ନୂଆଦିଲ୍ଲୀ: ଭାରତ-ଚୀନ୍ ମଧ୍ୟରେ LACରେ ଚାଲିଥିବା ଉତ୍ତେଜନାକୁ ନେଇ ଆଜି ଲୋକସଭାରେ ପ୍ରତିରକ୍ଷା ମନ୍ତ୍ରୀ ରାଜନାଥ ସିଂ ବିବୃତ୍ତି ରଖିଛନ୍ତି। ଚୀନ୍ ସହ ଚାଲିଥିବା ଉତ୍ତେଜନା ମାମଲାରେ ବିରୋଧୀ ଲଗାତର ସରକାରଙ୍କଠାରୁ ଜବାବ ମାଗିଆସୁଛନ୍ତି। ଏବେ ଏହି ପ୍ରସଙ୍ଗରେ ମୁହଁ ଖୋଲିଛନ୍ତି ରାଜନାଥ ସିଂ। ରାଜନାଥ କହିଛନ୍ତି, ଭାରତ ସୀମାରେ ଶାନ୍ତି ଚାହେଁ। ସୀମା ବିବାଦ କିପରି ସମାଧାନ ହେବ ସେ ନେଇ ଭାରତ ସର୍ବଦା ଚେଷ୍ଟା କରୁଛି। ଭାରତ ଓ ଚୀନ ସୀମାରେ ବିବାଦ ଏବେ […]
ଭୁବନେଶ୍ୱର: ବିଜେପି ରାଷ୍ଟ୍ରୀୟ ଉପାଧ୍ୟକ୍ଷ ବୈଜୟନ୍ତ ପଣ୍ଡା ଦୁଇ ଦିନିଆ ମଣିପୁର ଗସ୍ତ କରିଛନ୍ତି। ତାଙ୍କ ସହ ବିଜେପିର ଉତ୍ତର-ପୂର୍ବାଞ୍ଚଳ ସଂଗଠନ ମନ୍ତ୍ରୀ ଅଜୟ ଜମୱାଲ ମଧ୍ୟ ମଣିପୁର ଯାଇଛନ୍ତି। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ଜନ୍ମ ସପ୍ତାହକୁ ଦେଶବ୍ୟାପୀ ସେବା ସପ୍ତାହ ଭାବେ ପାଳନ କରାଯାଉଥିବା ପରିପ୍ରେକ୍ଷୀରେ ସେଠାରେ ବିଭିନ୍ନ ଦଳୀୟ କାର୍ଯ୍ୟକ୍ରମରେ ଯୋଗଦେବେ ଉଭୟ ପଦାଧିକାରୀ। ଗତକାଲି ବୈଜୟନ୍ତ ମଣିପୁର ମୁଖ୍ୟମନ୍ତ୍ରୀ ଏନ୍. ବୀରେନ ସିଂ ଓ ଅନ୍ୟ ଦଳୀୟ ନେତୃବୃନ୍ଦଙ୍କ ସହ ଆଲୋଚନା କରିଥିଲେ। […]
ନୂଆଦିଲ୍ଲୀ: ଏକାଥରେ ମାଡ଼ି ଆସୁଛି ୫ଟି ଟ୍ରପିକାଲ୍ ସାଇକ୍ଲୋନ୍। ଆଣ୍ଟଲାଟିକ୍ ମହାସାଗରରେ ଏହି ଟ୍ରପିକାଲ୍ ସାଇକ୍ଲୋନ୍ ଗୁଡ଼ିକ ସୃଷ୍ଟି ହୋଇଛି। ଇତିହାସରେ ଦ୍ୱିତୀୟ ଥର ପାଇଁ ଏମିତି ଗୋଟିଏ ମହାସାଗରରେ ଏକା ଥରକେ ୫ଟି ଟ୍ରପିକାଲ୍ ସାଇକ୍ଲୋନ୍ ସୃଷ୍ଟି ହୋଇଛି। ଏହାପୂର୍ବରୁ ଆଣ୍ଟଲାଟିକ୍ ମହାସାଗରରେ ୧୯୭୧ ମସିହାରେ ଏଭଳି ୫ ଟି ବାତ୍ୟା ସୃଷ୍ଟି ହୋଇଥିଲା। ସାଟେଲାଇଟ ଇମେଜରେ ଏବେ ସୃଷ୍ଟି ହୋଇଥିବା ଏହି ଟ୍ରପିକାଲ୍ ସାଇକ୍ଲୋନ୍ ସ୍ପଷ୍ଟ ଭାବରେ ଦେଖିବାକୁ ମିଳିଛି। ଏହି ୫ ଟ୍ରପିକାଲ୍ ସାଇକ୍ଲୋନ୍ […]
