• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English

National Updates

vitim
ରାସ୍ତା ମଝିରେ ୨ ଯୁବତୀଙ୍କୁ ଛୁରାମାଡ଼ କଲା ରକ୍ତମୁଖା ଯୁବକ

ନୂଆପଡ଼ା: ରାସ୍ତା ମଝିରେ ୨ ଯୁବତୀଙ୍କୁ ଛୁରାମାଡ଼ କଲା ରକ୍ତମୁଖା ଯୁବକ। ବୋଡେନ୍ ବଜାର ରାସ୍ତାରେ ଯୁବତୀଙ୍କ ଅଣ୍ଟା, ବେକ, ହାତକୁ ଛୁରାମାଡ଼ କରାଯାଇଛି। ଯୁବକର ଛୁରାମାଡ଼ରେ ୨ ଯୁବତୀ ଗୁରୁତର ହୋଇଛନ୍ତି। ସେମାନଙ୍କୁ ବୋଡେନ୍ ହସ୍ପିଟାଲରେ ଭର୍ତ୍ତି କରାଯାଇଛି। ଘଟଣା ସ୍ଥଳରେ ପୋଲିସ ପହଞ୍ଚି ତଦନ୍ତ କରିବା ସହିତ ଛୁରାମାଡ଼ କରିଥିବା ଯୁବକଙ୍କୁ ଅଟକ ରଖି ଜେରା କରୁଛି। ଏକତରଫା ପ୍ରେମକୁ ନେଇ ଛୁରାମାଡ଼ କରିଥିବା ଅଭିଯୋଗ ହୋଇଛି।

  • Thursday, 01 July 2021
Unlk---careless
ଖୋଲୁ ଖୋଲୁ ଗାଇଡ୍‌ଲାଇନ୍‌ର ଧଜ୍ଜିଆ ଉଡ଼ାଇଲେ ଲୋକେ

ଫିଟିଲା ତାଲା, ଚଳଚଞ୍ଚଳ ହେଲା ହାଟବଜାର। ଉଠା ଦୋକାନଠୁ ସାଲୁନ୍ ଯାଏଁ, ଜମିଲାଣି ବେପାର। ପାଖାପାଖି ୨ ମାସର ବ୍ୟବଧାନ ପରେ ଆଶ୍ୱସ୍ତି ଆଣିଛି ଆଂଶିକ ଲକଡାଉନ୍‌।

  • Thursday, 01 July 2021
4
ଯୌତୁକ ପାଇଁ ବୋହୂକୁ ମରଣାନ୍ତକ ଆକ୍ରମଣ ଅଭିଯୋଗ

ଆଠଗଡ଼: ଯୌତୁକ ପାଇଁ ବୋହୂକୁ ମରଣାନ୍ତକ ଆକ୍ରମଣ ହୋଇଥିବା ଅଭିଯୋଗ ହୋଇଛି। ଶାଶୂଘର ଲୋକଙ୍କ ସହ ଗାଁର କିଛି ଲୋକ ମିଶି ବୋହୂକୁ ମାଡ଼ ମାରିଥିବା ପୋଲିସ୍‌ କହିଛି। ଆଠଗଡ଼ ଉପଖଣ୍ଡ କାନପୁର ଥାନା ସିଆରିଆ ଗାଁରେ ଏଭଳି ଅଭାବନୀୟ ଘଟଣା ଘଟିଛି। ସିଆରିଆ ଗାଁର ମଧୁସ୍ମିତା ରାଉତଙ୍କୁ ତାଙ୍କ ଶାଶୂଘର ଲୋକେ ଅଧିକ ଯୌତୁକ ଦାବି କରି ଏଭଳି ନିର୍ଯାତନା ଦେଇଛନ୍ତି। ଏଥିସହ ତାଙ୍କୁ ଗାଁ କୋଠଘରେ ତାଲା ପକାଇ ରଖିବା ଅଭିଯୋଗ ହୋଇଛି। ଖବର […]

  • Thursday, 01 July 2021
naveen-pattniak
ଦୀପାବଳି କଟକଣା ତଦାରଖ କରିବାକୁ ମୁଖ୍ୟମନ୍ତ୍ରୀଙ୍କ ନିର୍ଦ୍ଦେଶ

ଭୁବନେଶ୍ୱର: ଦୀପାବଳି କଟକଣା ତଦାରଖ କରିବାକୁ ପର୍ଯ୍ୟବେକ୍ଷକଙ୍କୁ ନିର୍ଦ୍ଦେଶ ଦେଇଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ। ପର୍ଯ୍ୟବେକ୍ଷକମାନଙ୍କୁ ଜିଲ୍ଲା ଗସ୍ତ କରି କଟକଣା ତଦାରଖ କରିବାକୁ ନିର୍ଦ୍ଦେଶ ଦେଇଛନ୍ତି ମୁଖ୍ୟମନ୍ତ୍ରୀ। କୋଭିଡ ପରିଚାଳନା ସମୀକ୍ଷା ଅବସରରେ ପର୍ଯ୍ୟବେକ୍ଷକମାନଙ୍କୁ ଏହି ନିର୍ଦ୍ଦେଶ ଦିଆଯାଇଛି। କଟକଣା କଡ଼ାକଡ଼ି କାର୍ଯ୍ୟାକାରୀ ପାଇଁ ଜିଲ୍ଲାପାଳ ଓ ଏସ୍‌ପିମାନଙ୍କୁ ନିର୍ଦ୍ଦେଶ ହୋଇଛି। ରାଜ୍ୟରେ ଡିସେମ୍ବର ୨ୟ ସପ୍ତାହ ପରେ ୨ୟ ପର୍ଯ୍ୟାୟ ସଂକ୍ରମଣ ଆଶଙ୍କା ରହିଛି। ଏଥିପାଇଁ ଆମକୁ ଏବେଠାରୁ ସତର୍କ ରହିବାକୁ ପଡ଼ିବ ବୋଲି […]

