ଗତ ମଙ୍ଗଳବାର ଲଣ୍ଡନରେ ଭାରତୀୟ ପରିବାରଙ୍କ ସନ୍ଦେହଜନକ ମୃତ୍ୟୁ ହୋଇଛି। ଏହି ପରିବାର ଲଣ୍ଡନର ବ୍ରେଣ୍ଟଫୋର୍ଡ ଅଞ୍ଚଳରେ ରହୁଥିଲେ। ଘଟଣାସ୍ଥଳରେ ପୋଲିସ ପହଞ୍ଚି ଶବ ଜବତ କରି ପୋଷ୍ଟମର୍ଟମ ପାଇଁ ପଠାଇଛି। ତେବେ ଏହା ହତ୍ୟା ନା ଆତ୍ମହତ୍ୟା ଜଣାପଡ଼ି ନଥିବା ବେଳେ ମୃତକମାନଙ୍କ ପରିଚୟ ମିଳିଛି। ଏମାନେ ହେଲେ, ସ୍ୱାମୀ କୁହା ରାଜ୍ ସିଥାମ୍ପରାନାଥନ(୪୨), ତାଙ୍କ ପତ୍ନୀ କାମେଶ୍ୱରୀ ଶିବରାଜ(୩୬) ଏବଂ ତାଙ୍କର ୩ ବର୍ଷର ପୁଅ କୈଳାଶ କୁହା ରାଜ୍। ଏମାନେ ସମସ୍ତେ […]
ସିମ୍ଲା: ନାଗାଲାଣ୍ଡର ପୂର୍ବତନ ରାଜ୍ୟପାଳ ତଥା ପୂର୍ବତନ ସିବିଆଇ ମୁଖ୍ୟ ଅଶ୍ୱନୀ କୁମାରଙ୍କ ମୃତଦେହ ଉଦ୍ଧାର ହୋଇଛି। ସିମ୍ଲାସ୍ଥିତ ତାଙ୍କ ବାସଭବନରୁ ଆଜି ଝୁଲନ୍ତା ଅବସ୍ଥାରେ ତାଙ୍କର ମୃତଦେହ ଉଦ୍ଧାର କରାଯାଇଛି। ଏଥିସହିତ ଏକ ସୁଇସାଇଡ୍ ନୋଟ୍ ମଧ୍ୟ ଜବତ ହୋଇଛି। ସେ ଆତ୍ମହତ୍ୟା କରିଥାଇ ପାରନ୍ତି ବୋଲି ସନ୍ଦେହ କରାଯାଉଛି। ପୋଲିସର ଟିମ୍ ଓ IGMCର ଏକ ଡାକ୍ତରୀ ଦଳ ଘଟଣାସ୍ଥଳକୁ ଯାଇଥିବା ବେଳେ ତଦନ୍ତ ଜାରି ରହିଛି। ୧୯୭୩ ବ୍ୟାଚ୍ର ଆଇପିଏସ୍ ଅଫିସର ଅଶ୍ୱନୀ […]
ନୂଆଦିଲ୍ଲୀ: ୟୁନିଭର୍ସିଟିଟ ଗ୍ରାଣ୍ଟ କମିଶନ (UGC) ପକ୍ଷରୁ ନକଲି ବିଶ୍ୱବିଦ୍ୟାଳୟର ତାଲିକା ପ୍ରକାଶ ପାଇଛି। UGCର ତାଲିକାରେ ଦେଶରେ ୨୪ଟି ନକଲି ବିଶ୍ୱବିଦ୍ୟାଳୟ ରହିଛି। ତାଲିକାଭୁକ୍ତ ଏହି ନକଲି ବିଶ୍ୱବିଦ୍ୟାଳୟ ମଧ୍ୟରେ ଓଡ଼ିଶାର ମଧ୍ୟ ଦୁଇଟି ବିଶ୍ୱବିଦ୍ୟାଳୟ ନାହିଁ ରହିଛି। ସେହି ଦୁଇ ନକିଲ ବିଶ୍ୱବିଦ୍ୟାଳୟ ହେଲା ୧- ରାଉରକେଲାର ନବଭାରତ ଶିକ୍ଷାପରିଷଦ ବିଶ୍ୱବିଦ୍ୟାଳୟ ୨- ବାରିପଦା ନର୍ଥ ଓଡ଼ିଶା ୟୁନିଭର୍ସିଟି ଅଫ୍ ଏଗ୍ରିକଲଚର ଆଣ୍ଡ ଟେକ୍ନୋଲୋଜି ନକଲି ବିଶ୍ୱବିଦ୍ୟାଳୟ ନେଇ UGC ସଚିବ ରଜନିଶ ଜୈନ […]