ନୂଆଦିଲ୍ଲୀ:ମାସକ ଭିତରେ ପ୍ରସ୍ତୁତ ହୋଇପାରେ କରୋନା ଟିକା। ଏନେଇ ଆମେରିକା ରାଷ୍ଟ୍ରପତି ଡୋନାଲଡ୍ ଟ୍ରମ୍ପ୍ କହିଛନ୍ତି। କରୋନା ଟିକାକୁ ନେଇ ବିଭିନ୍ନ ଦେଶରେ ପରୀକ୍ଷାନିରୀକ୍ଷା ଚାଲିଥିବା ବେଳେ ଆମେରିକା ରାଷ୍ଟ୍ରପତିଙ୍କ ଘୋଷଣା ନୂଆ ଆଶା ସୃଷ୍ଟି କରିଛି। ଆମେରିକାର ପେନସିଲଭାନିଆରେ ଭୋଟରମାନଙ୍କ ସହ ଆଲୋଚନା ବେଳେ ରାଷ୍ଟ୍ରପତି ଡୋନାଲଡ୍ ଟ୍ରମ୍ପ କହିଛନ୍ତି ଯେ, ଟିକା ପ୍ରସ୍ତୁତି ନେଇ ଆମେ ଚୂଡାନ୍ତ ପର୍ଯ୍ୟାୟରେ ପହଁଚିଛି। ଆସନ୍ତା ୩ରୁ ୪ ସପ୍ତାହ ମଧ୍ୟରେ ଟିକା ଆସିପାରେ ବୋଲି ଟ୍ରମ୍ପ କହିଛନ୍ତି। […]
କୋଟା: ରାଜସ୍ଥାନର କୋଟା ଜିଲ୍ଲା ଖାଟୋଲି ନିକଟ ଚାମ୍ବଲ ନଦୀରେ ଡଙ୍ଗା ବୁଡ଼ି ୧୪ଜଣ ଶ୍ରଦ୍ଧାଳୁଙ୍କ ମୃତ୍ୟୁ ଘଟିଛି। ଆଜି ସକାଳେ ଏହି ଅଭାବନୀୟ ଘଟଣା ଘଟିଛି। ଉଦ୍ଧାର କାର୍ଯ୍ୟରେ ସ୍ଥାନୀୟ ପ୍ରଶାସନ, ଗ୍ରାମବାସୀ ଓ ପୋଲିସ୍ କର୍ମୀ ସାମିଲ ହୋଇଥିବା ବେଳେ State Disaster Response Forceର ଏକ ଟିମ୍ ମଧ୍ୟ ଉଦ୍ଧାର କାର୍ଯ୍ୟରେ ସାମିଲ ହୋଇଛି। ସୂଚନା ଅନୁସାରେ, ବୁନ୍ଦି ଜିଲ୍ଲା ଇନ୍ଦରଗଡ଼ ସ୍ଥିତ କମଲେଶ୍ୱର ମହାଦେବ ମନ୍ଦିରରେ ଭଗବାନଙ୍କ ଦର୍ଶନ ପାଇଁ ଗୋଥଡା କାଲା […]
ମୁମ୍ବାଇ: ସୁଶାନ୍ତ ସିଂହ ରାଜପୁତ ମୃତ୍ଯୁ ମାମଲାରେ ତାଙ୍କର ପୂର୍ବତନ ମ୍ୟାନେଜର ଶ୍ରୁତି ମୋଦିଙ୍କୁ ଏନସିବିର ପଚରାଉଚରା ସ୍ଥଗିତ କରାଯାଇଛି। ଡ୍ରଗ୍ସ ଲିଙ୍କରେ ଅଭିନେତ୍ରୀ ରିୟା ଚକ୍ରବର୍ତ୍ତୀ ଓ ଭାଇ ସୌଭିକଙ୍କ ସମେତ ଅନ୍ୟମାନଙ୍କ ଗିରଫ ପରେ ଶ୍ରୁତିଙ୍କୁ ଜେରା କରିବା ଲାଗି ଏନସିବି ସମନ କରିଥିଲା। ଏଥିପାଇଁ ତାଜ ହୋଟେଲ ପାଖ ଏଭଲିନ୍ ହାଉସରେ ଥିବା ଏନସିବିର ଏଆଇଟି କାର୍ଯ୍ୟାଳୟରେ ପହଞ୍ଚିଥିଲେ ଶ୍ରୁତି ମୋଦି। ତେବେ ତାଙ୍କୁ ଜେରା କରିବାକୁ ଥିବା ଏନସିବି ଟିମର ଜଣେ […]