  • Thursday, 01 July 2021
coronavirus
ରାଜ୍ୟରେ ଆଉ ୧୫୨୦ କରୋନା ଆକ୍ରାନ୍ତ ସୁସ୍ଥ ହେଲେ

ଭୁବନେଶ୍ୱର: ରାଜ୍ୟରେ ୨୪ ଘଣ୍ଟାରେ ୧୫୨୦ କରୋନା ଆକ୍ରାନ୍ତ ସୁସ୍ଥ ହୋଇଛନ୍ତି। ଏନେଇ ରାଜ୍ୟ ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ ପକ୍ଷରୁ ସୂଚନା ଦିଆଯାଇଛି। ଆଜିର ସୁସ୍ଥ ସଂଖ୍ୟାକୁ ମିଶାଇ ରାଜ୍ୟରେ ମୋଟ ସୁସ୍ଥ ସଂଖ୍ୟା ୨୮୨୦୭୩ ରେ ପହଞ୍ଚିଛି। ଆଜି ସୁସ୍ଥଙ୍କ ମଧ୍ୟରୁ ଖୋର୍ଦ୍ଧାରୁ ସର୍ବାଧିକ ୨୮୫ ଜଣ ସୁସ୍ଥ ହୋଇଥିବା ବେଳେ ମୟୂରଭଞ୍ଜରୁ ୧୧୩, କଟକ ୧୦୨, ଜଗତସିଂହପୁର ୯୪, ଅନଗୁଳ ୮୯, ନୂଆପଡ଼ାରୁ ୭୦, ଝାରସୁଗୁଡ଼ା ୬୮, ସୁନ୍ଦରଗଡ଼ରୁ ୬୫, ବଲାଙ୍ଗୀର […]

  • Thursday, 01 July 2021
5
ରାଜଧାନୀରେ ପୁଣି ମାତିଲେ ଲୁଟେରା

ଭୁବନେଶ୍ୱର: ରାଜଧାନୀରେ ପୁଣି ମାତିଲେ ଲୁଟେରା। ଏଥର କିନ୍ତୁ ଔଷଧ ଦୋକାନରେ ପଶି କଳା କନା ବୁଲାଇଛନ୍ତି ଏହି ଲୁଟେରା। ଯାହାର ପୁରା ଭିଜୁଆଲ୍ ସିସିଟିଭିରେ କଏଦ ହୋଇଛି। ଭୁବନେଶ୍ୱର ବାଲିଅନ୍ତାରେ ଥିବା ଏକ ମେଡିସିନ୍ ଦୋକାନରେ ଆଜି ଦିନ ପ୍ରାୟ ସାଢ଼େ ୧୧ଟା ବେଳେ ଲୁଟେରାମାନେ ପଶି ଲୁଟ୍‌ କରିଛନ୍ତି। ସିସିଟିଭିରେ କଏଦ ହୋଇଥିବା ଭିଜୁଆଲ୍‌ରେ ସ୍ପଷ୍ଟ ଭାବେ ଦେଖାଯାଉଛି ଯେ, ଦୁଇ ଜଣ ଦୁବୃର୍ତ୍ତ ବାଇକ୍‌ରେ ଆସି ଦୋକାନ ବାହାରେ ପହଞ୍ଚିଥିଲେ। ପରେ ଏଥିରୁ […]

  • Thursday, 01 July 2021
1
ଏକାମ୍ର ଉଦ୍ୟାନ ଜମିରେ କଂକ୍ରିଟ ଜଙ୍ଗଲ ନିର୍ମାଣ ଯୋଜନାକୁ ବିଜେପିର ବିରୋଧ

ଭୁବନେଶ୍ୱର: ରାଜଧାନୀ ଭୁବନେଶ୍ୱରର ଏକାମ୍ର ଉଦ୍ୟାନ ନିକଟରେ ଥିବା ୨୦ ଏକର ଜଙ୍ଗଲ ଜମିରେ କଂକ୍ରିଟ ଜଙ୍ଗଲ ନିର୍ମାଣ ଯୋଜନାକୁ ବିରୋଧ କରିଛି ବିଜେପି। ଏହି ଉଦ୍ୟାନ ପରିସରରେ ଥିବା ୨୬ ଏକର ଜମିରୁ ୨୦ ଏକରରୁ ଅଧିକ ଜମି ସାଧାରଣ ପ୍ରଶାସନ ବିଭାଗକୁ ହସ୍ତାନ୍ତର ପାଇଁ ଉଦ୍ୟାନ ବିଭାଗ ନିର୍ଦ୍ଦେଶକଙ୍କୁ ଚିଠି ଲେଖାଯାଇଛି। ତେବେ ଏହି ଜମିରେ ୧୧ ଶହ ଆମ୍ବଗଛକୁ ମିଶାଇ ୮ ହଜାରରୁ ଅଧିକ ଗଛ ଥିବାରୁ ଏସବୁ ଗଛ ବଳିପଡ଼ିଯିବା ନିଶ୍ଚିତ […]