ନୂଆଦିଲ୍ଲୀ: ଉଦ୍ଘାଟନ ହେବା ପରେ ପ୍ରଥମ ଥର ପାଇଁ ଅଟଳ ଟନେଲ ଦେଇ ଯାତ୍ରା କରିଛି ଭାରତୀୟ ସେନାର ଯାନବାହାନ। ହିମାଚଳ ପ୍ରଦେଶର ମନାଲିରେ ଥିବା ଏହି ଟନେଲ ଦେଇ ସେନାର ଗାଡ଼ି ପ୍ରଥମ ଥର ପାଇଁ ଯାତ୍ରା କରିଥିବା ଭାରତୀୟ ସେନା ସୂଚନା ଦେଇଛି। ଅଟଳ ଟନେଲ ଯୋଗୁ ମନାଲିରୁ ଲେହ ଯିବା ଆସିବାରେ ୫ ଘଣ୍ଟା ସମୟ ବଞ୍ଚୁଥିବା ବେଳେ ୪୬ କିଲୋମିଟର ବ୍ୟବଧାନ କମିଯାଇଛି। ଗତ ୩ ତାରିଖରେ ପ୍ରଧାନମନ୍ତ୍ରୀ ମୋଦି ଏହି […]
ନୂଆଦିଲ୍ଲୀ: ଆଜି ୮୮ତମ ବାୟୁସେନା ଦିବସ। ଏହି ଦିବସ ପାଳନ ପାଇଁ ସମ୍ପୂର୍ଣ୍ଣ ଭାବେ ପ୍ରସ୍ତୁତ ହୋଇଛି ଭାରତୀୟ ବାୟୁସେନା। ଏଥିପାଇଁ ଆଜି ଗାଜିଆବାଦ ହିଣ୍ଡନ ଏୟାରବେସ୍ରେ ସ୍ୱତନ୍ତ୍ର କାର୍ଯ୍ୟକ୍ରମର ଆୟୋଜନ କରାଯାଇଛି। ଚଳିତବର୍ଷ ବାୟୁସେନା ଦିବସରେ ପ୍ରମୁଖ ଆକର୍ଷଣ ହେବ ନବାଗତ ରାଫେଲ୍। ବାୟୁସେନା ଦିବସ ପାଳନ ଅବସରରେ ଫ୍ଲାଏପାଷ୍ଟରେ ଭାଗ ନେବ ରାଫେଲ। ତେଜସ୍ ସୁଖୋଇ ସହ ଏହା ବିଜୟ ଫର୍ମେସନ୍ରେ ଉଡ଼ିବ। ପୂର୍ବରୁ ଫୁଲ୍ଡ୍ରେସ୍ ରିହର୍ସାଲ୍ ବେଳେ ରାଫେଲ୍ କେବଳ ପରେଡ୍ ଗ୍ରାଉଣ୍ଡରେ […]
ବେଙ୍ଗାଲୁରୁ: ବିମାନରେ ଜନ୍ମ ନେଲା ଶିଶୁ। ଆକାଶରେ ଉଡ଼ିବା ବେଳେ ଦିଲ୍ଲୀ-ବେଙ୍ଗାଲୁରୁ ଇଣ୍ଡିଗୋ ଫ୍ଲାଇଟ୍ରେ ଜଣେ ମହିଳା ଶିଶୁପୁତ୍ରକୁ ଜନ୍ମ ଦେଇଛନ୍ତି। ବୁଧବାର ସନ୍ଧ୍ୟା ୬ଟା ୧୦ରେ ବିମାନଟି ଦିଲ୍ଲୀରୁ ବେଙ୍ଗାଲୁରୁ ଅଭିମୁଖେ ଯାତ୍ରା କରୁଥିବା ବେଳେ ଶିଶୁଟି ଜନ୍ମଗ୍ରହଣ କରିଥିଲା। ଉଭୟ ମା’ ଓ ଶିଶୁ ସୁସ୍ଥ ଥିବା ଜଣାପଡ଼ିଛି। ବିମାନଟି ସଂଧ୍ୟା ୭ଟା ୪୦ରେ ବେଙ୍ଗାଲୁରୁ ବିମାନବନ୍ଦରରେ ଅବତରଣ କରିଥିଲା। ଏହାପରେ ବିମାନ ବନ୍ଦର କର୍ମଚାରୀମାନେ ମହିଳା ଓ ନବଜାତ ଶିଶୁକୁ ସ୍ୱାଗତ କରିଥିଲେ।
ମୁମ୍ବାଇ: କରୋନାରୁ ସୁସ୍ଥ ହେଲେ ବଲିଉଡ୍ ଅଭିନେତା ଅର୍ଜୁନ୍ କପୁର୍। ସେପ୍ଟେମ୍ବର ୬ରେ ସେ କରୋନା ସଂକ୍ରମିତ ହେଇଥିଲେ। ଯାହାର ସୂଚନା ସେ ତାଙ୍କ ଇନ୍ଷ୍ଟାଗ୍ରାମରେ ଦେଇଥିଲେ। ଇନ୍ଷ୍ଟାରେ ଏକ ପୋଷ୍ଟ କରି ସେ ଲେଖିଥିଲେ ଏହା ମୋର ଦାୟିତ୍ୱ ଯେ ମୁଁ ଆପଣଙ୍କୁ ଜଣାଇବି ମୁଁ କରୋନା ସଂକ୍ରମିତ। ମୋର କୌଣସି ଲକ୍ଷଣ ନଥିଲା। ଡାକ୍ତରଙ୍କ ପରାମର୍ଶ ନେଇ ମୁଁ ଏବେ ହୋମ୍ ଆଇସୋଲେସନ୍ରେ ଅଛି। ଆଗକୁ ମୁଁ ମୋ ସ୍ୱାସ୍ଥ୍ୟ ସମ୍ପର୍କିତ ଖବର ଆପଣଙ୍କୁ […]