ନୂଆଦିଲ୍ଲୀ: ସୀମାନ୍ତରେ ଦେଖା ଦେଇଛି ଯୁଦ୍ଧ ପରିସ୍ଥିତି। ଭାରତ ଓ ଚୀନ୍ ଯବାନଙ୍କ ଗୁଳି ବର୍ଷଣ ଚାଲିଥିବା ସୂଚନା ମିଳିଛି। ଗତ ୨୦ ଦିନ ମଧ୍ୟରେ ଦୁଇ ଦେଶ ଯବାନଙ୍କ ମଧ୍ୟରେ ୩ ଥର ଗୁଳି ବିନିମୟ ଘଟିଥିବା ଜଣାଯାଇଛି। ପ୍ରଥମ ଘଟଣା ଅଗଷ୍ଟ ୨୯-୩୧ ତାରିଖ ମଧ୍ୟରେ ଘଟିଥିବା ବେଳେ ୨ୟ ଘଟଣା ସେପ୍ଟେମ୍ବର ୭ରେ ଏବଂ ତୃତୀୟ ଘଟଣା ସେପ୍ଟେମ୍ବର ୮ରେ ହୋଇଥିଲା। ମିଳିଥିବା ସୂଚନା ଅନୁସାରେ, ସେପ୍ଟେମ୍ବର ଆରମ୍ଭରେ ବାସ୍ତବ ନିୟନ୍ତ୍ରଣ ରେଖାରେ […]
ଦୀର୍ଘ ୧୫ ବର୍ଷର ବୈବାହିକ ଜୀବନ ପରେ ପରସ୍ପରଠୁ ଅଲଗା ହୋଇଛନ୍ତି ବଲିଉଡ୍ ପର୍ଫେକ୍ସନିଷ୍ଟ୍ ଅମୀର ଖାନ୍ ଓ ପତ୍ନୀ କିରନ ରାଓ
ନୂଆଦିଲ୍ଲୀ: ତୃଣମୂଳ କଂଗ୍ରେସ ସାଂସଦ ପ୍ରତିମା ମଣ୍ଡଳ ବୁଧବାର ଅଭିନେତା ସୁଶାନ୍ତ ସିଂହ ରାଜପୁତ୍ ଘଟଣାରେ ହେଉଥିବା ମିଡିଆ କଭରେଜ୍କୁ ଉଦ୍ଧୃତ କରି ଲୋକସଭାରେ କହିଛନ୍ତି, ଏପରି ଏକ ସମ୍ବେଦିନଶୀଳ ମାମଲା ଉପରେ ସରକାର ନିର୍ଦ୍ଦେଶାବଳୀ ଜାରି କରିବା ଉଚିତ୍ । ଗୃହରେ ଶୂନ୍ୟକାଳରେ ସେ କହିଛନ୍ତି, ସୁଶାନ୍ତ ସିଂହ ରାଜପୁତ୍ଙ୍କ ଦୁଃଖଦ ମୃତ୍ୟୁ ପରେ ବିଭିନ୍ନ ପ୍ରକାରର ଫଟୋ ଦେଖିବାକୁ ମିଳୁଛି ଏବଂ ବିଭିନ୍ନ ପ୍ରକାର କଥା ମିଡିଆରେ ଶୁଣିବାକୁ ମିଳୁଛି । ପ୍ରତିମା କହିଛନ୍ତି, […]
ମସ୍କୋ: କରୋନା ଭାକ୍ସିନ ପାଇଁ ସାରା ବିଶ୍:ର ବୈଜ୍ଞାନିକ ଲାଗି ପଡ଼ିଥିବାବେଳେ ଋଷକୁ ପ୍ରଥମ ସଫଳତା ମିଳିଛି । ଗତମାସରେ ଋଷର କୋଭିଡ-୧୯ ଭାକ୍ସିନ ସ୍ପୁଟନିକ-ଭିର ମାନବ ପରୀକ୍ଷଣ ସଫଳ ହୋଇଛି । ଏଣିକି ଟିକା ଭାରତରେ ମଧ୍ୟ ଉପଲବ୍ଧ ହେବ । ୧୦୦ ମିଲିୟନ ସ୍ପୁଟନିକ –ଭି ଟିକା ଭାରତକୁ ଦେବ ବୋଲି ଋଷ ସହମତି ପ୍ରକାଶ କରିଛି । ଭାରତର ଡା. ରେଡ୍ଡି କମ୍ପାନୀ ଏହି ଟିକା ପ୍ରସ୍ତୁତ କରିବ । ଏଥିପାଇଁ ସମସ୍ତ […]