  • Thursday, 01 July 2021
bjd
ନିର୍ବାଚନ ସରିଲା; କିଏ ପାଇବ କେତେ ଭୋଟ୍, ତାକୁ ନେଇ ଅଙ୍କକଷା ଆରମ୍ଭ

ଭୁବନେଶ୍ୱର: ପରୀକ୍ଷା ସରିଲା, ଫଳ କେମିତି ହୋଇଛି, ସେ ନେଇ ଆରମ୍ଭ ହୋଇଗଲାଣି ଅଙ୍କ କଷା। ବାଲେଶ୍ୱର ଓ ତିର୍ତ୍ତୋଲରେ ଭୋଟ୍ ସରିବା ପରେ ଫଳାଫଳକୁ ନେଇ ଜୋର୍ ଧରିଛି ଚର୍ଚ୍ଚା। ଯଦିଓ ଉପନିର୍ବାଚନ ଫଳ ସେଭଳି କୌଣସି ଫରକ୍ ପକାଇବ ନାହିଁ, ତଥାପି ଆଗକୁ ରାଜ୍ୟ ରାଜନୀତି କେଉଁ ଦିଶା ନେବ ସେନେଇ ସଂଙ୍କେତ ଦେଇପାରେ। ଉଭୟ ବିଜେଡି ଓ ବିଜେପି ଦୁଇଟି ଯାକ ସିଟ୍ ଜିତିବେ ବୋଲି ଦାବି କରୁଥିବା ବେଳେ କଂଗ୍ରେସ୍ କିନ୍ତୁ […]

  • Thursday, 01 July 2021
odisha-assembly-1
ନଭେମ୍ବର ୨୦ରୁ ବିଧାନସଭାର ଶୀତକାଳୀନ ଅଧିବେଶନ

ଭୁବନେଶ୍ୱର: ଆସନ୍ତା ୨୦ ତାରିଖରୁ ଆରମ୍ଭ ହେବାକୁ ଯାଉଛି ବିଧାନସଭାର ଶୀତକାଳୀନ ଅଧିବେଶନ। ନଭେମ୍ବର ୨୦ରୁ ଡିସେମ୍ବର ୩୧ ତାରିଖ ପର୍ଯ୍ୟନ୍ତ ଏହି ଅଧିବେଶନ ଚାଲିବ ବୋଲି ବିଜ୍ଞପ୍ତି ପ୍ରକାଶ ପାଇଛି। ଅଧିବେଶନର ପ୍ରଥମ ଦିନରେ ଅର୍ଥାତ ନଭେମ୍ବର ୨୦ ତାରିଖରେ ଆଗତ ହେବ ଚଳିତ ୨୦୨୦-୨୧ ଆର୍ଥିକ ବର୍ଷର ପ୍ରଥମ ଅତିରିକ୍ତ ବଜେଟ। ଏହାପରେ ନଭେମ୍ବର ୨୬, ୨୭, ୨୮ ଯାଏଁ ତିନିଦିନ ଧରି ଅତିରିକ୍ତ ବଜେଟ ଖର୍ଚ୍ଚଦାବି ଉପରେ ଆଲୋଚନା ହେବ। ଏହାପରେ ଅର୍ଥାତ […]

  • Thursday, 01 July 2021
rti-information
ନବୀନ ସରକାରଙ୍କ ଅମଳରେ ପାଞ୍ଚଟି ବଡ଼ ଜମି ଦୁର୍ନୀତି ଅଭିଯୋଗ ଆଣିଲେ ସୂଚନା ଅଧିକାର କର୍ମୀ

ଭୁବନେଶ୍ୱର: ଗୋଟିଏ କି ଦୁଇଟି ନୁହେଁ, ନବୀନ ସରକାର ଅମଳରେ ପାଞ୍ଚ ପାଞ୍ଚଟି ମେଗା ଜମି ଦୁର୍ନୀତିର ଅଭିଯୋଗ ଆସିଛି। ତଥ୍ୟ ଭିତ୍ତିକ ପ୍ରମାଣ ସହ ଏଭଳି ସଂଗୀନ ଅଭିଯୋଗ ଆଣି ଆଜି ସିଧାସଳଖ ରାଜ୍ୟ ସରକାରଙ୍କୁ ଟାର୍ଗେଟ୍ କରିଛନ୍ତି ସୂଚନା ଅଧିକାର କର୍ମୀ ପ୍ରଦୀପ ପ୍ରଧାନ। ପ୍ରଦୀପ କହିଛନ୍ତି-ଟ୍ୱିନସିଟିରେ ଇଚ୍ଛାଧୀନ କୋଟାରେ ଘର ଓ ପ୍ଳଟ୍ ସ୍କାମରୁ ଗୋଟିଏ ବି ଜମି ସରକାରୀ ଖାତାକୁ ଫେରିନି। ପ୍ରାୟ ୨୦ ହଜାର କୋଟିର ଜମି ଦୁର୍ନୀତିକୁ ଚାପି […]

  • Thursday, 01 July 2021
minor-girl
ଓଏଏସ ଅଧିକାରୀଙ୍କ ଘରେ କାମ କରୁଥିବା ନାବାଳିକା ଗର୍ଭବତୀ ହେବା ଘଟଣା; ତଦନ୍ତ ଆରମ୍ଭ

ଭୁବନେଶ୍ୱର: ରାଜଧାନୀରେ ଜଣେ ଓଏଏସ ଅଧିକାରୀଙ୍କ ଘରେ କାମ କରୁଥିବା ଆଦିବାସୀ ନାବାଳିକା ଅନ୍ତଃସତ୍ତ୍ୱା ହେବା ଅଭିଯୋଗରେ ପୋଲିସର ତନାଘନା ଆରମ୍ଭ କରିଛି। ଯାଜପୁର ବାଲିଚନ୍ଦ୍ରପୁର ପୋଲିସ ଅଭିଯୁକ୍ତଙ୍କ ବିରୋଧରେ ପୋକ୍ସୋ ଆକ୍ଟରେ ମାମଲା ରୁଜୁ କରି ଘଟଣାର ତଦନ୍ତ କରୁଛି। ପୀଡ଼ିତାଙ୍କ ଡାକ୍ତରୀ ମାଇନା ସହ ମାଜିଷ୍ଟ୍ରେଟଙ୍କ ସାମ୍ନାରେ ବୟାନ ରେକର୍ଡ କରିଛି ପୋଲିସ। ପୀଡିତା ଜଣଙ୍କ ପ୍ରଶାସନିକ ଅଧିକାରୀଙ୍କ ଘରେ ଘରୋଇ ସହାୟିକା ଭାବେ କାମ କରୁଥିଲେ। ତେବେ ସଂପୃକ୍ତ ଅଧିକାରୀଙ୍କ ଶ୍ୱଶୁରଙ୍କ ଦ୍ୱାରା […]

  • Thursday, 01 July 2021
Bjd-Aduaaa
ରାଜ୍ୟ ସରକାର ଲୁଚାଉଥିଲେ, ସୌମ୍ୟ କହିଦେଲେ?

ରାଜ୍ୟରେ କୋଭିଡ୍ ମୃତ୍ୟୁ ସଂଖ୍ୟାକୁ ନେଇ ବିବାଦ ଲାଗି ରହିଥିବାବେଳେ ବିଜେଡି ଉପସଭାପତି ସୌମ୍ୟରଂଜନ ପଟ୍ଟନାୟକଙ୍କ ସଂପାଦକୀୟ ଲେଖା ସରକାରଙ୍କ କୋଭିଡ୍ ପରିଚାଳନାର ଗୁମର ଖୋଲିଛି

  • Thursday, 01 July 2021
କଟକ ତ୍ରିଶୁଳିଆ ବ୍ରିଜ୍‌ ଉପରେ ଡମ୍ଫର-କାର୍‌ ମୁହାଁମୁହିଁ ଧକ୍କା

କଟକ: କଟକ ତ୍ରିଶୁଳିଆ ନେତାଜୀ ସେତୁ ଉପରେ ଗତକାଲି ବିଳମ୍ବିତ ରାତିରେ ମର୍ମନ୍ତୁଦ ସଡ଼କ ଦୁର୍ଘଟଣା ଘଟିଛି। ଡମ୍ଫର ଓ କାର୍‌ ମୁହାଁମୁହିଁ ଧକ୍କା ହେବାରୁ କାର୍‌ ଡ୍ରାଇଭର ଗୁରୁତର ଭାବେ ଆହତ ହୋଇଛନ୍ତି। କଟକରୁ ଭୁବନେଶ୍ୱର ଯାଉଥିବା ଏକ ଡମ୍ଫର ସହ ବାରଙ୍ଗରୁ କଟକ ଆସୁଥିବା ଏକ କାର୍‌ ମଧ୍ୟରେ ମୁହାଁମୁହିଁ ଧକ୍କା ହୋଇଥିଲା। ଖବରପାଇ କଟକ ଓ ବାରଙ୍ଗରୁ ଦୁଇଟି ଦମକଳ ଗାଡ଼ି ଘଟଣାସ୍ଥଳରେ ପହଞ୍ଚିଥିଲା। କାର୍‌ର କିଛି ଅଂଶ ଡମ୍ଫର ଭିତରେ ପଶି […]

  • Thursday, 01 July 2021
corona 2
ଡିସେମ୍ବରରେ ଓଡ଼ିଶାରେ ଦ୍ୱିତୀୟ ପର୍ଯ୍ୟାୟ କରୋନା ସଂକ୍ରମଣ ଆଶଙ୍କା

ଭୁବନେଶ୍ୱର: ଡିସେମ୍ବର ଦ୍ୱିତୀୟ ସପ୍ତାହ ପରେ ଓଡ଼ିଶାକୁ ପୁଣି କରୋନା ସଂକ୍ରମଣ ଡର। ଏହି ସମୟ ବେଳକୁ ରାଜ୍ୟରେ ଦ୍ୱିତୀୟ ପର୍ଯ୍ୟାୟ ସଂକ୍ରମଣ ଆଶଙ୍କା ଥିବାରୁ ଏବେଠୁ ସତର୍କ ରହିବାକୁ ପଡ଼ିବ ବୋଲି କୋଭିଡ୍ ମୁକାବିଲା କାର୍ଯ୍ୟକ୍ରମର ସମୀକ୍ଷା ବେଳେ ସତର୍କ କରିଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ। ରାଜ୍ୟରେ ଦ୍ୱିତୀୟ ସଂକ୍ରମଣକୁ ରୋକିବାକୁ ହେଲେ ମାସ୍କ, ସାମାଜିକ ଦୂରତା, ସାନିଟାଇଜେସନ୍ ଆଦି ବ୍ୟବସ୍ଥାକୁ କଡ଼ାକଡ଼ି କରିବାକୁ ପଡ଼ିବ ବୋଲି ମୁଖ୍ୟମନ୍ତ୍ରୀ କହିଛନ୍ତି। ଆଗକୁ ଦୀପାବଳି ଆସୁଥିବାରୁ ଶୃଙ୍ଖଳା […]

  • Thursday, 01 July 2021
ମାଲକାନଗିରିରେ ଅଜଣା ରୋଗ ଆତଙ୍କ, ଗଲାଣି ୫ରୁ ଅଧିକ ଲୋକଙ୍କ ଜୀବନ

ମାଲକାନଗିରି: ମାଲକାନଗିରି ଜିଲ୍ଲା ପଡ଼ିଆ ବ୍ଲକ୍‌ ଅନ୍ତର୍ଗତ ଭେଜନପାଲୀ ଗାଁରେ ଅଜଣା ରୋଗ ଆତଙ୍କ ଦେଖାଦେଇଛି। ଗତ ଦେଢ଼ ମାସ ମଧ୍ୟରେ ୫ରୁ ଅଧିକ ଲୋକଙ୍କ ଜୀବନ ଯାଇଥିବା ସ୍ଥାନୀୟ ଲୋକେ ଅଭିଯୋଗ କରିଛନ୍ତି। ଏବେ ବି ୧୦ରୁ ଅଧିକ ଲୋକ ରୋଗରେ ଆକ୍ରାନ୍ତ ଥିବା ଜଣାପଡ଼ିଛି। ସେମାନଙ୍କ ମଧ୍ୟରୁ ୫ ଜଣ ଗୁରୁତର ଅଛନ୍ତି। ରୋଗରେ ଆକ୍ରାନ୍ତ ଥିବା ଲୋକଙ୍କ ହାତଗୋଡ଼ ଫୁଲିବା ସହ ଶରୀର ଦୁର୍ବଳ ହୋଇ ପଡ଼ୁଛି। ଶେଷରେ ଆକ୍ରାନ୍ତଙ୍କ ମୃତ୍ୟୁ ଘଟୁଥିବା […]

  • Thursday, 01 July 2021
ଯୁବ ସାମ୍ବାଦିକ ପ୍ରବୀର ପ୍ରଧାନଙ୍କ ପରଲୋକ

ଭୁବନେଶ୍ୱର: ନ୍ୟୁଜ୍‌ ୧୮ ଓଡ଼ିଆର ଯୁବ ସାମ୍ବାଦିକ ପ୍ରବୀର ପ୍ରଧାନଙ୍କ ପରଲୋକ ହୋଇଯାଇଛି। ଏକ ଘରୋଇ ହସ୍ପିଟାଲରେ ଚିକିତ୍ସାଧିନ ଅବସ୍ଥାରେ ତାଙ୍କର ମୃତ୍ୟୁ ଘଟିଛି। ସେ କରୋନାରେ ଆକ୍ରାନ୍ତ ଥିଲେ। ଅବସ୍ଥା ଗୁରୁତର ହେବାରୁ ତାଙ୍କୁ ଏକ ଘରୋଇ ହସ୍ପିଟାଲରେ ଭର୍ତ୍ତି କରାଯାଇଥିଲା। ତେବେ ଚିକିତ୍ସା ପରେ ମଧ୍ୟ ତାଙ୍କର ସ୍ୱାସ୍ଥ୍ୟାବସ୍ଥାରେ କୌଣସି ପରିବର୍ତ୍ତନ ଘଟିନଥିଲା। ଶେଷରେ ଚିକିତ୍ସାଧିନ ଅବସ୍ଥାରେ ହସ୍ପିଟାଲରେ ତାଙ୍କର ମୃତ୍ୟୁ ଘଟିଛି। କିଛି ଦିନ ତଳେ ପ୍ରବୀରଙ୍କ ବାପାଙ୍କର ପରଲୋକ ହୋଇଥିଲା।

  • Thursday, 01 July 2021
corona
କମୁଛି ଲୋକାଲ୍‌ କେସ୍‌, ୨୪ ଘଣ୍ଟାରେ ଓଡ଼ିଶାରେ ୧,୩୮୫ କରୋନା ଆକ୍ରାନ୍ତ‌ ଚିହ୍ନଟ

ଭୁବନେଶ୍ୱର: ଗତ ୨୪ ଘଣ୍ଟାରେ ଓଡ଼ିଶାରେ ୧,୩୮୫ ନୂଆ କରୋନା ଆକ୍ରାନ୍ତ‌ ଚିହ୍ନଟ ହୋଇଛନ୍ତି। ଆଜି ଖୋର୍ଦ୍ଧା ରୁ ସର୍ବାଧିକ ୧୫୯ ପଜିଟିଭ ଚିହ୍ନଟ ହୋଇଛନ୍ତି। ଚିହ୍ନଟ ନୂଆ ୧,୩୮୫  ଆକ୍ରାନ୍ତଙ୍କ ମଧ୍ୟରୁ ୭୯୮  ଜଣ କ୍ୱାରେଣ୍ଟିନ୍‌ରେ ରହିଥିଲେ। ସେହିପରି ଲୋକାଲ୍ କଣ୍ଟାକ୍ଟସ୍‌ ୫୮୭ ରହିଛି। ରାଜ୍ୟ ସୂଚନା ଓ ଲୋକ ସଂପର୍କ ବିଭାଗ ପକ୍ଷରୁ ଏହି ସୂଚନା ଦିଆଯାଇଛି। ଚିହ୍ନଟ ନୂଆ ଆକ୍ରାନ୍ତଙ୍କୁ ମିଶାଇ ରାଜ୍ୟରେ ମୋଟ୍‌ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ୨,୯୭,୨୭୪ରେ ପହଞ୍ଚିଛି। Covid-19 Report […]

corona 1
୨୪ ଘଣ୍ଟାରେ କରୋନା ନେଲା ୧୪ ଜୀବନ

ଭୁବନେଶ୍ୱର: କରୋନା ନେଲା ଆଉ ୧୪ ଜଣଙ୍କ ଜୀବନ। ଗତକାଲି  ୧୨ ଜଣ କରୋନାରେ ପ୍ରାଣ ହରାଇଥିବାବେଳେ ଆଜି ଏହି ସଂଖ୍ୟା ବୃଦ୍ଧି ପାଇଛି । ଏହାକୁ ମିଶାଇ ରାଜ୍ୟରେ ମୋଟ୍‌ କରୋନା ମୃତ୍ୟୁ ସଂଖ୍ୟା ୧, ୩୭୮ରେ ପହଞ୍ଚିଛି। ଏ ନେଇ ରାଜ୍ୟ ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ ସୂଚନା ଦେଇଛି। ଆଜି ମୟୂରଭଞ୍ଜ ଓ ଭୁବନେଶ୍ୱରର ୩ ଜଣ ଲେଖାଏ କରୋନା ଆକ୍ରାନ୍ତ ଆଖି ବୁଜିଛନ୍ତି। ସୂଚନାଥାଉକି, ଆଜି ରାଜ୍ୟରେ ନୂଆ ପଜିଟିଭଙ୍କ […]

  • Thursday, 01 July 2021
ରାଜରାସ୍ତାରେ ଗର୍ଜିଲେ ରାନୀ; କହିଲେ, ‘ଏଇଟା ଟ୍ରେଲର୍‌, ଆଗକୁ କ’ଣ ହେବ ଭାବନ୍ତୁ ...’

ଭୁବନେଶ୍ୱର: କରୋନା ସ୍ଥିତିରେ ଦୀର୍ଘ ୭ ମାସରୁ ଅଧିକ ସମୟ ଧରି ବନ୍ଦ ରହିଛି ଯାତ୍ରା ପରିବେଷଣ। ଏହି ସମୟରେ ଦୁର୍ଦ୍ଦିନରେ ଦିନ କାଟୁଛନ୍ତି ଅନେକ କଳାକାର। ରୋଜଗାର ଅଭାବରୁ ଯାତ୍ରା ଜଗତ ବୁଡ଼ିବାକୁ ବସିଲାଣି। ତେଣୁ ଆଗକୁ ଯାତ୍ରା ପରିବେଷଣ ପାଇଁ ସରକାର ଅନୁମତି ଦେବାକୁ ଧାରଣା ଦେଇଛନ୍ତି ଯାତ୍ରା ଜଗତର କଳାକାର। ଯାତ୍ରା କଳାକାର ରାନୀ ପଣ୍ଡାଙ୍କ ନେତୃତ୍ୱରେ କଳାକାରମାନେ ଭୁବନେଶ୍ୱର ପିଏମ୍‌ଜି ଛକରେ ଧାରଣା ଦେଇଥିଲେ। କଂଗ୍ରେସ ବିଧାୟକ ସୁରେଶ କୁମାର ରାଉତରାୟ ମଧ୍ୟ […]

  • Thursday, 01 July 2021
highcourt
ଦୋଷୀ ସାବ୍ୟସ୍ତ ହେଲେ ମାଧ୍ୟମିକ ଶିକ୍ଷା ପରିଷଦ ନିର୍ଦ୍ଦେଶକ

ଭୁବନେଶ୍ୱର: ମହଙ୍ଗା ପଡ଼ିଲା ହାଇକୋର୍ଟରେ ମିଥ୍ୟା ସତ୍ୟପାଠ ଦାଖଲ। ଅଦାଲତ ଅବମାନନା ମାମଲାରେ ମାଧ୍ୟମିକ ଶିକ୍ଷା ପରିଷଦ ନିର୍ଦ୍ଦେଶକଙ୍କ ସହ ଯାଜପୁର, ଜଗତସିଂହପୁର ଓ ପୁରୀର ଜିଲ୍ଲା ଶିକ୍ଷାଧିକାରୀ ଦୋଷୀ ସାବ୍ୟସ୍ତ ହୋଇଛନ୍ତି । ହାଇକୋର୍ଟଙ୍କ ନିର୍ଦ୍ଦେଶ ପାଳନ କରିବାରେ ଅବହେଳା, ମିଥ୍ୟା ସତ୍ୟପାଠ ଦାଖଲ ଅଭିଯୋଗରେ ମାଧ୍ୟମିକ ଶିକ୍ଷା ନିର୍ଦ୍ଦେଶକ ପ୍ରଦୀପ କୁମାର ଦାଶ ଦୋଷୀ ସାବ୍ୟସ୍ତ ହୋଇଛନ୍ତି । ଏଥିସହ ଯାଜପୁର, ଜଗତସିଂହପୁର, ପୁରୀ ଜିଲ୍ଲା ଶିକ୍ଷା ଅଧିକାରୀ ମଧ୍ୟ ଦୋଷୀ ସାବ୍ୟସ୍ତ ହୋଇଛନ୍ତି […]

  • Thursday, 01 July 2021
bjd
ପୂର୍ବତନ ବିଧାୟକ ଜୀବନ ପ୍ରଦୀପ ଦାସ ବିଜେଡିରୁ ସସ୍‌ପେଣ୍ଡ୍

ଭୁବନେଶ୍ୱର: ବରିଷ୍ଠ ବିଜେଡି ନେତା ତଥା ପୂର୍ବତନ ବିଧାୟକ ଜୀବନ ପ୍ରଦୀପ ଦାସ ବିଜେଡିରୁ ସସ୍‌ପେଣ୍ଡ୍ ହୋଇଛନ୍ତି। ଦଳ ବିରୋଧୀ କାର୍ଯ୍ୟ ଲାଗି ତାଙ୍କୁ ଦଳରୁ ସସ୍‌ପେଣ୍ଡ୍ କରାଯାଇଛି। ଏ ନେଇ ବିଜେଡି ପକ୍ଷରୁ ସୂଚନା ଦିଆଯାଇଛି। ବିଜେଡି ସଭାପତି ତଥା ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ନିର୍ଦ୍ଦେଶ କ୍ରମେ ତାଙ୍କୁ ଦଳରୁ ସସ୍‌ପେଣ୍ଡ୍ କରାଯାଇଛି।ପୂର୍ବରୁ ବାଲେଶ୍ୱରରୁ ବିଜେଡି ବିଧାୟକ ଥିଲେ ଜୀବନ ପ୍ରଦୀପ ଦାସ। ୨୦୧୯ରେ ବିଜେଡି ଟିକେଟ୍‌ରୁ ବାଲେଶ୍ୱରରେ ଲଢ଼ି ପରାଜିତ ହୋଇଥିଲେ ଜୀବନ ପ୍ରଦୀପ […]

  • Thursday, 01 July 2021
drown
ପୋଖରୀରେ ଗାଧୋଉ ଥିବାବେଳେ ବୁଡ଼ିଗଲେ ୨ ସାଙ୍ଗ

ଢେଙ୍କାନାଳ: ପୋଖରୀକୁ ଗାଧୋଇବାକୁ ଯାଇ ଥିବାବେଳେ ବୁଡ଼ିଗଲେ ଦୁଇ ନାବାଳିକା। ଢେଙ୍କାନାଳ ଜିଲ୍ଲା ଗଁନ୍ଦିଆ ଥାନା ଅନ୍ତର୍ଗତ କରମୁଳ ଗାଁରେ ଏହି ଦୁଃଖଦ ଘଟଣା ଘଟିଛି। ମୃତକ ଦ୍ୱୟ ହେଳେ-ଅନିତା ମଲ୍ଲିକ ଓ ଅଙ୍କିତା ମଲ୍ଲିକ। ଏମାନେ ଦୁଇ ସାଙ୍ଗ ବୋଲି ଜଣାପଡ଼ିଛି। ଉଭୟଙ୍କ ବୟସ ୧୦ ବର୍ଷ। ଅନିତା ଓ ଅଙ୍କିତା ଗାଁର ଗୋଡ଼ିପୋଖରୀକୁ ଗାଧୋଇବାକୁ ଯାଇଥିଲେ। ଗାଧୋଉଥିବା ବେଳେ ହଠାତ ଗୋଡ଼ ଖସି ଯିବାରୁ ଦୁହେଁ ପାଣି ଭିତରେ ବୁଡ଼ି ଯାଇଥିଲେ। ପରେ ଅଗ୍ନିଶମ […]

  • Thursday, 01 July 2021
clerk died
କ୍ଲାସ୍‌ ରୁମ୍‌ରୁ ମିଳିଲା କିରାଣିଙ୍କ ଝୁଲନ୍ତା ମୃତଦେହ

ସମ୍ବଲପୁର: କଲେଜ କ୍ଲାସ୍‌ ରୁମ୍‌ରୁ ମିଳିଲା କିରାଣିଙ୍କ ଝୁଲନ୍ତା ମୃତଦେହ। ସମ୍ବଲପୁରର ଏକ କଲେଜ କ୍ଲାସ୍‌ ରୁମ୍‌ରୁ ଜଣେ କିରାଣିଙ୍କ ଝୁଲନ୍ତା ମୃତଦେହ ଉଦ୍ଧାର କରାଯାଇଛି। ଫ୍ୟାନ୍‌ରେ ତାଙ୍କ ମୃତଦେହ ଝୁଲୁଥିଲା। ଅଧିକ କାର୍ଯ୍ୟ ଚାପରେ ସେ ଆତ୍ମହତ୍ୟା କରିଥିବା ପରିବାର ଲୋକେ ଅଭିଯୋଗ ଆଣିଛନ୍ତି। ଧନୁପାଲି ପୋଲିସ୍‌ ମୃତଦେହ ଉଦ୍ଧାର କରି ଘଟଣାର ତଦନ୍ତ ଆରମ୍ଭ କରିଛି।

  • Thursday, 01 July 2021
nirnajn-patniak
‘୨୦ ହଜାର କୋଟି ଟଙ୍କାର ଜମି ଦୁର୍ନୀତି ଅଭିଯୋଗକୁ ଚାପିଦେବାକୁ ବସିଛନ୍ତି ରାଜ୍ୟ ସରକାର’

ଭୁବନେଶ୍ୱର: ରାଜ୍ୟରେ ହୋଇଥିବା ଜମି ଦୁର୍ନୀତି ଅଭିଯୋଗକୁ ନେଇ ରାଜ୍ୟ ସରକାରଙ୍କ ଉପରେ ବର୍ଷିଛନ୍ତି ପିସିସି ସଭାପତି ନିରଞ୍ଜନ ପଟ୍ଟନାୟକ। ଏନେଇ ସେ ଟ୍ୱିଟ୍ କରି ଲେଖିଛନ୍ତି ଯେ ୨୦ ହଜାର କୋଟି ଟଙ୍କାର ଜମି ଦୁର୍ନୀତି ଅଭିଯୋଗ ଘଟଣାକୁ ଚାପିଦେବାକୁ ବସିଛନ୍ତି ରାଜ୍ୟ ସରକାର। ଜମି ଦୁର୍ନୀତି ନେଇ ବିଜେଡି ବିରୋଧରେ ଏଭଳି ଅନେକ ଅଭିଯୋଗ ରହିଛି। ଯଦି ଏହା ସତ ହୋଇଥାଏ, ତାହେଲେ ସରକାର ଦୁର୍ନୀତିର ଗନ୍ତାଘର ବୋଲି କୁହାଯିବ। ତା’ସହ ଏଭଳି ଦୁର୍ନୀତି […]

  • Thursday, 01 July 2021
chasi-andolona
ଜାତୀୟ କୃଷି ଆଇନକୁ ବିରୋଧ କରି ନବନିର୍ମାଣ କୃଷକ ସଂଗଠନର ରାଜପଥ ଅବରୋଧ

ଭୁବନେଶ୍ୱର: ଜାତୀୟ କୃଷି ଆଇନକୁ ବିରୋଧ କରି ରାଜପଥ ଅବରୋଧ। ନବନିର୍ମାଣକୃଷକ ସଂଗଠନର ଶତାଧିକ ସଂଖ୍ୟାରେ ସଦସ୍ୟ ଜାତୀୟ ରାଜପଥ ଅବରୋଧ କରିଥିଲେ। ଭୁବନେଶ୍ୱର-ପୁରୀ ଜାତୀୟ ରାଜପଥର ହାଇଟେକ୍ ଛକ ନିକଟରେ ରାଜପଥ ଅବରୋଧ କରିଥିଲେ ନବ ନିର୍ମାଣ କୃଷକ ସଂଗଠନର ସଦସ୍ୟ। ଭୁବନେଶ୍ୱରକୁ ଆସୁଥିବା ଚାଷୀ ପଟୁଆରକୁ ଅଟକାଇଥିଲା ପୋଲିସ। ପ୍ରତିବାଦରେ ଜାତୀୟ ରାଜପଥ ଉପରେ ବସିଲେ ଶହ ଶହ ଚାଷୀ। ରାସ୍ତା ଉପରେ ଚାଷୀଙ୍କ ଆନ୍ଦୋଳନ ଯୋଗୁଁ ଯାତାୟତ ବାଧାପ୍ରାପ୍ତ ହୋଇଥିଲା। ଚାଷୀ ନେତା […]

  • Thursday, 01 July 2021